ଛତ୍ରପୁର,୧୫।୧୦(ଡ.କୁମୁଦ ଚନ୍ଦ୍ର ବେହେରା):ଗଞ୍ଜାମ ଜିଲ୍ଲାରେ ଜୀବିକା ବିକାଶ ସହ କୃଷି ଆନୁଷଙ୍ଗିକ ଉଦ୍ୟୋଗର ପ୍ରସାର ପାଇଁ ରହିଥିବା ସମ୍ଭାବନା ଅନୁଧ୍ୟାନ କରିବାକୁ ନୀତି ଆୟୋଗର ୟଙ୍ଗ ପ୍ରଫେସନାଲ୍ ଲତିକା ଖତୱାନୀ ଏବଂ ଆନ୍ତର୍ଜାତୀୟ ଖାଦ୍ୟ ନୀତି ଅନୁସନ୍ଧାନ ପ୍ରତିଷ୍ଠାନର ବରିଷ୍ଠ ଗବେଷକ ଡ. ସୁଧା ନାରାୟଣନ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ ପୋଡ଼ମପେଟାସ୍ଥିତ ମା’ ପୋଲମା ଶୁଖିଲା ମାଛ ଗୋଷ୍ଠୀ ଏବଂ ଖଲ୍ଲିକୋଟ ବ୍ଲକ୍ର ଶ୍ରୀକୃଷ୍ଣଶରଣପୁରସ୍ଥିତ କାଜୁ ପ୍ରକ୍ରିୟାକରଣ ୟୁନିଟ୍ ପରିଦର୍ଶନ କରିଥିଲେ। ସେଠାରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟଧାରା, ଉତ୍ପାଦନ ଓ ପ୍ରକ୍ରିୟାକରଣ ବ୍ୟବସ୍ଥା ସମ୍ପର୍କରେ ଅବଗତ ହେବା ସହ ଏହା ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ପାଇଁ ସୃଷ୍ଟି ହେଉଥିବା ଜୀବିକା ଓ ଆୟବୃଦ୍ଧିର ସୁଯୋଗ ଅନୁଧ୍ୟାନ କରିଥିଲେ।ସ୍ଥାନୀୟ ସମ୍ବଳର ସଦୁପଯୋଗ କରି ମତ୍ସ୍ୟ ଓ କୃଷି ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗର ପ୍ରସାର, ଉତ୍ପାଦର ମୂଲ୍ୟବୃଦ୍ଧି ଏବଂ ଗ୍ରାମାଞ୍ଚଳରେ ରୋଜଗାରର ସୁଯୋଗ ବୃଦ୍ଧି ସମ୍ପର୍କରେ ସେମାନେ ଜିଲ୍ଲା…
Author: Janabani News
ଭଞ୍ଜନଗର,୧୫।୧୦(ନିଲୁ ବିଶୋୟୀ):ଭଞ୍ଜନଗର ବିଦ୍ୟୁତ ସର୍କଲ (tpsodl)ର ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ତଥା ଭଞ୍ଜନଗର ଅବସ୍ଥାପିତ tpsodl grf ର ପ୍ରଥମ ସଭାପତି ଶ୍ରୀ ମହମ୍ମଦ ସରବର ସାଦିକ ଙ୍କୁ ବିଦ୍ୟୁତ ବିଭାଗ ର ଚିଫ ଇଞ୍ଜିନିୟର ପଦବୀ କୁ ପଦୋନ୍ନତି କରାଯାଇଛି।ଶ୍ରୀଯୁକ୍ତ ସାଦିକ ଭଦ୍ରକ ଜିଲ୍ଲା ସ୍ଥିତ ପୁରାତନ ଏନ. ସି ହାଇସ୍କୁଲ ଓ ଭଦ୍ରକ କଲେଜ ରୁ ଶିକ୍ଷା ସମାପ୍ତ ପରେ ୨୦୦୨ ମସିହାରେ ଭଦ୍ରକ ବରପଦା ଯାନ୍ତ୍ରିକ ଶିକ୍ଷା ଅନୁଷ୍ଠାନ ରେ BIET ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗ ଅନର୍ସ ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ।ଏହାପରେ ସେ ୨୦୦୪ ମସିହାରୁ southco ରେ ଟ୍ରେନିଂ ଇଞ୍ଜିନିୟର ଭାବେ ନିଜର ଚାକିରୀ ଆରମ୍ଭ କରିଥିଲେ।ଶ୍ରୀ ସାଦିକଭଦ୍ରକ ସନଥିଆ ଗ୍ରାମର ଶିକ୍ଷକ ମହମ୍ମଦ ଅବଦୁଲ ସାଦିକଙ୍କ ସୁପୁତ୍ର ତଥା ଯାଜପୁର ତାରା ମଦନ ଗ୍ରାମ ର ଶିକ୍ଷକ ସେକ ଅବଦୁଲ ସାକୁର ଜାମାତା ଅଟନ୍ତି ତାଙ୍କର ଚାକିରୀ କାଳ ମଧ୍ୟରେ ରାୟଗଡା,…
ଖଜୁରୀପଡ଼ା,୧୫।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଖଜୁରୀପଡ଼ାଠାରେ ଗୁରୁବାର ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉନ୍ନତି ଏବଂ ବିଦ୍ୟାଳୟର ସର୍ବାଙ୍ଗୀଣ ବିକାଶ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପ୍ରୟାସର ଅଂଶବିଶେଷ ଭାବେ ଏହି ବୈଠକର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଜୟ କୁମାର ସାହୁ ଯୋଗଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାଶ ଚନ୍ଦ୍ର ତ୍ରିପାଠୀ ଉପସ୍ଥିତ ରହିଥିଲେ। ଏଥିସହିତ ପିଏମ୍ ଶ୍ରୀ ବିଦ୍ୟାଳୟର ପରିଚାଳନା ଓ ଉନ୍ନୟନ କମିଟିର ସଦସ୍ୟ-ସଦସ୍ୟା, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବହୁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି ବୈଠକରେ ଯୋଗଦେଇଥିଲେ।ବୈଠକରେ ବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀରେ ଉନ୍ନତି, ଛାତ୍ରଛାତ୍ରୀଙ୍କ ପାଠପଢ଼ାର ମାନ ବୃଦ୍ଧି, ଶୃଙ୍ଖଳା, ଉପସ୍ଥାନ ଏବଂ ବିଦ୍ୟାଳୟର ଭିତ୍ତିଭୂମି ସମେତ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ଉପରେ…
ବେଗୁନିଆପଡ଼ା,୧୫।୧୦(ବାପୁନି ମାଲୁ):ଆଜି ଛାତ୍ର ସଂସଦ ନିର୍ବାଚନ । ନିଜ ପସନ୍ଦର ନେତା ବାଛୁଛନ୍ତି ଛାତ୍ର ଛାତ୍ରୀ । ଏହି ପରିପ୍ରେକ୍ଷୀରେ କୋଦଳା ଲଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଲମ୍ବା ଲାଇନ ସହ ଉତ୍ସାହ ଦେଖିବାକୁ ମିଳିଛି ।ଏଥିପାଇଁ ସକାଳ ୮ଟାରୁ ଭୋଟ ଆରମ୍ଭ ହୋଇଛି । ଏହା ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଗଞ୍ଜାମ ଜିଲ୍ଲା କୋଦଳା ଲଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟରେ ବେଶ୍ ସୁରୁଖୁରୁରେ ଚାଲିଛି ମତଦାନ। ଛାତ୍ରଛାତ୍ରୀ ସେମାନଙ୍କ ନେତା ଚୟନ କରିବା ପାଇଁ ବେଶ୍ ଉତ୍ସାହିତ ଦେଖିବାକୁ ମିଳିଛି । ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ହୋଇଛି । କ୍ୟାମ୍ପସ୍ରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଅପରାହ୍ନ ୨ଟାରେ ଭୋଟ ଗ୍ରହଣ ସରିବା କ୍ଷଣି ଭୋଟଗଣତି କରାଯାଇ ସନ୍ଧ୍ୟା ୫ଟା ସୁଦ୍ଧା ଫଳ ପ୍ରକାଶ କରିବାକୁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନିର୍ଦ୍ଦେଶ ରହିଛି ।ତେବେ ନିଜ ପସନ୍ଦର…
ଫୁଲବାଣୀ,୧୫।୧୦(ସୁନୀଲ ପଟ୍ଟନାୟକ):ପୁର୍ବ ର୍ନୀର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମ ଘୁ ଉଦୟଗିରି ତହସିଲ ସ୍ତରୀୟ ସିନିୟର କ୍ରୀକେଟ ଚମ୍ଫିୟନସିପ -୨୬ , କୁ କ୍ଲବର ସ୍ଥାପକ ସଦସ୍ୟ ମହମ୍ମଦ ଜିଆଉଦ୍ଧିନ ଅହମ୍ମଦ୍ ଓ ସଭାପତି ରାଜେନ୍ଦ୍ର କୁମାର ମହାପାତ୍ର , ବାପି ପ୍ରଧାନ, ଷ୍ଟେଟ ବ୍ୟାଙ୍କ ମ୍ୟାନେଜେର ଗୁଟୁଙ୍ଗିଆ, ଆଲୋକ ମିଶ୍ର, ଓକିଲ ଏବଂ କ୍ଲବର ଉପଦେଷ୍ଟା ତଥା ପୂର୍ବତନ ଓଡିଶା ରାଜ୍ୟ ମହିଳା ଆୟୁକ୍ତ ସଦସ୍ୟା, ଜାଲିନା ପ୍ରୀୟର୍ଦଶନୀ ଉଦଘାଟନ କରିଥିଲେ, ଆଜିର ପ୍ରଥମ ମ୍ୟାଚ ଗ୍ରେସିଂଗିଆ ଏବଂ ରାଇକଲା ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା ରାଇଲା ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ୧୮ ଓଭରରେ ଅଲ ଆଉଟ ହେଇ ବିଶ୍ୱଜିତ ର ୫ଚୈକା ସୁବ୍ବ୍ରତର ୩ଛକା ୧ଚୈକା, ଅମିତ ର ୧ଛକା, ୧ଚୈକା,ସବୁଜର ୧ଛକା, ୨ ଚୈକା ସହାୟତରେ ୧୧୯ ରନ ସ଼ଂଗ୍ରହ କରିଥିଲେ,ସେଭଳି ଗ୍ରେସିଂଗୀଆ ର ଆର୍ଦଶ ୩ଚୈକା ଏବଂ ୧ଛକା, ରମେଶ ର ୩ ଚୈକା…
