Author: Janabani News

ଚିକିଟି, ୧୯/୪:(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକ କୃଷ୍ଣ ପୁର ମା ମୁକ୍ତାଦେବୀ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି.ସକାଳ ସମୟ ରେ ମା ଙ୍କ ପିଠ ରେ ପୂଜା ଅର୍ଚ୍ଚନା କରି ପାରମ୍ପରିକ ଢୋଲ.ମହୁରୀ,ସଂକୀର୍ତନ ମଣ୍ଡଳୀ ସମେତ ଗ୍ରାମବାସୀ ଏହି ଶୁଭଖୁଣ୍ଟି ଆଣିବା ପାଇଁ ମାଉନ୍ଦ ଗ୍ରାମ ଅଭିମୁଖେ ବାହାରିଥିଲେ.ସେଠାରେ ସେମାନଙ୍କ ତରଫରୁ ପରମ୍ପରା ଅନୁଯାୟୀ ସ୍ୱାଗତକରି ଅଧିଷ୍ଠାତ୍ରୀ ଦେବୀ ମା ରତନେଇ ଙ୍କ ନିକଟ କୁ ନେଇ ପୂଜା ଆଶ୍ରିବାଦ ଭିକ୍ଷା କରାଯାଇଥିଲା.ମା ଙ୍କ ଆଶ୍ରିବାଦ ପରେ ପୂର୍ବ ନିର୍ଦ୍ଧାରିତ ତୋଟା ରେ ଥିବା ବାଉଁଶ କୁମ୍ବ ରେ ମା ଙ୍କ ଉଦ୍ଧେଶ୍ୟରେ ଶୁଭ ଖମ୍ବ ପାଇଁ ମାଉନ୍ଦପୁର ବାସି ଶୁଭଖୁଣ୍ଟି ଚୟନ କରିବା ପରେ ପରମ୍ପରା ଅନୁଯାୟୀ ସେହି ଗ୍ରାମ ରେ ଖୁଣ୍ଟ କୁ ପୂଜା କରାଯାଇଛି.ଦୁଇ ଗ୍ରାମବାସୀ ରୀତି ଅନୁସାରେ ଏହା କୁ ନେଇ କୃଷ୍ଣପୂର ରେ ସ୍ଥାପନ କରିଛନ୍ତି.ମା ମୁକ୍ତାଦେବୀ ଙ୍କ ଏହି ଯାତ୍ରା…

Read More

ଚିକିଟି,୧୯/୪:(ନିଗମାନନ୍ଦ ପଣ୍ଡା): ଚିକିଟି ବ୍ଲକ ଲିଆଖାଇ ମା ବୁଢ଼ୀ ଠାକୁରାଣୀ କ୍ରିକେଟ ଟୁର୍ଣମେଣ୍ଟ ର ଉଦଯାପନ ହୋଇଯାଇଛି.ଏଥିରେ ଚିକିଟି କ୍ରିକେଟ ଟିମ ବିଜୟୀ ହାସଲ କରି ଟ୍ରଫି ହକଦାର ହୋଇଛନ୍ତି.ବିପକ୍ଷ ଟିମ ଭୀମପୁର ଦଳ କୁ ଏକରନ ରେ ପଛରେ ପକେଇ ସିଲ ହାସଲ କରିଛି.ଏଥିରେ ସମାଜସେବୀ ରଞ୍ଜନ କୁମାର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜୟୀ ଟିମ କୁ 15ହଜାର ଟଙ୍କା ଆର୍ଥିକ ରାଶି ସହ କପ ଓ ରନର ଦଳ କୁ 12 ହଜାର ଟଙ୍କା ଓ କପ ପ୍ରଦାନ କରିଛନ୍ତି.ଟୁର୍ଣମେଣ୍ଟ ରେ ମେନ ଅଫ ଦି ସିରିଜ ମନୋଜ ମଳିକ,ମେନ ଅଫ ଦି ମେଚ କୈଳାଶ ବେହେରା ଯୋଗ୍ୟ ବିବେଚିତ ହୋଇଥିବା ବେଲେ ଖେଳ ପରିଚାଳନା କରିଥିଲେ ମନୋଜ ଓ ଶଙ୍କର. ଅନ୍ୟତମ ଅତିଥି ରୂପେ ଶଙ୍କର ପ୍ରଧାନ,ମନୋଜ ପ୍ରଧାନ,ମକରା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ସହିତ କରିଥିଲେ.ପ୍ରିତମ ପବିତ୍ର,ମିଥୁନ, ଟିଟୁ,ଶଙ୍କର…

