Author: Janabani News

ବ୍ରହ୍ମପୁର,୩୦/୦୫, (ହିମାଂଶୁ ଶେଖର ସାବତ):ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗଦହଣୀ ଗ୍ରାମ ଅଙ୍ଗନୱାଡି କେନ୍ଦ୍ରରେ ଶନିବାର ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଏବଂ ‘ଆଇନ ସଚେତନତା’ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ‘ସେବା’ ସମ୍ପାଦିକା ଅଳକା ସାହୁ, ମହିଳା ସଶକ୍ତିକରଣ ଅଧିକାରୀ ବବିତା ମହାରଣା,ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାରାଲିଗଲ ସ୍ବେଛାସେବୀ ଜ୍ୟୋସ୍ନା କୁମାରୀ ସାହୁ, ଶିକ୍ଷକ ଜୁରେଶ ସାହୁ, ସମସ୍ତ ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକା, ସ୍ଥାନୀୟ ମହିଳା ପ୍ରମୁଖ ଉପସ୍ଥିତ ରହିଥିଲେ l ବାଲ୍ୟ ବିବାହ ମୁକ୍ତ ଗ୍ରାମ କରିବା ପାଇଁ ସେବା ସମ୍ପାଦିକା ଅଳକା ସାହୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇବା ସହ ଚାଇଲଡ ଲାଇନ, ମହିଳା ଟ୍ରାଫିକିଙ୍ଗ ଆଦି ବିଷୟରେ ଉପସ୍ଥିତ ସମସ୍ତଙ୍କୁ ବୁଝାଇଥିଲେ l ସେହିଭଳି ଆଇନ କ’ଣ, ଜଣେ ସାଧାରଣ ବ୍ୟକ୍ତିର ଜୀବନରେ ଆଇନର ଆବଶ୍ୟକତା କ’ଣ, ନିଃଶୁଳ୍କ ଆଇନ ସେବା ବିଷୟରେ ଉପସ୍ଥିତ ସମସ୍ତଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ପାରାଲିଗଲ…

Read More

ନୂଆପଡ଼ା,୩୦/୦୫,(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଆଜି ଏକ ଡୁଚେନ୍ ମସ୍କୁଲାର ଡିଷ୍ଟ୍ରୋଫି (DMD) ରୋଗରେ ପୀଡ଼ିତ ୧୪ ବର୍ଷୀୟ ବାଳକର ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୧୦ ଲକ୍ଷ ଟଙ୍କାର ସହାୟତା ଚେକ୍ ପ୍ରଦାନ କରିଛନ୍ତି।ଖଡ଼ିଆଳ ଥାନା ଅନ୍ତର୍ଗତ ଗୋଦ୍ଧୁଆପଦର ଗ୍ରାମର ସଚିନ ଶବର ଦୀର୍ଘଦିନ ଧରି ଏହି ଦୁରାରୋଗ୍ୟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅଛନ୍ତି। ଆଜି ଏହି ଚେକ ତାଙ୍କ ପିତା ଗଣେଶ ଶବରଙ୍କୁ ହସ୍ତାନ୍ତର କରାଯାଇଛିl ଗଣେଶ ଶବରଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଥିବାରୁ ଉନ୍ନତ ଚିକିତ୍ସା ପାଇଁ ଆବଶ୍ୟକ ବ୍ୟୟ ବହନ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହେଉନଥିଲା। ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଆବେଦନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଆବେଦନର ଯାଞ୍ଚ ଓ ସୁପାରିଶ ପରେ ଚିକିତ୍ସା ନିମନ୍ତେ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି।ଏହି ଅବସରରେ ଜିଲ୍ଲାପାଳ ଶ୍ରୀ…

Read More

ଛତ୍ରପୁର,୩୦/୦୫,(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲାରେ ଆଜିଠୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବି ଏଲ ଓ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ ବାସଭବନକୁ ଯାଇ ପରିଗଣନା ଫର୍ମ ପ୍ରଦାନ କରିଥିଲେ। ଜିଲ୍ଲାପାଳ ତାକୁ ଗ୍ରହଣ କରିବା ସହିତ ଛତ୍ରପୁର ସହରର ବିଭିନ୍ନ ଅଞ୍ଚଳକୁ ଯାଇ ପରିଗଣନା ଫର୍ମ ବଣ୍ଟନ ପୂର୍ବକ ବି ଏଲ ଓ ଏବଂ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାପାଳ ଏସ ଆଇ ଆର ସମ୍ପର୍କିତ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆଜିଠାରୁ ଆରମ୍ଭ ହୋଇଥିବା ଜିଲ୍ଲାର ସମସ୍ତ ଅଞ୍ଚଳରେ ପରିଗଣନା ଫର୍ମ ବଣ୍ଟନ ଆସନ୍ତା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ।ଏହି ଅଭିଯାନରେ ବୁଥ୍ ସ୍ତରୀୟ ଅଧିକାରୀ (ବି ଏଲ ଓ ) ମାନେ ପ୍ରତ୍ୟେକ ଘରକୁ ଯାଇ ଭୋଟରମାନଙ୍କୁ ଏନୁମେରେସନ୍ ବା ପରିଗଣନା ଫର୍ମ ବାଣ୍ଟିବେ। ଏହି ଫର୍ମରେ ଭୋଟରଙ୍କ ପୁରୁଣା ତଥ୍ୟ ସହ ଏକ ନୂତନ ଫଟୋଗ୍ରାଫ୍…

