ବୁଗୁଡା,୩୧/୦୫,(ଡ.କୁମୁଦ ଚନ୍ଦ୍ର ବେହେରା):ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧୁକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ୨ଟି ବିଦ୍ୟାଳୟର୨ ଜଣ ଶିକ୍ଷକ ଏବଂ ଏବିଇଓ ଅବସର ଗ୍ରହଣ କରିଛନ୍ତି। ସେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମ ବିଇଓ ଚିନ୍ମୟ ମହାପାତ୍ରଙ୍କ ତତ୍ତ୍ଵାବଧାନରେଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରତାପ କୁମାର ଖାଡ଼ଙ୍ଗା ଓଉପସଭାପତି କାଳୀ ଚରଣ ଆଚାର୍ଯ୍ୟ ଏନପିଏସ ଶିକ୍ଷକ ସଂଘ ସଭାପତି ପିତାମ୍ବର ଗୌଡ, ଭାରପ୍ରାପ୍ତ ଏବିଇଓକୃଷ୍ଣଚନ୍ଦ୍ର ବେହେରା ଓ ରବିନ୍ଦ୍ର କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅବସର ଗ୍ରହଣ କରିଥିବା ଏବିଇଓ ଅମିତା କୁମାରୀ ପାଢୀ ଓ ବଣପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବାପୁଜୀ ପରିଡ଼ା, ମକରାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରାକାର ନାୟକଙ୍କୁ ଫାଇନାଲ ପେନସନଅର୍ଡର ସହ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
Author: Janabani News
ଫୁଲବାଣୀ,୩୧/୦୫,(ସୁନୀଲ ପଟନାୟକ):କନ୍ଧମାଳର ବରିଷ୍ଟ ସାହିତ୍ୟିକ, ସଂଗଠକ ଓ ମଞ୍ଚ ସଂଚାଳକ ଶ୍ରୀ କୈଳାସ ଚନ୍ଦ୍ର ଧଳଙ୍କୁ ବାଲେଶ୍ୱରର ଅପରାହ୍ଣ ଖବରକାଗଜ ତରଫରୁ ସମ୍ମାନଜନକ “ସୃଜନଶ୍ରୀ ସମ୍ମାନ” ରେ ସମ୍ମାନିତ କରାଯାଇଛି | ବାଲେଶ୍ୱର ଗାନ୍ଧି ସ୍ମୃତି ଭବନରେ ଆୟୋଜିତ ଏହି ଦୁଇଦିନିଆ ରାଜ୍ୟ ସ୍ତରୀୟ ସାହିତ୍ୟ ମହାକୁମ୍ବରେ ଅନ୍ୟୁନ ୩୦୦ ଜଣ କବି ଉପସ୍ଥିତ ରହି ଆଲୋଚନା ଓ କବିତା ପାଠରେ ଭଗନେଇଥିଲେ | ବିଭିନ୍ନ ଜିଲ୍ଲାରୁ ପନ୍ଦର ଜଣ କବିଙ୍କୁ ସୃଜନଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା | ସେଥିରେ ଶିଶୁକବି ଶ୍ରୀଯୁକ୍ତ ଧଳଙ୍କୁ ମୁଖ୍ୟ ଅତିଥି କବି ଓ ରାଜନେତା ଡ ପ୍ରସନ୍ନ ପାଟଶାଣୀ ଫଳକ, ଉପଢୋକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ | ଅପରାହ୍ନର ସମ୍ପାଦକ ଶ୍ରୀ ବଂଶୀଧର ଜେନା ଓ ପ୍ରକାଶିକା ଲକ୍ଷ୍ମୀପ୍ରିୟା ଦାସଙ୍କ ପ୍ରଚେଷ୍ଟାରେ ବିଭିନ୍ନ ଜିଲ୍ଲାରୁ କବିମାନେ ଉପସ୍ଥିତ ରହ କବିତା ପାଠ କରିଥିଲେ | କନ୍ଧମାଳ ଜିଲ୍ଲାରୁ ଅପରାହ୍ଣ ଜିଲ୍ଲା…
