Author: Janabani News

ଜଗନ୍ନାଥ ପ୍ରସାଦ,୧୨/୦୪,(ଚିତ୍ତରଞ୍ଜନ ଗନ୍ତାୟତ):ଜଗନ୍ନାଥ ପ୍ରସାଦ ବ୍ଲକ ଅଞ୍ଚଳରେ ସାପଧରାଳି ନାମରେ ଅଞ୍ଚଳରେ ପରିଚିତ ବ୍ୟକ୍ତି କହିଲେ ଅବକାଶ ବେହେରା ଙ୍କୁ ମନ ପକାନ୍ତି ଲୋକମାନେ କାରଣ ସେ ଏତେ ସୁନ୍ଦର ଭାବରେ ଯୋଉ ସପ ହାଉନା କାହିଁକି ତାହାଙ୍କୁ ଅତି ସହଜରେ ଧରି ପକାନ୍ତି |ସେ ଏମିତି ଏକ ସପ ଧରାଳି ଯାହାକୁ ବନବିଭାଗ ସବୁ ବେଳେ ସାପ ବାହାରିଲେ ମନ ପକାନ୍ତି |ବନବିଭାଗ କୁ ଯଦି ଫୋନ ଆସେ ଯେ ସାପ ବାହାରିଛି ତେବେ ସମସ୍ତେ ମନ ପକାନ୍ତି ଅବକାଶ ଭାଈ (ପିଣ୍ଟୁ )ଆଜକୁ ବହୁ ଦିନ ହେଲା ସେ ସାପ ଧରି ଅଞ୍ଚଳରେ ବେଶ ପରିଚିତ ଏଥି ସହିତ ସେ ବହୁ ବଡ଼ ବଡ଼ ଐରାଜ, ନାଗ, ରଣା, ଠାରୁ ସମସ୍ତ ବିଷାକ୍ତ ସାପମାନଙ୍କୁ ଅତି ସହଜରେ ଧରିପାରନ୍ତି |କିଛି ଦିନ ତଳେ ହରିଶରଣ ପୁର ରୁ ୧୫ ଫୁଟ ରୁ ଉର୍ଦ୍ଧ ଏକ ଐହୀରାଜ ଧରିବା ସାହି…

Read More

ବୁଗୁଡ଼ା,୧୨।୪:(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ଏନ୍‌.ଏ.ସି ମେନ୍‌ ରୋଡ଼୍ ମେଡିକାଲ ଛକ ନିକଟରେ ମଙ୍ଗଳବାର ଦିନ ନୂତନ ୱାନ୍ ଗ୍ରାମ୍ ଗୋଲ୍ଡ ଜୁଏଲାରୀ ଏବଂ ସମ୍ବଲପୁରୀ ଶାଢ଼ୀ ସୋରୁମ୍ ର ଶୁଭାରମ୍ଭ ହୋଇ ଯାଇଛି । ପ୍ରଥମେ ଠାକୁରଙ୍କ ପୂଜାପାଠ ସମ୍ପାଦନ ପରେ ଉକ୍ତ ଦୁଇ ସୋରୁମ୍ କୁ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉତ୍ସାହୀ ଯୁବକ ଓ ଗ୍ରାହକ ମାନଙ୍କ ସମେତ ସୋରୁମ୍ ର ମାଲିକ ଉପସ୍ଥିତ ଥିଲେ ।

Read More

ଫୁଲବାଣୀ:୧୨/୦୪:(ସୁନୀଲ ପଟ୍ଟନାୟକ):କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ୪ର୍ଥ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭକ୍ତ ବନ୍ଧୁ ଜନାର୍ଦ୍ଦନ ଦଳେଇ ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ପ୍ରକଳ୍ପ ନିର୍ଦେଶକ ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରବୀଣ କୁମାର ବାଣୁଆ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ମଣ୍ଡଳ ଇଁ. ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଏହି ମେଳା ସହର ବାସୀ ଙ୍କୁ ଆମୋଦ ପ୍ରମୋଦ ର ଖୋରାକ ଯୋଗାଇବା ସହ ବ୍ୟବସାୟ ବୃଦ୍ଧି ରେ ସହାୟକ ହେବ ବୋଲି କହି ଉତ୍ତରୋତ୍ତର ଉନ୍ନତି କାମନା କରି ଥିଲେ l…

