ଫୁଲବାଣୀ:୧୪/୦୪(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ଓଡ଼ିଆ ନବବର୍ଷ ଓ ସମ୍ବର୍ଦ୍ଧନା ପର୍ବ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଗତ ଅପ୍ରିଲ ୧ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ଓଡିଆ ପକ୍ଷ ୨୦୨୬ ଉତ୍ସବ ଆଜି ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଏକ ଭବ୍ୟ ସମାରୋହରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଯୋଗଦେଇ ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ହରିଶ ବି ସି, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରବୀଣ କୁମାର ବାଣୁଆ ଓ ଉପଖଣ୍ଡ…
Author: Janabani News
ବେଲଗୁଣ୍ଠା,୧୪/୦୪:(ଶିବରାମ ଚୌଧୁରୀ):ଆଜି ମହା ବିଷୁବ ସଂକ୍ରାନ୍ତି ଅବସରରେ ବେଲଗୁଣ୍ଠା ମାଆ ଦକ୍ଷିଣ କାଳୀ ପୀଠରେ ହୋମ ଯଜ୍ଞ ଅନୁଷ୍ଠିତ ହେବା ସହିତ ପଣା ସଂକ୍ରାନ୍ତି ପାଳନ କରାଯାଇଛି I ଏଥିରେ ପୁରୋହିତ ଭାବେ ଶୁଭକାନ୍ତ ପତି,ପୂଜକ ଭାବେ ବୁନା ପତି, ମାଳି ତରଣୀ ସେନ୍ ରଣା ଏବଂ ଦେବାଶିଷ ରଣା ଦାୟିତ୍ୱ ତୁଲାଇ ଥିବା ବେଳେ କର୍ତ୍ତା ଭାବେ ସଞ୍ଜୟ କୁମାର ସୁବୁଦ୍ଧି ଏବଂ ତାଙ୍କ ଧର୍ମ ପତ୍ନୀ ସ୍ଵର୍ଣ୍ଣ ସୁବୁଦ୍ଧି ଯଜ୍ଞ କାର୍ଯ୍ୟ ତୁଲାଇ ଥିଲେ I ସୁରେଶ ସୁବୁଦ୍ଧି,ସନତ୍ କୁମାର ସୁବୁଦ୍ଧି ଖୁସି ସୁବୁଦ୍ଧି ଓ ଲଳିତା ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ମନ୍ଦିର ପରିଚାଳନା କମିଟି ସଭାପତି ଭାସ୍କର ପାତ୍ର, ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ପରିଚାଳକ ଶଙ୍କର ବେହେରା, କମିଟି ସଦସ୍ୟ ସଞ୍ଜୟ ବେହେରା, କାଶୀନାଥ ସାହୁ,ଲିକୁ ସାହୁ, ଶଙ୍କର ଦଳେଇଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ସମସ୍ତଙ୍କ…
ବେଲଗୁଣ୍ଠା,୧୪/୪:(ଶିବରାମ ଚୌଧୁରୀ):ମହା ବିଷୁବ ସଂକ୍ରାନ୍ତି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଉଦଯାପିତ ହୋଇ ଯାଇଛି ଭକ୍ତି ଏବଂ ବିଶ୍ୱାସର ଗଣପର୍ବ ଦଣ୍ଡଯାତ୍ରା I ଏହି ବ୍ଳକ୍ ର ଅଠରଟି ଗ୍ରାମରୁ ଷୋହଳଟି ଗ୍ରାମରେ ସୋମବାର ମାସନ୍ତ ମେରୁ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଆଉ ଦୁଇଟି ଗ୍ରାମରେ ସଂକ୍ରାନ୍ତି ମେରୁ ଉଦଯାପିତ ହୋଇ ରୁଦ୍ର ଏବଂ କାଳୀ ନିଜ ମନ୍ଦିରକୁ ଫେରିଥିବା ବେଳେ ମାନସିକ ଧାରୀ ଦଣ୍ଡଭୂକ୍ତାମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି I ଆଜି ବେଲଗୁଣ୍ଠା ବ୍ଳକ୍ ର ଜାଲଖାଇ ଏବଂ ଇନ୍ଦନପୁର ଗ୍ରାମରେ ଝାମୁଯାତ୍ରା ଅନୁଷ୍ଠିତ କରାଯାଇ ଦଣ୍ଡଯାତ୍ରା ଉଦଯାପିତ ହୋଇଛି I ସେହିପରି ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ,ପଣିବନ୍ଧ ଏବଂ ଖୁକୁଣ୍ଡିଆ ଗ୍ରାମରେ ମଧ୍ୟ ସଂକ୍ରାନ୍ତି ମେରୁ ଉଦଯାପିତ ହୋଇଯାଇଛି I ଆଜି ସକାଳୁ ସକାଳୁ ଦଣ୍ଡ ଦଳ ଗୁଡ଼ିକ ବିଭିନ୍ନ ଗ୍ରାମରୁ ନିଜ ଗ୍ରାମକୁ ଫେରି ସକାଳ ନୀତିକାନ୍ତି ଅନୁଷ୍ଠିତ କରିବା…
ବେଲଗୁଣ୍ଠା,୧୪/୪:(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଲକ କୋକୋଲୁଣ୍ଡା ଗ୍ରାମର ମହିୟସୀ ମହିଳା ବିନୋଦିନୀ ପଣ୍ଡା ଙ୍କ ହୃଦଘାତ ଜନିତ ମୃତ୍ୟୁ ହୋଇଯାଇଛି!ସେ ଜଣେ ପର ଉପକାରୀ, ଧର୍ମ ପାରାୟଣ, ମହିୟସୀ ମହିଳା ଜୀବନର ଅଧିକାଂଶ ସମୟ ଚିଦାନନ୍ଦ ସ୍ୱାମୀ ଙ୍କ ଆଶ୍ରିତ ହୋଇ ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରୁଥିଲେ!ଶେଷ ଜୀବନରେ ସେ ଏକୁଟିଆ ହୋଇ ଯାଇଥିଲେ କାରଣ ତାଙ୍କର ଗୋଟିଏ ଝିଅ ମିଲୀ ଓ ଏକମାତ୍ର ପୁଅ ଉମାକାନ୍ତ ଓ ସ୍ୱାମୀ ରାମ ମୋହନ ଜଣେ ଜଣା ଶୁଣା କୃଷି କର୍ମଚାରୀ କ୍ଷେତ୍ରୀୟଵରପୁର, ବଡ଼ବୋରସିଙ୍ଗି, ଜିଲ୍ଲଣ୍ଡି ରେ ଚାକିରୀ କରି ଅବସରର କିଛି ଦିନ ପରେ ମୃତ୍ୟୁ ବରଣ କରିଥିଲେ!ଏକମାତ୍ର ପୁଅ ଉମା କାନ୍ତ ଜଣେ ଏନ ଟି ପି ସି ସୁନ୍ଦରଗଡ଼ ଡିଭିଜନ ପରିଚାଳକ ଙ୍କ ହଠାତ ଚାକିରୀ କରୁଥିବା ସମୟରେ ହୃଦଘାତ ରେ ମୃତ୍ୟୁ ବରଣ କରିଥିଲେ ବର୍ତମାନ ତାଙ୍କ ପାଖରେ ବଡ ଝିଅ ଅଳକା…
ଫୁଲବାଣୀ,୧୪/୦୪:(ସୁନୀଲ ପଟ୍ଟନାୟକ):କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ୭ମ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେଚକାପାଦ ବ୍ଲକ ବିଡ଼ିଓ ହୃଦୟ ରଞ୍ଜନ ସାହୁ ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ଗତ ବର୍ଷ ମଧ୍ଯ ଏହି ମେଳl କୁଆସିଥିଲି ତେବେ ଏହିବର୍ଷ ଗତ ଥର ଅପେକ୍ଷା ଅଧିକ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ମୁଖ୍ୟ ଅତିଥି ବିଡ଼ିଓ ସାହୁ କହିଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ଫୁଲବାଣୀ ବନ ଖଣ୍ଡ ଏ ସି ଏଫ୍ ଶ୍ୱେତ ଲୀନା ସାହୂ ଖଜୁରିପଡା ତହସିଲ ଦାର ସୁଶ୍ରୀ ଶୁଭ ଶ୍ରୀ ରଥ, ବାଣିଜ୍ୟ ମେଳା ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ…