Read More

ବ୍ରହ୍ମପୁର,୩୦/୦୫,(ହିମାଂଶୁ ଶେଖର ସାବତ): ଆଜି ଶନିବାର ସକାଳେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଏହି ପଦଯାତ୍ରା କମାପଲ୍ଲୀ ଛକ ଓ ଉପଜିଲ୍ଲାପାଳଙ୍କ ବାସଭବନ ଦେଇ ପୁଣି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶେଷ ହୋଇଥିଲା।ଉପଜିଲ୍ଲାପାଳ ଶ୍ରୀ ଅବିନାଶ କୁମାରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରାରେ ବ୍ରହ୍ମପୁର ଉପଖଣ୍ଡର ସମସ୍ତ ତହସିଲଦାର , ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ରିନା କୁମାରୀ ନାୟକ, ଡେପୁଟି କଲେକ୍ଟର ଶ୍ରୀ ସୁବ୍ରତ ରାମ ବିରାମ ଶତପଥୀ ଏବଂ ନିର୍ବାଚନ ଡେପୁଟି କଲେକ୍ଟର ଶ୍ରୀ ଅଲେଖ ରଞ୍ଜନ ମହାଙ୍କୁଡ ପ୍ରମୁଖ ଯୋଗଦେଇଥିଲେ। ଏଥିସହ ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ, ସମସ୍ତ ବି ଏଲ ଓ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ପଦଯାତ୍ରାରେ ସାମିଲ ହୋଇ ଏସ ଆଇ ଆର୍ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ।ପଦଯାତ୍ରାରେ ସାମିଲ ହୋଇଥିବା…

Read More

ଫୁଲବାଣୀ,୩୦/୦୫,(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଫୁଲବାଣୀର ୨୦୨୫-୨୬ ଶିକ୍ଷା ବର୍ଷର ସ୍ନାତକ ଓ ସ୍ନାତକୋତ୍ତର ଶେଷ ସେମିଷ୍ଟାର ପରୀକ୍ଷା ଫଳ ଗତ କାଲି ମହାବିଦ୍ୟାଳୟ ପରୀକ୍ଷା ବିଭାଗ ଠାରେ ପ୍ରକାଶ ପାଇଥିଲା l ସ୍ନାତକ କଳା ବିଭାଗରେ ୮୬. ୮୮ପ୍ରତିଶତ,ବିଜ୍ଞାନ ବିଭାଗ ରେ ୮୬. ୦୯ ପ୍ରତିଶତ, ବାଣିଜ୍ୟ ବିଭାଗ ରେ ୬୭. ୬୪ ପ୍ରତିଶତ ଏବଂ ସେଲ୍ଫ ଫାଇନାସିଙ୍ଗ ବିସିଏ ବିଭାଗ ରେ ୯୬. ୩୦ପ୍ରତିଶତ ଛାତ୍ର ଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି l ମୋଟ ୮୫ ପ୍ରତିଶତ ଛାତ୍ର ଛାତ୍ରୀ ସ୍ନାତକ ପାଠ୍ୟକ୍ରମ ରେ ଉତୀର୍ଣ୍ଣ ହୋଇଛନ୍ତି l କଳା ବିଭାଗରେ ରାଜନୀତି ବିଜ୍ଞାନରେ ଛାତ୍ରୀ ମନୀଷା ସାହୁ ୮. ୭୬ ସିଜି ପିଏ ରଖି ଶ୍ରେଷ୍ଠ ବିଭାଗୀୟ ସ୍ନାତକ ବିବେଚିତ ହୋଇଛନ୍ତି l ସେହିପରି ବିଜ୍ଞାନ ବିଭାଗ ର ଜିବବିଜ୍ଞାନ ବିଭାଗର ଛାତ୍ରୀ ସ୍ମୃତି ଚିନ୍ମୟୀ ପ୍ରଧାନ ୯. ୦୬ ସିଜିପିଏ ରଖି ଶ୍ରେଷ୍ଠ…

