Author: Janabani News

ବେଲଗୁଣ୍ଠା,୨୩/୪:(ଶିବରାମ ଚୌଧୁରୀ):ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବେଲଗୁଣ୍ଠା ଥାନା ଅନ୍ତର୍ଗତ କେବିରିପଲ୍ଲୀ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ଘଟଣାରେ ପୋଲିସ ଉଭୟ ପକ୍ଷରୁ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ପୋଲିସ ସୂଚନା ଅନୁଯାୟୀ, ଗତ ୨୧ ଓ ୨୨ ତାରିଖ ମଧ୍ୟରାତ୍ରିରେ କେବିରିପଲ୍ଲୀ ଗ୍ରାମର ଦୁଇ ପରିବାର ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହା ଉଗ୍ର ରୂପ ନେବା ସହ ମାରପିଟ୍ ପର୍ଯ୍ୟନ୍ତ ଯାଇଥିଲା। ଦୀର୍ଘ ୮ ବର୍ଷର ପୁରୁଣା ଶତ୍ରୁତା ଯୋଗୁଁ ଏହି ହିଂସାକାଣ୍ଡ ଘଟିଥିବା ଜଣାପଡ଼ିଛି।ଗ୍ରାମର ଦିଲୀପ କୁମାର ବିଷୋୟୀଙ୍କ ଅଭିଯୋଗ କ୍ରମେ ବେଲଗୁଣ୍ଠା ଥାନା କେସ୍ ନଂ ୧୯୦/୨୬ ରୁଜୁ ହୋଇଛି। କାର୍ତ୍ତିକ ପରିଡ଼ା ଓ ତାଙ୍କ ଭାଇ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ଅପରପକ୍ଷରୁ କାର୍ତ୍ତିକ ପରିଡ଼ା କାତିରେ ଆକ୍ରମଣ ହୋଇଥିବା ନେଇ ପାଲଟା ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ…

Read More

ବ୍ରହ୍ମପୂର:୨୩/୪:(ଜନବାଣୀ): ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣାରେ ପୋଲିସ ୮ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ତେବେ ଏଇ 8 ଜଣଙ୍କ ମଧ୍ୟରେ ଜଣେ ଯୁବତୀ ରହିଥିବାର ସୂଚନା ରହିଛି। ଆହୁରି ମଧ୍ୟ ଏଇ ଅଭିଯୁକ୍ତଙ୍କ ମଧ୍ୟରେ ବ୍ୟବସାୟୀଙ୍କ ସମ୍ପର୍କୀୟ ମଧ୍ୟ ରହିଛନ୍ତି । ତେବେ ବ୍ୟବସାୟୀ ଜଣକ ଜମି ବ୍ୟବସାୟ କରୁଥିବାବେଳେ ଜମିଜମାକୁ ନେଇ ମଧ୍ୟ କିଛି ବିବାଦ ରହିଥିବାର ଶୁଣିବାକୁ ମିଳିଛି ।ତେବେ ଅପହରଣ ହେବାର ସାତ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅପହରଣକାରୀଙ୍କ ନିକଟରେ ପହଞ୍ଚି ନ ପାରିବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏହି ଘଟଣା ପଛରେ ଆହୁରି କିଛି ରହସ୍ୟ ରହିଛି । ଏହି ରହସ୍ୟ ଉନ୍ମୋଚନ ହୋଇପାରିଲେ ହତ୍ୟାକାଣ୍ଡର ସତ୍ୟତା ଜଣାପଡିବ । ଗତ କିଛିଦିନ ହେବ ବ୍ରହ୍ମପୁରରେ ଆଇନ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଥିବାର ଦେଖାଯାଉଛି।ତେବେ ଏଇ ଘଟଣାରେ ଆଇନ ମନ୍ତ୍ରୀ ପୃଥୀରାଜ…

