Author: janabani

*ଚିକିଟୀ,୪/୪:(ନିଗମାନନ୍ଦ ପଣ୍ଡା ):ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଚିକିଟିପେଣ୍ଠ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପାଞ୍ଚ ବର୍ଷରୁ ଉର୍ଦ୍ଧ ପିଲାମାନଙ୍କୁ ବିଦ୍ୟାଳୟଭିମୁଖୀ କରିବା ଏବଂ ଶିକ୍ଷା ଅଧିକାର ଆଇନରେ ସମସ୍ତ ପିଲାମାନଙ୍କୁ ବିଦ୍ୟାଳୟରେ ନାମଲେଖାଇବା ଏବଂ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଇଓ ପନ୍ନଗ ଭୂଷଣ ମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗଦେଇ ଯେପରି ସମସ୍ତ ବିଦ୍ୟାଳୟ ମାନଙ୍କରେ କୌଣସି ମଧ୍ୟ୍ୟ ଶିଶୁ ନାମ ଲେଖାଇବାରୁ ବଞ୍ଚିତ ନହେବେ ଏବଂ ଶୂନ୍ୟ ଡ୍ରପଆଉଟ ଉପରେ ଉପସ୍ଥିତ ଅଭିଭାବକ ଓ ପିତାମାତାଙ୍କୁ ପରାମର୍ଶ ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ବହନ କରୁଥିବା ଓ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହି ସଭାରେ ବିଡ଼ିଓ ବିବେକାନନ୍ଦ…

Read More

ଫୁଲବାଣୀ,୪/୪:(ସୁନୀଲ ପଟନାୟକ):ଗାଁ କୁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି, ଫଳରେ ଯନ୍ତ୍ରଣା ରେ ଛ ଟ ପଟ ହୋଈ ଚାଲିଗଲା ଜୀବନ l ଏଭଳି ଦୁଃଖଦ ଘଟଣା ଘଟିଛି ଦାରିଂବାଡ଼ି ବ୍ଲକ୍ ଅନ୍ତର୍ଗତ ସରlମୁଳି ପଂଚାୟତ ଅନ୍ତର୍ଗତ ସଂଜlକୁଟି ଗ୍ରାମରେ l ସୂଚନା ଯୋଗ୍ୟ ଯେ, ଫୋନ୍ କରିବା ପରେ ଆମ୍ବୁଲାନ୍ସ ଆସିଲା କିନ୍ତୁ ଗାଁକୁ ଯାଇ ନ ପାରି ଦୁଇ କିମି ଦୂରରେ ରହିଗଲା l ଫଳରେ ପରିବାର ଲୋକେ ଗର୍ଭ ବତୀ ଙ୍କୁ ଖଟିଆ ରେ ଦୁଇ କିମି ଦୂର ବୋହି କି ଆମ୍ବୁଲାନ୍ସ ନିକଟ କୁ ଆଣି ଥିଲେ ଆଉ ମେଡିକାଲ ନେଇଥିଲେଆଉ ଚିକିତ୍ସା ରେ ବିଳମ୍ବ ପାଇଁ ମୃତ୍ୟୁ ହୋଇଥିବା ଜଣାପଡିଛି l ମୃତକ ମହିଳା ହେଉଛନ୍ତି ଦାନିଏଲ ପlଟ୍ଟମାଝୀ ଙ୍କ ପତ୍ନୀ ହେମାଲି ପlଟ୍ଟମାଝୀ ୨୨ବର୍ଷ l ହେମାଲୀ ଙ୍କ ଗର୍ଭ୍ ଯନ୍ତ୍ରଣା ହେବାରୁ ଗାଁ ରେ ନେଟୱର୍କ ବ୍ୟବସ୍ଥା ନଥିବା ରୁ ଫୋନ୍ କରିବlପାଇଁ…

