ଭୁବନେଶ୍ୱର,୧୯/୪: (ଜନବାଣୀ ବ୍ୟୁରୋ):ଚାଷୀର ବିକାଶ ହେଲେ ହିଁ ବିକଶିତ ଓଡ଼ିଶା ମାଧ୍ୟମରେ ‘ବିକଶିତ ଭାରତ’ର ସ୍ୱପ୍ନ ସାକାର ହୋଇପାରିବ । ବିଶେଷ କରି ମତ୍ସ୍ୟଚାଷରେ ବ୍ୟାପକ ଉନ୍ନତି ରାଜ୍ୟର ଅର୍ଥନୀତିକୁ ବିକଶିତ କରିପାରିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । କୃଷିଭବନ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜିଲ୍ଲା ମତ୍ସ୍ୟ ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଅଧ୍ୟକ୍ଷତା କରି ଏହି ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ମଧ୍ୟରେ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’, ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ ଏବଂ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା । ଓଡ଼ିଶା ବର୍ତ୍ତମାନ ଦେଶରେ ମାଛ ଉତ୍ପାଦନ ଓ ସାମୁଦ୍ରିକ ଖାଦ୍ୟ ରପ୍ତାନି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ…
Author: Janabani News
ଫୁଲବାଣୀ,୧୮/୦୪(ସୁନୀଲ ପଟ୍ଟନାୟକ):କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ୧୧ତ ମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ତଥା ବାଲିଗୁଡ଼ା ପି ଏ ଆଇଟିଡିଏ କୃପା ସିନ୍ଧୁ ବେହେରା ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଭୂରୀ ଭୁରୀ ପ୍ରଶଂସା କରିଥିଲେ l ଗତ ବର୍ଷ ମେଳା କୁ ଆସିଥିଲି ତେବେ ଗତ ବର୍ଷ ତୁଳନା ରେ ଏହିବର୍ଷ ଏତେ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ମୁଖ୍ୟ ଅତୀ ଥି ବେହେରା ମତ ପ୍ରକାଶ କରିଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି. ପଦ୍ମା ଓ ଡି ସି ପି ଓ ଶ୍ରୀମତୀ ରଶ୍ମିତା କରନ ଯୋଗ ଦେଇ…