Read More

ବୋଲଗଡ଼,୨୩/୦୪(ସୁଶାନ୍ତ କୁମାର ପ୍ରଧାନ):ପଲିଥିନ ଭଳି ପରିବେଶକୁ ଆହୁରି ଅଧିକ ମାତ୍ରାରେ ପ୍ରଦୂଷିତ କରୁଥିବା ‘ଥର୍ମୋକୁଲ’ ସହଜରେ ନଷ୍ଟ ହୁଏ ନାହିଁ। ଯାହା ମାଟି ଓ ଜଳ ପ୍ରଦୂଷଣ ସୃଷ୍ଟିକରେ। ଏହା ବିଷାକ୍ତ ହୋଇଥିବାରୁ ଏହାର ବ୍ୟବହାର କମାଇବା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଯାରି କରାଯାଇ ଥିଲେ ମଧ୍ୟ ଏହି ଥର୍ମୋକୁଲର ବ୍ୟବହାର ଏବେ ବୋଲଗଡ଼ ଅଞ୍ଚଳରେ ଗ୍ରାମାଞ୍ଚଳରୁ ଆରମ୍ଭ କରି ବଜାରଘାଟ ପର୍ଯ୍ୟନ୍ତ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି। ଅଞ୍ଚଳରେ ଅନୁଷ୍ଠିତ ବିଭିନ୍ନ ଉତ୍ସବ ଓ ଭୋଜି ସାଙ୍ଗକୁ ରାସ୍ତା କଡ଼ରେ ଜଳଖିଆ ଦୋକାନୀ ‘ଥର୍ମୋକୁଲ’ ରେ ପ୍ରସ୍ତୁତ ଥାଳି,ଦନା, ଟିଫିନ ପ୍ଲେଟ ଓ କପ୍ ଭଳି ବିଭିନ୍ନ ଆକାରର ଖାଦ୍ୟ ଗ୍ରହଣ ସାମଗ୍ରୀ ପ୍ରଚୁର ମାତ୍ରାରେ ବ୍ୟବହାର କରାଯାଉଛି। ବିଶେଷ କରି ରାସ୍ତା କଡ଼ରେ ଦୋକାନୀ ଏବଂ ବୁଲା ବିକାଳି ଦହିବରା ଆଳୁଦମ ବେପାରୀ ଥର୍ମୋକୁଲ ପ୍ଲେଟ୍ ରେ ଖାଦ୍ୟ ସାମଗ୍ରୀ ବିକ୍ରୀ କରୁଥିବା ଦେଖାଦେଇଛି। ବଜାର ଭିତରେ…

Read More

ପାତ୍ର ପୁର,୨୩/୪:(ହିମାଂଶୁ ଶେଖର ସାବତ):ପାତ୍ରପୁର ବ୍ଲକ ଆମ୍ବପୁର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ତୋପେଇ ବେହେରା ବିଜୁ ଜନତା ଦଳ (ବିଜେଡି) ଛାଡି ଭାରତୀୟ ଜନତା ପାର୍ଟି (ବିଜେପି)ରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି।ସେ ତାଙ୍କ ଲିଖିତ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗତ କିଛି ବର୍ଷ ଧରି ତାଙ୍କ ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ଅବହେଳିତ ହୋଇଆସୁଥିଲା। ଏହି ପରିସ୍ଥିତିରେ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡିବା ନିଷ୍ପତ୍ତି ନେଇଥିବା କହିଛନ୍ତି।ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ନୀତି ଓ ଆଦର୍ଶରେ ପ୍ରେରିତ ହୋଇ ଶ୍ରୀମତୀ ବେହେରା ଏବଂ ତାଙ୍କ ସ୍ୱାମୀ ବିଜେପିରେ ଯୋଗଦାନ କରିଥିବା ସୂଚନା ମିଳିଛି।ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଆମ୍ବପୁର ପଞ୍ଚାୟତର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ତଣ୍ଡିପୁର ସମିତି ସଭ୍ୟ ରାମକୃଷ୍ଣ ନାୟକ, ଜୟନ୍ତୀପୁର ସମିତି ସଭ୍ୟ ବାଲାଜୀ ପାଢ଼ୀ ଓ ବରିଷ୍ଠ ନେତା ସନ୍ତୋଷ ପାତ୍ରଙ୍କ ସମେତ ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ।ଏହି ଘଟଣା ପାତ୍ରପୁର ଅଞ୍ଚଳର…

