ପୋଲସରା, ୧୩/୪:(ଶିବ ପ୍ରସାଦ ସାହୁ):ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଢୁଙ୍କାପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବିଦ୍ୟୁତ ଖୁଣ୍ଟ ରେ ଚଢି କାମକରୁଥିବା ବେଳେ ବିଦ୍ୟୁତ ଆଘାତ ରେ ଜଣେ ଠିକା କର୍ମଚାରୀ ଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଢୁଙ୍କାପଡା ଗ୍ରାମର ୨୭ ବର୍ଷୀୟ ସୁଶାନ୍ତ ଗୌଡ଼। ଠିକା ବିଦ୍ୟୁତ କର୍ମଚାରୀ ସୁଶାନ୍ତ ର ମୃତ୍ୟୁ ପାଇଁ ଦାୟୀ କିଏ? ଅନସ୍କିଲ ବ୍ୟକ୍ତିଙ୍କୁ ବିଦ୍ୟୁତ କାମ କରିବା ପାଇଁ ପୋଲ ଉପରକୁ ପଠାଯାଉଥିଲା କାହିଁକି? ଏହା ଏବେ ପ୍ରଶ୍ନବାଚୀ ହୋଇଉଠିଛି।।ସୂଚନା ମୁତାବକ ସୁଶାନ୍ତ ଢୁଙ୍କପଡା ହରିଜନ ସାହିରେ ବିଦ୍ୟୁତ ତାର ସଂଯୋଗ କରୁଥିବା ବେଳେ ଭୁଲ ବଶତଃ ବିଦ୍ୟୁତ ସଂସ୍ପର୍ଶ ରେ ଆସି ଏଭଳି ଦୁର୍ଘଟଣା ର ଶିକାର ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ବାସିନ୍ଦା ତୁରନ୍ତ ସୁଶାନ୍ତ କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ସେଠାରେ…
Author: Janabani News
ଫୁଲବାଣୀ -୧୩/୦୪(ସୁନୀଲ ପଟ୍ଟନାୟକ):ରାଜ୍ୟ ୟୁନିସେଫ ସହାୟତାରେ ଗତ ୬ ରୁ ୧୦ ତାରିଖ ୫ ଦିନ ଧରି ପୂର୍ଣ୍ଣ ଆହାର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଇଟିଡିଏ ସଭାଗୃହରେ ଜିଲ୍ଲାର ଜିଲ୍ଲାପାଳ,ସମାଜ ମଙ୍ଗଳ ଅଧିକାରୀ,ସ୍ୱ୍ୟାସ୍ଥ୍ୟ ବିଭାଗର ଏ ଡି ଏମ୍ ଏଫ୍ ଡବଲୁ ଏବଂ ରାଜ୍ୟ ସ୍ତରରୁ ୟୁନିସେଫ ର ଗଣେଶ ପ୍ରଧାନ, ଡ.ବରଦା ମହାପାତ୍ର, ବିନାୟକ କନ୍ଦପାନ , ସୁଦିପ ଦାସ ପ୍ରମୁଖ ସମ୍ବଳ ବ୍ୟକ୍ତି ଭାବେ ଯୋଗଦାନ କରି ତାଲିମ ପ୍ରଦାନ କରିଥିଲେ । ଜିଲ୍ଲା ସ୍ତରୀୟ ତାଲିମ ପରେ ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଏବଂ ସ୍ୱ୍ୟାସ୍ଥ୍ୟ କର୍ମୀଙ୍କୁ ଉପରୋକ୍ତ ବିଷୟରେ ତାଲିମ ପ୍ରଦାନ କରି ଶିଶୁଙ୍କ ଓଜନ ଓ ଉଚ୍ଚତା ନିରୀକ୍ଷଣ କାର୍ଯ୍ୟ କୁ ତ୍ବରାନ୍ବିତ କରାଯିବ। ଏହା ଦ୍ବାରା ଅଙ୍ଗନୱାଡି କର୍ମୀଙ୍କର କାର୍ଯ୍ୟ ଶୈଳୀରେ ଉନ୍ନତି ଆସିବା ସହିତ ଜିଲ୍ଲାର ସମସ୍ତ ଶିଶୁମାନଙ୍କର ସ୍ବାସ୍ଥ୍ୟ ଓ ପୋଷଣ ସଠିକ…