ବ୍ୟକ୍ତିଗତ ଜୀବନରୁ ସାମାଜିକ ସେବା ପାଇଁ ଶପଥ ଗ୍ରହଣ ବେଲଗୁଣ୍ଠା,୧୮/୦୪:(ଶିବରାମ ଚୌଧୁରୀ):ବେଳଗୁଣ୍ଠା ବ୍ଳକ୍ କ୍ଷତ୍ରୀୟବରପୁର ସରକାରୀ ଉଚ୍ଚବିଦ୍ୟାଳୟରେ ୨୦୦୨ ମସିହାରେ ଅଧ୍ୟୟନ କରିଥିବା ଛାତ୍ରଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ମାଆ ବୁଢାକେନ୍ଦୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ୨୦୦୨ ବ୍ୟାଚ୍ ର ସମସ୍ତ ଛାତ୍ର ଅଂଶଗ୍ରହଣ କରି ବିଦ୍ୟାଳୟ ଜୀବନର ସ୍ମୃତି ସାଉଁଟିବା ସହିତ ନିଜର ବ୍ୟକ୍ତିଗତ, ସାମାଜିକ, ସୁବିଧା, ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ I ଏହିଭଳି ବନ୍ଧୁ ମିଳନ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଆୟୋଜନ କରାଯିବା ସହିତ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ନିଜର ପରିବାର ସଦସ୍ୟ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମିଲ କରିବା ପାଇଁ ଆଲୋଚନା ହୋଇଥିଲା I ଏହା ସହିତ ସମସ୍ତ ଛାତ୍ରଙ୍କ ସହଯୋଗରେ ଏକ ମିଳିତ ପାଣ୍ଠି ଗଠନ କରାଯାଇ ଏହି ପାଣ୍ଠିକୁ ଅନ୍ୟର ଅସୁବିଧା ସମୟରେ ବିନିଯୋଗ କରାଯିବା ସହିତ…
ହୋଟେଲରେ ଚଢାଉ ; ବିଭିନ୍ନ ସ୍ଥାନରୁ ଜରିମାନା ଆଦାୟ ଭଞ୍ଜନଗର,୧୮/୪:(ନିଲୁ ବିଷୋୟୀ):ଭଞ୍ଜନଗର ସହରର ମୁଖ୍ୟ ରାସ୍ତା ସମେତ ଜନଗହଳି ସ୍ଥାନର ରାସ୍ତା କଡରେ ରହିଥିବା ଜବର ଦଖଲ ଉଚ୍ଛେଦ କରାଯାଇଛି। ପ୍ରଶାସନ,ପୁଲିସ ଓ ପୌରପରିଷଦ ପକ୍ଷରୁ ମିଳିତ ଭାବେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ଥାନା ଛକରୁ ଏଭଳି ଚଢାଉ ଆରମ୍ଭ କରାଯାଇଥିଲା। ପ୍ରଶାସନ ପକ୍ଷରୁ ମୁଖ୍ୟ ରାସ୍ତାରେ ବସି ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କ ଅସ୍ଥାୟୀ ଦୋକାନ ଓ ଠେଲା ଗୁଡିକୁ ହଟାଇ ଦିଆଯାଇଛି। ଏଥିସହ ଦୋକାନ ଗୁଡିକ ରାସ୍ତା ଆଡକୁ ମାଡି ଆସିଥିବା ଉପକରଣ ଗୁଡିକୁ ମଧ୍ୟ ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଛି। ଅଗାମୀ ଦିନରେ ପୁଣି ଜବର ଦଖଲ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ମେନ୍ରୋଡ ସମେତ ପୁରୁଣା ବଜାର ସାହିରେ ମଧ୍ୟ ଏଭଳି ଅଭିଯାନ ହୋଇଥିଲା। ଏହି ସମୟରେ କିଛି ସ୍ଥାନରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ…