Read More

ବ୍ରହ୍ମପୁର:୧୧/୪:(ହିମାଂଶୁ ଶେଖର ସାବତ):ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଭାବେ ପରିଚିତ ବ୍ରହ୍ମପୁର ସହର ଏବେ ଖାଲଖମା ରାସ୍ତାର ସମସ୍ୟା ଜନଜୀବନକୁ ବିପଦରେ ପକାଇଛି। ବ୍ରହ୍ମପୁରକୁ ପଶ୍ଚିମ ଓଡ଼ିଶା ସହ ଯୋଡ଼ୁଥିବା ମୁଖ୍ୟ ସଡ଼କ ଏବେ ଖାଲଖମା ଅବସ୍ଥାରେ ରହିଥିବା ବେଳେ ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର ଯାତ୍ରୀ ଯାତାୟାତ କରୁଛନ୍ତି।ଏହି ରାସ୍ତା କେବଳ ସହର ଭିତରର ଯାତାୟାତ ପାଇଁ ନୁହେଁ, ବରଂ ଏକ ପ୍ରମୁଖ ଆନ୍ତର୍ଜିଲ୍ଲା ଓ ଆନ୍ତର୍ରାଜ୍ୟ ଯୋଗାଯୋଗ ମାର୍ଗ ଭାବେ ମଧ୍ୟ ପରିଚିତ। ପ୍ରତିଦିନ ଏହି ସଡ଼କ ଦେଇ ଶହ ଶହ ବସ, ଟ୍ରକ, କାର ଓ ଅନ୍ୟାନ୍ୟ ଯାନ ଚଳାଚଳ କରୁଥିବା ବେଳେ ଏହି ରାସ୍ତାଟି ରାଜଧାନୀ ଭୁବନେଶ୍ବର ଓ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ସହ ସଂଯୋଗ ହୋଉଛି। ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳ ଠାରୁ ସହର ପର୍ଯ୍ୟନ୍ତ ଅନେକ ଲୋକ ଦୈନନ୍ଦିନ କାମ ପାଇଁ ଏହି ରାସ୍ତାରେ ନିର୍ଭର କରୁଛନ୍ତି।ତଥାପି ଏତେ ଗୁରୁତ୍ୱପୂର୍ଣ୍ଣ ରାସ୍ତା…

