ଫୁଲବାଣୀ,୧୦/୦୪(ସୁନୀଲ ପଟ୍ଟନାୟକ):ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ଦ୍ୱିତୀୟ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳଅତିରିକ୍ତ ଜିଲ୍ଲା ପାଳ କୁଷଲ୍ ଚନ୍ଦ୍ର ନାୟକ ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଓକିଲ ସଂଘ ସଭାପତି ତଥା ବାଣୀଜ୍ୟ ମେଳା ର ପରାମର୍ଶଦାତା ଭଗବାନ ମହାନ୍ତି, ଫୁଲବାଣୀ ସରକାରୀ ମେଡିକାଲ କଲେଜ ଡିନ ତଥା ସୁପରି ଟେଣ୍ଡ ଣ୍ଟ ଡାକ୍ତର ନରେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗ ଦେଇ ଏହି ମେଳା ସହର ବାସୀ ଙ୍କୁ ଆମୋଦ ପ୍ରମୋଦ ର ଖୋରାକ ଯୋଗାଇବା ସହ ବ୍ୟବସାୟ ବୃଦ୍ଧି ରେ ସହାୟକ ହେବ…
Author: Janabani News
ରାଜସୁନାଖଳା,୧୦/୦୪(ସୁଶାନ୍ତ କୁମାର ପ୍ରଧାନ): ସବୁଠି ଜମିଲା ବିଶ୍ୱ ଛେନାପୋଡ଼ ଦିବସ। ଛେନା ପୋଡ଼ କଥା ଆସିଲେ ନିଶ୍ଚିତ ଭାବେ ପାଟିରୁ ଲାଳ ଗଡିଥାଏ। ଛେନା ପୋଡ଼କୁ ଦେଖିଲେ ମନ ହୁଏ ଖାଇବା ପାଇଁ।ଦେଶୀଗାଇ କ୍ଷୀର ଛେନା,ଚିନି ଏବଂ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ କରାଯାଇ ଥାଏ ସୁଆଦିଆ ଛେନା ପୋଡ଼। ସୁଆଦ ଏମିତି ଯିଏ ଥରେ ଚାଖିଛି, ସବୁବେଳେ ଖାଇବାକୁ ମନ କରିଛି। ଅପ୍ରେଲ ୧୧ବିଶ୍ୱ ଛେନାପୋଡ଼ ଦିବସ । ନୟାଗଡ଼ ଜନ୍ମିତ ଛେନାପୋଡ଼କୁ ବିଶ୍ୱ ବଜାର ଦେବା ଲାଗି ଗତ ବର୍ଷରୁ ଆରମ୍ଭ ହୋଇଥିବା ବିଶ୍ୱ ଛେନାପୋଡ଼ ଦିବସ ଆଜି ଖାଲି ନୟାଗଡ଼ ଜିଲ୍ଲାରେ ସୀମିତ ନାହିଁ ବରଂ ରାଜଧାନୀରେ ବେଶ୍ ଉଲ୍ଲାସର ସହ ପାଳନ କରାଯାଇଛି ଏହି ଦିବସ । ଏଥି ସହ ଓଡ଼ିଶାର ଏହି ବହୁ ପରିଚିତ ମିଷ୍ଟାନ୍ନକୁ ଜିଆଇ ଟ୍ୟାଗ୍ ମାନ୍ୟତାର ଦାବି ଜୋର୍ ଧରିଛି। ସେଇଥିପାଇଁ ତ ରାଜ୍ୟର ସବୁଠି, ସବୁ କୋଣରେ ଛେନାପୋଡ଼ ଆଇଟମ୍…
ନୂଆପଡା, ତା:୧ ୦/୦୪:(ପରମେଶ୍ୱର ମେହେର ): ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୋଜନ କାର୍ଯ୍ୟାଳୟ ଦ୍ଵାରା ପରିଚାଳିତ ମାଗଣା କୋଚିଂ କ୍ଲାସ ପରିଦର୍ଶନ କରିଥିଲେ। ସେଠାରେ ନାମ ଲେଖାଇ ଥିବା ଚାକିରୀ ଆଶାୟୀମାନଙ୍କୁ ସେ ଶିକ୍ଷାଦାନ କରିଥିଲେ।ଏହି ଅବସରରେ, ଜିଲ୍ଲାପାଳ ଆଶାୟୀମାନଙ୍କୁ ଉତ୍ସାହିତ କରି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଁ ସୁଚିନ୍ତିତ ପ୍ରସ୍ତୁତି, ନିୟମିତ ଅଭ୍ୟାସ ଓ ସମୟ ପରିଚାଳନାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ। ଆଗାମୀ ୟୁପିଏସସି ଓ ଓପିଏସସି ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବ ପାଇଁ ସେ କିଛି ମୂଲ୍ୟବାନ ଟିପ୍ସ ପ୍ରଦାନ କରିଥିଲେ।