Author: Janabani News

କୋଟଗଡ଼,୧୫।୧୦(ବାଳକୃଷ୍ନ ଚର୍ଚି):ଶାରଦୀୟ ଦୁର୍ଗାପୂଜାର ଆଧ୍ୟାତ୍ମିକ ପରିବେଶ ଓ ଉତ୍ସବର ଆନନ୍ଦରେ ମୁଖରିତ ହୋଇଉଠିଛି କନ୍ଧମାଳ ଜିଲ୍ଲାର କୋଟଗଡ଼। ମା’ ଦୁର୍ଗାଙ୍କ ଆରାଧନା ସହ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପୂଜାର ଆକର୍ଷଣ ବଢ଼ାଇଛି। ଏହି ଉତ୍ସବ ଅବସରରେ ସମାଜସେବା ଓ ଅଞ୍ଚଳର ବିକାଶ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବାଲିଗୁଡ଼ାର ଜଣାଶୁଣା ସମାଜସେବୀ ଟୁନା ଦାଶ।କୋଟଗଡ଼ରେ ଆୟୋଜିତ ଦୁର୍ଗାପୂଜା କାର୍ଯ୍ୟକ୍ରମରେ ଟୁନା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସେ କୋଟଗଡ଼ ଅଞ୍ଚଳର ସାମଗ୍ରିକ ବିକାଶ ଓ ଅଞ୍ଚଳବାସୀଙ୍କ ଉନ୍ନତି ପ୍ରତି ନିଜର ଆଗ୍ରହ ପ୍ରକାଶ କରିଥିଲେ। କୋଟଗଡ଼ର ବିକାଶ ପାଇଁ ସେ ସବୁବେଳେ ଲୋକଙ୍କ ସହ ରହିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ନିଜର ସହଯୋଗ ଜାରି ରଖିବେ ବୋଲି କହିଥିଲେ।ପୂଜା କମିଟିକୁ ଆର୍ଥିକ ସହାୟତାଦୁର୍ଗାପୂଜାର ସଫଳ ଆୟୋଜନ ଓ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଟୁନା ଦାଶ ପୂଜା କମିଟିକୁ ୧ ଲକ୍ଷ ଟଙ୍କା…

Read More

ଖଜୁରୀପଡ଼ା,୧୫।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଳସକୁମ୍ପା ଆଞ୍ଚଳିକ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ସୋମବାର ଖଳିଗୁଡ୍ରୀସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ କେନ୍ଦ୍ର ସାଧନ ସଂଯୋଜକ (ସିଆରସିସି) ନିଳାନ୍ଦ୍ରି ବିହାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବରେ ୯ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।କାର୍ଯ୍ୟକ୍ରମରେ ବଲସକୁମ୍ପା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଦୁର ବେହେରା , ଖଳିଗୁଡ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମକରନ୍ଦ କହଁର ଏବଂ ବାରିକୁମ୍ପା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ଦିଗାଲ ଯୋଗଦେଇଥିଲେ। ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ଭବିଷ୍ୟତରେ ଦକ୍ଷ ଓ ସଫଳ ନାଗରିକ…

Read More

ଖଜୁରୀପଡ଼ା,୧୫।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରେଜୁ କ୍ଲଷ୍ଟରର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ବଇକୁମ୍ପା ପରିସରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ୮ଟି ବିଦ୍ୟାଳୟର ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇଥିଲେ। କାର୍ଯ୍ୟକ୍ରମରେ ଦୁତୀମେଣ୍ଡି ସରପଞ୍ଚ ଦମୟନ୍ତୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପୂର୍ବତନ ସରପଞ୍ଚ ଇନ୍ଦ୍ରମଣି ମଲ୍ଲିକ, ସିଆରସିସି ଜୟନ୍ତୀ ଦିଗାଲ, ରବିନାରାୟଣ ସେଠୀ ଏବଂ ସମାଜସେବୀ ତଥା ସାମ୍ବାଦିକ ବିକାଶ କୁମାର ଦିଗାଲ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିଶୁମାନଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ ପ୍ରତିଭାର ଅନ୍ୱେଷଣ, ସୃଜନଶୀଳତାର ବିକାଶ ଏବଂ ପ୍ରତିଯୋଗିତାମୂଳକ ମନୋଭାବର ସୃଷ୍ଟି। ଏହା ସହିତ ପିଲାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଓ ନିଜସ୍ୱ ଦକ୍ଷତାର ପରିପ୍ରକାଶ ପାଇଁ…

