Author: Janabani News

ଖଜୁରୀପଡ଼ା,୧୭।୧୦(ମନୋଜ କୁମାର ବେହେରା): ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧର ବିକାଶ, ଗ୍ରାମସଭାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଜ୍ଞାନ ଆହରଣ ଏବଂ ଭବିଷ୍ୟତରେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିତୋଳିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଖଜୁରୀପଡ଼ାଠାରେ ଏକ ମଡେଲ ୟୁଥ୍ ଗ୍ରାମସଭା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅଭିନବ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ଗ୍ରାମସଭାର କାର୍ଯ୍ୟଶୈଳୀ, ପଞ୍ଚାୟତର ଦାୟିତ୍ୱ ଏବଂ ଗ୍ରାମାଞ୍ଚଳର ବିକାଶ ସମ୍ପର୍କରେ ଧାରଣା ହାସଲ କରିଥିଲେ।ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଏକ ଆଦର୍ଶ ଗ୍ରାମସଭାର ପରିବେଶ ସୃଷ୍ଟି କରି ବିଭିନ୍ନ ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ଭୂମିକା ସମ୍ପର୍କରେ ଅବଗତ ହୋଇଥିଲେ। ଗ୍ରାମର ଉନ୍ନତି, ଲୋକଙ୍କ ସମସ୍ୟାର ସମାଧାନ, ଶିକ୍ଷାର ବିକାଶ, ପରିବେଶ ସୁରକ୍ଷା ଏବଂ ସାମାଜିକ ଦାୟିତ୍ୱବୋଧ ଭଳି ବିଷୟରେ ଗ୍ରାମସଭାର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ତାହାକୁ ପ୍ରାୟୋଗିକ ଢଙ୍ଗରେ ବୁଝିବାର ସୁଯୋଗ ପାଇଥିଲେ ଛାତ୍ରଛାତ୍ରୀ।କାର୍ଯ୍ୟକ୍ରମରେ ଯୋଗଦେଲେ…

Read More

ଖଜୁରୀପଡ଼ା,୧୭।୧୦ (ମନୋଜ କୁମାର ବେହେରା):ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ, ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଦକ୍ଷତା ବୃଦ୍ଧି ଏବଂ ଅଭିଭାବକଙ୍କ ସହ ବିଦ୍ୟାଳୟର ସୁସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ହେଉଛି ‘ଅଭିଭାବକ-ଶିକ୍ଷକ କଥା’ କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କେ.ଜି.ବି.ଭି. ଖଜୁରୀପଡ଼ା ବିଦ୍ୟାଳୟରେ ଅକ୍ଟୋବର ୧୬ ତାରିଖ ଶୁକ୍ରବାର ଦିନ ଅଭିଭାବକ-ଶିକ୍ଷକ କଥା ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ବୈଠକ କାର୍ଯ୍ୟକ୍ରମ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅଜୟ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ୱପ୍ନମ କହଁର ଉପସ୍ଥିତ ଥିଲେ। ସେହିପରି ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାଶ ଚନ୍ଦ୍ର ତ୍ରିପାଠୀ, ପି.ଟି.ଟି. ରଶ୍ମିବାଳା ସାହୁ, ସୁପରିଣ୍ଟେଣ୍ଡେଣ୍ଟ ବିନୋଦିନୀ ପ୍ରଧାନ ଏବଂ ୱାର୍ଡେନ ଶୈଳବାଳା ପ୍ରଧାନଙ୍କ ସମେତ ପିଏମ୍ ଶ୍ରୀ କମିଟିର ସଭ୍ୟସଭ୍ୟାମାନେ ବୈଠକରେ ଯୋଗଦେଇଥିଲେ। ଏଥିସହ କେ.ଜି.ବି.ଭି.…

Read More

ଖଜୁରୀପଡ଼ା,୧୭।୧୦(ମନୋଜ କୁମାର ବେହେରା):ବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଏବଂ ବିଦ୍ୟାଳୟର ଉନ୍ନତିକୁ ଗୁରୁତ୍ୱ ଦେଇ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆରାପାଜୁ କ୍ଲଷ୍ଟରର ପିପିଲପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅକ୍ଟୋବର ୧୫ ତାରିଖ ଗୁରୁବାର ଦିନ ଅଭିଭାବକ-ଶିକ୍ଷକ ବୈଠକ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟରେ ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ପିଲାମାନଙ୍କ ପାଠପଢ଼ାରେ ଅଭିଭାବକଙ୍କ ସକ୍ରିୟ ଭାଗୀଦାରି ବୃଦ୍ଧି କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶିକ୍ଷାର ଗୁଣାତ୍ମକ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ସଫଳ କରିବା ସହ ବିଦ୍ୟାଳୟ ଓ ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଏପରି ବୈଠକର ଗୁରୁତ୍ୱ ରହିଛି।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଆଦିତ୍ୟ ମଲ୍ଲିକ, ପ୍ରଧାନ ଶିକ୍ଷକ ପ୍ରଭାତରଞ୍ଜନ ପ୍ରଧାନ, ଦିନବନ୍ଧୁ ନାୟକଙ୍କ ସମେତ ବିଦ୍ୟାଳୟର ଅଭିଭାବକ ଓ…

Read More

ବ୍ରହ୍ମପୁର,୧୬।୧୦(ହିମାଂଶୁ ଶେଖର ସାବତ):ଋଷିକୁଲ୍ୟା ମୁହାଣ ଅଞ୍ଚଳର ମତ୍ସ୍ୟଜୀବୀଙ୍କ ଜୀବିକାକୁ ସୁରକ୍ଷିତ ଓ ସୁଦୃଢ଼ କରିବା ସହ ଅଲିଭ୍ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଦିଗରେ ସେମାନଙ୍କ ଅବଦାନକୁ ଉତ୍ସାହିତ କରିବା ଲକ୍ଷ୍ୟରେ ବନବିଭାଗ ପକ୍ଷରୁ ଏକ୍ରିକ୍‌ର ସହାୟତାରେ ଇନସୁଲେଟେଡ୍ ଆଇସ୍‌ ବକ୍ସ ବଣ୍ଟନ କରାଯାଇଛି।ପୁରୁଣାବନ୍ଧଠାରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଭରତ ଭୂଷଣ ସାହୁ ଓ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ଦେବିଦତ୍ତ ମହାନ୍ତି ଉପସ୍ଥିତ ଥିଲେ।ଏହି ଅବସରରେ ଦୁଇଜଣ ମତ୍ସ୍ୟଚାଷୀଙ୍କୁ ରଙ୍ଗୀନ ମାଛ ଚାଷ ପାଇଁ ୬୪ ହଜାର ୯୬୪ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏଥିସହ ପୁରୁଣାବନ୍ଧ, ପ୍ରୟାଗୀ, କଲରାବାଡ଼ି, ପାଲିବନ୍ଧ, ନୂଆ ପୋଡ଼ମପେଟା ଓ ଗୋଖରକୁଦା ଗ୍ରାମର ୧୨୦ ଜଣ ମତ୍ସ୍ୟଜୀବୀଙ୍କୁ…

Read More

ଜଗନ୍ନାଥ ପ୍ରସାଦ,୧୬।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ବିଡ଼ିପୁର ସ୍ଥିତ TSD କଲେଜରେ ଅନୁଷ୍ଠିତ ଛାତ୍ରସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ। ନିର୍ବାଚନ ଫଳାଫଳ ପ୍ରକାଶ ପରେ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।ଛାତ୍ରସଂସଦ ନିର୍ବାଚନକୁ ନେଇ କଲେଜ ପରିସରରେ ରାଜନୈତିକ ଉଷ୍ମତା ଦେଖାଦେଇଥିବା ବେଳେ ଫଳାଫଳରେ ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ ଚର୍ଚ୍ଚାର ବିଷୟ ପାଲଟିଛି।ସମସ୍ତ ୮ଟି ପଦବୀ ହାତେଇଲେ ସ୍ୱାଧୀନ ପ୍ରାର୍ଥୀ। ସଭାପତି ପଦରେ ସ୍ୱୟଂ ପ୍ରସାଦ ବିଷୋୟୀ, ଉପସଭାପତି ପଦରେ ପ୍ରକାଶ ବେହେରା ଏବଂ ସାଧାରଣ ସମ୍ପାଦକ ପଦରେ ରୁଦ୍ର ପ୍ରସାଦ ଜେନା, ସହ ସମ୍ପାଦକ ଚିନ୍ମୟ କୁମାର ସ୍ୱାଇଁ, ନାଟ୍ୟ ସମ୍ପାଦକ ମିନତୀ ପଲାଇ,ସହ ନାଟ୍ୟ ସମ୍ପାଦକ ରାଜା ଗୌଡ଼, କ୍ରୀଡା ସମ୍ପାଦକ ବାଦଲ ଗୌଡ଼,ସହ କ୍ରୀଡା…