ଏହି ମାଗଣା କୋଚିଂ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନର ଏକ ଗୁରୁତ୍ୟପୂର୍ଣ ପଦକ୍ଷେପ ଭାବେ ଚାକିରୀ ଆଶାୟୀଙ୍କୁ ନିଜ ସ୍ବପ୍ନ ପୂରଣ କରିବାରେ ବଡ଼ ସହାୟତା ପ୍ରଦାନ କରୁଛି।
ସିନାପାଲି,୧୦-୪(ପରମେଶ୍ୱର ମେହେର ): ନୂଆପଡ଼ା ଜିଲ୍ଲା ସିନାପାଲିବ୍ଲକସ୍ଥିତ ଗୋଡାଳ ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ମହିଳାମାନେ ରାଜ ରାସ୍ତାକୁ ଓହ୍ଲାଇ ପ୍ରଶାସନ ବିରୋଧରେ ଗର୍ଜିଛନ୍ତି I ସିନାପାଲି ସଦରକୁ ଲାଗି ରହିଥିବା ଉକ୍ତ ଗ୍ରାମରେ ଗୋଟିଏ ସପ୍ତାହ ହେଲା ଜଳ ଯୋଗାଣ ହେଇ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପ୍ରକାଶ ଯୋଗ୍ୟ ଯେ, ସିନାପାଲି ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଏହି ଗାଁ ଅବସ୍ଥିତ। ଗାଁରେ ୩ଟି ୱାର୍ଡ ରହିଥିବା ବେଳେ ଏକ ଜନବହୁଳ ଗ୍ରାମ ଅଟେ | ହେଲେ ଏଠାରେ ବିଦ୍ୟୁତ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗର ଅପାରଗତା ଯୋଗୁଁ ବାରମ୍ବାର ଏହି ଗ୍ରାମରେ ଜଳ ଯୋଗାଣ ରେ ବାଧା ସୃଷ୍ଟି ହେଉଛି। ଏପରିକି ଗ୍ରାମର ଅନେକ ନଳକୂପ ଅଚଳ ହୋଇ ପଡ଼ିଥିବା ବେଳେ ପ୍ରକଳ୍ପ ରୁ ଜଳ ଯୋଗାଣ ସ୍ବଭାବିକ ହେଉନାହିଁ।ଜଳ ଟିକିଏ ପାଇବା ପାଇଁ…
ବୁଗୁଡ଼ା,୧୦/୪(କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ଥାନା ଅନ୍ତର୍ଗତ ବାଦୁଆ ଗ୍ରାମରେ ଜମିବାଡି ବିବାଦକୁ ନେଇ ମଝିଆଭାଇର ମରଣାନ୍ତକ ଆକ୍ରମଣରେ ବଡ ଓ ସାନଭାଇ ଉଭୟେ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାପାଇଛି । ଗୁରୁତର ଦୁଇଜଣ ହେଲେ ବଡଭାଇ ଧୋବା ଗୌଡ (୫୭) ଓ ସାନ ଭାଇ ଦୁର୍ଯ୍ୟଧନ ଗୌଡ (୫୦) । ମଝିଆ ଭାଇ ପଞ୍ଚୁ ଗୌଡ ଉଭୟଙ୍କୁ ଆକ୍ରମଣ କରିଥିଲା । ଘଟଣାରୁ ପ୍ରକାଶ ଯେ, ପୂର୍ବରୁ ଜମିବାଡିକୁ ନେଇ ତିନି ଭାଇଙ୍କ ମଧ୍ୟରେ ବିବାଦ ରହିଥିଲା । ତେବେ ଗୁରୁବାର ସନ୍ଧ୍ୟାରେ ଜତ ଧୋବା ଓ ଦୁର୍ଯ୍ୟଧନ ଘର ଆଗରେ ଠିଆ। ହୋଇ କଥାବାର୍ତ୍ତା ହେଉଥିବା ବେଳେ ପଞ୍ଚୁ ପଛପଟୁ ଆସି ଏକ ଫାଉଡାରେ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲା। ଦୁଇ ଭାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ଖବର ପାଇ ପୋଲିସ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲା।…
