ଖଜୁରୀପଡ଼ା,୧୭।୧୦(ମନୋଜ କୁମାର ବେହେରା):ଶିଶୁଙ୍କ ମନରେ ଲୁଚି ରହିଥିବା ଅସୀମ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଲକ୍ଷ୍ୟରେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତିପଡ଼ା ଗ୍ରାମପଞ୍ଚାୟତର ଦୁତିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ୧୬ ଅକ୍ଟୋବର ୨୦୨୬ ଶୁକ୍ରବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଜୁରୀପଡ଼ା ବ୍ଲକର ୧୪ଟି କ୍ଲଷ୍ଟରରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ ନିଜର ଅନ୍ତର୍ନିହିତ ପ୍ରତିଭା, କଳାନୈପୁଣ୍ୟ ଓ ସୃଜନଶୀଳତାର ପରିଚୟ ଦେଇଥିଲେ।ଶିକ୍ଷା କେବଳ ପାଠପଢ଼ା ଓ ପରୀକ୍ଷାରେ ଭଲ ନମ୍ବର ରଖିବା ମଧ୍ୟରେ ସୀମିତ ନୁହେଁ; ବରଂ ପିଲାମାନଙ୍କ ଭିତରେ ଥିବା କଳା, ସଂସ୍କୃତି, ସାହିତ୍ୟ, ସଙ୍ଗୀତ, ନୃତ୍ୟ ଓ ଅନ୍ୟାନ୍ୟ ସୃଜନଶୀଳ ଗୁଣର ବିକାଶ ମଧ୍ୟ ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ଦୃଷ୍ଟିରୁ ‘ସୁରଭି’ ଭଳି ଶିଶୁ ମହୋତ୍ସବ ଛାତ୍ରଛାତ୍ରୀଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ…
Author: Janabani News
ଚିକିଟି,୧୭।୧୦(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୁନାପୁର ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଚିକିଟି ବ୍ଲକର ୯୪ଟି ବିଦ୍ୟାଳୟରୁ ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ ଏହି ଉତ୍ସବରେ ଯୋଗଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରୁ ୩୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ।ଏହି ଉତ୍ସବରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଚିକିଟି ଗୋଷ୍ଠୀ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ବିଡିଓ ବିବେକାନନ୍ଦ ମିଶ୍ର, ସୁନାପୁର ସରପଞ୍ଚ ଲକ୍ଷ୍ମୀଧର ବେହେରା, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ତ୍ରିନାଥ ମଲ୍ଲିକ, ମେଘନାଥ ବେହେରା ଓ ନାୟକ ସେଠୀ ଯୋଗଦେଇଥିଲେ।ଏଥିସହ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୀମାଞ୍ଚଳ ବେହେରା, ବିଦ୍ୟାଳୟର ପ୍ରଧାନଶିକ୍ଷକ ଲଳିତ…
ବୋଲଗଡ଼,୧୭।୧୦(ସୁଶାନ୍ତ କୁମାର ପ୍ରଧାନ):ଉତ୍କଳୀୟ ପରମ୍ପରା ରେ ଗର୍ଭଣା ସଂକ୍ରାନ୍ତିର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ରଜ ଓ ମକର ପରି ଏହା ମଧ୍ୟ ଏକ କୃଷିଭିତ୍ତିକ ପର୍ବ। ତୁଳା ମାସର ଏହି ପବିତ୍ର ସଂକ୍ରାନ୍ତିରେ ଧରା ହୁଏ ଗର୍ଭିଣୀ।ଶାସ୍ତ୍ର କୁହେ, ଗର୍ଭ ଅର୍ଥ ଭୃଣ। ଏହି ସମୟରେ ଧାନ ଗଛ ଗର୍ଭ ଧାରଣ କରେ। ତା’ ଗର୍ଭରୁ କେଣ୍ଡା ଫୁଟି ଧରାକୁ ସୁନା କରେ। ତେଣୁ ଚାଷୀ ନିଷ୍ଠାରେ ବିଲକୁ ଯାଏ, ଜାଉ ପ୍ରସ୍ତୁତ କରେ ଓ ଧାନ ଗଛକୁ ପୂଜା କରି ଭଲ ଅମଳର ପ୍ରାର୍ଥନା କରେ।ବିଶ୍ୱାସ ଅଛି, ଅଙ୍କରାନ୍ତି ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଫସଲ ଉତ୍ତମ ହୁଏ। ତେଣୁ କୃଷକ ସ୍ନାନାଦି ସାରି, ବିଧିପୂର୍ବକ ପୂଜା କରି ସେ ଡାଳ କ୍ଷେତରେ ପୋତିଥାଏ।ପୁରୁଣା କୃଷି ବଚନ କୁହେ -“ଆଗେ ବୁଣୁ ପଛେ ବୁଣୁ, ଗର୍ଭଣା କୁ ଟୁଣୁ ଟୁଣୁ।”ଅର୍ଥାତ୍, ଗର୍ଭଣା ବେଳକୁ ଆଗ ଓ ପଛ…
ବୋଲଗଡ଼,୧୭।୧୦(ସୁଶାନ୍ତ କୁମାର ପ୍ରଧାନ):ସଅଳେ ସଅଳେ କଲେଜ ଇଲେକ୍ସନ ସରିଛି। ଜିତିଛନ୍ତି କିଛି ଛାତ୍ରଛାତ୍ରୀ। ଫୁଲମାଳ ପଡୁଛି, ଫଟୋ ଉଠୁଛି। କିନ୍ତୁ ପ୍ରଶ୍ନ ହେଉଛି ଯେଉଁମାନେ ଜିତିଲେ ସେମାନେ କ’ଣ ସତରେ କଲେଜର ଉନ୍ନତି କରିପାରିବେ ? କହିବାକୁ ଗଲେ ସତ ବହୁତ ତିକ୍ତ। ଯେଉଁ ଛାତ୍ରଛାତ୍ରୀ ଠିଆ ହୋଇଥିଲେ, ସେମାନେ ନିଜେ ବେକାର। ପାଠ ପଢୁଛନ୍ତି। ବାପାଙ୍କ ପାଖରୁ ପଇସା ଆଣି ଖର୍ଚ୍ଚ କରୁଛନ୍ତି। ସାଙ୍ଗସାଥି ଖୁସିରେ ଗୋଟେ ଚା’ ମାଗିଲେ ଦେଇ ପାରନ୍ତିନି। ହେଲେ ଇଲେକ୍ସନ ବେଳେ ସମସ୍ତଙ୍କୁ ବିରିୟାନୀ, ଅଣ୍ଡା ରୋଲ୍, ଯିଏ ଯାହା ମାଗିଲା ତାହା ? ପ୍ରଶ୍ନ ହେଉଛି ପଇସା ଆସୁଛି କେଉଁଠୁ ?ଉତ୍ତର ସମସ୍ତେ ଜାଣନ୍ତି। ଏହା ପଛରେ ଅଛି ଦଳୀୟ ନେତାଙ୍କ ଅଦୃଶ୍ୟ ହାତ। ଯିଏ ପଇସା ଦେଉଛି, ସିଏ ହିଁ ଆଗକୁ ହିସାବ ନେବ। ଆଜିର କଲେଜ ଇଲେକ୍ସନ ଛାତ୍ରଙ୍କ ନେତୃତ୍ୱ ବାଛିବା ପାଇଁ ନୁହେଁ, ଆଗାମୀ ଦିନର ଚାମଚା ବାଛିବା…
ବେଗୁନିଆପଡ଼ା(ବାପୁନି ମାଲୁ):ମଧ୍ୟାହ୍ନ ଗଡ଼ିଲାଣି, ହେଲେ ଖୋଲିଲାନି ଡାକଘର। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ର ଚିଙ୍ଗୁଡ଼ିଖୋଲ ଡାକଘର ନିର୍ଦ୍ଧାରିତ ସମୟରେ ଖୋଲୁନଥିବା ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳର ଏହି ଡାକଘରର ଫଟୋ ଉଠାଇବା ସମୟରେ ମଧ୍ୟାହ୍ନ ୧୨ଟା ୪୪ ମିନିଟ୍ ହୋଇଥିଲା। କିନ୍ତୁ ସେତେବେଳେ ମଧ୍ୟ ଡାକଘର ବନ୍ଦ ରହିଥିଲା। ଫଳରେ ଡାକସେବା ପାଇଁ ଆସୁଥିବା ଲୋକମାନେ ଅସୁବିଧାରେ ପଡ଼ିବା ଆଶଙ୍କା ରହିଛି। ସରକାରୀ ଡାକସେବାର ସମୟାନୁବର୍ତ୍ତିତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଡାକଘର ଖୋଲିବାରେ ବିଳମ୍ବର କାରଣ କ’ଣ? ଏହା ଉପରେ ସମ୍ପୃକ୍ତ ଡାକ ବିଭାଗର ଅଧିକାରୀମାନେ ଦୃଷ୍ଟି ଦେଇ ତଦନ୍ତ କରିବେ କି? ଏବେ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।
ଚିକିଟି,୧୭।୧୦(ନିଗମାନନ୍ଦ ପଣ୍ଡା):ଓଡ଼ିଶାର ବକ୍ସିଂ କ୍ରୀଡ଼ା ଜଗତ ପାଇଁ ଗୌରବର ବିଷୟ। ୭୦ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଅଣ୍ଡର-୧୪ ବାଳକ ବକ୍ସିଂ ବିଭାଗରେ ଅଂଶଗ୍ରହଣ ପାଇଁ ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ୍ର ୪ ଜଣ ଖେଳାଳି ଓଡ଼ିଶା ଦଳରେ ମନୋନୀତ ହୋଇଛନ୍ତି।ମନୋନୀତ ଖେଳାଳିମାନେ ହେଲେ ବଡ଼ଏକଶିଙ୍ଗି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୟୁ. ପ୍ରକାଶ ରେଡ୍ଡୀ ଓ କେ. ବିଶ୍ୱନାଥ ରେଡ୍ଡୀ, ଭାଲିଆଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଏସ୍. ମହେଶ କୁମାର ଦୋରା ଏବଂ ପିତାତଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଲୋହିତ କୁମାର ବେହେରା। ଏହି ଖେଳାଳିମାନଙ୍କ ସଫଳତାରେ ଚିକିଟି ଅଞ୍ଚଳର ଶିକ୍ଷା ଓ କ୍ରୀଡ଼ା ମହଲରେ ଆନନ୍ଦ ପ୍ରକାଶ ପାଇଛି।ପ୍ରାପ୍ତ ସୂଚନା ଅନୁଯାୟୀ, ଜାତୀୟ ବକ୍ସିଂ ପ୍ରତିଯୋଗିତା ଅକ୍ଟୋବର ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିପାଇଁ ମନୋନୀତ ଖେଳାଳିମାନଙ୍କର ଅକ୍ଟୋବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଆଇଆରସି ଭିଲେଜସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ…