Read More

ବୋଲଗଡ଼,୨୦/୦୪(ସୁଶାନ୍ତ କୁମାର ପ୍ରଧାନ): ଆମ ରାଜ୍ୟରେ ପ୍ରତେକ ଗ୍ରାମାଞ୍ଚଳରେ ଲୋକ କଥା ରହିଛି ” ଝିଁ..ଝିଁ..ଡାକିଲା ଝିଙ୍କାରି ଉଠ ଚଷା ପୁଅ ଧାନ ବୁଣ। ଅକ୍ଷୟ ତୃତୀୟା ମୁଠି ଅନୁକୂଳ ବୈଶାଖ ଖରା ହେଲାଣି ଟାଣ। ଜେଷ୍ଠ ରଜ ଜାତ ହୋଇଯିବ ଗଜା ଅଦିନ ବରଷା ପାଣି ପାଇ। ଆଶାଢେ ଗୁଣ୍ଡିଚା କରିବୁ ବିହୁଡ଼ା ମଇ ଦେଉଥିବ ଗୀତ ଗାଇ”ଓଡ଼ିଶା କୃଷିପ୍ରଧାନ ରାଜ୍ୟ । କୃଷି ହେଉଛି କୃଷକର ପରିଚୟ। ଓଡ଼ିଶାର ସାଂସ୍କୃତିକ ଜୀବନ ଓ କୃଷି ପରମ୍ପରା ସହିତ ଅକ୍ଷୟ ତୃତୀୟାର ନିବିଡ଼ ସମ୍ପର୍କ ରହିଛି। ଏହି ଦିନକୁ କୃଷକମାନେ ନୂଆ ଚାଷ ବର୍ଷର ଶୁଭାରମ୍ଭ ଭାବେ ଗ୍ରହଣ କରିଥାନ୍ତି। ଇଂରାଜୀ ନବବର୍ଷ କିମ୍ବା ଓଡ଼ିଆ ନବବର୍ଷ ବା ପଣା ସଂକ୍ରାନ୍ତି ପାଳନ ପରି କୃଷି କାର୍ଯ୍ୟରେ ଏହି ଅକ୍ଷୟ ତୃତୀୟା ରେ “ଅଖିମୁଠି ଅନୁକୂଳ” ହୁଏ। ଚାଷ କାର୍ଯ୍ୟରେ ନୂଆବର୍ଷ ଆରମ୍ଭ ହୋଇଥାଏ। ଏହି ପବିତ୍ର ଦିନଠାରୁ ଆରମ୍ଭ…

Read More

ଫୁଲବାଣୀ,୧୯/୦୪:(ସୁନୀଲ ପଟନାୟକ):ପବିତ୍ର ଅଖିତୃତୀୟl ଅବସରରେ ଶ୍ରୀଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ ସପ୍ତବିଂଶ ତମ ଯାତ୍ରା ଆରମ୍ଭ ହୋଇ ଆସନ୍ତା ମେ ମାସ ୨୦ଯାଏ ଦୀର୍ଘ ଏକ ମାସ ଧରି ଚାଲିବ l ସଭାପତି କାବୁଲା ସେନାପତିଙ୍କ ନେତୃତ୍ବରେ ଯାତ୍ରା ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସମେତ ପୂଜକ ମାନଙ୍କ ଉପସ୍ଥିତିରେ ସମସ୍ତ ରୀତି ନୀତି ପୁଜା ପଦ୍ଧତି ପ୍ରକ୍ରିୟା କରାଯାଇ ବ୍ରାହ୍ମଣୀ ଦେବୀ , ବରାଳ ଦେବୀ, ବ୍ୟାଘ୍ର ଦେବୀ, ଗ୍ରାମ୍ୟ ଦେବୀ ଆଦି ଙ୍କୁ ଆବାହନ କରି ଅଣା ଯିବା ଅସ୍ଥାୟୀ ମଣ୍ଡପ ଯାତ୍ରା ପଡ଼ିଆ କୁଅଣାଯିବା ପରେ ସଂନ୍ଧ୍ୟାରେ ବିଶାଳ ପଟୁଆର ରେ ବାଜା ବlଣ ସହ ନାରାୟଣୀ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ପରେ ମଧ୍ୟ ରାତ୍ରୀ ରେ ମାଙ୍କ ଆଜ୍ଞାମାଳ ଅଣାଯିବ l ସମସ୍ତ କାର୍ଯ୍ୟ ଯେପରି ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହେବ ଏଥିପାଇଁ ପୋଲିସ ପ୍ରଶାସନ ଓ ଯାତ୍ରା କମିଟି…

Read More

ରାୟଗଡ,୧୯/୪:(ଅମୁଲ୍ୟ ନିଶଙ୍କ):ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ତଥା ରାୟଗଡ଼ା କଲା ନୋଡାଲ ତିରୁମାଲା ନାୟକ ଦୁଇ ଦିନିଆ ରାୟଗଡ଼ା ଜିଲା ଗସ୍ତ କରି ଶନିବାର ଫେରିଯାଇଛନ୍ତି । ଶୁକ୍ରବାର ବଳମ୍ବିତ ସ୍ଥିତ ରାତିରେ ସେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ର ୧୦୦ ଶଯ୍ୟା ବିଶିଷ୍ଟ ନିର୍ମାଣାଧୀନ କୋଠା କାର୍ଯ୍ୟ ଅନୁଧ୍ୟାନ କରିବା ସହ ଉପଖଣ୍ଡ ସାସ୍ଥ୍ୟକେନ୍ଦ୍ରର ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ । ପ୍ରସୂତି ବିଭାଗ ପରିଦର୍ଶନ ସମୟରେ ସରକାରଙ୍କ ସମସ୍ତ ଯୋଜନା ଉପଲବ୍ଧ ହେଉଛି କି ନାହିଁ ମହିଳାଙ୍କୁ ପଚାରି ବୁଝିଥିଲେ। ଶନିବାର ଦ୍ଵିତୀୟ ଦିନରେ ଗୁଣପୁର ବ୍ଲକ ଗ୍ରସ୍ତ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର କରି କେନ୍ଦ୍ର ଓ ଚିତ୍ରକଳା ଲାଞ୍ଜିଆ ସୌରା ଜନଜାତି ତିଙ୍କ ତାଲିମ କେନ୍ଦ୍ର ପରିଦର୍ଶନ ନ କରି ଭିତ୍ତଭୂମିର ଅନୁଧ୍ୟାନ କରିବା ସହ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି ।ପୁଟାସିଂ ପଞ୍ଚାୟତର ରେଞ୍ଜିଙ୍ଗତାଳରେଥିବ ଥିବା ଜନଜାତି ପାରମ୍ପରିକ ଇତିତାଳ ଚିତ୍ରକଳା…

Read More

ସିନାପାଲି,୧୯/୪: (ପରମେଶ୍ୱର ମେହେର ): ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ଗ୍ରାମପଞ୍ଚାୟତ ଚଚରାଭଟା ଗ୍ରାମର ଏକ କୁନି ଝିଅ ରିଆ ଛତ୍ରିଆଙ୍କ ଜୀବନ ଆଜି ଦୁଃଖ ଓ ଅସହାୟତାର ଚିତ୍ର ଆଙ୍କି ଦେଉଛି । କମ୍ ବୟସରେ ଜୀବନର କଠୋର ସତ୍ୟ ସମ୍ମୁଖୀନ ହୋଇଥିବା ଏହି ଝିଅଟି ଏବେ ସମାଜ ଓ ପ୍ରଶାସନର ସହାନୁଭୂତି ଓ ସହଯୋଗ ପାଇଁ ଆଶାରେ ଅପେକ୍ଷା କରୁଛି । ସୂଚନା ଅନୁସାରେ, ରିଆ ଙ୍କ ପିତା କହିଲେ କିଏ ନ ଜାଣେ କିନ୍ତୁ ଦୁଃଖ ର ବିଷୟ । ତା ପରେ ଗତ ବର୍ଷ ତାଙ୍କ ମାଆ ଯମୁନା ଛତ୍ରିଆ ଙ୍କ ମୃତ୍ୟୁ ଘଟିବାରୁ ସେ ସଂପୂର୍ଣ୍ଣ ଭାବେ ଅନାଥ ହୋଇପଡିଛନ୍ତି । ବର୍ତ୍ତମାନ ସେ ତାଙ୍କ ମାମୁଁ ଫୁଳଚନ ଛତ୍ରିଆ ଙ୍କ ଆଶ୍ରୟରେ ରହୁଛନ୍ତି, କିନ୍ତୁ ମାମୁଁଙ୍କ ପରିବାର ମଧ୍ୟ ଦରିଦ୍ର ସୀମାରେଖା ତଳେ ଥିବାରୁ ଝିଅଟି ଙ୍କ ଜୀବନ ଏକ…

