ନୂଆପଡା : ୧୩/୦୩ ( ଜନ ବାଣୀ ନ୍ୟୁଜ ) : ନୂଆପଡା ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ଗଣନା ଓ ଗୃହ ତାଲିକା ସମ୍ବନ୍ଧୀୟ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ ସ୍ଥାନୀୟ ସଦଭାବନା ସଭା ଗୃହରେ ସମାପ୍ତ ହୋଇଛି। ଏହି ପ୍ରଶିକ୍ଷଣ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ, ନୁଆପଡା ମଧୁସୂଦନ ଦାଶଙ୍କ ଆଦେଶାନୁସାରେ ୦୯, ୧୦ ଓ ୧୨ ମାର୍ଚ୍ଚ ତିନିଦିନ ଧରି ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ସୁବାଷ ଚନ୍ଦ୍ର ରଇତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ବିଜୟ କୁମାର ଛତ୍ରିଆ, ସହକାରୀ ଜିଲ୍ଲାପାଳ ତଥା ଉପ-ଜିଲ୍ଲା ଜନଗଣନା ଅଧିକାରୀ ଏହି ପ୍ରଶିକ୍ଷଣକୁ ପରିଚାଳନା କରିଥିଲେ।କୁମାରୀ ପ୍ରୟାସୀ ପ୍ରଧାନ, ଡେପୁଟି ଜିଲ୍ଲାପାଳ ଏବଂ ଶେଖ ନସିମ, ଡେପୁଟି ଜିଲ୍ଲାପାଳ ମୁଖ୍ୟ ପ୍ରଶିକ୍ଷିକା/ପ୍ରଶିକ୍ଷିକ ଭାବେ ୨୬ ଜଣ କ୍ଷେତ୍ର ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଆଜି ଶେଷ ଦିବସରେ ପ୍ରାୟୋଗିକ ଭାବେ ସେମାନଙ୍କୁ କ୍ଷେତ୍ର ପରିଦର୍ଶନ କରାଇ ଲେଆଉଟ୍…
Author: janabani
ବୈପାରିଗୁଡ଼ା : ୧୩/୩ ( ଜନ ବାଣୀ ନ୍ୟୁଜ) ମୌଳିକ ସୁବିଧାରୁ ବଞ୍ଚିତ ହୋଇ ତିନି ଝିଅଙ୍କୁ ଧରି ଆନ୍ଦ୍ର ପ୍ରଦେଶରେ ଦାଦନ ଖଟିବାକୁ ଯାଇଛନ୍ତି ଜଣେ ବିଧବା ମହିଳା ତଳନ୍ତି କନ୍ଦପାନ । ତଳନ୍ତି କନ୍ଦପାନଙ୍କୁ ନା ମିଳୁଛି ବିଧବା ଭତ୍ତା, ନା ମିଳିଛି ମଙ୍ଗଳପରିବାର ଯୋଜନା, ନା ପରିବାରଙ୍କୁ ମିଳୁଛି ରାସନ ଚାଉଳ, ଏ ପର୍ଯ୍ୟନ୍ତ ମଧ୍ୟ ମିଳିନାହିଁ ପ୍ରଧାନ ମନ୍ତ୍ରୀ ଆବାସ ଗୃହ କିମ୍ବା ଝାଟିମାଟି କୁଡ଼ିଆରେ ଦିନ କାଟୁଛନ୍ତି ବିଧବା ମହିଳାଙ୍କ ପରିବାର। ସ୍ଵାମୀ ମୃତ୍ୟୁ ବରଣ କରିବାର ପ୍ରାୟ ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମିଳୁନି ବିଧବା ଭତା ପାଖରେ ତିନୋଟି ଝିଅକୁ ଧରି ଦୁଃଖ କଷ୍ଟରେ ମାଟି କୁଡ଼ିଆରେ ଚଳି ଆସୁଛନ୍ତି ତଳନ୍ତି କନ୍ଦପାନ । ଏହିପରି ଏକ ବିକଳଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅଧିନସ୍ଥ ଜି.ମାଝୀଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝଡ଼ିଆ ଗୁଡ଼ା…
ସୁନ୍ଦରଗଡ଼, ୧୩/୩: (ଜନ ବାଣୀ ନ୍ୟୁଜ ) ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି “ମୁଖ୍ୟମନ୍ତ୍ରୀ କନ୍ଯା ବିବାହ ଯୋଜନା”(MKBY) ଅଧୀନରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶଙ୍କରା ସ୍ଥିତ କଳ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ସାମୁହିକ ବିବାହ କାର୍ଯ୍ୟକ୍ରମ ରେ ଜିଲ୍ଲାର ୬୧ ଗୋଟି ଯୋଡ଼ି ଅଂଶ ଗ୍ରହଣ କରି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଅଭିମନ୍ୟୁ ମାଝୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପ ଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସୁଚିତା ପଣ୍ଡା ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ…
