Author: Janabani News

ଫୁଲବାଣୀ,୨୯/୦୫,(ସୁନୀଲ ପଟ୍ଟନାୟକ):ଫୁଲବାଣୀ ରେ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ବେଳେ ତୋରଣ, ଗେଟ ଓ ବାଉଁଶ ବାଡ଼ ପୋତିବା ପାଈଁ ସହର ର ୧୫ ଗୋଟି ମାର୍କେଟ କମିଟି ପକ୍ଷରୁ ସାଜସଜ୍ଜା ପାଈଁ ପିଚୁ ଓ ମ୍ୟୁନିସିପାଲଟି କଂକ୍ରିଟ ଓ ଫେବର୍ ବ୍ଲକ ରାସ୍ତା ରେ ଶତାଧିକ ଗାତ ଖୋଳି ବାଉଁଶ ପୋତିଥିଲେ! ଯାତ୍ରା କମିଟି ମଧ୍ୟ ବହୁ ଗେଟ ନିର୍ମାଣ କରିଥିଲେ! ଗାତ ଗୁଡିକ ମୁଖ୍ୟତଃ ରାସ୍ତାରେ ଦୁଇ ପାର୍ଶ୍ଵରେ ଖୋଳା ଯାଇ ବାଉଁଶ ପୋତି ଆଲୋକ ସଜା ଯାଇଥିଲା! ଗାତ ଖୋଳିବା ପୂର୍ବରୁ ପୂର୍ତ୍ତ ବିଭାଗ ଓ ମ୍ୟୁନିସିପାଲଟି କତୃପକ୍ଷ ଙ୍କ ର ଲିଖିତ ଅନୁମତି ନେବା ଆବଶ୍ୟକ ଥିଲେ ମଧ୍ୟ କମିଟି ଅନୁମତି ନେଇ ନଥାନ୍ତି କିମ୍ୱା କତୃପକ୍ଷ ମଧ୍ୟ ଧାର୍ମିକ ଯାତ୍ରା ବୋଲି କିଛି କହନ୍ତି ନାହିଁl ତେବେ ଯାତ୍ରା ସରିବା ପରେ ସେସବୁ ଶତାଧିକ ଗାତ ଗୁଡିକୁ ପୁନର୍ବାର ପୋତିବା ପାଈଁ କମିଟି ଓ ମାର୍କେଟ…

Read More

ବୁଗୁଡ଼ା,୨୯।୫,(ଡ.କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ସହରର ମୁଖ୍ୟ ସଡ଼କ ସମେତ ବିଭିନ୍ନ ଛକରେ ଯାନବାହାନ ଚଳାଚଳ ବେଳେ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ବୁଗୁଡ଼ା ମୁଖ୍ୟ ରାସ୍ତାରେ ଦୈନିକ ଶତାଧିକ ଯାନବାହାନ ଚଳାଚଳ ହେଉଥିବା ବେଳେ ବ୍ୟବସାୟୀମାନେ ରାସ୍ତା କଡ଼ରେ ବେପାର ଜମାଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଅଧିକାଂଶ ସମୟରେ ଯାନବାହାନ ଗୁଡ଼ିକର ଲମ୍ବା ଧାଡ଼ି ଲାଗିଯାଉଛି। ଏହି ସମସ୍ୟାର ସମାଧାନ କରିବାରେ ଦୀର୍ଘ ସମୟ ଲାଗିଯାଉଛି ଏବଂ ଅଯଥା ପାଟିତୁଣ୍ଡ ସାଙ୍ଗକୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଉଛି। ଜରୁରୀକାଳୀନ ସେବାରେ ନିୟୋଜିତ ଆମ୍ବୁଲାନ୍ସ ମଧ୍ୟ ବେଳେ ବେଳେ ଏହି ଟ୍ରାଫିକ ସମସ୍ୟାରେ ଫସି ଯାଉଛି । ଏହି ଟ୍ରାଫିକ ସମସ୍ୟାର ସ୍ଥାୟୀ ପ୍ରତିକାର ଦିଗରେ ଏନ୍ଏସି ଏବଂ ପୋଲିସ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି । ଅନ୍ୟପକ୍ଷରେ ମଦନ ମୋହନ ଛକ ଠାରୁ ବଡ ଶଙ୍ଖ ପର୍ଯ୍ୟନ୍ତ ମୁଖ୍ୟ…

