Author: Janabani News

ଫୁଲବାଣୀ,୨୮/୦୫,(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ର ବୃହତ ବ୍ଲକ ଦାରିଙ୍ଗବାଡି ରେ ଜିଲ୍ଲା ପାଳ ଶ୍ରୀଯୁକ୍ତ ବେଦ ଭୂଷଣ ୨୦୨ ଟି ଆପତ୍ତି ଅଭିଯୋଗ ଶୁଣି ଛନ୍ତି! ସେଥି ମଧ୍ୟରୁ ୧୦୨ ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୮୨ ଟି ସାମୁହିକ ଅଭିଯୋଗ ଥିଲା!ମୁଖ୍ୟତଃ ଦାରିଙ୍ଗବାଡି ର ବିଭିନ୍ନ ଅଂଚଳରେ ପାନୀୟ ଜଳ ସମସ୍ୟା, ଅଚଳ ନଳକୂପର ମରାମତି, ନୂତନ ନଳକୂପ ଖନନ ଓ ସୋଲାର ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନେଇ ସୁଣାଣୀ ହୋଇଥିଲା!ବିଦ୍ୟୁତ ନଥିବାରୁ ସୋଲାର ପମ୍ପ ଯୋଗେ ଜଳ ଯୋଗାଣ ପାଇଁ ଲୋକେ ଲିଖିତ ଭାବେ ଜଣାଇ ଛନ୍ତି!ଏହି ଅବସର ରେ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ ଦାରିଙ୍ଗବାଡି ପର୍ଯ୍ୟଟନ ର ଏକ ୱେବ ସାଇଟ ର ଉଦଘାଟନ କରିଥିଲେ!ଦାରିଙ୍ଗବାଡି କୁ ଓଡ଼ିଶାର କାଶ୍ମୀର ବୋଲି ମାନ୍ୟତା ଦିଆ ଯାଏ! ଉଦଘାଟିତ ୱେବ ସାଇଟ ରେ ଦାରିଙ୍ଗବାଡି ର ବିଭିନ୍ନ ଆକର୍ଷଣୀୟ ପର୍ଯ୍ୟଟନ ସ୍ପଟ, ହୋଟେଲ…

Read More

ବୁଗୁଡ଼ା,୨୮/୦୫,(ଡ.କୁମୁଦ ଚନ୍ଦ୍ର ବେହେରା):ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ଲକ୍ ସ୍ତରୀୟ “ନିରକ୍ଷଣ ସାଥୀ” ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଉଦଘାଟନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ଏହି ସେବା ଦୁର୍ଗମ ଅଞ୍ଚଳର ଗର୍ଭବତୀ ମା ଓ ଏକ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ବିଶେଷ ଭାବେ ସମର୍ପିତ । ଜରୁରୀ ସମୟରେ ମାଗଣା ଯାତାୟାତ ଓ ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଏହି ସେବା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବ। ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ହିଁ ଆମ ସରକାରର ପ୍ରାଥମିକତା। ଲୋକଙ୍କ ସେବାକୁ ସର୍ବୋପରି ମନେକରି ଏହି ଜନହିତକର ପ୍ରୟାସକୁ ସଫଳ କରିବାରେ ସହଯୋଗ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।

Read More

ବୁଗୁଡ଼ା,୨୮/୦୫:(ଡ. କୁମୁଦ ଚନ୍ଦ୍ର ବେହେରା):କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ଆଗରେ କୌଣସି ପ୍ରତିବନ୍ଧକ ତିଷ୍ଠି ପାରେନାହିଁ, ଏହାକୁ ପ୍ରମାଣିତ କରିଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳର ଝିଅ ସଂଘମିତ୍ରା ପାତ୍ର। ଓଡିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ସମ୍ମାନଜନକ ଓଡିଶା ସିଭିଲ୍ ସର୍ଭିସେସ୍ (ଓସିଏସ)-୨୦୨୪ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଥିବା ବେଳେ ଏଥିରେ ପ୍ରଥମ ପ୍ରୟାସରେ ହିଁ ସଂଘମିତ୍ରା ୧୮୭ତମ ରାଙ୍କ ହାସଲ କରି ସଫଳତା ଅର୍ଜନ କରିଛନ୍ତି। ସେ ବର୍ତ୍ତମାନ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ଏଡିଜେ) କୋର୍ଟରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିବାରୁ, ତାଙ୍କର ଏହି ସଫଳତା ସମଗ୍ର ଅଞ୍ଚଳ ତଥା କୋର୍ଟ ପରିବାରକୁ ଗୌରବାନ୍ୱିତ କରିଛି। ବୁଧବାର ସଂଘମିତ୍ରାଙ୍କ ଏହି ବିରାଟ ସଫଳତାର ଖବର ପହଞ୍ଚିବା ପରେ କୋର୍ଟ ପରିସରରେ ଖୁସିର ଲହରୀ ଖେଳିଯାଇଥିଲା। ସହକର୍ମୀ ଓ ଆଇନଜୀବୀ ବନ୍ଧୁମାନେ ତାଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଦେବା ସହ ତାଙ୍କର ଉଜ୍ଜ୍ୱଳ…

Read More

ବାଲିଗୁଡା,୨୭/୦୫,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଏନ୍ ଏ ସି ର ସର୍ବ ବୃହତ୍ତମ ସାହି ଅନ୍ତର୍ଗତ ବାଲିଗୁଡା ନୂଆସାହି ନିବାସୀ ର ଶତାୟୁ ପୁରୁଷ ତଥା ଧର୍ମ ପରାୟଣ କୁଦ ପାତ୍ର ଙ୍କ ବୁଧବାର ସକାଳ ଦଶ ଘଟିକା ସମୟ ରେ ନୂଆସାହି ସ୍ଥିତ ନିଜ ବାସ ଭବନରେ ବିୟୋଗ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ ୧୦୬ ବର୍ଷ ହୋଇଥିଲା l ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି l ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ପଦ୍ମନ ପାତ୍ର ନାତିଆ ଜଗନ୍ନାଥ ପାତ୍ର ଙ୍କ ସମେତ ନାତି ନାତୁଣୀ ଉପସ୍ଥିତ ଥିଲେ l ଗାଁ ମଶାଣି ରେ ବଡ଼ପୁଅ ପଦ୍ମନ ପାତ୍ର ମୁଖଗ୍ନୀ ଦେଇଥିଲେ l କୁଦ ପାତ୍ର ଙ୍କ ବିୟୋଗ ଖବର ପାଇ ଆଖ ପାଖ ଅଞ୍ଚଳରୁ ଶତାଧିକ ଲୋକ ଆସି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସେ…

Read More

ଭଞ୍ଜନଗର,୨୭/୦୫,(ନିଲୁ ବିଷୋୟୀ):ବ୍ୟବସାୟିକ ଉଦେଶ୍ୟରେ କନ୍ଧମାଳ ଜିଲ୍ଲାରୁ ଗଞ୍ଜେବଇ ଚାଲାଣ କରୁଥିବା ବେଳେ ଭଞ୍ଜନଗର ପୁଲିସ ୨ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସୂଚନା ପ୍ରକାରେ,ଥାନା ଏସଆଇ ଲଷ୍ମୀଧର ମହାନ୍ତି ମଙ୍ଗଳବାର ସନ୍ଧ୍ୟାରେ ସଦଳବଳେ କୁଲାଡ଼ ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଭେରେଡା ମୁଖ୍ୟ ରାସ୍ତାରେ ଏକ ବୋଲେରୋ ଗାଡିକୁ ଯାଞ୍ଚ କରିଥିଲେ। ସେଥିରେ ଗଞ୍ଜେଇ ଥିବା ଜଣାପଡିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଓଜନ କରାଯାଇ କନ୍ଧମାଳ ଜିଲ୍ଲାର ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ୪୫କେଜି ୩୪୦ ଗ୍ରାମ ଗଞ୍ଜେଇ, ଏକ ହଜାର ଟଙ୍କା ଏବଂ ଗଞ୍ଜେଇ ଚାଲାଣ ରେ ବ୍ୟବହୃତ ଗାଡି ଜବତ କରାଯାଇଛି। ଏ ନେଇ କେଶନଂ ୪୭୪/୨୬ ରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।