ଫୁଲବାଣୀ,୩୧/୦୫,(ସୁନୀଲ ପଟ୍ଟନାୟକ):ଶନିବାର ଫୁଲବାଣୀ ଲ୍ୟlମ୍ପସ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ସ୍ଥାନୀୟ ପଂଚାୟତ ଭବନ ସମ୍ମିଳନୀ କକ୍ଷ ରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ କନ୍ଧମାଳ ଜିଲ୍ଲା ପାଳ ବେଦ ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀର୍ଘ ୫୦ବର୍ଷ ଧରି ଫୁଲବାଣୀ ଲ୍ୟlମ୍ପସ କିପରି ଚାଷୀ ମାନଙ୍କୁ କମ ସୁଧରେ ଖରିଫ ଓ ରବି ଚାଷ ପାଇଁ ଋଣ ଓ ସାର ବିହନ ପ୍ରଦାନ କରି ସ୍ବାବଲମ୍ବୀ କରିଥିବା କହି ଭୂୟସୀ ପ୍ରଶଂସା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଡି ଆର୍ ସି ଏସ ସନ୍ତୋଷ କୁମାର ଦାସ, ଏ ଆର୍ ସି ଏସ ଲଳିତ କୁମାର ମାଝି, ଏ ଆର୍ ସି ଏସ ବାଲିଗୁଡ଼ା ସୁକାନ୍ତ କୁମାର ପାଢୀ, ଏ ଆର୍ ସି ଏସ ପାଣୁ ଚରଣ ସାହୁ, ସଭାପତି ବି ସି ସି ବି ବ୍ୟାଙ୍କ୍ ଅରୁଣ…
ଫୁଲବାଣୀ,୩୧/୦୫,(ସୁନୀଲ ପଟ୍ଟନାୟକ):ସରକାର ୬୦ବର୍ଷ ରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧା ଙ୍କ ଜୀବନ ଶୈଳୀ ରେ ସୁଧାର ଆଣିବା ପାଇଁ ବାର୍ଦ୍ଧକ୍ୟ ଭତା ପ୍ରଦାନ କରୁଛନ୍ତି l ହେଲେ କେନ୍ଦ୍ର ସରକାର ଅର୍ଥ ଅନୁଦାନ ନ ଦେବା ଫଳରେ ଗତ ଦୁଇ ମାସ ହେଲାଣି କନ୍ଧମାଳ ଜିଲ୍ଳାର ୩୩ହଜାର ୧୯୯ଜଣ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇ ଛନ୍ତି l ଏହି ଗରୀବ ହିତାଧିକାରୀ ମାନେ କେନ୍ଦ୍ରୀୟ ଯୋଜନା ରେ ଭତ୍ତା ପାଉଥିଲେ l ଅନୁଦାନ ନ ମିଳିବାରୁ ଭତ୍ତା ମିଳୁନି ସେମାନଙ୍କୁ l କନ୍ଧମାଳ ଜିଲ୍ଲାରେ ମୋଟ୍ ୮୩ହଜାର ୯୭୮ଜଣ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି l ସେଥି ମଧ୍ୟରେ ୪୩ହଜାର ୧୦୫ଜଣ ବାର୍ଦ୍ଧକ୍ୟ ଭତ୍ତା, ୧୬ହଜାର ୧୪୩ବିଧବା ଭତ୍ତା, ୧୦ହଜାର ୪୫୨ଜଣ ଭିନ୍ନ କ୍ଷମ ଭତ୍ତା ପାଉଥିବାବେଳେ ୩ହଜାର ୭୬୫ଜଣ ଅବିବାହିତ ମହିଳା ଭତ୍ତା ପାଉଛନ୍ତି l ସେହିପରି ୮୦ବର୍ଷ ରୁ ଉର୍ଦ୍ଧ୍ବ ୨ହଜାର ୯୭୦ଜଣ ସ୍ଵତନ୍ତ୍ର ଭତ୍ତା…
