Author: Janabani News

ବାଲିଗୁଡା,୧୭/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବାଲିଗୁଡ଼ା ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ତଥା ଶ୍ରାଦ୍ଧ ଦିବସ ମହାସମାରୋହ ରେ ପାଳିତ ହୋଇ ଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ବିଜେଡ଼ି ଉପ ସଭାପତି ତଥା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ୪ ଟି ବ୍ଲକ ଓ ବାଲିଗୁଡ଼ା ଏନ୍ଏସିର ସମସ୍ତ ଜନ ପ୍ରତିନିଧିଙ୍କ ସମେତ ଶତାଧିକ ବିଜୁ ପ୍ରେମୀ ଏକତ୍ରିତ ହୋଇ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ସମଗ୍ର ସହର ପରିକ୍ରମା କରିବା ସହ ସ୍ଥାନୀୟ ବିଜୁ ଫୁଡ୍ କୋର୍ଟ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେପରେ ସ୍ଥାନୀୟ ବିଜେଡ଼ି କାର୍ଯ୍ୟାଳୟରେ ବିଜୁ ବାବୁଙ୍କ ସ୍ମୃତି…

Read More

କିଛି ସ୍ମୃତି କଲେଜ ପାଇଁ ଇତିହାସ ହୋଇ ରହିଯାଏ ବାଲିଗୁଡା,୧୭/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏ,ଏମ,ସି,ଏସ ମହାବିଦ୍ୟାଳୟ ପରିସରରେ ଇତିହାସ ବିଭାଗର ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀ ଙ୍କୁ ବିଭାଗ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଏଥିରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ ଉପସ୍ଥିତ ରହି ” କିଛି ଛାତ୍ର ଛାତ୍ରୀ ଙ୍କ ସ୍ମୃତି ଆମ ବିଭାଗରେ ସ୍ମୃତି ହୋଇ ରହିଯାଇଛି ” ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ଅଧ୍ୟାପକ ବନମାଳୀ ବେହେରା, ଅମୂଲ୍ୟ କୁମାର ସାବତ, ସନ୍ତୋଷ କୁମାର ରଥ ବିଭାଗର ଅଧ୍ୟାପକ ଅଭୟ ପ୍ରଧାନ, ରାହୁଳ ଦିଗାଲ, ଅଧ୍ୟାପିକା ଶ୍ରାବଣୀ ପ୍ରଧାନ, ସନ୍ଧ୍ୟାରାଣୀ କହଁର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଅଧ୍ୟାପକ ରତନ ଦିଗାଲ, ଆକାଶ ଶତପଥୀ, ଭଞ୍ଜ କିଶୋର ସାହୁ, ମନୋଜ ମହାରଣା,ରିଲୁ ପ୍ରଧାନ,…

Read More

ଭଞ୍ଜନଗର,୧୭/୪:(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ଲାଠିପଡା ଓ ଗାଙ୍ଗପୁର ସେକ୍ସନରୁ ପୁରୀ ଅଭିମୁଖେ ୧୬ ଖଣ୍ଡ ଫାଶୀ କାଠ ଯାଇଛି। ଉକ୍ତ ସମସ୍ତ କାଠ ଲୋକେ ଦାନ କରିଥିଲେ। ବନ ବିଭାଗ ଅଧିକାରୀ ଏଥିରେ ସହଯୋଗ କରିଥିଲେ। ରଥକାଠ ଯିବା ସମୟରେ ଲୋକେ ରାସ୍ତାକଡ଼ରେ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଏସିଏଫ ବିବେକ ଦାସ, ରେଞ୍ଜର ପୃଥିବୀ ରାଜ ପ୍ରଧାନ,ବନପାଳ ଦିଲ୍ଲୀପ ଦାସ,ବନରକ୍ଷୀ ବୁଲୁ ନାଇକ,ପିକିନା ସାହୁ,ଅର୍ଚ୍ଚନା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ପୁର୍ବରୁ ଏହି ବନଖଣ୍ଡରୁ ଚଳିତବର୍ଷ ପୁରୀ ରଥଯାତ୍ରା ପାଇଁ ର୍ନିମାଣ ହେଉଥିବା ରଥ ପାଇଁ ୩ ଥର କାଠ ପୁରୀକୁ ପଠାଗଲାଣି।