Read More

ଫୁଲବାଣୀ,୨୯/୦୫,(ସୁନୀଲ ପଟ୍ଟନାୟକ):ଠିକାଦାର ଓ ଯନ୍ତ୍ରୀ ମିଶି କୁଆଡେ ଚଳୁ କରିଦେଲେ ସିଂହ ଭାଗ ଅର୍ଥ l ଫଳରେ ରାସ୍ତା କାମ ନିମ୍ନ ମାନର ହେବା ସହ ଚାଲିବା ସମ୍ଭବ ହେଉ ନି l ଏଭଳି ଅଭିଯୋଗ ଆସିଛି ଜି ଉଦୟଗିରି ବ୍ଲକ ଅନ୍ତର୍ଗତ ଶ୍ରିକ ଲା ରୁ- କିଲକିଆ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ନିର୍ମିତ ରାସ୍ତା କାମରେ l ଗାଁ ରେ ରାସ୍ତା ନିର୍ମାଣ ହେବ ଆଉ ବେଶ୍ ଖୁସିରେ ଲୋକେ ଗାଡ଼ି ମୋଟର ଚଳାଇ ଆରାମ ରେ ଯିବା ଆସିବା କରିବେ ବୋଲି ଭାବୁଥିଲେ l ହେଲେ ରାସ୍ତା ନିର୍ମାଣ ସରିଲା କିନ୍ତୁ ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ପାଦରେ ଚାଲି କି ଯିବା ସମ୍ଭବ ହେଉନି l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l ସୂଚନା ଯୋଗ୍ୟ ଯେ ସରକାର ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ୫୮ଲକ୍ଷ ଟଂକା ଅନୁଦାନ…

Read More

ଫୁଲବାଣୀ,୨୯/୦୫,(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ଯୁବାଗୁଡା ପଂଚାୟତ ର ପଣ୍ଡାମହା ଗ୍ରାମରେ ଗୁରୁବାର ସନ୍ଧ୍ୟା ୭ ଟା ରେ ହଟାତ କଳା ମେଘ ଆକାଶରୁ ଆସି ପବନ, ବର୍ଷା,ବିଜୁଳି, ଘଡ ଘଡି ହୋଇ ଗ୍ରାମର ୧୦ ରୁ ଉର୍ଦ୍ଧ ପରିବାର ଲୋକଙ୍କ ଘର ଦ୍ଵାର ଉଡେଇ ନେଇଛି। ପଣ୍ଡାମହା ଗ୍ରାମ ରେ କାଳ ବୈଶାଖୀ ର ତାଣ୍ଡବ ରେ 15/20 ପରିବାର ଘର ଦ୍ଵାର ନାରଖାର ହୋଇଯାଇଛି। ଗରିବ ନିରୀହ ଆଦିବାସୀ ମାନଙ୍କ ଘର ଦ୍ଵାର ନାରଖାର ହୋଇଯାଇଛି।କାହାର ତ ଆଜବେଷ୍ଟ ୧୦୦ମିଟର ଦୂରକୁ ଉଡିଯାଇଛି। କାହାରତ ଘର ଉପରେ ଗଛ ପଡି କ୍ଷୟ କ୍ଷତି ହୋଇଛି। ଛଣ,ଆଜବେଷ୍ଟ, ଟିଣ, କାଠ ଦୁଲା ସବୁ ଉଡେଇନେଇଛି। ଲୋକେ ରାତ୍ର ସାରା ଅନିଦ୍ରା ହୋଇ ଗଛ ମୂଳରେ ଲୁଚିକି ରହିଥିଲେ। ଘରର କାନ୍ଥ ଭୁସୁଳି ଯାଇଛି।ଚାଉଳ, ଧନ, ଟଙ୍କା, ପଇସା, ଅସଵ ପାତ୍ର ସବୁ ନଷ୍ଟ ହୋଇଯାଇଛି।କଣ ଖାଇବେ କେମିତି…