Read More

ଭଞ୍ଜନଗର,୧୧/୪:(ନିଲୁ ବିଷୋୟୀ) : ଗଞ୍ଜାମ ଜିଲ୍ଲାର ଘୁମୁସର ଅଞ୍ଚଳ ଶତାଧିକ ବର୍ଷ ଇତିହାସ ବହନ କରୁଥିବା ବେଳେ ଭଞ୍ଜ ରାଜବଂଶ ସମୟରେ ପ୍ରାୟ ୧୭୦୦ ଖ୍ରୀଷ୍ଟାଦ୍ଦରେ ନିର୍ମିତ ନାରାୟଣ ପାଟଣା ଗ୍ରାମରେ ଥିବା ନାରାୟଣ ସ୍ବାମୀଙ୍କ ମନ୍ଦିର ଆଜି ମଧ୍ୟ ତାର ସ୍ବତନ୍ତ୍ରତା ବଜାୟ ରଖିଛି। ବିଧି ବିଧାନ‌ରେ ଏଠାରେ ପୂଜାର୍ଚ୍ଚନା ହେଉଥିବା ବେଳେ ବର୍ତ୍ତମାନ ଦଣ୍ଡଯାତ୍ରା ସମୟରେ ଆଜି ଏହି ମନ୍ଦିର ପରିସରରେ ନାରାୟଣ ସ୍ୱାମୀ ଓ ଜିଲ୍ଲାର ପ୍ରସିଦ୍ଧ ମାଁ ଗାଲେରୀ ଦକ୍ଷିଣ କାଳୀଙ୍କ ଅପୂର୍ବ ମିଳନ ଅନୁଷ୍ଠିତ ହୋଇଛି। ପରିବର୍ତ୍ତିତ ଶୈଳୀରେ କିଛି ଦଣ୍ଡଯାତ୍ରା ଦଳରେ ପାଶ୍ଚାତ୍ୟକରଣ ପ୍ରବେଶ କରିଛି। ହେଲେ ଗାଲେରୀ ଦଣ୍ଡଯାତ୍ରା ଦଳକୁ ଆଧୁନିକତା ସ୍ପର୍ଶ କରିପାରିନି। ନିଷ୍ଠା ସହକାରେ ମା’ଙ୍କ ପୂଜା ଓ ପରମ୍ପରା ଚାଲିଆସିଛି। ଗାଲେରୀ‌ରେ ଦଣ୍ଡଯାତ୍ରା ପ୍ରକୃତରେ କେବେ ଆରମ୍ଭ ହୋଇଥିଲା। ଏନେଇ କିଛି ପ୍ରାମାଣିକ ତଥ୍ୟ ନଥିବା ବେଳେ ଇତିହାସକୁ ଅବଲୋକନ କଲେ ଜଣାପଡ଼େ, ଯେ ଏହି ଭଞ୍ଜବଂଶ…

Read More

ଭଞ୍ଜନଗର,୧୧/୪:(ନିଲୁ ବିଷୋୟୀ): ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ଆହତ ଜଣକ ହେଲେ ବିଜେତା ସେନାପତି(୩୫)। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି।ସୂଚନା ଅନୁଯାୟୀ, କୁଲାଡର ଚନ୍ଦ୍ର ଶେଖର ସେନାପତିଙ୍କ ପରିବାର ନେଇ ବାଗ୍‌ଦେବୀ ରୋଡରେ ରହୁଥିଲେ। ଆଜି ବିଦ୍ୟୁତ୍‌ ନଥିବା ବେଳେ ବିଜେତା ଗ୍ୟାସରେ ରୋଷେଇ କରିବା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ କୌଣସି କାରଣରୁ ଗ୍ୟାସ ଲିକ ଯୋଗୁ ନିଆଁ ଲାଗି ଯାଇଥିଲା। ଫଳରେ ବିଜେତା ଗୁରୁତର ଭାବେ ପୋଡ଼ି ଯାଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ନିଆଁ ଲାଗିବା ପରେ ତାଙ୍କ ପାଟି ଶୁଣି ପରିବାର ଲୋକେ ଏବଂ ସାହି ପଡୋଶୀ ଘରେ ପହଞ୍ଚି…

Read More

ନୂଆପଡା,୧୧/୦୪:(ପରମେଶ୍ୱର ମେହେର):ଆମନାରା ଗ୍ରାମ ପଞ୍ଚାୟତ ସରପଞ୍ଚ ପଦ ପାଇଁ ଉପନିର୍ବାଚନକୁ ନଜରରେ ରଖି ଆଜି ନୂଆପଡା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଉପ-ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ନୂଆପଡା ଉପଖଣ୍ଡ ପୋଲିସ ଅଧିକାରୀ, ତହସିଲଦାର ପ୍ରଣବ ପ୍ରକାଶ ସାହୁ ସହ ବିଭିନ୍ନ ରାଜନୈତିକ ପ୍ରତିନିଧି ଓ ପ୍ରଶାସନିକ-ପୋଲିସ ଅଧିକାରୀମାନେ ଯୋଗଦେଇଥିଲେ।ଉପ-ଜିଲ୍ଲାପାଳ ସ୍ୱାଧୀନ ଓ ନିରପେକ୍ଷ ନିର୍ବାଚନ ସହିତ ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଆଦର୍ଶ ଆଚରଣବିଧି ପାଳନ ଓ ଶାନ୍ତି-ଶୃଙ୍ଖଳା ବଜାୟ ରଖିବାକୁ ସମସ୍ତ ପକ୍ଷ ସମ୍ମତି ଜଣାଇଥିଲେ।ଆସନ୍ତା ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥା କଡା କରାଯିବା ସହ ଅନିୟମିତତାକୁ ସହ୍ୟ କରାଯିବ ନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା। ଭୋଟରଙ୍କୁ ଭୟଭୀତ କରିବା କିମ୍ବା ପ୍ରଲୋଭନ ଦେବାକୁ ରୋକିବା ପାଇଁ ଆବକାରୀ ବିଭାଗ ପକ୍ଷରୁ ଛାପାମାରି ଜାରି ରହିବ।ପ୍ରଚାର କାର୍ଯ୍ୟକଳାପରେ ନିୟମ ପାଳନ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଦିନ…