Read More

ଭଞ୍ଜନଗର,୧୭/୪:(ନିଲୁ ବିଷୋୟୀ):ସହର ମଧ୍ୟରୁ ଭଞ୍ଜନଗର ପୁଲିସ ସେକ୍ସ ରାକେଟ ଠାବ କରିଛି। ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବାରେ ପୁଲିସର ମୁଖ୍ୟ ଭୂମିକା ରହିଛି। ତେଣୁ ପୁଲିସ ବର୍ତ୍ତମାନଠାରୁ ବିଭିନ୍ନ ବେନିୟମ କାର୍ଯ୍ୟ ଉପରେ ଚଢ଼ାଉ ଜୋରଦାର୍‌ କରିଦେଇଛି। ଗତ ୧୫ ତାରିଖ ରାତିରେ ଏସ୍‌ଆଇ ସମୀର ସେଠୀ ଏବଂ ଅନ୍ୟ ପୋଲିସ କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ଭଞ୍ଜନଗର ଶଙ୍ଖ ସାହିର ଏକ ଘରେ ସେକ୍ସ ରାକେଟ ଚାଲିଥିବା ସୂଚନା ମିଳିଥିଲା। ଏହାପରେ ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଘର ଉପରେ ଚଢ଼ାଉ କରି ଜଣେ ମଧ୍ୟସ୍ଥି ଓ ୪ ଜଣ ଗ୍ରାହକଙ୍କୁ ଗିରଫ କରାଯାଇଥିଲା।ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ ମାହାର ଉପସ୍ଥିତ ଥିଲେ। ସୂଚନା ଅନୁସାରେ, ଅଭିଯୁକ୍ତ ଅମର ଓରଫ ଗୀତା ନାୟକ…

Read More

ଫୁଲବାଣୀ:୧୭/୦୪:(ସୁନୀଲ ପଟ୍ଟନାୟକ):ଶୁକ୍ରବାର କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ନେତୃତ୍ୱ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅଣତିରିଶି ତମ ଶ୍ରାଦ୍ଧ ଦିବସ ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହେଉଛି, ସକାଳ ଦଶଟା ବେଳେ ସ୍ଥାନୀୟ ବଜାର ରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରା ଯାଇ ଏକ ସଭା ର ଆୟୋଜନ କରା ଯାଇଥିଲା, ଜିଲ୍ଲା ପ୍ରତ୍ୟେକ ବ୍ଲକ ରୁ ବରିଷ୍ଟ କାର୍ଯ୍ୟକର୍ତ୍ତା , ସରପଞ୍ଚ ସମିତି ସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟା, ବ୍ଲକ ସଭାପତି, ବ୍ଲକ ଅଧକ୍ଷ ଅଧ୍ୟକ୍ଷା, ପୂର୍ବତନ ବିଧାୟକ ପୂର୍ବତନ ମନ୍ତ୍ରୀ ପୂର୍ବତନ ବ୍ଲକ୍ ଅଧକ୍ଷ ଅଧ୍ୟକ୍ଷା ଙ୍କ ସମେତ ଜିଲ୍ଲା ନେତୃବୃନ୍ଦ ସମେତ ପାଞ୍ଚଶହ ରୁ ଉର୍ଦ୍ଧ କର୍ମି ଉପସ୍ଥିତ ଥିଲେ,ସଭମଞ୍ଚରେ ପୂର୍ବତନ ମନ୍ତ୍ରୀ ଶ୍ରୀମତି ବିଷ୍ଣୁ ପ୍ରିୟା ବେହେରା, ପୂର୍ବତନ ଉପବାଚ୍ପତି ସଲୁଗା ପ୍ରଧାନ, ପୂର୍ବତନ…

