ବାଲିଗୁଡ଼ା,୧୫।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ଦୀର୍ଘ ୪୬ ବର୍ଷର ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଗଣତାନ୍ତ୍ରିକ ପରମ୍ପରାର ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ। ଦୀର୍ଘ ବ୍ୟବଧାନ ପରେ ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନ ସଫଳତାର ସହ ଶେଷ ହୋଇଛି। ଏହି ନିର୍ବାଚନରେ ମୋଟ ୭୨.୮୬ ପ୍ରତିଶତ ମତଦାନ ହୋଇଥିବା ବେଳେ ୮ଟି ବିଭିନ୍ନ ପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୩୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହା ସହ ମହାବିଦ୍ୟାଳୟରେ ଛାତ୍ର ନେତୃତ୍ୱ ଓ ପ୍ରତିନିଧିତ୍ୱର ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି। ଗୁରୁବାର ୧୫ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମହାବିଦ୍ୟାଳୟରେ ମତଦାନ ହୋଇଥିଲା। ମତଦାନ ପରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇ ମୋଟ ୯ ରାଉଣ୍ଡରେ ଗଣତି ଶେଷ ହୋଇଥିଲା। ଅପରାହ୍ନ ୫ଟାରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା। ସମସ୍ତ ୮ଟି…
Author: Janabani News
ବାଲିଗୁଡ଼ା:୧୫।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଆରାଧ୍ୟା ତଥା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ପୀଠରେ ଭକ୍ତି ଓ ଆଧ୍ୟାତ୍ମିକତାର ମାହୋଲ ମଧ୍ୟରେ ପାଳିତ ହେଉଛି ପବିତ୍ର ଶାରଦୀୟ ନବରାତ୍ର ଉତ୍ସବ। ନବରାତ୍ରର ପଞ୍ଚମ ଦିନରେ ମା’ ପାଟଖଣ୍ଡା ଜଗତ୍ଜନନୀ ମା’ ସ୍କନ୍ଦମାତାଙ୍କ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ମା’ଙ୍କ ଏହି ମନୋରମ ବେଶ ଭକ୍ତଙ୍କ ମନରେ ଭକ୍ତିଭାବ ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିଛି। ଶ୍ରୀ ଶ୍ରୀ ଶ୍ରୀ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମା’ଙ୍କ ମନ୍ଦିର ପରିସରରେ ନବରାତ୍ର ଉତ୍ସବ ଶ୍ରଦ୍ଧା, ନିଷ୍ଠା ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଦିନ ମା’ଙ୍କ ଭିନ୍ନ ଭିନ୍ନ ବେଶ ଓ ପୂଜାବିଧି ଭକ୍ତମାନଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରୁଛି। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ ପାଇଁ ଶ୍ରଦ୍ଧାଳୁଙ୍କ ମନରେ ରହିଛି ଗଭୀର ଆଗ୍ରହ। ଚଳିତ ବର୍ଷର ନବରାତ୍ର ପୂଜାରେ କର୍ତ୍ତା ଭାବେ…