ବାଲିଗୁଡା, ତା, ୦୯/୦୪ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ପ୍ରାଣକେନ୍ଦ୍ର କୁହାଯାଉଥିବା ମୁଖ୍ୟ ବଜାର ତଥା ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳରେ ପାନୀୟ ଜଳର ସଙ୍କଟ ତୀବ୍ର ହେବାରେ ଲାଗିଛି। ସାଧାରଣ ଲୋକଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାଣି ଫିଲ୍ଟର ଓ କୁଲର ବ୍ୟବସ୍ଥା ଦୀର୍ଘ ଏକ ବର୍ଷ ହେବ ଅକାମି ହୋଇ ପଡ଼ିରହିଛି। ଫଳରେ ଏହି ପ୍ରଚଣ୍ଡ ରୌଦ୍ରତାପରେ ବାହାରୁ ଆସୁଥିବା ପଥିକ ଓ ସ୍ଥାନୀୟ ବ୍ୟବସାୟୀମାନେ ଜଳକଷ୍ଟ ଭୋଗୁଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତବର୍ଷ ଏହାକୁ ମରାମତି କାରାଯାଇ ଥିବା କହୁଛନ୍ତି ସ୍ଥାନୀୟ ସରପଞ୍ଚ କୁନ୍ଦରୁ ମଳିକ କିନ୍ତୁ ସ୍ଥାନୀୟ ଲୋକେ ପାଖାପାଖି ମରାମତି ହେବାର ପାଞ୍ଚ ଛଅ ଦିନ ପରଠୁ ଆଉ ଚାଲୁନାହିଁ | ବଜାରର ସବୁଠାରୁ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ମାତ୍ର…
ନୂଆପଡ଼ା, ୦୯/୦୪:(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ବିଭାଗର ପ୍ରଗତି ସମ୍ପର୍କିତ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ସମନ୍ୱିତ ଉଦ୍ୟାନ କୃଷି ଉନ୍ନତି ମିଶନ ଅନ୍ତର୍ଗତ ଜିଲ୍ଲାର ପାଞ୍ଚଟି ବ୍ଲକରେ ୫୫ ଏକର ଜମିରେ ନୂତନ ଆମ୍ବ ବଗିଚା ସୃଷ୍ଟି କରାଯାଇଥିବା ବେଳେ, ୫ ଏକର ଜମିରେ ହାଇବ୍ରିଡ ଅମୃତଭଣ୍ଡା ବଗିଚା ମଧ୍ୟ ସ୍ଥାପିତ ହୋଇଛି।“ପ୍ରତି ବୁନ୍ଦାରୁ ଅଧିକ ଉତ୍ପାଦନ” ଯୋଜନା ଅନ୍ତର୍ଗତ ଡ୍ରିପ୍ ସିଚାଇ ବ୍ୟବସ୍ଥା ୩୦୦ ହେକ୍ଟର ଲକ୍ଷ୍ୟ ଥିଲାବେଳେ ୨୮୫ ହେକ୍ଟରରେ କାର୍ଯ୍ୟକରିତା ହୋଇ ୯୫ ପ୍ରତିଶତ ସଫଳତା ହାସଲ କରାଯାଇଛି। ସେହିପରି, ସ୍ପ୍ରିଙ୍କଲର ସିଚାଇରେ ୧୩୦୦ ହେକ୍ଟର ଲକ୍ଷ୍ୟ ଥିଲାବେଳେ ୧୨୦୦ ହେକ୍ଟରରେ କାର୍ଯ୍ୟସାଧନ ହୋଇ ୯୨ ପ୍ରତିଶତ ସଫଳତା ମିଳିଛି।ଏହା ସହିତ ଉଦ୍ୟାନ…
ବୋଲଗଡ଼,୯/୪ (ସୁଶାନ୍ତ କୁମାର ପ୍ରଧାନ): ଗୁରୁବାର ଦିନ ବୋଲଗଡ଼ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ନିର୍ଦ୍ଦେଶରେ ସାଗରଗୁଆ଼଼ନ୍ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ ବଳବନ୍ତରାୟଙ୍କ ତତ୍ତ୍ଵାବଧାନରେ ଖାରଡପଲ୍ଲୀ, ନୂଆ ସିଙ୍ଗୀପୁର,ବାଳସି°ହ ପାଟଣା,ଗୋଡିଆଳି, ଜରି ପଡ଼ା