Author: Janabani News

କୋଦଳା,୯।୧୦(ବାପୁନି ମାଲୁ): କୋଦଳା ଥାନା ପକ୍ଷରୁ ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟେଶ ଥିଲା ବାଲ୍ୟ ବିବାହ ବନ୍ଦ ଏବଂ ଝିଅମାନଙ୍କ ଅଧିକାର ସୁରକ୍ଷିତ। ଏହି ଅବସରରେ କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ସବ ଇନିସ୍ପେକ୍ଟର ସୁଶ୍ରୀ ରିଜୁ ବାଳା ନାୟକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ- ସୁଶ୍ରୀ ସନ୍ଧ୍ୟାରାଣୀ ତରେଇ, ବରିଷ୍ଠ ଶିକ୍ଷକ ରୋହିତ କୁମାର ବାରିକ ମଞ୍ଚାସିନ ହୋଇ ଛାତ୍ରଛାତ୍ରୀମାନଙ୍କୁ ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ, ଏହା ଦ୍ୱାରା ଝିଅମାନଙ୍କ ପାଠପଢା, ସ୍ୱାସ୍ଥ୍ୟ ଓ ଭବିଷ୍ୟତ ନଷ୍ଟ ହେଉଛି ବୋଲି ବୁଝାଇଥିଲେ। ଝିଅମାନଙ୍କୁ ସଶକ୍ତ କରିବା ପାଇଁ ଶିକ୍ଷା ହେଉଛି ମୁଖ୍ୟ ଅସ୍ତ୍ର ବୋଲି କହିଥିଲେ ଏବଂ ବାଲ୍ୟ ବିବାହକୁ ସଚେତନ କରାଇ କହିଥିଲେ ଯେ, ୧୮ ବର୍ଷ ପୂର୍ବରୁ ବିବାହ କରିବା ଓ କରାଇବା ଉଭୟ ଆଇନ ଅନୁଯାୟୀ ଅପରାଧ। ଏହି କାର୍ଯ୍ୟକ୍ରମରେ…

Read More

ବାଲିଗୁଡ଼ା,୦୯।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ଦୀର୍ଘ ୪୬ ବର୍ଷର ଅପେକ୍ଷାର ଅନ୍ତ। ପ୍ରଥମଥର ପାଇଁ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି କନ୍ଧମାଳ ଜିଲ୍ଲାର ସର୍ବପୁରାତନ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ପରିସର। ନିର୍ବାଚନୀ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଶେଷ ହୋଇଥିବାବେଳେ ମୋଟ ୮ଟି ପଦବୀ ପାଇଁ ୪୦ ଜଣ ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇଛନ୍ତି। ଏଥିମଧ୍ୟରେ ସଭାପତି ପଦ ପାଇଁ ସର୍ବାଧିକ ୧୦ ଜଣ ନାମାଙ୍କନ ଦାଖଲ କରିଥିବାରୁ ଏହି ପଦକୁ ନେଇ ନିର୍ବାଚନୀ ଉତ୍କଣ୍ଠା ବଢ଼ିଛି।ଶୁକ୍ରବାର ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ନାମାଙ୍କନ ପ୍ରକ୍ରିୟା ଦିନ ୧ଟାରେ ଶେଷ ହୋଇଥିଲା। ପରେ ଅପରାହ୍ନ ୨ଟାରୁ ପ୍ରାର୍ଥିପତ୍ର ଯାଞ୍ଚ କରାଯାଇ ସନ୍ଧ୍ୟା ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ଆସି ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ। ଦୀର୍ଘଦିନ ପରେ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ…

