ରାଜସୁନାଖଳା,୩୦/୦୫,(ସୁଶାନ୍ତ କୁମାର ପ୍ରଧାନ):ସିପିଆଇ (ଏମ) ର ପଲିଟିବ୍ୟୁରୋ ସଭ୍ୟ ତଥା କେରଳର ସୁନାମ ଧନ୍ୟ ମୁଖ୍ୟ ମନ୍ତ୍ରୀ ପିନାରାୟୀ ବିଜୟନ ଙ୍କ ଭଡ଼ା ଘର ଉପରେ ଗତ ମଇ ୨୭ ତାରିଖ ଦିନ ବିଜେପି ନେତୃତ୍ବାଧୀନ କେନ୍ଦ୍ର ମୋଦୀ ସରକାର ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ଅନ୍ୟାୟ ଭାବେ କରିଥିବା ଇଡି ଚଢ଼ାଉ ପ୍ରତିବାଦରେ ରଣପୁରରେ ସିପିଆଇ (ଏମ )ପାର୍ଟି ତରଫରୁ ପଞ୍ଚୁଦୋଳ ପଡିଆ ଠାରେ ଅପରାହ୍ନ ୫ ଘଟିକା ସମୟରେ ବିକ୍ଷୋଭ ପ୍ରତିବାଦ ଓ ମୋଦୀ ଅମିତ ଶାହା ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ସାଥୀ ନିତ୍ୟାନନ୍ଦ ପରିଡ଼ା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତା ମାନେ ଇଡି ଓ ସିବିଆଇ ଭଳି ସ୍ବାଧୀନ ସଂସ୍ଥା କୁ ରାଜନୈତିକ ଅପବ୍ୟବହାର କରିବା କୁ ତୀବ୍ର ସମାଲୋଚନା କରିଥିଲେ।ପିନାରାୟୀ ଙ୍କ ଉପରେ ଓ ତାଙ୍କ ବନ୍ଧୁ ମାନଙ୍କ ଘରେ ପ୍ରାୟ ୧୦ ଟି ସ୍ଥାନରେ ଇଡି ଚଢ଼ାଉ କରି…
Author: Janabani News
ବେଲଗୁଣ୍ଠା ୩୦/୦୫,(ଶିବରାମ ଚୌଧୁରୀ):ଆଜି ସନ୍ଧ୍ୟା ସାତଟା ତିରିଶି ସମୟରେ ହଠାତ କାଳବୈଶାଖୀ ବର୍ଷା ହେବା ଫଳରେ ବେଲଗୁଣ୍ଠା ସହର ବାଙ୍କୀ ବଜାର ସ୍ଥିତ ପଟେଲ୍ ରୋଡ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ଶାଗୁଆନ ଗଛ ମୂଳରୁ ଉପାଡି ଯାଇ ବିଦ୍ୟାଳୟର ପାଚେରୀ କାନ୍ଥ ଉପରେ ପଡ଼ିବା ଫଳରେ କାନ୍ଥ ଭାଙ୍ଗିଯିବା ସହ ନିକଟରେ ଯାଇଥିବା ବିଦ୍ୟୁତ୍ ତାର ମଧ୍ୟ ଓହଳିକି ରହିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ବେଲଗୁଣ୍ଠାରେ ବିଦ୍ୟୁତ୍ ବିଚ୍ଛିନ୍ନ ମଧ୍ୟ ହୋଇଛି। ତେବେ ବାଙ୍କୀ ବଜାର ବେଲଗୁଣ୍ଠା ସହରର ମୁଖ୍ୟ ବାଣିଜ୍ୟିକ ସ୍ଥଳୀ ହୋଇଥିବା ବେଳେ ସନ୍ଧ୍ୟା ସାତଟା ତିରିଶିସମୟରୁ ଗଛ ପଡ଼ିବା ସହ ବିଦ୍ୟୁତ୍ ତାର ଗୁଡ଼ିକ ଓହଳି ରହିଥିଲେ ମଧ୍ୟ ଏଗୁଡ଼ିକୁ ରାସ୍ତାରୁ ହଟାଇବାକୁ କୌଣସି ପଦକ୍ଷେପ ନିଆଯାଇନଥିବା ଯୋଗୁଁ ବର୍ତ୍ତମାନ ସେଠାରେ ଯାତାୟାତ ସମ୍ପୂର୍ଣ ରୂପେ ଠପ୍ ହୋଇଯାଇଛି।
ନୂଆପଡ଼ା,୩୦/୦୫(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (Special Intensive Revision-SIR 2026) କାର୍ଯ୍ୟକ୍ରମ ଅନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ମାନେ ଆଜିଠାରୁ ଜୁନ୍ ୨୮, ୨୦୨୬ ପର୍ଯ୍ୟନ୍ତ ଘରକୁ ଘର ଯାଇ ଏନ୍ୟୁମେରେସନ୍ ଫର୍ମ (Enumeration Form) ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିବେ।କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ୭୧-ନୂଆପଡ଼ା ବିଧାନସଭା କ୍ଷେତ୍ରର ମାନ୍ୟବର ବିଧାୟକ ଜୟ ଢୋଲକିଆଙ୍କୁ ସମ୍ପୃକ୍ତ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଏନ୍ୟୁମେରେସନ୍ ଫର୍ମ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଶ୍ରୀମତୀ ସୁର୍ମି ସୋରେନ, ଡେପୁଟି ଜ଼ିଲ୍ଲାପାଳ ଶେଖ ନସୀମ ଓ ଅନ୍ୟାନ ଅଧିକାରୀ ଉପସ୍ଥିତ ଥିଲେ।ଉପଜିଲ୍ଲାପାଳ ବିଏଲଓମାନଙ୍କ ସହ ଘରକୁ ଘର ବୁଲି ମତଦାତାମାନଙ୍କୁ ଏନ୍ୟୁମେରେସନ୍ ଫର୍ମ ବଣ୍ଟନ କରିବା ସହ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଉଦ୍ଦେଶ୍ୟ ଓ…
ଚିକିଟି,୩୦/୦୫,(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଲା ଚିକିଟି ପେଣ୍ଠ ଉଚ୍ଚ ବିଦ୍ୟାଳୟର ପୂର୍ବତନ ତଥା ପ୍ରଥମ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟନାରାୟଣ ସାହୁ ଅଦ୍ୟ ପରଲୋକ ପ୍ରାପ୍ତ କରିଛନ୍ତି।ଶ୍ରୀ ସାହୁ ଜଣେ ଅଭିଜ୍ଞ ଶିକ୍ଷାବିଦ୍ ତଥା ନିଷ୍ଠାବାନ୍ ଶିକ୍ଷକ ଭାବରେ ପରିଚିତ ଥିଲେ। ସେ ଚିକିଟି ପେଣ୍ଠ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା କାଳରୁ ପ୍ରଧାନ ଶିକ୍ଷକ ଭାବରେ ଯୋଗଦାନ ଦେଇ ବିଦ୍ୟାଳୟର ମୂଳ ଭିତ୍ତି ସୃଷ୍ଟି କରିଥିଲେ। ତାଙ୍କର ନିରନ୍ତର ପ୍ରୟାସ ଓ ଅନୁଶାସନ ପ୍ରିୟ ବ୍ୟକ୍ତିତ୍ୱ ଦ୍ୱାରା ହଜାର ହଜାର ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି।ଆଜି ଶିକ୍ଷା କ୍ଷେତ୍ରରେ ଯେତେବେଳେ ମୂଲ୍ୟବୋଧର ଅବକ୍ଷୟ ନେଇ ଚର୍ଚ୍ଚା ହେଉଛି, ସେତେବେଳେ ସାହୁଙ୍କ ପରି ଶିକ୍ଷକମାନଙ୍କ ଜୀବନ ଓ କର୍ମ ନୂତନ ପିଢ଼ି ପାଇଁ ପ୍ରେରଣାର ଉତ୍ସ। ତାଙ୍କ ସରଳ ଜୀବନଶୈଳୀ, କର୍ତ୍ତବ୍ୟପରାୟଣତା ଓ ଛାତ୍ରମାନଙ୍କ ପ୍ରତି ଅକୃତ୍ରିମ ସ୍ନେହ ତାଙ୍କୁ ସାଧାରଣ ଶିକ୍ଷକଙ୍କଠାରୁ ଅଲଗା ପରିଚୟ ଦେଇଥିଲା।ଜୀବନର ଅନ୍ତିମ ଯାତ୍ରାରେ ସେ ଆମ ସମସ୍ତଙ୍କୁ ଛାଡ଼ି…
ଭଞ୍ଜନଗର,୩୦/୦୫,(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସଆଇଆର୍ ଉପରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏନେଇ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶନିବାର ଏକ ସଚେତନତା ରାଲି ବାହାରିଥିଲା। ଉପଜିଲ୍ଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ଟାଉନ ହଲ ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ସେଠାରେ ଏକ ସଭା ହୋଇଥିଲା। ଅବାଧ ମୁକ୍ତ ନିର୍ବାଚନ ପାଇଁ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ନିହାତି