Read More

ବୁଗୁଡ଼ା,୨୩/୪:(କୁମୁଦ ଚନ୍ଦ୍ର ବେହେରା):ସ୍ଥାନୀୟ ମୁଖ୍ୟ ସଡ଼କ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୁଇଦିନିଆ ଶିକ୍ଷାଦାନ ଶିକ୍ଷଣ ଉପକରଣ (ଟିଏଲଏମ) କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ବୁଗୁଡ଼ା ଏନଏସି କ୍ଲଷ୍ଟର ସ୍ତରୀୟ ଉକ୍ତ କର୍ମଶାଳା ବିଇଓ ତନ୍ମୟ ମହାପାତ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ବେଳେ ଏଥିରେ କ୍ଲଷ୍ଟର ଅନ୍ତର୍ଗତ ୧୧ଟି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । କ୍ଲଷ୍ଟର ସିଆରସିସି କିରଣବାଳା ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କର୍ମଶାଳା ଅବସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ଉପଯୋଗୀ ଅନେକ ଶିକ୍ଷଣ ଉପକରଣ ପ୍ରସ୍ତୁତ କରାଯାଇଥିଲା । ଏହି କର୍ମଶାଳାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଏବିଇଓ ଅମିତା କୁମାରୀ ପାଢୀ ଯୋଗଦେଇ ପ୍ରସ୍ତୁତ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ଗୁଡିକର ବିନିଯୋଗ ସମ୍ପର୍କରେ ପରାମର୍ଶ ଦେଇଥିଲେ । କର୍ମଶାଳା ପରିଚାଳନାରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣପ୍ରଭା ମହାନ୍ତି ସହଯୋଗ କରିଥିଲେ ।

Read More

ବୁଗୁଡ଼ା,୨୩/୪(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ଥାନା ଅନ୍ତର୍ଗତ ପାଙ୍କଲ ସାହି ଗାଁର ବିଲମାଳରେ ଥିବା ଏକ ନିମ ଗଛରୁ ଜନୈକ ବ୍ୟକ୍ତିଙ୍କ ଝୁଲନ୍ତା ଶରୀରକୁ ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ କରତୁଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ସେଠୀ (୪୨)। ଏ ନେଇ ପୋଲିସ କେସ୍ ନଂ ୧୨/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କ ଠାରୁ ପ୍ରକାଶ ପାଇଛି। ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଝାଡ଼ଭୂଇଁ ଗ୍ରାମରେ ପରିବାର ସହ ରହି ରାଜେନ୍ଦ୍ର କରତୁଲି ଗ୍ରାମସ୍ଥ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ନିଜ ଗାଁ ପଙ୍କଳ ସାହିକୁ ବେଳେବେଳେ ବୁଲାବୁଲି କରିବାକୁ ଆସୁଥିଲେ। ତେବେ ବୁଧବାର ସକାଳେ ରାଜେନ୍ଦ୍ରଙ୍କ ମର ଶରୀର ତାଙ୍କର ପଙ୍କଳସାହି ଘର ବାରିପଟ ବିଲମାଳସ୍ଥ ଏକ ନିମଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କଠାରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ…