Read More

ନୂଆପଡ଼ା,୨୭/୦୫,(ପରମେଶ୍ୱର ମେହେର):ନୂଆପଡ଼ା-୭୧ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର) ପ୍ରକ୍ରିୟା ଅନ୍ତର୍ଗତ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ) ମାନଙ୍କ ପାଇଁ ଆଜି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନୂଆପଡ଼ା ଓ କୋମନା ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ), ସୁର୍ମି ସୋରେନଙ୍କ ଉପସ୍ଥିତିରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।ଏହି ଅବସରରେ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ତଥା ନୂଆପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ରୋହିତ ଭୋଇ, ଡେପୁଟି ଜ଼ିଲ୍ଲାପାଳ (ନିର୍ବାଚନ) ଶେଖ ନସୀମ, ଏଇଆରଓ ତଥା ତହସିଲଦାର ନୂଆପଡ଼ା ଲଲାଟେନ୍ଦୁ ଦଣ୍ଡସେନା, ଏଇଆରଓ ତଥା କୋମନା ବ୍ଲକ ଉନ୍ନୟନ ଅଧିକାରୀ ଏବଂ ଏଇଆରଓ ତଥା ତହସିଲଦାର କୋମନା ଉପସ୍ଥିତ ରହିଥିଲେ ।ପ୍ରଶିକ୍ଷଣରେ ଗଣନା ଫର୍ମ ବଣ୍ଟନ, ସଂଗ୍ରହ ପ୍ରକ୍ରିୟା, ଫର୍ମ ପୂରଣ ପଦ୍ଧତି ଏବଂ ଘରକୁ ଘର ସର୍ଭେ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଦିଗଦର୍ଶନ ପ୍ରଦାନ କରାଯାଇଥିଲା ।…

Read More

ଚିକିଟି,୨୭/୦୫,(ନିଗମାନନ୍ଦ ପଣ୍ଡା):ନୂତନ ଚିନ୍ତାଧାରା ଓ ସୃଜନଶୀଳତାର ଜନ୍ମସ୍ଥଳୀ ହେଉଛି ସାହିତ୍ୟ ସଭା। ଏହି ମତ ପ୍ରକାଶ ପାଇଥିଲା ସୁନାପୁର ବେଳା ଭୂମିରେ ଅନୁଷ୍ଠିତ ହୋଇଥିବା ସମ୍ବାଦ ସାହିତ୍ୟଘର ଚିକିଟିର ଏକାଦଶତମ ବାର୍ଷିକୋତ୍ସବରେ ମଞ୍ଚାସୀନ ଥିବା ଅତିଥିମାନଙ୍କ ବକ୍ତବ୍ୟରୁ। ଅନୁଷ୍ଠାନର ସଭାପତି ଶ୍ରୀ ଦୁର୍ଗାପ୍ରସାଦ ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି ଚିକିଟି ସମ୍ବାଦ ସାହିତ୍ୟଘରର ସମାବର୍ତ୍ତନ ଦିବସ। ମୁଖ୍ୟ ଅତିଥି ଭାବରେ ମଞ୍ଚାସୀନ ଥିଲେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା,ସମ୍ମାନିତ ଅତିଥି ରୂପେ ସମଦୃଷ୍ଟି ପତ୍ରିକାର ସମ୍ପାଦକ ଶ୍ରୀ ବିଘ୍ନେଶ୍ୱର ସାହୁ, ଆଭା ପତ୍ରିକାର ସମ୍ପାଦିକା ଶ୍ରୀମତୀ ଗୌରପ୍ରିୟା ଦାସ,ବ୍ରହ୍ମପୁର ସାହିତ୍ୟ ପରିଷଦର ସଭାପତି କବି ସୁଶାନ୍ତ ଦାସ, ଏବଂ ଅଧ୍ୟାପକ ତ୍ରିଲୋଚନ ଦାଶ।ଉକ୍ତ ସଭାରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ସଂହିତା ମହାନ୍ତି, ପ୍ରତିବର୍ଷ ପରି ସ୍ଵାଧୀନତା ସଂଗ୍ରାମୀ ଦିବାକର ପଟ୍ଟନାୟକ ସ୍ମୃତି ସମ୍ମାନ ସାମାଜିକ ଅନୁଷ୍ଠାନ ଗୋପବନ୍ଧୁ ସେବା ସମିତି, ଚିକିଟିଙ୍କୁ ପ୍ରଦାନ କରାଯାଇଥିଲା ସେହିପରି ସାହିତ୍ୟିକ…