ଫୁଲବାଣୀ,୧୩/୦୪:(ସୁନୀଲ ପଟ୍ଟନାୟକ ):କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ୫ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ହର ଭଙ୍ଗା ତହସିଲ ଦାର ବଳ ଦେବ ବେହେରା ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ଗତ ବର୍ଷ ମଧ୍ଯ ଏହି ମେଳl କୁଆସିଥିଲି ତେବେ ଏହିବର୍ଷ ଗତ ଥର ଅପେକ୍ଷା ଅଧିକ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ମୁଖ୍ୟ ଅତିଥି ବେହେରା କହିଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ମେଳା ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଏହି ମେଳା ସହର ବାସୀ ଙ୍କୁ ଆମୋଦ ପ୍ରମୋଦ ର ଖୋରାକ ଯୋଗାଇବା ସହ…
ଭଞ୍ଜନଗର,୧୨/୪:(ନିଲୁ ବିଷୋୟୀ): ଚଳିତ ବର୍ଷ ଆସନ୍ତା ୧୬ ତାରିଖରୁ ପୁଣି ଆରମ୍ଭ ହେବ ଭଞ୍ଜନଗର ୱାଟର ପାର୍କ। ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ରହିଥିବା ଏହି ୱାଟର ପାର୍କ ଦୁଇବର୍ଷ ତଳେ ଶୁଭାରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଯାନ୍ତ୍ରିକ ତ୍ରୁଟି ନିମନ୍ତେ କିଛି ମାସ ଚାଲିବା ପରେ ବନ୍ଦ ହୋଇଥିଲା। ଫଳରେ ବାହାରୁ ଆସୁଥିବା ପର୍ଯ୍ୟଟକ ନିରାଶ ହୋଇ ଫେରୁଥିଲେ। ଏହାର ସମସ୍ୟା ସମାଧାନ ପରେ ଗତବର୍ଷ ମେ ମାସରେ ପୁଣି କାର୍ଯ୍ୟକ୍ଷମ ହୋଇଥିଲା। ତେବେ ବର୍ଷାଋତୁ ଆରମ୍ଭ ହେବା ପରେ ପର୍ଯ୍ୟଟକ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିଲା। ଏହାପରେ ପାର୍କ କର୍ତ୍ତୃପକ୍ଷ ଏହାକୁ ବନ୍ଦ କରି ଦେଇଥିଲେ। ଖରା ଆରମ୍ଭ ହେବା ସମୟରେ ଏହାକୁ ଚାଲୁ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ବନ୍ଦ ରହିବା ଯୋଗୁ କିଛି ଯନ୍ତ୍ରାଂଶରେ ସମସ୍ୟା ଦେଖା ଦେଇଥିଲା। ଏହାପରେ କଲିକତାରୁ ମେକାନିକ ଆସି ସଜାଡିବା ପରେ ଏହାକୁ ଆସନ୍ତା ୧୬ ତାରିଖରୁ ପୁଣି…
ବ୍ରହ୍ମପୁର,୧୨/୪:(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ ଆୟୋଜିତ ସି. ଏମ କପ ୨୦୨୬ ଆଜି ତୃତୀୟ ଦିନ ରେ ପହଂଚିଛି। ଫୂଟବଲ ଖେଳ ର ପ୍ରଥମ ମ୍ୟାଚ ଓ. ଏ. ଭି ବାଳକ ବର୍ଗ ଓ ଖେମୁଣ୍ଡି ଏଫ. ସି ମଧ୍ୟରେ ଖେଳା ଯାଇଥିଲା ଏବଂ ଓ. ଏ. ଭି ସ୍କୁଲ ବାଳକ ଦଳ ୪-୧ ଗୋଲ ରେ ବିଜୟୀ ହାସଲ କରିଛି। ଦ୍ଵିତୀୟ ମ୍ୟାଚ ବାରର୍କ ଗୋଲଡ଼ ଏଫ. ସି ବାଳକ ଓ ଡ଼ି. ଏ. ଭି ସ୍କୁଲ ଦଳ ମଧ୍ୟରେ ଖେଳା ଯାଇଥିଲା, ବାରର୍କ ଗୋଲଡ଼ ଏଫ. ସି ୧-୦ ଗୋଲ ରେ ଡ଼ି. ଏ. ଭି ସ୍କୁଲ କୁ ପରାସ୍ତ କରିଛି। ଆଜି ପ୍ରଥମ ମ୍ୟାଚ re ଅତିଥି ରୂପେ ଯୋଗ ଦେଇଥିଲେ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ଉପ ସଭାପତି ଶ୍ରୀ ବିଜୟ କୁମାର ପଟନାୟକ ଏବଂ ଦ୍ଵିତୀୟ ମ୍ୟାଚ ରେ ଅତିଥି…