Read More

ରାୟଗଡ,୨୨/୪:(ଅମୂଲ୍ୟ ନିଶଙ୍କ):ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ କୁଜେନ୍ଦ୍ରି ରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ରେ ପିଏମଶ୍ରୀ ୨୦୨୫-୨୬ ମହୋତ୍ସବ ପାଳିତ ହୋଇ ଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ମୁଖ୍ୟବକ୍ତା ରୂପେ କୈଳାଶପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବିଷିକେଶନ ବାଗ୍, ସମ୍ମାନିତ ଅତିଥି ଭାବରେ କୁଜେନ୍ଦ୍ରି ସରପଞ୍ଚ ରମେଶ ଶବର,କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ସହଦେଵ ଲିମା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରମୁଖ ମଂଚାସୀନ ଥିବା ବେଳେ ସମସ୍ତ ସଦସ୍ୟ, ଅବିଭାବକ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ମଧ୍ୟରେ ଗଣିତ ସର୍କଲ,ବିଜ୍ଞାନ ସର୍କଲ,ପଠନ ଶୈଳୀ ର ଅଭିବୃଦ୍ଧି, ଶିକ୍ଷା ଉପକରଣ, କୁଇଜ ଓ ନମୁନା ବିଧାନସଭା ଆଦି ପ୍ରକଳ୍ପ ଗୁଡିକ ସ୍ଥାନିତ କରାଯାଇଥିଲା। ସେଗୁଡ଼ିକ ଅତିଥି ମାନଙ୍କ…

Read More

ବୋଲଗଡ଼,୨୧/୦୪(ସୁଶାନ୍ତ କୁମାର ପ୍ରଧାନ):ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ ସାଗରଗୁଆଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗୀତାଞ୍ଜଳି ପଟ୍ଟନାୟକମଙ୍ଗଳ ବାର ରାତି ୨ଘଟିକାରେ ଇହଲୀଲା ସମ୍ବରଣ କରିଛନ୍ତି। ପୂର୍ବରୁ ଉଚ୍ଚ ରକ୍ତଚାପ ଥିବାରୁ ଔଷଧ ସେବନ କରୁଥିଲେ.ହୃତପିଣ୍ଡର ଆକସ୍ମିକ ଅକ୍ଷମତାଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ବୋଲିକୁହାଯାଉଛି।୨୦୧୭ ମସିହାରୁ ସ୍ବର୍ଗତା ପଟ୍ଟନାୟକ ଉପରୋକ୍ତ ବିଦ୍ୟାଳୟରେ ଶିକ୍ଷାଦାନ କରି ଆସୁଥିଲେ। ୩ଦିନ ପୂର୍ବରୁ ରଣପୁର ବ୍ଲକରେ ଶିକ୍ଷକତା କରୁଥିବା ତାଙ୍କର ଧର୍ମପତି ସୁଶାନ୍ତକୁମାର ଅଟ୍ଟ ମଧ୍ୟ ହୃଦ ଆଘାତରେ ପ୍ରାଣତ୍ୟାଗ କରିଥିଲେ। ଘରେ ତାଙ୍କର ଏକ ମାତ୍ର ପୁତ୍ର ବ୍ୟତୀତଆଉ କେହି ନାହାନ୍ତି। ସ୍ବର୍ଗତା ପଟ୍ଟନାୟକ ଆଉ ପାଞ୍ଚ ବର୍ଷ ପରେଚାକିରିରୁ ଅବସର ଗ୍ରହଣ କରିଥାନ୍ତେ। ଗୋଟିଏ ପରିବାରରେ ଲଗାତର ଦୁଇଟି ମୃତ୍ୟୁ ଯୋଗୁଁ ସାଗରଗୁଆଁ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ଏବଂ ଏକମାତ୍ର ପୁତ୍ରର ମେରୁଦଣ୍ଡ ଭାଙ୍ଗି ପଡିଛି। ପୁତ୍ର ଦେବାଶିଷ ବିଜ୍ଞାନ ସ୍ନାତକ ଡିଗ୍ରୀ ପରେ ବିଇଡି ତାଲିମପ୍ରାପ୍ତ ହୋଇ ଓଏସ ଟିଇଟି ଏବଂ…