Read More

ଫୁଲବାଣୀ,୩୦/୦୫,(ସୁନୀଲ ପଟ୍ଟନାୟକ):ଦେଶ ସ୍ଵାଧିନର ଦୀର୍ଘ ବର୍ଷ ପରେଚଳିତ ବର୍ଷ ଠାରୁ ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଞାନ ପାଠ ପଢାଯିବା ପାଇଁ ରାଜ୍ୟ ସରକାରନେଇ ଥିବା ନିଷ୍ପତ୍ତି ପ୍ରଶଂସନୀୟ। ଏହା ସହ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ସହଯୋଗ ରେ ଯୁକ୍ତ ଦୁଇ ବିଞାନ ପାଠ୍ୟ ପୁସ୍ତକ ଓଡିଆ ଭାଷାରେ ପ୍ରସ୍ତୁତ କରି ପ୍ରତ୍ୟେକ ସରକାରୀ ଯୁକ୍ତ ଦୁଇ ବିଞାନ ବିଦ୍ୟାଳୟରେ ଉପଲବ୍ଧ କରାଇଛନ୍ତି।ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଞାନ ପଢିଲେ ଆମ ପିଲାମାନେ ଭବିଷ୍ୟତରେ(ଜେଇ, ଓଜେଇ) ଇଂଞିନିୟରିଂ,( ନିଟ) ମେଡିକାଲ,(ୟୁପିଏସସି) ଆଇଏ ଏସ, (ଆଇଆଇଟି) ଭଳି ବିଭିନ୍ନ ବୈଷୟିକ ପାଠ ପଢିବାର ଅଧିକ ସୁଯୋଗ ପାଇବେ।ଏଥିପାଇଁ ଯୁକ୍ତ ଦୁଇ ବିଞାନ ପାଠ ପଢିବାର ଆବଶ୍ୟକତା ଅଛି।ଏହା ବ୍ୟତୀତ ସବୁ ନିଯୁକ୍ତି ପାଇଁ ପ୍ରବେଶିକା, ଓ ସାକ୍ଷାତ କାର ପରୀକ୍ଷା କେବଳ ଇଂରାଜୀ ଭାଷାରେ ହେଉଥିଲା। ଯୁକ୍ତ ଦୁଇ ବିଞାନର ଓଡ଼ିଆ…

Read More

ଫୁଲବାଣୀ,୩୦/୦୫,(ସୁନୀଲ ପଟନାୟକ):କନ୍ଧମାକ ଜିଲ୍ଲା ଜି ଉଦୟ ଗିରି ବ୍ଲକ ଅନ୍ତର୍ଗତ ମାଳିକା ପୋଡି ପଂଚାୟତ ର ଲଏ ରେଜୁ ଗ୍ରାମବାସୀ ରାସ୍ତା , ବିଦ୍ୟୁତ୍ ଯୋଗାଇଦେବାକୁ ଦାବି କରିଛନ୍ତି l ଲଏରେଜୁ ଗ୍ରାମର ସମସ୍ୟା କଥା ବୁଝୁନଥିବl ଅଭିଯୋଗ କରିଛନ୍ତି l ପ୍ରଶାସନ ନା ବିଧାୟକ ସବୁ ନିରବ ଡ୍ରଷ୍ଟା ସଜିଛନ୍ତି l ବିଡ଼ିଓ ଙ୍କ ପାଦ ମଧ୍ୟ ପଡ଼ିନାହିଁ ଲଏରେଜୁ ଗ୍ରାମରେl ମଲିଜା ପଡି ଗ୍ରାମ ପଞ୍ଚାୟତ ଠାରୁ ମାତ୍ର ଚାରି କିମି ଦୁରରେ ଅବସ୍ଥିତ ଲଏରେଜୁ ଗ୍ରାମ l ବ୍ଲକ ସଦର ମହକୁମା ଠାରୁ ୬ କିମି ଦୂର କିନ୍ତୁ ଵିକାଶ ଏଠି ଅପହଞ୍ଚ l ୧୨ ଟି ପରିବାର ଅଛନ୍ତି ଗ୍ରାମରେ! ପାହାଡିଆ ମୁଣ୍ଡିଆ ପଥୁରିଆ ରାସ୍ତା! ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରୁନାହିଁ ଗ୍ରାମକୁ! ଖଟିଆରେ ବୁହା ହୋଇ ରୋଗୀଙ୍କୁ ଡାକ୍ତର ଖାନା କୁ ନିଆ ଯାଉଛି! ସେହିପରି ପାନୀୟ ଜଳ ସମସ୍ୟା ମଧ୍ୟ ରହିଛି ଗ୍ରମରେ…