କବିସୂର୍ଯ୍ୟନଗର,୧୫।୧୦(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ୍ ଅନ୍ତର୍ଗତ ଗୁଡ଼ିଆଳିର କେନ୍ଦୁ ପାଟଣା ସାହିର ୪୪ ବର୍ଷୀୟ ଯୁବକ ସୁଶାନ୍ତ ବାଡ଼ତ୍ୟାଙ୍କ ଦୁଇଟିଯାକ କିଡନୀ ନଷ୍ଟ ହୋଇଯାଇଛି । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ତାଙ୍କର ଜମିବାଡ଼ି ବୋଲି କିଛି ନାହିଁ । ରାଜମିସ୍ତ୍ରୀ ଭାବେ ସେ କାର୍ଯ୍ୟ କରୁଥିଲେ । ଘରେ ତାଙ୍କର କୁନି କୁନି ଦୁଇ ଝିଅ ସହିତ ପତ୍ନୀ । ରୋଗଗ୍ରସ୍ତ ହେବା ପରେ ପରିବାର ଚଳିବା ପାଇଁ ଏବଂ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏନେଇ ଖବର ପାଇ “ଗୋଟିଏ ସାହାଯ୍ୟରେ କୋଟିଏ ହସ” ଅନୁଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ସହିତ ରାସନ୍, ପନିପରିବା ଆଦି ଗୋଟିଏ ମାସ ପାଈଁ ପ୍ରଦାନ କରିଛନ୍ତି । ଏଥିରେ “ଗୋଟିଏ ସାହାଯ୍ୟରେ କୋଟିଏ ହସ” ଅନୁଷ୍ଠାନର ପ୍ରତିଷ୍ଠାତା ଆଦେଶ ନାହକ, ସଭାନେତ୍ରୀ ସମୀରା ନାୟକ, ସଂପାଦକ ଟୁଟୁ ସାହୁ, ସଦସ୍ୟ ଗୁଡ଼ିଲି…
ବେଲଗୁଣ୍ଠା,୧୫/୧୦,(ଶିବରାମ ଚୌଧୁରୀ):ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଲକ୍ଷ୍ୟରେ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଖଇରପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗାଙ୍ଗପୁର କ୍ଲଷ୍ଟର ସ୍ତରୀୟ ସୁରଭି ମହୋତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଆବାହକତ୍ୱରେ ଏବଂ ଖଇରପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମହୋତ୍ସବରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଏବଂ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।ସହ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ପାତ୍ର ସ୍ୱତନ୍ତ୍ର ଅତିଥି ଏବଂ ବିଧାୟକଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ, ସମିତିସଭ୍ୟା ଶାନ୍ତିଲତା ବେହେରା ଓ ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ବିଧାୟକ…
ଖୋର୍ଦ୍ଧା,୧୫।୧୦(କେଦାର ନାଥ ସାହୁ):ମହିଳାମାନଙ୍କୁ ଉଦ୍ୟାନ କୃଷି କ୍ଷେତ୍ରରେ ସଶକ୍ତ କରିବା ତଥା ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ମହିଳା ସଶକ୍ତୀକରଣ ଅଧୀନସ୍ଥ ଉଦ୍ୟାନ କୃଷି ଛତୁ ମିଶନ ଅନ୍ତର୍ଗତ ଏକ ଦିବସୀୟ ଛତୁ ଚାଷ ତାଲିମ ଓ କର୍ମଶାଳା ଖୋର୍ଦ୍ଧା ଉପଖଣ୍ଡସ୍ଥିତ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଉପଖଣ୍ଡର ୬ଟି ବ୍ଲକ୍ରୁ ମୋଟ ୬୦ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (WSHG) ସଦସ୍ୟା ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (OUAT)ର ପ୍ରଫେସର ଶ୍ରୀ ନିରଞ୍ଜନ ଚିନ୍ନରା ମୁଖ୍ୟ ଅତିଥି ତଥା ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇ ଛତୁ ଚାଷର ଗୁରୁତ୍ୱ, ଏହାର ବିଭିନ୍ନ ପଦ୍ଧତି, ପୁଷ୍ଟିକର ଉପାଦେୟତା, ରୋଜଗାର ସୃଷ୍ଟିର ସମ୍ଭାବନା ଏବଂ ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ କ୍ଷେତ୍ରରେ ଏହାର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।ଏହି ଅବସରରେ ବୋଲଗଡ଼ ଅଞ୍ଚଳର ସଫଳ ଉଦ୍ୟାନ କୃଷି…
