Author: Janabani News

କନ୍ଧମାଳ,୨୯/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଓ ଆର୍ଥିକ ସହାୟତା ଭଳି ୬ ଦଫା ଦାବିରେ ଉତ୍କଳ ସାମ୍ବାଦିକ ସଂଘ ନେତୃତ୍ୱ ରେ ବୁଧବାର କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ଶତାଧିକ ସାମ୍ବାଦିକ ମାନେ ପ୍ରଥମେ ଶୋଭାଯାତ୍ରାରେ ରେ ଉତ୍କଳ ସାମ୍ବାଦିକ ସଂଘ ସହବନ୍ଧିତ କନ୍ଧମାଳ ଜିଲ୍ଲାର ସାମ୍ବାଦିକ ସଂଘ ସଭାପତି ସନ୍ତୋଷ କୁମାର ଦାସ ଙ୍କ ନେତୃତ୍ଵରେ ଦାବୀ ପତ୍ର ପ୍ରଦାନ କରିଛନ୍ତି l ସ୍ମାରକପତ୍ରରେ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ଥିବା ସତ୍ତ୍ୱେ ସରକାର ଙ୍କ ଅଣଦେଖା କୁ ଦର୍ଶାଇ ଦାବିପତ୍ର ପ୍ରଦାନ କରାଯାଇଛି l ଦେଶର ସଂଖ୍ୟାଧିକ ରାଜ୍ୟ ଏବଂ ସେହି ରାଜ୍ୟର ହଜାର ହଜାର ସାମ୍ବାଦିକଙ୍କୁ…

Read More

ରାୟଗଡ,୨୯/୪:(ଅମୂଲ୍ୟ ନିଶଙ୍କ):କୁମାରଧାମୁଣୀ ଠାରେ ରାୟଗଡା ଜିଲ୍ଲା ଠିକାଦାର ମହାସଂଘର ଏକ ସାଧାରଣ ସଭା ଜିଲ୍ଲା ସଭାପତି ସୁଶାନ୍ତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ଓଡିଶା ଠିକାଦାର ମହାସଂଘର ଅଧ୍ୟକ୍ଷ ପ୍ରଭାତ ଦାଶ ମୁଖ୍ୟ ଅତିଥି ଭାବେ ଓ ଭାଗିରଥି ଦାଶ ସନମାନିତ ଅତିଥିଭାବେ ଯୋଗ ଦେଇ ଥିଲାବେଳେ କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ପାଢ଼ୀ, କେଶବ ଚନ୍ଦ୍ର ସାହୁକାର, ଜୀବନ ସାହୁ ଉପ ସଭାପତି ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ, ରମାକାନ୍ତ ପଣ୍ଡା, ଚିତ୍ରସେନ ସୁନା, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ତ୍ରିପାଠୀ,ସମ୍ପାଦକ ରଞ୍ଜନ ପରିଡା, ସୁମନ୍ତ ପରିଡା, ସନିଆ ସୁବୁଦ୍ଧି, କରୁଣାକର ବେହେରା, ରାୱାଲ ମାଝୀ, ଲାଳବିହାରୀ ଲେଙ୍କା, ସଞ୍ଜୟ ଚୌଧୁରୀ, ଉପଦେଷ୍ଟା ଈଶ୍ୱର ଗୋପାଳ ଚେଟ୍ଟୀ, ଅରୁଣ ଚୌଧୁରୀ, ସୁରେନ୍ଦ୍ର ମହାରଣା, ଅଖିଳ ଦାସ ପ୍ରେମଲାଲ ସାହୁ, କାର୍ତ୍ତିକ ନାୟକ ସଂଗ୍ରାମ କେଶରୀ ସାହୁ ପ୍ରମୁଖ ମଂଚାସୀନ ଥିଲେ।ଏହି ସଭାରେ ସମସ୍ତ ଠିକାଦାର ମାନେ…