ଫୁଲବାଣୀ,୩୧/୦୫,(ସୁନୀଲ ପଟ୍ଟନାୟକ):କାଳ ବୈଶାଖୀ ବର୍ଷା ଓ ପବନ ରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସଦର ମହକୁମା ସମେତ ବ୍ଲକ ଅନ୍ତର୍ଗତ କେତେକ ପଂଚାୟତ କ୍ଷତି ଗ୍ରସ୍ତ ହୋଇଥିବା ଖବର ମିଳିଛି l ସଂଧ୍ୟାରେ ହଟlତ କଳା ହାଣ୍ଡିଆ ମେଘ ଆସି ପବନ, ବର୍ଷା,ବିଜୁଳି, ଘଡ ଘଡି ରେ ବ୍ୟାପକ କ୍ଷୟକ୍ଷତି ହୋଇଥଲା l ଗଛ ଉପୁଡ଼ି ପଡ଼ିବାସହ ବଡ ବଡ ଡାଳ ଭାଙ୍ଗି ପଡ଼ିବାଫଳରେ ରାସ୍ତା ଅବରୋଧ ହୋଇଥଲା l ସେହିପରି ଲୋକଙ୍କ ଘର ଦ୍ଵାର ଦୋକାନ ଘର ଉଡେଇ ନେଇଛି। କାଳ ବୈଶାଖୀ ର ତାଣ୍ଡବ ରେ ଅନେକ ଗରିବ ନିରୀହ ଆଦିବାସୀ ମାନଙ୍କ ଘର ଦ୍ଵାର ନାରଖାର ହୋଇଯାଇଛି।କାହାର ତ ଆଜବେଷ୍ଟ ତ କାହାର ଟିଣ ଦୂରକୁ ଉଡିଯାଇଛି। କାହାରତ ଘର ଉପରେ ଗଛ ପଡି କ୍ଷୟ କ୍ଷତି ହୋଇଛି। ଲୋକେଭୟରେ ରାତ୍ର ସାରା ଅନିଦ୍ରା ହୋଇ କିଏ କେଉଁଠି ଲୁଚିକି ରହିଥିଲେ। କେତେକ ଙ୍କ ଘରର…
ବୁଗୁଡ଼ା,୩୧/୦୫:(ଡ.କୁମୁଦ ଚନ୍ଦ୍ର ବେହେରା):ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରରେ ଦିନ ତହସିଲଦାର ତାପସ ରାଉତଙ୍କ ନେତୃତ୍ୱରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇ ବିପୁଳ ପରିମାଣର ବେଆଇନ ନିକୋଟିନ୍ ଏବଂ ତମାଖୁ ମିଶ୍ରିତ ଦ୍ରବ୍ୟ ଜବତ କରାଯାଇଛି। ବୁଗୁଡ଼ା ତହସିଲଦାର ଶ୍ରୀ ରାଉତ, ବୁଗୁଡ଼ା ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ, ବୁଗୁଡ଼ା ପୋଲିସ ଥାନା ଆଇଆଇସି ସିତାଂଶୁ ଶେଖର ମାନ୍ଧାତା ଓ ବୁଗୁଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ଦ୍ୱାରା ମିଳିତ ଚଢଉ କରାଯାଇ ସହରର ୫ଟି ପ୍ରମୁଖ ଦୋକାନରୁ ବେଆଇନ ଭାବେ ବିକ୍ରୟ କରୁଥିବା ପ୍ରାୟ ୧୯ ବ୍ୟାଗ୍ ଟୋବାକୋ ଓ ନିକୋଟିନ୍ ମିଶ୍ରିତ ଗୁଟଖା, ତମାଖୁ ସାମଗ୍ରୀ ଜବତ କରାଯାଇଛି, ଯାହାର ସମୁଦାୟ ଓଜନ ୧୧୬.