Read More

ବେଲଗୁଣ୍ଠା,୨୭/୦୫,(ଶିବରାମ ଚୌଧୁରୀ):ମଙ୍ଗଳବାର ପ୍ରକାଶ ପାଇଛି ଓପିଏସସି ଦ୍ଵାରା ପରଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାଫଳ। ଏଥିରେ ୫୨ ନମ୍ୱର୍ ରାଙ୍କ୍ ରେ ସଫଳତା ହାସଲ କରିଛନ୍ତି ପୂର୍ବତନ ବେଲଗୁଣ୍ଠା ଥାନା ଅଧିକାରୀ ତଥା ବର୍ତ୍ତମାନର ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ସୁକନ୍ୟା କ୍ଷଣପ୍ରଭା ପ୍ରଧାନ। କ୍ଷଣପ୍ରଭା ନିଜର ପ୍ରଥମ ପ୍ରଚେଷ୍ଟାରେ ଏହି ସଫଳତା ହାସଲ କରି ନିଜ ପରିବାର ଏବଂ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। କ୍ଷଣପ୍ରଭାଙ୍କ ନିଜ ଘରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ହୋଇଥିବା ବେଳେ ସେ ନିମାପଡ଼ା କଲେଜ୍ ରେ ଜଣେ ମେଧାବୀ ଛାତ୍ରୀ ଭାବେ ଯୁକ୍ତ ଦୁଇ ଏବଂ ସ୍ନାତକ ଶିକ୍ଷା ସମାପ୍ତ କରି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ। ଏହାପରେ ସେ ନାଇଜର୍ ଅଧୀନରେ ପି.ଏଚ୍.ଡି କରିଥିଲେ ମଧ୍ୟ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେବାର ଲକ୍ଷ୍ୟ ରଖି ନିଜର ପ୍ରସ୍ତୁତି ଆରମ୍ଭ…

Read More

ପୋଲସରା,୨୭/୦୫,(ଶିବ ପ୍ରସାଦ ସାହୁ):ପୋଲସରା ବ୍ଲକ ସ୍ଥିତ ବିଜେଡି କାର୍ଯ୍ୟାଳୟ ପରିସରରେ ନାରୀ ଅଧିକାର ଅଭିଯାନ କୁନେଇ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ଙ୍କ ତତ୍ୱାବଧାନ ରେ ବିଜେଡି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଫଳତା ଉପରେ ବକ୍ତବ୍ୟ ରଖି ନାରୀ ମାନଙ୍କ ସୁରକ୍ଷା ଉପରେ କହିଥିଲେ।ରାଜ୍ୟ ସରକାର ମହିଳା ମାନଙ୍କୁ ୩୩%ସରଂକ୍ଷଣ ଦେବାରେ ବିଫଳ ତା ସାଙ୍ଗକୁ ନାରୀ ନିର୍ଯ୍ୟାତନା କୁ ନିୟନ୍ତ୍ରଣ କରିବାରେ ଅସମର୍ଥ। ସରକାର ଙ୍କ ବିଫଳତା ପ୍ରତିବାଦ ରେ ଆସନ୍ତା ୨୯ତାରିଖ ଦିନ ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ କୁ କିଭଳି ସଫଳତା ମିଳିବ ଏବଂ ନାରୀ ମାନଙ୍କ ସରଂକ୍ଷଣ କିଭଳି ସ୍ଥାୟୀ ରହିବ ସେନେଇ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।ଉକ୍ତ ପ୍ରସ୍ତୁତି ବୈଠକ ରେ ବୁଗୁଡ଼ା ଓ ପୋଲସରା…

Read More

ବାଲିଗୁଡ଼ା,୨୭/୦୫,(ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ମାସ ମଇ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର “ସ୍ୱତନ୍ତ୍ର ସଘନ ସଂଶୋଧନ” (SIR) କାର୍ଯ୍ୟକ୍ରମର ସୁପରିଚାଳନା ନେଇ ବୁଧବାର ଦିନ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାଶଙ୍କ ଅଧ୍ୟକ୍ଷତାରେ ଏକ ଉପଖଣ୍ଡ ସ୍ତରୀୟ ସହାୟତା କେନ୍ଦ୍ର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଖୋଲା ଯାଇଛି। ସହାୟତା କେନ୍ଦ୍ର ବିଷୟ ରେ ଉପଜିଲ୍ଲାପାଳ ଶ୍ରୀମତି ପ୍ରଣିତା ଦାଶ କହିଛନ୍ତି ଯେ, ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ସରଳୀ କରଣ କରାଯିବ। ସଂଶୋଧନ କାର୍ଯ୍ୟରେ ୮୨ନଂ.ବାଲିଗୁଡା ନିର୍ବାଚନୀ ମଣ୍ଡଳୀରେ ୧୭୮ଜଣ ଏବଂ ୮୩ ନଂ. ଜି.ଉଦୟଗିରି ନିର୍ବାଚନୀ ମଣ୍ଡଳୀରେ ୨୫୩ଜଣ ବିଏଲଓ ଏସଆଇଆର ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଭୋଟର ତାଲିକା ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ ସମସ୍ତ ଗଣନା ଫର୍ମ ସ୍ଥାନୀୟ ଓଡ଼ିଆ ଭାଷାରେ ଉପଲବ୍ଧ ହେବ, ଯାହାଦ୍ୱାରା ଗ୍ରାମାଞ୍ଚଳର ସାଧାରଣ…

