ଚିକିଟି,୧୮/୪(ନିଗମାନନ୍ଦ ପଣ୍ଡା ) : ଆଜି ସକାଳ ୭ ଘଣ୍ଟା ସମୟ ରେ ପିତାତଳି ଆଦର୍ଶ ବିଦ୍ୟାଳୟ କୁ ନୂଆପଡା ଅଞ୍ଚଳ ର ବିଦ୍ୟାର୍ଥୀଙ୍କୁ ଏକ ଭେନ ଯୋଗେ ନେଉଥିବା ବେଳେ ଚିକିଟିଗଡ ଇଲେକ୍ଟ୍ରିକ ଅଫିସ ନିକଟରେ ଦୁର୍ଘଟଣା ଘଟି ଓଲଟି ପଡିଥିଲା l ଯାହା ଫଳ ରେ ସ୍କୁଲ ଭେନ ରେ ବସିଥିବା ବିଦ୍ୟାର୍ଥୀ ଙ୍କ ସହ ଚାଳକ ଆହତ ହୋଇଛନ୍ତି l କାହାର ଦାନ୍ତ ଭାଙ୍ଗିଛି ତ କାହାର ହାତ, ମୁଣ୍ଡରେ ଆଘାତ ହୋଇଛି l ଚାଳକ ଙ୍କ ଛାତିରେ ଆଘାତ ଯୋଗୁଁ ସେ ଗୁରୁତର ଆହତ ହୋଇଛନ୍ତି l ସମସ୍ତ ଆହତ ଙ୍କୁ ପ୍ରାତଃ ଭ୍ରମଣ ରେ ଯାଉଥିବା ଯୁବକ ମାନେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ l ଏଠାରେ ସୂଚନା ଏହି କି ପିତାତଳି ସ୍ଥିତ ଆଦର୍ଶ ବିଦ୍ୟାଳୟ ରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ରେ ପଢ଼ୁଥିବା…
Author: Janabani News
ଚିକିଟି,୧୮/୪:(ନିଗମାନନ୍ଦ ପଣ୍ଡା ):ସମାଜରେ ତ୍ୱରାନ୍ୱିତ ନ୍ୟାୟ ପ୍ରଦାନ ପାଇଁ ପୋଲିସ ଓ ସରକାରୀ ଓକିଲ ମାନଙ୍କ ମିଳିତ ଭାବେ ମକଦ୍ଦମା ପରିଚାଳନାକୁ ପ୍ରୋତ୍ସାହିତ କରିବା ସହିତ ମାନ୍ୟବର ପୋଲିସ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଯୋଗେଶ ବାହାଦୁର ଖୁରାନିଆ କମ୍ ଦିନରେ ମକଦ୍ଦମା ଫଇସାଲା କରିବାରେ ସହଯୋଗ କରିଥିବା ଆରକ୍ଷୀ ଅଧିକ୍ଷକ, ସରକାରୀ ଓକିଲ, ତଦନ୍ତକାରୀ ନିରିକ୍ଷକ ଓ ତଦନ୍ତକାରୀ ଅଧିକାରୀ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଗ୍ରାମରେ ୨୫.୦୪.୨୦୨୫ ତାରିଖରେ ଘଟିଥିବା ଦୂସ୍କର୍ମ ଓ ହତ୍ୟା ମାମଲାର ୧୨୦ ଦିନରେ ମକଦ୍ଦମା ପରିଚାଳନା କରିବାରେ ସହଯୋଗ କରି ବିଚାରାଳୟ ଦ୍ୱାରା ଆଜିବନ କାରାଦଣ୍ଡରେ ଦଣ୍ଡିତ କରାଇଥିବା ଗଞାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ପାଟପୁର ଥାନା ଅଧିକାରୀ ଓ ସରକାରୀ ଓକିଲ ଶ୍ରୀ ନାରାୟଣ ପଣ୍ଡାଙ୍କୁ ମାନପତ୍ର ଦେଇ ପ୍ରୋତ୍ସାହିତ କରିଛନ୍ତି।ଏହିପରି କାର୍ଯ୍ୟ କୁ କମ୍ ସମୟରେ ନ୍ୟାୟ କରି ସନ୍ନମାନୀତ ହୋଇଥିବାରୁ ସରକାରୀ…