Read More

ନୂଆପଡ଼ା,୧୭/୦୪(ପରମେଶ୍ୱର ମେହେର):ନୂଆପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସ୍ଥାନୀୟ ପୋଲିସ ପଡିଆରେ ଆଜି ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଭା ଚୟନ ପ୍ରକ୍ରିୟା ସଫଳ ଭାବରେ ଆୟୋଜିତ ହୋଇଯାଇଛି। ଏହି ପ୍ରକ୍ରିୟା ଭଲିବଲ ଖେଳ ପାଇଁ ବିଶେଷଭାବେ ଆୟୋଜିତ ହୋଇଥିଲା।ଜିଲ୍ଲାରେ ଅନଲାଇନ ମାଧ୍ୟମରେ ନାମ ପଞ୍ଜୀକରଣ କରିଥିବା ବାଳକ ଓ ବାଳିକାମାନଙ୍କ ପାଇଁ ପୂର୍ବରୁ ବ୍ଲକ୍ ସ୍ତରରେ ଖେଳକୁଦ, ଖୋ-ଖୋ ଓ ଭଲିବଲ ଖେଳରେ ଚୟନ ପ୍ରକ୍ରିୟା ଆୟୋଜିତ ହୋଇଥିଲା। ସେଠାରେ ଚୟନିତ ପ୍ରତିଭାମାନଙ୍କର ପାରଦର୍ଶିତା ପ୍ରମାଣପତ୍ର ରାଜ୍ୟ କ୍ରୀଡା ବିଭାଗକୁ ପ୍ରେରଣ କରାଯାଇଥିଲା।ରାଜ୍ୟ ସ୍ତରରେ ପ୍ରମାଣପତ୍ର ଗୁଡିକର ଯାଞ୍ଚ ପରେ ଚୟନିତ ପ୍ରତିଭାମାନଙ୍କର ତାଲିକା ଜିଲ୍ଲାକୁ ପ୍ରେରଣ କରାଯାଇଥିଲା। ରାଜ୍ୟ କାର୍ଯ୍ୟାଳୟ ନିର୍ଦ୍ଦେଶ ଅନୁସାରେ ଖେଳକୁଦ, ଖୋ-ଖୋ ଓ ଭଲିବଲ ଖେଳ ପାଇଁ ଜିଲ୍ଲା ସ୍ତରରେ ଏହି ଚୟନ ପ୍ରକ୍ରିୟା ଆୟୋଜିତ ହୋଇଥିଲା। ଏହାର ପରେ ଜିଲ୍ଲାସ୍ତରର ପାରଦର୍ଶିତା ପ୍ରମାଣପତ୍ର ପୁନର୍ବାର ରାଜ୍ୟ କାର୍ଯ୍ୟାଳୟକୁ ପ୍ରେରଣ କରାଯାଇଛି।ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ…

Read More

ଫୁଲବାଣୀ,୧୭/୦୪(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲାର ଅଗ୍ରଣୀ ତଥା ସର୍ବପୁରାତନ ଶିକ୍ଷାନୁଷ୍ଠାନ ପବ୍ଲିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଫୁଲବାଣୀ ଚଳିତ ବର୍ଷ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏକ ଗୌରବମୟ ସଫଳତା ହାସଲ କରିଛି। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ନିଜର ଶାଣିତ ପ୍ରତିଭା ଓ କଠିନ ପରିଶ୍ରମ ବଳରେ ଚମତ୍କାର ପ୍ରଦର୍ଶନ କରି ଅନୁଷ୍ଠାନ ପାଇଁ ସୁନାମ ଅର୍ଜନ କରିଛନ୍ତି।ବିଦ୍ୟାଳୟର ମେଧାବୀ ଛାତ୍ରୀ ସୁବିଦିତା ପ୍ରଧାନ ଚଳିତ ପରୀକ୍ଷାରେ ୯୯ ପ୍ରତିଶତ (99%) ମାର୍କ ରଖି ସମଗ୍ର କନ୍ଧମାଳ ଜିଲ୍ଲାର ଟପର୍ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କର ଏହି ଅତୁଳନୀୟ ସଫଳତା ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ସେହିଭଳି ବିଦ୍ୟାଳୟର ଅନୁପ୍ରଜ୍ଞା ନାୟକ ୯୭ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତୃତୀୟ ସ୍ଥାନରେ ସୁଭାଙ୍ଗି ବିଷୋୟୀ ୯୬.୬ ପ୍ରତିଶତ ରଖି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି।…