Read More

ରାୟଗଡ,୨୯/୪,(ଅମୂଲ୍ୟ ନିଶଙ୍କ):ନାକିଟି କ୍ଲଷ୍ଟର ର ରଫୁକଣା ଉଚ୍ଚପ୍ରଥମିକ ବିଦ୍ୟାଳୟ ଠାରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି l ଏହି କ୍ଲଷ୍ଟର ର ବଡ଼ମାଣଧାରା ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ମଳୟ କୁମାର ଦାସ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା। ଏହି ବୈଠକ ରେ ରାୟଗଡା ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଛବିଲାଲ ସିଂ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ.। କୁଟୁଳି ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଗୋପୀନାଥ ପରିଛା ଓ ବଡଚେକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଜଗତ ପ୍ରସାଦ ବ୍ୟବର୍ତା ସଂମ୍ନାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ.। ସି ଆର ସି ସି ଶ୍ରୀ ରମେଶ ଚନ୍ଦ୍ର ସାହୁ ଓ ଶିକ୍ଷକ ଶ୍ରୀ ରାଜେଶ ବିଡ଼ିକା ମଞ୍ଚ ପରିଚାଳନା କରିଥିଲେ l ସମସ୍ତ ଅତିଥି ଶ୍ରୀ ଦାସ ଙ୍କ…

Read More

ଫୁଲବାଣୀ,୨୯/୦୪,(ସୁନୀଲ ପଟନାୟକ):ବୁଧବାର କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଛତି ଝର ନିକଟରେ ଏକ ଚଳନ୍ତା କାର ରେ ନିଆଁ ଲାଗିଥିବା ଫଳରେ କାର ଟି ସମ୍ପୂର୍ଣ୍ଣ ଭାବେ ହୁଥୁ ହୁତ ହୋଇ ରାସ୍ତା ଉପରେ ଜଳିଯାଇଥିଲା l କାର ଟି ବିଶାଖା ପାଟନା ରୁ ଅନୁଗୁଳ ଯାଉଥିବା ବେଳେ ସାର୍ଟ ସର୍କିଟ ହୋଈ ଗାଡି ରୁ ଧୂଆଁ ବାହାରି ଜଳିଯାଇଥିବl କୁହାଯାଉଛି l ଖବର ପାଇ ଟିକାବାଲି ପୋଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ମଧ୍ଯ କାର୍ ଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା l ତେବେ କେହି ମୃତାହତ ହୋଇନଥିବା ଜଣାପଡିଛି l ତେବେ କିଛି ସମୟ ପାଈଁ ବ୍ରହ୍ମପୁର ଫୁଲବାଣୀ ଏନ୍ ଏଚ୍ଚ ରେ ଯାନ ବlହନ ଅଟକି ରହିଥିଲା l କାର ରେ କେତେ ଜଣ ଯାଉଥିଲେ ଜଣା ପଡିନି l

Read More

ଫୁଲବାଣୀ,୨୯/୦୪,(ସୁନୀଲ ପଟ୍ଟନାୟକ):ବୁଧବାର ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରl ଜଜ୍ ତଥା ଏଫ୍ ଟି ଏସ ସି ବିଚାର ପତି କୈଳାସ ଚନ୍ଦ୍ର ସ୍ବାଇଁ ଦାରିଂବାଡ଼ି ଥାନା ଅଞ୍ଚଳ ର ନାବାଳିକା କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ଜହନ ମଙ୍ଗଲି କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ହଜାର ଟଂକା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମାନା ଅନାଦେୟ ୧ବର୍ଷ ଅଧିକ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ l ସୂଚନା ଯୋଗ୍ୟ ଯେ, ଅଭିଯୁକ୍ତ ଜହଁନ ଦାରିଂବାଡ଼ି ଅଞ୍ଚଳ ର ଜଣେ ନାବାଳିକା କୁ ଵିଵାହ ପ୍ରତିଶ୍ରୁତି ଦେଇ ନିଜ ଗ୍ରାମ କୁ ନେଇ ବାରମ୍ବାର ଦୁଷ୍କର୍ମ କରି ଥିବା ନେଇ ନାବାଳିକା ଜଣକ ଘରକୁ ଫୋନ୍ ରେ କହିବା ପରେ ପରିବାର ଲୋକେ ଏ ନେଇ ଦାରିଂବାଡ଼ି ଥାନାରେ ଏତଲା ଦେଇଥିଲେ l ଦାରିଂବାଡ଼ି ପୋଲିସ ୯୨/୧୫/୦୫/୨୫ରେ ମାମଲା ରୁଜ୍ଜୁ କରି ନାବାଳିକା କୁ ଉଦ୍ଧାର କରିବା ସହ ଅଭିଯୁକ୍ତ…