ବାଲିଗୁଡା,୧୪/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ମନ୍ଦିର ପରିସରରେ ମହାବିଷୁବ ସଂକ୍ରାନ୍ତି ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି | ଏହି ଅବସରରେ ମା’ପାଟଖଣ୍ଡା ସେବତୀ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି l ସମଗ୍ର କନ୍ଧମାଳ ଜିଲ୍ଲା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଆସି ମା ‘ଙ୍କ ଦର୍ଶନ କରିଥିଲେ | ପ୍ରତ୍ୟୁଷରୁ ମା’ ଙ୍କର ରୀତିନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା ପରେ ପରେ ମା’ଙ୍କ ଏହି ସେବତୀ ଦୁର୍ଲଭ ବେଶ କୁ ଦେଖିବା ପାଇଁ ପ୍ରତ୍ୟୁଷ ରୁ ରାତ୍ର ପର୍ଯ୍ୟନ୍ତ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା | ସମସ୍ତେ ଶୃଙ୍ଖଳିତ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରିଥିଲେ | ଏ ନେଇ ମନ୍ଦିର ପରିଚାଳନା କମିଟି ତଥା କିଛି ଭକ୍ତ ଙ୍କ ତରଫରୁ ପ୍ରସାଦ ସହ ପଣା ବଣ୍ଟନ କରାଯାଇଥିଲା l କମିଟି ର…
ବ୍ରହ୍ମପୁର : ୧୪/୪ : (ହିମାଂଶୁ ଶେଖର ସାବତ) : ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସୋମବାର ଏ ଦେଶର ଅନ୍ୟତମ ରାଷ୍ଟ୍ର ନିର୍ମାତା ସମ୍ବିଧାନ ପ୍ରଣେତା ଡଃ ବି ଆର ବାବାସାହେବ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ସକାଳେ ବିଶ୍ବବିଦ୍ୟାଳୟରେ ପ୍ରତିଷ୍ଠିତ ଥିବା ଆମ୍ବେଦକରଙ୍କ ପ୍ରତିମୁର୍ତ୍ତି ରେ କୁଳପତିଙ୍କ ଦ୍ବାରା ପୁଷ୍ପମାଲ୍ଯ ଅର୍ପଣ କରାଯିବା ସହ ରାଜନିତୀ ବିଜ୍ଞାନ ଓ ଲୋକ ପ୍ରଶାସନ ବିଭାଗ ପକ୍ଷରୁ ସମସାମୟିକ ଭାରତରେ ଆମ୍ବେଦକରଙ୍କ ସାମାଜିକ ନ୍ଯାୟର ଦୃଷ୍ଟିକୋଣକୁ ପୁନଃପରୀକ୍ଷଣ କରିବା ବିଷୟ ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏହି ଆଲୋଚନାଚକ୍ରରେ ମୂଖ୍ଯ ବକ୍ତା ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଜନିତୀ ବିଜ୍ଞାନର ପୂର୍ବତନ ପ୍ରଫେସର ଅମିୟ କୁମାର ପରିଛା ଯୋଗଦେଇ ବକ୍ତବ୍ଯ ରଖିବା ସହ ତାତ୍ତ୍ଵିକ ବିଶ୍ଳେଷଣ ସହ ନିଜ ସୁଚିନ୍ତା ପ୍ରକାଶ କରିଥିବା ବେଳେ ରାଜନିତୀ ବିଭାଗ ମୁଖ୍ଯ ଡଃ ଶାରାଦା ପ୍ରସନ୍ନ ରାଉତ ,…
କନ୍ଧମାଳ, ୧୪/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପରମ୍ପରା ଅନୁଯାୟୀ ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ଶ୍ରୀଶ୍ରୀ ମା’ ନାରାୟଣୀ ଠାକୁରାଣୀଙ୍କ ୨୭ତମ ଯାତ୍ରାର ଶୁଭଖୁଣ୍ଟି ମା’ ଙ୍କ ହାଟପଦା ସ୍ଥିତ ଅସ୍ଥାୟୀ ମଣ୍ଡପ ରେ ସ୍ଥାପନ କରାଯାଇଥିଲା। ଏଥି ନିମନ୍ତେ ପ୍ରଥମେ ଯାତ୍ରା ପଡିଆ କାର୍ଯ୍ୟାଳୟ ଠାରେ ଶୁଭ ଖୁଣ୍ଟି ବାନା ପୂଜାର୍ଚନା କରି ମହା ପଟୁଆର ରେ ବାଣ ଫୁଟାଇ ସ୍ଥାନୀୟ ପେଞ୍ଜି ସାହି ନିକଟସୁ ନବୀନ କଁହରଙ୍କ ବଗିଚା କୁ ଯାଇ ସେଠାରେ ଏକ ବାଉଁଶ ବୃକ୍ଷ ପୂଜାର୍ଚନା କରି ଛେଦନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସଭାପତି କାବୁଲା ସେନାପତିଙ୍କ ନେତୃତ୍ୱରେ ଯାତ୍ରା ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସମେତ ପୂଜକ ମାନଙ୍କ ଉପସ୍ଥିତିରେ ସମସ୍ତ ରୀତି ନୀତି ପୁଜା ପଦ୍ଧତି ପ୍ରକ୍ରିୟା ପରେ ବୃକ୍ଷ ଛେଦନ କରାଯାଇଥିଲା। ବୃକ୍ଷ ଛେଦନ କାର୍ଯ୍ୟରେ ଫୁଲବାଣୀ ବିଡ଼ିଓ ସୋମ୍ୟ ରଞ୍ଜନ ପାତ୍ର,ପରିଚାଳନା କମିଟି ଅଧ୍ୟକ୍ଷ ତଥା…
ରାୟଗଡ଼,୧୪/୪:(ଅମୂଲ୍ୟ ନିଶଙ୍କ):ରାୟଗଡ଼ ସଦର ବ୍ଲକରେ ଓଡ଼ିଆ ନବବର୍ଷ ମଙ୍ଗଳବାର ଦିନ ଧୁମଧାମରେ ପାଳିତ ହୋଇଛି | ଏଥିରେ ମାନ୍ୟବର ଗଣଶିକ୍ଷାମନ୍ତ୍ରୀ ତଥା ଜିଲ୍ଲା ଯୋଜନା ବୋର୍ଡର ନବ ନିଯୁକ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ନିତ୍ଯାନନ୍ଦ ଗଣ୍ଡ ଯୋଗଦେଇଥିଲେ | ବିଶାଳ ଶୋଭାଯାତ୍ରାରେ ପହଞ୍ଚିବାପରେ ମାନ୍ୟବର ମନ୍ତ୍ରୀଙ୍କୁ ସ୍ଵାଗତ କରିବା ସହ ବିଡିଓ ସୁଜିତ କୁମାର ମିଶ୍ର ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ | ନବବର୍ଷ ଉପଲକ୍ଷେ ବ୍ଳକ ପରିସର ଆକର୍ଷଣୀୟ ଚିତା, ଝୋଟି, ରଙ୍ଗିନ ଆଲୋକମାଳାରେ ସଜ୍ଜିତ ହୋଇଥିଲା ଓଡ଼ିଆ ପକ୍ଷରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ବିଜେତାଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରାଯାଇଥିଲା | ସ୍ଥାନୀୟ ଲୋକକଳାକୁ ଉଜ୍ଜିବିତ ରଖିବାରେ ଅତୁଳନୀୟ ଅବଦାନ ନିମନ୍ତେ ଗେଟିପଡା ସ୍ଥିତ ମା ସନ୍ତୋଷୀ କଳା ପ୍ରତିଷ୍ଠାନ ଓ ଜପାଖାଲସ୍ଥିତ ମା ମଙ୍ଗଳା କଳା ପ୍ରତିଷ୍ଠାନ, ରାୟଗଡ଼ ବ୍ଳକ କଳା ଓ ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ ତାଣ୍ଡି ତଥା କଳାକାରଙ୍କୁ ସମ୍ମାନିତ…
ବୁଗୁଡ଼ା,୧୪/୪:(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ସ୍ଥିତ ସଙ୍ଗମ କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଏକାଡେମୀ ଅଫ ଫାଇନ ଆର୍ଟ ଦ୍ୱାରା ଗଞ୍ଜାମ କଳାକାର ଦିବସ – ୨୦୨୬ ର ଆୟୋଜନ ଧୂମଧାମ ରେ ପାଳିତ ହୋଇଯାଇଅଛି । ଉଦଘାଟକ ରୂପେ ଅବସରପ୍ରାପ୍ତ ଭାରତୀୟ ଯବାନ ଶ୍ରୀ ପ୍ରମୋଦ କୁମାର ପଟ୍ଟନାୟକ, ମୁଖ୍ୟ ଅତିଥି ରୂପେ ବରିଷ୍ଠ ସଂଗୀତ ନିର୍ଦେଶଙ୍କ ଶ୍ରୀ ଶ୍ୟାମପଦ ହୋତା, ସମ୍ମାନିତ ଅତିଥି ରୂପେ ଯୁବ କୃଷକ ଶ୍ରୀ ସିମାଞ୍ଚଳ ସ୍ୱାଇଁ ଏବଂ ମୁଖ୍ୟ ବକ୍ତା ହିସାବରେ ଅଧ୍ୟାପକ ଆତ୍ମପ୍ରକାଶ ନାୟକ ଯୋଗଦାନ କରିଥିଲେ । ୨୦୧୧ ମସିହାରୁ ଆରମ୍ଭ ହୋଇଥିବା ଏହି ଉଚ୍ଛବରେ ପ୍ରତିବର୍ଷ ଏପ୍ରିଲ ୧୪ ତାରିଖ ଦିନ କଳାକାରଙ୍କୁ ସମ୍ମାନିତ କରାଯାଇଥାଏ । ଚଳିତ ବର୍ଷ ପ୍ରହ୍ଲାଦ ନାଟକର ଦୁଇ ବର୍ଷିଆନ ମହାରଥୀ ଖଣ୍ଡୁରୁ ଗ୍ରାମର ଶ୍ରୀ କପିଳ ସାହୁ, ବାଲିପଦରର ଶ୍ରୀ କୋକୋରାମ ଜେନା, ଦାସକାଠିଆ ଲୋକନୃତ୍ୟ ପାଇଁ କରଚୁଲି ଗ୍ରାମର ଶ୍ରୀ ତ୍ରିନାଥ…
ବାଲିଗୁଡା,୧୪/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ):ଓଡିଶା ର ସର୍ବ ବୃହତ୍ତମ ଉପଖଣ୍ଡ କହିଲେ କନ୍ଧମାଳ ଜିଲ୍ଲା ବାଲିଗୁଡା କୁ ହିଁ ବୁଝାଏ, ହେଲେ ଏଠାରେ ସବୁ କିଛି ଅଭାବ ଅସୁବିଧା ଓ ଅବ୍ୟବସ୍ଥା ଦେଇ ଗତି କରୁଛି l ସେ ଭିତରେ ବାଲିଗୁଡା ଠାରୁ ସମ୍ବଲପୁର ଯିବାକୁ ସାଧାସଳଖ ସରକାରୀ ବସ୍ ଚଳାଚଳ ନଥିବାରୁ ଅଞ୍ଚଳବାସୀ ଅସୁବିଧା ଭୋଗୁଛନ୍ତି । ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ସ୍ଥାନୀୟ ବିଧାୟକଙ୍କୁ ମୌଖିକ ଓ ଲିଖିତ ଭାବେ ଜଣାଇଥିଲେ ହେଁ ଅଦ୍ୟାବଧି ସୁଦ୍ଧା କୌଣସି ଭାବେ ବିହିତ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପୁନଃରାୟ ଅବଗତ କରାଯାଇଛି l ସୂଚନା ଯୋଗ୍ୟ ଯେ, ବାଲିଗୁଡା, ବାରଖମା, ସୁଡୁରା, ଲଣ୍ଡାଗାଁ, କଣ୍ଟାମାଳ ଦେଇ ସମ୍ବଲପୁର ପ୍ରାୟ ୧୮୦ କିମି । ଏହି ରୁଟ ରେ ବସ୍ ଚଳାଚଳ ହେଲେ ବୁର୍ଲା ମେଡିକାଲ କଲେଜକୁ ସିଧାସଳଖ…
“ସୁନା ନୁହେଁ, ହୀରା ନୁହେଁ—କୋହିନୂର ଥିଲେ ଡଃ. ଆମ୍ବେଦକର” – ଜିଲ୍ଲାପାଳ। ନୂଆପଡ଼ା,୧୪/୦୪:(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲା ସଦଭାବନା ସଭାଗୃହ ପରିସରରେ ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ ଭାରତୀୟ ସମ୍ବିଧାନର ପ୍ରଣେତା, ଭାରତରତ୍ନ ଡଃ. ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ସମାରୋହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ବାବା ସାହେବଙ୍କ ଜୀବନ ଉପରେ ଆଲୋକପାତ କରି କହିଥିଲେ ଯେ, ସମାନତା, ସାମାଜିକ ନ୍ୟାୟ ଓ ଭ୍ରାତୃତ୍ୱ ଆଧାରିତ ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନରେ ଡଃ. ଆମ୍ବେଦକରଙ୍କ ଅବଦାନ ଅତ୍ୟନ୍ତ ଉଲ୍ଲେଖନୀୟ। ସମାଜରୁ ଭେଦଭାବ ଓ ଅସମାନତା ଦୂର କରି ସକାରାତ୍ମକ ପରିବେଶ ଗଢ଼ି ତୋଳିବା ପାଇଁ ତାଙ୍କ ଚିନ୍ତାଧାରା ଆଜି ବି ପ୍ରାସଙ୍ଗିକ। ସେ ଆହୁରି କହିଥିଲେ ଯେ, ଆଗାମୀ ପିଢ଼ି…