Author: Janabani News

ରାୟଗଡ଼:୨୦/୪:(ଅମୂଲ୍ୟ ନିଶଙ୍କ):କଲ୍ୟାଣସିଂ ପୁର ବ୍ଲକ ଅନ୍ତର୍ଗତ ନାରାୟଣ ପୁର କୃଷି ଫାର୍ମ ପରିସରରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏସ. କେ ଏହେସାନ କର୍ତ୍ତା ଭାବରେ ଉପସ୍ଥିତ ରହି ସମସ୍ତ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା ଓ ଵିଧିପୂର୍ବକ ପାଳିତ ହୋଇଥିଲା ।ଏହାପରେ ମାନ୍ୟବର ବିଧାୟକ ବିଷମ କଟକ ନିର୍ବାଚନ ଶ୍ରୀଯୁକ୍ତ ନୀଳ ମାଧବ ହିକକା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର ଓ ଉପାଧ୍ୟକ୍ଷl ଶ୍ରୀମତୀ ମଞ୍ଜୁଳା ମିଣିଆକା, ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ମିଶ୍ର, କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରର ଅଧ୍ୟକ୍ଷ ବନମାଳି କାଡ୍ରାକା ଙ୍କ ଉପସ୍ଥିତିରେ ଅଖିମୁଠି ଅନୁକୂଳ ପୂର୍ବକ ଜମିରେ ହଳ ଓ ବିହନ ବୁଣି ଏହି ଶୁଭ କାର୍ଯ୍ୟ ପରି ପାଳିତ ହୋଇଥିଲା। ଏହାପରେ ସଭାଗୃହରେ ତିନିଶହରୁ ଉର୍ଦ୍ଧ ଚାଷୀ ଙ୍କ ଉପସ୍ଥିତିରେ ଆଭାଶୀ…

Read More

ନୂଆପଡ଼ା,୨୦/୦୪:(ପରମେଶ୍ୱର ମେହେର): ବୋଡ଼େନ ବ୍ଲକ ଅନ୍ତର୍ଗତ କର୍ଲାପଡ଼ାରେ ଜିଲ୍ଲା ସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ପର୍ବ ତଥା କୃଷକ ଦିବସ ଉତ୍ସବ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗର ମିଳିତ ଆନୁକୂଳ୍ୟରେ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି।ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୂମି ପୂଜନ କରିଥିଲେ। ପାରମ୍ପରିକ ରୀତିନୀତି ଅନୁଯାୟୀ ମାଟି ମାଁ ଓ ହଳ-ଲଙ୍ଗଳର ପୂଜା ଅର୍ଚ୍ଚନା କରାଯାଇଥିଲା। ପରେ ଜିଲ୍ଲାପାଳ ଅକ୍ଷିମୁଠି ଅନୁକୂଳ କରି ବିହନ ବୁଣି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥିଲେ।ଜିଲ୍ଲାପାଳ କହିଥିଲେ ଯେ, ପବିତ୍ର ଅକ୍ଷୟ ତୃତୀୟା ଓଡ଼ିଆ ଅସ୍ମିତାର ପ୍ରତୀକ। ସରକାରଙ୍କ ବିଭିନ୍ନ କୃଷିମୂଳକ ଯୋଜନାଗୁଡ଼ିକୁ ପୁଞ୍ଜି କରି ଚାଷୀଭାଇମାନେ ସ୍ୱାବଳମ୍ବୀ ହେବା ସହିତ ଆର୍ଥିକ ଭାବେ ସଶକ୍ତ ହେବା ଆବଶ୍ୟକ। ଜିଲ୍ଲାରେ କୃଷି କ୍ଷେତ୍ରରେ ଦୃଶ୍ୟମାନ ଉନ୍ନତି ଘଟୁଛି ଏବଂ ଚାଷୀମାନେ କେବଳ ଧାନ ଚାଷରେ ସୀମିତ ନ ରହି ବିଭିନ୍ନ ପରିବା ଚାଷ ଦ୍ୱାରା…

