ଢୋଲରେ ଦୁଲୁକୁଛି ଓ ଝୂଣାରେ ମହକୁଛି ବୁଗୁଡ଼ା: ୧୧/୪:(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ାର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ଆଜକୁ କିଛିଦିନ ହେଲା ଚାରିଆଡେ ଦଣ୍ଡଯାତ୍ରାରେ ଉତ୍ସବ ମୁଖର ହୋଇ ପଡିଥିବା ବେଳେ ଚତୁର୍ଦ୍ଦିଗ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଅନ୍ଯ ପକ୍ଷରେ ପ୍ରତ୍ଯେକ ଦିନ ବୁଗୁଡ଼ାସହରରେ ତିନି କିମ୍ବା ଚାରୀ ଥଳ ଦଣ୍ଡ ଯାତ ଅନୁଷ୍ଠିତ ହେଉଥିବା ଯୋଗୁଁ ଏକ ଆକର୍ଷଣୀୟ ଉତ୍ସାହପ୍ରଦ ଭକ୍ତିମୟ ବାତାବରଣ ଜାଗ୍ରତ ହେବା ସହ ଢୋଲ ବାଦ୍ଯରେ ସାରା ସହର ଦୁଲୁକୁଥ୍ବବା ବେଳେ ଝୁଣାର ବାସ୍ନାରେ ମହକୁଛି। ବୁଧବାର ଦିନ ବୁଗୁଡ଼ା ନୂଆଁସାହିରେ ଚିଲିଖମା ଦଣ୍ଡଯାତ୍ରା ହୋଇଥିବା ବେଳେ ଅର୍ଣ୍ଣପୂର୍ଣ୍ଣା ନଗରରେ ମରେଇପଲ୍ଲୀ ଦଣ୍ଡ ଓ ବସଷ୍ଟାଣ୍ଡ ନିକଟରେ ପୋଚାଲୁଣ୍ଡି ଦଣ୍ଡ ଯାତ୍ରା ଉତ୍ସବ ହୋଇଥିଲା ବେଳେ ଗୁରୁବାରଦିନ ବୁଗୁଡ଼ା ବ୍ଲକ କଲୋନୀରେ ମାଳ ତେନ୍ତୁଳିଆ ଦଣ୍ଡୁ ଦଳ, ବୁଦ୍ଧଖୋଲ ଛକରେ ଜିଲୁଣ୍ଡି ଦଳ ଓ ନୃସିଂହମନ୍ଦିର ନଗରରେ ପାଣିକେଶର ଦଳର ଦଣ୍ଡଯାତ୍ରା…
Author: Janabani News
ପାତ୍ରପୁର/ଚିକିଟି,୧୧/୪:(ନିଗମାନନ୍ଦ ପଣ୍ଡା ):ଖରଣୀପଡ଼ା ସ୍ଥିତ ଗୋପୀନାଥ ବିଦ୍ୟlପୀଠ ପରିସରରେ ପ୍ରଧାନ ଶିକ୍ଷକ ଗାଣ୍ଡୁ ପାଣିଗ୍ରାହୀ ଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଅଂଚଳବାସୀଙ୍କ ଉପସ୍ଥିତିରେ ଅତି ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା l ନୂତନ ପ୍ରଧାନଶିକ୍ଷକ ପ୍ରବୁଦ୍ଧ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟସ୍ତରୀୟ, ଜିଲ୍ଲା ସ୍ତରୀୟ ଶିକ୍ଷକନେତା, ଚିକିଟି ଓ ପାତ୍ରପୁର ବ୍ଲକ ସ୍ତରୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପଂଚାୟତର ସରପଞ୍ଚ, ସମିତି ସଭ୍ୟ, ବିଦ୍ୟାଳୟର ପୁରାତନ ଶିକ୍ଷକ, ପରିଚାଳନା କମିଟି,ବୁଦ୍ଧିଜୀବୀ ଓ ଓ ଛାତ୍ରଛାତ୍ରୀମାନେ ପ୍ରିୟ ପ୍ରଧାନଶିକ୍ଷକ ପାଣିଗ୍ରାହୀଙ୍କୁ ଯେଉଁ ଭଳି ଭାବେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ତାହା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ଯୋଉଥିରେ ପ୍ରଧାନଶିକ୍ଷକ କେତେ ଲୋକପ୍ରିୟ ଥିଲେ ତାହାପ୍ରମାଣିତ ହୋଇଛି l ବକ୍ତାମାନେ ସମୟାନୁବର୍ତ୍ତିତl, କର୍ତ୍ତବ୍ୟନିଷ୍ଠା, ବିଦ୍ୟାଳୟକୁ ଗଢିତୋଳିବାରେ ଯେଉଁ ନିଷ୍ଠା ପର ଉଦ୍ୟମ ଥିଲା ତାହାର ଭୁ୍ରିଭୁରି ପ୍ରଶଂସା କରିଥିଲେ l ଏହି ଅବସରରେ ରାଜ୍ୟ, ଜିଲ୍ଲା, ବ୍ଲକ, ବିଦ୍ୟାଳୟ ଶିକ୍ଷକ…