ଭଞ୍ଜନଗର,୧୮/୪:(ନିଲୁ ବିଷୋୟୀ):ଭଞ୍ଜନଗର ବ୍ଳକ ହରିଗଡ ପଞ୍ଚାୟତର ନୂଆଁପଲ୍ଲୀ ଠାରେ ଅନୁଷ୍ଠିତ ମା ବଡ଼ରାଉଳ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଗତ ମାର୍ଚ୍ଚ ୨୮ ତାରିଖରୁ ଏହି ଟୁର୍ନାମେଣ୍ଟର ଆରମ୍ଭ ହୋଇଥିବା ବେଳେ ଆଜିର ଏହି ଫାଇନାଲ ମ୍ୟାଚରେ ଗାଲେରୀ ଢ଼େପସାହି ଟିମକୁ କନ୍ଧମାଳ ଜିଲ୍ଲାର ଘୁଡୁକାପଦର ଟିମ ହରାଇ ଚମ୍ପିୟାନ ହୋଇଛି। ମୋଟ ୧୨ ଓଭର ଖେଳରେ ଘୁଡୁକାପଦର ସମସ୍ତ ୱିକେଟ୍ ହରାଇ ୧୧୩ ରନ କରିଥିଲା। ଏହାର ପିଛା କରି ଢ଼େପସାହି ଟିମ ମାତ୍ର ୯୨ ରନ୍ରେ ସମସ୍ତ ୱିକେଟ ହରାଇ ଦେଇ ପରାଜୟ ହୋଇ ରନର ଅପ୍ ଘୋଷିତ ହୋଇଥିଲେ। ମ୍ୟାଚରେ ବେଷ୍ଟ ବୋଲର ଆଲୋକ,ମ୍ୟାନ ଅଫ ଦି ସିରିଜ୍ କାହ୍ନା ଏବଂ ବେଷ୍ଟ ବ୍ୟାଟ୍ସ୍ ମ୍ୟାନ ଭାବେ ଚିନୁ ପୁରସ୍କୃତ ହୋଇଥିଲେ। ଟୁର୍ନାମେଣ୍ଟରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ରାଜନେତା ରାଜ କୁମାର ସାହୁ,ସାମ୍ବାଦିକ…
ଭଞ୍ଜନଗର,୧୮/୪:(ନିଲୁ ବିଷୋୟୀ):ଭଞ୍ଜନଗର ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ କରାଯାଉଛି। ଏହା ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଅଗ୍ନିଶମ ସେବା ଦିବସ ପାଳନ ଅବସରରେ ସର୍ବଭାରତୀୟ ସ୍ତରରେ ଶହୀଦ ହୋଇଥିବା କାର୍ଯ୍ୟରତ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଅଗ୍ନିକାଣ୍ଡରେ ବହୁ ଧନ ସମ୍ପତ୍ତି ନଷ୍ଟ ହେଉଥିବା ବେଳେ ତାହାର ସୁରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ବୁଲି ବୁଲି ଲୋକ ମାନଙ୍କୁ ଅଗ୍ନିକାଣ୍ଡର ସମୟରେ ଭୟଭୀତ ନହୋଇ ସାହସର ସହିତ ମୁକାବିଲା କରିବା ଓ ସତର୍କତା ଅବଲମ୍ବନ ଉପରେ ସଚେତନ କରାଯାଇଥିଲା। ପେଟ୍ରୋଲ ପମ୍ପ,ବସଷ୍ଟାଣ୍ଡରେ ଆକସ୍ମାତ ଅଗ୍ନିକାଣ୍ଡର କିଭଳି ମୁକାବିଲା କରିବେ ଏଥି ସହ ଆଗକୁ ମଧ୍ୟ ବିଭିନ୍ନ ପ୍ରତିଷ୍ଠାନରେ ମକ ଡ୍ରିଲ ଦ୍ୱାରା ଅଗ୍ନିକାଣ୍ଡର ଭୟାବହତା ଏବଂ ନିରାପତ୍ତା ସମ୍ପର୍କରେ ଅବଗତ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି।…