୨୨୦ କିଲୋଗ୍ରାମ ବୋଲି ଜଣାପଡିଛି। ଜବତ କରାଯାଇଥିବା ସମସ୍ତ ସାମଗ୍ରୀକୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବୁଗୁଡ଼ା ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।
ବୁଗୁଡ଼ା:୩୦/୦୫/୨୬(ପୂର୍ଣ୍ଣ ଚନ୍ଦ୍ର ବାରିକ ):ଆଜି ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟାରେ ୧୨୪-ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡା ବ୍ଲକ ଅଧିନସ୍ଥ ସମସ୍ତ ବୁଥ୍ ରେ BLO ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଘରକୁ ଘର ବୁଲି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।ଏହି ପ୍ରକ୍ରିୟା ଆଜି ଅର୍ଥାତ ୩୦.୦୫.୨୦୨୬ ଠାରୁ ଆସନ୍ତା ୨୮.୦୬.୨୦୨୬ ଯାଏଁ ଜାରି ରହିବା ତେଣୁ ସମସ୍ତ ଯୋଗ୍ୟ ଭୋଟର(ମତ ଦାତା)ଙ୍କୁ ଅନୁରୋଧ ସେମାନେ ଏହି ସାମ୍ବିଧାନିକ ପ୍ରକ୍ରିୟାରେ ସଂଶ୍ଲିଷ୍ଟ ହେଇ ପ୍ରଶାସନକୁ ସହଯୋଗ କରିବାକୁ ଗୋଷ୍ଠି ଉନ୍ନୟନ ଅଧିକାରୀ ନିବେଦନ କରିଛନ୍ତି !
ବୁଗୁଡ଼ା,୩୦/୦୫(ପୂର୍ଣ୍ଣ ଚନ୍ଦ୍ର ବାରିକ):ଓଡିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ କୃତିତ୍ୱ ହାସଲ କରି ବୁଗୁଡ଼ା ଅଞ୍ଚଳ ପାଇଁ ଗୌରବ ଆଣିଥିବା ମେଧାବୀ ଛାତ୍ରୀ ସଂଘମିତ୍ରା ପାତ୍ର ଙ୍କୁ ବ୍ଲକ କାର୍ଯ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ସଂଘମିତ୍ରା ବୁଗୁଡ଼ା ନୁଆସାହି ନିବାସୀ ଶ୍ରୀ ଧ୍ରୁବଚରଣ ପାତ୍ର ଓ ଗୀତାଞ୍ଜଳି ପାତ୍ରଙ୍କ ସୁକନ୍ୟା ଅଟନ୍ତି, ସେ ଓଏସ ପରୀକ୍ଷା ରେ ୧୮୭ ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ।ସେ ବର୍ତ୍ତମାନ ଭଞ୍ଜନଗର କୋର୍ଟ ରେ ଜୁନିଅର କ୍ଲର୍କ ଭାବେ କାର୍ଯ୍ୟ କରୁଛନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର ଛାତ୍ରୀଙ୍କ ସଫଳତାକୁ ଭୁୟସୀ ପ୍ରଶଂସା କରିବାସହ କଠିନ ପରିଶ୍ରମ, ଦୃଢ ମନୋବଳ ଓ ଲକ୍ଷ୍ୟ ପ୍ରତି ଅଟୁଟ ନିଷ୍ଠା ଦ୍ୱାରା ଏହି ସଫଳତା ହାସଲ ସମ୍ଭବ ହୋଇ ପାରିବ ବୋଲି କହିଛନ୍ତି। ଏହା ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସାଜିବ ସହ ସେମାନଙ୍କୁ ଉତ୍ସlହିତ କରିବ,ସମ୍ବର୍ଦ୍ଧନା ଅବସରରେ ଛାତ୍ରୀଙ୍କୁ ଫୁଲତୋଡ଼ା, ଉତ୍ତରୀୟ ଓ…