ନୂଆପଡ଼ା, ୧୧/୦୪:(ପରମେଶ୍ୱର ମେହେର): ନୂଆପଡ଼ା ନଗର ପାଳିକା ପରିଷଦ ଅଞ୍ଚଳରେ ସ୍ୱ-ଗଣନା (Self Enumeration) ସମ୍ବନ୍ଧୀୟ ସଚେତନତା ବୃଦ୍ଧି ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।ନୂଆପଡ଼ା କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜନଗଣନା ଚାର୍ଜ ଅଫିସର ସନ୍ଦୀପ କୁମାର ଚନ୍ଦ୍ରକାରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ନଗର ପାଳିକା ପରିଷଦର ସମସ୍ତ ଗଣନାକାରୀ (Enumerator), ସୁପରଭାଇଜର, ସ୍ୱଚ୍ଛ ସାଥୀ, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ ଓ ପରିଷଦର ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ଭାଗ ନେଇଥିଲେ।କାର୍ଯ୍ୟକ୍ରମରେ ସ୍ୱ-ଗଣନା ପ୍ରକ୍ରିୟା, ଏହାର ଗୁରୁତ୍ୱ ଓ ସଠିକ୍ ତଥ୍ୟ ସଂଗ୍ରହର ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ବିସ୍ତୃତ ଅବଗତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ତୃଣମୂଳ ସ୍ତରରେ କାର୍ଯ୍ୟରତ ଗଣନାକାରୀମାନଙ୍କ ଭୂମିକାକୁ ପ୍ରଶଂସା କରି ସଠିକ୍ ଓ ସମୟୋପଯୋଗୀ ତଥ୍ୟ ସଂଗ୍ରହ ପାଇଁ ସମସ୍ତଙ୍କୁ ନିଷ୍ଠାପୂର୍ବକ କାମ କରିବାକୁ ଆହ୍ୱାନ…
ଫୁଲବାଣୀ,୧୧/୦୪ (ସୁନୀଲ ପଟ୍ଟନାୟକ):ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ଦ୍ୱିତୀୟ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ପି ଏ ଆଇ ଟି ଡି ଏ ଗଦାଧର ପାତ୍ର ଓ ମୁଖ୍ୟ ନିର୍ବାହୀ ଅର୍ମାସ ଗୁଣ୍ଡିଚା ବେହେରା ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ସେହିପରି ଏହି ମେଳା ସହର ବାସୀ ଙ୍କୁ ଆମୋଦ ପ୍ରମୋଦ ର ଖୋରାକ ଯୋଗାଇବା ସହ ବ୍ୟବସାୟ ବୃଦ୍ଧି ରେ ସହାୟକ ହେବ ବୋଲି କହି ଉତ୍ତରୋତ୍ତର ଉନ୍ନତି କାମନା କରି ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ…
ଫୁଲବାଣୀ,୧୦/୦୪ (ସୁନୀଲ ପଟ୍ଟନାୟକ ):ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ଦ୍ୱିତୀୟ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ କନ୍ଧମାଳଅତିରିକ୍ତ ଜିଲ୍ଲା ପାଳ କୁଷଲ୍ ଚନ୍ଦ୍ର ନାୟକ ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଓକିଲ ସଂଘ ସଭାପତି ତଥା ବାଣୀଜ୍ୟ ମେଳା ର ପରାମର୍ଶଦାତା ଭଗବାନ ମହାନ୍ତି, ଫୁଲବାଣୀ ସରକାରୀ ମେଡିକାଲ କଲେଜ ଡିନ ତଥା ସୁପରି ଟେଣ୍ଡ ଣ୍ଟ ଡାକ୍ତର ନରେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗ ଦେଇ ଏହି ମେଳା ସହର ବାସୀ ଙ୍କୁ ଆମୋଦ ପ୍ରମୋଦ ର ଖୋରାକ ଯୋଗାଇବା ସହ ବ୍ୟବସାୟ ବୃଦ୍ଧି ରେ…