ବ୍ରହ୍ମପୁର,୧୮/୪:(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲାର ବ୍ରହ୍ମପୁର ସମେତ ସମସ୍ତ ତାଲୁକ ଆଇନ ସେବା କମିଟି ସ୍ତରରେ ଆସନ୍ତା ତା-୦୯.୦୫.୨୦୨୬ରିଖ (ଶନିବାର) ଦିନ ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏହି ଲୋକ ଅଦାଲତକୁ ଜାତୀୟ ଆଇନ ସେବା ପ୍ରାଧିକରଣ(ଦିଲ୍ଲୀ) ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକଙ୍କ ନିର୍ଦ୍ଦେଶାନୁସାରେ ଆୟୋଜନ କରାଯାଉଛି। ଏହି ଜାତୀୟ ଲୋକ ଅଦାଲତରେ ଦାଖଲ ହୋଇଥିବା ଓ ପ୍ରି-ଲିଟିଗେସନ୍ ମାମଲାମାନଙ୍କୁ ସମ୍ମତିଭିତ୍ତିକ ଭାବରେ ସମାଧାନ କରାଯିବ। ବିଦ୍ୟୁତ ବିଲ୍, ବ୍ୟାଙ୍କ ଋଣ ଆଦାୟ, ମୋଟର ଦୁର୍ଘଟଣା ଦାବି ମାମଲା, ବିବାହିକ ବିବାଦ, ଚେକ୍ ବାଉନ୍ସ ମାମଲା, ଶ୍ରମ ବିବାଦ, ରାଜସ୍ୱ ମାମଲା ସହିତ ବିଭିନ୍ନ ପ୍ରକାରର ସମ୍ମତିଯୋଗ୍ୟ ମାମଲାମାନଙ୍କୁ ଶୀଘ୍ର,ସହଜ ଓ ନିଶୁଳ୍କ ଭାବେ ନିର୍ଣ୍ଣୟ କରାଯିବ। ଲୋକ ଅଦାଲତରେ ମାମଲା ନିର୍ଣ୍ଣୟ ହେଲେ ଆପିଲ୍ ଶୁଳ୍କ ନାହିଁ ଓ କୋର୍ଟ ଫି ଫେରସ୍ତ ପାଇବାର ବ୍ୟବସ୍ଥା ରହିଛି।…
ବୁଗୁଡା,୧୮/୪:(କୁମୁଦ ଚନ୍ଦ୍ର ବେହେରା):ମହାରାଷ୍ଟ୍ରର ନାସିକସ୍ଥିତ ଟିସିଏସ୍ ଭଳି ପ୍ରତିଷ୍ଠିତ ସଂସ୍ଥାରେ ବିକୃତ ଜିହାଦି ମାନସିକତାର ଘଟଣାକୁ ନେଇ ସମ୍ପ୍ରତି ଦେଶବ୍ୟାପୀ ଜିହାଦି ମାନସିକତା ବିରୋଧରେ ବଜରଙ୍ଗ ଦଳର ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ପରିପ୍ରେକ୍ଷୀରେ ଘୁମୁସର ଜିଲ୍ଲା ବୁଗୁଡା ପ୍ରଖଣ୍ଡ ବଜରଙ୍ଗ ଦଳ ପକ୍ଷରୁ ମଧ୍ୟ ସ୍ଥାନୀୟ ମଦନ ମୋହନ ଛକରେ ଜିହାଦି ମାନସିକତା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଜରଙ୍ଗ ଦଳର ବିକ୍ଷୋଭକାରୀମାନେ ମଦନ ମୋହନ ଛକରେ ଏକତ୍ରୀତ ହୋଇ ଦେଶବିରୋଧୀତତ୍ତ୍ବଙ୍କ ବିରୋଧରେ ସ୍ଲୋଗାନ ସାଙ୍ଗକୁ ଜିହାଦିଙ୍କ କୁଶପୁତ୍ତଳିକା ଦାହ ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥି ସହ ବଜରଙ୍ଗ ଦଳର କର୍ମୀମାନେ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ତହସିଲ କାର୍ଯ୍ଯାଳୟରେ ପହଞ୍ଚି ତହସିଲଦାରଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିଷଦ କେନ୍ଦ୍ରୀୟ ମାର୍ଗ ଦର୍ଶକ ମଣ୍ଡଳୀର କାର୍ଯ୍ୟକର୍ତ୍ତା ସ୍ବାମୀ ସତ୍ୟା ନନ୍ଦ ଗିରି, ଘୁମୁସର ଜିଲ୍ଲା ସଂଯୋଜକ…
