ଗଞ୍ଜାମ,୩୧/୦୫,(ହିମାଂଶୁ ଶେଖର ସାବତ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶନିବାର ‘ଋତୁସ୍ରାବ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଦିବସ’ ପାଳନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଏବଂ ‘ଆଇନ ସଚେତନତା’ ଆଦି ବିଷୟ ଗୁଡିକ ଉପରେ ଉପସ୍ଥିତ କିଶୋରୀ ବାଳିକା, ସ୍ଥାନୀୟ ଜନ ସାଧାରଣ ମାନଙ୍କୁ ସଚେତନ କରାଯାଇଥିଲା l ‘ସେବା’ ସମ୍ପାଦିକା ଅଳକା ସାହୁ, ମହିଳା ସଶକ୍ତିକରଣ ଅଧିକାରୀ ବବିତା ମହାରଣା,ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାରାଲିଗଲ ସ୍ବେଛାସେବୀ ଜ୍ୟୋସ୍ନା କୁମାରୀ ସାହୁ,ପାଳିବନ୍ଧ ପଞ୍ଚାୟତର ସମସ୍ତ ଅଙ୍ଗନୱାଡି କର୍ମୀ,ଏନଏଫଆଇ ର ସ୍ବେଛାସେବୀ,କିଶୋରୀ ବାଳିକା, ସ୍ଥାନୀୟ ମହିଳା ପ୍ରମୁଖ ଉପସ୍ଥିତ ରହିଥିଲେ l କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କ ଦ୍ୱାରା ‘ ମୁକ୍ତ ବାଲ୍ୟ ବିବାହ ଗଠନ ଗ୍ରାମ’ ଏବଂ ‘ଋତୁସ୍ରାବ ସ୍ୱାସ୍ଥ୍ୟ ତଥା ସ୍ୱଚ୍ଛତା’ ପାଇଁ ଏକ ଶପଥ ପାଠ କରାଯାଇଥିଲା l
Author: Janabani News
ବାଲିଗୁଡା,୩୧/୦୫,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ଆଜିଠୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ ଓ ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧୀକାରୀ ଶ୍ରୀମତୀ ପ୍ରଣୀତା ଙ୍କୁ ପରିଗଣନା ଫର୍ମ ପ୍ରଦାନ କରିଥିଲେ । ଉପ ଜିଲ୍ଲାପାଳ ତାକୁ ଗ୍ରହଣ କରିବା ସହିତ ବାଲିଗୁଡା ସହରର ବିଭିନ୍ନ ଅଞ୍ଚଳକୁ ଯାଇ ପରିଗଣନା ଫର୍ମ ବଣ୍ଟନ କରି ବିଏଲଓ ଏବଂ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ। ଉପ ଜିଲ୍ଲାପାଳ ଏସ ଆଇ ଆର ସମ୍ପର୍କିତ ପ୍ରତିକ୍ରିୟାରେ କହିଛନ୍ତି ଯେ, ଶନିବାର ଠାରୁ ଆରମ୍ଭ ହୋଇଥିବା ଜିଲ୍ଲାର ସମସ୍ତ ଅଞ୍ଚଳରେ ପରିଗଣନା ଫର୍ମ ବଣ୍ଟନ ଆସନ୍ତା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଅଭିଯାନରେ ବୁଥ୍ ସ୍ତରୀୟ ଅଧୂକାରୀ (ବିଏଲଓ) ମାନେ ପ୍ରତ୍ୟେକ ଘରକୁ ଯାଇ ଭୋଟରମାନଙ୍କୁ ପରିଗଣନା ଫର୍ମ ବାଣ୍ଟିବେ। ଏହି ଫର୍ମରେ ଭୋଟରଙ୍କ ପୁରୁଣା ତଥ୍ୟ ସହ ଏକ ନୂତନ ଫଟୋଗ୍ରାଫ୍ ଲଗାଇବା ପାଇଁ ସ୍ଥାନ ରହିଛି। ଭୋଟର…