ଫୁଲବାଣୀ,୧୦/୦୪ (ସୁନୀଲ ପଟ୍ଟନାୟକ ):ବୁଧବାର ସନ୍ଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ସ୍ଥାନୀୟ କରୋ ନେ ସନ୍ ପଡିଆ ଠାରେ ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ଉଦଘାଟିତ ହୋଇଛି l ଏହି ଅବସରରେ ମୁଖ୍ୟ ଅତିଥି ତଥା ଉଦ୍ଘlଟକ ଭାବେ କନ୍ଧମାଳ ଜିଲ୍ଲା ପାଳ ବେଦ ଭୂଷଣ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ l କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ସେହିପରି କନ୍ଧମାଳ ଏସପି ହରିଶ୍ ବିଶି, ବରିଷ୍ଠ ଆଇନଜୀବି ତଥା ପରାମର୍ଶଦା ତା ଲମ୍ବୋଦର କହଁର, କ୍ରୀଡ଼ା ସଂସଦ ସମ୍ପାଦକ ଆଇନଜୀବି ଶିବ ପ୍ରସାଦ ତ୍ରିପାଠୀ, ପ୍ରମୁଖ ଯୋଗ ଦେଇ ଏହି ମେଳା ସହର ବାସୀ ଙ୍କୁ ଆମୋଦ…
ବ୍ରହ୍ମପୁର,୧୦/୪,(ହିମାଂଶୁ ଶେଖର ସାବତ): ସି.ଏମ କପ ୨୦୨୬ ଦ୍ଵିତୀୟ ସଂସ୍କରଣ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିଅମ ଠାରେ ଆଜି ଉଦଘାଟନ ହୋଇଯାଇଛି। ଏହି ଉଦଘାଟନ ଦିବସରେ ଫୂଟବଲ ଓ କବାଡି ମ୍ୟାଚ ଉଭୟ ବାଳକ ଓ ବାଳିକା ବର୍ଗ ରେ ଖେଳ ଯାଇଥିଲା। ଫୂଟବଲ ରେ ପ୍ରଥମ ମ୍ୟାଚ ସେଣ୍ଟ ଜାଭିଅର ଓ ସୋଡ଼ାକ ଟାଇଗର ବାଳକ ମଧ୍ୟରେ ଖେଳ ଯାଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଓ ସାନମାନିତା ଅତିଥି ରୂପେ ଯୋଗ ଦେଇଥିଲେ ଅବିନାଶ କୁମାର ଆଇ.ଏ.ଏସ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲାପାଳ , ଏ. ଶାସ୍ୟା ରେଡି ଆଇ.ଏ.ଏସ୍ ବ୍ରହ୍ମପୁର ମୁନିସିପାଲିଟି କମିଶନର ଓ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ତାପସ କୁମାର ସାମଲ ଏବଂ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସଦସ୍ୟ ଓ ବରିଷ୍ଠ ଖେଳାଳି ଏଲ. କେ ରାଓ, ଡି. ଆପା…
ବ୍ରହ୍ମପୁର,୧୦/୪,(ହିଂମାଶୁ ଶେଖର ସାବତ):ବ୍ରହ୍ମପୁର ଖଲିକୋଟ ଏକକ ବିଶ୍ୱ ବିଦ୍ୟାଳୟର ତୃତୀୟ ତମ କୁଳପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି. ବିଶ୍ୱବିଦ୍ୟାଳୟ କୁଳପତି ଦାୟିତ୍ୱରେ ଥିବା ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଅନୁଷ୍ଠାନିକ ଭାବେ ନୂତନ କୁଳପତି ଫ୍ରଫେସର ଅସୀମା ସାହୁଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି. କୁଳପତି ଭାବେ ଅସୀମା ସାହୁ ଦାୟିତ୍ୱ ଗ୍ରହଣ କରିବା ପରେ ଏକକ ବିଶ୍ୱବିଦ୍ୟାଳୟ ପରିସରରେ ସ୍ଥାପିତ ହରିହର ମର୍ଦ୍ଦରାଜ ଏବଂ ରାମଚନ୍ଦ୍ର ମର୍ଦ୍ଦରାଜ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ. ପରେ ପରେ ବିଶ୍ୱବିଦ୍ୟାଳୟ ର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ନୂତନ କୁଳପତିଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ. ଦାୟିତ୍ୱ ଗ୍ରହଣ କରିବା ପରେ ବିଶ୍ୱବିଦ୍ୟାଳୟ ର ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ଏବଂ ବିଭିନ୍ନ ବିଭାଗ ର ପୁନଃ ସ୍ଥାପନ ପାଇଁ ପଦକ୍ଷେପ ନେବେ ବୋଲି ସେ କହିଥିଲେ. ଏହାସହିତ…
ରାୟଗଡ଼:୧୦/୪:(ଅମୂଲ୍ୟ ନିଶଙ୍କ):ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତଙ୍କ ମଧ୍ଯରେ ଏବେ ବି ଛକାପଞ୍ଝା ଜାରି ରହିଛି । ପ୍ରସ୍ଥାବିତ ଖଣି ଖନନକୁ ଲୋକେ ତୀବ୍ର ବିରୋଧ କରିଛନ୍ତି । ପୋଲିସ ଓ ଜନତାଙ୍କ ମଧ୍ଯରେ ରକ୍ତାକ୍ତ ସଂଘର୍ଷ ପରେ ଆଜି (ଗୁରୁବାର) ବିଜେଡିର ଏକ ଫାକ୍ଟ ଫାଇଣ୍ଡିଂ ଦଳ କାଶୀପୁର ବ୍ଲକର କଣ୍ଟାମାଳ ଗ୍ରାମରେ ପହଞ୍ଚିଛନ୍ତି ।ପୋଲିସ ଆକ୍ରମଣକୁ ନିନ୍ଦାକରିଛନ୍ତି lବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ଓ ପୂର୍ବତନ ସାଂସଦ ଝିନ ହିକ୍କାଙ୍କ ନେତୃତ୍ୱରେ 10 ଜଣିଆ ଦଳ ରେ ରାୟଗଡ ବିଜେଡିକାର୍ଯ୍ୟକାରୀ ସଭାପତି ପି ଗୌରୀ ଶଙ୍କର, ରଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାସ, ଜ଼ିଲ୍ଲା ବିଜେଡି ଉପସଭାପତି ଆଇ ଧବଳେଶ୍ୱର ନାଇଡ଼ୁ, ପୂର୍ବତନ ଏସ ଡି ସି ସି ଅଧକ୍ଷା ଅନୁସୟା ମାଝୀ, ଜ଼ିଲ୍ଲା ପରିଷଦ ଅଧକ୍ଷା…
ବ୍ରହ୍ମପୁର, ୧୦/୪:(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ହିଲ୍ପାଟଣାର ପ୍ରତିଭାଶାଳୀ ସଂଖ୍ୟା ଜ୍ୟୋତିଷ ବିଶାରଦ ଅଙ୍କିତା ରାଜ୍ ନୂଆଦିଲ୍ଲୀରେ ଆୟୋଜିତ ଭବ୍ୟ “ଆଷ୍ଟ୍ରୋ ସେମିନାର ଏବଂ ଷ୍ଟାର୍ ଆଚିଭର୍ ଆୱାର୍ଡ (ସିଜନ–୧୮)” ଅବସରରେ ‘ଭିଆଇପି ମୁଖ୍ୟ ଅତିଥି’ ଭାବେ ସମ୍ମାନିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ୨୮ ମାର୍ଚ୍ଚ ୨୦୨୬ ରେ ଆୟୋଜିତ ହୋଇଥିଲା। ଉଲ୍ଲେଖନୀୟ ଯେ, ସେ ଏହି ପ୍ରତିଷ୍ଠିତ ମଞ୍ଚରେ ଏକମାତ୍ର ଓଡ଼ିଆ ପ୍ରତିନିଧି ଭାବେ ଯୋଗଦେଇଥିଲେ।ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବଲିଉଡର ପ୍ରସିଦ୍ଧ ଖଳନାୟକ ଗୁଲସନ୍ ଗ୍ରୋଭର, ଅଭିନେତ୍ରୀ ସୁଧା ଚନ୍ଦ୍ରନ୍, ଜନପ୍ରିୟ ଗାୟିକା ଶିବାନୀ କଶ୍ୟପ ଏବଂ ବିଶିଷ୍ଟ ଜ୍ୟୋତିଷୀ ଜି.ଡି. ବଶିଷ୍ଠଙ୍କ ଉପସ୍ଥିତିରେ ତାଙ୍କୁ ସମ୍ମାନ ଜଣାଯାଇଥିଲା। ପ୍ରସିଦ୍ଧ ‘ଟାରୋଟ୍ କୁଇନ୍’ ମିନୁ ଶର୍ମାଙ୍କ ଆୟୋଜନାରେ ହୋଇଥିବା ଏହି ସେମିନାରରେ ଅଙ୍କିତା ସଂଖ୍ୟା ଜ୍ୟୋତିଷ ଓ ଘଡ଼ି ବିଶ୍ଳେଷଣ,ମାଧ୍ୟମରେ ମଣିଷ ଜୀବନରେ ସକାରାତ୍ମକ ପରିବର୍ତ୍ତନ କିପରି ଆଣିହେବ, ସେଥିରେ ଗଭୀର ଆଲୋଚନା କରିଥିଲେ।ଅଙ୍କିତା ରାଜ୍ ବୃତ୍ତିରେ କୃଷି ବିଭାଗର କର୍ମଚାରୀ…