Read More

ଭୁବନେଶ୍ୱର,୧୬।୧୦(କୁମୁଦ ଚନ୍ଦ୍ର ବେହେରା):ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ–୨୦୨୭ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆସନ୍ତା ଅକ୍ଟୋବର ୨୬ ତାରିଖରୁ ଘରକୁ ଘର ସର୍ଭେ ଆରମ୍ଭ ହେବ। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ବିସ୍ତୃତ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଆୟୋଗର ସଚିବ ସନ୍ତୋଷ କୁମାର ଦାଶ ଓ ଉପ-ସଚିବ ଦୁର୍ଗା ଚରଣ ମୁର୍ମୁ ମଧ୍ୟ ଉପସ୍ଥିତ ଥିଲେ।ଭୋଟର ତାଲିକା ପ୍ରସ୍ତୁତିକୁ ସ୍ୱଚ୍ଛ, ନିର୍ଭୁଲ ଓ ସୁସଂଗଠିତ କରିବା ଏହି ସର୍ଭେର ମୁଖ୍ୟ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମ ଦ୍ୱାରା ଗୋଟିଏ ପରିବାରର ସମସ୍ତ ଭୋଟରଙ୍କୁ ଏକ ସ୍ୱତନ୍ତ୍ର ଘର ନମ୍ବର ସହ ଯୋଡ଼ାଯିବ ଏବଂ ସେମାନଙ୍କ ନାମ ସମାନ ୱାର୍ଡ ଓ ବୁଥ୍‌ର ଭୋଟର ତାଲିକାରେ କ୍ରମାନୁସାରେ ରଖାଯିବ, ଯାହାଦ୍ୱାରା ପରିବାରର ସମସ୍ତ ସଦସ୍ୟ ଗୋଟିଏ କେନ୍ଦ୍ରରେ ଭୋଟ ଦେଇପାରିବେ। ସର୍ଭେ…

Read More

ବୁଗୁଡ଼ା,୧୫।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ରେ ପ୍ରଥମ ଥର ଛାତ୍ର ସଂସଦ ନିର୍ବାଚନ ହୋଇଛି । ଏଠାରେ ଉଭୟ ଏବିଭିପି ଏବଂ ବିସିଜେଡ଼ି ପାର୍ଥି ଦେଇଥିବା ବେଳେ ଏବିଭିପିର ନାଟ୍ୟ ସମ୍ପାଦକ ରାକେଶ ଜେନା,ସହ ନାଟ୍ୟ ସମ୍ପାଦକ ରୁପାଲୀ ଜେନା, କ୍ରୀଡା ସମ୍ପାଦକ ରୁଦ୍ର ପ୍ରସାଦ ସ୍ୱାଇଁ ଅପ୍ରତିଦ୍ବନ୍ଦି ରହିଥିଲେ !ସଭାପତି, ଉପ ସଭାପତି ଏବଂ ସାଧାରଣ ସମ୍ପାଦକ ପଦବୀ ପାଇଁ ଏବିଭିପି ଏବଂ ବିସିଜେଡ଼ି ପାର୍ଥି ମଧ୍ୟରେ କଡା ମୁକାବିଲା ହୋଇଥିଲା !ଭୋଟଦାନ ପରେ ଆରମ୍ଭ ହୋଇଥିଲା ଭୋଟ ଗଣତି। ଗଣତି ଶେଷ ହେବା ପରେ ଏବିଭିପିର ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣାକୁ ନେଇ କଲେଜ ପରିସରରେ ଦେଖିବାକୁ ମିଳିଥିଲା ଉତ୍ସାହ। ବିଜୟୀ ପ୍ରାର୍ଥୀଙ୍କୁ ସମର୍ଥକମାନେ ଶୁଭେଚ୍ଛା ଜଣାଇବା ସହ ଖୁସି ମନାଇଥିଲେ।ଚଳିତ ଛାତ୍ର ସଂସଦ…

