ବାଲିଗୁଡା,୧୪/୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂତନ ବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ସଦର ମହକୁମା ମା ‘ ପାଟଖଣ୍ଡା ମନ୍ଦିର ପରିସରରେ ଥିବା, ରାମେଶ୍ୱର ମନ୍ଦିର ନିକଟରେ, ଏବଂ ସବ ଜେଲ ନିକଟରେ ଥିବା ହନୁମାନ ମନ୍ଦିର ଠାରେ ସକାଳୁ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମଯଜ୍ଞ ୧୦୮ ହନୁମାନ ଚାଳିସା ପାଠ କରିବା ସହ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କ ଦ୍ୱାରା ହନୁମାନ ଚାଳିସା ବହି ବଣ୍ଟନ କରାଯାଇଥିଲା। ବିଭିନ୍ନ ମନ୍ଦିର ପରିଚାଳନା କମିଟି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କ ତରଫରୁ ପଣା ଭୋଗ ଲାଗି କରିବା ପରେ ଲୋକଙ୍କୁ ବଣ୍ଟନ କରିଥିଲେ ଓ ମଧ୍ୟାହ୍ନ ରେ ଅର୍ଣ୍ଣ ବଣ୍ଟନ କରିଥିଲେ । ସେହିପରି ଗ୍ରାମରେ ଥିବା ସମସ୍ତ…
Author: Janabani News
ନୂଆପଡ଼ା: ୧୪/୦୪, ନୂଆପଡା(ପରମେଶ୍ୱର ମେହେର):ଜିଲ୍ଲା ସିନାପାଲି ବ୍ଲକ ଗୋଡାଲ ଯିବା ରାସ୍ତା ଛକ, ଯାହା ଦିନକୁ ଦିନ ଜନସାଧାରଣଙ୍କ ପାଇଁ ଜୀବନଘାତୀ ସ୍ଥାନରେ ପରିଣତ ହେଉଛି, ସେଠାରେ ଯାତ୍ରୀମାନେ ଅସୁବିଧା ଓ ଭୟରେ ଦିନ କାଟୁଛନ୍ତି । ବିଶେଷକରି Biju Expressway କୁ ଲାଗିଥିବା ଏହି ଛକରେ ଯାତାଯ ଯାତାୟାତ ଚାପ ବଢ଼ିବା ସହ ଦୁର୍ଘଟଣାର ଆ ଆଶଙ୍କା ମଧ୍ୟ ବଢ଼ିଛି ।ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ଗୋଜାଲ ରାସ୍ତା ଯିବା ଛକରେ କୌଣସି ସୁରକ୍ଷିତ ବସ ଷ୍ଟପ୍ ବ୍ୟବସ୍ଥା ନଥିବାରୁ ଯାତ୍ରୀମାନେ ରାସ୍ତା ପାଖରେ ଅପେକ୍ଷା କରିବାକୁ ବାଧ୍ୟ । ଏହା ଫଳରେ ବେପରୁଆ ଗତିରେ ଚାଲୁଥିବା ଯାନବାହନ ମଧ୍ୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ବିଶେଷ କରି ସକାଳ ଓ ସନ୍ଧ୍ୟା ବେଳେ ଏହି ସମସ୍ୟା ଅଧିକ ଗୁରୁତର ରୂପ ନେଉଛି । ଏହା ସହିତ, ଏକ୍ସପ୍ରେସୱେ ପା ପାଖରେ ଅବସ୍ଥିତ ମଦଭାଟି (ମଦ ଦୋକାନ) ଏହି…
ଫୁଲବାଣୀ -୧୪/୦୪(ସୁନୀଲ ପଟନାୟକ): ସମଗ୍ର ବିଶ୍ୱରେ ଯୁଦ୍ଧର ପରିସ୍ଥିତିକୁ ନିୟନ୍ତ୍ରଣ ଓ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଆସନ୍ତା ଏପ୍ରିଲ ୧୯ ରୁ ୨୧ ଯାଏ ଦୀର୍ଘ ତିନି ଦିନବ୍ୟାପୀ ଶାନ୍ତି ପୀଠ, ବରୀଗୁଡ଼ା, କନ୍ଧମାଳ ଜିଲ୍ଲାରେ ଏକ “ବିଶ୍ୱଶାନ୍ତି ମହାଯଜ୍ଞ ଓ ସର୍ବଧର୍ମ ପ୍ରାର୍ଥନା” ଆୟୋଜନ କରାଯାଇଛି । ବିଶ୍ୱଶାନ୍ତି ଏବଂ ମାନବ ଜଗତର କଲ୍ୟାଣ ନିମନ୍ତେ ଆୟୋଜିତ ହେଉଥିବା ଏହି ପବିତ୍ର ଯଜ୍ଞରେ କାର୍ଯ୍ୟ ବ୍ୟସ୍ତତା ସତ୍ତ୍ୱେ ନିଜର ବହୁମୂଲ୍ୟ ସମୟ ବାହାର କରି ଯଜ୍ଞରେ ଆହୂତି ଦେବା ସହ ବିଶ୍ୱଶାନ୍ତି ଓ ଜଗତର କଲ୍ୟାଣ ପାଇଁ ଯଜ୍ଞରେ ଯୋଗ ଦେବାକୁ ବିଶ୍ୱ ଭାତୃତ୍ୱ ଏବଂ ଶାନ୍ତି ପ୍ରତିଷ୍ଠାନର ପ୍ରତିଷ୍ଠାତା ତଥା ବରିଷ୍ଠ ସମାଜ ସେବୀ ପ୍ରତାପ କୁମାର ପ୍ରଧାନ ଅନୁରୋଧ କରିଛନ୍ତି l
ଫୁଲବାଣୀ,୧୩/୦୪(ସୁନୀଲ ପଟ୍ଟନାୟକ):ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଆଜି ଆମ ରୁଚି ଆମ ଖାଦ୍ୟ ପାରମ୍ପରିକ ଖାଦ୍ୟ ମେଳା ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଫୁଲବାଣୀ ଆୟୋଜଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ସଂସ୍କୃତି ଅଧିକାରୀ ଗଦାଧର ପାତ୍ର ଯୋଗଦେଇ ଖାଦ୍ୟ ମେଳକୁ ଉଦଘାଟିତ କରିଥିବା ବେଳେ ସଂମାନ୍ନୀତ ଅତିଥି ଭାବେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବଣୁଆ, ଫୁଲବାଣୀ ଉପଜିଲ୍ଲାପାଳ ଭିକାରି ସାହୁ, ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ପାତ୍ର, ଏପିଡି ନରେନ୍ଦ୍ର କୁମାର ନାୟକ, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଶୁଭ୍ରାଜିତ ବିଶ୍ୱାଳ, ଜିଲ୍ଲା ଖାଦ୍ୟ ନିରାପତା ଅଧିକାରୀ ସତ୍ୟବର୍ତ ଷେଣ୍ଢ, ଓଏସିଏଫଓ ସ୍ୱତାଲୀନା ସାହୁ ପ୍ରମୁଖ ଯୋଗଦେଇଥିଲେ l ଏହି ଖାଦ୍ୟ ମେଳରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୨ ଗୋଟି ସ୍ୱୟଂ ସହାୟକ ଗୋଷ୍ଟି ଯୋଗ…
ବୁଗୁଡ଼ା,୧୪/୪:(କୁମୁଦ ଚନ୍ଦ୍ର ବେହେରା):ଭାଜପା ଅନୁସୂଚିତ ଜାତି (ଏସ୍.ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା ସଭାପତି ଭାବେ ଗନ୍ଧମାର୍ଦ୍ଦନ ସେଠୀ ଦ୍ୱିତୀୟ ଥର ପାଇଁମନୋନିତ ହୋଇଥିବା ବେଳେ ଭାଜପା ଆସିକା ସାଂଗଠନିକ ଜିଲା (ଘୁମୁସର) ସଭାପତି ଭାବେ ବିକାଶ ସେଠୀ ମନୋନିତ ହୋଇଛନ୍ତି।ଗନ୍ଧମାର୍ଦ୍ଧନ ଭଞ୍ଜନଗର ସାଂଗଠନିକ ଜିଲାର ପୋଲସରା ନିର୍ବାଚନମଣ୍ଡଳୀ ବୁଗୁଡ଼ା ବ୍ଲକ୍ ବାସିନ୍ଦା ହୋଇଥିବା ବେଳେ ବିକାଶ ଆସିକା ସାଂଗଠନିକ ଜିଲାର । ସେମାନଙ୍କ ନୂତନ ନିଯୁକ୍ତି ପରେ ଦଳୀୟ ସଂଗଠନ ଅନେକ ଅଞ୍ଚଳରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗନ୍ଧମାର୍ଦ୍ଧନ ଏହା ପୁର୍ବରୁ ୩ ବର୍ଷ ଏହି ପଦବୀରେ ଥିଲେ। ଦଳ ତାଙ୍କୁ ବିଶ୍ୱାସକୁ ନେଇ ପୁଣି ଏହି ପଦବୀରେ ନିଯୁକ୍ତି ଦେଇଛି।