Read More

ସିନାପାଲି,୧୯/0୪:(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ଶିକ୍ଷା ବିଭାଗ ତରଫରୁ ରବିବାର ଏକ ଭବ୍ୟ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା l ଏହି ଶିବିରରେ ସିନାପାଲି ବ୍ଲକ ଅନ୍ତର୍ଗତ ୧୬ଟି କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ ରକ୍ତଦାତା ମିଶି ସମୁଦାୟ ୭୫ ଜଣ ସ୍ବେଛାସେବୀ ରକ୍ତଦାନ କରିଥିଲେ l ବିଇଓ ଯତୀନ୍ଦ୍ର କୁମାର ସେଠଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ ମୁଖ୍ୟଅତିଥି ଭାବରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଡ଼ିଓ କର୍ମୀ ଓରାମ, ମେଡିକାଲ ଅଫିସର ଶ୍ରୀମାନ ସାହୁ, ଡାକ୍ତର ନୈମିଶ ସା, ଏବିଇଓ ପ୍ରଦୀପ ପଣ୍ଡା, ଓଷ୍ଟାର ଜିଲ୍ଳା ସମ୍ପାଦକ ରଵିନ୍ଦ୍ରନାଥ ଯୋଷୀ, ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରି ପ୍ରମୁଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ଆୟୋଜନରେ ଶିକ୍ଷକ ମନୋରଞ୍ଜନ ମେହେର, ବୈଷ୍ଣବ ମେହେର, ତରୁଣ କୁମାର ମେହେର, ଶିକ୍ଷକ ସଂଘ ସମ୍ପାଦକ ବାଲାଜୀ ହରିଜନ, ସିଅରସିସି…

Read More

ରାୟଗଡ,୧୯/୪:(ଅମୂଲ୍ୟ ନିଶଙ୍କ): ଚନ୍ଦ୍ରପୁର ବ୍ଲକ୍ ର ଜାତି ଜନଜାତି ବିଭାଗର ଏକ ବନ୍ଧୁ ମିଳନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେଇଥିଲା । ଏଥିରେ ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଙ୍କ ତତତ୍ଵାବଧାନରେ ଏକ ବଣ ଭୋଜିର ଫଳ ଫଳିଆ ନଦୀ ନିକଟରେ ଚନ୍ଦ୍ରପୁର ବ୍ଲକ୍ ର ସାତ ଗୋଟି ବିଦ୍ୟାଳୟର ୫୦ ରୁ ଉର୍ଦ୍ଧ ଶିକ୍ଷକ ଯୋଗ ଦେଇଥିଲେ ଅନୁରାଧା ଲିଙ୍ଗମ୍ ଉର୍ମିଳା ପିପଳି ରାଜୁ ପାଲ୍ ସନ୍ତୋଷ କୁଶଲିୟା ଶିକ୍ଷକ ଉପ ସଭାପତି ଶ୍ରୀ ପ୍ରଦୀପ ଚୌଧୁରୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ଏ ଭଳି ୫୦ ରୁ ଉର୍ଦ୍ଧ ଶିକ୍ଷକ ଉପସ୍ଥିତ ଥିଲେ । ଚନ୍ଦ୍ରପୁର ବ୍ଲକ୍ ର ସମସ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଯୋଗ ଦାନ କରି ଥିଲେ । ସମସ୍ତ ବିଦ୍ୟାଳୟର ଭଲ ମନ୍ଦ ଵିଷୟ ଆଲୋଚନା ହୋଇଥିଲା। ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କହିଥିଲେ ବିଦ୍ୟାଳୟ ଏକ ମନ୍ଦିର ବିଦ୍ୟାଳୟକୁ ମନ୍ଦିର ଭଳି ଦାୟିତ୍ଵ ବାନ ହେବା…