ବ୍ରହ୍ମପୁର,୩୦/୦୫,(ହିମାଂଶୁ ଶେଖର ସାବତ):ନିଶା ନିବାରଣ ଆଇନ, ୧୯୫୬କୁ ଲାଗୁ କରିବାରେ ରାଜ୍ୟ ସରକାର ବିଫଳ ହେବା ପରଠୁଁ ମଦ, ସିଗାରେଟ, ଖଇନି ତଥା ସମସ୍ତ ପ୍ରକାର ନିଶା ଦ୍ରବ୍ୟର ପ୍ରଚାର ପ୍ରସାରରେ ନିଜେ ରାଜ୍ୟ ସରକାର ଅଣ୍ଟା ଭିଡ଼ି ଲାଗିପଡ଼ିବା ଏକ ସଭ୍ୟ ସମାଜ ପାଇଁ ଅତ୍ୟନ୍ତ ନିର୍ଲଜ ବ୍ୟବସ୍ଥା ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବି ଅବନୀ ଗୟା ଦୃଢ଼ ଅଭିଯୋଗ କରିଛନ୍ତି l ସମଗ୍ର ରାଜ୍ୟ ତଥା ଗଞ୍ଜାମ ଜିଲ୍ଲାରେ ଏକ ତରଫା ଭାବେ ନିଶା କାରବାର ବୃଦ୍ଧି ପାଇ ମୁଖ୍ୟତଃ ଛାତ୍ର ଓ ଯୁବ ଗୋଷ୍ଠୀ ଏହାର ଶିକାର ହେଉଥିବାବେଳେ ହତ୍ୟା, ଗଣ ଦୁଷ୍କର୍ମ, ଭିଡ ହିଂସା, ଆଦି ଜଘନ୍ୟ ଅପରାଧ ପ୍ରବଳ ମାତ୍ରାରେ ବୃଦ୍ଧି ପାଉଛି l ଏହାକୁ ନିୟନ୍ତ୍ରଣ କରି ଅପରାଧର ସାମ୍ରାଜ୍ୟକୁ ରୋକିବା ପାଇଁ ମଦ ମାଦକ ଦ୍ରବ୍ୟ ର ପ୍ରସାରକୁ ବନ୍ଦ କରିବା ଆବଶ୍ୟକ ବେଳେ ରାଜ୍ୟ ସରକାର…
ବାଲିଗୁଡା,୩୦/୦୫,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତ ର ଗଣ୍ଡାଯୋଡି ଛକ ନିକଟ ବରଗଛ ପାଖରେ ରେ ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବାରୁଘଟଣା ସ୍ଥଳରେ ଜଣେ ମୃତ୍ୟୁ ବରଣ କରିଛି | ଅନ୍ୟ ଏକ ମୋଟର ସାଇକେଲ ରେ ଦୁଇଜଣ ଥିଲେ କିନ୍ତୁ ଦୁର୍ଘଟଣା ଘଟିବା ପରେ ସେମାନେ ଦୁର୍ଘଟଣା ସ୍ଥାନରୁ ଉଠି ତରବରିଆ ଭାବରେ ମୋଟର ସାଇକେଲ ରେ ପଳେଇଲେ କିନ୍ତୁ ଅନ୍ୟ ଏକ ମୋଟରସାଇକେଲ ଆରୋହୀ ଘଟଣା ସ୍ଥଳରେ ପଡିଯାଇଥିଲେ | ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ସାଙ୍ଗେ ସାଙ୍ଗେ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତ | ମୃତକ ଜଣଙ୍କ ସୁଡ୍ରା ଗ୍ରାମର ସାନନ୍ଦ ଦିଗାଲ (୪୦) ବୋଲି ଜଣାପଡିଛି l