Read More

ବ୍ରହ୍ମପୁର,୧୧/୪,(ହିମାଂଶୁ ଶେଖର ସାବତ):ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ରେଶମ ସହର ମହୋତ୍ସବରେ ବ୍ରହ୍ମପୁର ପୁଲିସ ପକ୍ଷରୁ ୩ ଦିନିଆ ଅସ୍ତ୍ରଶସ୍ତ୍ର ଏବଂ ବୋମା ନିଷ୍କ୍ରିୟକାରୀ ୟୁନିଟ୍ ପ୍ରଦର୍ଶନୀ ଆରମ୍ଭ କରାଯାଇଛି। ଦକ୍ଷିଣାଞ୍ଚଳ ରେଞ୍ଜ ଆଲଜି ନୀତି ଶେଖର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀର ଶୁଭାରମ୍ଭ କରିଥିଲେ | ବ୍ରହ୍ମପୁର ଏସ୍‌ପି ଡ଼ା.ଶର୍ବଣା ବିବେକ ଏମ୍‌ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତ୍ତି ଭାସନ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଯୋଗଦେଇ ଏକେ-୪୭ ରାଇଫଲ୍‌ର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ ହୋଇଥିଲେ ।ଏହି ପ୍ରଦର୍ଶନୀରେ ଇନସାସ୍ ରାଇଫଲ,ଏକେ-୪୭, ଏମପି-୫, ସବ୍‌ମେସିନ ଗନ୍,ଲାଇଟ୍ ମେସିନ ଗନ୍ ଏବଂ ଏସଏଲଆର୍ ଭଳି ଅତ୍ୟାଧୁନିକ ବନ୍ଧୁକ ସାମିଲ ହୋଇଥିଲା । ବିପଦପୂର୍ଣ୍ଣ ସମୟରେ ପୁଲିସର ବୋମା ନିଷ୍କ୍ରିୟକାରୀ ଦଳ ନିଜକୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରୁଥିବା ସ୍ବତନ୍ତ୍ର ସୁଟ୍ ଏଠାରେ ପ୍ରଦର୍ଶିତ କରାଯାଇଛି। ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଏକ ସ୍ବତନ୍ତ୍ର…