Read More

ଫୁଲବାଣୀ,୨୯/୦୫,(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣ ପlଦ ଅଞ୍ଚଳ ର ଗୁରୁପ୍ରସାଦ ସାହୂ ପାଇଲେ ଓ ଏ ଏଏସ l ଗୁରୁ ପ୍ରସାଦ ୧୧୫ନମ୍ବର ରେଙ୍କ ରଖି କୃତିତ୍ୱ ହlସଲ କରିଛନ୍ତି l ଗୁରୁ ପ୍ରାସାଦ ଜିଲ୍ଲା ମଙ୍ଗଳ ବିଭାଗ ଅଧୀନ ସlର୍ତlଗୁଡ଼ା ସ୍କୁଲ ରେ ଶିକ୍ଷକ ଅଛନ୍ତି l ତାଙ୍କର ଦୃଢ଼ ସଂକଳ୍ପ, ନିଷ୍ଠା, ମନୋବଳ ଓ ଅକ୍ଲାନ୍ତ ପରିଶ୍ରମ ତାଙ୍କୁ ଏ ସଫଳତା ଆଣି ଦେଇଥିବା କହିଛନ୍ତି ସେ l ଏ ସଫଳତା ପାଇଁ ବିଭାଗୀୟ ଅଧିକାରୀ, ପିତାମାତା ,ଗୁରୁଜନ, ସାଙ୍ଗ ସାଥି ଙ୍କୁ ଶ୍ରେୟ ଦେଇ ଛନ୍ତି l ତୃତୀୟ ଥର ପରୀକ୍ଷା ଦେଇ ସେ ଏ ସଫଳତା ହାସଲ କରିଥିବା କହିଛନ୍ତି ଗୁରୁପ୍ରସାଦ l ଶିକ୍ଷକତା କରୁଥିବା ବେଳେ ଏକ ସଡ଼କ ଦୁର୍ଘଟଣା ର ଶିକାର ହୋଈ ସେ ଶାରୀରିକ ଅକ୍ଷମ ହୋଇଯାଇଛନ୍ତି l ତେବେ ଦୃଢ଼ ମନୋବଳ ଦେଇଛି ଏହି ସଫଳତା…

Read More

ବେଲଗୁଣ୍ଠା,୨୯/୦୫,(ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ସ୍ଥାନୀୟ ପ୍ରଶାସନ ତରଫରୁ ବେଲଗୁଣ୍ଠା ବଜାରରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗୁଟଖା ଜବତ କରାଯାଇଛି। ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ନେତୃତ୍ବରେ ବେଲଗୁଣ୍ଠା ପୋଲିସ ବେଲଗୁଣ୍ଠା ବଜାରରେ ବାରଟି ଦୋକାନରେ ଚଢ଼ାଉ କରି ପାଖାପାଖି ଦୁଇ ବସ୍ତା ଗୁଟଖା ଜବତ କରିବା ସହ ଆଗାମୀ ଦିନରେ ଗୁଟଖା ବିକ୍ରି ନକରିବା ପାଇଁ ଦୋକାନୀ ମାନଙ୍କୁ ତାଗିଦ୍ କରିଥିଲେ। ଏହି ଚଢାଉରେ ତହସିଲଦାର ଶ୍ରୀ ପ୍ରଧାନଙ୍କ ସମେତ ବେଲଗୁଣ୍ଠା ଥାନା ଏଏସ୍ଆଇ ପ୍ରମୋଦ କୁମାର ଚେଟୀ,କନେଷ୍ଟବଳ ରଶ୍ମିତା ଗୌଡ଼,ରବି ଶବର,ସନ୍ତୋଷ କୁମାର ଭୂୟାଁ, ଗୃହରକ୍ଷୀ ଅରୁଣ କୁମାର ଡାକୁଆ,ପୂର୍ଣ୍ଣ ଚନ୍ଦ୍ର ନାୟକ ପ୍ରମୁଖ ସାମିଲ ଥିଲେ। ଆଗାମୀ ଦିନରେ ଏହି ଚଢାଉକୁ ଜୋରଦାର କରାଯିବା ସହିତ ଜୋରିମାନା ମଧ୍ୟ ଆଦାୟ କରାଯିବା ବୋଲି ତହସିଲଦାର ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

Read More

ବୋଲଗଡ଼,୨୮/୦୫,(ସୁଶାନ୍ତ କୁମାର ପ୍ରଧାନ):ସାଧାରଣତଃ ଆମ ରାଜ୍ୟର ପ୍ରତ୍ୟେକ ଗ୍ରାମାଞ୍ଚଳରେ ବିଭିନ୍ନ ଉତ୍ସବ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଟକ ମଞ୍ଚସ୍ଥ ହେବା ପ୍ରମୁଖ ପରମ୍ପରା। ଏହା ମନୋରଞ୍ଜନ ସହିତ ଆମ ସଂସ୍କୃତିକୁ ଜୀବନ୍ତ ରଖିଥାଏ। ବିଭିନ୍ନ ଉତ୍ସବ ମାନଙ୍କରେ ନାଟକ ମଞ୍ଚସ୍ଥ ହେବା ଏକ ଗର୍ବ ଓ ଆନନ୍ଦର ବିଷୟ। ଏହା ଦ୍ଵାରା କଳାକାରଙ୍କ ଲୁକ୍କାୟିତ ପ୍ରତିଭା ସମସ୍ତଙ୍କ ସାମ୍ନାକୁ ଆସିଥାଏ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାଟବନ୍ଧ ଗ୍ରାମରେ ଶ୍ରୀଶ୍ରୀ ବାବା ପଶ୍ଚିମେଶ୍ୱର ଦେବ ଯୁବ ନାଟ୍ୟ ସଂସଦ ଦ୍ୱାରା ଆୟୋଜିତ ମଞ୍ଚସ୍ଥ ସାମାଜିକ ନାଟକ “ପୁଅ ଜନ୍ମକରି ପାପ କରିଛି” ଅନୁଷ୍ଠିତ ହୋଇ ଯାଇଛି। ଏହି ନାଟକ ଅତିଥି ମାନଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା। ଗ୍ରାମାଞ୍ଚଳରେ କଳାର ବିକାଶ ପାଇଁ ଏ ଭଳି ମଞ୍ଚସ୍ଥ ହୋଇ ଥିବା ସାମାଜିକ ନାଟକ ପାଇଁ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେବା ସହ ନାଟକ ଦ୍ୱାରା ସାମାଜିକ ବନ୍ଧନ, ଭାତୃତ୍ୱ ଓ…

Read More

ନୂଆପଡ଼ା,୨୮/୦୫:(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲାରେ ଚଳିତ ରବି ଧାନ ଅଧିଗ୍ରହଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଧାନ ସଂଗ୍ରହ, ମଣ୍ଡି ପରିଚାଳନା, ଯାଞ୍ଚ ବ୍ୟବସ୍ଥା ଓ ଅବୈଧ ଧାନ ପ୍ରବେଶ ରୋକିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ବର୍ତ୍ତମାନ ଜିଲ୍ଲାର ୫୧ଟି ମଣ୍ଡି ମଧ୍ୟରୁ ୨୩ଟି ମଣ୍ଡିରେ ଧାନ କ୍ରୟ କାର୍ଯ୍ୟ ଚାଲିଥିବା ବେଳେ ଅବଶିଷ୍ଟ ମଣ୍ଡିଗୁଡ଼ିକ ଆସନ୍ତା ୩୧ ମେ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦିଆଯାଇଛି। ଚାଷୀମାନଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦେଇ ସୁଚାରୁ ଭାବେ ଧାନ ସଂଗ୍ରହ କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସୀମାନ୍ତ ଛତ୍ତିଶଗଡ଼ ରାଜ୍ୟରୁ ଅବୈଧ ଭାବେ ଧାନ ପ୍ରବେଶ ରୋକିବା ପାଇଁ କଡ଼ା ଯାଞ୍ଚ ଓ ଏନଫୋର୍ସମେଣ୍ଟ କାର୍ଯ୍ୟକଳାପ ଜାରି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ରାଇସ୍ ମିଲରମାନଙ୍କୁ…

