ପୁରୁଷୋତ୍ତମପୁର,୨୦।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଦୀର୍ଘବର୍ଷର ପରମ୍ପରା, ଅତୁଟ ଧାର୍ମିକ ବିଶ୍ୱାସ ଓ ସାଂସ୍କୃତିକ ଐତିହ୍ୟକୁ ନେଇ ପୁରୁଷୋତ୍ତମପୁରର ବହୁ ପୁରାତନ ମେଢ଼ରେ ଆରାଧ୍ୟା ଦେବୀ ମା’ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେଉଛି। ପାରମ୍ପରିକ ରୀତିନୀତି ଓ ବିଧିବିଧାନ ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମ ପୁର ଅଞ୍ଚଳର ପୋଷ୍ଟଅଫିସ ସାହିରେ ଦୀର୍ଘ ୫୦ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ସାହି ବାସିନ୍ଦାମାନେ ପୂଜା କରି ଆସୁଛନ୍ତି l ସେହିପରି ଏହି ବ୍ଲକ ଅନ୍ତର୍ଗତ ସମା ଗ୍ରାମର ଗ୍ରାମ୍ୟ ଦେଵୀ ଯୁବ ସଂସଦ ର ଯୁବକମାନଙ୍କ ଆନୁକୂଲ୍ୟରେ ୫୨ବର୍ଷ ହେଲା ଦୁର୍ଗା ପୂଜା ହେଉଛି ବିଗତ ଦିନରେ ଏହି ମେଢ଼ ତାର ସୁବର୍ଣ୍ଣ ଜୟନ୍ତୀ ପଲିଥିଲା l ଏବଂ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ୫୦୦୦୦ ଟଙ୍କା ର ଅର୍ଥରାଶି ପୁରସ୍କାର ପାଇଥିଲା l ଗ୍ରାମର ଏହି ମେଢ଼ ଟିକୁ ଦେଖିବା ପାଈଁ ଶହଶହ ଲୋକ ଦର୍ଶନଃ କରିବା ପାଇଁ…
Author: Janabani News
ବୋଲଗଡ଼,୨୦।୧୦(ସୁଶାନ୍ତ କୁମାର ପ୍ରଧାନ):ଆଜି ଦଶହରା। ବିଜୟା ଦଶମୀ। ପୁରପଲ୍ଲୀର ମାଟି ଘର ଠାରୁ ସହରର କାଚ ଦୋକାନ ଯାଏଁ ଗୋଟିଏ ଚଞ୍ଚଳତା। ଗାଁ ମୁଣ୍ଡର ବରଗଛ ମୂଳେ ମା’ ଦଶଭୁଜା ସୁନା ମୁକୁଟ ପିନ୍ଧି ହସୁଛନ୍ତି, ସହରର ବଜାରରେ ଆଲୋକ ମାଳାରେ ସଜ ମଣ୍ଡପରେ ବି ସେହି ହସ। ପ୍ରତି ଘର ଦୁଆରେ ଚୂନ ପଡିଛି, ପ୍ରତି ଦୋକାନରେ ନୂଆ ପଟା ଲାଗିଛି। ଚାଷୀ ନିଜ ଲଙ୍ଗଳକୁ ଧୋଇ ସିନ୍ଦୂର ଲଗାଇଛି, ଦୋକାନୀ ନିଜ ବାକି ଖାତାକୁ ବନ୍ଦ କରି ମା’ଙ୍କୁ ମୁଣ୍ଡିଆ ମାରିଛି। ସମସ୍ତେ ଗୋଟିଏ ଆଶୀର୍ବାଦ ମାଗୁଛନ୍ତି – “ମା’ ଭଲରେ ରଖ”।କିନ୍ତୁ ଏହି ସଜବାଜ ଭିତରେ ପଚାରିବାର ଅଛି ଆମେ ଘର ତ ସଜାଇଲୁ, ମନ ସଜାଇଲୁ ତ ?ମା’ଙ୍କର ଦଶ ହାତ କେବଳ ଅସ୍ତ୍ର ଧରିବା ପାଇଁ ନୁହେଁ, ଦଶ ଦିଗକୁ ସାହାଯ୍ୟର ହାତ ବଢାଇବା ପାଇଁ। ସେ ଶିଖାନ୍ତି ଗୋଟିଏ ହାତ ଶିକ୍ଷା ଦିଅ,…