Read More

ଫୁଲବାଣୀ:୧୧/୦୪(ସୁନୀଲ ପଟ୍ଟନାୟକ): ଗ୍ୟାସ୍ ନ ମିଳିବାରୁ ଏସିଆନ ଗ୍ୟାସ୍ ମାଲିକ ଏମ ଡି ସାହିଲ ଙ୍କୁ ଗାଳି ଗୁଲଜ କରିବା ସହ ମାରଧର କରିଥିଲେ କିଛି ଯୁବକ l ତେବେ ୧୩/୩ ରେ ଗ୍ୟାସ ନେଇଥିବା କଂଜୁମର କୁ ୧୦/୪ ରେ ଦ୍ୱିତୀୟ ଗ୍ୟାସ ଦିଆ ଯାଇ ପାରିବନାହିଁ ,୪୫ ଦିନପରେ ଗ୍ୟାସ ଦିଆ ଯାଇପାରିବ ବୋଲି ନିୟମ କଥା କହିବାରୁ ହଟାତ ତିନି ଚାରି ଜଣ ଆସି ଗାଳି ଗୁଲଜ କରିବା ସହ ମାଡ ମାରିବା ଅଭିଯୋଗହୋଇଛି l ଏ ନେଇ ଟାଉନ ଥାନାରେ ଏତେଲା ଦେଇଛନ୍ତି ଗ୍ୟାସ୍ ମାଲିକ! ଟାଉନ ଥାନା ଆଇଆଇସି ଶ୍ରୀମତୀ ରିତମ୍ଭରା ପ୍ରଜ୍ଞା କର ଏହାର ତଦନ୍ତ କରାଯାଇ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି! ତେବେ ଗ୍ୟାସ ଡିଷ୍ଟ୍ରି ବ୍ୟୁଟର ସାହିଲ ତାଙ୍କ ଜୀବନ ପ୍ରତୀ ବିପଦ ରହିଁଛି ବୋଲି ପୋଲିସ ସହାୟତା ଲୋଡିଛନ୍ତି! ପୋଲିସ ଆକ୍ସନ ନ ନେଲେ ସେ…

Read More

ବାଲିଗୁଡା, ତା, ୧୧/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ଚଳିତ ମାସ ୧ତାରିଖ ଠାରୁ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡ ଯାତ୍ରା, ଏହି ପରିପ୍ରେକ୍ଷୀରେ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହେବା ସହ ଚତୁର୍ଦ୍ଦିଗ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଅନ୍ଯ ପକ୍ଷରେ ପ୍ରତ୍ଯେକ ଦିନ ବାଲିଗୁଡା ସହରରେ ପ୍ରତିଦିନ ୪ରୁ ୫ ଥଳ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଥିବା ଯୋଗୁଁ ଏକ ଆକର୍ଷଣୀୟ ଉତ୍ସାହପ୍ରଦ ଭକ୍ତିମୟ ବାତାବରଣ ଜାଗ୍ରତ ହେବା ସହ ଢୋଲ ବାଦ୍ଯରେ ସାରା ସହର ଦୁଲୁକୁଥ୍ବବା ବେଳେ ଝୁଣାର ବାସ୍ନାରେ ମହକୁଛି। ବାଲିଗୁଡା ସମେତ ଦଣ୍ଡପଦର, ବାଟାଗୁଡ଼ା, ବାରଖମା, କତେରୀଭଟ୍ଟା, ସିଟୁପଡ଼ି, ଡାକା, ରୁତୁଙ୍ଗିଆ, ବାଲିଗାଡ଼ା, ବେନାରବାହାଲ , ମଳିକ ଗାଁ (ଲାଇନ୍‌ପଡ଼ା), ଘୋଡ଼ାପଥର (ଖଜୁରୀପଡ଼ା), ଗ୍ରୀନ୍‌ବାଡ଼ି (ଦାରିଙ୍ଗବାଡ଼ି), ରତଙ୍ଗ ଅଞ୍ଚଳ ର ଦଣ୍ଡଥଳ ପ୍ରତ୍ୟେକ ନିଜ ନିଜର ନାଚ ପରିବେଷଣ କରୁଥିବା ବେଳେ ମା ‘…