ନୂଆଦିଲ୍ଲୀ:୧୮/୪/:(ଜନବାଣୀ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ସାଢେ ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସେ ମହିଳା ସଂରକ୍ଷଣ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ସମଗ୍ର ଦେଶ ଏହି ସମ୍ବୋଧନ ଉପରେ ନଜର ରଖିଛି। ଏହି ଭାଷଣର ସିଧା ପ୍ରସାରଣ କରାଯିବ। ଶୁକ୍ରବାର କେନ୍ଦ୍ର ସରକାର ଲୋକସଭାରେ ସମ୍ବିଧାନର ୧୩୧ତମ ସଂଶୋଧନ ବିଲ୍ ପାସ୍ କରାଇପାରିଲେ ନାହିଁ । ଯାହା ଲୋକସଭାରେ ଆସନ ବୃଦ୍ଧି କରିବା ପାଇଁ ଅଣାଯାଇଥିଲା। ଏଥିରେ ସଂସଦର ଆସନ ୫୪୩ରୁ ୮୫୦ କୁ ବୃଦ୍ଧି କରିବାର ବ୍ୟବସ୍ଥା ଥିଲା। ୨୧ ଘଣ୍ଟା ଆଲୋଚନା ପରେ ଲୋକସଭାରେ ବିଲ୍ ଉପରେ ଭୋଟିଂ ହୋଇଥିଲା। ୫୨୮ ଜଣ ସାଂସଦ ସେମାନଙ୍କର ଭୋଟ ଦେଇଥିଲେ। ସପକ୍ଷରେ ୨୯୮ ଜଣ ଭୋଟ ଦେଇଥିବାବେଳେ ବିପକ୍ଷରେ ୨୩୦ ଜଣ ଭୋଟ ଦେଇଥିଲେ। ତଥାପି, ବିଲ୍ ପାସ୍ କରିବା ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା।…
ଚିକିଟି:୧୮/୪:(ନିଗମାନନ୍ଦ ପଣ୍ଡା):ଝlଟିପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଚିକିଟି ଅଗ୍ନିଶମ ବିଭାଗ ତରଫରୁ ଅଗ୍ନିକାଣ୍ଡ, ସର୍ପ ଦଂଶନ ଓ ପାଣିରେ ବୁଡିଯିବା ବେଳେ କିପରି ସୁରକ୍ଷିତ ରହିପାରିବା କୌଶଳ ଉପରେ ସଚେତନତା କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଥିଲା। ସଭାରେ ଉପସ୍ଥିତ ପିଲାମାନଙ୍କୁ କେନ୍ଦ୍ର ଅଧିକାରୀ ପ୍ରଦୀପ କୁମାର ପଟ୍ଟନାୟକ ଓ ସଞୟ କୁମାର ନାୟକ ପ୍ରମୁଖ ତାଲିମ୍ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେବରିଷ୍ଠ ଶିକ୍ଷକ ବୃନ୍ଦାବନ ଚନ୍ଦ୍ର ପାଢ଼ୀ ଙ୍କ ନେତୃତ୍ୱରେ ବିଦ୍ୟଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ଓ ଶକ୍ଷୟିତ୍ରୀ ମାନେ ଓ ଛାତ୍ର ଛାତ୍ରୀ, ପାଚିକା ସହୟିକା ସମୂହ ଅଂଶ ଗ୍ରହଣ କରି ତାଲିମ ନେଇଥିଲେ.