Read More

ନୂଆପଡ଼ା,୨୯/0୪,(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ଶିକ୍ଷା ବିଭାଗ ତରଫରୁ ନିକଟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ମୋଟ ୭୫ ଜଣ ରକ୍ତଦାତା ସ୍ବେଛାକୃତ ରକ୍ତଦାନ କରି ଶିବିରକୁ ସଫଳ କରିଥିବାରୁ ଆଜି ବିଇଓ ଯତୀନ୍ଦ୍ର କୁମାର ସେଠଙ୍କ ସଭାପତିତ୍ୱରେ ଏକ କୃତଜ୍ଞତା ସଭା ମାଧ୍ୟମରେ ସେମାନଙ୍କୁ ଧନ୍ୟବାଦ ଦିଆଯାଇଛି l ସଭା ମାଧ୍ୟମରେ ରକ୍ତଦାନ କରିଥିବା ଶିକ୍ଷକଶିକ୍ଷୟିତ୍ରୀ, ବିଶେଷ କରି ଶିକ୍ଷା ବିଭାଗ ବାହାରୁ ଆସିଥିବା ରକ୍ତଦାତା, ମେଡିକାଲ ବିଭାଗ, ଅତିଥି, ସିଆରସିସି, ବିଇଓ ଅଫିସ କର୍ମଚାରୀ, ସ୍ଥାନୀୟ ଗଣମାଧ୍ୟମ ତଥା ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଦିଆଯାଇଥିଲା l ପ୍ରାରମ୍ଭରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ l ଏହା ପରେ ଶିବିର ଆୟୋଜକ କମିଟିର କୋଷାଧ୍ୟକ୍ଷ ବୈଷ୍ଣବ ମେହେର ସମସ୍ତ ଆୟବ୍ୟୟ ଉପସ୍ଥାପନ କରିଥିଲେ l ଏଥିସହ ଆଗାମୀ ଦିନରେ ଶିକ୍ଷା ସମ୍ପର୍କିତ ଆଲୋଚନା ଚକ୍ର,…

Read More

ନୂଆପଡ଼ା,୨୯/୦୪,(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସ୍ତରୀୟ ଗୋ ସମ୍ମାନ ଆହ୍ୱାନ ସମିତି ତରଫରୁ ଗୋମାତାଙ୍କୁ ରାଷ୍ଟମାତା ଘୋଷଣା ସହ ଗୋ ହତ୍ୟା ବନ୍ଦ ସକାଶେ ଏକ ଦାବିପତ୍ର ସିନାପାଲି ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ମନୋରଞ୍ଜନ କେରକେଟା ଙ୍କ ଜରିଆରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୋପତି ମୁର୍ମୁ ମହୋଦୟା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ମହୋଦୟ, ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମଭମ ପଟି ମହୋଦୟ ତଥା ଓଡ଼ିଶାର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମହୋନ ଚରଣ ମାଝୀ ମହୋଦୟ ଙ୍କୁ ଆଜି ପ୍ରଧାନ କରାଯାଇଛି। ସିନାପାଲି ସ୍ଥିତ ଅଲେଖ ମହିମା ଆଶ୍ରମର ସନ୍ଥ ରବିନ୍ଦ୍ର ବାବା ନେତୃତ୍ୱରେ ଅଞ୍ଚଳ ର ଗୋମାତା ପ୍ରେମୀ ଓ ଧର୍ମ ପରାୟଣ ବ୍ୟକ୍ତିଗଣ , ପଲସାପଡାର ଇସ୍କନ ଭଜନ କୀର୍ତ୍ତନ ମଣ୍ଡଳୀ ଏବଂ ହଲଦୀ ମୁଣ୍ଡା ଗ୍ରାମର ଭଜନ ମଣ୍ଡଳୀର ସ୦କୀର୍ତ୍ତନ ପରିବେଷଣ ସହ ଏକ ଶାନ୍ତିପୂର୍ଣ୍ଣ ଧାର୍ମିକ ଶୋଭାଯାତ୍ରା…

