Author: Janabani News

ଫୁଲବାଣୀ,୧୮।୧୦(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲା କଂଗ୍ରେସ୍ ର ଜଣେ ଆଗ ଧାଡ଼ିର ଟାଣୁଆ ଯୁବ ନେତା ତଥା ସମାଜ ସେବୀ ଭlବେ ପରିଚିତ ସଂଜୟ କୁମାର ଭଞ୍ଜ ଙ୍କୁ ଗତ କାଲି ଓ ବି ସି ସେଲ ର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି l ସଞ୍ଜୟ ଙ୍କ ଦୃଢ଼ ନେତୃତ୍ଵ, ସାଂଗଠନିକ ଦକ୍ଷତା, ଉତ୍ତମ ବ୍ୟବହାର,ଦଳ ପ୍ରତି ଆନୁଗତ୍ୟ, ବିଶ୍ୱାନୀୟତl କୁ ବିଚାର କୁ ନେଇ ରାଜ୍ୟ ପ୍ରଦେଶ କଂଗ୍ରେସ୍ କମିଟି ସଭାପତି ଭକ୍ତ ଚରଣ ଦାସ ସଂଜୟ କୁମାର ଭଞ୍ଜ ଙ୍କୁ ଏହି ଦାୟିତ୍ବ ଦେଇଥିବା କୁହାଯାଉଛି l ନିଯୁକ୍ତି ପାଇବା ପରେ ସଞ୍ଜୟ ପି ସି ସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ, ଓ ରାଜ୍ୟ ସ୍ତରୀୟ ବରିଷ୍ଠ କଂଗ୍ରେସ ନେତା ଙ୍କୁ କୃତଜ୍ଞତା ଜଣାଇବା ସହ ନିଷ୍ଠା ର ସହ ଦଳକୁ ସୁଦୃଢ଼ କରିବା ପାଇଁ ଯଥା ସାଧ୍ୟ ଉଦ୍ୟମ…

Read More

ଭୁବନେଶ୍ୱର,୧୮।୧୦(କିଶନ ଶର୍ମା):ଚଳିତ ମାସ ଗତ 11 ତାରିଖ ଭୁବନେଶ୍ୱରର ହୋଟେଲ ମେଫେୟାର ଠାରେ ନେସନାଲ ଏକାଡେମୀ ଅଫ ସାକ୍ଷରତା ମିଶନ ତରଫରୁ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା ର ନୂଆପଡା ନିବାସୀ ସ୍ବର୍ଗତ ଶିବଶଙ୍କର ଦାସ ଓ ରୀତାଞ୍ଜଳି ଦାସଙ୍କ ଏକ ମାତ୍ର କନ୍ୟା ଡଃ ଅଭିଷିକ୍ତl ଦାସ ଙ୍କୁ ସମ୍ମାନ ଜନକ ଓଡିଶା ଗୌରବ ଜାତୀୟ ସନ୍ନମାନ 2026 ପ୍ରଦାନ କରାଯାଇଛି l ଶ୍ରୀମତୀ ଦାସ ଜଣେ ଦକ୍ଷ ଦାନ୍ତ ରୋଗ ବିଶେଷଜ୍ଞ ତଥା ସମାଜସେବି ମଧ୍ୟ ଜ଼ିଲ୍ଲାର ଦୁର୍ଗମ ଅଞ୍ଚଳରେ ବିଭିନ୍ନ ସମୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ସବୁ ଆୟୋଜନ କରି ଲୋକଙ୍କ ସେବା କରିଆସୁଛନ୍ତି l ତାସହ ବିଭିନ୍ନ ସମୟରେ ଶୀତ ବସ୍ତ୍ର ବାଣ୍ଟିବ ଛତା ବାଣ୍ଟିବା ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ପରି ଜନସେବା କାର୍ଯ୍ୟକ୍ରମ ସବୁ କରିଆସୁଛନ୍ତି l ଶ୍ରୀମତୀ ଦାସ ଏହି ସମ୍ମାନ ପାଇଲା ପରେ ଜ଼ିଲ୍ଲାରେ…