Read More

ନୂଆପଡ଼ା:ବୋଡେ଼ନ,୨୦.୦୪.(ପରମେଶ୍ୱର ମେହେର): ବୋଡ଼େନ ବ୍ଲକ୍ ଠାରେ ଜିଲ୍ଲା ପ୍ରଶାସନ ଏବଂ କୃଷି ବିଭାଗ ପକ୍ଷ ରୁ ପବିତ୍ର ଅକ୍ଷୟ ତୃତୀୟା ପର୍ବ ପାଳିତ ହୋଇଯାଇଅଛି। ଏହି ପର୍ବ ରେ , ବିହନ ଅନୁକୂଳ କରି ଜମି ହଳ କରିଥିଲେ ବା ବେଳେ ଜମି ରେ ବିହନ ବୁଣିଥିଲେ। ପାରମ୍ପରିକ ରୀତିନୀତିରେ ମାଟି ମାଁ ଙ୍କ ପୂଜା ଅର୍ଚ୍ଚନା କରିଥିବା ବେଳେ ହଳ ଲଙ୍ଗଳ ପୂଜା କରି ଧାନ ବିହନ କୁ ବଳଦ କୁ ଖୁଆଇ, ଜମିର ଧାନ ବୁଣି ନଙ୍ଗଲ କରିଥିଲେ। କୃଷି ଭିତ୍ତିକ ଏହି ପର୍ବ ପ୍ରତ୍ୟେକ କୃଷୀଙ୍କ ଜୀବନରେ ଏକ ଖୁସିର ପର୍ବ ଅଟେ। ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ବେହୁରା ସଭାପତି କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ କୃଷକ ଓ କୃଷିର ବିକାଶ ଦ୍ୱାରା ବିକଶିତ ନୂଆପଡ଼ା ଗଠିତ ହେବା ସମ୍ଭବ ବୋଲି କହିଥିଲେ।ପବିତ୍ର ଅକ୍ଷୟ ତୃତୀୟା…

Read More

ବ୍ରହ୍ମପୁର,୨୦/୪:(ହିମାଂଶୁଶେଖର ସାବତ):କଳିଙ୍ଗ ବୈଶ୍ୟ ସଂଘ ମହୁରୀ ଅଂଚଳର ସାଧାରଣ ଅଧୁବେଶନ ତଥା କର୍ମକର୍ତ୍ତା ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ନିର୍ବାଚନ କାର୍ଯ୍ୟକ୍ରମରେ ପ୍ରତିଦ୍ବନ୍ଦିତା କରି ସଭାପତି ଭାବେ ସିଲ୍ଲା ଶିବ ପ୍ରସାଦ, ସମ୍ପାଦକ ଭାବେ ନାରାୟଣଶିଷ୍ଠି ତ୍ରିପତି ବାଲାଜୀ ଚୌଧୁରୀ ଓ ସହ ସମ୍ପାଦକ ଭାବେ କିଲମଶଟି କୁରୁମନାଧମ୍ ନିର୍ବାଚିତ ହୋଇଛନ୍ତି । ସେହିପରି ନିଶ୍ବରେ ଉପସଭାପତି ଭାବେ ପି. ଦିଲ୍ଲିପ କମାର ପାତ୍ର ଓ କୋଷାଧ୍ୟକ୍ଷ ଭାବେ ଅଣରାଶି ରମେଶ ପାତ୍ର ନିର୍ବାଚିତ ହୋଇଥିବା ନିର୍ବାଚନ କମିଟି ଘୋଷଣା କରିଥିଲେ । ଏହି ନିର୍ବାଚନ କାର୍ଯ୍ୟକ୍ରମରେ ଚିନାରୀ ଶ୍ୟାମ ମୂର୍ତୀ ନିର୍ବାଚନ କମିଟି ଅଧ୍ୟକ୍ଷତା କରିଥିବା ବେଳେ ଶିଶିଛି ରବି ନାରାୟଣ ପାତ୍ର, କାନ୍ଦୁଲା ଉମାପ୍ରସାଦ ପାତ୍ର, ପୋଲାକି ଆଶାରାଣି ଓ ତାଙ୍ଗୁଡ଼ୁ ବାଲାଜି ପାତ୍ର ସହଯୋଗ କରିଥିଲେ । ବ୍ରହ୍ମପୁର ସ୍ଥିତ ସୁବୁଦ୍ଧି ବେଢ଼ା ମନ୍ଦିର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପୂର୍ବାହ୍ନରେ ସାଧାରଣ…