Read More

ରାୟଗଡ଼,୧୯/୪:(ଅମୂଲ୍ୟ କୁମାର ନିଶଙ୍କ):ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଏନ ତିରୁମୁଲା ନାଏକ ଆଜି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସଚିବଙ୍କ ଏହି ଗସ୍ତ ସମୟରେ ପ୍ରଥମେ କୁଜେନ୍ଦ୍ରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଯାଇ ସ୍ଥାନୀୟ ସରପଞ୍ଚ,ବାସିନ୍ଦା ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଙ୍କ ସହ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ଆଲୋଚନା କରିଥିଲେ।ଏହା ପରେ ରାମନାଗୁଡା ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ର ଭିତ୍ତିଭୂମି , ଇ ଲାଇବ୍ରେରୀ,ଛାତ୍ର ଛାତ୍ରୀ ଙ୍କ ଆର୍ଚେରୀ କୌଶଳ ଦେଖି ଖୁସି ବ୍ୟକ୍ତ କରିବା ସହ ଛାତ୍ର ଛାତ୍ରୀଙ୍କ ଶିକ୍ଷା ଓ କ୍ରୀଡ଼ା ଦକ୍ଷତା ବିକାଶ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।ଏହା ପରେ ବ୍ଲକ ପ୍ରଶାସନ ଓ ଉଦ୍ୟାନ କୃଷି ବିଭାଗ ମିଳିତ ସହାୟତାରେ ଖାମ୍ବାଗୁଡ଼ା ମା ଘଟଗାଁ ତାରିଣୀ…

Read More

ଫୁଲବାଣୀ:୧୯/୦୪:(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପକ୍ଷରୁ ଏକ ‘ପ୍ରମୁଖ ନାଗରିକ ସଙ୍ଗୋଷ୍ଠୀ’ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀମାନଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ର ନିର୍ମାଣ ଓ ସାମାଜିକ ସମରସତା ଉପରେ ଗୁରୁତ୍ୱାରୋପ କରାଯାଇଛି।ମୁଖ୍ୟ ଆଲୋଚନା ଓ ପ୍ରସଙ୍ଗ: କନ୍ଧମାଳ ଜିଲ୍ଲାର ଏହି ସଙ୍ଗୋଷ୍ଠୀରେ ଉପସ୍ଥିତ ଅତିଥି ଓ ବକ୍ତାମାନେ ବର୍ତ୍ତମାନର ସାମାଜିକ ପରିପ୍ରେକ୍ଷୀରେ ଜଣେ ସଚେତନ ନାଗରିକର କର୍ତ୍ତବ୍ୟ ଏବଂ ସ୍ଥାନୀୟ ଅଞ୍ଚଳର ବିକାଶରେ ସାଧାରଣ ଜନତାଙ୍କ ଭାଗିଦାରୀ ବିଷୟରେ ପ୍ରଶ୍ନୋତ୍ତରୀ ମାଧ୍ୟମରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ବିଶିଷ୍ଟ ଚିନ୍ତାନାୟକ, ବାଗ୍ମୀ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଆଦରଣିୟ ଶ୍ରୀ ବିଶ୍ୱମ୍ବର ପାଣି ନିଜ ବକ୍ତବ୍ୟରେ ପଞ୍ଚ ପରିବର୍ତ୍ତନ ମାଧ୍ୟମରେ ସମାଜ ପରିବର୍ତ୍ତନ ପାଇଁ ଆହ୍ୱାନ…