Read More

ପୁରୁଷୋତ୍ତମପୁର,୨୮/୦୫,(ଶୁଭଙ୍କରୀ ଦାଶ):ବିଧାୟକ ଙ୍କ ଉଦଘାଟନ ପୂର୍ବରୁ ଫଳକ ଭଙ୍ଗା ଘଟଣା ରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁରୁଷୋତ୍ତମପୁର ଥାନାରେ ଏଫଆର ଦେଲେ ଭୁତ ସରସିଙ୍ଗି ସରପଞ୍ଚ ମନୋଜ ଦାଶ |ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଂ ଗ୍ରାମ ଛକଠାରୁ ବୁଢ଼ା ଆମ୍ଭ ରାସ୍ତାର ଉର୍ନ୍ନତି କରଣ ପାଇଁ 17 କୋଟି ଟଙ୍କା ବ୍ୟୟରେ 10 କିମି ରାସ୍ତାର ଶିଳାନ୍ୟାସ କାମ ହୋଉଥାନ୍ତା | କିନ୍ତୁ ବିଧାୟକପ୍ରତାପ ଚନ୍ଦ୍ର ନାୟକ ଆସିବା ଆଗରୁ କିଛି ଅସମାଜିକ ବ୍ୟକ୍ତି ମାନେ ଆସି ସେହି ଫଳକ କୁ ଭାଙ୍ଗି ଦେଈ ଚାଲି ଯାଇଥିଲେ |ଏବଂ ସେହି ସ୍ଥାନରେ ଫ୍ଲେକ୍ସ ପ୍ରିଣ୍ଟ ପେପର ଲଗାଇ ରାସ୍ତାର ଶିଳାନ୍ୟାସକାର୍ଯ୍ୟ କରାଯାଇଥିଲା | ଅସମାଜିକ ବ୍ୟକ୍ତି ମାନେ ଭାବିଥିଲେ ଯେ ଆମେ ଭାଙ୍ଗିଦେଲେ ଆଉ ଶିଳାନ୍ୟାସ ହେବ ନାହିଁ କିନ୍ତୁ ମନୋବଳ ସୁଦୃଢ଼ ଥିଲେ ଏବଂ ଉର୍ନ୍ନତ ଟ୍ୱେକନୋଲୋଜି କ୍ଷେତ୍ର ରେ ସଙ୍ଗେ ସଙ୍ଗେ ସବୁକାର୍ଯ୍ୟ ହୋଇପାରୁଛିବୋଲି ବିଧାୟକ…

Read More

ପୁରୁଷୋତ୍ତମପୁର,୨୮/୦୫:(ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ କେ ଏନ ପୁର ପଞ୍ଚାୟତ ଅନ୍ତର୍ଗତ ଅଲାଡ଼ି ଗାଁ ର ଗେଲ୍ଲୀ ଝିଅ ସନ୍ତୋଷୀନି ପାତ୍ର *ଓପିଏସସି* ରେ ୧୬୭ ତମ ସ୍ଥାନ ପ୍ରାପ୍ତ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି ଗ୍ରାମବାସୀ ଓସମସ୍ତେ | ଏହା ପୁରୁଷୋତ୍ତମପୁର ମାଟି ପାଈଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ଅଟେ । ପ୍ରଥମ ଥର କରି ଜଣେ ଝିଅ ବ୍ଳକ ସ୍ତରରେ ଓପିଏସ ସି ପାଇଛନ୍ତି | ଦୃଢଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନିଯାଏ ଏହା ଦେଖାଇ ଛନ୍ତି | ସଂକଳ୍ପ କଲେ ନାରୀମଧ୍ୟ ଯେକୌଣସି କାର୍ଯ୍ୟରେ ସୁନାମ ଅର୍ଜନ କରିପାରିବ ଏହା ସନ୍ତୋଷୀଙ୍କ ସଫଳତା ଦର୍ଶାଇ ଦେଉଛି। ବହୁ ବର୍ଷର ଅଧ୍ୟବସାୟ, ପରିଶ୍ରମ ଓ ଧୈର୍ଯ୍ୟର ଫଳସ୍ବରୂପ ଆଜି ସଫଳତା ମିଳିଛି | ଏହି ସଫଳତା ସଂଘର୍ଷର ପ୍ରତ୍ୟେକ ମୁହୂର୍ଭକୁ ସାର୍ଥକ କରିଦେଇଛନ୍ତି ତାଙ୍କ ପିତା ମାତା, ଗୁରୁଜନ ଓ ଶିକ୍ଷକ, ଶିକ୍ଷୟତ୍ରୀ…