ଚିକିଟି:୧୮/୪:(ନିଗମାନନ୍ଦ ପଣ୍ଡା):ପିତାତଳି ଆଦର୍ଶ ବିଦ୍ୟାଳୟ ଦଶମ ଶ୍ରେଣୀର ଛାତ୍ର ଖୁସଲ କୁମାର ବେହେରା ସିବିଏସଇର ପ୍ରକାଶିତ ଫଳାଫକରେ କୃତିଲାଭ କରି ଅଞ୍ଚଳରେ ଗୌରବ ବଢ଼ାଇଛି। ବିଦ୍ୟାଳୟର ଛାତ୍ର ସୁରଳ ଗ୍ରାମର ଅଧ୍ୟାପକ ନିରଞ୍ଜନ ବେହେରା ଓ ରଶ୍ମିତା ବେହେରାଙ୍କ ପ୍ରତିଭାଶାଳୀ ପୁତ୍ର ୫୦୦ରୁ ୪୯୨ ନମ୍ବର ଅର୍ଜନ କରି ଦଶମ ଶ୍ରେଣୀରେ ସମସ୍ତ ରେକର୍ଡ ଭାଙ୍ଗି ଅଞ୍ଚକରେ ଗୌରବ ଆଣିଛନ୍ତି।। ତାଙ୍କର ଏହି ଅପୂର୍ବ ସଫଳତା ସୁରକ ଗ୍ରାମ ସହ ସମଗ୍ର ଚିକିଟି ଅଞ୍ଚଳକୁ ଗର୍ବିତ କରିଛି। ଖୁସଲ୍ କୃତିତ୍ୱ ପାଇଁ ଅଭିଭାବକ, ଶିକ୍ଷକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।ଏହି ସଫଳତା ପାଇଁ ତାଙ୍କ ଅଭିଭାବକ ଓ ବିଦ୍ୟାଳୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଅଞ୍ଚଳ ବାସୀମାନେ ଏହି ସଫଳତାକୁ ଅଭିନନ୍ଦନ ଜଣାଇଛନ୍ତି।
ଭଞ୍ଜନଗର,୧୭/୪:(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା କଂଗ୍ରେସର ପଶ୍ଚିମ ସଭାପତି ଭାବେ ଦାୟିତ୍ୱ ପାଇବା ପରେ ଦଣ୍ଡପାଣି ପାତ୍ର ତୃଣମୂଳ ସ୍ତରରୁ କର୍ମୀଙ୍କୁ ନେଇ ସଂଘଠନ ସଜାଡିବା ଉପରେ ଗୁରୁତ୍ୱାରୋପ ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ କର୍ମକର୍ତ୍ତା ଓ କର୍ମୀ ମାନଙ୍କୁ ଭେଟି ଶ୍ରୀ ପାତ୍ର ଆଲୋଚନା କରିଛନ୍ତି। ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ସହ ଲୋକଙ୍କ ସହ ଯୋଡି ହୋଇ ରହିବ ବୋଲି ଶ୍ରୀ ପାତ୍ର ଶୁକ୍ରବାର ଜଳ ସମ୍ପଦ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ବ୍ଲକ ଓ ଜିଲ୍ଲା ସ୍ତରରେ କମିଟି ଗଠନ ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ଗଠନ ହୋଇନଥିବା ବୁଥ ଲେବର କମିଟି ପୁନଃ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ପୁରୁଣା କର୍ମକର୍ତ୍ତା ଓ କର୍ମୀଙ୍କୁ ପୁଣି ଥରେ କଂଗ୍ରେସକୁ ଫେରାଇ ଆଣିବା ଦିଗରେ କାଯ୍ୟ କରାଯାଉଥିବା ଶ୍ରୀ ପାତ୍ର ପ୍ରକାଶ…
ଫୁଲବାଣୀ,୧ ୭/୦୪:(ସୁନୀଲ ପଟ୍ଟନାୟକ):କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ୧୦ମ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ଭିକାରୀ ସାହୂ ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଭୂରୀ ଭୁରୀ ପ୍ରଶଂସା କରିଥିଲେ l ଗତ ବର୍ଷ ମେଳା କୁ ଆସିଥିଲି ତେବେ ଗତ ବର୍ଷ ତୁଳନା ରେ ଏହିବର୍ଷ ଏତେ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ମୁଖ୍ୟ ଅତିଥି ଉପଜିଲା ପାଳ ସାହୂ କହିବା ସହ ଏହାକୁ ଆଗକୁ ନେବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ l l ସେହିପରି ସମ୍ମାନୀତ ଅତିଥି ଭାବେ ଫୁଲବାଣୀ ତହସିଲ ଦାର ଶ୍ରୀମତୀ ପ୍ରିୟଙ୍କା…