ଆବଶ୍ୟକ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା କହିଥିଲେ। ତେଣୁ ଏସଆଇଆର୍ ପ୍ରକ୍ରିୟା ୨୪ ବର୍ଷ ପରେ ପୁଣି ଆଜିଠୁ ଆରମ୍ଭ ହୋଇଛି । ଏସଆଇଆର ପ୍ରକ୍ରିୟାକୁ ସଫଳ କରିବା ପାଇଁ ଉପଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା,ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ ,ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଟ ପଣ୍ଡା,…
ବେଲଗୁଣ୍ଠା ୩୦/୦୫,(ଶିବରାମ ଚୌଧୁରୀ):ଆଜି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ଦ୍ଵାରା ସୋରଡ଼ା ବିଧାନସଭା କ୍ଷେତ୍ରର ଦୁଇଟି ରାସ୍ତାର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗ୍ରାମପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ ବିଭାଗର କୁଲାଙ୍ଗି ଠାରୁ ଭାୟା ବୁଢାକେନ୍ଦୁ ଠାକୁରାଣୀ ମନ୍ଦିର ଓ କୁଲାଙ୍ଗିଠାରୁ ପଳାସପୋଲି, ଭାୟା କ୍ଷେତ୍ରୀୟବରପୁର ୫ କିମି ରାସ୍ତାର ପ୍ରାୟ ଛଅ କୋଟି ଟଙ୍କା ବ୍ୟୟରେ “ଉନ୍ନତି କରଣ” ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭିତ୍ତପ୍ରସ୍ତର ସ୍ଥାପନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ସୋରଡ଼ା ବ୍ଳକ୍ ସାଂସଦ ପ୍ରତିନିଧି ବସନ୍ତ କୁମାର ବିଷୋୟୀ, ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ସଂଗଠକ ଜିତେନ୍ଦ୍ର କୁମାର ନାୟକ,ଗ୍ରାମ୍ୟ ଉନ୍ନୟନ ସରକାରୀ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ମହାପାତ୍ର ଓ ଅଜିତ କୁମାର ସ୍ୱାଇଁ, ଦିବାକର ତାରିଣୀ ପ୍ରମୁଖ…
ବୁଗୁଡ଼ା,୩୦/୦୫,(ଡ. ବି. ପ୍ରକାଶ ଚନ୍ଦ୍ର ପାତ୍ର):ଅନ୍ତରପଡ଼ା ପଞ୍ଚାୟତ ଅନ୍ତର୍ଗତ ଝୋଲରି ଠାରେ ଆଜି ଦିନ ତମାମ ହନୁମାନ ଚାଳିଶା ପାଠ ପରାୟଣ ଅନୁଷ୍ଠିତ ହୋଇ ଯାଇଛି। ସମାଜସେବୀ କାର୍ତ୍ତିକେଶ୍ଵର ବିଷୋୟୀଙ୍କ ତତ୍ତ୍ବାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପୋଲସରା ନିକଟସ୍ଥ ଚଢ଼ିଆପଡା ଗ୍ରାମର ପ୍ରବଚକ ପଞ୍ଚାନନ ହୋତା ଚାଳିଶା ପାଠ କରିଥିଲେ। ସନ୍ତୋଷ କୁମାର ମହାପାତ୍ର, ବୈଂଶୀଧର ନନ୍ଦ ଚାଳିଶା ପାଠ କରିବାରେ ସହଯୋଗ କରିଥିଲେ। ଶେଷରେ ଝୋଲରି ନାମ ସଂକୀର୍ତ୍ତନ ଦଳ ନାମ ପରିବେଷଣ କରିଥିଲେ।