Read More

ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯକ୍ରମ ରେ ଝୁମିଲେ ଦର୍ଶକ ଫୁଲବାଣୀ:୨୦/୦୪:(ସୁନୀଲ ପଟ୍ଟନାୟକ:):କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଭୂରୀ ଭୁରୀ ପ୍ରଶଂସା କରିଥିଲେ l ବାଣିଜ୍ୟ ମେଳା ଏତେ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ମୁଖ୍ୟ ଅତୀଥି ବିଧାୟକ ମଲିକ ମତ ପ୍ରକାଶ କରିବା ସହ ଆଗମୀ ଦିନରେ ଯଥା ସମ୍ଭବ ସାହଯ୍ୟ ସହଯୋଗ କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ଓ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ନାଗରିକ…

Read More

ବୋଲଗଡ଼,୨୦/୪(ସୁଶାନ୍ତ କୁମାର ପ୍ରଧାନ): ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ମହାନ ନିଦର୍ଶନ କୃଷିଭିତ୍ତିକ ଗଣପର୍ବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବୋଲଗଡ଼ ଅଞ୍ଚଳ ରେ ପବିତ୍ର ଅକ୍ଷୟ ତୃତୀୟା ପାଳନ କରାଯାଇଛି । ଚାଷୀ ଭାଇଙ୍କ ପାଇଁ ଏକ ବଡ଼ ଦିନ ।ଚାଷୀ ପୁଅ ଆଜିର ଦିନରେ ଚାଷ ଅନୁକୂଳ କରିଥାଏ । ଆଜିର ଦିନକୁ କୃଷକ ଦିବସ ରୂପେ ପାଳନ କରାଯାଇଥାଏ । ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଅଖି ମୁଠି ଅନୁକୂଳ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ରୂପେ ପାଳନ କରିଥାନ୍ତି । ଏଣୁ ଆଜିର ଦିନରେ ଅଖିମୁଠି ଅନୁକୂଳ କରି ଚାଷ କାର୍ୟ୍ୟର ଶୁଭାରମ୍ଭ କରାଯାଇଛି। ଭିନ୍ନ ଭିନ୍ନ ନାମ ଏବଂ ଢଙ୍ଗରେ ପାଳିତ ହେଉଥିବା ଏହି ପର୍ବଟି ସୁଖ,ସମୃଦ୍ଧି ଓ ସୌଭାଗ୍ୟ ସହିତ ବହୁଳ ଭାବେ ଜଡିତ । ବିଶେଷ କରିଓଡିଶା କୃଷି ପ୍ରାଧାନ୍ୟ ରାଜ୍ୟ…

Read More

ଫୁଲବାଣୀ,୨୦/୦୪:(ସୁନୀଲ ପଟ୍ଟନାୟକ):ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣି ଜ୍ୟ ମେଳା- ୨୬ ର ଶେଷ ଦିନରେ କନ୍ଧମାଳ ଜିଲ୍ଲା ପାଳ ବେଦ ଭୂଷଣ ରାତିରେ ମେଳା ରେ ବିଭିନ୍ନସ୍ଵୟଂ ସହାୟକ ଗୋଷ୍ଠୀ ଓ ଜେଲ୍ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ ବୁଲି ଖୁସି ବ୍ୟକ୍ତ କରିବା ସହ ବ୍ରହ୍ମପୁର ଆଚାର ଷ୍ଟଲ ରୁ କିଛି ଜିନିଷ କିଣିଥିଲେ l ସେହିପରି କମଳା ପ୍ରକାଶିନି ବହି ଷ୍ଟଲ ବୁଲି ନିଜ ପାଇଁ କିଛି ବହି ମଧ୍ୟ କିଣିଥିଲେ l ଜିଲ୍ଲା ପାଳ ଷ୍ଟଲ ବୁଲିବା ଫଳରେ ବ୍ୟବସାୟୀ ମାନେ ଖୁସି ବ୍ୟକ୍ତ କରିଥିଲେ l ଜିଲାପାଳ ଙ୍କ ସହ ବାଣିଜ୍ୟ ମେଳା ଅଧ୍ୟକ୍ଷତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ସାମ୍ବାଦିକ ତଥା ଉପାଧ୍ୟକ୍ଷ ରାଧାମୋହନ ମହାପାତ୍ର , ସଦସ୍ୟ ମହମ୍ମଦ ଚିଷ୍ଟୀ ପ୍ରମୁଖ ଉପସ୍ଥିତ ଥିଲେ l ବାଣିଜ୍ୟ ମେଳା ସୁନ୍ଦର୍ ଓ ଆକର୍ଷଣୀୟ ହୋଇଥିବା ଜିଲାପାଳ କହିଥିଲେ l ସୂଚନା ଯୋଗ୍ୟ…

