ଫୁଲବାଣୀ,୩୦/୦୫,(ସୁନୀଲ ପଟ୍ଟନାୟକ):ମ ନରେଗା ଯୋଜନାରେ ଗ୍ରାମର ମେଟ ଜରିଆରେ ଜବ କାର୍ଡ ଧାରୀ ଶ୍ରମିକ ମାନଙ୍କୁ କାମ ଧନ୍ଦା ଯୋଗାଇ ଦେବା ନିୟମ ଥିଲେ ମଧ୍ୟ କେତେକ ଅଞ୍ଚଳରେ ଏହାର ଉଲଘଂନ କରାଯାଉଥିବା ଅଭିଯୋଗ ହେଉଛି l କେତେକ ସ୍ଥାନରେ ଠିକାଦାର ଙ୍କ ଦ୍ଵାରା ନିର୍ମାଣ କାର୍ଯ୍ୟ କରାଯାଉଥିବା ରୁ କାମ କୁଆଡ଼େ ଏତେଟା ଭଲ ହେଉନଥିବା ଅଭିଯୋଗ ହେଉଛି l ଜିଲାର ଚକାପାଦ ବ୍ଲକ ଆରlବକା ପଂଚାୟତ ରେ ମ ନରେଗା ଯୋଜନା ରେ ନିର୍ମିତଏକ ଡ୍ରେନ କାମରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି l ଏହି ପଂଚାୟତ ରେ ୨୦୨୫-୨ ୬ମସିହା ରେ ୭ଲକ୍ଷ ୨୦ହଜାର ଟଂକା ବ୍ୟୟ ରେ ଏକ ଡ୍ରେନ ନିର୍ମାଣ କାର୍ଯ୍ୟ ରେ ଅନିୟମିତତା ଅଭିଯୋଗ ହେଉଛି l କାର୍ଯ୍ୟ ସରିଯାଇଥିବା କୁହାଯାଉଥିବା ବେଳେ ଉକ୍ତ ସ୍ଥାନ ରେ ଥିବା ଡିସ ପ୍ଲେ ବୋର୍ଡ ରେ କାର୍ଯ୍ୟ ଆରମ୍ଭ ଓ ଶେଷ ନେଇ କିଛି…
Author: Janabani News
ଚିକିଟି,୨୯/୫,(ନିଗମାନନ୍ଦ ପଣ୍ଡା):ଚିକିଟି ନିର୍ବାଚନ ମଣ୍ଡଳୀରେ ଡାକ୍ତର ଅଭାବ ସାଙ୍ଗକୁ ଗଞ୍ଜାମ ଜିଲ୍ଲାରେ ବି ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ସାଧାରଣ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ନିମନ୍ତେ ଏମ କେ ସି ଜି କୁ ଯାଇଥିବା ଚିକିଟି ବ୍ଲକ ଚେୟାରମ୍ୟାନ ଶ୍ରୀ ଆପନ୍ନା ସେଠୀ ଙ୍କୁ ସମୟୋଚିତ ଭାବେ ଚିକିତ୍ସା ନକରିବା ଗଞ୍ଜାମ ଜିଲ୍ଲା ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାର ଜ୍ୱଳନ୍ତ ଉଦାହରଣ। ସେହିପରି ଚିକିଟି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣ ଡାକ୍ତର ପୋଷ୍ଟିଂ ହୋଇଥିବା ବେଳେ କେବଳ ଜଣେ ଦୁଇଜଣ ଡାକ୍ତର ବଦଳ ପ୍ରକ୍ରିୟାରେ ଉପସ୍ଥିତ ରହୁଥିବା ପରିତାପର ବିଷୟ। ଏହା ସାଙ୍ଗକୁ ଚିକିଟି ସି ଏଚ୍ ସି ଅଧୀନରେ ରହିଥିବା ନୂଆପଡ଼ା, କରବାଲୁଆ, ସୋରଳ , ସୁମାଣ୍ଡି, କୋଟଲିଙ୍ଗି ପ୍ରଭୁତି ପି ଏଚ୍ ସି ଗୁଡିକରେ କେହି ଡାକ୍ତର ନଥିବା ଯୋଗୁଁ ଅଞ୍ଚଳବାସି ନାହିଁ ନଥିବା ଅସୁବିଧାର ସମ୍ମଖୀନ ହେଉଛନ୍ତି। ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାତ୍ରପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସର…