Read More

ସିନାପାଲି:୨୯/୦୪:(ପରମେଶ୍ୱର ମେହେର ):ନୂଆପଡା ଜିଲ୍ଲାର ସିନାପାଲି ବ୍ଲକର ଚଟିଆଗୁଡା ଗ୍ରାମପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଅଧୀନରେ ଚାଉଳ ବଣ୍ଟନ କାର୍ଯ୍ୟ ବର୍ତ୍ତମାନ ସୁଚାରୁ ଭାବେ ଚାଲିଥିବା ଦେଖିବାକୁ ମିଳିଛି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ କଳ୍ପଳତା ସାଗରଙ୍କ ସକ୍ରିୟ ନେତୃତ୍ୱରେ ଏହି ବଣ୍ଟନ ପ୍ରକ୍ରିୟା ନିୟମିତ ଓ ସୁସଂଗଠିତ ଭାବେ ଅଗ୍ରସର ହେଉଛି।ଶ୍ରୀମତୀ ସାଗର ଯୋଗଦାନ କରିବା ପରଠାରୁ ପଞ୍ଚାୟତର ବିଭିନ୍ନ ସମସ୍ୟା ଉପରେ ବିଶେଷ ଗୁରୁତ୍ୱ ଦେଇଆସୁଛନ୍ତି। ସେ କେବଳ ଚାଉଳ ବଣ୍ଟନ ନୁହେଁ, ହରିଶ୍ଚନ୍ଦ୍ର ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରି ଅନ୍ୟାନ୍ୟ ସରକାରୀ ସୁବିଧାରେ ମଧ୍ୟ ସଚେତନତା ଓ ସଠିକ୍ କାର୍ଯ୍ୟନିଷ୍ପାଦନ ନିଶ୍ଚିତ କରୁଛନ୍ତି।ପୂର୍ବରୁ ଯୋଗାଣ ସହାୟକଙ୍କ ଅବହେଳା ଯୋଗୁଁ ଚାଉଳ ବଣ୍ଟନରେ ଅନେକ ଅନିୟମିତତା ଦେଖାଯାଇଥିବା ଅଭିଯୋଗ ଥିଲା। ଅନେକ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସମୟରେ ଚାଉଳ ବଣ୍ଟନ ନ ହେବା, ତାଲିକାରେ ନାଁ ଥିଲେ ମଧ୍ୟ ଚାଉଳ ନ ମିଳିବା,…

Read More

ବୁଗୁଡ଼ା,୨୯/୪:(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ମଧୁବାବୁଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ଓକିଲ ସଂଘ ସଭାପତି ମାନସ ରଞ୍ଜନ ଦାଶଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜେଏମଏଫସି ବିଚାରପତି ସୁଧାଶ୍ରୀ ସୁରଝାଲିଆ, ବକ୍ତା ଭାବେ ହିଞ୍ଜିଳିକାଟୁ ଓକିଲ ସଂଘ ସଭାପତି ନିର୍ମଳ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ପିପୁଲ୍ସ କଲେଜ ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡ. ପ୍ରଦୀପ କୁମାର ଦାଶ ଯୋଗ ଦେଇଥିଲେ। କୋର୍ଟ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଆଇନଜୀବୀ ସଙ୍କଳ୍ପ ବିକାଶ ମହାନ୍ତି, ୟୁ. ଅରବିନ୍ଦ ପାତ୍ର ଓ ପିଙ୍କୁ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଆଇନଜୀବୀ ହରପ୍ରସାଦ ଦାଶଙ୍କ ସଂଯୋଜନାରେ କଣ୍ଠଶିଳ୍ପୀ ମାନସ ରଞ୍ଜନ ହୋତା ପ୍ରାରମ୍ଭିକ ସଙ୍ଗୀତ ଗାନ ଓ ଓକିଲ ସଂଘ ସହ ସମ୍ପାଦକ ମନୋଜ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Read More

ବୁଗୁଡା,୨୯/୪(କୁମୁଦ ଚନ୍ଦ୍ର ବେହେରା): ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ବିଷ୍ଣୁଚକ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦ୍ଵିଦିବସୀୟ ଶିକ୍ଷାଦାନ ଶିକ୍ଷଣ ଉପକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ବିଷ୍ଣୁଚକ୍ର କ୍ଲଷ୍ଟର ସ୍ତରୀୟ ଉକ୍ତ କର୍ମଶାଳାକୁ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁବାଳା ପାତ୍ର ଉଦଘାଟନ କରିଥିଲା ବେଳେ ଏଥିରେ କ୍ଲଷ୍ଟର ଅନ୍ତର୍ଗତ ୧୦ଟି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ। କ୍ଲଷ୍ଟର ସିଆରସିସି ସନ୍ତୋଷ କୁମାର ଡାକୁଆଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ କର୍ମଶାଳା ଅବସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ଛାତ୍ରଛାତ୍ରୀଙ୍କ ଉପଯୋଗୀ ଅନେକ ଶିକ୍ଷଣ ଉପକରଣ ପ୍ରସ୍ତୁତ କରାଯାଇଥିଲା।