କଳାହାଣ୍ଡି,୧୭/୦୪:(ରୁପେନ୍ଦ୍ର ସୁନାନୀ):କଳାହାଣ୍ଡି ଜିଲ୍ଲା,ଧର୍ମଗଡ଼ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଦାପ୍ତା ସଂସ୍ଥା ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଗଠନ ଓ ଶିଶୁ ସୁରକ୍ଷା ଦାୟିତ୍ୱ ସମ୍ପର୍କିତ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ସିଡିପିଓ ଧରିତ୍ରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗେଶ୍ୱର ବୁଢ଼ିଆ ଜିଲ୍ଲା ସଂଯୋଜକ, DSWO କାର୍ଯ୍ୟାଳୟ,ଦିବ୍ୟରଞ୍ଜନ ଯୋଶୀ (ଏଡ୍ ଏଟ୍ ଆକ୍ସନ, ଭବାନୀପାଟଣା)ରଶ୍ମିତା ବେହେରା (RCDC)ସରସ୍ୱତୀ ମିଶ୍ର (ବୋର୍ଡ ସଦସ୍ୟ, DAPTA)ଅଞ୍ଜଳି ସିଂ (ମହିଳା ନେତ୍ରୀ) ପ୍ରମୁଖ ଯୋଗଦେଇଥିଲେ।କର୍ମଶାଳାରେ ମୁଖ୍ୟତଃ ଗ୍ରାମଗୁଡ଼ିକୁ କିପରି ବାଲ୍ୟ ବିବାହ ମୁକ୍ତ କରା ଯାଇପାରିବ ଏବଂ ଏଥିରେ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି (VLCPC) ର ଭୂମିକା କ’ଣ ରହିବ, ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ବର୍ତ୍ତମାନ ବିବାହ ଋତୁ ଚାଲିଥିବାରୁ ବାଲ୍ୟ ବିବାହ ରୋକିବା ପାଇଁ ତୃଣମୂଳ ସ୍ତରରେ କଠୋର…
କଳାହାଣ୍ଡି,୧୭/୦୪:(ରୂପେନ୍ଦ୍ର ସୁନାନୀ):କଳାହାଣ୍ଡି ଜିଲ୍ଲା,ଧର୍ମଗଡ ବ୍ଲକ୍, ତେଣ୍ଡାପାଳି ଗ୍ରାମ ପଞ୍ଚାୟତ ପଦମପୁର ଗ୍ରାମରେ ଦେଖିବାକୁ ମିଳିଛି ପାନୀୟ ଜଳ ସମସ୍ୟା। ଖରା ଦିନ ଆସିବା ପୂର୍ବରୁ ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ। ସରକାର ବଦଳୁଛି ,ନେତା ମନ୍ତ୍ରି ବଦଳୁଛନ୍ତି କିନ୍ତୁ ସମସ୍ୟାର ସମାଧାନ ହେଲା ନାହି। ପାଣି ଟିକିଏ ପାଇଁ ଗ୍ରାମର ପ୍ରାୟ 30 ରୁ ଉର୍ଦ୍ଧ ପରିବାର ଗୋଟିଏ ନଳକୂପ ଉପରେ ନିର୍ଭର କରିଥାନ୍ତି।ସକାଳ ପାହିଲେ ଘରେ ଘରେ ପାଣି ଚିନ୍ତା। ଗାଁ ର ମହିଳା ମାନେ ମାଠିଆ ଧରି ବାହାରି ପଢନ୍ତି ଏକ କିଲୋମିଟର ଦୂରରେ ଥିବା ଏକ ନଳକୂପକୁ। ଗାଁ ମଝିରେ ଥିବା ସେହି ଗୋଟେ ମାତ୍ର ନଳକୂପ ଅଛି ଯେଉଁଠି ଏକ ଘଣ୍ଟା ଅପେକ୍ଷା କଲେ ମାତ୍ର ଗୋଟେ କି ଦୁଇ ବାଲଟି ପାଣି ବାହାରିଥାଏ। ସେଥିରେ ମଧ୍ୟ ଅପରିଷ୍କାର ପାଣି ବାହାରିଥାଏ। ଗାଁ ନିକଟରେ ଥିବା କୂଅ ଏବଂ ନାଳର ପାଣି ମଧ୍ୟ ଶୁଖି…