Read More

ଭଞ୍ଜନଗର,୧୪।୧୦(ନିଲୁ ବିଶୋୟୀ):ଭଞ୍ଜନଗର ବ୍ଲକ ମୁଜାଗଡ଼ ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି ପ୍ରଦର୍ଶନୀର ଉଦ୍‌ଘାଟନୀ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷା ପି. କୁନିଆମ୍ମା ଦୋରା ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, ଭଞ୍ଜନଗରର ଗଣିତ ବିଭାଗର ଅବସରପ୍ରାପ୍ତ ରିଡର ଅରତି ପ୍ରଧାନ ଏବଂ ଗାଲେରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ ଅତିଥି ତଥା ବିଚାରକ ଭାବେ ଯୋଗଦେଇଥିଲେ। ଅଧ୍ୟାପକ ତ୍ରିନାଥ ବେହେରା ଏବଂ ବରିଷ୍ଠ ଶିକ୍ଷୟିତ୍ରୀ ବୈଜୟନ୍ତୀମାଳା ପ୍ରିୟଦର୍ଶିନୀ ମଞ୍ଚାସୀନ ଥିଲେ। ଶିକ୍ଷୟିତ୍ରୀ ଉଷାରାଣୀ ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଉପସ୍ଥିତ ସମସ୍ତ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ବିଜ୍ଞାନ ପ୍ରଦର୍ଶନୀରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ମୋଟ ୪୦ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବିଚାରକମାନେ ପ୍ରତ୍ୟେକ ପ୍ରକଳ୍ପ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ…

Read More

ବୁଗୁଡ଼ା,୧୪।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜ ପରିସରରେ ଛାତ୍ର ସଂସଦ ନିର୍ବାଚନ ଉପଲକ୍ଷେ ” ମୁଁ କାହିଁକି ପ୍ରାର୍ଥୀ ହୋଇଛି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀ ହୋଇଥିବା ଛାତ୍ରଛାତ୍ରୀ ମାନେ କଲେଜର ସାଧାରଣ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ନିଜ ନିଜର ମତ ରଖିବା ସହ କେଉଁ ଉଦ୍ଦେଶ୍ୟ ନେଇ ସେମାନେ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ଓ ଏହାର ଆବଶ୍ୟକତା କଣ, ସେ ସମ୍ପର୍କରେ ନିଜର ଅଭିମତ ଉପସ୍ଥାପନ କରିଥିଲେ।ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସଭାପତି ପଦବୀ ପାଇଁ ଶମ୍ଭୁ ପ୍ରଧାନ, ଉପସଭାପତି ପଦବୀ ପାଇଁ ଶଙ୍କର ବିଷୋୟୀ ଏବଂ ସାଧାରଣ ସମ୍ପାଦକ ପଦବୀ ପାଇଁ ସ୍ମିତା ରାଣୀ ଭୂୟାଁ ପ୍ରାର୍ଥୀ ହୋଇଛନ୍ତି। ଏହି ତିନି ପ୍ରାର୍ଥୀ ‘” ମୁଁ କାହିଁକି ପ୍ରାର୍ଥୀ ହୋଇଛି” କାର୍ଯ୍ୟକ୍ରମରେ ନିଜ ନିଜର ମତ ରଖିଛନ୍ତି। ଏଥିସହ ଏବିଭିପି ପକ୍ଷରୁ ମୋଟ ଛଅଟି ପଦବୀ…