ଫୁଲବାଣୀ,୧୪/୦୪(ସୁନୀଲ ପଟ୍ଟନାୟକ):ଆସନ୍ତା ଅକ୍ଷୀ ତୃତୀୟl ଏପ୍ରିଲ୍ ୨୦ରୁ ଆରମ୍ଭ ହେବାକୁ ଥିବା ଫୁଲବାଣୀ ର ପ୍ରସିଦ୍ଧ ମା ନାରାୟଣୀ ଠାକୁରାଣୀ ଯାତ୍ରା ପାଈଁ ଆଜି ପବିତ୍ର ପଣା ସଂକ୍ରାନ୍ତି ଦିନ ଅସ୍ଥାୟୀ ଯାତ୍ରା ମଣ୍ଡପ ରେ ପୂଜାର୍ଚ୍ଚନା ଆରଂଭ ହୋଇଛି l ଯାତ୍ରା କମିଟି ସଭାପତି କାବୁଲା ସେନାପତି ପୂଜା ରେ ଯୋଗ ଦେଇ ନିଷ୍ଠା ଓ ଆନ୍ତରିକତା ର ସହ ପୂଜାର୍ଚ୍ଚନା କରୁଛନ୍ତି l ଏହାପରେ ବିରାଟ ଶୋଭାଯାତ୍ରା ଯାଇ ସ୍ଥାନୀୟ ନାରାୟଣୀ ଙ୍କ ମନ୍ଦୀର ରୁ ଶୁଭ ଖୁଣ୍ଟି ଅଣାଯାଇ ଯାତ୍ରା ପଡ଼ିଆରେ ପ୍ରତିଷ୍ଠା ହେବ l ଏହି ଅବସରରେ କମିଟି ର ସମ୍ପାଦକ ସଂଜିତ ପାତ୍ର, ଉପ ସଭାପତି ସୁଜିତ ବେହେରା,ସାଂସ୍କୃତିକ ସମ୍ପାଦକ ଅଶୋକ ମହାନ୍ତି, ସହ ସମ୍ପାଦକ ଜୟ ସେନ୍ ପରିଡ଼ା, ଅଜିତ ମହାରଣା , ଅର୍ଥ ସମ୍ପାଦକ କମଳ କୁମାର ବେହେରା ଙ୍କ ସମେତ ଉପଦେଷ୍ଟା, କାର୍ଯ୍ୟ କାରୀ କମିଟି ସଦସ୍ୟ, ଓ ଭକ୍ତ,…
ବୋଲଗଡ,୧୩/୦୪(ସୁଶାନ୍ତ କୁମାର ପ୍ରଧାନ):ରାଜ୍ୟରେ ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି I ଫଳରେ ପ୍ରଚଣ୍ଡ ରୌଦ୍ର ତାପରେ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଉତ୍ତାପର ରେକଡ଼ ଭାଙ୍ଗୁଛି I ରାଜ୍ୟ ସରକାରଙ୍କ ବିଭାଗୀୟ ଗଣନା ଅନୁସାରେ ଆରମ୍ଭରୁ ୪ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଗଣ ମାଧ୍ୟମରେ ଜଣା ପଡିଛି I ଚଳିତ ବର୍ଷ କେଵଳ ମୌସୁମୀ ବୃଷ୍ଟିପାତ ହେବା ବ୍ୟତୀତ ଲମ୍ବା ସମୟ ବର୍ଷା ନ ହେବା ଫଳରେ ଉତ୍ତାପ ବୃଦ୍ଧିର ମୁଖ୍ୟ କାରଣ ହୋଇପଡିଛି I ଗତ କିଛି ଦିନ ଧରି ଅପରାହ୍ନ ଅଦିନିଆ କାଳ ବୈଶାଖୀ ବର୍ଷା ଯୋଗୁଁ ଗୁଳୁଗୁଳି ବୃଦ୍ଧି ପାଇବା ଯୋଗୁଁ ଛାତ୍ର ଛାତ୍ରୀମାନେ ଏହାର ସମ୍ମୁଖୀନ ହେଉଛନ୍ତି I ଏହା ଫଳରେ ଅଧ୍ୟୟନ କରୁଥିବା କୋମଳମତି ଶିଶୁ ଓ ଛାତ୍ର ଛାତ୍ରୀମାନେ ଶାରୀରିକ ସ୍ୱାସ୍ଥ୍ୟ ଗତ ତଥା ଅଂଶୁଘାତ ହେବାର ଆଶଙ୍କାକୁ ନେଇ ବୋଲଗଡ ବ୍ଲକର ବୁଦ୍ଧିଜୀବୀ…