ବୋଲଗଡ଼,୧୯।୧୦(ସୁଶାନ୍ତ କୁମାର ପ୍ରଧାନ):ବିଜୟା ଦଶମୀ ସକାଳୁ ଗାଁ ଦାଣ୍ଡରେ ସମସ୍ତେ ଆକାଶ ଆଡ଼କୁ ଚାହିଁ ରୁହନ୍ତି, କେବଳ ଗୋଟିଏ ପକ୍ଷୀକୁ ଦେଖିବା ପାଇଁ ସେ ହେଉଛି ଭଦଭଦଳିଆ ବା ନୀଳକଣ୍ଠ। ଲୋକ ବିଶ୍ୱାସ, ଦଶହରାରେ ଏହାକୁ ଦେଖିଲେ ବର୍ଷ ସାରା ଶୁଭ ଫଳ ମିଳେ। ପୌରାଣିକ ମତରେ ରାମ ରାବଣକୁ ବଧ ପୂର୍ବରୁ ନୀଳକଣ୍ଠ ଦର୍ଶନ କରି ବିଜୟ ପାଇଥିଲେ। ଏହା ଶିବଙ୍କ ପ୍ରତୀକ, ଏହାକୁ ଦେଖିଲେ ପାପ ନାଶ ହୁଏ ବୋଲି ମାନ୍ୟତା। କିନ୍ତୁ ଆମ ପୂର୍ବପୁରୁଷଙ୍କ ଅସଲ ଜ୍ଞାନ ଥିଲା ଅଲଗା। ଏହି ପକ୍ଷୀ କ୍ଷେତର ପୋକ ଖାଇ ଚାଷକୁ ରକ୍ଷା କରେ। ତେଣୁ ତାକୁ ମାରିବା ନୁହେଁ, ପୂଜା କରିବାକୁ ଶିଖାଇଲେ। ବିଶ୍ୱାସ ବାହାନାରେ ପ୍ରକୃତି ସୁରକ୍ଷାର ଶିକ୍ଷା ଦେଲେ।ଆଜି ଆମେ ପକ୍ଷୀ ଦେଖିବାକୁ ଚାହୁଁଛୁ, ହେଲେ ଗଛ କାଟି ବସା ଭାଙ୍ଗୁଛୁ, ବିଷ ପକାଇ ତା’ର ଖାଦ୍ୟ ମାରୁଛୁ। ପକ୍ଷୀ ରହିବ କେଉଁଠି ? କେବଳ…
ହିଞ୍ଜିଳିକାଟୁ,୨୦।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ପୁରୁଷୋତ୍ତମପୁର ବ୍ଳକ ସହିତ ଗଞ୍ଜାମ ଜିଲ୍ଲାର ଅନ୍ୟ ଏକ ତନ୍ତ୍ର ପୀଠ ଦକ୍ଷିଣ କାଳୀଙ୍କ ପୀଠରେ ସରିଲା ଷୋଡଶ ଉପଚାର ପୂଜା | ଦୀର୍ଘ ୧୬ ଦିନ ପୂର୍ବରୁ ଆଶ୍ୱିନ କୃଷ୍ଣ ପକ୍ଷ ମୂଳାଷ୍ଟମୀ ଠାରୁ ଆଶ୍ୱିନ ଶୁକ୍ଳ ମହାଷ୍ଟମୀ ପର୍ଯ୍ୟନ୍ତ ପାର୍ବଣ ଋତୁରେ ଏକ ଭକ୍ତି ପୂର୍ଣ୍ଣ ପରିବେଶ ରେ ଆରମ୍ଭ ହୋଇଥିଲା ଦକ୍ଷିଣ କାଳୀଙ୍କ ଷୋଡଶ ଉପଚାର ପୂଜା |ପ୍ରତିଦିନ ପୁରୋହିତ ସୁଧାଂଶୁ ଶେଖର ମିଶ୍ର ଙ୍କ ଚଣ୍ଡୀପାଠରେ ମାଆଙ୍କୁ ସନ୍ତୁଷ୍ଟ କରିବା ସହ ଜଗତର ମଙ୍ଗଳ ପାଈଁ ହୋଇଥାଏ ଚଣ୍ଡୀପାଠ |ଏଠାରେ ଏହା ଦୁଇଥର ହୋଇଥାଏ |ସକାଳ ଆଠ ଘଣ୍ଟରୁ ଆରମ୍ଭ ହୋଈ ସନ୍ଧ୍ୟରେ ମାଆଙ୍କ ଅର୍ଣ୍ଣ ଭୋଗ ହୋଇଥାଏ |ପୁଣି ରାତ୍ର ୧୦ ଘଣ୍ଟରୁ ଆରମ୍ଭ ହୋଈ ପ୍ରାତ ୪ ଘଣ୍ଟ ରେ ପୂଜା ସହିତ ଚଣ୍ଡୀପାଠ ଓ ଭୋଗ ହୋଇଥାଏ | ଆଜିହୋଉଛି ସମାପନ ଦିବସ | ବହୁଭକ୍ତ ଏଠାରେ ଉପସ୍ଥିତ…
ଭୁବନେଶ୍ୱର,୧୯।୧୦(କିଶନ ଶର୍ମା):ଚଳିତ ମାସ ଗତ 11 ତାରିଖ ଭୁବନେଶ୍ୱରର ହୋଟେଲ ମେଫେୟାର ଠାରେ ନେସନାଲ ଏକାଡେମୀ ଅଫ ସାକ୍ଷରତା ମିଶନ ତରଫରୁ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା ର ନୂଆପଡା ନିବାସୀ ସ୍ବର୍ଗତ ଶିବଶଙ୍କର ଦାସ ଓ ରୀତାଞ୍ଜଳି ଦାସଙ୍କ ଏକ ମାତ୍ର କନ୍ୟା ଡଃ ଅଭିଷିକ୍ତl ଦାସ ଙ୍କୁ ସମ୍ମାନ ଜନକ ଓଡିଶା ଗୌରବ ଜାତୀୟ ସନ୍ନମାନ 2026 ପ୍ରଦାନ କରାଯାଇଛି l ଶ୍ରୀମତୀ ଦାସ ଜଣେ ଦକ୍ଷ ଦାନ୍ତ ରୋଗ ବିଶେଷଜ୍ଞ ତଥା ସମାଜସେବି ମଧ୍ୟ ଜ଼ିଲ୍ଲାର ଦୁର୍ଗମ ଅଞ୍ଚଳରେ ବିଭିନ୍ନ ସମୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ସବୁ ଆୟୋଜନ କରି ଲୋକଙ୍କ ସେବା କରିଆସୁଛନ୍ତି l ତାସହ ବିଭିନ୍ନ ସମୟରେ ଶୀତ ବସ୍ତ୍ର ବାଣ୍ଟିବ ଛତା ବାଣ୍ଟିବା ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ପରି ଜନସେବା କାର୍ଯ୍ୟକ୍ରମ ସବୁ କରିଆସୁଛନ୍ତି l ଶ୍ରୀମତୀ ଦାସ ଏହି ସମ୍ମାନ ପାଇଲା ପରେ ଜ଼ିଲ୍ଲାରେ…
ପୁରୁଷୋତ୍ତମପୁର,୧୯।୧୦(ଶୁଭଙ୍କରୀ ଦାଶ):ସରସ୍ବତୀ ଶିଶୁ ମନ୍ଦିର ପରିସରରେ ମହାସମାରୋହ ରେ ପାଳିତ ହୋଇଯାଇଛି |ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ଜଗବନ୍ଧୁ ଦଳାଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା ସଦସ୍ୟା ଶ୍ରୀମତୀ ସନ୍ଧ୍ୟାରାଣୀ ସାହୁ ଓ ଶ୍ରୀମତୀ କେ. ମୋନାଲିଶା ଏବଂ ପୂର୍ବତନ କୋଷାଧ୍ଯକ ଶ୍ରୀଯୁକ୍ତ ରାଜକିଶୋର ସାସମଲ ଉପସ୍ଥିତ ରହିଥିଲେ |ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ କହିଥିଲେ ।ଗୁରୁଜୀ ଓ ଗୁରୁମା ନିଜନିଜ ର ପରିଚୟ ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମ କୁ ଶ୍ରୀମତୀ ତ୍ରିପୁରା କୁମାରୀ ପାତ୍ର ପରିଚାଳନା କରିଥିଲେ | ଶ୍ରୀମତୀ ପ୍ରମୋଦିନୀ ସାହୁ ଅତିଥ୍ଙ୍କ ପରିଚୟ ପ୍ରଦାନ କରିଥିଲେ | ଅଭିଭାବକ ଓ ଅଭିଭାବିକା ଶିଶୁଙ୍କ ସୁବିଧା ଅସୁବିଧା କଥା ଉପସ୍ଥାପନା କରିଥିଲେ |ସମ୍ପାଦକ ମହୋଦୟ ମଧ୍ଯ ଅନେକ ଉପାଦେୟ କଥା ଜଣାଇଥିଲେ ସଭାପତି ମହୋଦୟ ଅଭିଭାବକଙ୍କୁ ଶିଶୁଙ୍କ ଦାୟିତ୍ବ କିପରି ନିଆଯିବ ଯଦ୍ବାରା…
ଭଞ୍ଜନଗର,୧୯।୧୦(ନିଲୁ ବିଷୋୟୀ):ଭାଷା ଓ ଭାବକୁ ନେଇ ସଂପ୍ରତି ସ୍ଥିତିରେ ସାହିତ୍ୟ ସୃଷ୍ଟି କରିବା ଆବଶ୍ୟକ। ଭାଷା ବଞ୍ଚିଲେ ଆମ ପରିଚୟ ବଞ୍ଚିବ ଆଉ ଆମେ ଓଡିଆ ବୋଲି ଗର୍ବ କରି ପାରିବା ବୋଲି ଭଞ୍ଜନଗର ସମ୍ବାଦ ସାହିତ୍ୟ ଘରର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ। ସେହିପରି ଜୀବନରେ ୫ଟି ‘ମ’ ଅର୍ଥାତ ମାଟି ଓ ମାତୃଭାଷାକୁ ଭଲ ପାଇବା, ମୋବାଇଲ୍ର ଠିକ୍ ଉପଯୋଗ, ମଦ ଠାରୁ ଦୂରେଇ ରହିବା ଏବଂ ୫ଟି ‘ନ’ ନିରୋଗ, ନିରହଂକାରୀ, ନିରାଡମ୍ବର ଜୀବନଯାପନ, ନିଡର ହେବା ଓ ନିଶାମୁକ୍ତ ସମାଜ ଗଠନରେ ଭୂମିକା ନିର୍ବାହ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଉଦ୍ଘାଟକ ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ ଘୁୁମୁସର ମାଟିର ଗୌରବ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ଜୀବନୀ…
ବାଲିଗୁଡ଼ା,୧୯।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ମା’ଙ୍କ ଆରାଧନା, ଭକ୍ତିର ଭାବ ଓ ସାମୂହିକ ଏକତାର ମନୋରମ ପରିବେଶ ମଧ୍ୟରେ ବାଲିଗୁଡ଼ା ସହରର ନୂଆସାହି ଠାରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା ମହୋତ୍ସବ। ଅଞ୍ଚଳର ଆରାଧ୍ୟା ଦେବୀ ମା’ ଜୟ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ମା’ଙ୍କ ଦର୍ଶନ ସହ ପ୍ରସାଦ ସେବନ କରି ଭକ୍ତମାନେ ଆଧ୍ୟାତ୍ମିକ ଆନନ୍ଦ ଲାଭ କରିଥିଲେ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନୂଆସାହି ଗ୍ରାମ୍ୟ କମିଟି ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା ମହୋତ୍ସବ ଆୟୋଜନ କରାଯାଇଛି। ସପ୍ତମୀଠାରୁ ଆରମ୍ଭ ହୋଇଥିବା ମା’ଙ୍କ ଆରାଧନା ମହାଷ୍ଟମୀରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିବା ବେଳେ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଉତ୍ସବର ମାହୋଲକୁ ଅଧିକ ଭକ୍ତିମୟ କରିଥିଲା। ପୂଜା କେବଳ ଧାର୍ମିକ ପରମ୍ପରାରେ ସୀମିତ ନରହି ସାମାଜିକ ସଦ୍ଭାବ ଓ ଭାଇଚାରାର ନିଦର୍ଶନ ପାଲଟିଛି। ପୂଜା କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୧୮ ତାରିଖ ରବିବାର…
ବାଲିଗୁଡ଼ା,୧୮।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ହୀରକ ଜୟନ୍ତୀ ପାଳନ ଅବସରରେ ‘ଶାନ୍ତି ଏବଂ ବିକାଶ ପାଇଁ କ୍ରୀଡ଼ା-୨୦୨୬’ କାର୍ଯ୍ୟକ୍ରମ ଅନ୍ତର୍ଗତ କନ୍ଧମାଳ ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଜିଲ୍ଲା ପ୍ରଶାସନ, କନ୍ଧମାଳ ଏବଂ ୧୩୬ ବାଟାଲିୟନ୍ ବିଏସ୍ଏଫ୍ର ମିଳିତ ସହଯୋଗରେ ନଭେମ୍ବର ୪ ଓ ୫ ତାରିଖରେ ବାଲିଗୁଡ଼ା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ସ୍ତରରୁ ମନୋନୀତ ଦଳଗୁଡ଼ିକ ଅଂଶଗ୍ରହଣ କରିବେ। ନଭେମ୍ବର ୪ ତାରିଖ ସକାଳ ୯ଟାରେ ଉଦ୍ଘାଟନୀ ସମାରୋହ ଆୟୋଜିତ ହେବ। ଏହାପରେ ପ୍ରତିଯୋଗିତା ଆରମ୍ଭ ହେବ। ନଭେମ୍ବର ୫ ତାରିଖ ସକାଳ ୧୧ଟାରେ ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହେବ। କାର୍ଯ୍ୟସୂଚୀ ଅନୁଯାୟୀ, ଅଂଶଗ୍ରହଣକାରୀ ଦଳଗୁଡ଼ିକ ନଭେମ୍ବର ୩ ତାରିଖ ଅପରାହ୍ନ ୨ଟା ସୁଦ୍ଧା ନିଜ ନିଜ ବ୍ଲକ୍ ମୁଖ୍ୟାଳୟରୁ କାର୍ଯ୍ୟକ୍ରମ ସ୍ଥଳକୁ ପହଞ୍ଚିବେ। ପ୍ରତିଯୋଗିତା ଶେଷ ହେବା…
ପୁରୁଷୋତ୍ତମପୁର,୧୮।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ପାର୍ବଣ ଋତୁର ଆଗମନ ସାଙ୍ଗକୁ ଭକ୍ତି ଓ ଆଧ୍ୟାତ୍ମିକତାରେ ମୁଖରିତ ହୋଇଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ପୀଠ। ପବିତ୍ର ପରମ୍ପରା ଓ ଶାସ୍ତ୍ରୀୟ ବିଧିବିଧାନ ଅନୁଯାୟୀ ଗତ 14ଦିନ ତଳୁ ରୀତି ନୀତିରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପର୍ବ। ୧୬ ଦିନ ବ୍ୟାପୀ ଏହି ପୂଜାର୍ଚ୍ଚନାକୁ ନେଇ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଦର୍ଶନ ପାଇଁ ଭକ୍ତଙ୍କ ଆଗମନ ମଧ୍ୟ ବଢ଼ିବାରେ ଲାଗିଛି। ପରମ୍ପରା ଅନୁଯାୟୀ, ପୂଜାର ପ୍ରଥମ ଦିନରେ ସେବାୟତ ଓ ସେମାନଙ୍କ ପରିବାରବର୍ଗ ପବିତ୍ର ଋଷିକୂଲ୍ୟା ନଦୀକୂଳରେ ପୂଜାର୍ଚ୍ଚନା କରି ୧୦୮ ମାଠିଆ ସୁବାସିତ ଜଳ ସଂଗ୍ରହ କରିଥିଲେ। ପରେ ପାରମ୍ପରିକ ରୀତିନୀତି ଅନୁସରଣ କରି ୯୯୯ ପାହାଚ ଚଢ଼ି ରତ୍ନଗିରି ପାହାଡ଼ ଉପରେ ଥିବା ମା’ଙ୍କ ପୀଠରେ ପହଞ୍ଚିଥିଲେ। ମନ୍ଦିର ଗମ୍ଭୀରାରେ ବିରାଜମାନ ମା’ ତାରାତାରିଣୀଙ୍କ ଦୁଇ ଭଉଣୀଙ୍କ ଚଳନ୍ତି ପ୍ରତିମାକୁ ଗୋଟି ପହଣ୍ଡିରେ…
ବାଲିଗୁଡ଼ା,୧୮।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ଶାରଦୀୟ ନବରାତ୍ର ଉତ୍ସବକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବାଲିଗୁଡ଼ାର ଆରାଧ୍ୟ ଦେବୀ ମା’ ପାଟଖଣ୍ଡାଙ୍କ ପୀଠ। ଶ୍ରୀ ଶ୍ରୀ ଶ୍ରୀ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମନ୍ଦିର