Read More

ନୂଆପଡ଼ା, ସିନାପାଲି :୨୨/୦୪:(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲା ସିନାପାଲି ଉଦନ୍ତୀ ନଦୀ କୂଳରେ ନବନିର୍ମିତ ଭବ୍ୟ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜିଠାରୁ ଆରମ୍ଭ ହେଉଛି l ଆଗାମୀ ପାଞ୍ଚଦିନ ବ୍ୟାପି ହେବାକୁଥିବା ଏହି ଧାର୍ମିକ ସମାରୋହ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ସାରା ଅଂଚଳ ଉତ୍ସବମୁଖର ହୋଇପଡିଛି l ଗୁରୁବାର ଏକ ବିରାଟ କଳସ ଶୋଭାଯାତ୍ରା ମାଧ୍ୟମରେ ଏହି ଉତ୍ସବର ଶୁଭାରମ୍ଭ ହେବାକୁଥିବା ବେଳେ ଏହି ଅବସରରେ ଘୃତଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ ଆଦି ସହ ନୂତନ ମନ୍ଦିରର ଗର୍ଭାଧାନ, ରୁଦ୍ରାଭିଷେକ, ଷୋଡଶଉପଚାର, ଚଣ୍ଡୀପାଠ, ସୂର୍ଯ୍ୟପୂଜା, ବିଗ୍ରହଙ୍କ ନଗର ପରିକ୍ରମା, ଧ୍ବଜାରୋହଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଥିସହ ମନ୍ଦିର କମିଟି ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ବୈଠକୀ କୀର୍ତନ ମୁଖ୍ୟ ଆକର୍ଷଣ ରହିବ l ବୈଠକୀ କୀର୍ତନର ପଶ୍ଚିମ ଓଡିଶା ପ୍ରସିଦ୍ଧ ଗାୟକଗାୟିକା ପ୍ରଦୀପ ସାହୁ, ବିଜ୍ଞସୀ ବାରିକ, ଦେବକୀ ସାହୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l…

Read More

ବ୍ରହ୍ମପୁର,୨୨/୪:(ହିମାଂଶୁ ଶେଖର ସାବତ):ଚଳିତ ମାସ ୧୦ ତାରିଖ ଠାରୁ ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିଅମ୍ ଠାରେ ଆରମ୍ଭ ହୋଇଥିଲା ସି.ଏମ୍ କପ ୨୦୨୬ ଦ୍ଵିତୀୟ ସଂସ୍କରଣ। ଏହି ଟୁର୍ନାମେଣ୍ଟ ରେ ଫୂଟବଲ ସମେତ ଖୋ-ଖୋ, କବାଡି, ଏବଂ ଭଲିବଲ ଖେଳ ଆୟୋଜିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ଓ କ୍ଲବ ଯୋଗଦେଇଥିଲେ। ଆଜି ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। କବାଡି ବାଳକ ବର୍ଗ ରେ ବିଜୟୀ ହାସଲ କରିଥିଲେ ଛତ୍ରପୁର ଓ ଧରାକୋଟ ଦଳ ଉପ- ବିଜେତା ହୋଇଛନ୍ତି, ବାଳିକା ବର୍ଗ ରେ ପୂରଷୋତ୍ତମପୁର ଦଳ ବିଜୟ ହୋଇଥିବା ବେଳେ ଉପ ବିଜେତା ସାମନ୍ତିଆପାଲି ବାଳିକା ଦଳ ହୋଇଛନ୍ତି। ଖୋ-ଖୋ ଖେଳ ବାଳକ ବର୍ଗ ରେ ହିଞ୍ଜିଳିକାଟୁ ଦଳ ଦିଜୟ ହୋଇଛନ୍ତି ଓ ସାନଖେମୁଣ୍ଡି ବାଳକ ଦଳ ଉପ ବିଜେତା ହୋଇଛନ୍ତି ଏବଂ ବାଳିକା ବର୍ଗ ରେ ଗ୍ରାମ ବିକାଶ ସ୍କୁଲ ଦଳ ବିଜୟୀ ହୋଇଛନ୍ତି…