ଖୋର୍ଦ୍ଧା,୧୫।୧୦(କେଦାର ନାଥ ସାହୁ):ବିଶ୍ୱ ହାତଧୁଆ ଦିବସ ଅବସରରେ ଖୋର୍ଦ୍ଧାସ୍ଥିତ ସିଗମା ପବ୍ଲିକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।ଦୈନନ୍ଦିନ ଜୀବନରେ ଖାଦ୍ୟ ଖାଇବା ପୂର୍ବରୁ ଓ ଶୌଚାଳୟ ବ୍ୟବହାର ପରେ ସାବୁନ ଓ ପାଣିରେ ଭଲଭାବେ ହାତ ଧୋଇବା ଦ୍ୱାରା ବିଭିନ୍ନ ରୋଗ ସୃଷ୍ଟିକାରୀ ଜୀବାଣୁର ସଂକ୍ରମଣକୁ ରୋକାଯାଇପାରିବ ବୋଲି ଏହି ଅବସରରେ କୁହାଯାଇଥିଲା।ସ୍କୁଲ ର ଚେୟାରମେନ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ହାତ ଧୋଇବା ଦ୍ୱାରା ସୁସ୍ଥ ଏବଂ ନିରୋଗ ରହିବା ବୋଲି ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଡିନ୍ ବନଦୁର୍ଗା ଶାହା ହାତ ଧୋଇବାର ଗୁରୁତ୍ୱ ଓ ଏହାର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିବା ସହ ସଚେତନ କରିଥିଲେ। ସେହିପରି ନର୍ସିଂ ଶିକ୍ଷୟିତ୍ରୀ ସୁରଞ୍ଜନା ସାହୁ ଛାତ୍ରଛାତ୍ରୀଙ୍କୁ ସଠିକ୍ ଉପାୟରେ…
ଛତ୍ରପୁର,୧୫।୧୦(ଡ.କୁମୁଦ ଚନ୍ଦ୍ର ବେହେରା):ଗଞ୍ଜାମ ଜିଲ୍ଲାରେ ଜୀବିକା ବିକାଶ ସହ କୃଷି ଆନୁଷଙ୍ଗିକ ଉଦ୍ୟୋଗର ପ୍ରସାର ପାଇଁ ରହିଥିବା ସମ୍ଭାବନା ଅନୁଧ୍ୟାନ କରିବାକୁ ନୀତି ଆୟୋଗର ୟଙ୍ଗ ପ୍ରଫେସନାଲ୍ ଲତିକା ଖତୱାନୀ ଏବଂ ଆନ୍ତର୍ଜାତୀୟ ଖାଦ୍ୟ ନୀତି ଅନୁସନ୍ଧାନ ପ୍ରତିଷ୍ଠାନର ବରିଷ୍ଠ ଗବେଷକ ଡ. ସୁଧା ନାରାୟଣନ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ ପୋଡ଼ମପେଟାସ୍ଥିତ ମା’ ପୋଲମା ଶୁଖିଲା ମାଛ ଗୋଷ୍ଠୀ ଏବଂ ଖଲ୍ଲିକୋଟ ବ୍ଲକ୍ର ଶ୍ରୀକୃଷ୍ଣଶରଣପୁରସ୍ଥିତ କାଜୁ ପ୍ରକ୍ରିୟାକରଣ ୟୁନିଟ୍ ପରିଦର୍ଶନ କରିଥିଲେ। ସେଠାରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟଧାରା, ଉତ୍ପାଦନ ଓ ପ୍ରକ୍ରିୟାକରଣ ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହ ଏହା ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ପାଇଁ ସୃଷ୍ଟି ହେଉଥିବା ଜୀବିକା ଓ ଆୟବୃଦ୍ଧିର ସୁଯୋଗ ଅନୁଧ୍ୟାନ କରିଥିଲେ।ସ୍ଥାନୀୟ ସମ୍ବଳର ସଦୁପଯୋଗ କରି ମତ୍ସ୍ୟ ଓ କୃଷି ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗର ପ୍ରସାର, ଉତ୍ପାଦର ମୂଲ୍ୟବୃଦ୍ଧି ଏବଂ ଗ୍ରାମାଞ୍ଚଳରେ ରୋଜଗାରର ସୁଯୋଗ ବୃଦ୍ଧି ସମ୍ପର୍କରେ ସେମାନେ ଜିଲ୍ଲା…