Read More

ବୋଲଗଡ,୯।୧୦(ସୁଶାନ୍ତ କୁମାର ପ୍ରଧାନ):ବୋଲଗଡ଼ ବ୍ଲକ ବାଙ୍କୋଇ ସ୍ଥିତ କେପିଏଏନ ଜୁନିୟର କଲେଜ ସଭାଗୃହ ରେ ପାଞ୍ଚଗଡ଼ ବରିଷ୍ଠ ନାଗରିକ ସଂଘର ସାଙ୍ଗଠନିକ ସମ୍ମିଳନୀ ଓ ଆଲୋଚନାଚକ୍ର ଶୁକ୍ର ବାର ଅନୁଷ୍ଠିତ ହୋଇଯାଇଛି।ସଂଘ ସଭାପତି ଶିକ୍ଷାବିତ୍ କାଳୀଚରଣ ଜୟସିଂହଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ମହାସଚିବ ରୋଟାରିଆନ ଡ.ଯୁଗଳକିଶୋର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବରିଷ୍ଠନାଗରିକ ମାନେ ସମାଜ ର ମାର୍ଗଦର୍ଶକ ବୋଲି କହିଥିଲେ। ଆପୋଲୋ ହସ୍ପିଟାଲର ବରିଷ୍ଠ ଡାକ୍ତର ତନ୍ମୟ ସାହୁ ମୁଖ୍ୟବକ୍ତା, ହେଲପଏଜ ଇଣ୍ଡିଆ ରାଜ୍ୟ ସଂଯୋଜିକା ଦେବଶ୍ରୀ ବ୍ରହ୍ମI ବରେଣ୍ୟ ବକ୍ତା,ସୁମନ୍ତ ଛୋଟରାୟ, ନାରାୟଣ ବେହେରା ଓ ରଘୁନାଥ ସାହୁ ସମ୍ମାନିତ ଅତିଥିଭାବେ ମଞ୍ଚାସୀନ ଥିଲେ।କଲେଜ ଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ସଂଗୀତ ପରିବେଷଣ ପରେ ସମ୍ପାଦକ ବୈକୁଣ୍ଠ ମହାରଣା ଅତିଥି ପରିଚୟ ସହ ବିବରଣୀ ପ୍ରଦାନ କରିଥିଲେ।ପିଚୁକୁଳି ଜୋନ ସଂଯୋଜକ ଲକ୍ଷ୍ମଣ ସେଠୀଙ୍କ ବିୟୋଗରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କ…

Read More

ବାଲିଗୁଡ଼ା,୦୯।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ୫୯ ନମ୍ବର ଜାତୀୟ ରାଜପଥ ଏବେ ସଡ଼କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ଗୋଟିଏ ପଟେ ଦ୍ରୁତଗାମୀ କାର୍‌ର ସିରିଜ୍‌ ଦୁର୍ଘଟଣା, ଅନ୍ୟପଟେ କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ। ଦୁଇଟି ଦୁର୍ଘଟଣା ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଓ ଶୋକର ପରିବେଶ ସୃଷ୍ଟି ହୋଇଛି। ରାଜପଥରେ ଯାନବାହନ ଚଳାଚଳ ସମୟରେ ଅସାବଧାନତା ଓ ବେପରୁଆ ଗାଡ଼ି ଚାଳନା କେତେ ଭୟଙ୍କର ପରିଣାମ ଆଣିପାରେ, ଏହି ଘଟଣା ତାହାର ଏକ ଦୁଃଖଦ ଉଦାହରଣ ପାଲଟିଛି। ସୂଚନା ଅନୁଯାୟୀ, ବାଲିଗୁଡ଼ା ସହର ନିକଟ ଦଣ୍ଡପଦର ଠାରେ ଏକ ଦ୍ରୁତଗାମୀ ହୁଣ୍ଡାଇ କାର୍‌ ପ୍ରଥମେ ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲା। ଏହାପରେ କାର୍‌ଟି ବାଲିଗୁଡ଼ା ସହର ଆଡ଼କୁ ଆସୁଥିବା ବେଳେ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଜଣେ ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିବା ଜଣାପଡ଼ିଛି। ଦୁର୍ଘଟଣା ଘଟାଇବା ପରେ ଚାଳକ ଗାଡ଼ି ନେଇ ଫେରାର ହେବାକୁ ଉଦ୍ୟମ…