Read More

ରାୟଗଡ(ଅମୂଲ୍ୟ ନିଶଙ୍କ): ରାୟଗଡ଼ା ସହର ରିଙ୍ଗ ରୋଡ଼ ସ୍ଥିତ ଫାୟାର ଷ୍ଟେସନ ନିକଟରେ ରହୁଥ‌ିବା ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ କରିବା ସହ ଲୁଟ ଘଟଣାରେ ରାୟଗଡ଼ା ପୁଲିସ ଜଣେ ମହିଳାଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ମାନେ ହେଲେ ରାଜେଶ ସେଠୀ ଓରଫ ରାଜା, ରଜନୀରାଣୀ ସେଠୀ ଓରଫ ରୋଜୀ, ଦେବାଶିଷ ପାଢୀ, ଯଶୋବନ୍ତ ନାୟକ ଓରଫ ଜେଶୁ ଓ ହରେଶ ରହାଲୁ । ରାୟଗଡା ପୂର୍ତ୍ତ ବିଭାଗରେ କାର୍ଯ୍ୟ କରୁଥିବା ବସନ୍ତ କୁମାର ମିଶ୍ର ଗତ ମାସ ୧୨ ଓ ୧୩ ତାରିଖ ରାତିରେ ଘରେ ଏକୁଟିଆ ଥିବା ବେଳେ ଜଣେ ମହିଳାଙ୍କ ସମେତ ୫ଜଣ ଯୁବକ ହାତରେ ବନ୍ଧୁକ ଛୁରୀ ଆଦି ମାରଣାସ୍ତ୍ର ଧରି ତାଙ୍କ ଘରେ ଜୋର ଜବରଦସ୍ତ ଘରେ ପଶିଥିଲେ । ରାତି ୧୧ଟାରେ ଘରେ ପଶି ସକାଳ ୫ଟା ଯାଏଁ ଦୁବୃତ୍ତ ମାନେ ବସନ୍ତଙ୍କୁ ନିର୍ମମ…

Read More

ନୂଆପଡ଼ା,୪/୪:(ପରମେଶ୍ୱର ମେହେର ): ଏ ସଂସାରରେ ଜୀବନ ଜୀବନ୍ତ ରହିବା ପାଇଁ ମଣିଷକୁ କେତେ ଦୁଃଖ, କେତେ କଷ୍ଟ ସହିବାକୁ ପଡେ ତାହାର ଏକ ଜୀବନ୍ତ ଉଦାହରଣ ହେଉଛନ୍ତି ନୂଆପଡ଼ା ଜିଲ୍ଲାର ସିନାପାଲି ଅଞ୍ଚଳର ଅଭାଗୀ ଝିଅ ପ୍ରେମଶିଲା ମେହେର । ତାଙ୍କ ଜୀବନ କଥା କେବଳ ଏକ ଘଟଣା ନୁହେଁ, ଏହା ଆମ ସମାଜର କଠୋର ସତ୍ୟକୁ ଆଇନା ଦେଖାଏ । ପ୍ରେମସିଲା ଛୋଟବେଳୁ ଜୀବନର ଅସହ୍ୟ ଦୁଃଖର ସ୍ଵାଦ ନେଇଛନ୍ତି । ବୟସ ହେବା ପୂର୍ବରୁ ବାପା ମାଆଙ୍କୁ ହାରାଇ ସେ ଏକାକୀ ଜୀବନରେ ପଡ଼ିଗଲେ । ଯେଉଁ ବୟସରେ ଶିଶୁମାନେ ସ୍ନେହ ଓ ସୁରକ୍ଷା ଚାହାଁନ୍ତି, ସେଠାରେ ପ୍ରେମସିଲା ପାଇଁ ଥିଲା କେବଳ ଅନିଶ୍ଚିତତା ଓ ଦୁଃଖର ଅନ୍ଧକାର। ସେଦିନଠାରୁ ସେ ଘରେ ଘରେ ମାଗି ଖାଇ ଜୀବନ କାଟୁଛନ୍ତି ।ମୁଠେ ଭାତ ପାଇଁ ତାଙ୍କର ସଂଘର୍ଷ ଆଜିପର୍ଯ୍ୟନ୍ତ ଚାଲିଛି । କିନ୍ତୁ ଭାଗ୍ୟ ଏଠାରେ ମଧ୍ୟ…

Read More

ବୁଗୁଡ଼ା,୪/୪:(ଜନବାଣୀ ବ୍ୟୁରୋ):ଜାତୀୟ ଶିକ୍ଷାନୀତି-୨୦୨୦ ଅଧୀନରେ ଶିଶୁବାଟିକାରେ ନାମଲେଖା ଆରମ୍ଭ ହୋଇଛି। ଶିକ୍ଷକ ଓ ବିଭାଗୀୟ ଅଧିକାରୀମାନେ ଘରକୁ ଘର ବୁଲି ଅଭିଭାବକଙ୍କୁ ସଚେତନ କରିବା ସହ ନାମଲେଖା ପାଇଁ ଉତ୍ସାହିତ କରୁଛନ୍ତି। ହେଲେ ବୁଗୁଡ଼ା ଏନ୍ଏସିରେ ଶିଶୁ ବିକାଶ ଯୋଜନା ଯେମିତି ବାଟବଣା ହୋଇଯାଇଥିବା ମନେ ହେଉଛି। ଶିଶୁଙ୍କୁ ପ୍ରାକ୍ ଶିକ୍ଷାଦାନ ପାଇଁ ଏନ୍ଏସିରେ ମୋଟ୍ ୧୮ଟି ଅଙ୍ଗନବାଡ଼ି କେନ୍ଦ୍ର ଥିବା ବେଳେ ୧୧ଟି କେନ୍ଦ୍ର ଅସ୍ଥାୟୀ ଘରେ ଚାଲିଛି। ୮ଟି କେନ୍ଦ୍ରର ନିଜସ୍ବ ଗୃହ ନଥିବା ବେଳେ ୩ଟି କେନ୍ଦ୍ରର ନୂଆ କୋଠା ଛିଡ଼ା ହୋଇଥିଲେ ହେଁ, ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ନଥିବାରୁ ତାହା ବି କାମରେ ଲାଗୁନି। ୧୧ଟି କେନ୍ଦ୍ର ଭଡ଼ାଘର, ଗ୍ରାମ କୋଠଘର ଓ ସ୍କୁଲ କୋଠାରେ ଚାଲିଛି। ଶିଶୁଙ୍କ ପ୍ରାକ୍ ଶିକ୍ଷା ସହ ଖାଦ୍ୟ ସାମଗ୍ରୀ ରଖିବା, ଖାଦ୍ୟ ପ୍ରସ୍ତୁତି ଓ ଶିଶୁଙ୍କ ଖେଳକୁଦରେ ସମସ୍ୟା ଦେଖାଦେଇଛି। ସମ୍ପ୍ରତି ଏନ୍ଏସିର କାଞ୍ଜିଆପଲ୍ଲୀ, ମୋତିସାହି, ବ୍ଲକ କଲୋନି,…