ବାଲିଗୁଡ଼ା,୧୬।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସଚେତନତା ଓ ବିଦ୍ୟାଳୟର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବିରାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ପ୍ରଧାନ ଶିକ୍ଷକ ସନାତନ ଅମାୟତଙ୍କ ଆବାହନରେ ଆୟୋଜିତ ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସନ୍ତୋଷ ମଳିକ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଶିକ୍ଷକ ଅଲେଖ ରଣା ଉପସ୍ଥିତ ଅଭିଭାବକ ଓ ଅନ୍ୟ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ବୈଠକରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ମୂଲ୍ୟାୟନ ନିମନ୍ତେ ସମାପ୍ତି ସୂଚକ ଆକଳନ-୧ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା, ନିଶାମୁକ୍ତ ଭାରତ ଅଭିଯାନକୁ ତୃଣମୂଳ ସ୍ତରରେ ସଫଳ କରିବା ଏବଂ ଶିଶୁ ଶ୍ରମିକ…
କନ୍ଧମାଳ,୧୬।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଚଳିତ ବର୍ଷ ୨୦୨୬-୨୭ ଋତୁ ପାଇଁ “ମିଶନ ଜିରୋ କାନାବିସ୍ କଲ୍ଟିଭେସନ” ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ଅଧୀନରେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଲୁଇସିଂ ଗ୍ରାମ ପଞ୍ଚାୟତର ଘଞ୍ଚ ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ହେଉଥିବା ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରାଯାଇଛି।କନ୍ଧମାଳ ଏସପି ଶ୍ରୀ ରମେନ୍ଦ୍ର ପ୍ରସାଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳ, ଗୋଛାପଡ଼ା ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ଓ ଏସଆଇ ଅଶୋକ ପରିଡାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଡ୍ରୋନ ମାଧ୍ୟମରେ ନଜର ରଖି ପ୍ରାୟ ୩୦ ଏକର ଜମିରେ ଜଳସେଚନ ଓ ସାର ପ୍ରୟୋଗ କରି ବ୍ୟବସାୟିକ ଭାବେ କରାଯାଇଥିବା ଗଞ୍ଜେଇ ଚାଷକୁ ଠାବ କରି ଘଟଣାସ୍ଥଳରୁ ୯ ଜଣ ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ଲୁଇସିଂ ନିକଟ ରାଇଗଡ଼ା ଗ୍ରାମର…
ହିଞ୍ଜିଳିକାଟୁ,୧୭।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ଲାଗି ରହିଥିବା ଉତ୍ତେଜନା ଥମିବାର ନାଁ ଧରୁନି। ନିର୍ବାଚନ ଫଳାଫଳ ପ୍ରକାଶ ପରେ ଏବେ ଶପଥ ଗ୍ରହଣକୁ କେନ୍ଦ୍ର କରି ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ କ୍ୟାମ୍ପସ୍। ଶପଥ ଗ୍ରହଣ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବା ସହ ଠେଲାପେଲା ଓ ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି। ଘଟଣାକୁ ନେଇ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପୁଲିସ ହସ୍ତକ୍ଷେପ କରି ସ୍ଥିତି ନିୟନ୍ତ୍ରଣକୁ ଆଣିଛି।ସୂଚନା ଅନୁସାରେ, ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପଦରେ ବିସିଜେଡି (BCJD) ସମର୍ଥିତ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ତେବେ ଗତକାଲି ନିର୍ବାଚନ ଫଳାଫଳ ପ୍ରକାଶରେ ବିଳମ୍ବକୁ ନେଇ କଲେଜରେ ଉତ୍ତେଜନା ଦେଖାଦେଇଥିଲା। ଏହାର ଦିନକ ପରେ ଆଜି ଶପଥ ଗ୍ରହଣ ପୂର୍ବରୁ ପୁଣି ଦୁଇ ଛାତ୍ର ଗୋଷ୍ଠୀ…