Read More

ବେଗୁନିଆପଡା,୧୮।୧୦(ବାପୁନି ମାଲୁ):ବିକାଶ ନାମରେ ପଚାଶ ଲକ୍ଷ୍ୟ ସ୍ୱାହା,କାମ କରାଗଲା ପୁଣି ଭଙ୍ଗାଗଲା,ହଜିଗଲା ୱାଚ ଟାୱାର, ଭାଙ୍ଗିଗଲା ଭେଣ୍ଡିଙ୍ଗ ଜୋନ,ସେତେବେଳେ ସେଇ ଅଧ୍ୟକ୍ଷ୍ୟ, ଇଓ ବର୍ତ୍ତମାନ ଭି ସେଇ ଅଧ୍ୟକ୍ଷ୍ୟ,ଇଓ ଏଥିପାଇଁ କିଏ ଦାୟି? ଏହା କଣ ବିକାଶ?ଉତ୍ତର ମାଗୁଛନ୍ତି କୋଦଳା ସାଧାରଣ ଜନତା………..ଏମିତି ଏକ ଘଟଣା ଦୃଷ୍ଟିଗୋଚର ହେଉଛି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ମାର୍କେଟ ବିଲଡିଙ୍ଗ ଠାରେ l ଏଠାରେ ପ୍ରାୟ 20 ବର୍ଷ ହେବ ଏନଏସି ର ମାର୍କେଟ ବିଲଡିଙ୍ଗ କାର୍ଯ୍ୟକ୍ଷମ ଅଛି l ଖାଲି ପଡିଥିବା ଅବଶିଷ୍ଠ ଜାଗାରେ ପୂର୍ବତନ ବିଜେଡି ସରକାର ଙ୍କ ଦ୍ୱାରା ରାସ୍ତା କଡରେ ବେପାର କରି ପରିବାର ପ୍ରତିପୋଷଣ କରୁଥିବା ଗରିବ ଉଠାଦୋକାନୀ ଙ୍କ ନିମନ୍ତେ ଅନୁଦାନ ଆସି ପ୍ରେରିତ ହୋଇଥିବା କାର୍ଯ୍ୟ କୁ ବର୍ତ୍ତମାନ ର ବିଜେପି ଅଧ୍ୟକ୍ଷ୍ୟ ତଥା ଆତ୍ମଘୋଷିତ ବିକାଶ ପୁରୁଷ ସୂର୍ଯ୍ୟ ନାରାୟଣ ନାୟକ ଓ ଏନଏସି ର କରିତକର୍ମା କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ…

Read More

ବେଗୁନିଆପଡ଼ା,୧୮।୧୦(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ର ତାଳଗାଁ ଠାରୁ ଝାଡ଼େଶ୍ୱର ମନ୍ଦିର ଦେଇ କେଶରପୁର ଓ ଭାବିନିପୁରକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘଦିନ ଧରି ଅବ୍ୟବସ୍ଥାରେ ପଡ଼ିରହିଛି। ପାଣି କାଦୁଅରେ ଯାତାୟାତ କରି ଲୋକେ ହନ୍ତସନ୍ତ ହେଉଥିବା ବେଳେ ପକ୍କା ରାସ୍ତା ନିର୍ମାଣ ହେଉନାହିଁ କାହିଁକି ? ଏଠି ପ୍ରଶ୍ନ ଉଠୁଛି, ବିକାଶର ପ୍ରତିଶ୍ରୁତି ଦେଉଥିବା ଲୋକ ପ୍ରତିନିଧି କେଉଁଠି ? ପ୍ରଶାସନ କାହିଁକି ନିରବ ? ରାସ୍ତାର ସ୍ଥାୟୀ ସମାଧାନ କେବେ ହେବ ? ଅଞ୍ଚଳବାସୀଙ୍କ ଦାବି, ତୁରନ୍ତ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉ। କେବଳ ପ୍ରତିଶ୍ରୁତି ନୁହେଁ, ଲୋକଙ୍କୁ ବିକାଶର ବାସ୍ତବ ଚିତ୍ର ଦେଖାଯାଉ।