Read More

ନୂଆପଡ଼ା, ୦୩/୦୪:(ପରମେଶ୍ୱର ମେହେର ):ନୂଆପଡ଼ା ଜିଲ୍ଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପର୍ବ “ମାରାଗୁଡା ଲୋକମହୋତ୍ସବ–୨୦୨୬”ର ତୃତୀୟ ସନ୍ଧ୍ୟା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ନେସନାଲ ମହାବିଦ୍ୟାଳୟ, ନୂଆପଡ଼ାରେ ଆୟୋଜିତ ଆଲୋଚନା ଚକ୍ରରେ ବିଭିନ୍ନ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ସଂସ୍କୃତି, ଭାଷା ଓ ସମାଜ ବିଷୟରେ ମତାମତ ରଖିଥିଲେ।ସନ୍ଧ୍ୟାରେ ସାଂସ୍କୃତିକ ସଭା ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଭକ୍ତ ଚରଣ ଦାସ, ମାନ୍ୟବର ଅଧ୍ୟକ୍ଷ, ପ୍ରଦେଶ କଂଗ୍ରେସ କମିଟି, ଓଡ଼ିଶା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯୋଗଦେଇଥିଲେ।ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ସମୀର କୁମାର ସାହୁ, ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ), ନୂଆପଡ଼ା, ପୁଷ୍ପାଞ୍ଜଳି ନନ୍ଦ, ଅଧ୍ୟକ୍ଷା, ପଞ୍ଚାୟତ ସମିତି, ଖଡ଼ିଆଳ, ଉତ୍କଳ ଗୁପ୍ତା, ଅଧ୍ୟକ୍ଷ, ବିଜ୍ଞାପିତ ଅଞ୍ଚଳ ପରିଷଦ, ଖଡ଼ିଆଳ, ମୁରଲୀଧର ଭୋଇ, ସଭ୍ୟ, ଜିଲ୍ଲା ପରିଷଦ, ନୂଆପଡ଼ା, ତନୟା ଶବର, ସଭ୍ୟା, ଜିଲ୍ଲା ପରିଷଦ, ନୂଆପଡ଼ା, ଭରତଲାଲ ରାଉତ, ସଭ୍ୟ, ଜିଲ୍ଲା ପରିଷଦ, ନୂଆପଡ଼ା ଏବଂ…

Read More

ନୂଆପଡା,ସିନାପାଲି,୦୩/୦୪: (ପରମେଶ୍ୱର ମେହେର ):ଶ୍ରୀ ମାଁ ବେଳାରାଣୀ ଉତ୍ସବ କମିଟି, ମିଡିଆ ପ୍ରଭାରୀ ) ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡା ଗ୍ରାମ ପଞ୍ଚାୟତ ସ୍ତରୀୟ ଶ୍ରୀ ମାଁ ବେଳାରାଣୀ ଯାତ୍ରା ମହୋତ୍ସବ ଅପ୍ରେଲ ୪,୫,୬ ତାରିଖ ତିନିଦିନ ବ୍ଯାପି ଆୟୋଜିତ ହେବ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି । ଅଞ୍ଚଳବାସୀ ଜାଣିଛନ୍ତି ଦିର୍ଘବର୍ଷରୁ ଚଟିଆଗୁଡା ଝରିଆବଣରେ ଆସ୍ଥାନ ନିର୍ମାଣ କରି ପ୍ରତକ୍ଷ୍ଯ ଦେବୀ ଶ୍ରୀ ମାଁ ବେଳାରାଣୀଙ୍କ ପୂଜାର୍ଚ୍ଚନା କରାଯାଉଛି । ଉକ୍ତ ଶକ୍ତିପୀଠରେ ପ୍ରତିବର୍ଷ କୃଷିଭିତ୍ତିକ ଯାତ୍ରା ବିହନଛିନା ଯାତ୍ରା ମହାସମାରୋହରେ ସଫଳ ଭାବେ ଆୟୋଜିତ ହୋଇଥାଏ । ଏହି ଯାତ୍ରାରେ ଚଟିଆଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲପଡା, ସାଗୁନଭାଡି ଓ ଚଟିଆଗୁଡା ଗ୍ରାମବାସୀଙ୍କ ସମେତ ଅଞ୍ଚଳବାସୀ ପ୍ରତକ୍ଷ୍ଯ ଭାବେ ଯୋଗଦାନ କରିଥାନ୍ତି। ଶତାଧିକ ଭକ୍ତଗଣ ଏଠାରେ ଉପସ୍ଥିତ ହୋଇ ମାଁଙ୍କ ଆଶୀର୍ବାଦ ଲାଭ କରିଥାନ୍ତି । ସେହିଦିନ ରାତ୍ରୀରେ ସାଂସ୍କୃତିକ କାର୍ଯ୍ୟକ୍ରମ…