ବେଲଗୁଣ୍ଠା,୧୬।୧୦(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ବୋରୀ ପିଏମ୍ ଶ୍ରୀ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସବିତା ବେହେରାଙ୍କ ପୌରୋହିତ୍ୟରେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।ଏଥିରେ ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମାନସୀ ଦାସ, ବିପିଏମ୍ ଦୁର୍ଗା ପ୍ରସାଦ ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ପରିବେଶର ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟର ସୁରକ୍ଷା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଏଥିସହ ଗ୍ରାମସ୍ତରରେ ପାଲା ପରିବେଷଣ, ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ କରାଯାଇଥିଲା। ପରିବେଶକୁ ସବୁଜ ଓ ସୁନ୍ଦର ରଖିବା ପାଇଁ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା।ଖୋଲାରେ ମଳତ୍ୟାଗ ନକରିବା, ଗ୍ରାମକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା, ଗ୍ରାମ…
ବେଗୁନିଆପଡା,୧୭।୧୦(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତର କୁମାରୀପାରି ଗ୍ରାମର ଶ୍ମଶାନ ଅବ୍ୟବସ୍ଥା ଘେରରେ ରହିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ ଭଳି ଏକ ସମ୍ବେଦନଶୀଳ ସମୟରେ ଶ୍ମଶାନର ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଗ୍ରାମବାସୀଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିବା ଅଭିଯୋଗ ଉଠିଛି। ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଉଥିବା ବେଳେ ଶ୍ମଶାନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଉନ୍ନତିକରଣ ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ଏହି ସମସ୍ୟାର ସମାଧାନ ପାଇଁ ବେଗୁନିଆପଡ଼ା ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି । ପ୍ରଶାସନ କେବେ ନେବ ପଦକ୍ଷେପ? ତାହା ହିଁ ଦେଖିବାକୁ ବାକି ରହିଲା ।
ବ୍ରହ୍ମପୁର,୧୭।୧୦(ହିମାଂଶୁ ଶେଖର ସାବତ):ଗୋସାଇଁ ନୂଆଗାଁ ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମା’ ଦୁର୍ଗାଙ୍କ ପୂଜାର ୫୦ତମ’ ବର୍ଷ ଅବସରରେ “ସୁବର୍ଣ୍ଣ ଜୟନ୍ତୀ ଉତ୍ସବ” ମହାଆଡ଼ମ୍ବରରେ ପାଳନ କରାଯାଉଛି । ଏହି ଅବସରରେ ଦୁର୍ଗା ପୂଜା କମିଟି ପକ୍ଷରୁ ଏକ “ସାମ୍ୱାଦିକ ସମ୍ମିଳନୀ” ସ୍ଥାନୀୟ କେ ସି ହାଇସ୍କୁଲ ଖେଳ ପଡ଼ିଆ ସ୍ଥିତ ଦୁର୍ଗା ପୂଜା କମିଟି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ଜଗଦୀଶ ପାଣିଗ୍ରାହୀ, ସମ୍ପାଦକ ସୁକାନ୍ତ କୁମାର ପଣ୍ଡା, କୋଷାଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡା, ଦୁର୍ଗା ପୂଜା କମିଟି ସଦସ୍ୟ ସୁନିଲ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ୧୯୭୭ ମସିହାରୁ ଆରମ୍ଭ ହୋଇଥିବା ଏହି ଦୁର୍ଗା ପୂଜା ଦୀର୍ଘ ୫୦ ବର୍ଷ ଧରି ଏହି ପୂଜା ଗୋସାଇଁନୂଆଗାଁ ଅଞ୍ଚଳରେ ଧାର୍ମିକ ଭାବନା, ପରମ୍ପରା ଓ ଭାଇଚାରାର ପ୍ରତୀକ ହୋଇ ରହିଆସିଛି । ଏହି ବିଶେଷ ଅବସରରେ ଓଡ଼ିଶା ତଥା ବାହାର ରାଜ୍ୟର…