ବାଲିଗୁଡା,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜର ଝିରିପାଣି ବିଟ୍ ଶିମିଳିପଦର ଜଙ୍ଗଲରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। କିଛିଦିନ ହେବ କଳାହାଣ୍ଡି ଜିଲ୍ଲାରୁ ୨୬ ଟିକିଆ ହାତୀପଲ ବେଲଘର ରେଞ୍ଜ ଝିରିପାଣି ବିଟରେ ପ୍ରବେଶ କରିଥିବା ବେଳେ ପ୍ରାୟ ୧୦ ଦିନ ହେବ ଗୋଟିଏ ପରେ ଗୋଟିଏ ଜଙ୍ଗଲ ଘୁରି ବୁଲୁଥିଲେ। ହାତୀପଲରେ ଗୋଟିଏ ଦନ୍ତା ହାତୀ ଅସୁସ୍ଥ ଅବସ୍ଥାରେ ବୁଲୁଥିବା ବନବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ। ହାତୀ ଅସୁସ୍ଥ ସମ୍ପର୍କରେ ବାଲିଗୁଡ଼ା ଡିଏଫଓ ଘନଶ୍ୟାମ ମହନ୍ତକୁ ଖବର ଦେବା ପରେ ଘଟଣାସ୍ଥଳରେ ଡିଏଫଓ, ଏସିଏଫ୍ ପହଞ୍ଚି ପ୍ରାଣୀ ଚିକିତ୍ସାଳୟର ଡାକ୍ତର ମାନଙ୍କ ଦ୍ୱାରା ଚିକିତ୍ସା ଆରମ୍ଭ କରିଥିଲେ | କିନ୍ତୁ ଚିକିତ୍ସା ସତ୍ତ୍ବେ ହାତୀଟି ଆଖି ବୁଜି ଦେଇଥିଲା। ସନ୍ଧ୍ୟା ହୋଇ ଯାଇଥିବାରୁ ହାତୀର ଶବ ବ୍ୟବଚ୍ଛେଦ କରାଇ ଯାଇନଥିବା ଜଣାପଡିଛି। ତେବେ ବେଲଘର ରେଞ୍ଜରେ ଗତ ୪ମାସ ଭିତରେ ୩ଟି ହାତୀ…
ବ୍ରହ୍ମପୁର,୧୮/୪:(ହିମାଂଶୁ ଶେଖର ସାବତ):ଦକ୍ଷିଣପୁର କ୍ଲଷ୍ଟରସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠୀତ ହୋଇଯାଇଛି। ଏହି ସମସ୍ତଙ୍କୁ କର୍ମଶାଳାର ପ୍ରଥମ ଦିବସରେ ଆମ୍ବଗଡ ସେବା ସମବାୟ ସମିତିର ସଭାପତି ତଥା ଏହି ଅଞ୍ଚଳର ଶିକ୍ଷାବିତ୍ କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି କାର୍ଯକ୍ରମର ଶୁଭାରମ୍ଭ କରିଥିଲେ। ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ କର୍ମଶାଳାର ଉଦ୍ଦେଶ୍ୟ କଣ ତାହା ଉପସ୍ଥାପନ କରିଥିଲେ । କ୍ଲଷ୍ଟର ସିଆରସିସି ଦୁଷ୍ମନ୍ତ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯକ୍ରମରେ ଚାରି ଜଣ ପ୍ରଶିକ୍ଷକ ଯୋଗ ଦେଇ ଥିଲେ । ଶିବରାମ ମହାଙ୍କୁଡ଼ ( ଆର ପି ) ପ୍ରଶିକ୍ଷାର୍ଥୀ ମାନଙ୍କୁ ପେପର୍ ରେ ରଙ୍ଗବେରଙ୍ଗ ର ଅନେକ ପ୍ରକାରର ଶିକ୍ଷଣ ଫଳା…
ବ୍ରହ୍ମପୁର,୧୮/୪:(ହିମାଂଶୁ ଶେଖର ସାବତ):“ଡିଜିଟାଲ ଯୁଗରେ ପ୍ରିଣ୍ଟ ମିଡିଆର ଚ୍ୟାଲେଞ୍ଜ ଓ ଭବିଷ୍ୟତ” ବିଷୟରେ ଏକ ସେମିନାର ବ୍ରହ୍ମପୁର ସରକାରୀ ଆଇଟିଆଇ ଅଡିଟୋରିୟମ୍ ହଲ୍ରେ ଭି. ରାଜେନ୍ଦ୍ର ରାଜୁଙ୍କ ସଭାପତିତ୍ୱରେ ସଫଳତାର ସହ ଆୟୋଜିତ ହୋଇଥିଲା।