Read More

ଖଡ଼ିଆଳ,୩୦/୫,(ପରମେଶ୍ୱର ମେହେର):ଖଡ଼ିଆଳ ବ୍ଳକ କାସିପଲା ବାସିନ୍ଦା ତଥା ସିନାପାଲି ବ୍ଳକ କେନ୍ଦୁମୁଣ୍ଡା ପିଇଓ ଲବ କୁମାର ବାରିକ (୫୨)ଙ୍କ ପରଲୋକ ହୋଇଛି I ଗତ ମାର୍ଚ୍ଚ ମାସରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେବାରୁ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ I ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି। ସେ ଜଣେ ଶାନ୍ତଶିଷ୍ଟ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ପରଲୋକରେ ପରିଚିତ ମହଲରେ ଶୋକ ପ୍ରକାଶ ପାଇଛି । ତାଙ୍କର ପୁଅ ଓ ଝିଅଟିଏ ଅଛନ୍ତି । ତାଙ୍କ ପତ୍ନୀ ଅଙ୍ଗନବାଡି କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ଗାଁକୁ ଶବ ଅଣାଯିବା ପରେ ଶନିବାର ଦାହସତ୍କାର କରାଯିବ ବୋଲି ତାଙ୍କ ବଡ଼ଭାଇ ଜଗଦୀଶ ବାରିକ ପ୍ରକାଶ କରିଛନ୍ତି ।

Read More

ଫୁଲବାଣୀ,୩୦/୦୫,(ସୁନୀଲ ପଟନାୟକ):କାଳ ବୈଶାଖୀ ରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ମିଡି ଆକିଆ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି l ମୁଖ୍ୟ ରାସ୍ତା କୁହାଯାଉଥିବା ବାରଖମା – ବାଲିଗୁଡ଼ା ଓ ମିଡି ଆକିଆ ଛକ ମୁଖ୍ୟ ରାସ୍ତା କଡ଼ରେ ବଡ ବଡ ଗଛ ଉପୁଡ଼ି ରାସ୍ତା ଉପରେ ପଡିବl ସହ ବିଦ୍ୟୁତ ଖୁଣ୍ଟ ମୂଳରୁ ଉପୁଡ଼ିପଡ଼ିଥିଲl ଫଳରେ ତାର ସବୁ ଛିଣ୍ଡି ଯାଇଥିଲା l କିଛି ଲୋକଂକ ଘର ଛପର ନଷ୍ଟ ହୋଇଥିବା ଶୁଣିବାକୁ ମିଳିଛି l ଗଛ ପଡି ରାସ୍ତା ଅବରୋଧ ହେବାରୁ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହେବାରୁ ସ୍ଥାନୀୟ ସ୍ବେଛାସେବୀ ଯୁବକ ମାନେ ମିଶି ରାସ୍ତାରୁ ଗଛ ହଟାଇବା ସହ ଏଣେ ତେଣେ ବିଛାଇ ହୋଇ ପଡିଥିବା ବିଦ୍ୟୁତ୍ ତାର କୁ ଟେକି ରଖି ସୂ ଗମନା ଗମନ ର ବ୍ୟବସ୍ଥା କରି ଥିଲେ l ଫଳରେ ସ୍ଵାଭାବିକ ଭାବେ ଗାଡି ମୋଟର ଚଳାଚଳ…

Read More

ଫୁଲବାଣୀ,୩୦/୦୫,(ସୁନୀଲ ପଟ୍ଟନାୟକ):ଏବେ ପ୍ରବଳ ଗରମ ସାଂଗକୁ ଗୁଳୁଗୁଳି ଅନୁଭୁତ ହେଉଥିବା ବେଳେ ତା ସାଙ୍ଗକୁ ଘନ ଘନ ବିଦ୍ୟୁତ୍ କାଟ ଫଳରେ ଲୋକେ ଅତିଷ୍ଠ ହୋଇ ପଡିଥିବା ବେଳେ ଏବେ ପାନୀୟ ଜଳ ସମସ୍ୟା l ଫଳରେ ଉତ୍ୟକ୍ତ ଲୋକେଶେଷରେ ଗରା, ବା ଲ ଟି, ମାଠିଆ ଧରି ରlଜ ରାସ୍ତା କୁ ଓହ୍ଲାଇ ଲେ l ଫଳରେ ୫୭ନମ୍ବର ରାଜପଥ ଫୁଲବାଣୀ – ଭୁବନେଶ୍ୱର ଗାଡି ମୋଟର ଚଳାଚଳ କିଛି ସମୟ ବନ୍ଦ ରହିଥିଲା l ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଫୁଲବାଣୀ ସହର ର ୯ନମ୍ୱର୍ ୱାର୍ଡ ରେ l ଖବର ପାଇ ଟାଉନ ଥାନା ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା ତେବେ ସେମାନଙ୍କ କହିବା କଥା ହେଲା ବର୍ଷେ କି ଦୁଇ ବର୍ଷ ନୁହେଁ ଗଲା ଦଶ ବର୍ଷ ହେଲା ସେହି ଅଞ୍ଚଳ ରେ…