ଫୁଲବାଣୀ,୧୪।୧୦(ସୁନୀଲ ପଟନାୟକ):ଫୁଲବାଣୀ ସହରରେ ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳା ର ସହ ପାଳନ କରିବା ପାଇଁ ବୁଧବାର ଜିଲ୍ଲା ପାଳ ଙ୍କ ସଦ ଭାବନା ଗୃହରେ ଉପ ଜିଲ୍ଲା ପାଳ ଭିକାରି ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଜିଲ୍ଲା ପାଳ ବେଦ ଭୂଷଣ, ଏସପି ରମେନ୍ଦ୍ରପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଦୁର୍ଗାପୂଜା କମିଟି କର୍ମ କର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ l ପୂଜା ସମୟରେ ବିଶେଷକରି ୨୦ଓ ୨୧ତାରିଖ ଓ ଭସାଣି ଉତ୍ସବ ୨୩ତାରିଖ ଦିନବିପୁଳ ଜନ ସମାଗମ କୁ ଦୃଷ୍ଟୀ ରେ ରଖି ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି, ପୂଜା ମଣ୍ଡପ ରେ ସି ସି ଟିଭି ଲଗେଇବା, ଡି ଜେ ନ ବଜାଇ ପାରମ୍ପରିକ ବାଜା ବଜାଇବା ସହ ମଣ୍ଡପ ରlତି ୧୦.୩୦ ରେ ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ l ସହରରେ ଏ ବର୍ଷ ୮ଟି…
କୋଟଗଡ଼,୧୫।୧୦(ବାଳକୃଷ୍ନ ଚର୍ଚି):ଶାରଦୀୟ ଦୁର୍ଗାପୂଜାର ଆଧ୍ୟାତ୍ମିକ ପରିବେଶ ଓ ଉତ୍ସବର ଆନନ୍ଦରେ ମୁଖରିତ ହୋଇଉଠିଛି କନ୍ଧମାଳ ଜିଲ୍ଲାର କୋଟଗଡ଼। ମା’ ଦୁର୍ଗାଙ୍କ ଆରାଧନା ସହ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପୂଜାର ଆକର୍ଷଣ ବଢ଼ାଇଛି। ଏହି ଉତ୍ସବ ଅବସରରେ ସମାଜସେବା ଓ ଅଞ୍ଚଳର ବିକାଶ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବାଲିଗୁଡ଼ାର ଜଣାଶୁଣା ସମାଜସେବୀ ଟୁନା ଦାଶ।କୋଟଗଡ଼ରେ ଆୟୋଜିତ ଦୁର୍ଗାପୂଜା କାର୍ଯ୍ୟକ୍ରମରେ ଟୁନା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସେ କୋଟଗଡ଼ ଅଞ୍ଚଳର ସାମଗ୍ରିକ ବିକାଶ ଓ ଅଞ୍ଚଳବାସୀଙ୍କ ଉନ୍ନତି ପ୍ରତି ନିଜର ଆଗ୍ରହ ପ୍ରକାଶ କରିଥିଲେ। କୋଟଗଡ଼ର ବିକାଶ ପାଇଁ ସେ ସବୁବେଳେ ଲୋକଙ୍କ ସହ ରହିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ନିଜର ସହଯୋଗ ଜାରି ରଖିବେ ବୋଲି କହିଥିଲେ।ପୂଜା କମିଟିକୁ ଆର୍ଥିକ ସହାୟତାଦୁର୍ଗାପୂଜାର ସଫଳ ଆୟୋଜନ ଓ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଟୁନା ଦାଶ ପୂଜା କମିଟିକୁ ୧ ଲକ୍ଷ ଟଙ୍କା…