ସମସ୍ତ ଆଙ୍ଗନବାଡ଼ି କେନ୍ଦ୍ରରେ ପାନୀୟ ଜଳ ଓ କିଚେନ ଗାର୍ଡେନ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ନୂଆପଡ଼ା,୨୯/୦୫,(ପରମେଶ୍ୱର ମେହେର):ନୂଆପଡ଼ା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ସମନ୍ୱିତ ଶିଶୁ ବିକାଶ ଯୋଜନା (ICDS) ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ICDS ପ୍ରକଳ୍ପର କାର୍ଯ୍ୟଦକ୍ଷତା, ଆଧାର ଅପଡେଟ୍, କର୍ମଚାରୀ ପଦସ୍ଥିତି, ଆଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି ଓ କ୍ଷେତ୍ର ପରିଦର୍ଶନ ଆଦି ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ଜିଲ୍ଲାରେ ମୋଟ ୧୪୦୮ଟି ଆଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୧୧୮୨ଟିର ନିଜସ୍ୱ ଗୃହ ରହିଥିବାବେଳେ ୭୬ଟି ଗୃହ ନିର୍ମାଣାଧୀନ ଅଛି। ଜିଲ୍ଲାରେ ମଞ୍ଜୁରୀପ୍ରାପ୍ତ ୫ଟି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (CDPO) ପଦବୀରେ ସମସ୍ତ ପଦ ପୂରଣ ହୋଇଛି। ସେହିପରି ୧୪୦୮ଟି ମଞ୍ଜୁରୀପ୍ରାପ୍ତ ଆଙ୍ଗନବାଡ଼ି କର୍ମୀ ପଦବୀ ମଧ୍ୟରୁ ୧୩୯୩ଟି ଏବଂ ୧୪୦୮ଟି ଆଙ୍ଗନବାଡ଼ି ସହାୟିକା ପଦବୀ ମଧ୍ୟରୁ ୧୩୯୨ଟି ପଦ ପୂରଣ ହୋଇଥିବା…
ବେଲଗୁଣ୍ଠା,୨୯/୫,(ଶିବରାମ ଚୌଧୁରୀ):ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ “ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ”କୁ ଅଧିକ ସୁଦୃଢ଼ ଓ ବ୍ୟାପକ କରିବା ପାଇଁ ସମଗ୍ର ରାଜ୍ୟରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଚାଲିଛି । ସମାଜର ପ୍ରତ୍ୟେକ ଅଶିକ୍ଷିତ ବ୍ୟକ୍ତିଙ୍କୁ ସାକ୍ଷରତାର ମୂଳ ସ୍ରୋତ ସହ ଯୋଡ଼ିବା ଏବଂ ସାମାଜିକ, ଆର୍ଥିକ ଓ ବୈଚାରିକ ଉନ୍ନତି ଦିଗରେ ଆଗକୁ ନେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଅଟେ ।ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଫଳପ୍ରଦ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ତତ୍ୱାବଧାନରେ ବିଭିନ୍ନ ପଞ୍ଚାୟତ, ବିଦ୍ୟାଳୟ ଓ ଗ୍ରାମ ସ୍ତରରେ ସଚେତନତା ଅଭିଯାନ ଜୋରଦାର ଭାବେ ଚାଲିଛି । ଏହାର ଅଂଶସ୍ୱରୂପ ଆଜି ବେଲଗୁଣ୍ଠା ଅଞ୍ଚଳରେ ଏକ ବ୍ୟାପକ ଉଲ୍ଲାସ ସଚେତନତା ଅଭିଯାନ ଆୟୋଜିତ ହୋଇଥିଲା ।ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ଼କ୍ଟର ପ୍ରଭାତୀ ମହାପାତ୍ର ବେଲଗୁଣ୍ଠା ଗସ୍ତ କରି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ଲୋପାମୁଦ୍ରା ରଥଙ୍କ ସହ ମିଶି ସ୍ଥାନୀୟ…
ବେଲଗୁଣ୍ଠା,୨୯/୦୫,(ଶିବରାମ ଚୌଧୁରୀ):ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝରପାରି ପଞ୍ଚାୟତର ଗମ୍ଭାରିଆ ଗ୍ରାମରେ ଚିକେନ୍ କଟା କାତିରେ ତିନି ଜଣଙ୍କୁ ମରଣାନ୍ତକ ଆକ୍ରମଣ ଫଳରେ ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗାଙ୍ଗପୁର ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝରପାରି ପଞ୍ଚାୟତର ଗମ୍ଭାରିଆ ଗ୍ରାମର ଗରିବ ନାଇକଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ ନାଇକଙ୍କ ଲିଖିତ ଅଭିଯୋଗ ପ୍ରକାରେ, ତାଙ୍କ ସ୍ୱାମୀ ଗରିବ ଆଜି ମଧ୍ୟାହ୍ନ ୧୨ ଟା ସମୟରେ ଘରକୁ ଆସୁଥିବା ବେଳେ ସାମ୍ନାରେ ଚିକେନ ଦୋକାନ କରିଥିବା ସେହି ଗ୍ରାମର ଦୁଇ ଭାଇ ସୁବଳ ନାଇକ ଓ ସୁଦାମ ନାଇକ ସହିତ ସେମାନଙ୍କର ବାପା ଓ ସ୍ତ୍ରୀ ହଠାତ୍ ଚିକେନ କଟା କାତି ଧରି ଗରିବଙ୍କ ବେକକୁ ହାଣିବା ସମୟରେ ହାତ ଦେଖାଇ ଦେବାରୁ କାତିଟି ଡାହାଣ…
ପୋଲସରା,୨୯/୫,(ଶିବ ପ୍ରସାଦ ସାହୁ):ରାଜ୍ୟରେ ଦିନକୁ ଦିନ ବଢୁଥିବା ଅରାଜକତା ଏବଂ ନାରୀ ପ୍ରତି ଅଣଦେଖା, ମହିଳା ସଂରକ୍ଷଣ ଅଧିନିୟମ ତ୍ୱରିତ ବିଭିନ୍ନ ସଙ୍ଗିନୀ ଅଭିଯୋଗ କୁ ଭିର୍ତ୍ତିକରି ଶୁକ୍ରବାର ବିଜେପି ସରକାର ଉପରେ ହାଲ୍ଲାବୋଲ୍ କରିଥିଲେ ହଜାର ହଜାର ମହିଳା ଓ ବିଜେଡ଼ି ଦଳୀୟ କର୍ମୀ ମାନେ । ଯେଉଁଠି ପୋଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଆହ୍ୱାନ କ୍ରମେ ହଜାର ହଜାର ମହିଳା ଲୁଣିଘାଟିସ୍ଥିତ ବିଜେଡ଼ିର ଶଙ୍ଖ ଭବନ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ହୋଇଥିଲେ । ପରେ ନାରୀ ସୁରକ୍ଷା ଏବଂ ବିଭିନ୍ନ ସମସ୍ୟା ଉପରେ ସରକାରଙ୍କ ଅପାରଗତା ଏବଂ ବିଫଳତା କୁ ନେଇ ଏକ ବିରାଟ ଶୋଭାଯାତ୍ରାରେ ବୁଗୁଡା ପୋଲସରା ର ସମସ୍ତ ମହିଳା କର୍ମୀ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ପୋଲସରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଡ଼ବଲ ଇଞ୍ଜିନ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କ ଉପରେ…