Read More

ବୁଗୁଡ଼ା , ୨୯/୪,(କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ବ୍ଲକ ଗୋଳାବନ୍ଧ ପଞ୍ଚାୟତ ଅନ୍ତର୍ଗତ ସୋଲଣ୍ଡି ଗ୍ରାମରେ ବାବା ସୁବର୍ଣ୍ଣେଶ୍ବର ମହାଦେବ ଓ ଶ୍ରୀହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ ଓ ଗୋଯଜ୍ଞ ଅନୁଷ୍ଠିତ ହୋଇଥିଲା ବେଳେ ଚଢିଆପଲ୍ଲୀ, ନୂଆ ତନରଡା, ଭାମଶ୍ୟାଳି, ମହୁଲପଲ୍ଲୀ, ଚାଞ୍ଚରାସାହି ଓ ସୋଲଣ୍ଡି ଆଦି ଗ୍ରାମର ନାମ ସଂକୀର୍ତ୍ତିନ ଦଳ ନାମଯଜ୍ଞରେ ଅଂଶ ଗ୍ରହଣ କରିଥିଲେ। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଦୀକ୍ଷା ଗ୍ରହଣ, ଜଳଯାତ୍ରା, ଅଙ୍କୁରାରୋପଣ, ବନଯାଗ, ରତ୍ନମୁଦ୍ର, ଶାଲାପୂଜା, ସୂର୍ଯ୍ୟପୂଜା, ମହାସ୍ନାନ, ଜୀବନ୍ୟାସ, ପାର୍ଶ୍ବଧ୍ବଜ ସ୍ଥାପନ ହୋଇଥିବା ବେଳେ ଅନ୍ତିମ ଦିବସରେ ନାମଯଜ୍ଞ ସମାପନ ସାଙ୍ଗକୁ ଦଧିଭାଣ୍ଡ ଭଞ୍ଜନ ଓ ନଗର ଭ୍ରମଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଷଷ୍ଠଦିବସୀୟ ଉତ୍ସବରେ ପୁରୋହିତ ଭାବେ ରବିନ୍ଦ୍ର କୁମାର ମହାପାତ୍ର, ଗୋପାଳ ଚନ୍ଦ୍ର ହୋତା ଓ ଗୌରୀ…

Read More

ବ୍ରହ୍ମପୁର,୨୯/୪,(କୁମୁଦ ଚନ୍ଦ୍ର ବେହେରା): ରାସ୍ତାରେ ଗଲା ବେଳେ ବାସ୍ନାରେ ହିଁ ପେଟ ପୁରି ଯାଉଥିବ। ଜଳଖିଆ ଦୋକାନରୁ ଶୁଭୁଥିବ ‘ଭାଇନା.., ପୁରି, ଉପମା, ଘୁଗୁନି ଖାଇବ ନା…।’ ସେଇ ଡାକରୁ ଜାଣିଦେବେ ଆପଣ ଗଞ୍ଜାମ ସୀମାରେ ପଶିଲେଣି। ଏଠି ନିଦ ଭାଙ୍ଗେ ପୁରି-ଉପମା ଓ ଘୁଗୁନି ବାସ୍ନାରେ। ବ୍ରହ୍ମପୁର ସହର ରାସ୍ତାପାର୍ଶ୍ଵ ହୋଟେଲ, ଠେଲାରେ କେବଳ ପୁରି-ଉପମା ବେପାର ମାସିକ ହାରାହାରି କୋଟିଏ ଟଙ୍କାରୁ ଅଧିକ ବୋଲି କୁହନ୍ତି ବେପାରୀ। ଏବେ ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ଯୋଗୁଁ ପୁରି-ଉପମା ଦେଶ ବିଦେଶରେ ଆଦର ଲାଭ କଲାଣି। ହେଲେ ସରକାରଙ୍କ ନାକରେ ଏ ବାସ୍ନା ବାଜୁନି। ନା ଏହି ନିଆରା ଖାଦ୍ୟକୁ ଜିଆଇ ଟ୍ୟାଗ ମିଳୁଛି, ନା ସରକାରଙ୍କ ଖାଦ୍ୟ ମେନ୍ୟୁରେ ପୁରି-ଉପମା ପରଷା ଯାଉଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ତୀବ୍ର ହେଉଛି। ଠେଲା ହେଉ କି ହୋଟେଲ, କଢେଇରୁ ଅନବରତ ଛଣା ହୋଇ ବାହାରୁଥିବ…

Read More