ପରିସରରେ ଚାଲିଥିବା ନବରାତ୍ର ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ଜାରି ରହିଛି। ରବିବାର ନବରାତ୍ରର ଅଷ୍ଟମ ଦିବସରେ ମା’ ଦୁର୍ଗା ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ପୀଠରେ ଭକ୍ତଙ୍କ ସମାଗମ ହୋଇଥିଲା। ନବରାତ୍ରର ପ୍ରତ୍ୟେକ ଦିନ ଦେବୀଙ୍କ ଭିନ୍ନ ଭିନ୍ନ ସ୍ୱରୂପର ଆରାଧନା କରାଯାଉଥିବା ବେଳେ ଅଷ୍ଟମ ଦିନର ମହାଗୌରୀ ବେଶ ଭକ୍ତଙ୍କ ମନରେ ବିଶେଷ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିଛି। ମନ୍ଦିର ପରିସରରେ ପୂଜାର୍ଚ୍ଚନା ଓ ଧାର୍ମିକ ବିଧିବିଧାନ ମଧ୍ୟରେ ଉତ୍ସବର ମାହୋଲ ଅଧିକ ଭକ୍ତିମୟ ହୋଇଉଠିଛି। ଅନ୍ୟପକ୍ଷରେ ମୃଣ୍ମୟୀ ଦେବୀଙ୍କ ମଣ୍ଡପରେ ମହାସପ୍ତମୀ ପୂଜା ଏବଂ ଶକ୍ତିପୀଠରେ ମହାଷ୍ଟମୀ ପୂଜା ବିଧି ଅନୁଯାୟୀ ସମ୍ପନ୍ନ ହୋଇଛି। ଚଳିତ ବର୍ଷ…
ବେଲଗୁଣ୍ଠା,୧୭।୧୦(ଶିବରାମ ଚୌଧୁରୀ):ସ୍ଥାନୀୟ କଂସାରି ସାହିରେ ଦୁର୍ଗାପୂଜା ଉପଲକ୍ଷେ ଧାର୍ମିକ ପରିବେଶ ମଧ୍ୟରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଥମେ ବେଲଗଛ ମୂଳରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ପରେ ବାସୁଦେବ ମନ୍ଦିର ନିକଟସ୍ଥ ପୋଖରୀରୁ ପୂଜା ନିମନ୍ତେ ପବିତ୍ର ଜଳ ଅଣାଯାଇ ନଗର ପରିକ୍ରମା କରାଯାଇଥିଲା। ଏହି ଧାର୍ମିକ ଶୋଭାଯାତ୍ରାରେ ସାହିବାସିନ୍ଦା ଓ ଭକ୍ତମାନେ ସାମିଲ ହୋଇଥିଲେ।ଏହି ପୂଜା କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ରବୀନ୍ଦ୍ର ନାଥ ପତି ଓ ତାଙ୍କ ସହଧର୍ମିଣୀ ଦାୟିତ୍ୱ ତୁଲାଇଥିଲେ। ଏହି ଅବସରରେ ନିତାଇ ଗୌରୀ ଆଶ୍ରମର ମହାରାଜ ରାଜେନ୍ଦ୍ର ପ୍ରସାଦ ଦାସଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରବଚନ ମାଧ୍ୟମରେ ସେ ଧର୍ମ, ଭକ୍ତି ଓ ଆଧ୍ୟାତ୍ମିକ ଜୀବନର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ସଭାପତି ସୁଶାନ୍ତ ମହାରଣାଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ହରେକୃଷ୍ଣ ସଙ୍କୀର୍ତ୍ତନ ମଣ୍ଡଳୀ ଓ କଂସାରି ସାହିବାସୀଙ୍କ ସହଯୋଗରେ ଅଧିବାସ କାର୍ଯ୍ୟକ୍ରମ ସୁଚାରୁରୂପେ ଆୟୋଜିତ ହୋଇଥିଲା।…