ପୋଡ଼ା ପାଟଣା ଏବଂ ପାଟବନ୍ଧରେ ଅବସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ,ବାଳସି°ହ ପାଟଣା ଓ ହଳଦୀପଦା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ, ସାଗରଗୁଆ଼଼ନ୍ ରେ ଶିକ୍ଷା ସଚେତନତା ରଥକୁ କ୍ୟାସିଓ, ମୃଦଙ୍ଗ ଓ ଡ୍ରମ ବାଦନ ସହ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନକରି ସ୍ୱାଗତ କରାଯାଇଥିଲା।ବାଙ୍କୋଇ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ ସାମଲଙ୍କ ସଂଯୋଜନା ରେ ବେଣାଗାଡିଆ,ଗର୍ଭଣୀପଡା, ବାଙ୍କୋଇ ଦେଶ ଓ ପାନନଗର ସ୍ଥିତ ପ୍ରାଥମିକ ବିଦ୍ୟାଳୟ,ବେଣାଗାଡିଆ,ସହଜପୁର,କନ୍ତାଇଲୋ, ବଡ଼ କୁମାରୀ ଏବଂ କାଉଁରୀ ପାଟଣା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ଏବଂ ପି.ଏମ୍.ଶ୍ରୀ.ସରକାରୀ ଉଚ୍ଚ ବିଦ୍ୟାଳୟ, ବାଙ୍କୋଇ ଠାରେ ନୃତ୍ୟ ପରିବେଷଣ, ଧୂପ, ଦୀପ…
ଛତ୍ରପୁର,୯/୪,(ହିଂମାଶୁ ଶେଖର ସାବତ): ରାଜ୍ୟରେ ଅପ୍ରେଲ ମାସ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଆଜି ଓଡ଼ିଆ ପକ୍ଷ ପାଳନର ନବମ ଦିବସ ଅବସରରେ ସାରା ରାଜ୍ୟରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆଜିର ଦିବସଟି ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସ୍ରଷ୍ଟାମାନଙ୍କ ପାଇଁ ସମର୍ପିତ ଥିଲା ଆଜିର ଏହି “ଆସ ବହିଟିଏ କିଣିବା” ଅଭିଯାନ। ସାରସ୍ୱତ ସାଧାକମାନଙ୍କ ଦ୍ୱାରା ଲିଖିତ ପୁସ୍ତକକୁ କିଣିବା, ପଢ଼ିବା ଓ ଅନ୍ୟମାନଙ୍କୁ ଉପହାର ଦେବା ଲକ୍ଷ୍ୟରେ ଆଜି “ଆସ ବହିଟିଏ କିଣିବା” ଅଭିଯାନକୁ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅସ୍ଥାୟୀ ପୁସ୍ତକ ବିକ୍ରୟ କେନ୍ଦ୍ର ତଥା ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଯୋଗଦେଇ ଓଡ଼ିଆ ପକ୍ଷ ଏବଂ ଆଜି କାର୍ଯ୍ୟକ୍ରମ…
ବ୍ରହ୍ମପୁର, ୮/୪,(ହିମାଂଶୁ ଶେଖର ସାବତ):ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ୮୨୩ତମ ଶାଖା ଉଦ୍ଘାଟନ କରାଯାଇଛି ଯାହା ଫଳରେ ରାଜ୍ୟରେ ଏହାର ଉପସ୍ଥିତି ସୁଦୃଢ଼ ହୋଇଛି ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି।ଏହା ସହିତ ଓଡ଼ିଶାରେ ବ୍ୟାଙ୍କର ଶାଖା ସଂଖ୍ୟା ୮୯ରେ ପହଂଚିଛି। ସେଥିରୁ ୬୩ ଟି ହେଉଛି ଅଣ ବ୍ୟାଙ୍କ ଗ୍ରାମୀଣ ବ୍ୟାଙ୍କ (ୟୁଆର୍ବି)। ବ୍ୟାଙ୍କ ପହଂଚିନଥିବା କିମ୍ବା ପର୍ଯ୍ୟାପ୍ତ ବ୍ୟାଙ୍କ ସେବା ମିଳୁନଥିବା ଅଂଚଳରେ ସଂଗଠିତ ବ୍ୟାଙ୍କିଙ୍ଗ ସେବା ପହଂଚାଇବା ପାଇଁ ଆମର ଜାରି ରହିଥିବା ଗୁରୁତ୍ୱକୁ ଏହା ପ୍ରତିଫଳିତ କରୁଛି।