ବୁଗୁଡ଼ା,୨୯/୦୫,(ପୂର୍ଣ୍ଣ ଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁର ଗ୍ରାମର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା ରେ ଗିରଫ ହୋଇଥିବା ଆଉ ୨ ଅଭିଯୁକ୍ତକୁ ୨ ଦିନିଆ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରି ସେହି ଦିନ ଘଟିଥିବା ସମସ୍ତ ଘଟଣା ପଚାରି ବୁଝିଵା ସହ ସେମାନଙ୍କ ଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବାସହ ଅପହରଣ ପରେ ବୁଗୁଡ଼ା ଥାନା ଅନ୍ତର୍ଗତ ରାମ ପାଦ ନିକଟ କିରିଆମ୍ବା ଜଙ୍ଗଲ କୁ ଆଣି ହତ୍ୟାକରିଥିବା ସ୍ଥାନରେ ସିନରିକ୍ରିଏସନ କରାଇଛି ପୋଲିସ !ଦୁଇ ଅଭିଯୁକ୍ତ ହେଲେ କବିସୂର୍ଯ୍ୟନଗର ଥାନା ଅଂଚଳର ମୁକେଶ ସାହୁ ଓ ଗୁଜୁରାଟ ସୁରତର ସୁମିତ ସିଂ ଉଭୟ ଅଭିଯୁକ୍ତ ଅପହରଣ ଠାରୁ ହତ୍ୟା ପର୍ଯ୍ୟନ୍ତ ସମସ୍ତ ଘଟଣା ସହଏହି ଘଞ୍ଚ ଜଙ୍ଗଲ ବିଷୟରେ କିଏ ସୂଚନା ଦେଇଥିଲା ତାର ସତ ଓଗାଲିଥିବାବେଳେ ବ୍ଲାଙ୍କ ଫାୟାରିଙ୍ଗ କରି ଡରାଇ ତାର ଭିଡିଓ ଉତ୍ତୋଳନ ଓ ବାଡେଇ ବାଡେଇ…
ବୁଗୁଡ଼ା:୨୯/୦୫,(ପୂର୍ଣ୍ଣ ଚନ୍ଦ୍ର ବାରିକ):ଶବଦାହ କରିବା ପାଇଁ ଶ୍ମଶାନ ଭୂମିର ଆବଶ୍ୟକତା ଅପରିହାର୍ଯ୍ୟ ରହିଥିବାବେଳେ, ଶ୍ମଶାନରେ ଶବଦାହ କରିବା ସମୟରେ ବର୍ଷା ଓ ଖରା ଦାଉରୁ ରକ୍ଷା ପାଇବା ପାଇଁ ଶ୍ମଶାନରେ ଶବଦାହ ଗୃହ ମଧ୍ଯ ନିତାନ୍ତ ଆବଶ୍ୟକତା ରହିଛି,ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ଗ୍ରାମରେ ଶ୍ମଶାନ ଓ ଶବଦାହ ଗୃହ ନଥିବା ଯୋଗୁଁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି, ମୋଟାବାଡି ପଞ୍ଚାୟତ ରେ ଶ୍ମଶାନ ଓ ଶବ ଦାହଗୃହ ନଥିବା ବେଳେ ବର୍ଷା,ଖରା ଓ ଶୀତ ସମୟରେ ଖୋଲା ଆକାଶ ତଳେ ନାନା ସମସ୍ୟାର ସମ୍ମୁଖିନ ହୋଇ ଏଣେ ତେଣେ ଶବ ସତ୍କାର କରାଯାଉଛି, ଏହାକୁ ନେଇ ପୂର୍ବରୁ ମାନବଧିକାର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରି ଏକ କେସ ଦାୟର ହୋଇଥିଲା, କେସ ନଂ ୩୧୨୫/୨୦୨୫ ପ୍ରକାରେ ମାନ୍ୟବର ହାଇକୋର୍ଟ ଗଞ୍ଜାମ ଜିଲ୍ଲାପାଳ ନିକଟକୁ ନିର୍ଦ୍ଧେଶ ପ୍ରେରଣ କରି ଏହି ଘଟଣାର ଅନୁସନ୍ଧାନ କରି ୨୮/୧୧/୨୦୨୫ ସୁଦ୍ଧା…