Read More

ଫୁଲବାଣୀ,୩/୪:(ସୁନୀଲ ପଟ୍ଟନାୟକ)ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘ଓଡ଼ିଆ ପକ୍ଷ ୨୦୨୬’ ଅବସରରେ କନ୍ଧମାଳ ଜିଲ୍ଲାରେ ‘ଆମ ପୋଷାକ ଆମ ପରିଚୟ’ କାର୍ଯ୍ୟକ୍ରମ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏପ୍ରିଲ ୧ ରୁ ୧୪ ପର୍ଯ୍ୟନ୍ତ ଚାଲୁଥିବା ଏହି ୧୪ ଦିନିଆ ସାଂସ୍କୃତିକ ମହାକୁମ୍ଭରେ ଆଜି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ପାରମ୍ପରିକ ଓଡ଼ିଆ ପୋଷାକର ଝଲକ ଦେଖିବାକୁ ମିଳିଛି। ଆଜି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ, ଅତିରିକ୍ତ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାୟକ, ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗଦାଧର ପାତ୍ର,ଙ୍କ ସମେତ ଜିଲ୍ଲାପାଳ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଓଡ଼ିଆ ପାରମ୍ପରିକ ହସ୍ତତନ୍ତ ପୋଷାକ ଓ ସମ୍ବଲ ପୁରୀ…

Read More

ବ୍ରହ୍ମପୁର,୩/୪:(ନିଗମାନନ୍ଦ ପଣ୍ଡା): ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ର ଉଦଯାପନୀ ଦିବସରେ ସକାଳେ ଏକ ୟୋଗା ଶିବିର ସହ ଯୁମ୍ୱା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ପରେ “ସ୍ୱଚ୍ଛ ଭାରତ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଦୁଇଟି ସତ୍ର ହେବା ପରେ ଶେଷ ଉଦଯାପନୀ ସତ୍ରରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ସତପଥୀ, ରାଜ୍ୟ ଉପସଭାପତି ଅଶୋକ ମିଶ୍ର, ଓଡ଼ିଶା ସରକାରଙ୍କ ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତା ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାରୁ ବଡ଼ କୈାଣସି ରାଜନୈତିକ ଲକ୍ଷ ନାହିଁ, ରାଷ୍ଟ୍ର ସର୍ବ ପ୍ରଥମ, ବ୍ୟକ୍ତି ଓ ସମାଜ ତାପରେ, ସମାଜ ସେତେବେଳେ ସଶକ୍ତ ହେବ,…

Read More

ଓଡ଼ଗାଁ,୩/୦୪:(କୁମୁଦ ଚନ୍ଦ୍ର ବେହେରା):ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରାର ୩ୟ ସନ୍ଧ୍ୟାରେ ପାରମ୍ପାରିକ ଲୋକକଳା ଓ ସଂସ୍କୃତିର ପ୍ରଚାରକ ଇଂ ଲଡୁ କିଶୋର ପଢ଼ିଆରୀ, ତାଙ୍କ ସ୍ତ୍ରୀ ଜୟନ୍ତୀ ପଢ଼ିଆରୀ ଏବଂ ତାଙ୍କ ସାଥୀଙ୍କ ଦ୍ଵାରା ପରିବେଷିତ ହୋଇଥିବା ଲୋକନୃତ୍ୟ ଘଟ କଳସୀ, ଦାସକାଠି, ଘୁଡୁକୀ, ବୀଣାକାର, ମହିଷାମର୍ଦ୍ଦିନୀ, ଆରତୀ ଏବଂ ମେରେକେଣ୍ଡା ଦର୍ଶକ ମାନଙ୍କୁ ବେଶ୍ ଆକର୍ଷିତ କରିଥିଲା। ଭିକାରୀ ଚରଣ ମିଶ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇଙ୍କ ଦ୍ଵାରା ଲଡୁ କିଶୋର ଏବଂ ତାଙ୍କ ସାଥୀଙ୍କୁ ଉପଢୌକନ ଓ ପ୍ରମାଣପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଆଦିପୁରରେ ୧୯୫୨ ମସିହାରେ ଜନ୍ମଗ୍ରହଣ କରିଥିବା ଲଡୁ କିଶୋର ଯୁବକ ଅବସ୍ଥାରେ ଗଞ୍ଜାମ ଜିଲ୍ଲାର ପାରମ୍ପାରିକ ଲୋକକଳା ଓ ସଂସ୍କୃତି ପ୍ରତି ଆକର୍ଷିତ ହୋଇଥିଲେ। ପରେ ଏହାର ପ୍ରଚାର ପ୍ରସାର ପାଇଁ ଲାଗି ପଡ଼ିଲେ। ଗୋଟିଏ…