Read More

ନୂଆପଡ଼ା,୧୧/୪:(ପରମେଶ୍ୱର ମେହେର):ସିନାପାଲି ବ୍ଲକ ଅନ୍ତର୍ଗତ ଖରସେଲ ପଂଚାୟତର ବୈଗାପଡା ଗ୍ରାମର ଏକ କୋଣେ ନିରବ ଭାବେ କାଟୁଛି ଏକ ବୃଦ୍ଧାଙ୍କ ଜୀବନ। ସେହି ବୃଦ୍ଧା ହେଲେ ବିଧବା ଶ୍ରୀମତୀ ଅଲେଁ ବେମାଲ—ବୟସ ୮୦ ବର୍ଷ ଉର୍ଦ୍ଧ। ଜୀବନର ସେହି ସମୟରେ, ଯେଉଁଠାରେ ଦରକାର ଥାଏ ସହାରା, ସ୍ନେହ ଓ ଶାନ୍ତି, ସେଠାରେ ସେ ଆଜି ଯନ୍ତ୍ରଣା ଓ ଅସହାୟତାରେ ଡୁବି ରହିଛନ୍ତି।ତାଙ୍କର ଏକମାତ୍ର ଭରସା ହେଉଛି ସରକାରୀ ବୃଦ୍ଧାଭତ୍ତା। ସେହି କିଛି ଟଙ୍କାରେ ସେ ଚଲନ୍ତି ତାଙ୍କ ଦୈନନ୍ଦିନ ଜୀବନ—ଦୁଇ ମୁହଁ ଖାଦ୍ୟ, କିଛି ଔଷଧ, ଓ ଜୀବନ ଚାଲାଇବାର ଅଳ୍ପ ସାହାରା। କିନ୍ତୁ ଦୁଃଖର କଥା, ସେହି ଭତ୍ତା ତାଙ୍କ ଏକାଉଣ୍ଟକୁ ଯାଉଥିଲେ ମଧ୍ୟ, ସେ ତାହା ଉଠାଇପାରୁନାହାନ୍ତି।କାରଣ—ତାଙ୍କ ଆଙ୍ଗୁଠି ଏବେ ମେସିନ୍‌ରେ ଚିହ୍ନି ହେଉନାହିଁ। ବୟସର ଭାରରେ ତାଙ୍କ ଫିଙ୍ଗରପ୍ରିଣ୍ଟ ମେଳ ଖାଉନାହିଁ। ପ୍ରତିଥର CSP କେନ୍ଦ୍ରରେ ତାଙ୍କ ପକ୍ଷରୁ ଚେଷ୍ଟା ହେଉଥିଲେ ମଧ୍ୟ, ମେସିନ୍ ତାଙ୍କୁ ଚିହ୍ନି…

Read More

ବାଲିଗୁଡା,୧୧/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ):ପ୍ରଥମ ଥର ନିମନ୍ତେ ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ ଦ୍ୱାରା ଚୟନ ହୋଇ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ପରିସରରେ +୨ ବିଜ୍ଞାନ,ବାଣିଜ୍ଯ ବିଭାଗର ଅନଲାଇନ ମୂଲ୍ଯାୟନ କେନ୍ଦ୍ର ହୋଇଥିବା ବେଳେ ଗତ ତିନି ବର୍ଷ ହେବ ଅଫଲାଇନ ରେ +୨ କଳା ବିଭାଗର ମୂଲ୍ୟାୟନ କେନ୍ଦ୍ର ବେଶ୍ ଦକ୍ଷତାର ସହ ଜାରି ରହିଛି l ମହାବିଦ୍ୟାଳୟ ର ଅଧ୍ଯକ୍ଷ ଡ.ବିଭୁତି ଭୁଷଣ ଆଚାର୍ଯ୍ଯ ଉଭୟ ମୂଲ୍ଯାୟନ କେନ୍ଦ୍ର ଜୋନ୍ ସୁପରଭାଇଜର ଭାବେ କାର୍ଯ୍ଯ ତୁଲାଉଛନ୍ତି l ଆଦିବାସୀ ଅଧୁଷିତ କନ୍ଧମାଳ ଭଳି ପାୱାର ଟାୱାର ଉପରେ ଭରସା ନ ଥିବା ଜିଲ୍ଲା ସଦର ମହକୁମା ଫୁଲବାଣୀ ପରେ ଏହା ଦ୍ୱିତୀୟ ଅନ ଲାଇନ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ହୋଇପାରିଛି l ରାଜ୍ଯ ସରକାରଙ୍କ ଗଣ ଶିକ୍ଷା ବିଭାଗର ଏହା ଏକ ସମୟୋଚିତ ଅଭିନବ ପ୍ରୟାସକୁ ବିଭିନ୍ନ ମହଲରୁ ସାଧୁବାଦ ଜଣାଯାଇଛି l…

Read More