ଚିକିଟି,୩୦/୦୫,(ନିଗମାନନ୍ଦ ପଣ୍ଡା):ଦେଶର ଗଣତନ୍ତ୍ର ଶାସନରେ ନାଗରିକ ତା’ର ଆତ୍ମା, ରାଷ୍ଟ୍ରର ଶକ୍ତି ଆଉ ଦେଶର ଅମୂଲ୍ୟ ସମ୍ପଦ । ନାଗରିକଙ୍କୁ ସଠିକ୍ ଚିହ୍ନଟକରିବା, ପରିଚୟ ପତ୍ରରେ ରହିଥିବା ତ୍ରୁଟି, ଅସଙ୍ଗତି ଦୂରକରିବା , ଆବଶ୍ୟକୀୟ ସଂଶୋଧନ କରି ନାଗରିକଙ୍କୁ ଉଚିତ ସମ୍ମାନ ଦେବା ପ୍ରଭୃତି ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧାନ କାର୍ଯ୍ୟକ୍ରମ ଚିକିଟି ନିର୍ବାଚନ ମଣ୍ଡଳୀ ୧୩୫ ଅନ୍ତର୍ଗତ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ତା’ର ଶୁଭ ଉଦ୍ଘାଟନ ହୋଇ ସାରିଛି । ବିଜ୍ଞାପିତ ଅଞ୍ଚଳ ପରିଷଦ ଚିକିଟି ଅନ୍ତର୍ଗତ ପାର୍ଟ ନଂ ୭୩ ର ବାସିନ୍ଦା ୧୦୫ ବର୍ଷୀୟ ଶତାୟୁ ମହିଳା ତଥା ବରିଷ୍ଠ ନାଗରିକ ଜେ. ଅନ୍ନପୂର୍ଣା ଆଚାରୀଙ୍କ ଠାରୁ ପ୍ରଥମ ଫର୍ମ ପୂରଣକରି ବରିଷ୍ଠ ନାଗରିକଙ୍କୁ ଉଚିତ ସମ୍ମାନ ପ୍ରଦର୍ଶନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି । ଉକ୍ତ ପରିବାର କୁମ୍ଭ, ଦୀପ ଫୁଲଥାଳିଆରେ ଏନୁମେରେଟର ଫର୍ମକୁ, ଏ ଇ ଆର ଓ…
ଗଜପତି,୩୦/୦୫,(ଟିକି ଲିମା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଅଣଦେଖା। ଅନ୍ ଲାଇନ ମାଧ୍ୟମରେ କିଛି ବିଦ୍ୟୁତ ଉପକରଣ ଆଣି ଥିଲେ ତାହାର ସର୍ଭିସ ମିଳୁ ନଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ବର୍ତ୍ତମାନ ଗରମ ବଢ଼ି ଚାଲି ଥିବା ବେଳେ ରୌଦ୍ର ତାପରୁ ମୁକ୍ତି ପାଇବାକୁ ଫ୍ଲିପ କାର୍ଟ ରୁ ଗୋଟେ ପରିବାର ଏଲ ଜି କମ୍ପାନୀ ର ଏକ ଏସି ମଗେଇ ଥିଲେ। ଉକ୍ତ ଏ ସି ପାଇଁ ପର ଦିନ ଇନଷ୍ଟ ଲେସନ୍ ପାଇଁ ମୋବାଇଲ୍ ରେ ମେସେଜ ଆସିଥିବା ବେଳେ ଆଜକୁ ଆଠରୁ ନ ଦିନ ବିତି ଯାଇଥିଲେ ହେଁ ଏଵେ ଯାଏଁ ଉକ୍ତ ଏସି ଟି ଲଗା ଯାଇ ପାରି ନାହିଁ। ଏ ନେଇ ଯଦି ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଫୋନ୍ କଲେ ଆଜି କାଲି କହି ଖସି ଯାଉଛି। ଏପରିକି ଇନଷ୍ଟ ଲେସନ୍ ପାଇଁ ଦେଇଥିବା ନମ୍ବର ବି ସୁଇଚ ଅଫ୍…
ଗଜପତି,୩୦/୦୫,(ଟିକି ଲିମା):ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ହାଟପଦା ଏସ ଏସ ଡି ସ୍କୁଲ ଠାରେ ଆଜି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓଡ଼ିଶା ଭୁବନେଶ୍ଵର ରୋଷେୟା ତଥା ସେବାୟତ ସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି ପାଇଁ ଗଜପତି ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସଭାପତି ମିନା ରାଓ ପରିଡ଼ା ଙ୍କ ଅଧକ୍ଷତାରେ ସମ୍ପାଦକ ସନ୍ୟାସୀ ଗମାଙ୍ଗଙ୍କ ନେତୃତ୍ଵରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଗଜପତି ଜିଲ୍ଲା ର ୭ଟି ବ୍ଲକ୍ ର ରାସେୟା ମାନେ ପ୍ରାୟ ୪୦ ବର୍ଷରୁ କାମ କରି ଆସୁଥିବା ବେଳେ ଆଜି ବି ସ୍ଥାୟୀ ନିଯୁକ୍ତି ହୋଇ ପାରି ନାହିଁ। ଯାହାକୁ ନେଇ ସ୍ଥାୟୀ ନିଯୁକ୍ତି ଦାବି କରି ରାଷ୍ଟ୍ରପତି ଦ୍ରୋପତି ମୂର୍ମୁ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ସରକାର ଙ୍କୁ ଅନୁରୋଧ କରିଛନ୍ତି ।ଯଦି ସରକାର ଆମ ଗୁହାରୀ ନ ଶୁଣନ୍ତି ତାହେଲେ ଆମ ରାଜରାସ୍ତାକୁ ଓହ୍ଲାଇବୁ ବୋଲି…