ଆର ଉଦୟଗିରି,୧୩/୪:(ଜନବାଣୀ):ଆର.ଉଦୟଗିରି ଥାନା ଅନ୍ତର୍ଗତ ବିମୋନ ପୁର ଗ୍ରାମ ଜଙ୍ଗଲରୁ ଆଜି ୬୭ ଅଖା ଭର୍ତ୍ତି ଗଞ୍ଜେଇ ଜବତ କରିଛି ଆର ଉଦୟଗିରି ଥାନା ପୋଲିସ , ବିଶେଷ ସୂତ୍ରରୁ ଖବର ପାଇ ଆର ଉଦୟଗିରି ଏସ ଡି ପି ଓ , ଆର କେ ସାହୁ ଙ୍କ ନେତୃତ୍ୱରେ ୪ଟି ଟିମ ଗଠନ କରି ଚଢ଼ାଉ କରାଯାଇ ୬୭ଟି ଅଖା ଭର୍ତ୍ତି ଗଞ୍ଜେଇ ଜବତ କରାଯାଇଛି ଏଥିରେ କେହି ଗିରଫ ହୋଇନଥିବା ବେଳେ ୨୦୧୦ କେଜି ଓଜନ ର ଗଞ୍ଜେଇ ଜାହାର ମୂଲ୍ୟ ୨କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବା ନେଇ ଅନୁମାନ କରାଯାଉଛି l,ଏହି ଚଢ଼ାଉ ରେ ଥାନା ଆଇଆଇସି ପି.କେ ଖଣ୍ଡୁଆଳ , ଏସ ଆଇ ସପ୍ନାରାଣୀ ବେହେରା ଏ.ଏସ.ଆଇ ତାରିଣୀ ପାଢ଼ୀ ଏବଂ ଅନ୍ୟ ଅଧିକାରୀ ମାନେ ଥିଲେ l
ରାୟଗଡ଼ା,୧୩/୪:(ଅମୂଲ୍ୟ ନିଶଙ୍କ): ଚଳିତ ଏପ୍ରିଲ ମାସ ଗତ ୬ ତାରିଖ ଭୋର ପ୍ରାୟ ୩ଟା ରାତ୍ରରେ କଣ୍ଟାମାଳ ଗ୍ରାମରେ ପୁଲିସର ବର୍ବରତାକୁ ଦୃଢ଼ ନିନ୍ଦା କରିଛନ୍ତି ପୂର୍ବତନ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ରାଜ୍ୟ ଅଧକ୍ଷ ତଥା ବିଜେଡି ର ଟାଣୁଆ ନେତା ପ୍ରଦୀପ ମାଝି I ମା’ ମାଟି ମାଳି ସୁରକ୍ଷା ମଞ୍ଚର ନ୍ୟାର୍ଯ୍ୟ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିବା ସହ ଆଦିବାସୀଙ୍କ ସାଙ୍ଗରେ ବିଜେଡି ରହିଥିବା ନେଇ ଶ୍ରୀ ମାଝି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି | ରବିବାର ଦିନ ପୂର୍ବତନ ଏସଡିସି ରାଜ୍ୟ ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ଯୁବନେତା ପ୍ରଦୀପ ମାଝି ରାୟଗଡ ଜିଲ୍ଲା କାଶୀପୁରବ୍ଳକ ସିଜିମାଳି ଅଞ୍ଚଳର କଣ୍ଟାମାଳ ଗ୍ରାମକୁ ଗସ୍ତ କରିଥିଲେ | ରାୟଗଡ଼ା ଜିଲ୍ଲା ବିଜେଡି ମହିଳା ଜନତା ସଭାନେତ୍ରୀ ତଥା ପୂର୍ବତନଜିଲ୍ଲା ଏସଡିସି ଅଧ୍ଯକ୍ଷା ଅନୁସୂୟା ମାଝି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ…
ରାୟଗଡ଼ା,୧୩/୪:(ଅମୂଲ୍ୟ ନିଶଙ୍କ):ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ କଲ୍ୟାଣସିଂପୁର ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପ ଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ କୁମାର ଜେନା, ଅତିରିକ୍ତ ଆରକ୍ଷୀ ଆଧକ୍ଷ ଶ୍ରୀ ଗସେନ ବାର୍ଲା, ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଵି ସରୋଜିନୀ ଦେବୀ, ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ l ଆଜି ମୋଟ ୩୪ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୧୫ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୮ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଏହି ଶିବିରରେ ବିଭିନ୍ନ ସମସ୍ୟା ମାନ ଅଭିଯୋଗ ପଞ୍ଜିକୃତ ହୋଇଥିଲା ।…