ଓଡ଼ିଶା ଟୁଡେ ର ସମ୍ପାଦକ ଅଭିନାଶ ମିଶ୍ର ସ୍ବାଗତ ଭାଷଣ ଦେଇ ସାମ୍ବାଦିକତାର ପରିବର୍ତ୍ତିତ ପରିପ୍ରେକ୍ଷ୍ୟ ଓ ଡିଜିଟାଲ ପରିବର୍ତ୍ତନ ସହ ପ୍ରିଣ୍ଟ ମିଡିଆର ବିଶ୍ବସନୀୟତା ରକ୍ଷାର ଗୁରୁତ୍ୱକୁ ଉଲ୍ଲେଖ କରିଥିଲେ।ଏହି କାର୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଭଗବାନ ସାହୁ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମ୍ବାଦିକତା ବିଭାଗ ମୁଖ୍ୟ ବନ୍ଦିତା ପଣ୍ଡା ସହିତ ବିଘ୍ନେଶ୍ୱର ସାହୁ, ଶକ୍ତିଧର ରାଜଗୁରୁ, ବରିଷ୍ଠ ସାମ୍ବାଦିକ ଜ୍ୟୋତି ରଞ୍ଜନ ଦାସ ଓ ପରିବେଶବିତ ସୁଧିର ରାଉତ ଆଦି ଅନେକ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ।ଅତିଥିମାନେ ଡିଜିଟାଲ ଯୁଗରେ ପ୍ରିଣ୍ଟ ମିଡିଆ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ—ପାଠକ ସଂଖ୍ୟାର ହ୍ରାସ, ଅନଲାଇନ୍ ମାଧ୍ୟମ ସହ ପ୍ରତିସ୍ପର୍ଧା ଓ ନବୀନତାର ଆବଶ୍ୟକତା—ଉପରେ ଆଲୋଚନା କରିଥିଲେ। ସେମାନେ ପ୍ରିଣ୍ଟ ସାମ୍ବାଦିକତାର…
ଫୁଲବାଣୀ ପବ୍ଲିକ ସ୍କୁଲର ଆକାଂକ୍ଷା ସାହୁଙ୍କ କୃତିତ୍ଵ ଫୁଲବାଣୀ:୧୮/୪:(ଜନବାଣୀ ବ୍ୟୁରୋ):କନ୍ଧମାଳ ଜିଲ୍ଲାର ଅଗ୍ରଣୀ ତଥା ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ପବ୍ଲିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଫୁଲବାଣୀ ଚଳିତ ବର୍ଷ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏକ ଗୌରବମୟ ସଫଳତା ହାସଲ କରିଛି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ନିଜର ଶାଣିତ ପ୍ରତିଭା ଓ କଠିନ ପରିଶ୍ରମ ବଳରେ ଚମତ୍କାର ପ୍ରଦର୍ଶନ କରି ଅନୁଷ୍ଠାନ ପାଇଁ ସୁନାମ ଅର୍ଜନ କରିଛନ୍ତି। ଶ୍ରୀ ସୁନୀଲ କୁମାର ସାହୁ ଓ ଶ୍ରୀମତୀ ରଶ୍ମିତା ମହାପାତ୍ରଙ୍କ ସୁପୁତ୍ରୀ ଆକାଂକ୍ଷା ସାହୁ ମଧ୍ୟ ଚଳିତ ବୋର୍ଡ ପରୀକ୍ଷାରେ ୯୨% ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଜିଲ୍ଲାର ଟପ୍ ୧୦ ରୁ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି l ସେ ବାହାଡ଼ାପଦା ଗ୍ରାମ ନିବାସୀ ଶ୍ରୀ ହୃଷିକେଶ ସାହୁ ଙ୍କ ଏକମାତ୍ର ନାତୁଣୀ ଅଟନ୍ତି ଯିଏକି ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଟନ୍ତି…