— ମେ ୩୦ରୁ ଜୁନ୍ ୨୮ ପର୍ଯ୍ୟନ୍ତ ଘରକୁ ଘର ଯାଇ ସର୍ଭେ କରିବେ ବିଏଲଓ — ଜିଲ୍ଲାର ଉଭୟ ବିଧାନସଭା କ୍ଷେତ୍ରରେ ୯୫ ପ୍ରତିଶତରୁ ଅଧିକ ଭୋଟର ମ୍ୟାପିଂ ସମ୍ପନ୍ନ — ଗୁଜବ ଓ ଭ୍ରମାତ୍ମକ ସୂଚନାଠାରୁ ଦୂରେ ରହିବାକୁ ନାଗରିକଙ୍କୁ ପରାମର୍ଶ ନୂଆପଡ଼ା,୩୦/୦୫:(ପରମେଶ୍ୱର ମେହେର):ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଓ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆଜିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (Special Intensive Revision-SIR) କାର୍ଯ୍ୟକ୍ରମ ସମ୍ପର୍କରେ ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ସମସ୍ତ ସାମ୍ବାଦିକଙ୍କୁ ସ୍ୱାଗତ କରି ଜିଲ୍ଲାପାଳ କହିଥିଲେ ଯେ, ଏସ୍ଆଇଆର୍ ପ୍ରକ୍ରିୟାର ମୂଳ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ନିର୍ଭୁଲ, ତ୍ରୁଟିମୁକ୍ତ ଏବଂ ଅଦ୍ୟତନ କରିବା। ଏହା ମାଧ୍ୟମରେ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ…
ବ୍ରହ୍ମପୁର,୩୦/୦୫, (ହିମାଂଶୁ ଶେଖର ସାବତ):ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗଦହଣୀ ଗ୍ରାମ ଅଙ୍ଗନୱାଡି କେନ୍ଦ୍ରରେ ଶନିବାର ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଏବଂ ‘ଆଇନ ସଚେତନତା’ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ‘ସେବା’ ସମ୍ପାଦିକା ଅଳକା ସାହୁ, ମହିଳା ସଶକ୍ତିକରଣ ଅଧିକାରୀ ବବିତା ମହାରଣା,ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାରାଲିଗଲ ସ୍ବେଛାସେବୀ ଜ୍ୟୋସ୍ନା କୁମାରୀ ସାହୁ, ଶିକ୍ଷକ ଜୁରେଶ ସାହୁ, ସମସ୍ତ ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକା, ସ୍ଥାନୀୟ ମହିଳା ପ୍ରମୁଖ ଉପସ୍ଥିତ ରହିଥିଲେ l ବାଲ୍ୟ ବିବାହ ମୁକ୍ତ ଗ୍ରାମ କରିବା ପାଇଁ ସେବା ସମ୍ପାଦିକା ଅଳକା ସାହୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇବା ସହ ଚାଇଲଡ ଲାଇନ, ମହିଳା ଟ୍ରାଫିକିଙ୍ଗ ଆଦି ବିଷୟରେ ଉପସ୍ଥିତ ସମସ୍ତଙ୍କୁ ବୁଝାଇଥିଲେ l ସେହିଭଳି ଆଇନ କ’ଣ, ଜଣେ ସାଧାରଣ ବ୍ୟକ୍ତିର ଜୀବନରେ ଆଇନର ଆବଶ୍ୟକତା କ’ଣ, ନିଃଶୁଳ୍କ ଆଇନ ସେବା ବିଷୟରେ ଉପସ୍ଥିତ ସମସ୍ତଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ପାରାଲିଗଲ…