ବ୍ରହ୍ମପୁର:୧୨/୪:(ହିଂମାଶୁ ଶେଖର ସାବତ):ଗୋଲନ୍ଥରା ଥାନା ଅଧୀନ ପଞ୍ଚମା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ମୃତକ ହେଲେ ଏକାଦଶୀ ନାହାକ (୫୮), ପିତା- ସ୍ୱ. ସୁମା ନାହାକ, ଗ୍ରାମ- ପଞ୍ଚମା। ସେ ନିଜର ପାନ ଚାଷ ଜମିକୁ ଯାଉଥିବା ସମୟରେ ଅଜଣା ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।ଘଟଣା ସମ୍ବନ୍ଧରେ ସୂଚନା ପାଇ ଗୋଲନ୍ଥରା ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିଲେ। ବ୍ରହ୍ମପୁର ଏସ୍ପି, ସଦର ଏସ୍ଡିପିଓ, ଗୋଲନ୍ଥରା ଥାନା ଆଇଆଇସି ସହିତ ସାଇଣ୍ଟପିକ ଟିମ୍ ଓ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଏହି ଘଟଣାରେ ଗୋଲନ୍ଥରା ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିବାବେଳେ ତଦନ୍ତ ଜାରି ରହିଛି। ଆଇଆଇସି, ଗୋଲନ୍ଥରା ଥାନା ଏହି ମାମଲାର ତଦନ୍ତ ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି।
ନୂଆପଡ଼ା,୧୨/୦୪:(ପରମେଶ୍ୱର ମେହେର): “ଓଡ଼ିଆ ପକ୍ଷ” ପାଳନ ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ, ନୂଆପଡ଼ା ପକ୍ଷରୁ ଆଜି ସଦର ମହକୁମା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡାଏଟ) ଠାରେ “ଓଡ଼ିଶାର ବନ୍ଦନୀୟ ବରପୁତ୍ରମାନଙ୍କ” ଶୀର୍ଷକରେ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶାର ବରପୁତ୍ରମାନଙ୍କ ତ୍ୟାଗ, ବଳିଦାନ ଓ ଅବଦାନକୁ ସ୍ମରଣ କରିବା ସହ ଆଗାମୀ ପିଢ଼ିଙ୍କ ମନରେ ସେମାନଙ୍କ ଆଦର୍ଶ ପ୍ରତିଷ୍ଠା କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ବରପୁତ୍ରମାନଙ୍କ ଅସାମାନ୍ୟ ଅବଦାନକୁ ସ୍ମରଣ କରିଥିଲେ। ସେ କହିଥିଲେ ଯେ, ଯେଉଁମାନେ ସମାଜ ଓ ରାଷ୍ଟ୍ରର ଉନ୍ନତି ପାଇଁ ନିଜ ସ୍ୱାର୍ଥକୁ ତ୍ୟାଗ କରି କାମ କରିଛନ୍ତି, ସେମାନେ ହିଁ ପ୍ରକୃତ ବରପୁତ୍ର। ଯୁବପିଢ଼ିଙ୍କୁ ସେମାନଙ୍କ ଆଦର୍ଶକୁ ଅନୁସରଣ କରି ଜୀବନରେ ଆଗକୁ ବଢ଼ିବାକୁ ସେ ଆହ୍ୱାନ ଜଣାଇଥିଲେ।ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ,…