ପୋଲସରା,୧୦/୦୪:(ସନ୍ତୋଷ କୁମାର ପଣ୍ଡା):ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଦଶମ ଦିବସରେ ଲୋକ ସଂସ୍କୃତି ସହିତ ଜଡ଼ିତ ପ୍ରଥମ କରି ୨୬ ଜଣ ବିଭିନ୍ନ କଳାକାରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଅଧ୍ୟକ୍ଷା ସଙ୍ଗୀତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନା ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରାଙ୍କ ସମେତ ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ ଏବଂ ୧୯ ଗୋଟି ୱାର୍ଡର କାଉନସିଲରମାନେ ଯୋଗ ଦେଇଥିଲେ। କ୍ଷେତ୍ର ପରିଦର୍ଶକ ଭଗବାନ ପ୍ରଧାନଙ୍କ ସଂଯୋଜନାରେ ପୌର ପରିଷଦ ଅନ୍ତର୍ଗତ ରହି ପୁରୁଷାନୁକ୍ରମେ ରାଜ୍ୟର ବିଭିନ୍ନ କଳା, ସଂସ୍କୃତିକୁ ନିରବଚ୍ଛିନ୍ନ ଭାବେ ବଞ୍ଚାଇ ରଖିଥିବା ନିମନ୍ତ୍ରିତ କଳାକାରମାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରାଯିବା ସହିତ ସେମାନଙ୍କୁ ଉତ୍ତରୀୟ, ଫଟୋଚିତ୍ର ସହିତ ପ୍ରଶଂସାପତ୍ର ଦିଆଯାଇ କରତାଳି ମଧ୍ୟରେ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏଥିସହିତ ଆସନ୍ତା ମଇ ମାସ ୧୬ ତାରିଖ ଠାରୁ ପୌର ପରିଷଦ ପକ୍ଷରୁ ଘରକୁ ଘର ବୁଲି ଆରମ୍ଭ କରାଯିବାକୁ ଥିବା ଜନଗଣନା-୨୦୨୭…
ଫୁଲବାଣୀ,10/04(ସୁନୀଲ ପଟ୍ଟନାୟକ):ଏପ୍ରିଲ -୧ ଓଡିଶା ଦିବସ ପାଳନ ରୁ ଏପ୍ରିଲ ୧୪ ଓଡ଼ିଆ ନୂଆ ବର୍ଷ ପର୍ଯ୍ୟନ୍ତ ଆୟୋଜିତ ଓଡ଼ିଆ ପକ୍ଷ ପାଳନ ଅବସରରେ ସାରା ଓଡ଼ିଶାର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ହେଉଥିଲା ବେଳେ କନ୍ଧମାଳ ଜିଲ୍ଲା ର ବିଭିନ୍ନ ବ୍ଲକ ତଥା ସଦରମହକୁମା ଫୁଲବାଣୀ ଠାରେ ଜିଲ୍ଲା ପ୍ରଶାସନଙ୍କ ତତ୍ତ୍ୱାବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଆଜି’ଆସ ବହିଟିଏ କିଣିବା ” ଦିବସରେ ସ୍ଥାନୀୟ କମଳା ପ୍ରକାଶନୀ ଦ୍ୱାରା ପୁସ୍ତକ ପ୍ରଦର୍ଶନ ଓ ବିକ୍ରୟର ବ୍ୟବସ୍ଥା ହୋଇଥିଲା | ଷ୍ଟଲକୁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପି ଏ- ଆଇ ଟି ଡି ଏ, ଜିଲ୍ଲା ଶିକ୍ଷାଧିକାରୀ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ବୁଲି ଆସିବା ସହ କମଳା ପ୍ରକାଶିନୀଙ୍କର ଏହି ସାଧୁ ଉଦ୍ୟମ ଓ ଓଡ଼ିଆ ପ୍ରୀତିଙ୍କୁ ପ୍ରଶଂସା କରିଥିଲେ | ବିଭିନ୍ନ କଲେଜ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷିକା ପରିଦର୍ଶନ ସହ ପୁସ୍ତକ କ୍ରୟ କରିଥିଲେ |…