Read More

ଚିକିଟି,୧୮/୧୦(ନିଗମାନନ୍ଦ ପଣ୍ଡା):ଅନନ୍ୟ ସାଧାରଣ ଐତିହାସିକ ଗୁରୁ ସ୍ୱର୍ଗତ ପ୍ରଭୁପ୍ରସାଦ ବ୍ରହ୍ମାଙ୍କ ଧର୍ମପତ୍ନୀ କଲ୍ୟାଣୀ କମାକ୍ଷୀ ଦେବୀଙ୍କର ବୟାନବେ ବର୍ଷ ବୟସରେ ଦେହାନ୍ତ ଖବର ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି । ଜୈଷ୍ଠ ନନ୍ଦନ ଡକ୍ଟର ମଣି କମାକ୍ଷୀ ପ୍ରସାଦ ବ୍ରହ୍ମା, ମଧ୍ୟମ ପୁତ୍ର ଅଧିବକ୍ତା ବିରାଜ କମାକ୍ଷୀ ପ୍ରସାଦ ବ୍ରହ୍ମା, କନିଷ୍ଠ ନନ୍ଦନ ଡକ୍ଟର ବିକ୍ରମ କମାକ୍ଷୀ ପ୍ରସାଦ ବ୍ରହ୍ମା, କନ୍ୟା ରଶ୍ମୀ କାମାକ୍ଷୀ ଦେବୀ, ଜ୍ୟାମାତା ଅଧ୍ୟାପକ ନୃସିଂହାନନ୍ଦ ପଣ୍ଡା, ଝିଆରୀ ଜ୍ବାଇଁ ପ୍ରଫେସର ଡାକ୍ତର ଶୁଭେନ୍ଦୁ ଆଚାର୍ଯ୍ୟଙ୍କ ମିଳିତ ସହଯୋଗରେ ପଞ୍ଚଦଶ ଦିବସରେ ଦେବ ଦେବ ଜମ୍ବେଶ୍ୱର ମହାଦେବଙ୍କ ପୀଠରେ ବନ୍ଧୁପରିଜନ, ଭଦ୍ରବ୍ୟକ୍ତି ବୃନ୍ଦ ଓ ବରିଷ୍ଠ ନାଗରିକଙ୍କ ସମାବେଶରେ ବଂଧୁମିଳନ, ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଡ଼ଃ ଲମ୍ବୋଦର ପାଣିଗ୍ରାହୀ, ଅଧ୍ୟାପକ ହରିଶ୍ଚନ୍ଦ୍ର ସାହୁ, ଡ଼ଃ ବିକ୍ରମ କମାକ୍ଷୀ ପ୍ରସାଦ ବ୍ରହ୍ମା ଓ ସୁରେନ୍ଦ୍ରନାଥ ପାଢ଼ୀ, ଦିବଙ୍ଗତ କଲ୍ୟାଣୀ…