Read More

ବେଗୁନିଆପଡା,୯।୧୦(ବାପୁନି ମାଲୁ):ଛାତ୍ର ସଂସଦ ନିର୍ବାଚନ ପାଇଁ ଚଳ ଚଞ୍ଚଳ କଲେଜ କ୍ୟାମ୍ପସ । ଏଥିଲାଗି ସଜବାଜ ହୋଇ ଆଗଭର ହେଲେଣି ଆଶାୟୀ ପ୍ରାର୍ଥୀ । ଦୀର୍ଘ ୮ ବର୍ଷ ପରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ବେଶ୍ ଖୁସି ଅଛନ୍ତି ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ । ଆଜି ନାମାଙ୍କନ ପତ୍ର ଦାଖଲ ଥିବାବେଳେ ଛାତ୍ରଛାତ୍ରୀ ମାନେ ନିଜ ନିଜର ସମର୍ଥକ ଙ୍କ ସହିତ ପ୍ରାର୍ଥୀପତ୍ର ଦାଖଲ କରିବା ଲାଗି ମେଳି ବାନ୍ଧି କଲେଜ ସମ୍ମୁଖରେ ପହଞ୍ଚିଥିଲେ । ଏହି ପରିପ୍ରେକ୍ଷୀ ରେ କୋଦଳା ଲକ୍ଷ୍ମୀନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ପରିସର ପହଞ୍ଚି ବହୁ ଆଶାୟୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିରାଡ଼ମ୍ବର ରେ ନିଜର ବହୁ ସମର୍ଥକଙ୍କ ସହ କଲେଜ କ୍ୟାମ୍ପସ କୁ ଯାଇ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।ବିଭିନ୍ନ ପଦବୀ ପାଇଁ ସମୁଦାୟ 18 ସେଟ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ…

Read More

ଚିକିଟି,୦୯।୧୦(ନିଗମାନନ୍ଦ ପଣ୍ଡା):ସୁରଳସ୍ଥିତ ମୁକ୍ତେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଝାଟିପଦର କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୬ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ୯ଟି ବିଦ୍ୟାଳୟରୁ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ମନୋନୀତ ୪୦ ଜଣ ଛାତ୍ରଛାତ୍ରୀ ବ୍ଲକସ୍ତରୀୟ ସୁରଭି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।ଏହି କାର୍ଯ୍ୟକ୍ରମକୁ କ୍ଲଷ୍ଟର ସିଆରସିସି ଏ. ଦମୟନ୍ତୀ ସଂଯୋଜନା କରିଥିଲେ। ଉତ୍ସବରେ ଚିକିଟି ବ୍ଲକ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀ ମୁଖ୍ୟ ଅତିଥି ଏବଂ ଏବିଇଓ ତ୍ରିନାଥ ମଲ୍ଲିକ ବକ୍ତା ଭାବେ ଯୋଗଦେଇଥିଲେ।ସମ୍ମାନିତ ଅତିଥି ଭାବେ ସରପଞ୍ଚ ସସ୍ମିତା ସାହୁ, ଏସ୍‌ଏମ୍‌ସି ଅଧ୍ୟକ୍ଷ ସରୋଜ ନାୟକ, ସିଆରସିସି ଏ. ଦମୟନ୍ତୀ, ସୁଜିତ କୁମାର ପାଢ଼ୀ, ଧର୍ମରାଜ ବେହେରା ଓ ପ୍ରଧାନ ଶିକ୍ଷକ ରଶ୍ମିତା ଜାନି ମଞ୍ଚାସୀନ ଥିଲେ।ମୁଖ୍ୟ ଅତିଥି ବିଇଓ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତା…

Read More

ବେଲଗୁଣ୍ଠା,୯/୧୦(ଶିବରାମ ଚୌଧୁରୀ):ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶୁକ୍ରବାର ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କର ତ୍ୟାଗ, ସେବା, ମାନବିକତା ଓ ଓଡ଼ିଆ ଜାତି ପ୍ରତି ଅବଦାନକୁ ସ୍ମରଣ କରାଯାଇଥିଲା।କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ରବୀନ୍ଦ୍ରନାଥ ରଥ ମୁଖ୍ୟ ଅତିଥି ଏବଂ ଉପସଭାପତି କାଳୀଚରଣ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଗୁରୁମା ପ୍ରିୟଙ୍କା ଗୌଡ଼ ଓ ଜ୍ୟୋତିରାଣୀ ପ୍ରଧାନ ମୁଖ୍ୟ ବକ୍ତା ଓ ସଂମାନ୍ନୀତ ଅତିଥି ଭାବେ ଯୋଗଦେଇ ଗୋପବନ୍ଧୁ ଦାସଙ୍କ ଜୀବନାଦର୍ଶ ଓ ସମାଜସେବା ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀମାନେ ଦେଶ ଓ ସମାଜର ସେବାରେ ନିଜକୁ ନିୟୋଜିତ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ।ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ବିଷୋୟୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଗୁରୁମା ପ୍ରଣୀତା ପ୍ରଧାନ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।…