ରାୟଗଡ଼,୨୯/୫,(ଅମୂଲ୍ୟ ନିଶଙ୍କ):ରାୟଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ତୃତୀୟ ପର୍ଯ୍ୟାୟ ସୁଚାରୁ ଭାବେ କାର୍ଯ୍ୟକରୀ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିସ୍ତୃତ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୁତୋଷ କୁଳକର୍ଣ୍ଣୀ ଏହି ସଂଶୋଧନ ପ୍ରକ୍ରିୟା, ଏହାର ସମୟସୀମା ଓ ଜନସାଧାରଣଙ୍କ ଭୂମିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆସନ୍ତା ୦୧ ଜୁଲାଇ ୨୦୨୬ କୁ ଯୋଗ୍ୟତା ଅର୍ଜନ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବାବେଳେ ନୂତନ ଭୋଟରମାନେ ଏହି ସମୟ ମଧ୍ୟରେ ନିଜ ନାମ ପଞ୍ଜୀକରଣ କରିପାରିବେ ବୋଲି ସେ କହିଥିଲେ।ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଗତ ମେ ୨୦ ତାରିଖରୁ ଆରମ୍ଭ ହୋଇଥିବା ପ୍ରାଥମିକ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ପ୍ରିଣ୍ଟିଂ କାର୍ଯ୍ୟ ମେ ୨୯ ତାରିଖରେ ଶେଷ ହେଉଛି। ଏହାପରେ ଆସନ୍ତା ମେ ୩୦ ରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବୁଥ୍…
ରାୟଗଡ଼,୨୯/୫,(ଅମୂଲ୍ୟ ନିଶଙ୍କ): ରାୟଗଡ଼ ଜିଲ୍ଲା କଂଗ୍ରେସ୍ କମିଟି ପକ୍ଷରୁ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଶ୍ରୀ ଦାସ କହିଥିଲେ ଯେ ଅଭିଭକ୍ତ କୋରାପୁଟ ଜିଲ୍ଲା ହେଉଛି କଂଗ୍ରେସର ଗଡ଼। ଏଠାରେ କଂଗ୍ରେସ ସାଂସଦ ଭାବେ ଦୁଇ ଦୁଇଥର ଏବଂ ଗତ ସାଧାରଣ ନିର୍ବାଚନରେ ବିଧାୟକମାନେ ବହୁମାତ୍ରା ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏହି ଗଡ଼କୁ ହାତେଇବା ପାଇଁ ବିଜେପି ସରକାର ବାରମ୍ବାର ଏଠାକୁ ଆସି ବିଭିନ୍ନ ପ୍ରତିଶ୍ରୁତି ଦେଇ ଏଠାକାର ଲୋକଙ୍କୁ ଭୁଆଁ ବୁଲାଇ ନିଜ ଆଡ଼କୁ ନେବାପାଇଁ ଚେଷ୍ଟା କରୁଛି ଯାହା ହେବାକୁ ଦିଆଯିବ ନାହିଁ। ଲୋକଙ୍କୁ ଆଗରୁ ଯେଉଁ ସରକାରୀ ସୁବିଧା ମିଳୁଥିଲା ତାହା ବିଜେପି ସରକାର ବନ୍ଦ କରିଦେଇଛି । ମାତ୍ର ୨ ବର୍ଷରେ ସରକାର ଗରିବ ଆଦିବାସୀଙ୍କ ପାଣି, ପବନ, ଜମି ଓ ଜଙ୍ଗଲ ବିଭିନ୍ନ କମ୍ପାନୀଙ୍କୁ…