Read More

ବୁଗୁଡ଼ା,୧୪।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଶ୍ରୀ ବଳଦେବ ସ୍ଵାମୀ ବରିଷ୍ଠ ନାଗରିକ ଟ୍ରଷ୍ଟ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଟ୍ରଷ୍ଟର ନୂତନ କମିଟି ଗଠିତ ହୋଇଛି l ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ବିଶ୍ଵ ମୋହନ ମିଶ୍ର, ଶ୍ରୀ ଗୌରୀଶଙ୍କର ମିଶ୍ର ଓ ସୂର୍ଯ୍ୟନାରାୟଣ ଦାସ ମିଳିତ ଭାବେ ପ୍ରସ୍ତାବ ସମର୍ଥନ ମାଧ୍ୟମରେ କମିଟିର ନୂତନ କର୍ମକର୍ତ୍ତା ଚୟନ କରିଥିଲେ l ଅଧ୍ୟକ୍ଷ ଭାବେ ଶ୍ରୀ ଗଙ୍ଗାଧର ବିଶୋଇ, ଉପାଧ୍ୟକ୍ଷ k. ଅଶୋକ କୁମାର ପାତ୍ର, ସମ୍ପାଦକ T. ସତ୍ୟନାରାୟଣ ପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ଉଦୟନାଥ ଦଳବେହେରା, ସହ ସମ୍ପାଦକ ଗୌରୀଶଙ୍କର ମିଶ୍ର ,କୋଷାଧକ୍ଷ ତ୍ରିଲୋଚନ ସାହୁ, ଓ ଉପଦେଷ୍ଟା Er. ଶ୍ରୀ ବସନ୍ତ କୁମାର ଦଲେଇ ନିର୍ବାଚିତ ହୋଇଛନ୍ତି l ବିଧି ମୁତାବକ ନବ ନିର୍ବାଚିତ କର୍ମକର୍ତ୍ତା ସପଥ ପାଠ କରିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା l ନୂତନ କର୍ମକର୍ତ୍ତା ବରିଷ୍ଠ ନାଗରିକ କଲ୍ୟାଣ, ସୁରକ୍ଷା ଓ ସମାଜ…

Read More

ବୋଲଗଡ଼,୧୪।୧୦ (ସୁଶାନ୍ତ କୁମାର ପ୍ରଧାନ):ଶାରଦୀୟ ନବରାତ୍ରିର ଚତୁର୍ଥ ଦିନରେ ପୂଜା ପାଆନ୍ତି ସୃଷ୍ଟିର ଆଦିଶକ୍ତି ମା’ କୂଷ୍ମାଣ୍ଡା। କୁ-ଅର୍ଥ କ୍ଷୁଦ୍ର, ଉଷ୍ମା ଅର୍ଥ ଉତ୍ତାପ ଓ ଅଣ୍ଡା ଅର୍ଥ ବ୍ରହ୍ମାଣ୍ଡ। ଯିଏ ନିଜ ଉଦରରେ ସମଗ୍ର ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, ସେ ହେଉଛନ୍ତି ମା’ କୂଷ୍ମାଣ୍ଡା। ଶାସ୍ତ୍ର କୁହେ, ଯେତେବେଳେ ଚାରିଆଡେ ଅନ୍ଧକାର ଥିଲା, ସେତେବେଳେ ମା’ କୂଷ୍ମାଣ୍ଡା ନିଜର ଈଷତ୍ ହସରେ ଏହି ସୃଷ୍ଟି କରିଥିଲେ। ଆଦିସ୍ୱରୂପା, ସୂର୍ଯ୍ୟମଣ୍ଡଳ ମଧ୍ୟରେ ନିବାସ କରୁଥିବା ସୂ-ମହାଲକ୍ଷ୍ମୀ ସ୍ୱରୂପା ଏହି ମା’ ସିଂହବାହିନୀ ଓ ଅଷ୍ଟଭୁଜା। ତାଙ୍କ ଆଠ ହାତରେ କମଣ୍ଡଳୁ, ଧନୁ, ବାଣ, ପଦ୍ମଫୁଲ, ଅମୃତ କଳସ, ଚକ୍ର, ଗଦା ଓ ଅଷ୍ଟମ ହାତରେ ସିଦ୍ଧି ଓ ନିଧି ପ୍ରଦାୟିନୀ ଜପମାଳା ଧାରଣ କରିଛନ୍ତି।ବିଶ୍ୱାସ ରହିଛି, ଯୋଗମାୟାର ଅନାହତ ଚକ୍ରରେ ଧ୍ୟାନ କରି ମା’ଙ୍କୁ ପୂଜା କଲେ ମନ ପବିତ୍ର ହୁଏ, ଘରେ ସନ୍ତାନ ପ୍ରାପ୍ତି, ଆରୋଗ୍ୟ ଓ ସମୃଦ୍ଧି ଆସେ।ଆଜି…