ବେଲଗୁଣ୍ଠା, ୧୨/୦୪-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ତିନିଭାଇଙ୍କ ତିନି ବଖରl ଘର ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି l ସେମାନେ ହେଲେ ଟିକରପଡା ଗ୍ରାମର ମିଛl ନାୟକ, ଅନନ୍ତ ନାୟକ ଓ ଅଚୁତ ନାୟକ, ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିବା ବେଳେ ଏହା ଶଟ ରର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି l ସମସ୍ତେ ଚାଷୀ ପରିବାର ହୋଇଥିବାରୁ ସମସ୍ତଙ୍କ ଧାନ, ଚାଉଳ, ମୁଗ, ଲୁଗାପଟା ଓ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି l ତିନି ଖେତିଗ୍ରସ୍ତଙ୍କ ମଧ୍ୟରୁ ଅଚୁତ ନାୟକ ଅଧିକ କ୍ଷେତିଗ୍ରତ ହୋଇଥିବା ଜଣାପଡିଛି l ଖବର ପାଇ ତନାରଡାରୁ ଦମକଳ ଆସି ନିଅଁlକୁ ଆୟତ୍ତ କରିଥିଲେ l ସମସ୍ତେ ଗରିବ ଚାଷୀ ପରିବାରର ହୋଇଥିବାରୁ ଏମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଯୁବ ସେଚ୍ଛାସେବୀ କୃଷ୍ଣ ସାହୁ ଦାବି କରିଛନ୍ତି l
ବେଲଗୁଣ୍ଠା,୧୨/୦୪-(ଶିବରାମ ଚୌଧୁରୀ )-ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ବେଲଗୁଣ୍ଠା ପଣ୍ଡା ସାହିରେ ବେଲଗୁଣ୍ଠା ପୁରୁଣା ଦଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି I ଆଜି ସକାଳ ସାତ ଘଣ୍ଟା ତିରିଶି ମିନିଟ୍ ସମୟରେ ମାନସିକଧାରୀ ପପୁ ସାହୁଙ୍କ ଘରୁ ଶତାଧିକ ବ୍ୟକ୍ତି ପୂଜା ଅର୍ଘ୍ୟ ନେଇ ଲକ୍ଷ୍ମୀ ନୃସିଂହ ମନ୍ଦିର ସମ୍ମୁଖରେ ମାଆଙ୍କୁ ବରଣ କରି ସଂକୀର୍ତ୍ତନ ମଣ୍ଡଳୀ ଏବଂ ପାରମ୍ପରିକ ବାଦ୍ୟ ବାଜଣାରେ ପପୁ ସାହୁଙ୍କ ବାସ ଭବନ ସମ୍ମୁଖକୁ ପାଛୋଟି ଆଣିଥିଲେ I ସେଠାରେ ଠାକୁରଙ୍କର ବନ୍ଦନା କରାଯିବା ପରେ ଦଣ୍ଡୁଆମାନେ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିରରେ ବିଶ୍ରାମ ନେବା ସହିତ ସେଠାରେ ଠାକୁରଙ୍କର ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା I ମଧ୍ୟାହ୍ନ ବାର ଘଣ୍ଟା ସମୟରେ ମାନସିକଧାରୀ ପପୁ ସାହୁଙ୍କ ବାସଭବନ ସମ୍ମୁଖରେ ଧୂଳି ଦଣ୍ଡ ଅନୁଷ୍ଠିତ ହେବାପରେ ସ୍ଥାନୀୟ ପୋଖରୀରେ ଅପରାହ୍ଣ ତିନି ଘଣ୍ଟା ସମୟରେ ପାଣି ଦଣ୍ଡ ଅନୁଷ୍ଠିତ…
ବେଲଗୁଣ୍ଠା:୧୨/୦୪ -(ଶିବରାମ ଚୌଧୁରୀ )-ଆଜି ପ୍ରଭାତ ପ୍ରାୟ ୪ଟା ସମୟରେ ବେଲଗୁଣ୍ଠା ସ୍ଥିତ ବରଗାଁ ରାସ୍ତାରେ ଏକ ଟ୍ରକ୍ରେ ପ୍ରାୟ ୩୦ରୁ ଅଧିକ ଗୋରୁଙ୍କୁ ବେଆଇନ ଭାବେ ଚୋରା ଚାଲାଣ କରାଯାଉଥିବା ଘଟଣା ସମ୍ମୁଖକୁ ଆସିଥିଲା ରାସ୍ତାରେ ଯାଉଥିବl ଦଣ୍ଡୁଆ ଭକ୍ତମାନେ ପ୍ରଥମେ ଏହାକୁ ଦେଖି ତୁରନ୍ତ ଘୁମୁସର ବଜରଙ୍ଗ ଦଳର ସଦସ୍ୟ ଓ ବରଗାଁ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ବେଲଗୁଣ୍ଠା ପ୍ରଖଣ୍ଡ ବଜରଙ୍ଗ ଦଳର ସଦସ୍ୟମାନେ ଘଟଣାସ୍ଥଳରେ ତୁରନ୍ତ ପହଁଚିଥିଲେ। ଧରାପଡ଼ିବା ଭୟରେ ଗୋ ମାଫିଆ ଡ୍ରାଇଭର ଟ୍ରକ୍ ଭିତରୁ ଗୋମାତାମାନଙ୍କୁ ବାହାର କରି ରାସ୍ତାରେ ଛାଡ଼ି ଖସିଯିବାକୁ ଚେଷ୍ଟା କରୁଥିବାର ଦେଖାଯାଇଥିଲା ପରେ ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଁଚି ୬ଟି ଗୋରୁ ସହିତ ଟ୍ରକ୍ ଏବଂ ଡ୍ରାଇଭରକୁ ଅଟକ ରଖି ଥାନାକୁ ନେଇ ତଦନ୍ତ ଜାରି ରଖିଛନ୍ତି। ଜବତ ହୋଇଥିବା ୬ଟି ଗୋରୁକୁ ଗାଡି ନେଇ ତନରଡ଼ା ଗୋଶାଳାକୁ ସୁରକ୍ଷିତ ଭାବେ ପଠାଯାଇଛି।ଗ୍ରାମବାସୀ ଓ…
ଛତ୍ରପୁର,୧୨/୪(ହିମାଂଶୁ ଶେଖର ସାବତ):ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବନ୍ଦନୀୟ ବରପୁତ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ଗଠନ ଓ ତା ସହିତ ଏହାର ଉନ୍ନତି ପାଇଁ କାର୍ଯ୍ୟ କରିଥିବା ବରପୁତ୍ରମାନଙ୍କର ତ୍ୟାଗ ଓ ବଳିଦାନକୁ ମନେ ପକାଇଥିଲେ। ସେହି ବରପୁତ୍ର ମାନେ ଓଡିଶାକୁ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାକୁ ସାକାର କରିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ବୋଲି କହିଛନ୍ତି । ବରପୁତ୍ରମାନଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋଚନା ଚକ୍ର ଆୟୋଜନ କରି ଯୁବପିଢ଼ିଙ୍କୁ ସେମାନଙ୍କ ମହାନତା ଓ ମହାମାର୍ଗ ସମ୍ପର୍କରେ ଅବଗତ କରାଇବା ପାଇଁ ଜିଲ୍ଲାପାଳ ଜିଲ୍ଲାର ସାରସ୍ୱତ ସାଧକ ମାନଙ୍କୁ ଅନୁରୋଧ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଗଞ୍ଜାମ…
ଚିକିଟି,୧୨/୪:(ନିଗମାନନ୍ଦ ପଣ୍ଡା ): ଚିକିଟି ବିଜ୍ଞାପିତ ଅଞ୍ଚଳ ଅଧୀନ ଚିକିଟି ପେଣ୍ଠ ପଦ୍ମ ନଗର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ନିକଟରେ କ୍ରୟ କରିଥିବା ଖାତା ନମ୍ବର: ୧୭୯/୪୧୮୯ ଏକ ବିବାଦୀୟ ଜମିକୁ ନେଇ ସଙ୍ଗୀନ ଅଭିଯୋଗ ଆସିଛି , ଶିଶୁ ମନ୍ଦିର ବେଆଇନ ଭାବେ ଦଶ ଗୁଣା ଚଢା ଦରରେ କିଣିଥିବା ବୁଦା ଜଙ୍ଗଲ ଓ ନାଳ କିସମ ଜମିକୁ ସମତୁଲ କରିବା ପାଇଁ ବେଆଇନ ଭାବେ ଜେସିବି ଲଗାଇ ଟ୍ରାକ୍ଟର ଦ୍ୱାରା ମାଟି ଆଣି ପକାଯାଉଛି। ସରକାରୀ ନିୟମାନୁସାରେ ୬ ଇଞ୍ଚ ମାଟି ଖୋଳା ଯାଏଁ ତହସିଲଦାର ଅନୁମତି ଆବଶ୍ୟକ ତାଠାରୁ ଅଧିକ ହେଲେ ଉପଜିଲ୍ଲାପାଳ କିମ୍ବା ଜିଲ୍ଲାପାଳ ଙ୍କ ଅନୁମତି ଆଣିବା କଥା କିନ୍ତୁ କୌଣସି ଅନୁମତି ନଥାଇ ଶିଶୁ ମନ୍ଦିର କତୃପକ୍ଷ ବେଆଇନ ଭାବେ ମାଟି ଖୋଳି ସମତୁଲ କରୁଛି, ଯାହା ଚିକିଟି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ସହ ରାଜସ୍ୱ ବିଭାଗ, ଖଣି ବିଭାଗ…