ବାଲିପଦର,୨୯/୦୫,(ଡ.ବି. ପ୍ରକାଶ ଚନ୍ଦ୍ର ପାତ୍ର):ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଅଞ୍ଚଳର ଦଶଖଣ୍ତ ପଞ୍ଚାୟତର ପଚାଶ ଖଣ୍ଡ ଗ୍ରାମର ବିଦ୍ୟୁତ୍ ଗ୍ରାହକ ଆଜକୁ ପନ୍ଦର ଦିନ ହେଲାଣି ବାରମ୍ବାର ବିଦ୍ୟୁତ୍ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ କୌଣସି ସୂଚନା ନଦେଇ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ସେବା ବନ୍ଦ କରି ରଖୁଛନ୍ତି। ଏପରି ଅଘୋଷିତ ବିଦ୍ୟୁତ୍ କାଟ୍ କାରଣରୁ ବାଲିପଦର ଅଞ୍ଚଳ ବାସି ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ପ୍ରବଳ ଗ୍ରୀଷ୍ମ ତାପରେ ଅସୁସ୍ଥ ହୋଇ ପଡୁଛନ୍ତି। ଡାକ୍ତର ଖାନା, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସରେ ବିଦ୍ୟୁତ୍ ନଥିବା କାରଣରୁ ସାଧାରଣ ଜନତାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବିଭାଗୀୟ କର୍ମଚାରୀ ମାନଙ୍କ ଦେଖା ମିଳୁ ନଥିବା ବେଳେ ଫିୟୁଜ୍ କଲ୍ ଅଫିସ୍ ବନ୍ଦ ହୋଇ ରହୁଛି।କୌଣସି ସୂଚନା ନଥାଇ ଦିନ ଗୋଟାଏରୁ ସନ୍ଧ୍ଯା ପଞ୍ଚଟା ଏବଂ ରାତି ୧୧ଟାରୁ ଲାଇନ୍ ଅନିର୍ଦ୍ଦିଷ୍ଟ ସମୟ…
ବ୍ରହ୍ମପୁର,୨୯/୫,(ହିମାଂଶୁ ଶେଖର ସାବତ):ବହୁ ଚର୍ଚ୍ଚିତ ନାବାଳକ ଅଂଶୁମାନ ହତ୍ୟା ମାମଲାର ଅଭିଯୁକ୍ତ ଦେବାଶିଷ ପଣ୍ଡାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ l ୨୦୧୯ ମସିହାରେ ଗୋସାଣୀନୁଆଗାଁ ଥାନା ଅଞ୍ଚଳର ନିରୂପମା ଆଚାର୍ଯ୍ୟଙ୍କ ପୁଅ ଅଂଶୁମାନଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା । ପୁଲିସ ତାରାତାରିଣୀ ପାହାଡ଼ ପାଦଦେଶରୁ ଉକ୍ତ ୭ବର୍ଷର ଶିଶୁ ଅଂଶୁମାନଙ୍କ ମୃତ ଦେହ ଜବତ କରି ଅଭିଯୁକ୍ତ ଦେବାଶିଷ ପଣ୍ଡାଙ୍କୁ ଗିରଫ କରିଥିଲା । ଅଂଶୁମାନଙ୍କ ମା’ ନିରୂପମାଙ୍କୁ ଅଭିଯୁକ୍ତ ଦେବାଶିଷ ପଣ୍ଡା ଏକ ତରଫା ପ୍ରେମ ନିବେଦନ କରି ବିଫଳ ହେବା ପରେ ଦେବାଶିଷ, ପ୍ରେମିକା ନିରୂପମାଙ୍କ ପୁଅ ଅଂଶୁମାନଙ୍କୁ ଅପହରଣ କରି ନେଇ ଅତି ନୃଶଂସ ଭାବେ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ତାରା ତାରିଣୀ ପାହାଡ଼ରେ ପିଙ୍ଗିଦେଇ ଆସିଥିଲା l ଆଜି ଉପଯୁକ୍ତ ପ୍ରମାଣ ଥିବା ଦର୍ଶାଇ ପ୍ରଥମ ଅତିରିକ୍ତ ଜିଲ୍ଲା ଓ…