Read More

କୋଦଳା,୧୫।୧୦(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା କୋଦଳାସ୍ଥିତ ଲକ୍ଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (BCJD)ର ବଡ଼ ବାଜିମାତ୍। ସଭାପତି ପଦଠାରୁ ଆରମ୍ଭ କରି ସମସ୍ତ ପଦବୀରେ ବିଜୟ ହାସଲ କରି ଦଳ ନିଜର ଦବଦବା ଜାହିର କରିଛି। ସମସ୍ତ ପ୍ରାର୍ଥୀଙ୍କ ବିଜୟ ସହ କଲେଜରେ BCJD କରିଛି କ୍ଲିନ୍ ସୁଇପ୍।ଏହି ନିର୍ବାଚନରେ ସଭାପତି ଭାବେ ସନ୍ତୋଷ କୁମାର ଗୌଡ଼, ଉପସଭାପତି ଭାବେ ଆଲୋକ କୁମାର ପଲେଇ, ସାଧାରଣ ସମ୍ପାଦକ ଭାବେ ନନ୍ଦନ ଭୂୟାଁ ଏବଂ ସହ ସମ୍ପାଦକ ଭାବେ ଲକ୍ଷ୍ମୀ ନାୟକ ବିଜୟୀ ହୋଇଛନ୍ତି। ସେହିପରି କଳା ସମ୍ପାଦକ ଭାବେ ଶୁଭଶ୍ରୀ ବେହେରା, କଳା ସହ ସମ୍ପାଦକ ଭାବେ ପ୍ରଜ୍ଞା ପ୍ରିୟଦର୍ଶିନୀ ପାଢ଼ୀ, କ୍ରୀଡ଼ା ସମ୍ପାଦକ ଭାବେ ଓମ୍ ପ୍ରକାଶ ସାହୁ ଏବଂ କ୍ରୀଡ଼ା ସହ ସମ୍ପାଦକ ଭାବେ ସ୍ମୃତି ପ୍ରଧାନ ବିଜୟୀ ହୋଇଛନ୍ତି। ସମସ୍ତ ପଦବୀ ହାତେଇ BCJD ନିର୍ବାଚନୀ ମଇଦାନରେ ନିଜର…

Read More

ଫୁଲବାଣୀ,୧୫।୧୦(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସହର ରେ ଥିବା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଓସଞ୍ଜୟ ସ୍ମୃତି ମହିଳା ମହାିଦ୍ୟାଳୟ ରେ ଗୁରୁବାର ନିର୍ବାଚନ ଶାନ୍ତି ର ସହ ଅନୁଷ୍ଠିତ ହୋଇଯାଇଛି l ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟ ର ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀ ଏଲ ନାରାୟଣୀ ରେଡ଼ୀ ଓ ସରକାରୀ ଅଟୋନମୋଶ କଲେଜ ର ବିଜୁ ଜନତା ଦଳ ସମର୍ଥିତ ପlର୍ଥୀ ସୁମିତ କୁମାର ବଡ଼ ସେଠ ସଭାପତିଭବେ ବିପୁଳ ଭୋଟ ରେ ବିଜୟୀହୋଇଛନ୍ତି l ଫୁଲବାଣୀ ସଞ୍ଜୟ ସ୍ମୃତି ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ନିର୍ବାଚନରେ ବି ସି ଜେ ଡି ର ପ୍ରାର୍ଥୀନୀ ଏଲ ନାରାୟଣୀ ରେଡ଼ୀ ୫୩୧ ଭୋଟ ପାଇ ବିଜୟୀ ହୋଇଛନ୍ତି! ଏଭିବିପି ପ୍ରାର୍ଥନୀ ସମୀକ୍ଷା ପ୍ରିୟଦର୍ଶନୀ ସର୍ବମୋଟ ୨୪0 ଟି ଭୋଟ ପାଇ ପରାଜିତ ହୋଇଛନ୍ତି!! ସେହିପରି ସରକାରୀ ଅଟୋନମୋଶ କଲେଜ ରେ ବିଶିଜେଡି ପ୍ରାଥୀ ସୁମିତ କୁମାର ବଡ ସେଠ…

Read More

ବେଲଗୁଣ୍ଠା,୧୫।୧୦(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏଭିବିପି) ବାଜିମାତ କରିଛି। ନିର୍ବାଚନରେ ସଭାପତି, ଉପସଭାପତି ଓ ଡ୍ରାମାଟିକ୍ ସମ୍ପାଦକ ପଦବିରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିବାବେଳେ ଅନ୍ୟ ପଦବିଗୁଡ଼ିକର ଫଳାଫଳ ମଧ୍ୟ ଘୋଷଣା କରାଯାଇଛି।ଗୁରୁବାର ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ଭୋଟ ଗଣତି ପରେ ସନ୍ଧ୍ୟା ୫ଟାରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା।ସଭାପତି ଭାବେ ରାକେଶ ବରାଡ, ଉପସଭାପତି ଭାବେ ରାକେଶ ସ୍ୱାଇଁ, ସାଧାରଣ ସମ୍ପାଦକ ଭାବେ ସିନୁ ପାତ୍ର, ଯୁଗ୍ମ ସମ୍ପାଦକ ଭାବେ ଝୁମୁରୀ ବିଷୋୟୀ, ଡ୍ରାମାଟିକ୍ ସମ୍ପାଦକ ଭାବେ ଗୀତାଞ୍ଜଳି ପଟ୍ଟନାୟକ ଏବଂ କ୍ରୀଡ଼ା ସମ୍ପାଦକ ଭାବେ ସୋନୁ ବାରିକ ନିର୍ବାଚିତ ହୋଇଛନ୍ତି।ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ମାଜିଷ୍ଟ୍ରେଟ୍ ଦାୟିତ୍ୱ ତୁଲାଇଥିବାବେଳେ ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