Read More

ବାଲିଗୁଡା,୦୩/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): ରୋଗୀ ସେବା ପାଇଁ ବ୍ୟବହୃତ ହେଉଥିବା ଆମ୍ବୁଲାନ୍ସ ମାଧ୍ୟମରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଏକ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ପଟୁ ଭଞ୍ଜନଗର ଅଭିମୁଖେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଟିକାବାଲି ଥାନା ଅଧିକାରୀ ସମୀର କୁମାର ବେହେରା କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ଏହାକୁ ଭିତ୍ତି କରି ପୋଲିସ ଟିମ୍ ଗାଡ଼ିଟିକୁ ପିଛା କରିଥିଲା। ତେଙ୍ଗେଡାପଥର ନିକଟସ୍ଥ ସିଙ୍ଗାପୁଳି ବ୍ରିଜ ପାଖରେ ଆମ୍ବୁଲାନ୍ସକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୬୨ କିଲୋ ୩୩୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ ବିଡାନାସୀ ନୂଆଁସାହି ଅଞ୍ଚଳର କୈଳାସ…

Read More

ଫୁଲବାଣୀ,୩/୪(ସୁନୀଲ ପଟ୍ଟନାୟକ):ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଙ୍କୁ ସରକାର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଥିବା ରୁ ବିଜେପି ନେତା,କର୍ମୀ ଓ ଜିଲ୍ଲାବାସୀ ବିଶେଷ ଖୁସି ଅନୁଭବ କରିବା ସହ ଶୁକ୍ରବାର ଅପରାହ୍ନରେ ନବ ନିଯୁକ୍ତ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଉମା ଚରଣ ମଲ୍ଲିକ ଙ୍କୁ ଶତାଧିକ ବିଜେପି ନେତା କର୍ମୀ, ସମର୍ଥକ ସହରବାସୀ ମିଶି ବାଜା ବଜାଇ ବlଣ ଫୁଟାଇ ଏକ ଶୋଭାଯାତ୍ରା ରେ ସହର ମୁଖ୍ୟ ରାସ୍ତା ରେ ଆସି ଗାନ୍ଧୀ ସ୍ମୃତି ଭବନ ରେ ପହଞ୍ଚିବା ପରେ ବହୁ ବିଜେପି ନେତା, କର୍ମୀ, ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା, ବ୍ୟକ୍ତି ବିଶେଷ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ବିଜେପି ରାଜ୍ୟ ସମ୍ପାଦକ ତଥା ଓକିଲ ସଂଘ ସଭାପତି ଭଗବାନ ମହାନ୍ତି, ବିଜେପି ନେତା ପରେଶ୍ ମହାପାତ୍ର, ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମlଝି, ବିଜେପି ନେତା ଅଜିତ ପଟନାୟକ, ରମେଶ ମହାନ୍ତି, ଯୁବ…

Read More