ଭଞ୍ଜନଗର,୧୫।୧୦(ନିଲୁ ବିଶୋୟୀ):ଭଞ୍ଜନଗର ବିଦ୍ୟୁତ ସର୍କଲ (tpsodl)ର ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ତଥା ଭଞ୍ଜନଗର ଅବସ୍ଥାପିତ tpsodl grf ର ପ୍ରଥମ ସଭାପତି ଶ୍ରୀ ମହମ୍ମଦ ସରବର ସାଦିକ ଙ୍କୁ ବିଦ୍ୟୁତ ବିଭାଗ ର ଚିଫ ଇଞ୍ଜିନିୟର ପଦବୀ କୁ ପଦୋନ୍ନତି କରାଯାଇଛି।ଶ୍ରୀଯୁକ୍ତ ସାଦିକ ଭଦ୍ରକ ଜିଲ୍ଲା ସ୍ଥିତ ପୁରାତନ ଏନ. ସି ହାଇସ୍କୁଲ ଓ ଭଦ୍ରକ କଲେଜ ରୁ ଶିକ୍ଷା ସମାପ୍ତ ପରେ ୨୦୦୨ ମସିହାରେ ଭଦ୍ରକ ବରପଦା ଯାନ୍ତ୍ରିକ ଶିକ୍ଷା ଅନୁଷ୍ଠାନ ରେ BIET ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗ ଅନର୍ସ ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ।ଏହାପରେ ସେ ୨୦୦୪ ମସିହାରୁ southco ରେ ଟ୍ରେନିଂ ଇଞ୍ଜିନିୟର ଭାବେ ନିଜର ଚାକିରୀ ଆରମ୍ଭ କରିଥିଲେ।ଶ୍ରୀ ସାଦିକଭଦ୍ରକ ସନଥିଆ ଗ୍ରାମର ଶିକ୍ଷକ ମହମ୍ମଦ ଅବଦୁଲ ସାଦିକଙ୍କ ସୁପୁତ୍ର ତଥା ଯାଜପୁର ତାରା ମଦନ ଗ୍ରାମ ର ଶିକ୍ଷକ ସେକ ଅବଦୁଲ ସାକୁର ଜାମାତା ଅଟନ୍ତି ତାଙ୍କର ଚାକିରୀ କାଳ ମଧ୍ୟରେ ରାୟଗଡା,…
ଖଜୁରୀପଡ଼ା,୧୫।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଖଜୁରୀପଡ଼ାଠାରେ ଗୁରୁବାର ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉନ୍ନତି ଏବଂ ବିଦ୍ୟାଳୟର ସର୍ବାଙ୍ଗୀଣ ବିକାଶ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପ୍ରୟାସର ଅଂଶବିଶେଷ ଭାବେ ଏହି ବୈଠକର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଜୟ କୁମାର ସାହୁ ଯୋଗଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାଶ ଚନ୍ଦ୍ର ତ୍ରିପାଠୀ ଉପସ୍ଥିତ ରହିଥିଲେ। ଏଥିସହିତ ପିଏମ୍ ଶ୍ରୀ ବିଦ୍ୟାଳୟର ପରିଚାଳନା ଓ ଉନ୍ନୟନ କମିଟିର ସଦସ୍ୟ-ସଦସ୍ୟା, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବହୁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି ବୈଠକରେ ଯୋଗଦେଇଥିଲେ।ବୈଠକରେ ବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀରେ ଉନ୍ନତି, ଛାତ୍ରଛାତ୍ରୀଙ୍କ ପାଠପଢ଼ାର ମାନ ବୃଦ୍ଧି, ଶୃଙ୍ଖଳା, ଉପସ୍ଥାନ ଏବଂ ବିଦ୍ୟାଳୟର ଭିତ୍ତିଭୂମି ସମେତ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ଉପରେ…
ବେଗୁନିଆପଡ଼ା,୧୫।୧୦(ବାପୁନି ମାଲୁ):ଆଜି ଛାତ୍ର ସଂସଦ ନିର୍ବାଚନ । ନିଜ ପସନ୍ଦର ନେତା ବାଛୁଛନ୍ତି ଛାତ୍ର ଛାତ୍ରୀ । ଏହି ପରିପ୍ରେକ୍ଷୀରେ କୋଦଳା ଲଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଲମ୍ବା ଲାଇନ ସହ ଉତ୍ସାହ ଦେଖିବାକୁ ମିଳିଛି ।ଏଥିପାଇଁ ସକାଳ ୮ଟାରୁ ଭୋଟ ଆରମ୍ଭ ହୋଇଛି । ଏହା ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଗଞ୍ଜାମ ଜିଲ୍ଲା କୋଦଳା ଲଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟରେ ବେଶ୍ ସୁରୁଖୁରୁରେ ଚାଲିଛି ମତଦାନ। ଛାତ୍ରଛାତ୍ରୀ ସେମାନଙ୍କ ନେତା ଚୟନ କରିବା ପାଇଁ ବେଶ୍ ଉତ୍ସାହିତ ଦେଖିବାକୁ ମିଳିଛି । ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ହୋଇଛି । କ୍ୟାମ୍ପସ୍ରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଅପରାହ୍ନ ୨ଟାରେ ଭୋଟ ଗ୍ରହଣ ସରିବା କ୍ଷଣି ଭୋଟଗଣତି କରାଯାଇ ସନ୍ଧ୍ୟା ୫ଟା ସୁଦ୍ଧା ଫଳ ପ୍ରକାଶ କରିବାକୁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନିର୍ଦ୍ଦେଶ ରହିଛି ।ତେବେ ନିଜ ପସନ୍ଦର…
ଫୁଲବାଣୀ,୧୫।୧୦(ସୁନୀଲ ପଟ୍ଟନାୟକ):ପୁର୍ବ ର୍ନୀର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମ ଘୁ ଉଦୟଗିରି ତହସିଲ ସ୍ତରୀୟ ସିନିୟର କ୍ରୀକେଟ ଚମ୍ଫିୟନସିପ -୨୬ , କୁ କ୍ଲବର ସ୍ଥାପକ ସଦସ୍ୟ ମହମ୍ମଦ ଜିଆଉଦ୍ଧିନ ଅହମ୍ମଦ୍ ଓ ସଭାପତି ରାଜେନ୍ଦ୍ର କୁମାର ମହାପାତ୍ର , ବାପି ପ୍ରଧାନ, ଷ୍ଟେଟ ବ୍ୟାଙ୍କ ମ୍ୟାନେଜେର ଗୁଟୁଙ୍ଗିଆ, ଆଲୋକ ମିଶ୍ର, ଓକିଲ ଏବଂ କ୍ଲବର ଉପଦେଷ୍ଟା ତଥା ପୂର୍ବତନ ଓଡିଶା ରାଜ୍ୟ ମହିଳା ଆୟୁକ୍ତ ସଦସ୍ୟା, ଜାଲିନା ପ୍ରୀୟର୍ଦଶନୀ ଉଦଘାଟନ କରିଥିଲେ, ଆଜିର ପ୍ରଥମ ମ୍ୟାଚ ଗ୍ରେସିଂଗିଆ ଏବଂ ରାଇକଲା ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା ରାଇଲା ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ୧୮ ଓଭରରେ ଅଲ ଆଉଟ ହେଇ ବିଶ୍ୱଜିତ ର ୫ଚୈକା ସୁବ୍ବ୍ରତର ୩ଛକା ୧ଚୈକା, ଅମିତ ର ୧ଛକା, ୧ଚୈକା,ସବୁଜର ୧ଛକା, ୨ ଚୈକା ସହାୟତରେ ୧୧୯ ରନ ସ଼ଂଗ୍ରହ କରିଥିଲେ,ସେଭଳି ଗ୍ରେସିଂଗୀଆ ର ଆର୍ଦଶ ୩ଚୈକା ଏବଂ ୧ଛକା, ରମେଶ ର ୩ ଚୈକା…
ଫୁଲବାଣୀ,୧୪।୧୦(ସୁନୀଲ ପଟନାୟକ):ଫୁଲବାଣୀ ସହରରେ ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳା ର ସହ ପାଳନ କରିବା ପାଇଁ ବୁଧବାର ଜିଲ୍ଲା ପାଳ ଙ୍କ ସଦ ଭାବନା ଗୃହରେ ଉପ ଜିଲ୍ଲା ପାଳ ଭିକାରି ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଜିଲ୍ଲା ପାଳ ବେଦ ଭୂଷଣ, ଏସପି ରମେନ୍ଦ୍ରପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଦୁର୍ଗାପୂଜା କମିଟି କର୍ମ କର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ l ପୂଜା ସମୟରେ ବିଶେଷକରି ୨୦ଓ ୨୧ତାରିଖ ଓ ଭସାଣି ଉତ୍ସବ ୨୩ତାରିଖ ଦିନବିପୁଳ ଜନ ସମାଗମ କୁ ଦୃଷ୍ଟୀ ରେ ରଖି ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି, ପୂଜା ମଣ୍ଡପ ରେ ସି ସି ଟିଭି ଲଗେଇବା, ଡି ଜେ ନ ବଜାଇ ପାରମ୍ପରିକ ବାଜା ବଜାଇବା ସହ ମଣ୍ଡପ ରlତି ୧୦.୩୦ ରେ ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ l ସହରରେ ଏ ବର୍ଷ ୮ଟି…