Read More

ନୂଆପଡ଼ା,ସିନାପାଲି, ୨୦/୦୪(ପରମେଶ୍ୱର ମେହେର):ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଟାଣ ଖରା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ପାଣି ମୁନ୍ଦାଏ ପାଇବା ପାଇଁ ଲୋକେ ଡହଳ ବିକଳ ହୋଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଦୂଷିତ ଜଳପାନ କରି ଗ୍ରାମର ୨୦ ରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇ କିଡନୀ ରୋଗରେ ପୀଡିତ ଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ହେଲେ ଏଭଳି ଏକ ଗାଁ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ରୁ ପାଣି ଯୋଗାଣ କୁ ପ୍ରଶାସନ ବନ୍ଦ କରି ଦେଇ ଥିବା ବେଳେ ଅଭିଯୋଗ କଲେ ମଧ୍ୟ ଶୁଣୁ ନ ଥିବାରୁ ଜଳ କଷ୍ଟ ରେ ଗ୍ରାମବାସୀ ଆଉଟୁ ପାଉଟୁ ହୋଇ ଅତିଷ୍ଠ ହୋଇ ପଡିଛନ୍ତି।ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଡାଳ ଗ୍ରାମ ପଞ୍ଚାୟତ ସ୍ଥିତ ମହଗାଁ ରେ ଏଭଳି ଅଵସ୍ଥା ଲାଗି ରହିଥିବା ବେଳେ ଲୋକେ ନାହିଁ…

Read More

ବୁଗୁଡା,୨୦/୪: (କୁମୁଦ ଚନ୍ଦ୍ର ବେହେରା):ବୁଗୁଡା ଥାନା ଅନ୍ତର୍ଗତ ବିରଞ୍ଚିପୁର ଗାଁ ଛକରେ ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲିଂ ସମୟରେ ପୋଲିସ କବଜାରେ ଦୁଇ ଜଣ ବେଆଇନ ଗୋଚାଲାଣକାରୀ ପଡିଥିବା ବେଳେ ଦୁଇଟି ଗାଈ ସହ ଟାଟା-ଏସି ଗାଡି ଜବତ ହୋଇଥିବା ଜଣାଯାଇଛି । ଗିରଫ ହୋଇଥିବା ଦୁଇ ଗୋଚାଲାଣକାରୀ ହେଲେ ମକରାପଲ୍ଲୀ ଗ୍ରାମର ଭୀମସେନ ନାୟକ (୨୮) ଓ ବିଷ୍ଣୁ ନାୟକ (୨୭) । ଏନେଇ ପୋଲିସ ଏସଆଇ ରାଜକୁମାର ମହାପାତ୍ରଙ୍କ ଅଭିଯୋଗ କ୍ରମେ କେସ୍ ନଂ ୧୯୩/୨୬ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସାତାଂଶୁ ଶେଖର ମାଝୀଟାଙ୍କଠାରୁ ପ୍ରକାଶ ପାଇଛି ।ପ୍ରକାଶ ଯେ ଶନିବାର ବିଳମ୍ବିତ ରାତିରେ ମକରାପଲ୍ଲୀ ଗ୍ରାମରୁ ବ୍ରହ୍ମପୁର ଅଭିମୁଖେ ବେଆଇନ ଗୋଚାଲାଣ ହେଉଥିଲା । ପେଟ୍ରୋଲିଂ ସମୟରେ ଗାଈ ବୋଝେଇ ଗାଡି (ନଂ-ଓଡି-୦୭-ଏଏଲ- ୭୩୬୮)ଟି ବିରଞ୍ଚିପୁର ଛକରେ ପୋଲିସ କବଜାରେ ପଡିଥିଲା । ପୋଲିସ ଗାଡି ଓ ଗାଈ ଦୁଇଟିକୁ ଜବତ କରିବା ସହ…