ଖଜୁରୀପଡ଼ା,୧୫।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଳସକୁମ୍ପା ଆଞ୍ଚଳିକ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ସୋମବାର ଖଳିଗୁଡ୍ରୀସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ କେନ୍ଦ୍ର ସାଧନ ସଂଯୋଜକ (ସିଆରସିସି) ନିଳାନ୍ଦ୍ରି ବିହାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବରେ ୯ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।କାର୍ଯ୍ୟକ୍ରମରେ ବଲସକୁମ୍ପା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଦୁର ବେହେରା , ଖଳିଗୁଡ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମକରନ୍ଦ କହଁର ଏବଂ ବାରିକୁମ୍ପା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ଦିଗାଲ ଯୋଗଦେଇଥିଲେ। ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ଭବିଷ୍ୟତରେ ଦକ୍ଷ ଓ ସଫଳ ନାଗରିକ…
ଖଜୁରୀପଡ଼ା,୧୫।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରେଜୁ କ୍ଲଷ୍ଟରର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ବଇକୁମ୍ପା ପରିସରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ୮ଟି ବିଦ୍ୟାଳୟର ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇଥିଲେ। କାର୍ଯ୍ୟକ୍ରମରେ ଦୁତୀମେଣ୍ଡି ସରପଞ୍ଚ ଦମୟନ୍ତୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପୂର୍ବତନ ସରପଞ୍ଚ ଇନ୍ଦ୍ରମଣି ମଲ୍ଲିକ, ସିଆରସିସି ଜୟନ୍ତୀ ଦିଗାଲ, ରବିନାରାୟଣ ସେଠୀ ଏବଂ ସମାଜସେବୀ ତଥା ସାମ୍ବାଦିକ ବିକାଶ କୁମାର ଦିଗାଲ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିଶୁମାନଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ ପ୍ରତିଭାର ଅନ୍ୱେଷଣ, ସୃଜନଶୀଳତାର ବିକାଶ ଏବଂ ପ୍ରତିଯୋଗିତାମୂଳକ ମନୋଭାବର ସୃଷ୍ଟି। ଏହା ସହିତ ପିଲାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଓ ନିଜସ୍ୱ ଦକ୍ଷତାର ପରିପ୍ରକାଶ ପାଇଁ…
ଭଞ୍ଜନଗର,୧୪।୧୦(ନିଲୁ ବିଶୋୟୀ):ଭଞ୍ଜନଗର ବ୍ଲକ ମୁଜାଗଡ଼ ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି ପ୍ରଦର୍ଶନୀର ଉଦ୍ଘାଟନୀ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷା ପି. କୁନିଆମ୍ମା ଦୋରା ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, ଭଞ୍ଜନଗରର ଗଣିତ ବିଭାଗର ଅବସରପ୍ରାପ୍ତ ରିଡର ଅରତି ପ୍ରଧାନ ଏବଂ ଗାଲେରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ ଅତିଥି ତଥା ବିଚାରକ ଭାବେ ଯୋଗଦେଇଥିଲେ। ଅଧ୍ୟାପକ ତ୍ରିନାଥ ବେହେରା ଏବଂ ବରିଷ୍ଠ ଶିକ୍ଷୟିତ୍ରୀ ବୈଜୟନ୍ତୀମାଳା ପ୍ରିୟଦର୍ଶିନୀ ମଞ୍ଚାସୀନ ଥିଲେ। ଶିକ୍ଷୟିତ୍ରୀ ଉଷାରାଣୀ ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଉପସ୍ଥିତ ସମସ୍ତ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ବିଜ୍ଞାନ ପ୍ରଦର୍ଶନୀରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ମୋଟ ୪୦ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବିଚାରକମାନେ ପ୍ରତ୍ୟେକ ପ୍ରକଳ୍ପ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ…
ବୁଗୁଡ଼ା,୧୪।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜ ପରିସରରେ ଛାତ୍ର ସଂସଦ ନିର୍ବାଚନ ଉପଲକ୍ଷେ ” ମୁଁ କାହିଁକି ପ୍ରାର୍ଥୀ ହୋଇଛି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀ ହୋଇଥିବା ଛାତ୍ରଛାତ୍ରୀ ମାନେ କଲେଜର ସାଧାରଣ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ନିଜ ନିଜର ମତ ରଖିବା ସହ କେଉଁ ଉଦ୍ଦେଶ୍ୟ ନେଇ ସେମାନେ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ଓ ଏହାର ଆବଶ୍ୟକତା କଣ, ସେ ସମ୍ପର୍କରେ ନିଜର ଅଭିମତ ଉପସ୍ଥାପନ କରିଥିଲେ।ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସଭାପତି ପଦବୀ ପାଇଁ ଶମ୍ଭୁ ପ୍ରଧାନ, ଉପସଭାପତି ପଦବୀ ପାଇଁ ଶଙ୍କର ବିଷୋୟୀ ଏବଂ ସାଧାରଣ ସମ୍ପାଦକ ପଦବୀ ପାଇଁ ସ୍ମିତା ରାଣୀ ଭୂୟାଁ ପ୍ରାର୍ଥୀ ହୋଇଛନ୍ତି। ଏହି ତିନି ପ୍ରାର୍ଥୀ ‘” ମୁଁ କାହିଁକି ପ୍ରାର୍ଥୀ ହୋଇଛି” କାର୍ଯ୍ୟକ୍ରମରେ ନିଜ ନିଜର ମତ ରଖିଛନ୍ତି। ଏଥିସହ ଏବିଭିପି ପକ୍ଷରୁ ମୋଟ ଛଅଟି ପଦବୀ…
ବୁଗୁଡ଼ା,୧୪।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଶ୍ରୀ ବଳଦେବ ସ୍ଵାମୀ ବରିଷ୍ଠ ନାଗରିକ ଟ୍ରଷ୍ଟ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଟ୍ରଷ୍ଟର ନୂତନ କମିଟି ଗଠିତ ହୋଇଛି l ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ବିଶ୍ଵ ମୋହନ ମିଶ୍ର, ଶ୍ରୀ ଗୌରୀଶଙ୍କର ମିଶ୍ର ଓ ସୂର୍ଯ୍ୟନାରାୟଣ ଦାସ ମିଳିତ ଭାବେ ପ୍ରସ୍ତାବ ସମର୍ଥନ ମାଧ୍ୟମରେ କମିଟିର ନୂତନ କର୍ମକର୍ତ୍ତା ଚୟନ କରିଥିଲେ l ଅଧ୍ୟକ୍ଷ ଭାବେ ଶ୍ରୀ ଗଙ୍ଗାଧର ବିଶୋଇ, ଉପାଧ୍ୟକ୍ଷ k. ଅଶୋକ କୁମାର ପାତ୍ର, ସମ୍ପାଦକ T. ସତ୍ୟନାରାୟଣ ପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ଉଦୟନାଥ ଦଳବେହେରା, ସହ ସମ୍ପାଦକ ଗୌରୀଶଙ୍କର ମିଶ୍ର ,କୋଷାଧକ୍ଷ ତ୍ରିଲୋଚନ ସାହୁ, ଓ ଉପଦେଷ୍ଟା Er. ଶ୍ରୀ ବସନ୍ତ କୁମାର ଦଲେଇ ନିର୍ବାଚିତ ହୋଇଛନ୍ତି l ବିଧି ମୁତାବକ ନବ ନିର୍ବାଚିତ କର୍ମକର୍ତ୍ତା ସପଥ ପାଠ କରିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା l ନୂତନ କର୍ମକର୍ତ୍ତା ବରିଷ୍ଠ ନାଗରିକ କଲ୍ୟାଣ, ସୁରକ୍ଷା ଓ ସମାଜ…