ଚିକିଟି,୩୧/୦୫,(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକ ଅନ୍ତର୍ଗତ ଝାଟି ପଦର ପଞ୍ଚାୟତ ର ଝାଟି ପଦର ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟର ସୁନାମଧନ୍ୟ ବରିଷ୍ଠ, କର୍ମଷ୍ଠ ଶିକ୍ଷକ ବୃନ୍ଦାବନ ଚନ୍ଦ୍ର ପାଢ଼ୀ ଙ୍କ ଅବସର ଗ୍ରହଣ ଉପଲକ୍ଷେ ଏକ ଭାବବିହ୍ୱଳ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଚିକିଟି ଗଡ଼ ରତନେଇ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ତାଙ୍କର ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିକିଟି ବ୍ଲକ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ଶେରଗଡ଼ ବ୍ଲକ ଶିକ୍ଷାଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା, ଅବସର ପ୍ରାପ୍ତ ଏବିଇଓ ପ୍ରଭଞ୍ଜନ ପଣ୍ଡା, ନିଗମାନନ୍ଦ ପଣ୍ଡା, ସିମାଞ୍ଚଳ ପଣ୍ଡା, ବି ଆର ସିସି ତ୍ରିନାଥ ମଳିକ, ନାୟକ ସେଠି, ଅଶୋକ ମିଶ୍ର, ଦିଲୀପ ସାହୁ, ସତ୍ୟନାରାୟଣ ପାତ୍ର ଯୋଗଦେଇ ଶ୍ରୀପାଢ଼ୀ ଙ୍କ ଶିକ୍ଷା କ୍ଷେତ୍ରରେ ଅବଦାନକୁ…
ବୁଗୁଡା,୩୧/୦୫,(ଡ.କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଅହଲ୍ୟା ଦେବୀ ମହାବିଦ୍ୟାଳୟ ଠାରେ ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ପବିତ୍ର ପୁରୁଷୋତ୍ତମ ମାସ ଜ୍ୟେଷ୍ଠ ମଳ ପୁର୍ଣ୍ଣିମା ଅବସରରେ ୧୬୨ତମ ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ପ୍ରତିଷ୍ଠାନର ସଭାପତି ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି। ବରେଣ୍ୟ ଅତିଥି ଭାବେ କବି ପଦ୍ମ ଲୋଚନ ଗୌଡ, କବି ସୁରେଶ ଚନ୍ଦ୍ର ପାଢ଼ୀ, ବାଲିପଦର ହାଇସ୍କୁଲ ପ୍ରଧାନ ଶିକ୍ଷକ ଇ. ନିଳାଚଳ ପାତ୍ର, ଖରିଡା ମା’ସ୍ବପ୍ନଶ୍ବରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ,ଅଧ୍ଯାପିକା ଇତିଶ୍ରୀ ନାୟକ, ସମାଜସେବୀ ଖଲି ପରିଡା, ବ୍ରୁ୍ୂନ୍ଦାବନ ମହାନ୍ତି, ବଳରାମ ମହାରଣା ଯୋଗଦେଇ, ସାହିତ୍ୟିକ ମାନେ ମାଟି ମନସ୍କ ହେଲେ ଭାରତୀୟ ସଂସ୍କୃତିର ବିକାଶ…
ବାଲିଗୁଡା,୩୧/୦୫,(ସଞ୍ଜୟ କୁମାର ପାଣିଗ୍ରାହୀ):ଶ୍ରୀଜଗନ୍ନାଥ ପାଇକ ଖଣ୍ଡାୟତ କୁଳ ସମାଜ କନ୍ଧମାଳ ର ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ କୁଳ ସମାଜ ଗଠନ ପାଇଁ ପ୍ରଥମ ବୈଠକ ସ୍ଥାନୀୟ ମାଁ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣ ରେ ମୃତ୍ୟୁଞ୍ଜୟ ପ୍ରଧାନୀ ଙ୍କ ଆବାହନ କ୍ରମେ ଜିଲ୍ଳା ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରା ଙ୍କ ଉପସ୍ଥିତି ରେ କୁଳ ସମାଜ ର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଙ୍କ ଫୋଟ ଚିତ୍ରରେ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ l ବାଲିଗୁଡା ସହର ର ଶତାଧିକ ପାଇକ ଖଣ୍ଡାୟତ ଭାଇ ଙ୍କ ଉପସ୍ଥିତ ରେ ଆୟୋଜିତ ଉକ୍ତ ସଭାରେ ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରା ନିଜ ବକ୍ତବ୍ୟ ରେ ଯୁବଶକ୍ତି କୁ ସଂସ୍କାର ଶିକ୍ଷା, ନାରୀ ଶିକ୍ଷା,ପାରିବାରିକ ସର୍ଭେ ସମ୍ବନ୍ଧରେ ଆଲୋଚନା କରି ବୁଝାଇଥିଲେ । ଆଗାମୀ ଜୁନ୍ ୧୦ ତାରିଖ…
ରାୟଗଡ,୩୧/୦୫,(ଅମୂଲ୍ୟ ନିଶଙ୍କ):ମହାନ ଜନନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଦେଶର ବରପୁତ୍ର ଓ ସ୍ୱାଧୀନୋତ୍ତର ଓଡ଼ିଶାର ବିକାଶର ଅନନ୍ୟ ବିନ୍ଧାଣି ତଥା ଇଣ୍ଡୋନେସିଆ ର ବରପୁତ୍ର ବିଜୁ ପଟନାୟିକ ଙ୍କ ୨୯ତମ ତିରୋଧାନ ଦିବସ ରାୟଗଡ ବିଜୁ ଜନତା ଦଳ ପକ୍ଷରୁ ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ର କେ.ସିଂପୁର ଠାରେ ପାଳିତ ହୋଇଯାଇଛି lଏହି ଅବସରରେ ବିଜେଡିର ଜିଲ୍ଲା ଓ ବ୍ଲକ୍ ସ୍ତରର ଗଣ୍ୟମାନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଗମ୍ଭୀର ଓ ଗୌରବମୟ ଭାବେ ଅନୁଷ୍ଠିତ ହୋଇଥିଲା। ବିଜୁ ବାବୁଙ୍କ ଆଦର୍ଶ, ସାହସ ଓ ଉନ୍ନତିର ଦୃଷ୍ଟିକୋଣ ଆମକୁ ସଦା ପ୍ରେରଣା ଦେଇଆସୁଛି ବୋଲି ଆଜିର କାର୍ଯ୍ୟକ୍ରମ ରେ ଉପସ୍ଥିତ ବ୍ୟକ୍ତି ମନେ ମତ ରଖିଥିଲେ l ବିଜୁ ବାବୁ ଦେଖାଇଦେଇଥିବା ଆଦର୍ଶ ପଥରେ ଆଗେଇ ଯିବାକୁ ଆମେ ସଂକଳ୍ପବଦ୍ଧବୋଲି ଆଜିରକାର୍ଯ୍ୟକ୍ରମ ର ମୁଖ୍ୟଅତିଥି ପୂର୍ବତନ ମନ୍ତ୍ରୀ ତଥା ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା କହିଥିଲେ l ଆଜିର ଏହି…
ପୁରୁଷୋତ୍ତମପୁର,୩୧/୦୫, (ଶୁଭଙ୍କରୀ ଦାଶ):ପମ୍ପ ଡ୍ରାଇଭର ଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା ଓ ସଭା ଅନୁଷ୍ଠିତ | ପି ହେଚ ଡି ପମ୍ପ ହାଉସ ରେ ଓଇଯେସ ପମ୍ପ ଡ୍ରାଇଭର ଭାବେ ଦୀର୍ଘ ବର୍ଷ ହେଲା କାମ କରୁଥିବା ଗୋପାଳ ଦାସ ଆଜି ଅବସର ଗ୍ରହଣ କରିଛନ୍ତି | ତେଣୁ ତାଙ୍କୁ ପମ୍ପ ହାଉସ ପରିସର ରେ ଏକ ଅବସର କାଳିନ ସମ୍ବର୍ଦ୍ଧନା ଓ ସଭା ବିଭାଗର କନିଷ୍ଟା ଯନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ପଣ୍ଡାଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଈଥିଲା | ଏହି କାର୍ଯ୍ୟକ୍ରମ କୁ ବିଭାଗର ଓ ଇ ଯେ ସ କର୍ମଚାରୀ ଏନ ରାମଚନ୍ଦ୍ର ରେଡ଼ୀ ସମ୍ପାଦନା କରିଥିଲା ବେଳେ ବିଭାଗର କଣ୍ଟ୍ରାକ୍ଟର ବାଲକୃଷ୍ଣ ଦାଶ (ମୁନା ) ଓ ଅବସରପ୍ରାପ୍ତ କିରାଣୀ ଗୋପାଳ କୃଷ୍ଣ ଆଚାର୍ଯ୍ୟ ମଞ୍ଚାସିନ ଥିଲେ | ମଞ୍ଚାସିନ ଅତିଥି ମାନେ ଗୋପାଳ ଦାସ ଙ୍କ ସ୍ଵଭାଵ ଅତି ସରଳ ନିସ୍କ ପଟ ଓ ମାଆ ଜଗତ…
ଫୁଲବାଣୀ,୩୧/୦୫,(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ବସ ଷ୍ଟାଣ୍ଡ ନିକଟ ରେ ରାସ୍ତାର ଦୁଇ ପାର୍ଶ୍ୱ ରେଜବର ଦଖଲ କରି ଜଥିବା ଦୋକାନ ବଜାରକରିଥିବା ଦୋକାନ ଘର ଉଚ୍ଛେଦ କଲା ପ୍ରଶାସନl ଜବର ଦଖଲରେ ଥିବାରୁ ପୋଲିସ ଉପସ୍ଥିତି ରେ ତହସିଲଦାର ଜେ ସି ବି ଲଗାଇ ଭାଙ୍ଗି ଥିବା ଦେଖି ବାକୁ ମିଳିଛି l ବହୁ ବେକାର ଯୁବକ ଓ ଗରିବ ଲୋକ ଦୋକାନ କରି ସେମାନ ଙ୍କର ଗୁଜୁରାଣ ମେଣ୍ଟାଉ ଥିଲେ! ସରକାରଙ୍କର ନିର୍ଦେଶ ରେ ତହସିଲ ଉଛେଦ କରିଥିଲେ ମଧ୍ୟସେମାନଙ୍କୁ ଉଛେଦ ପୂର୍ବରୁ ଥଇଥାନ କରା ନ ଯିବା ନେଇ ସର୍ବସାଧାରଣରେ ଚର୍ଚ୍ଚା ଚାଲିଛିl ପରବର୍ତ୍ତୀ ସମୟରେ ସେମାନଙ୍କୁ ଦୋକାନ ଘର ଯୋଗାଇଦେବେ ବୋଲି କହିଛନ୍ତି ତହସିଲଦାର l
ଫୁଲବାଣୀ,୩୧/୦୫,(ସୁନୀଲ ପଟ୍ଟନାୟକ):କାଳ ବୈଶାଖୀ ବର୍ଷା ଓ ପବନ ରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସଦର ମହକୁମା ସମେତ ବ୍ଲକ ଅନ୍ତର୍ଗତ କେତେକ ପଂଚାୟତ କ୍ଷତି ଗ୍ରସ୍ତ ହୋଇଥିବା ଖବର ମିଳିଛି l ସଂଧ୍ୟାରେ ହଟlତ କଳା ହାଣ୍ଡିଆ ମେଘ ଆସି ପବନ, ବର୍ଷା,ବିଜୁଳି, ଘଡ ଘଡି ରେ ବ୍ୟାପକ କ୍ଷୟକ୍ଷତି ହୋଇଥଲା l ଗଛ ଉପୁଡ଼ି ପଡ଼ିବାସହ ବଡ ବଡ ଡାଳ ଭାଙ୍ଗି ପଡ଼ିବାଫଳରେ ରାସ୍ତା ଅବରୋଧ ହୋଇଥଲା l ସେହିପରି ଲୋକଙ୍କ ଘର ଦ୍ଵାର ଦୋକାନ ଘର ଉଡେଇ ନେଇଛି। କାଳ ବୈଶାଖୀ ର ତାଣ୍ଡବ ରେ ଅନେକ ଗରିବ ନିରୀହ ଆଦିବାସୀ ମାନଙ୍କ ଘର ଦ୍ଵାର ନାରଖାର ହୋଇଯାଇଛି।କାହାର ତ ଆଜବେଷ୍ଟ ତ କାହାର ଟିଣ ଦୂରକୁ ଉଡିଯାଇଛି। କାହାରତ ଘର ଉପରେ ଗଛ ପଡି କ୍ଷୟ କ୍ଷତି ହୋଇଛି। ଲୋକେଭୟରେ ରାତ୍ର ସାରା ଅନିଦ୍ରା ହୋଇ କିଏ କେଉଁଠି ଲୁଚିକି ରହିଥିଲେ। କେତେକ ଙ୍କ ଘରର…
ଫୁଲବାଣୀ,୩୧/୦୫,(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କନ୍ଧମାଳ ଜିଲ୍ଲା ର ଦାରିଙ୍ଗବାଡି, ଯାହାକୁ “ଓଡ଼ିଶାର କାଶ୍ମୀର” କୁହାଯାଏ, ତାର ପ୍ରଚାର ପ୍ରସାର ଓ ପର୍ଯ୍ୟଟକ ମାନଙ୍କ ଜାଣିବା ପାଇଁ ଏକ ପର୍ଯ୍ୟଟନ ୱେବସାଇଟ୍ ଆରମ୍ଭ କରାଯାଇଛି। ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ, *https://exploredaringbadi.com/* ନାମକ ଏହି ୱେବସାଇଟ୍ରେ ଦାରିଙ୍ଗବାଡି ସମ୍ପର୍କିତ ସମସ୍ତ ପର୍ଯ୍ୟଟନ ସୂଚନା ଉପଲବ୍ଧ କରାଯାଇଛି। ଏହି ପୋର୍ଟାଲ୍ ମାଧ୍ୟମରେ ପାଇନ୍ ଫରେଷ୍ଟ, ଜଳପ୍ରପାତ, କଫି ଗାର୍ଡେନ୍, ଭ୍ୟୁ ପଏଣ୍ଟ୍ ଓ ଅନ୍ୟାନ୍ୟ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିବ। ଏହାସହିତ ହୋଟେଲ୍, ରିସର୍ଟ୍, ହୋମ୍ଷ୍ଟେ ଓ ଯାତାୟାତ ସୁବିଧା ବିଷୟରେ ମଧ୍ୟ ପର୍ଯ୍ୟଟକମାନେ ସଂପୂର୍ଣ୍ଣ ତଥ୍ୟ ପାଇପାରିବେ। ଜିଲ୍ଲା ପ୍ରଶାସନର ଏହି ନୂତନ ପଦକ୍ଷେପ ଦାରିଙ୍ଗବାଡି ପର୍ଯ୍ୟଟନକୁ ଡିଜିଟାଲ୍ ମାଧ୍ୟମରେ ଆହୁରି ସହଜ ଓ ସୁଗମ କରିବା ସହିତ*ଡାରିଙ୍ଗବାଡି ପର୍ଯ୍ୟଟନ ପାଇଁ ଆଧିକାରିକ ୱେବସାଇଟ୍ ଆରମ୍ଭ* ଫୁଲବାଣୀ -୩୧/୦୫(ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା…
ଫୁଲବାଣୀ,୩୧/୦୫,(ସୁନୀଲ ପଟ୍ଟନାୟକ):ଶନିବାର ଫୁଲବାଣୀ ଲ୍ୟlମ୍ପସ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ସ୍ଥାନୀୟ ପଂଚାୟତ ଭବନ ସମ୍ମିଳନୀ କକ୍ଷ ରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ କନ୍ଧମାଳ ଜିଲ୍ଲା ପାଳ ବେଦ ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀର୍ଘ ୫୦ବର୍ଷ ଧରି ଫୁଲବାଣୀ ଲ୍ୟlମ୍ପସ କିପରି ଚାଷୀ ମାନଙ୍କୁ କମ ସୁଧରେ ଖରିଫ ଓ ରବି ଚାଷ ପାଇଁ ଋଣ ଓ ସାର ବିହନ ପ୍ରଦାନ କରି ସ୍ବାବଲମ୍ବୀ କରିଥିବା କହି ଭୂୟସୀ ପ୍ରଶଂସା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଡି ଆର୍ ସି ଏସ ସନ୍ତୋଷ କୁମାର ଦାସ, ଏ ଆର୍ ସି ଏସ ଲଳିତ କୁମାର ମାଝି, ଏ ଆର୍ ସି ଏସ ବାଲିଗୁଡ଼ା ସୁକାନ୍ତ କୁମାର ପାଢୀ, ଏ ଆର୍ ସି ଏସ ପାଣୁ ଚରଣ ସାହୁ, ସଭାପତି ବି ସି ସି ବି ବ୍ୟାଙ୍କ୍ ଅରୁଣ…
ଫୁଲବାଣୀ,୩୧/୦୫,(ସୁନିଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ପାଇକ ଖଣ୍ଡାୟତ ସମାଜ ଗଠନ ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ, ଶ୍ରୀ ଜଗହନ୍ନାଥ ପାଇକ ଖଣ୍ଡାୟତ କୁଳ ସମାଜ କନ୍ଧମାଳ ର ନିର୍ଦ୍ଦେଶ କ୍ରମେ ବାଲିଗୁଡା ରେ କୁଳ ସମାଜ ଗଠନ ପାଇଁ ପ୍ରଥମ ବୈଠକ ମୃତ୍ୟୁଞ୍ଜୟ ପ୍ରଧାନୀ ଙ୍କ ଆବାହନ କ୍ରମେ ଜିଲ୍ଳା ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରା ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଛି, ସ୍ଥାନୀୟ ମାଁ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ଏହି ବୈଠକରେ ବାଲିଗୁଡା ସହର ର ପାଇକ ଖଣ୍ଡାୟତ ଭାଇ ବନ୍ଧୁ ଅଂଶ ଗ୍ରହଣ କରିଥିଲେ, ସଭାକାର୍ଯ୍ୟ ପ୍ରାରମ୍ଭ ରେ ନିଜ କୁଳ ସମାଜ ର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ ପରେ ବୈଠକ କୁ ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ l ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରା ଉକ୍ତ ବୈଠକ…