Read More

ଫୁଲବାଣୀ,୧୯/୦୪(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲାର ସୁ ପ୍ରସିଦ୍ଧ ତଥା ଐତିହାସିକ ଶ୍ରୀ ଶ୍ରୀ ଶ୍ରୀ ମା ନାରାୟଣୀଙ୍କ ସମେତ ପଞ୍ଚ ଠାକୁରାଣୀଙ୍କ ଯାତ୍ରା ଆସନ୍ତା କାଲି ଅର୍ଥାତ ଏପ୍ରିଲ ୨୦ ରୁ ମଇ ମାସ ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଏହି ଅବସରରେ ଯାତ୍ରା ପରିଚାଳନା କମିଟି ସଭାପତି କାବୁଲା ସେନାପତିଙ୍କ ସମେତ ପରିଚାଳନା କମିଟି ନିଷ୍ପତ୍ତି ପ୍ରକାରେ, କମିଟି ସମ୍ପାଦକ ଏଲ ସଞ୍ଜିତ ପାତ୍ର, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, କମିଟି କାର୍ଯ୍ୟକାରୀ ସଦସ୍ୟ ଜଗନ୍ନାଥ ସାହୁ, ମୁକ୍ତିକାନ୍ତ ମହାନ୍ତି, ଦେବାଶିଷ ପ୍ରିୟଦର୍ଶନ, ଲଳିତ ନାରାୟଣ ନନ୍ଦ(ଟିଙ୍କୁ )ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ କରି ଚଳିତ ଯାତ୍ରା ପାଇଁ ନିମନ୍ତ୍ରଣ କରିଥିଲେ l ମୁଖ୍ୟ ମନ୍ତ୍ରୀ ଆସିବାପାଇଁ ସମ୍ମତି ପ୍ରଦାନ କରିଛନ୍ତି l କିଛି ଦିନ ପୂର୍ବରୁ ସଭାପତି ଶ୍ରୀ ସେନାପତି ସାଧାରଣ ବୈଠକ ଡକାଇ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ମାନଙ୍କ…

Read More

ସିନାପାଲି: ୧୯/୦୪:(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କାପସୀ ଗ୍ରାମ ପୁଣିଥରେ ଭକ୍ତିର ଅପୂର୍ବ ରଙ୍ଗରେ ରଙ୍ଗେଇଛି । ଏଠାରେ ଆୟୋଜିତ ୧୬ ପ୍ରହରୀ ନାମଯଜ୍ଞ ଉତ୍ସବ ଗ୍ରାମକୁ ଏକ ଆଧ୍ୟାତ୍ମିକ କ୍ଷେତ୍ରରେ ପରିଣତ କରିଦେଇଛି । ଗତ ଦୁଇ ଦିନ ଧରି ଚାଲିଥିବା ଏହି ପବିତ୍ର ଅନୁଷ୍ଠାନରେ ଦୂରଦୂରାନ୍ତରୁ ଭକ୍ତମାନେ ଯୋଗଦେଇ ଭକ୍ତିର ସ୍ରୋତକୁ ଅଧିକ ଗଭୀର କରିଛନ୍ତି । ଆଜି ରବିବାର ସକାଳ ୮ଟାରେ ଏହାର ପୂର୍ଣ୍ଣାହୁତି ହେବାକୁ ଥିବାବେଳେ, ଗ୍ରାମରେ ଭକ୍ତମାନଙ୍କର ଭିଡ଼ ଚୂଡ଼ାନ୍ତରେ ପହଞ୍ଚିଛି । ଗାଁର ପ୍ରତ୍ୟେକ କୋଣାରୁ “ହରେ କୃଷ୍ଣ, ହରେ ରାମ” ମହାମନ୍ତ୍ରର ଧ୍ୱନି ଗୁଞ୍ଜିଉଠୁଥିବା ସମୟରେ ଭକ୍ତମାନେ ନାମ ସଙ୍କୀର୍ତ୍ତନ, ଭଜନ ଓ କୀର୍ତ୍ତନରେ ଲୀନ ହୋଇ ଆତ୍ମିକ ଆନନ୍ଦର ଅନୁଭୂତି କରୁଛନ୍ତି । ପୂଜାପାଠ ଓ ହୋମଯଜ୍ଞ ମାଧ୍ୟମରେ ସମଗ୍ର ପରିବେଶ ଭକ୍ତିମୟ ରୂପ ଧାରଣ କରିଛି, ଯାହା ଗ୍ରାମୀଣ ସାମୂହିକତା ଓ ଏକତାର ଏକ ଅଦ୍ଭୁତ…

Read More