Read More

ବୁଗୁଡ଼ା,୧୫।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ରେ ପ୍ରଥମ ଥର ଛାତ୍ର ସଂସଦ ନିର୍ବାଚନ ହୋଇଛି । ଏଠାରେ ଉଭୟ ଏବିଭିପି ଏବଂ ବିସିଜେଡ଼ି ପାର୍ଥି ଦେଇଥିବା ବେଳେ ଏବିଭିପିର ନାଟ୍ୟ ସମ୍ପାଦକ ରାକେଶ ଜେନା,ସହ ନାଟ୍ୟ ସମ୍ପାଦକ ରୁପାଲୀ ଜେନା, କ୍ରୀଡା ସମ୍ପାଦକ ରୁଦ୍ର ପ୍ରସାଦ ସ୍ୱାଇଁ ଅପ୍ରତିଦ୍ବନ୍ଦି ରହିଥିଲେ !ସଭାପତି, ଉପ ସଭାପତି ଏବଂ ସାଧାରଣ ସମ୍ପାଦକ ପଦବୀ ପାଇଁ ଏବିଭିପି ଏବଂ ବିସିଜେଡ଼ି ପାର୍ଥି ମଧ୍ୟରେ କଡା ମୁକାବିଲା ହୋଇଥିଲା !ଭୋଟଦାନ ପରେ ଆରମ୍ଭ ହୋଇଥିଲା ଭୋଟ ଗଣତି। ଗଣତି ଶେଷ ହେବା ପରେ ଏବିଭିପିର ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣାକୁ ନେଇ କଲେଜ ପରିସରରେ ଦେଖିବାକୁ ମିଳିଥିଲା ଉତ୍ସାହ। ବିଜୟୀ ପ୍ରାର୍ଥୀଙ୍କୁ ସମର୍ଥକମାନେ ଶୁଭେଚ୍ଛା ଜଣାଇବା ସହ ଖୁସି ମନାଇଥିଲେ।ଚଳିତ ଛାତ୍ର ସଂସଦ…

Read More

ଚିକିଟି,୧୫।୧୦(ନିଗମାନନ୍ଦ ପଣ୍ଡା):ଚିକିଟି ମହାବିଦ୍ୟାଳୟ ଏବଂ ନୂଆପଡା ଶ୍ରୀବାଲାଜୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରେ ବିଜୁ ଛାତ୍ର ଜନତା ଦଳ ବାଜିମାତ କରିଛି l ଚିକିଟି ମହାବିଦ୍ୟାଳୟ ରେ ସଭାପତି ପଦବୀ ଅପ୍ରତିଦ୍ବନ୍ଦି ଥିଲା ପ୍ରଣୟ ପ୍ରଧାନ ଅପ୍ରତିଦ୍ବନ୍ଦି ହୋଇ ସଭାପତି ପଦବୀ ହାତେଇଥିଲେ l ଆଉ ସବୁ ପଦବୀ ବିଜୁ ଛାତ୍ର ଜନତା ବାଜିମାତ କରିଛି l କେ. ବୈଷ୍ଣବୀ ଆଚାରୀ ସାଧାରଣ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି l ସେହିପରି ସୁନୀଲ କୁମାର ପାଣିଗ୍ରାହୀ ଉପ ସଭାପତି, ନାକା ଚିରଞ୍ଜିବି ରେଡି ସହ ସମ୍ପାଦକ, ଏନ. ସୁମନ କୁମାର ନାଟ୍ୟ ସଂସଦ ସମ୍ପାଦକ, ତନୁଶ୍ରୀ ପ୍ରଧାନ ନାଟ୍ୟ ସଂସଦ ସହ ସମ୍ପାଦକ, ସାହିଲ ପ୍ରଧାନ କ୍ରୀଡା ସମ୍ପାଦକ, ରୁଦ୍ର କୁମାର ସେଠି କ୍ରୀଡା ସହ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି l ସମସ୍ତ ବିଜୟୀ ପ୍ରାର୍ଥୀ ଚିକିଟି ରାଜବାଟୀ କୁ ଯାଇ ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୁପ…

Read More