ବାଲିଗୁଡା,୧୩/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୦୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ୧୩ ତାରିଖ ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ାର ମେରୁ ଯାତ୍ରା ସ୍ଥାନୀୟ ମା’ ଦକ୍ଷିଣ କାଳୀ ମନ୍ଦିର ପରିସରରେ ହୋଇଥିବା ବେଳେ ବାଟାଗୁଡା, ସିଟୁପଡ଼ି, ବାରଖମା, ମୋହନଗିରୀ, କତେରୀଭଟ୍ଟା, ରେବିଙ୍ଗିଆ, ଡାକା, ବାଲିଗାଡା, ଦାଉଙ୍ଗିଆ, ସିଟୁପାଜୁ ଓ କିଲୁପଡା ଭଳି ବିଭିନ୍ନ ଅଞ୍ଚଳର ପ୍ରତ୍ୟେକ କାଳୀ ମନ୍ଦିରରେ ହଜାର ହଜାର ମାନସିକ ଧାରୀ ଙ୍କ ଉପସ୍ଥିତିରେ ଏହି ମେରୁଯାତ୍ରା ଅନୁଷ୍ଠିତ ହୋଇଥିଲା। ଧୂଳିଦଣ୍ଡ ସମାପ୍ତ ପରେ ଜଳ ଘାଟରେ କାଳୀଙ୍କ ପୂଜା ହୋଇଥିଲା। ସମସ୍ତ ଶୈବପୀଠରେ ଥିବା କାଳୀ ମନ୍ଦିର ସ୍ଥାନ ତ୍ବରଣରେ ସଜେଇ ହୋଇ ସମଗ୍ର ଅଞ୍ଚଳ ଗୁଡ଼ିକ ଆଧ୍ୟାତ୍ମିକ ପରିବେଶରେ ଉତ୍ସବ ମୁଖର ହୋଇଉଠିଛି। ଆମ୍ବ ପେନ୍ଥା କଦଳୀ କାନ୍ଦି, ଫୁଲମାଳରେ ଝାମୁ…
ପୁରୁଷୋତ୍ତମପୁର,୧୩/୪: (ଶୁଭଙ୍କରୀ ଦାଶ):ଓଡ଼ିଆ ପକ୍ଷର ପାଳନ ଅବସରରେ ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟରେ “ଆମ ରୁଚି ଆମ ଖାଦ୍ୟ” ଶୀର୍ଷକରେ ଏକ ବିଶିଷ୍ଟ ସାଂସ୍କୃତିକ ଓ ପାରମ୍ପରିକ ପାକଶାଳା ଆଧାରିତ କାର୍ଯ୍ୟକ୍ରମ ଗମ୍ଭୀର ଓ ଉତ୍ସାହଭରା ପରିବେଶରେ ସଫଳତାର ସହ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଶ୍ରୀମତୀ ନମ୍ରତା ମିଶ୍ରଙ୍କ ସୁଚିନ୍ତିତ ତତ୍ତ୍ୱାବଧାନ ଓ ସୁକୌଶଳ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ୍ କାଟି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ ଓ ତାଙ୍କର ଉଦ୍ବୋଧନରେ ଓଡ଼ିଆ ଖାଦ୍ୟ ସଂସ୍କୃତିର ସୁରକ୍ଷା ଓ ପ୍ରଚାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଗୃହବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର ଉପସ୍ଥିତ ରହି ଓଡ଼ିଶାର ପାରମ୍ପରିକ ଖାଦ୍ୟର ବିଭିନ୍ନ ପ୍ରକାର, ସେଗୁଡ଼ିକର ପୌଷ୍ଟିକ ମୂଲ୍ୟ ଓ ଦୈନିକ ଜୀବନରେ ତାହାର ପ୍ରୟୋଜନୀୟତା ବିଷୟରେ ସୂଚକ ଆଲୋଚନା ପ୍ରସ୍ତୁତ କରିଥିଲେ।କାର୍ଯ୍ୟକ୍ରମର…