ରାଜସୁନାଖଳା,୩୦/୦୫,(ସୁଶାନ୍ତ କୁମାର ପ୍ରଧାନ):ସିପିଆଇ (ଏମ) ର ପଲିଟିବ୍ୟୁରୋ ସଭ୍ୟ ତଥା କେରଳର ସୁନାମ ଧନ୍ୟ ମୁଖ୍ୟ ମନ୍ତ୍ରୀ ପିନାରାୟୀ ବିଜୟନ ଙ୍କ ଭଡ଼ା ଘର ଉପରେ ଗତ ମଇ ୨୭ ତାରିଖ ଦିନ ବିଜେପି ନେତୃତ୍ବାଧୀନ କେନ୍ଦ୍ର ମୋଦୀ ସରକାର ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ଅନ୍ୟାୟ ଭାବେ କରିଥିବା ଇଡି ଚଢ଼ାଉ ପ୍ରତିବାଦରେ ରଣପୁରରେ ସିପିଆଇ (ଏମ )ପାର୍ଟି ତରଫରୁ ପଞ୍ଚୁଦୋଳ ପଡିଆ ଠାରେ ଅପରାହ୍ନ ୫ ଘଟିକା ସମୟରେ ବିକ୍ଷୋଭ ପ୍ରତିବାଦ ଓ ମୋଦୀ ଅମିତ ଶାହା ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ସାଥୀ ନିତ୍ୟାନନ୍ଦ ପରିଡ଼ା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ମାନେ ଇଡି ଓ ସିବିଆଇ ଭଳି ସ୍ବାଧୀନ ସଂସ୍ଥା କୁ ରାଜନୈତିକ ଅପବ୍ୟବହାର କରିବା କୁ ତୀବ୍ର ସମାଲୋଚନା କରିଥିଲେ।ପିନାରାୟୀ ଙ୍କ ଉପରେ ଓ ତାଙ୍କ ବନ୍ଧୁ ମାନଙ୍କ ଘରେ ପ୍ରାୟ ୧୦ ଟି ସ୍ଥାନରେ ଇଡି ଚଢ଼ାଉ କରି…
ବେଲଗୁଣ୍ଠା ୩୦/୦୫,(ଶିବରାମ ଚୌଧୁରୀ):ଆଜି ସନ୍ଧ୍ୟା ସାତଟା ତିରିଶି ସମୟରେ ହଠାତ କାଳବୈଶାଖୀ ବର୍ଷା ହେବା ଫଳରେ ବେଲଗୁଣ୍ଠା ସହର ବାଙ୍କୀ ବଜାର ସ୍ଥିତ ପଟେଲ୍ ରୋଡ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ଶାଗୁଆନ ଗଛ ମୂଳରୁ ଉପାଡି ଯାଇ ବିଦ୍ୟାଳୟର ପାଚେରୀ କାନ୍ଥ ଉପରେ ପଡ଼ିବା ଫଳରେ କାନ୍ଥ ଭାଙ୍ଗିଯିବା ସହ ନିକଟରେ ଯାଇଥିବା ବିଦ୍ୟୁତ୍ ତାର ମଧ୍ୟ ଓହଳିକି ରହିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ବେଲଗୁଣ୍ଠାରେ ବିଦ୍ୟୁତ୍ ବିଚ୍ଛିନ୍ନ ମଧ୍ୟ ହୋଇଛି। ତେବେ ବାଙ୍କୀ ବଜାର ବେଲଗୁଣ୍ଠା ସହରର ମୁଖ୍ୟ ବାଣିଜ୍ୟିକ ସ୍ଥଳୀ ହୋଇଥିବା ବେଳେ ସନ୍ଧ୍ୟା ସାତଟା ତିରିଶିସମୟରୁ ଗଛ ପଡ଼ିବା ସହ ବିଦ୍ୟୁତ୍ ତାର ଗୁଡ଼ିକ ଓହଳି ରହିଥିଲେ ମଧ୍ୟ ଏଗୁଡ଼ିକୁ ରାସ୍ତାରୁ ହଟାଇବାକୁ କୌଣସି ପଦକ୍ଷେପ ନିଆଯାଇନଥିବା ଯୋଗୁଁ ବର୍ତ୍ତମାନ ସେଠାରେ ଯାତାୟାତ ସମ୍ପୂର୍ଣ ରୂପେ ଠପ୍ ହୋଇଯାଇଛି।