Read More

ବୋଲଗଡ଼,୧୪।୧୦(ସୁଶାନ୍ତ କୁମାର ପ୍ରଧାନ):ଏ ପଟେ ସରକାର ସବୁ ଗରିବଙ୍କୁ ପକ୍କା ଘର ଦେବାର ଡିଣ୍ଡିମ ପିଟୁଛନ୍ତି, ସେ ପଟେ ବୋଲଗଡ଼ ବ୍ଲକ୍‌ରେ ଜଣେ ଭୂମିହୀନ ଅସହାୟ ପରିବାର ଗତ ଲଗାଣ ବର୍ଷାରେ ନିଜର ଏକମାତ୍ର କୁଡ଼ିଆ ଘର ହରାଇ ଏବେ ସାହି କୋଠ ବାରଣ୍ଡାରେ ଦିନ କାଟୁଛନ୍ତି। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଖଙ୍ଗୁରିଆ ପଞ୍ଚାୟତ ସଂପୁର ଗ୍ରାମର ପଥର ଚକଡ଼ା ସାହିରେ।ମାଳତୀ ଓଝା (୬୧), ସ୍ୱାମୀ ବ୍ରଜବନ୍ଧୁ ଓଝା (୭୦)। ଦୁହେଁ ଭୂମିହୀନ, ଭିଟାମାଟି ନାହିଁ। ସମ୍ବଳ କହିଲେ ଥିଲା ଗୋଟିଏ ମାଟି ଘର। ଗତ କିଛି ଦିନର ଲଗାଣ ବର୍ଷାରେ ସେ ଘରର କାନ୍ଥ ଫାଟି ଆଁ କରି ପୁରା ଭାଙ୍ଗି ପଡିଛି। ନିଜର ବୋଲି ଆଉ ଘର ନଥିବାରୁ ସ୍ୱାମୀ-ସ୍ତ୍ରୀ ଦୁହେଁ ବାଧ୍ୟ ହୋଇ ସାହି କୋଠ ଘର ବାରଣ୍ଡାରେ ଆଶ୍ରୟ ନେଇଛନ୍ତି। ଖରା, ବର୍ଷା, ଶୀତ ସବୁ…

Read More

ଭଞ୍ଜନଗର,୧୪।୧୦(ନିଲୁ ବିଷୋୟୀ):ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବୁଧବାର ଭଞ୍ଜନଗର ବ୍ଲକର ଡିହପଢ଼ାଳ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ବିଧାୟକ ଶ୍ରୀ ନାୟକ ପ୍ରଥମେ ସାହାଣପଲ୍ଲୀରେ ଅଙ୍ଗନବାଡି ଗୃହ, ବେତାର ଗ୍ରାମରେ କୋଠ ଘର,ସାନତୁଳସୀପଲ୍ଲୀ ଓ ତୁଳସୀପଲ୍ଲୀରେ ଅଙ୍ଗନବାଡି ଗୃହ, ଡିହପଢ଼ାଳରେ ପଞ୍ଚାୟତ ସାଧନା କେନ୍ଦ୍ର, ଗ୍ରାମୀଣ ବଜାର ଗୃହ, ମୁକ୍ତାକାଶ ବ୍ୟାୟାମଶାଳା,ବେଣାକୁନ୍ଧାରେ ଭୋଗ ମଣ୍ଡପ ସମେତ ଅନ୍ୟ କିଛି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମେତ ଧାର୍ମିକ ସ୍ଥଳି ଓ ଶିକ୍ଷାନୁଷ୍ଠାନ ଗୁଡିକର ରୁପାନ୍ତରିକରଣ,ମହିଳା ଶସକ୍ତିକରଣ,ଶିକ୍ଷା,ସ୍ବାସ୍ଥ୍ୟ,କ୍ରିଡା ଓ ଗମନାଗମନର ବିକାଶ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏବିଡିଓ ପୁର୍ଣ୍ଣଚନ୍ଦ୍ର ପାଢ଼ୀ, ସରପଞ୍ଚ ରୋଜି ବରାଡ, ସମିତିସଭ୍ୟା କୁନି ବିଷୋୟୀ, ଯନ୍ତ୍ରୀ ରବୀନ୍ଦ୍ର ନାୟକ ସମେତ ସରକାରୀ ଅଧିକାରୀ, ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ଜନସାଧାରଣ…