Read More

ପୁରୁଷୋତ୍ତମପୁର,୨୮/୦୫,(ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ୱାର୍ଡ ନଂ 7 ର ପୁରୁଣା ପୋଷ୍ଟ ଅଫିସ ସାହିର ବାସିନ୍ଦା ବାଇନାଥ ସାହୁଙ୍କ ସାନପୁଅ ମୁକେଶ ସାନ ପୁଅ( 30) ବର୍ଷ ଗତକାଲି ସନ୍ଧ୍ୟାରେ ଘରେ କାହାକୁ ନଜଣାଇ ନିଜସ୍କୁଟି ଗାଦିରେ ଭୁତ ସରସିଙ୍ଗିପଞ୍ଚାୟତ ର କଇଠଡା ଗାଁ ବଣରେ ରାସ୍ତା ଉପରେ ସ୍କୁଟିଟିକୁ ରଖି ଗଛରେ ଆତ୍ମହତ୍ୟା କରି ଦେଇଥିଲେ | ମୁକେଶ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଅନ୍ୟ ଦୁଇଭାଇ ଏବିଷୟ ରେ ପୋଲିସ କୁ ଖବର ଦେଇଥିଲେ | ଏହାର କିଛି ସମୟ ପରେ ଜଣେ ବ୍ୟକ୍ତି ତାଙ୍କ ସ୍କୁଟି ଟି ରାସ୍ତା ଉପରେ ରହି ଥିବାର ଖବର ଦେବାରୁ ପୋଲିସ ସହିତ ଦୁଇଭାଇ ସେହି ବଣ ରାସ୍ତାକୁ ଯାଇ ବହୁତ ଖୋଜା ଖୋଜି କରିଥିଲେ | ତେବେ ରାତ୍ର ର ଅନ୍ଧାର ଯୋଗୁଁ ତାଙ୍କୁ ବଣ ମଧ୍ୟରେ ଖୋଜିବା ସମ୍ଭବ ହୋଇନଥିଲା | ତେବେ ଆଜି ପୋଲିସ…

Read More

ଫୁଲବାଣୀ,୨୮/୦୫,(ସୁନୀଲ ପଟ୍ଟନାୟକ):ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଫୁଲବାଣୀ ଲ୍ୟାମ୍ପସ୍ ର ପରିଚାଳନା ନିର୍ଦେଶକ ଭୀମସେନ ସାହୂ ଙ୍କ ତତ୍ତ୍ଵାବଧାନରେ ଗୁରୁବାର ସ୍ଥାନୀୟ ସତାନ ଞ୍ଜରି ଗ୍ରାମରେ ଏକ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ଡାକ୍ତର ରାଜ ଲକ୍ଷ୍ମୀ ଦୁବେ ମେଡିକାଲ୍ ଅଫିସର୍ ( ଏମଏ ଚ ୟୁ) ଲୋକ ନାଥ ପ୍ରଧାନ, ଫାର୍ମାସିଷ୍ଟ, କମଳିନୀ ସେଠୀ (ଏ ଏନ୍ ଏମ) ଓ ଆ ଟେଣ୍ଡlଣ୍ଟ ଅନିଲ ପ୍ରଧାନ ପ୍ରମୁଖ ଯୋଗ ଦେଇ ଲୋକଂକ ସ୍ଵାସ୍ଥ୍ୟ ପରୀକ୍ଷା ସହ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟl ବୁଝି ଥିଲେ l ଆବଶ୍ୟକତା ଅନୁସାରେ ମାଗଣା ଔଷଧ ପ୍ରଦାନ କରଯାଇଥିଲା l ଏଥିରେ ଗ୍ରମର ଶତାଧିକ ଲୋକ ଯୋଗ ଦେଇ ନିଜର ସ୍ଵାସ୍ଥ୍ୟ ପରୀକ୍ଷା କରାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଲ୍ୟାମ୍ପ ର ସଭାପତି ଚକ୍ରଧର ମଲିକ, ଲ୍ୟl ମ୍ପ ଋଣ ସହାୟକ ବିଷ୍ଣୁ ପ୍ରଧାନ, କ୍ଷୀରୋଦ କୁମାର ମିଶ୍ର,…

Read More