ଭଞ୍ଜନଗର,୧୭/୪:(ନିଲୁ ବିଷୋୟୀ): ଭଞ୍ଜନଗର ଜଳସେଚନ ବିଭାଗ ଦ୍ବାରା ପରିଚାଳିତ ରାଜ୍ୟର ଏକ ମାତ୍ର ସରକାରୀ ୱାଟରପାର୍କ ପୁଣି ଗୁରୁବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ସଂଲଗ୍ନରେ ନିର୍ମିତ ଏହି ପାର୍କ ମଙ୍ଗଳବାରରୁ ରବିବାର ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଖୋଲା ରହିବ । ପ୍ରତି ସୋମବାର ଏହା ବନ୍ଦ ରହିବ । ଦୈନିକ ୨୦୦ରୁ ୩୦୦ ଲୋକଙ୍କୁ ଜଳକ୍ରୀଡ଼ା ନିମନ୍ତେ ଛଡ଼ାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରତି ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ମୁଣ୍ଡପିଛା ୨୦୦ ଟଙ୍କା ରଖାଯାଇଛି। ଜଣେ ୫ ଘଣ୍ଟା ପାର୍କ ଭିତରେ ମଜା ଉଠାଇପାରିବେ । ଏହାପରେ ପର୍ଯ୍ୟଟକମାନେ ଚାହିଁଲେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ବୁଲିପାରିବେ। ପୁଣି ୱାଟରପାର୍କ ଖୋଲିବା ବେଳେ ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ.ସଞ୍ଜୟ କୁମାର ପ୍ରଧାନ, ନିର୍ବାହୀଯନ୍ତ୍ରୀ ଇଂ.ସନ୍ତୋଷ କୁମାର ପାତ୍ର ଓ ସହକାରୀଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡା…
ବାଲିଗୁଡା,୧୭/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ । ସରକାରୀ ଯୋଜନାର ସୁଫଳ ରୂପାୟନ ଯେପରି ଶେଷ ସୀମାରେ ଥିବା ଲୋକଙ୍କ ପାଖରେ ପହଞ୍ଚିପାରିବ, ସେଥିପାଇଁ ଜିଲ୍ଲାପାଳ ନିଜେ ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରି କାର୍ଯ୍ୟର ମାନ ଓ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ସକାଳୁ ତାଜୁଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କଲିଙ୍ଗିରେ ପହଞ୍ଚି ସେଠିକାର ବିଭିନ୍ନ ସମସ୍ୟା ବିଷୟରେ ବୁଝିବା ସହ କଣ କଣ ସବୁ କାମ ହେବ ସେ ନେଇ ଦାରିଙ୍ଗବାଡ଼ି ବିଡ଼ିଓ ପ୍ରୀତିରଞ୍ଜନ ରଥ ଙ୍କୁ ନିର୍ଦେଶ ଦେଇଥିଲେ। ଏହା ପରେ ଭ୍ରମରବାଡ଼ି ଅଙ୍ଗନବାଡ଼ି ଗୃହ କାର୍ଯ୍ୟ,ରିଣ୍ଡାବାଲି ଜଳ ପ୍ରପାତ କାର୍ଯ୍ୟ ଦେଖିବା ସହ କିଭଳି ଅଧିକ ସୌନ୍ଦର୍ଯ୍ୟ କରାଯିବ ସେନେଇ ଆଲୋଚନା କରିଥିଲେ , ବାଡାବାଙ୍ଗା ଗ୍ରାମ ପଞ୍ଚାୟତ ଭବନ , ଡାଡାକେତା ବନ…
ବାଲିଗୁଡା,୧୭/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ସହ ପୋଲିସ ଦଳ ଦାରିଙ୍ଗିବାଡ଼ି ଛକରେ ପେଟ୍ରୋଲିଂ ବେଳେ କାଠ ପଟା ବୋଝେଇ ମିନି ଟ୍ରକ ଜବତ କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଥିଲେ। ପରେ ଏହାକୁ କ.ନୂଆଗାଁ ବନାଞ୍ଚଳ ପକ୍ଷରୁ ବନାଞ୍ଚଳ ଅଧିକାରୀ ରମାକାନ୍ତି କହଁରଙ୍କ ନେତୃତ୍ୱରେ କ.ନୂଆଗାଁ ବନପାଳ ଶୁଶାନ୍ତ କୁମାର ବୈଶାଖୀ ଉକ୍ତ ପଟା ବୋଝେଇ ୨୦୭ ପିକଅପ ଗାଡି ନଂ.ଓଡ଼ି ୦୨ ସିପି ୭୬୨୭ ମିନି ଟ୍ରକକୁ ନିଜ ଅଧୀନକୁ ଆଣିଥିଲେ। ଉକ୍ତ ମିନି ଟ୍ରକକୁ ଯାଞ୍ଚ କରି ଶାଳ ପଟା ୧୫ ଟି, ପିଆଶାଳ ପଟା ୨୫ ଟି ଓ ଶାଳ ସାଇଜ ୪୪ ଟି ମୋଟ ୮୪ ଟି କାଠ ପଟା ଜବତ କରିବା ସହିତ ବେଆଇନ କାଠ ପଟା ପରିବହନ କରୁଥିବା ଡ୍ରାଇଭର ରାଇକିଆ ଥାନା ଅନ୍ତର୍ଗତ ସୁଗଡ ବାଡ଼ିର ବିପିନ ପ୍ରଧାନ (୩୪)…