Read More

ବେଲଗୁଣ୍ଠା,୯/୧୦(ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ପୁଲିସ ଗୁଡ଼ିପଲ୍ଲୀ ଗ୍ରାମ ନିକଟରେ ଚଢ଼ାଉ କରି ଦୁଇଟି ଦେଶୀ ବନ୍ଧୁକ ସମେତ ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ତନରଡ଼ା ଗ୍ରାମ ରୋଡ଼ ସାହିର ରାଜେଶ କୁମାର ବେହେରା।ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ଦିନ ବେଲଗୁଣ୍ଠା ଥାନାର ଏସ୍‌ଆଇ ସୁକାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ତନରଡ଼ା, ନୂଆଗାଁ ଓ ଧୁମଛାଇ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ରାଜେଶ କୁମାର ବେହେରା ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏହାପରେ ପୁଲିସ ଗୁଡ଼ିପଲ୍ଲୀ ଗ୍ରାମ ନିକଟସ୍ଥ ଏକ ଘରେ ଚଢ଼ାଉ କରିଥିଲା।ଚଢ଼ାଉ ସମୟରେ ଅଭିଯୁକ୍ତ ଦେଶୀନଳୀ ବନ୍ଧୁକ ସଫା କରୁଥିବା ବେଳେ ପୁଲିସ ତାଙ୍କୁ କାବୁ କରିଥିଲା। ତଲାସି ବେଳେ ଆଉ ଗୋଟିଏ ଦେଶୀ ପିସ୍ତଲ, ୧୧ଟି ଛରା ଓ…

Read More

ଭଞ୍ଜନଗର,୯।୧୦(ନିଲୁ ବିଶୋୟୀ):ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଦୁଇଟି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକ୍ରିୟା ଜୋରଦାର ହୋଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଶୁକ୍ରବାର ପ୍ରାର୍ଥୀ ଓ ପ୍ରାର୍ଥିୀନୀ ମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ କେ‌ଏସ୍‌ୟୁବି କଲେଜରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଓ ଅନ୍ୟ ଛାତ୍ର ଗୋଷ୍ଠୀ ପକ୍ଷରୁ ବିଭିନ୍ନ ଛାତ୍ରଛାତ୍ରୀ ମାନେ ଆସି ନିଜର ନାମାଙ୍କନ ଦାଖଲ କରିଛନ୍ତି। ଏହି ନାମାଙ୍କନ ପତ୍ର ଦାଖଲକୁ ନେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ କ୍ୟାମ୍ପସରେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ନିଜ ପ୍ରାର୍ଥୀଙ୍କ ସପକ୍ଷରେ ସହପାଠୀ ନାରା ଦେଇ ନାମାଙ୍କନ ଭରିବାକୁ କଲେଜ ନିକଟରୁ ଏକ ଶୋଭାଯାତ୍ରାରେ କଲେଜକୁ ଆସିଥିଲେ। କଲେଜ ଗେଟ ସମ୍ମୁଖରେ ସମସ୍ତଙ୍କ ୟୁନିଫର୍ମ ଓ ପରିଚୟ ପତ୍ର…