Read More

ରାୟଗଡ,୨୨-୦୪(ଅମୂଲ୍ୟ ନିଶଙ୍କ): ରାୟଗଡରେ କେଏମଏସ (ରବି ଧାନ) ୨୦୨୫-୨୬ ଅବଧି ପାଇଁ ଜିଲ୍ଲା ସ୍ତରୀୟ ଧାନ କ୍ରୟ ସମିତିର ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପ ଜିଲ୍ଲାପାଳ ରାୟଗଡ ରମେଶ କୁମାର ଜେନା, ଉପ ଜିଲ୍ଲାପାଳ ଗୁଣପୁର ଦୁଧାଲ ଆଭିଷେକ ଦୀଲିପ, କୋରାପୁଟ ସାଂସଦ ପ୍ରତିନିଧି, ରାୟଗଡ ବିଧାୟକ ପ୍ରତିନିଧି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଯୋଗାଣ ଅଧିକାରୀ ଲଳିତ ମୋହନ ପଟ୍ଟନାୟକ, ଉପ ନିର୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ସହିତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ସମସ୍ତ ବ୍ଲକରେ ସୁଚାରୁ ଧାନ କ୍ରୟ ପ୍ରକ୍ରିୟା ପାଇଁ ସମନ୍ୱୟରେ କାମ କରିବାକୁ ସମ୍ମତି ପ୍ରକାଶ ପାଇଥିଲା। ବୈଠକରେ ରବି ଧାନ ଉତ୍ପାଦନ, ହାର୍ଭେଷ୍ଟ ସମୟସୂଚୀ ଏବଂ ସୁଚାରୁ ଧାନ କ୍ରୟ ପ୍ରକ୍ରିୟା…

Read More

ଫୁଲବାଣି:୨୨/୦୪(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ କରଡ଼ା ଗ୍ରାମ ପଞ୍ଚାୟତ ର ଡକର ବାଡ଼ି ଗ୍ରାମବାସୀ ସର୍ବ ନିମ୍ନ ମୌଳିକ ସୁବିଧା ରୁ ଦୀର୍ଘ ୭୮ ବର୍ଷ ହେଲା ବଞ୍ଚିତ ହୋଇଆସୁଛନ୍ତି! ବଡ଼ ବଡ଼ ପଥୁରିଆ ରାସ୍ତା ରେ ଯିବା ଆସିବା କରୁଛନ୍ତି l ବର୍ଷା ଦିନେ ଏହି ରାସ୍ତା ଦେଇ ଯିବା କଷ୍ଟସାଧ୍ୟ l ଅନ୍ୟ ଏକ ପଥୁରିଆ ନଦୀ ପାର ହୋଇ ଲୋକେ ବହୁ ଅସୁବିଧାରେ ଗ୍ରାମକୁ ଓ ଗ୍ରାମରୁ ସହରକୁ ଯିବା ଆସିବା କରନ୍ତି,ବର୍ଷା ଦିନେ ନଦୀ ପଟେ ଯିବା ଅର୍ଥ ଜୀବନକୁ ବାଜି ଲଗାଇବା ସଦୃଶ୍ୟ l ଗ୍ରାମରେ ବିଦ୍ୟୁତ ଆଲୋକ ସlତ ସପନ l ମୋବାଇଲ ଟାୱାର ନାହିଁ! ନିୟମିତ ପାନୀୟ ଜଳ ଲୋକେ ପାଉ ନାହାନ୍ତି! ମହିଳା ମାନେ ନଦୀ ଓ ଚୁଆଁ ରୂ ଦୂଷିତ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି! ଗ୍ରାମକୁ ଆମ୍ବୁଲାନ୍ସ, ଥାନା ଗାଡି, ଅବକାରୀ ଗାଡି,…

Read More