ବ୍ରହ୍ମପୁର,୧୩/୪:(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ ଆୟୋଜିତ ସି. ଏମ କପ ୨୦୨୬ ଆଜି ଚତୁର୍ଥ ଦିନ ରେ ପହଂଚିଛି। ଫୂଟବଲ ଖେଳ ର ପ୍ରଥମ ମ୍ୟାଚ ସୋଡ଼ାକ ଟାଇଗର ଓ କ୍ଲୋରା ଫିଲ ସ୍କୁଲ ମଧ୍ୟରେ ଖେଳା ଯାଇଥିଲା ଏବଂ ସୋଡ଼ାକ ଟାଇଗର ବାଳକ ଦଳ ୩-୧ ଗୋଲ ରେ ବିଜୟୀ ହାସଲ କରିଛି। ଦ୍ଵିତୀୟ ମ୍ୟାଚ ସେଣ୍ଟ ଜାଭିଅର ହାଇ ସ୍କୁଲ ଓ ଡ଼ି.ପି.ଏସ ସ୍କୁଲ ଦଳ ମଧ୍ୟରେ ଖେଳା ଯାଇଥିଲା, ଡ଼ି.ପି.ଏସ ସ୍କୁଲ ୧୧ -୦ ଗୋଲ ରେ ବିଜୟ ହାସଲ କରିଛି । ଆଜି ପ୍ରଥମ ମ୍ୟାଚ ରେ ଅତିଥି ରୂପେ ଯୋଗ ଦେଇଥିଲେ ଏନ୍. ଆଇ. ଏସ ବାସ୍କେଟ ବଲ ପ୍ରଶିକ୍ଷକ ଶ୍ରୀ କାଜଲ କୁମାର ସାହୁ ଏବଂ ଦ୍ଵିତୀୟ ମ୍ୟାଚ ରେ ଅତିଥି ରୂପେ ଯୋଗ ଦେଇଥିଲେ ଏନ୍. ଆଇ. ଏସ ଫୂଟବଲ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ପାଣିଗ୍ରାହୀ ଏଥି…
Author: Janabani News
ବ୍ରହ୍ମପୁର,୧୩/୪(ହିମାଂଶୁ ଶେଖର ସାବତ): ନାରୀ ସଶକ୍ତିକରଣ ଏବଂ ଆତ୍ମ ସମ୍ମାନର ସମ୍ବର୍ଦ୍ଧନା ଉଦ୍ଧେଶ୍ୟରେ ନାରୀଶକ୍ତି ବନ୍ଦନ ଅଧିନିୟମ ପଦଯାତ୍ରା ଆଜି ସକାଳ ୮ଘଣ୍ଟା ୩୦ମିନିଟରେ ଆୟୋଜିତ ହୋଇଯାଇଛି l ଏହି ପଦଯାତ୍ରା ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଷ୍ଟାଡିୟମ ଠାରେ ଶେଷ ହୋଇଥିଲା l ଏହି ପଦଯାତ୍ରାରେ ମାନ୍ୟବର ବିଧାୟକ ଶ୍ରୀ କେ ଅନିଲ କୁମାର, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ,ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ,ଜିଲ୍ଲାପାଳ ୱି କୀର୍ତ୍ତି ୱାସନ,ମହାନଗର କମିଶନର ସୁଶ୍ରୀ ଏ ସସ୍ୟ ରେଡ୍ଡୀ , ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର,ଡେପୁଟି କମିଶନର ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ପ୍ରମୁଖ ଉପସ୍ଥିତ ରହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ l ପଦଯାତ୍ରା ପରେ ପରେ ଖଲିକୋଟ ଷ୍ଟାଡିୟମ୍ ଠାରେ ଏକ ସାଧାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ…
ଭଞ୍ଜନଗର,୧୩/୪:(ନିଲୁ ବିଷୋୟୀ):ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ସୋମବାର ଜଳଛତ୍ର ଖୋଲାଯାଇ ପଥଚାରୀଙ୍କୁ ପଣା ବଣ୍ଟନ କରାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଦିଲୀପ କୁମାର ଖୁଣ୍ଟିଆଙ୍କର ତତ୍ତ୍ୱାବଧାନରେ ଏବଂ ସହକାରୀ ପ୍ରଫେସର ସସ୍ମିତା ବେହେରାଙ୍କର ସହଯୋଗରେ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀ ପଣା ବଣ୍ଟନ କରିଥିଲେ। ଗତ ସପ୍ତାହକରେ ମଧ୍ୟରେ ପାଗରେ ପରିବର୍ତ୍ତନ ଘଟି ବର୍ତ୍ତମାନ ତାପମାତ୍ରା ଢେର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଲୋକଙ୍କୁ ରାସ୍ତା କଡ଼ରେ ପାଣି, ପଣା ବଣ୍ଟନ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅନୁଷ୍ଠାନକୁ ଆହ୍ବାନ କରାଯାଇଛି। ତେଣୁ କଲେଜ ପିଲା ମାନେ ଆଜି ପଣା ବଣ୍ଟନ କରିଥିବା ଜଣାପଡିଛି। ଏଥିରେ ମହାବିଦ୍ୟାଳୟର ସମସ୍ତ ସହକାରୀ ପ୍ରଫେସର ଏବଂ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ଭଞ୍ଜନଗର,୧୩/୪:(ନିଲୁ ବିଷୋୟୀ):ପିଏମଶ୍ରୀ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ବ୍ଲକର ଓଷ୍ଟା ସାମ୍ବିଧାନିକ ସମ୍ମିଳନୀ ସଭାପତି ଦିଲ୍ଲୀପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଳା ସଭାପତି ସନ୍ତୋଷ କୁମାର ଜେନା, ସମ୍ପାଦକ ବିଜୟ କୁମାର ବେହେରା,ନିମ୍ମ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମଚନ୍ଦ୍ର ପୋଲାଇ,ଜିଲ୍ଳା ଉପଦେଷ୍ଟା ଭିକାରୀ ଚରଣ ଗୌଡ଼,ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ ଯୋଗଦେଇ ଥିବା ବେଳେ ମୁଖ୍ୟ ଅତିଥିଭାବେ ପ୍ରଫେସର କୃତ୍ତିବାସ ବିଶ୍ୱାଳ ଯୋଗଦେଇ ଓଷ୍ଟାର କାର୍ଯ୍ୟକ୍ରମ, ସଂଗଠନ, ବିଭିନ୍ନ ସମସ୍ୟାର ସମାଧାନ କରୁଥିବା ଉପରେ ବକ୍ତବ୍ୟ ରଖିଥିଲେ। ଶିକ୍ଷୟିତ୍ରୀ ଉଷା ଦାସ ପ୍ରାରମ୍ଭିକ ସଂଗୀତ ଏବଂ ସମ୍ପାଦକ ଗୌରୀନନ୍ଦନ ହୋତ୍ତା ସମ୍ପାଦକୀୟ ବିବରଣୀ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ନୂତନ ବ୍ଲକ କମିଟି ଗଠନ କରାଯାଇଛି। ଏଥିରେ ସଭାପତି ଭାବେ ଉମାକାନ୍ତ ନାହାକ,ଉପସଭାପତି ଭାବେ ଆଦିତ୍ୟ ପ୍ରସାଦ ତ୍ରିପାଠୀ,ବୈଜନ୍ତିମାଳା ପ୍ରିୟଦର୍ଶିନୀ,ହୃଷିକେଶ ନାୟକ,ସମ୍ପାଦକ ଭାବେ ସତ୍ୟବାନ…
ଭଞ୍ଜନଗର,୧୩/୪:(ନିଲୁ ବିଷୋୟୀ): ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଦଣ୍ଡଯାତ୍ରାର ମାସନ୍ତ ମେରୁ ପାଳିତ ହୋଇଛି। ଦଣ୍ଡଭୁକ୍ତା ମାନେ ବିଭିନ୍ନ ଗ୍ରାମ ବୁଲି ଯାତ୍ରା କରିବା ପରେ ନିଜ ଗ୍ରାମକୁ ଫେରିଛନ୍ତି। ଆଜି ଭଞ୍ଜନଗର ଓ ଏହାର ଆଖପାଖ ଅନେକ ଗ୍ରାମରେ ମେରୁଯାତ୍ରା ହୋଇଛି। ବିଶେଷ କରି ବ୍ଳକର ଗାଲେରୀ ଗ୍ରାମରେ ଆରାଧ୍ୟ ଦେବୀ ମା’ ଦଣ୍ଡକାଳୀଙ୍କ ଦଣ୍ଡଯାତ୍ରା ଆଡମ୍ବର ସହକାରେ ସମାପନ ହୋଇଥିବା ବେଳେ ଏଥିରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପୂର୍ବାହ୍ନରେ ପାଗ ଶୁଖିଲା ରହିଥିବା ବେଳେ ଅପରାହ୍ନରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା। ଦିନରେ ପ୍ରବଳ ଖରା ସତ୍ତ୍ବେ ଭକ୍ତଙ୍କ ସଂଖ୍ୟାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା। ସକାଳୁ ହିଁ ଗ୍ରାମରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିବା ଆରମ୍ଭ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ତାରସିଂ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗାଲେରୀ ଯାତ୍ରା କମିଟି ସହ ଗ୍ରାମବାସୀ ସୁଚାରୁ ରୁପେ ପରିଚାଳନା ପାଇଁ ଗ୍ରାମବାସୀ ସହଯୋଗ…
ବେଲଗୁଣ୍ଠା,୧୩/୪:(ଶିବରାମ ଚୌଧୁରୀ ):ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷ ଠାରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ଡ.ପ୍ରମୋଦ କୁମାର ପୃଷ୍ଟି , ଆରକ୍ଷୀ ଅଧୀକ୍ଷକ ଗଞ୍ଜାମ ଶୁଭେନ୍ଦୁ କୁମାର ପାତ୍ର, ଭଞ୍ଜନଗର ଉପ ଜିଲ୍ଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଭଞ୍ଜନଗର ରଞ୍ଜନ କୁମାର ଦେ , ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମମତା ଭୋଳ, ତହସିଲଦାର କଳାକୃଷ୍ଣ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ହରି ଶିଙ୍ଗାପୁରମ ,ଯୋଗଦେଇ ମୋଟ ୧୬୬ଟି ଅଭିଯୋଗର ଶୁଣାଣୀ କରିଥିଲେ । ୫ଟି ଅଭିଯୋଗର ସମାଧାନ ଶିବିରରେ କରାଯାଇଥିବା ବେଳେ ଅନ୍ଯ ଅଭିଯୋଗର ତ୍ବରିତ୍ ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ରେଡକ୍ରସ୍ ପାଣ୍ଠିରୁ ୪ ଜଣ ବ୍ଯକ୍ତିଙ୍କୁ ଆର୍ଥିକ ସହାୟତା ୨୫୦୦୦ ଟଙ୍କା ଯୋଗାଇ ଦିଆଯାଇଥିଲା ସ୍ଥାନୀୟ ଜନସାଧାରଣ ଶିକ୍ଷା,କୃଷି, ସ୍ବାସ୍ଥ୍ଯ, ଭତ୍ତା, ଖାଦ୍ଯ ସୁରକ୍ଷା, ଗୃହ ନିର୍ମାଣ, ଜିବିକା ମିଶନ୍, ରାଜସ୍ବ,…
ବେଲଗୁଣ୍ଠା,୧୩/୪:(ଶିବାରମ ଚୌଧୁରୀ):ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଉଦଯାପିତ ହୋଇଯାଇଛି ଭକ୍ତି ଏବଂ ବିଶ୍ୱାସର ଗଣପର୍ବ ଦଣ୍ଡଯାତ୍ରା I ଏହି ବ୍ଳକ୍ ର ପ୍ରାୟ ଅଠରଟି ଗ୍ରାମରେ ଦଣ୍ଡ ଯାତ୍ରା ରହିଥିବା ବେଳେ ସେଥିମଧ୍ୟରୁ ଆଜି ଷୋହଳଟି ଗ୍ରାମରେ ମାସନ୍ତ ମେରୁ ଉଦଯାପିତ ହୋଇ ରୁଦ୍ର ଏବଂ କାଳୀ ନିଜ ମନ୍ଦିରକୁ ଫେରିଥିବା ବେଳେ ମାନସିକ ଧାରୀ ଦଣ୍ଡଭୂକ୍ତାମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି I ଆଜି ବେଲଗୁଣ୍ଠା ବ୍ଳକ୍ ର ସିଂହମର୍ଦ୍ଦନ,ପାଲକଷଣ୍ଢା,ବେଲଗୁଣ୍ଠା , ବେଲଗୁଣ୍ଠା ଖଦାଳ ସାହି,କୋକଲୁଣ୍ଡା, ଆମ୍ବପୁଆ,ତନରଡ଼ା,ଘୁ.ନୂଆଗାଁ,ବାଣତୁମ୍ବ,ଜିଲିବା,ବାଲିଭାଗ,ଗୋବରା,ଡେଙ୍ଗାପଦର, ବଡବୋର୍ସିଙ୍ଗ,ଦହିମୁଣ୍ଡଳୀ,କୁଶପଲ୍ଲୀ ଆଦି ଗ୍ରାମରେ ଝାମୁଯାତ୍ରା ଅନୁଷ୍ଠିତ କରଯାଇ ଦଣ୍ଡଯାତ୍ରା ଉଦଯାପିତ ହୋଇଛି I ଆଜି ରୀତିନୀତି ମୁତାବକ ପ୍ରାତଃ ସମୟରୁ ବିଭିନ୍ନ ଗ୍ରାମର ଦଣ୍ଡୁଆ ମାନେ ଠାକୁରଙ୍କୁ ଧରି ଦଣ୍ଡଯାତ୍ରା ଥିବା ଗ୍ରାମକୁ ଫେରିଥିଲେ I ସେଠାରେ ଠାକୁରଙ୍କର ଦୈନନ୍ଦିନ ପୂଜାବିଧି କରାଯିବା ସହିତ ମଧ୍ୟାହ୍ନରେ ଧୂଳିଦଣ୍ଡ ଅନୁଷ୍ଠିତ ହୋଇଥିଲା I ଅପରାହ୍ଣରେ ପାଣିଦଣ୍ଡ ଏବଂ ନଗର ଭ୍ରମଣ…