Read More

ବେଲଗୁଣ୍ଠା,୧୭।୧୦(ଶିବରାମ ଚୌଧୁରୀ):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ହିମାଂଶୁ ଓଝା ବେଲଗୁଣ୍ଠା ବ୍ଲକ୍‌ର ବିଭିନ୍ନ ପିଏମ୍ ଶ୍ରୀ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟଗୁଡ଼ିକର ଶୈକ୍ଷିକ ଓ ପ୍ରଶାସନିକ କାର୍ଯ୍ୟର ସମୀକ୍ଷା କରିଛନ୍ତି।ଏହି କ୍ରମରେ ସେ ବୋରୀସ୍ଥିତ ପିଏମ୍ ଶ୍ରୀ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ, କ୍ଷତ୍ରିୟବରପୁର ସ୍ଥିତ ପିଏମ୍ ଶ୍ରୀ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ବେଲଗୁଣ୍ଠାସ୍ଥିତ ପିଏମ୍ ଶ୍ରୀ ନୋଡାଲ ସରକାରୀ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ପରିଚାଳିତ ଏହି ବିଦ୍ୟାଳୟଗୁଡ଼ିକରେ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ବିଭିନ୍ନ ରେକର୍ଡପତ୍ର ଯାଞ୍ଚ କରିବା ସହ ସରକାରୀ ପାଣ୍ଠିର ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ।ଏଥିସହ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ବିଭିନ୍ନ ଶୈକ୍ଷିକ ଓ ସହଶୈକ୍ଷିକ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ କର୍ମଚାରୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ବେଲଗୁଣ୍ଠା…

Read More

ବେଲଗୁଣ୍ଠା,୧୭।୧୦(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ତା -17/9/2026 ରିଖ ଠାରୁ ତା – 16/10/2026 ରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ବ୍ୟାପି ବେଲଗୁଣ୍ଠା ସହରର 13 ଟି ୱାର୍ଡ ତଥା ବିଭିନ୍ନ ଜନଗହଳି ସ୍ଥାନ ଗୁଡିକରେ ସ୍ୱଚ୍ଛ ଭାରତ ମିଶନ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କୀୟ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପରିଷଦ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବର୍ଜ୍ୟବସ୍ତୁରୁ ବ୍ୟାବହାରିକ ଉପକରଣ ପ୍ରସ୍ତୁତି ପ୍ରଯୋଗିତାରେ ବିଜେତା ଛାତ୍ରଛାତ୍ରୀଙ୍କୁ ଏହି ଉତ୍ସବରେ ପୁରସ୍କୃତ କରାଯାଇଥିଲା | ନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପାରିଷଦ ଏସ ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାଶ, ଦିଲ୍ଲୀପ କୁମାର ଆଚାରୀ, ବିଶ୍ୱନାଥ ଦଳେଇ ପ୍ରମୁଖ ଯୋଗଦେଇଥିଲେ | ଜିଲ୍ଲା ମିଶନ ପରିଚାଳକ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଓ କନିଷ୍ଠ…

Read More

ବେଲଗୁଣ୍ଠା,୧୭।୧୦(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବାଲିଡି ସାହି ନିବାସୀ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସାଇବାଣୀ ଦାସ ଆଜି ନିଜ ବାସ ଭବନରେ ୮୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ସେ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ବ୍ୟଧିରେ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଭାଇ ସନ୍ତୋଷ କୁମାର ଦାସ,ଭାଉଜ ସୁନୀତା ଦାସ,ଭଉଣୀ ସୌଦାମିନୀ,ପୁତୁରା ସୌମ୍ୟ,ଦିବ୍ୟ,ଜ୍ଞାନଙ୍କ ସମେତ ପରିବାର ସଦସ୍ୟ ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗଦ୍ଵାରରେ ସ୍ୱର୍ଗତ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସ୍ବର୍ଗତ ସାଇବାଣୀ ପାଖାପାଖି ୪୪ ବର୍ଷ ଶିକ୍ଷକତା କରିଥିବା ବେଳେ ୨୦୦୨ ରେ ଅବସର ଗ୍ରହଣ କରିଥିଲେ। ସେ ଜଣେ ଆଦର୍ଶ ତଥା ଛାତ୍ରବତ୍ସକ ଶିକ୍ଷୟିତ୍ରୀ ଏବଂ ଦାୟିତ୍ଵସମ୍ପନ୍ନ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଅବସର ଗ୍ରହଣ କରିଥିଲେ। ପୁରୀ ସ୍ୱର୍ଗଦ୍ୱାର ଠାରେ ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବରିଷ୍ଠ ସାମ୍ବାଦିକ ସୁଯ୍ୟ ନାରାୟଣ ତ୍ରିପାଠୀ, ଯୁବ ସମାଜ ସେବି ରାଜିବ…

Read More

ହିଞ୍ଜିଳିକାଟୁ,୧୭।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପରେ ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଦେଖାଦେଇଥିବା ଉତ୍ତେଜନା ଥମିବାର ନାଁ ଧରୁନି। ଶପଥଗ୍ରହଣ ଉତ୍ସବ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବାବେଳେ ଅଭିଯୁକ୍ତଙ୍କ ଗିରଫ ଦାବିରେ ହିଞ୍ଜିଳି ଥାନା ସମ୍ମୁଖରେ ବିଜେପି ନେତା ଓ କର୍ମୀଙ୍କ ଧାରଣା ଜାରି ରହିଛି। ଅନ୍ୟପକ୍ଷରେ, ଛାତ୍ର ନିର୍ବାଚନରେ ଦଳୀୟ ନେତାଙ୍କ ଭୂମିକାକୁ ନେଇ ସାଧାରଣ ମହଲରେ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ଶୁକ୍ରବାର ମହାବିଦ୍ୟାଳୟର ଶପଥଗ୍ରହଣ ଉତ୍ସବ ଆରମ୍ଭ ପୂର୍ବରୁ ବିଜେପି ଓ ବିଜେଡି ସମର୍ଥକ ଅଣଛାତ୍ରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ପରେ ଏହା ସଂଘର୍ଷର ରୂପ ନେଇଥିଲା। ଏଥିରେ ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ନାରାୟଣ ପାଢ଼ୀ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ପରେ କଲେଜ…

Read More

ବାଲିଗୁଡ଼ା,୧୭।୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ଶାରଦୀୟ ଦୁର୍ଗାପୂଜାକୁ ନେଇ ବାଲିଗୁଡ଼ା ସହରର ନୁଆସାହି ଅଞ୍ଚଳ ଏବେ ଚଳଚଞ୍ଚଳ। ମା’ ଦୁର୍ଗାଙ୍କ ଆଗମନରେ ଅଞ୍ଚଳରେ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକତାର ମାହୋଲ ସୃଷ୍ଟି ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୀଠରେ ସପ୍ତମୀ ପୂଜା ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଏହି ଅବସରରେ ନୁଆସାହିସ୍ଥିତ ମା’ ଦୁର୍ଗାଙ୍କ ପୀଠରୁ ଶତାଧିକ ମହିଳାଙ୍କୁ ନେଇ ଏକ ଭବ୍ୟ କଳସ ଶୋଭାଯାତ୍ରା ବାହାରିଥିଲା। ମହିଳାମାନେ ମୁଣ୍ଡରେ କଳସ ଧାରଣ କରି ଭକ୍ତିପୂର୍ଣ୍ଣ ପରିବେଶରେ ନିକଟସ୍ଥ ଖଡ଼ଗ ନଦୀକୁ ଯାଇ ପବିତ୍ର ଜଳ ସଂଗ୍ରହ କରିଥିଲେ। ଏହି ଧାର୍ମିକ ଶୋଭାଯାତ୍ରା ଅଞ୍ଚଳରେ ଭକ୍ତି ଓ ଉତ୍ସବର ମାହୋଲକୁ ଅଧିକ ଉତ୍ସବମୁଖର କରିଥିଲା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନୁଆସାହି ଗ୍ରାମ୍ୟ କମିଟି ପକ୍ଷରୁ ମା’ଙ୍କ ପୂଜା ମହୋତ୍ସବକୁ ଆକର୍ଷଣୀୟ ଢଙ୍ଗରେ ପାଳନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।…