Read More

ଫୁଲବାଣୀ,୧୭/୦୪(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ ଲାଇନ୍ ପଡା ସ୍ଥିତ କୁଇଦିନା ଇନ୍ଦିରା ଗlନ୍ଧି ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ଯୁବ ରେଡ କ୍ରସ ଦ୍ଵାରା ଏଡ ସ୍ ରୋଗ ର କାରଣ ନିରାକରଣ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ମହାବିଦ୍ୟାଳୟ ର ଅଧ୍ୟକ୍ଷା ସସ୍ମିତା ପାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଉକ୍ତ ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗ ର ଅଧ୍ୟାପିକା ସୁଶ୍ରୀ ଶୁଭଶ୍ରୀ ଦିଗାଲ , କରିଅଧ୍ୟାପକ ଅକ୍ଷୟ କୁମାର ଦିଗାଲ ପ୍ରମୁଖ ଯୋଗ ଦେଇ ଏ ଡ ସ ରୋଗ ର କାରଣ ଓ ନିରାକରଣ ଉପରେ ମତ ପ୍ରକାଶ କରିଥିଲେ l ରେଡ କ୍ରସ୍ କାଉନସିଲର ଅଧ୍ୟାପକ ସୋନ୍ତଶ କୁମାର ତ୍ରିପାଠୀ ସଭା ପରିଚାଳନା କରିଥିଲେ l ଛାତ୍ର ଜନେଶ୍ୱର ପ୍ରଧାନ ଧନ୍ୟ ବାଦ୍ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶତାଧିକ ଛାତ୍ର, ଶିକ୍ଷକ, ଅବିଭାବକ, ଅଣ ଶିକ୍ଷକ…

Read More

ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବୁଗୁଡ଼ା:୧୭/୪:(କୁମୁଦ ଚନ୍ଦ୍ର ବେହେରା) : ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ାରେ ବିଜେଡି ପକ୍ଷରୁ ଶୁକ୍ରବାର ଦିନ ବିଜୁବାବୁ ଙ୍କ ୨୯ତମ ତିରୋଧାନ ଦିବସ ତଥା ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ବୁଗୁଡ଼ା ବସଷ୍ଟାଣ୍ଡ ଠାରେ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ବିଜୁବାବୁ ଥିଲେ ଜଣେ ଅଦ୍ବିତୀୟ ନେତା ଓ କଳିଙ୍ଗ ତଥା ଆମ ଓଡିଶାର ଗର୍ବ ଓ ଗୌରବ ବୋଲି କହିଥିଲେ।ସମସ୍ତ ଦଳିୟ କର୍ମକର୍ତ୍ତାଗଣ ଓ କର୍ମୀ ମାନେ ମଧ୍ଯ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳୀ ପ୍ରଦାନ କରିଥିଲେ।ତାପରେ ପୂର୍ବତନ ମନ୍ତ୍ରୀ ତାଙ୍କର ଦଳିୟ କର୍ମୀ ମାନଙ୍କ ସହ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀମାନଙ୍କୁ ଫଳ ବଣ୍ଟନ କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ବିଜେଡି ର ଏହି କାର୍ଯ୍ୟକ୍ରମରେ ବୁଗୁଡ଼ା…

Read More

୧୦ ଟପ୍ପର ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ସମ୍ବର୍ଦ୍ଧନା। ନୂଆପଡା,୧୭/୦୪:(ପରମେଶ୍ୱର ମେହେର):ସିବିଏସଇ ଦଶମ ଶ୍ରେଣୀ–୨୦୨୬ର ପରୀକ୍ଷାରେ ଏବର୍ଷ ନୂଆପଡା ଜିଲ୍ଲାର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ ହାସଲ କରି ସ୍କୁଲ ଏବଂ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ସମଗ୍ର ଶିକ୍ଷା, ନୂଆପଡାର ଆନୁକୂଳ୍ୟରେ ଦଶମ ଶ୍ରେଣୀ ଟପ୍ପରମାନଙ୍କ ପାଇଁ ଆଜି ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସଭା ମୁଖ୍ୟାଳୟର ସ୍ଥାନୀୟ କନଫରେନ୍ସ ହଲରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ପରୀକ୍ଷାରେ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଖରିଆରର ଛାତ୍ରୀ ଆରୁଷି ଶୁକ୍ଳା ୪୯୧ ମାର୍କ (୯୮.୨%) ସହ ଜିଲ୍ଲା ଟପ୍ପର ହୋଇଥିବାବେଳେ, ସେହି ବିଦ୍ୟାଳୟର ମଧୁସ୍ମିତା ମହାନ୍ତି ଓ ପ୍ରତିକ୍ଷା କୁମ୍ଭାର ୪୮୭ ମାର୍କ (୯୭.୪%) ସହ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ତରବୋଡର ସମୀକ୍ଷା ପି. ସବର ୪୮୨ (୯୬.୩୩%), ଓଡ଼ିଶା…