ବ୍ରହ୍ମପୁର ଶାଖାକୁ ଖଲିକଟ କଲେଜ ପଡ଼ିଆ ନିକଟରେ ଖୋଲାଯାଇଛି ଯାହା ସ୍ଥାନୀୟ ସମୁଦାୟର ବିବିଧ ଆବଶ୍ୟକତାକୁ ପୂରଣ କରିବ। ଏହା ସଞ୍ଚୟ ଏବଂ ଚଳନ୍ତି ଜମା ଖାତା, ସ୍ୱଳ୍ପମୂଲ୍ୟର ଗୃହ ଋଣ, ସୁନା ଋଣ ଏବଂ ଅସୁରକ୍ଷିତ ଋଣ ଭଳି ବିଭିନ୍ନ ପ୍ରକାରର ରିଟେଲ୍ ଆର୍ଥିକ ସମାଧାନ ସମେତ…
ଫୁଲବାଣୀ:୦୯/୦୪ (ସୁନୀଲ ପଟ୍ଟନାୟକ):ବୁଧବାର ସନ୍ଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ସ୍ଥାନୀୟ କରୋ ନେ ସନ୍ ପଡିଆ ଠାରେ ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ଉଦଘାଟିତ ହୋଇଛି l ଏହି ଅବସରରେ ମୁଖ୍ୟ ଅତିଥି ତଥା ଉଦ୍ଘlଟକ ଭାବେ କନ୍ଧମାଳ ଜିଲ୍ଲା ପାଳ ବେଦ ଭୂଷଣ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ l କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ସେହିପରି କନ୍ଧମାଳ ଏସପି ହରିଶ୍ ବିଶି, ବରିଷ୍ଠ ଆଇନଜୀବି ତଥା ପରାମର୍ଶଦା ତା ଲମ୍ବୋଦର କହଁର, କ୍ରୀଡ଼ା ସଂସଦ ସମ୍ପାଦକ ଆଇନଜୀବି ଶିବ ପ୍ରସାଦ ତ୍ରିପାଠୀ, ପ୍ରମୁଖ ଯୋଗ ଦେଇ ଏହି ମେଳା ସହର ବାସୀ ଙ୍କୁ ଆମୋଦ ପ୍ରମୋଦ…
ନୂଆପଡ଼ା,୯/୪: (ପରମେଶ୍ୱର ମେହେର):ନୂଆପଡ଼ା ଏନ୍ଏସି ସତ୍ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉ ହେଉଥିଲେ। ଏହାକୁ ମରାମତି ପାଇଁ ଅଭି ଅଭିଯୋଗ ପରେ ମଧ୍ୟ ସୁଫଳ ମିଳି ନ ଥିଲା। ଶେଷରେ ମଙ୍ଗଳବାର ୱାର୍ଡ ନଂ.୫ ପଡ଼ାବାସୀ ରାସ୍ତା ନିଜେ ମରାମତି କରିଛନ୍ତି। ସୂଚନା ଅନୁଯାୟୀ, ୩୫୩ ନମ୍ବର ଜାତୀୟ ରାଜପଥଠାରୁ ପଡ଼ାକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ଵରେ ଥିବା ଡ୍ରେନ୍ ଉପରେ ପଡ଼ିଥିବା ଘୋଡ଼ଣି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ଲା। ଉକ୍ତରାସ୍ତା ଉପରେ ପଡାର ୧୫ରୁ ଊର୍ଦ୍ଧ ପରିବାର ସହ ତେଳିପଡ଼ାର ଲୋକେ ନିର୍ଭର କରନ୍ତି। ଏହି ସମସ୍ୟା ଯୋଗୁ ଉକ୍ତ ରାସ୍ତାରେ ଗାଡ଼ିମୋଟର ଯାତାୟାତ କରିପାରୁ ନ ଥିଲା। ଫଳରେ ପଡାବାସୀ ଅସୁବିଧାର ସମ୍ମୁଖୀନ ହେଉଥିଲେ। ହଠାତ୍ କୌଣସି ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ଆମ୍ବୁଲାନ୍ସ ଆସିବା ଅସମ୍ଭବ ହୋଇପଡିଥିଲା। ଏହାର ମରାମତି ପାଇଁ ଲୋକେ ଅନେକଥର…