Read More

ଭଞ୍ଜନଗର,୧୪।୧୦(ନିଲୁ ବିଷୋୟୀ):ରାତି ପାହିଲେ ଅର୍ଥାତ ଗୁରୁବାର ନିର୍ଣ୍ଣୟ ହେବ କିଏ ହେବ ଛାତ୍ରଛାତ୍ରୀଙ୍କ ଛାତ୍ର ସଂସଦର କର୍ମକର୍ତ୍ତା। ଦୀର୍ଘ ୮ ବର୍ଷ ପରେ ନିର୍ବାଚନ କଲେଜ କ୍ୟମ୍ପସକୁ ଫେରିଥିବା ବେଳେ ନୂଆ ଅନୁଭୂତି ନେବା ପାଇଁ ଛାତ୍ର ମାନେ ମଧ୍ୟ ପ୍ରସ୍ତୁତ। ଏହାରି ଭିତରେ ବୁଧବାର ଅନୁଷ୍ଠିତ ହୋଇଛି ହ୍ବାଇ ଆଇ ଷ୍ଟାଣ୍ଡ ଫର ସଭା। ନିର୍ବାଚନକୁ ଓହ୍ଲାଇଥିବା ଆଭିମୁଖ୍ୟ ସ୍ପଷ୍ଟ କରିବା ସହ କ୍ୟାମ୍ପସରରେ ରହିଥିବା ନାନା ସମସ୍ୟା ବଖାଣିବା ସହ ତାର ସମାଧାନ ପ୍ରୟାଶ ପ୍ରତିଶ୍ରୁତି ମଧ୍ୟରେ ସରିଛି ଏହି କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମ ପାଇଁ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସରରେ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। ନିର୍ବାଚନ ଦାୟିତ୍ବରେ ଥିବା ଅଧ୍ୟାପକ ଡ.ରବିନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ବାବଧାନରେ ଅଧ୍ୟାପକ ଅଧ୍ୟାପିକ ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଭାପତି ଠାରୁ ଆରମ୍ଭ କରି ସମ୍ପାଦକ ତଥା ୧୨ ଟି ପଦବୀ ପାଇଁ…

Read More

ଫୁଲବାଣୀ,୧୪।୧୦(ସୁନୀଲ ପଟନାୟକ):ଫୁଲବାଣୀ ସହରରେ ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳା ର ସହ ପାଳନ କରିବା ପାଇଁ ବୁଧବାର ଜିଲ୍ଲା ପାଳ ଙ୍କ ସଦ ଭାବନା ଗୃହରେ ଉପ ଜିଲ୍ଲା ପାଳ ଭିକାରି ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଜିଲ୍ଲା ପାଳ ବେଦ ଭୂଷଣ, ଏସପି ରମେନ୍ଦ୍ରପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଦୁର୍ଗାପୂଜା କମିଟି କର୍ମ କର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ l ପୂଜା ସମୟରେ ବିଶେଷକରି ୨୦ଓ ୨୧ତାରିଖ ଓ ଭସାଣି ଉତ୍ସବ ୨୩ତାରିଖ ଦିନବିପୁଳ ଜନ ସମାଗମ କୁ ଦୃଷ୍ଟୀ ରେ ରଖି ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି, ପୂଜା ମଣ୍ଡପ ରେ ସି ସି ଟିଭି ଲଗେଇବା, ଡି ଜେ ନ ବଜାଇ ପାରମ୍ପରିକ ବାଜା ବଜାଇବା ସହ ମଣ୍ଡପ ରlତି ୧୦.୩୦ ରେ ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ l ସହରରେ ଏ ବର୍ଷ ୮ଟି…

Read More

ବେଲଗୁଣ୍ଠା,୧୪/୧୦(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଉପଲକ୍ଷେ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ ବିଭିନ୍ନ ତଥ୍ୟ ଓ ନିୟମାବଳୀ ଉପରେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଥାନା ଅଧିକାରୀ ରେବତୀ ଶବର ଯୋଗଦେଇ ନିର୍ବାଚନ ସମ୍ପର୍କିତ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ। ନିର୍ବାଚନ ପ୍ରକ୍ରିୟାରେ ଶୃଙ୍ଖଳା, ନିୟମ ପାଳନ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା। ଏଥିସହ ପ୍ରତିଦ୍ୱନ୍ଦ୍ୱୀ ଛାତ୍ରଛାତ୍ରୀମାନେ ନିଜ ନିଜର ମତାମତ ଓ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ପ୍ରଧାନ, ଡ. ପ୍ରଫୁଲ୍ଲ କୁମାର ଜେନା, ଅଶୋକ କୁମାର ସ୍ୱାଇଁ, ଅଜୟ କୁମାର ବିଶ୍ୱାଳ, ସପନ କୁମାର ପ୍ରଧାନ, ପିଙ୍କି ପାତ୍ର, ଲକ୍ଷ୍ମୀ ଗୌଡ଼, ବିଶ୍ୱରଞ୍ଜନ…

Read More