Read More

ଗୋଲିଆ ଆଦର୍ଶ ବିଦ୍ୟାଳୟର ଆୟୁଶ କୁମାର ସାହୁ ପ୍ରଥମ ବୁଗୁଡ଼ା,୧୭/୪:(କୁମୁଦ ଚନ୍ଦ୍ର ବେହେରା):ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏ ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକର ଗୋଳିଆ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ସମସ୍ତ ୭୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଶତ ପ୍ରତିଶତ ଫଳାଫଳ ଆଣି ବିଦ୍ୟାଳୟର ଗୌରବ ବୃଦ୍ଧି କରିଥିବା ବେଳେ ମେଧାବୀ ଛାତ୍ର ଆୟୁଶ କୁମାର ସାହୁ ସର୍ବାଧିକ ୫୬୪ ମାର୍କ(୯୨.୮%) ରଖି ବିଦ୍ୟାଳୟ ଟପ୍ପର ରୂପେ ବିବେଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଆଶୁତୋଷ ବିଷୋୟୀ ୪୬୩(୯୨.୬%), ଏ.ଦେବଦୂତ ଆଚାରୀ ଏବଂ ସୁଶ୍ରୀ ସାଈଦର୍ଶନୀ ୪୫୭(୯୧.୪%) , ଅଂଶୁମାନ ବିଷୋୟୀ ୪୫୪(୯୦.୮%) , ଶାଶ୍ଵତ ଜେନା ୪୫୩(୯୦.୬%)ମାର୍କ ପ୍ରାପ୍ତ ପୂର୍ବକ ଏ-୧ ଗ୍ରେଡ୍ ହାସଲ କରି ବିଦ୍ୟାଳୟର ଗୌରବ ପାଲଟିଛନ୍ତି। ତେବେ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ଉପାଧ୍ୟକ୍ଷା ସୁଚିତ୍ରା ପଟ୍ଟନାୟକଙ୍କ ସମେତ…

Read More

ବୁଗୁଡା,୧୭/୪:(କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ବ୍ଳକ ବାଲିପଦର ଗ୍ରାମସ୍ଥ ନୀଳକଣ୍ଠ ମନ୍ଦିର ନିକଟରେ ଜନୈକ ବୃଦ୍ଧ ଷଣ୍ଢ ଆକ୍ରମଣରେ ଆହତ ହୋଇ ବୁଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଆହତ ବୃଦ୍ଧ ଜଣକ ହେଲେ ଜଗନ୍ନାଥପ୍ରସାଦ ବ୍ଳକ ଭୂଷଣ୍ଡପାଳ ଗ୍ରାମର ମଦନ ନାୟକ (୭୦) । ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ମଦନ ବାଲିପଦର ଗାଁର ନୀଳକଣ୍ଠ ମନ୍ଦିର ନିକଟରେ ଛିଡ଼ାହୋଇଥିବା ବେଳେ ଏକ ଷଣ୍ଢ ତାଙ୍କୁ ହଠାତ୍ ଆକ୍ରମଣ କରିଥିଲା। ଆକ୍ରମଣରେ ଷଣ୍ଢର ଶିଙ୍ଗ ପଶି ମଦନଙ୍କ ଡାହାଣ ପଟ ଜଙ୍ଘରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ସ୍ଥିର ରହିଥିବା ଜଣାପାଇଛି।

Read More