Read More

ଖଜୁରୀପଡ଼ା,୧୭।୧୦(ମନୋଜ କୁମାର ବେହେରା):ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ତୁଡ଼ିପାଜୁଠାରେ ସୋମବାର ଅପରାହ୍ନ ୪ଟା ସମୟରେ ବିଦ୍ୟାଳୟର ନବମ ଶ୍ରେଣୀର ୪୫ ଛାତ୍ରଛାତ୍ରୀଙ୍କ ଦ୍ୱାରା ମଡେଲ୍ ଯୁବ ଗ୍ରାମସଭା (Model Youth Gram Sabha) ଆୟୋଜିତ ହୋଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତୁଡ଼ିପାଜୁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ କୌଶଲ୍ୟା କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ନାଏବ ସରପଞ୍ଚ ଶ୍ରୀ ବିରାଜ ବେହେରା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଗ୍ରାମସଭାର ଢାଞ୍ଚାରେ ବିଭିନ୍ନ ବିଷୟ ଉପସ୍ଥାପନ କରି ଗଣତାନ୍ତ୍ରିକ ବ୍ୟବସ୍ଥା, ଗ୍ରାମ ପଞ୍ଚାୟତର କାର୍ଯ୍ୟ ପ୍ରଣାଳୀ ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ସମ୍ପର୍କରେ ନିଜର ଧାରଣା ନାଟକୀୟ ଢ଼ଙ୍ଗରେ ସୁନ୍ଦର ସଂଳାପ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ଏହି ମଡେଲ୍ ଗ୍ରାମସଭା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ, ଦାୟିତ୍ୱବୋଧ, ଜନସହଭାଗିତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ବିକାଶ ଉପରେ ଗୁରୁତ୍ୱ…

Read More

ବ୍ରହ୍ମପୁର,୧୭।୧୦(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର, ବ୍ରହ୍ମା ନଗର ଓ ଜ୍ୟୋତି ନଗର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଏକ ଚାଳିଶି ଜଣିଆ ପ୍ରତିନିଧି ଦଳ ସଭାପତି ଶ୍ରୀଯୁକ୍ତ ହୀନ ବେହେରାଙ୍କ ନେତୃତ୍ବରେ, ରାମଚନ୍ଦ୍ର ପୁରୁ ସ୍ଥିତ ବିଶ୍ୱ ନିକେତନ ଜରା ନିବାସ ପରିଦର୍ଶନ କରିଥିଲେ। ପ୍ରତିଷ୍ଠାତା ସଦସ୍ୟ ତଥା ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ସାବତଙ୍କ ସ୍ୱାଗତ ଭାଷଣ ରେ ଜରା ନିବାସ ସମ୍ବନ୍ଧୀୟ ବହୁ ଉପଲବ୍ଧିତା ପୂର୍ଣ୍ଣ ତଥ୍ୟ ଓ ଆଗାମୀ ଯୋଜନାର ରୂପରେଖ ଉପରେ ଆଲୋକପାତ ଉପସ୍ଥିତିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ମଞ୍ଚାସିନ ମଞ୍ଚ ସଭାପତି ହୀନ ବେହେରା ଏହାର ଭୂୟସୀ ପ୍ରଶଂସା କରି ପୂର୍ବରୁ ମଞ୍ଚକୁ ମହାନ ସଂଘ ତରଫରୁ ପ୍ରଦାନ କରା ଯାଇଥିବା ଟ୍ରଫି ପାଇଁ ଶ୍ରୀଯୁକ୍ତ ସାବତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ। ସେଠାରେ ବରିଷ୍ଠ ନାଗରିକଙ୍କ ତରଫରୁ ଅନ୍ତେବାସୀଙ୍କ ସହ କିଛିଟା ଅନ୍ତରଙ୍ଗ ମୁହୂର୍ତ୍ତ କଟାଇ ସେମାନଙ୍କ ସହ ସାମୁହିକ ଭୋଜନ ର ବ୍ୟବସ୍ଥା କରାଯାଇଥିଲା ଓ ପରେ ସେମାନଙ୍କ…

Read More