Read More

ରାୟଗଡ,୧୯/୪: (ଅମୂଲ୍ୟ ନିଶଙ୍କ): ବିଜୁ ଜନତା ଦଳ(ବିଜେଡି)ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରବିବାର ରାୟଗଡ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ 326 ନମ୍ବର ଜାତୀୟ ରାଜପଥ କଡ଼ ଭାକୁରଗୁଡା ସ୍ଥିତ ସ୍ଥାନୀୟ ପ୍ରସାଦ ରିସୋର୍ଟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି lଆଜିର ଏହି କାର୍ଯ୍ୟକ୍ରମ ରେ ରାୟଗଡ ବ୍ଳକ ସଭାପତି ପ୍ରତାପ ପେଦେଂଟି , ସୁଧୀର କୁମାର ଦାସ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ପି.ଗୈାରୀ ଶଙ୍କର ରାଓ,ଜିଲ୍ଳା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତି ଅନୁସୂୟା ମାଝି,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ପୂର୍ବତନ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ବରିଷ୍ଠ ନେତା ଅଶ୍ୱିନ ଗମାଙ୍ଗ,ବ୍ରଜସୁନ୍ଦର ନାୟକ,ବିଜୁ ଛାତ୍ର ଜନତା ଦଳ ଜିଲ୍ଳା ସଭାପତି ଉଦୟ ହିମିରିକା ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରବାଦ…

Read More

ବାଲିଗୁଡା,୧୯/୦୪ : (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମୁସୁକୁଲି ସ୍ଥିତ ଏକ ବୁଲାଣି ନିକଟରେ ମାଛ ବୋଝେଇ ହୋଇଥିବା ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଦୁର୍ଘଟଣା ଘଟିଛି | ଘଟଣା ରୁ ପ୍ରକାଶ ଯେ, ବାଲିଗୁଡା ରୁ ଅଟୋ ଯୋଗେ ବାରଖମା କୁ ମାଛ ନେଇ ଯାଉଥିବା ସମୟରେ ରାଜ୍ୟ ରାଜପଥ ୪୧ନମ୍ବର ରାସ୍ତାର ମୁସୁକୁଲି ନିକଟରେ ଅଟୋ ଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା l ଦୁର୍ଘଟଣା ରେ ଅଟୋ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ମାଛ ଗୁଡିକ କ୍ଷତି ଘଟିଥିବା ଜଣାପଡିଛି l

Read More

ଭଞ୍ଜନଗର,୧୯/୪:(ନିଲୁ ବିଷୋୟୀ):ଭଞ୍ଜନଗର ଜଳଭଣ୍ଡାରରେ ଗାଧୋଇବା ସମୟରେ ବୁଡି ଯାଇ ଦୁଇ ନାବାଳକ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ପ୍ରକାରେ, ରବିବାର ସନ୍ଧ୍ୟାରେ ଲାଲସିଙ୍ଗି ଗ୍ରାମର କାହ୍ନୁ ପ୍ରଧାନ(୧୭) ଏବଂ ଆଶୁତୋଷ ଭୂୟାଁ(୧୭) ସାଙ୍ଗ ମାନଙ୍କ ସହ ଭଞ୍ଜନଗର ଘାଇକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଗାଧୋଇବା ସମୟରେ ହଟାତ ଦୁଇଜଣଙ୍କ ଗୋଡ ଖଯିବାରୁ ଗଭୀର ପାଣିଭିତରକୁ ଯାଇ ବୁଡି ଯାଇଥିଲେ। ସାଙ୍ଗମାନେ ଖୋଜାଖୋଜି କରିବା ପରେ ନିରାଶ ହୋଇ ଅଗ୍ନିଶମ ବିଭାଗ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗଭୀର ଜଳରୁ ଦୁଇଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ଉଭୟକୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ସାଙ୍ଗ ମାନେ ସୁରକ୍ଷିତ ଅଛନ୍ତି। ଉଭୟ ଛାତ୍ର ସ୍ଥାନୀୟ କେଏସୟୁବି କଲେଜରେ ପଢୁଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Read More