Read More

ପୁରୁଷୋତ୍ତମପୁର,୩୦/୦୫,(ଶୁଭଙ୍କରୀ ଦାସ):ବ୍ଳକ ଅଧ୍ୟକ୍ଷାଙ୍କ ପ୍ରକୋଷ୍ଟ ରେ ଆଜି ନୂତନ ୩୦ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତା ଟଙ୍କା ଅଧକ୍ଷା ପିଙ୍କି ବେହେରା ଓ ସମାଜସେବୀ ତଥା ଯୁବନେତା ନିର୍ମଳ ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ଭତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୋଟ ୩୦ ଜଣଙ୍କୁ ଭତା ଟଙ୍କା ପ୍ରଦାନ କରାଯାଇଥିଲା ଓ ଅନ୍ୟ ଉପଭୋକ୍ତାଙ୍କୁ ଆଗାମୀ ମାସରେ ଭତ୍ତା ବଣ୍ଟନ କରାଯିବ ବୋଲି ଅଧକ୍ଷା ପ୍ରକାଶ କରିଛନ୍ତି | ଆଜିର ଏହି ଭତା ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି କୋରା ନାଥ ସ୍ୱାଇଁ, ଜଗତ ବନ୍ଧୁ ପଣ୍ଡା, ଜାମୁନି ସରପଞ୍ଚ ଇନ୍ଦ୍ରଜିତ ନାୟକ, ପୂର୍ବତନ ସରପଞ୍ଚ ରବି ବେହେରା, ପୂର୍ବତନ ଜିପିଓ ମୀନ କେତନ ବେହେରା, ଭତ୍ତା ବିଭାଗ ସୁପର ଭାଇଜର ଈ. ଜୟଶ୍ରୀ ଦୋରା, ତାପସ ବେହେରା, ଅନ୍ୟ ସରପଞ୍ଚ ଙ୍କ ସହ ବହୁ ହିତାଧିକାରୀ ଉପସ୍ଥିତ ଥିଲେ |

Read More

ଖଜୁରୀପଡା,୩୦/୦୫,(ମନୋଜ କୁମାର ବେହେରା):ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆରପାଜୁ ଗ୍ରା.ପ ପେନାବାଲି ସ୍ଥିତ ବୀରପ୍ରତାପ ଯୁବକ ସଙ୍ଘ ଆନୁକୁଲ୍ୟ ରେ ମାଇ ଭାରତ କନ୍ଧମାଳ ତରଫରୁ ଭିନାୟକ ଦାମୋଦର ସର୍ଭରକରଙ୍କ ଜନ୍ମ ଜୟନ୍ତୀ ଗୋଲକ ପ୍ରଧାନ ଙ୍କ ନେତୃତ୍ୱରେ ରେ ପାଳିତ ହୋଇଯାଇଛି l ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ସଭାପତି, ଖଜୁରୀପଡ଼ା ଶ୍ରୀ ବିକ୍ରମ୍ ସେନ ଦେହୁରୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆର୍ମି ଅଧିକାରୀ ସଞ୍ଜିତ କୁମାର ଜlନୀ, ସ୍ଥାନିୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ପଟ୍ଟନାୟକ, ଶିକ୍ଷକ ଅଜିତ୍ କୁମାର ଦେହୁରୀ, ଅନିରୁଦ୍ଧ ପ୍ରଧାନ, ସଂପାଦକ ଅନନ୍ତ ଦେହୁରୀ, , ଯୁବକ ସଙ୍ଘ ସଭାପତି ରମେଶ ଚନ୍ଦ୍ର କହଁର, ସୁଶୀଲ ପ୍ରଧାନ ଏବଂ ମାଇ ଭାରତ ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୂଖ ଯୋଗ ଦେଇଥିଲେ l ଅନୁଷ୍ଠିତ କାର୍ଯକ୍ରମରେ ବକ୍ତୃତା , ନୃତ୍ୟ…

Read More