ଫୁଲବାଣୀ :୧୩/୦୪ (ସୁନୀଲ ପଟ୍ଟନାୟକ):କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ୬ଷ୍ଠ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବ୍ଲକ ବିଡ଼ିଓ ସୌମ୍ୟ ରଞ୍ଜନ ପାତ୍ର ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ଗତ ବର୍ଷ ମଧ୍ଯ ଏହି ମେଳl କୁଆସିଥିଲି ତେବେ ଏହିବର୍ଷ ଗତ ଥର ଅପେକ୍ଷା ଅଧିକ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ମୁଖ୍ୟ ଅତିଥି ବିଡ଼ିଓ ପାତ୍ର କହିଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ମେଳା ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ , ଉପ ସଭାପତି ସୁଜିତ କୁମାର ବେହେରା, ନୀଳ ମାଧବ ମିଶ୍ର, ମହମ୍ମଦ ଚୀଷ୍ଟି ପ୍ରମୁଖ ଯୋଗ…
ବାଲିଗୁଡା,୧୩/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ର ଅଧିଷ୍ଠାତ୍ରୀ ଦେବୀ ମା’ ନାରାୟଣୀ ଙ୍କ ୨୭ ତମ ଠାକୁରାଣୀ ଯାତ୍ରା ଚଳିତ ମାସ ଅକ୍ଷୟ ତୃତୀୟା ୨୦ ତାରିଖ ରୁ ଆରମ୍ଭ ହେବ, ଏ ନେଇ ମେରୁ ସଂକ୍ରାନ୍ତି ଦିନ ଶୁଭଖୁଣ୍ଟି ସ୍ଥାପନ ହେବ। ନାରାୟଣୀ ଠାକୁରାଣୀ ଯାତ୍ରା ପରିଚାଳନା କମିଟି ପକ୍ଷରୁ ସଭାପତି କାବୁଲା ସେନାପତିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀରେ ଯାତ୍ରା ଆରମ୍ଭ ହେବା ଏବଂ ଶେଷ ହେବା ନେଇ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା । ଏହି ଯାତ୍ରା ସର୍ବସାଧାରଣ ଯାତ୍ରା ଆମେ କେବଳ ଯାତ୍ରା ପରିଚାଳନାର ପ୍ରତିନିଧୂତ୍ବ କରୁଛୁ । ତେଣୁ ଆପଣଙ୍କ ସହଯୋଗ ପ୍ରଚାର ପ୍ରସାର କ୍ଷେତ୍ରରେ ନିହାତି ଆବଶ୍ୟକ । ଏଥି ସହିତ ମଙ୍ଗଳବାର ମେରୁ ସଂକ୍ରାନ୍ତି ଦିନ ମା’ ନାରାୟଣୀ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ପ୍ରତିଷ୍ଠା…
ବୁଗୁଡ଼ା,୧୩/୪:(କୁମୁଦ ଚନ୍ଦ୍ର ବେହେରା): ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ବ ହେଉଛି ମା’ କାଳୀଙ୍କ ଦଣ୍ଡ ଯାତ୍ରା । ୨୧ ଦିନିଆ, ୧୮ ଦିନିଆ ଓ ୧୩ ଦିନିଆ ଦଣ୍ଡଯାତ୍ରା ପ୍ରଚଳିତ ଥିବା ବେଳେ ଶେଷ ମଧ୍ୟ ଦୁଇ ପ୍ରକାରେ ହୋଇଥାଏ । ଅଧିକାଂଶ ଯାତ୍ରା ମେରୁ ସଂକ୍ରାନ୍ତିରେ ସରୁଥିବାବେଳେ କିଛି ସ୍ଥାନରେ ଦିନକ ପୂର୍ବରୁ ଅର୍ଥାତ୍ ମାସାନ୍ତରେ ଏହା ସରିଥାଏ । ଦଣ୍ଡୁଆମାନେ ନିଷ୍ଠାର ସହ ନିୟମ ପାଳି ଗାଁକୁ ଗାଁ ବୁଲି ମାନସିକଧାରୀଙ୍କ ଦୁଆରେ ଦଣ୍ଡ ଖେଳିଥାନ୍ତି । ବୁଗୁଡ଼ା ବ୍ଲକ୍ରର ବିଭିନ୍ନ ସ୍ଥାନରେ ମାସନ୍ତ ସଂକ୍ରାନ୍ତି ମେରୁ ପର୍ବ ହେଉଛି । ଏହି ଯାତ୍ରା ଦେଖିବାକୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏଥିସହ ମେରୁ ଯାତ୍ରା ଏବର୍ଷ ଶେଷ ହେବ ।
ବୁଗୁଡ଼ା,୧୩/୪:(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି.କରଡାବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାରୀ ନାୟକଙ୍କ ଦ୍ବାଦଶାହ ଉପଲକ୍ଷେ ଶନିବାର ଦିନ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଯଜ୍ଞ ଆରମ୍ଭ ହୋଇ ରବିବାର ଦିନ ପୂର୍ବାହ୍ନରେ ଉଦଯାପିତ ହୋଇଥିଲା। ଉକ୍ତ ନାମ ସଂକୀର୍ତ୍ତନ ଯଜ୍ଞରେ ନୂଆ ଦଦରାଖୋଲ, ଟଭାପଲ୍ଲୀବି.କରଡାବାଡି ଓ ପୁରୁଣା ଦଦରାଖୋଲ ଗ୍ରାମର ନାମ ସଂକୀର୍ତ୍ତିନ ଦଳ ଅଂଶ ଗ୍ରହଣ କରିଥିଲେ। ସ୍ବର୍ଗତ ପ୍ରଫୁଲ୍ଲ କୁମାରୀ ନାୟକଙ୍କ ଦ୍ବାଦଶାହରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଅନ୍ଯ ଜନପ୍ରତିନିଧିଗଣ,ବୁଦ୍ଧିଜୀବୀ ଯୋଗଦେଇ ସ୍ବର୍ଗତ ପ୍ରଫୁଲ୍ଲ କୁମାରୀ ନାୟକଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୂମନ ଅର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ। ଏ ଅବସରରେ ପୂର୍ବତନ ମନ୍ତ୍ରୀଶ୍ରୀକାନ୍ତ ସାହୁଙ୍କ ସମେତ ଅନ୍ଯ ମାନେ ନାମ ସଂକୀର୍ତ୍ତନ ଯଜ୍ଞରେ ସାମିଲ ହୋଇ ଭଗବାନଙ୍କ ଆଶୀର୍ବାଦ ଲାଭ କରିଥିଲେ।
ଭୁବନେଶ୍ୱର:୧୨/୪(ଜନବାଣୀ ବ୍ୟୁରୋ):ଭାରତୀୟ ସଙ୍ଗୀତ ଆଶା ଭୋସଲେ ୯୨ ବର୍ଷ ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୋତାଙ୍କୁ ବିମୋହିତ କରିଥିବା ହୃଦଘାତ ଯୋଗୁଁ ତାଙ୍କୁ ମୁମ୍ବାଇର ବେଳେ ସେଠାରେ ସେ ଆଜି ସମଗ୍ର ସଙ୍ଗୀତ ଜଗତ ସମେତ ସାମାଜିକ ଗଣମାଧ୍ୟମରେ ପର୍ଯ୍ୟନ୍ତ ସମସ୍ତେ ଏହି ମହାନ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ତାଙ୍କର ଆରୋଗ୍ୟ କାମନା ପ୍ରାର୍ଥନା ବିଫଳ ହୋଇଛି। ଅନ୍ତ ଘଟାଇଥିବା ଏହି ସୁର ଅଧିକ ଗୀତ ଗାଇ ଗିନିଜ୍ ବୁକ୍ ପପ୍, ଗଜଲ, ଭଜନ ଏବଂ ଜଗତର କିମ୍ବଦନ୍ତୀ ଗାୟିକା ପ୍ରସିଦ୍ଧ ପ୍ଲେ-ବ୍ୟାକ୍ ସିଙ୍ଗର ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସାତ ନିଜର ଯାଦୁକରୀ କଣ୍ଠସ୍ବରରେ କୋଟି କୋଟି ଅପ୍ରତିଦ୍ବନ୍ଦୀ ଗାୟିକା ଆଶା ଭୋସଲେଙ୍କୁ ଶନିବାର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ପ୍ରଶଂସକଙ୍କ ଠାରୁ ଆରମ୍ଭ କରି…