Read More

ବାଲିଗୁଡା,୨୭/୦୫,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ ବ୍ଲକର ମୋଟ ୧୭ ଜଣ ଦଳୀୟ କର୍ମୀ ଓ ନେତାଙ୍କୁ କୌଣସି କାରଣରୁ ନିଲମ୍ବିତ କରିଥିଲେ। ତାଙ୍କୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ମଙ୍ଗଳବାର ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ନିର୍ଦ୍ଦେଶ ଦେଇଛନ୍ତି । ସେ ଏହି ନିର୍ଦ୍ଦେଶ ଜିଲା ସଭାପତିଙ୍କୁ ଲେଖିଥିବା ଜଣାପଡିଛି । ଉକ୍ତ ଚିଠିରେ ରାଜ୍ୟ ଉପ ସଭାପତି (ସଂଗଠକ )ସନ୍ତୋଷ ସିଂ ସାଲୁଜା ଙ୍କ ଦସ୍ତଖତ ସମ୍ବଳିତ ଚିଠି ହୋଇଥିବା ଜଣାପଡିଛି । ଦାରିଙ୍ଗବାଡି ବ୍ଲକର ତିଆଡ଼ି ନାୟକଙ୍କ ସମେତ ପ୍ରଭଞ୍ଜନ ନାୟକ, ସନ୍ତୋଷ ପ୍ରଧାନ, ସୁରେନ୍ଦ୍ର ସାହୁ, ଶରତ ଚନ୍ଦ୍ର ପ୍ରଧାନ, ପ୍ରଦୀପ ମଲିକ, ପିଟର ଦିଗାଲ, ବାପୁଜୀ ଦିଗାଲ, ମନୋଜ ପ୍ରଧାନ, ରଞ୍ଜନ ସିଂ ଏବଂ ନାଗେଶ୍ୱର ପ୍ରଧାନଙ୍କୁ ନିଲମ୍ବନ…

Read More

ପୋଲସରା,୨୭/୦୫,(ଶିବ ପ୍ରସାଦ ସାହୁ):ପୋଲସରା ବ୍ଲକ ପରିସର ମଧ୍ୟରେ ଥିବା କନଫରେନ୍ସ ହଲରେ ବୁଧବାର ଏକାଦଶ ତମ ସାଧାରଣ ଅଧିବେଶନ କାର୍ଯ୍ୟକ୍ରମ ବ୍ଲକ ଅଧକ୍ଷା କଳ୍ପନା ପ୍ରଧାନ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିର୍ଣ୍ଣ ପଞ୍ଚାୟତ ରେ ଥିବା ସମସ୍ୟା ଉପରେ ଜନପ୍ରତିନିଧି ମାନଙ୍କ ସହ ଆଲୋଚନା କରି ସମସ୍ୟା ଗୁଡିକର କିଭଳି ସମାଧାନ ହେବ ସେ ନେଇ ମନ୍ତ୍ରୀ ମଲ୍ଲିକ କହିଥିଲେ। ଅଧିବେଶନ ରେ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା ଗମନା ଗମନ, କୃଷି, ଉଦ୍ୟାନ, ବିଦ୍ୟୁତ ଅଙ୍ଗନବାଡି ଆଦି ଉପରେ ଆଲୋଚନା ହୋଇଥିଲା। ପୂର୍ବରୁ ଅର୍ଥାତ ୧୮-୧୯, ୧୯-୨୦ ଆର୍ଥିକ ବର୍ଷ ର ଆଦର୍ଶ ଗାଈ ଗୁହାଳ କାର୍ଯ୍ୟ ର ବିଲ ହୋଇନଥିବା ନେଇ କିଛି ସରପଞ୍ଚ ଅଭିଯୋଗ କରିଥିଲେ। ପ୍ରତିଉତ୍ତରରେ ବିଡ଼ିଓ ଶଶିଭୂଷଣ ମହାପାତ୍ର କହିଥିଲେକି ୭୦% ସମାଧାନ ହୋଇଛି। ଏବଂ ୧୮-୧୯ ଓ ୧୯-୨୦…

Read More