Read More

ବେଗୁନିଆପଡ଼ା,୯।୧୦(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲାର କୋଦଳା ଏନଏସି ସ୍ଥିତ ଉପନିବନ୍ଧକ କାର୍ଯ୍ୟାଳୟରେ ସ୍ଥାୟୀ ଉପନିବନ୍ଧକ ନଥିବା ସହ ଜନସାଧାରଣଙ୍କ ପାଇଁ ପ୍ରତୀକ୍ଷା କକ୍ଷର ବ୍ୟବସ୍ଥା ନାହିଁ। ଫଳରେ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକେ ଘଣ୍ଟା ଘଣ୍ଟା ଧରି ବାହାରେ ଅପେକ୍ଷା କରି ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାର ସମାଧାନ ପାଇଁ ସ୍ଥାୟୀ ଉପନିବନ୍ଧକ ନିଯୁକ୍ତି ସହ ପ୍ରତୀକ୍ଷା କକ୍ଷ ନିର୍ମାଣ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି। ସୂଚନା ଅନୁଯାୟୀ, ବେଗୁନିଆପଡ଼ା ବ୍ଲକ୍‌ର ୨୩ଟି ପଞ୍ଚାୟତ ଏବଂ କୋଦଳା ଏନଏସିର ସମସ୍ତ ୱାର୍ଡ ଏହି ଉପନିବନ୍ଧକ କାର୍ଯ୍ୟାଳୟ ଅଧୀନରେ ରହିଛି। ପ୍ରତିଦିନ ଅଞ୍ଚଳର ବହୁ ଲୋକ ଜମିଜମା ସମ୍ପର୍କିତ ପଞ୍ଜୀକରଣ ଓ ବିବାହ ପଞ୍ଜୀକରଣ ପାଇଁ ଏହି କାର୍ଯ୍ୟାଳୟକୁ ଆସିଥାନ୍ତି। କିନ୍ତୁ ଦୁଃଖର ବିଷୟ, ଏତେ ସଂଖ୍ୟକ ଲୋକଙ୍କ ଆସୁଥିବା ସତ୍ତ୍ୱେ କାର୍ଯ୍ୟାଳୟରେ ଅପେକ୍ଷା କରିବା ପାଇଁ କୌଣସି ପ୍ରତୀକ୍ଷା କକ୍ଷ ନାହିଁ। ଏଥିସହିତ ସ୍ଥାୟୀ ଉପନିବନ୍ଧକ ନଥିବାରୁ କୋଦଳା…

Read More

ଭବାନୀପାଟଣା,୯।୧୦(କିଶନ ଶର୍ମା):୯ ମ ଜିଲ୍ଲା ସ୍ତରୀୟ ଜାତୀୟ ପୋଷଣ ମାସ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆୟୋଜନରେ ଆଜି ଭବାନୀପାଟଣା ପଞ୍ଚାୟତ ସମ୍ମିଳନୀ ଗୃହ ଠାରେ ପାଳିତ ହୋଇଯାଇଛି । ଏହି ଦିବସର ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଭଳଷ୍ମୀ ନାୟକ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ୍ ନିଶା, ,NHMରୁ RBSK ମେନେଜର କୃଷ୍ଣ ଚନ୍ଦ୍ର ପ୍ରଧାନ, ମିଶନ ଶକ୍ତି ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ସୁମନ ଦ୍ବିବେଦୀ, ଓଡିଶା ଜୀବିକା ମିଶନ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଡ. ଚନ୍ଦନ ବେହେରା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ମଞ୍ଚାସୀନ ଅତିଥି ଭାବରେ ଯୋଗଦେଇଥିଲେ । ଅଂଶଗ୍ରହଣକାରି ମଧ୍ୟରେ ଆଇସିଡିଏସ ର ପ୍ରୋଗ୍ରାମ୍ ଅଫିସର ନମିତାରାଣୀ ପଲ୍, ଭବାନୀପାଟଣା ଉପଖଣ୍ଡ ସ୍ତରୀୟ ପ୍ରୋଗ୍ରାମ୍ ଅଫିସର ଆଶା ରାଣୀ ସାହୁ ଓ ଧର୍ମଗଡ଼ ଉପଖଣ୍ଡ…

Read More

ରାୟଗଡ଼,୯।୧୦(ଅମୂଲ୍ୟ ନିଶଙ୍କ):ସରକାରୀ ଯୋଜନା ଓ ସେବାକୁ ଲୋକଙ୍କ ଦୁଆରମୁହଁରେ ପହଞ୍ଚାଇବା ଉଦ୍ଦେଶ୍ୟରେ ରାମନାଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ‘ସେବା ସେତୁ ଅଭିଯାନ’ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆୟୋଜିତ ଏହି ଶିବିରରେ ଉତ୍ସାହଜନକ ପରିବେଶ ଦେଖିବାକୁ ମିଳିଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲପାଳ ରବୀନ୍ଦ୍ର ନାଥ କହଁର,ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଗୟା ଡମ୍ବରୁ ଧର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅତିଥିଙ୍କ ଦ୍ୱାରା ବିଭିନ୍ନ ବିଭାଗ ଦ୍ୱାରା ପ୍ରଦର୍ଶିତ ଷ୍ଟଲ ଉଦ୍ଘାଟନ କରାଯାଇଥିଲା।ଏହି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର ରେ ମୋଟ ୨୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗ…

Read More