ଫୁଲବାଣୀ :- କନ୍ଧମାଳ ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ଯେମିତି ମାଓବାଦୀ ସାରା ଭାରତରୁ ମୂଳପୂଛ କରିବାର ରାଷ୍ଟୀୟ ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଆମିତ ସାହା ମାର୍ଚ୍ଚ ୩୧ ତରଖ ପୂର୍ବରୁ ମାଓ ଦମନରେ ଶେଷ କରିବାକୁ ଏକ ଡେଡ୍ ଲାଇନ କହିଛନ୍ତି । ଆଉ ମାଓ ସଙ୍ଗଠନ କୁ ଛାଡି ମୁଖ୍ୟ ଶ୍ରୁତରେ ସାମିଲ ହୋଇ ଏକ ଭଲ ମଣିଷ ଭାବରେ ଜୀବନ ଯାପନ କରିବା ପାଇଁ ସମସ୍ତ ମାଓବାଦୀ ମାନଙ୍କୁ କହିଛନ୍ତି । ସେଦିନଠୁ କନ୍ଧମାଳରେ ମାଓବାଦୀ ମାନଙ୍କ ଆତ୍ମ ସମର୍ପଣ ବଡ଼ିବାରେ ଲାଗିଛି । ଓଡିଶାର ଏଡିଜି ସଞ୍ଜୀବ ପଣ୍ଡାଙ୍କ ସମ୍ମୁଖରେ ରାଜ୍ୟ କମିଟି ସଦସ୍ୟ ସାନୁ ପୋଟ୍ଟମ୍ ନିତୁଙ୍କ ସମେତ ୧୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ରାଜ୍ୟରେ ମାଓ ବିରୋଧୀ ପ୍ରୟାସକୁ ଏକ ବଡ଼ ଉତ୍ସାହ ପ୍ରଦାନ କରି, ଫୁଲବାଣୀର ରିଜର୍ଭ ପୋଲିସ୍ ପଡିଆରେ ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୦…
କଟକ: ୧୨/୩ : ( ଜନ ବାଣୀ ନ୍ୟୁଜ ) ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ ବିରୋଧରେ ଏକ ସଙ୍କଳ୍ପ, ଯୋତୁକ ପ୍ରଥା ବିରୋଧରେ ଏକ ସାମାଜିକ ସନ୍ଦେଶ ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ ପଦକ୍ଷେପ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧିନରେ ଆଜି କଟକ ଇଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସାମୁହିକ ବିବାହ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହା କହିଛନ୍ତି । ଏହି ଯୋଜନା ଅଧିନରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟା କନ୍ୟାମାନଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଯେଉଁଥିରୁ ୪୫ ହଜାର ଟଙ୍କା ସିଧାସଳଖ ନଗଦ ହସ୍ତାନ୍ତର ମାଧ୍ୟମରେ କନ୍ୟାମାନଙ୍କ ବ୍ୟାଙ୍କ୍ ଖାତାକୁ ପଠାଇ ଦିଆଯାଉଛି । ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା…
ଭବାନୀପାଟଣା: ( ଜନ ବାଣୀ ନ୍ୟୁଜ ) ଓଡ଼ିଶା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ OSWAN ହଲ୍ ଠାରେ ଜିଲ୍ଲାପାଳ କଳାହାଣ୍ଡି, ପାୱାର ସଚିନ ପ୍ରକାଶ ଙ୍କ ଙ୍କ ଅଧ୍ଯକ୍ଷତାରେ ଜିଲ୍ଲାର ସମସ୍ତ LPG ଓ ପେଟ୍ରୋଲ, ଡିଜେଲ ବିତରକ ମାନଙ୍କ ସହ ଏକ ଜରୁରୀ ବୈଠକ ଅନୁଷ୍ଟିତ ହୋଇଥିଲା । ଉକ୍ତ ବୈଠକରେ ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ର ନିରବଚ୍ଛିନ୍ନ ଯୋଗାଣ ଓ ସରକାରଙ୍କ ଦ୍ବାରା ସ୍ଥିରୀକୃତ ଦାମ ରେ ବିକ୍ରୟ ସମ୍ୱନ୍ଧ ରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ତୈଳ ଯୋଗାଣକାରୀ ସଂସ୍ଥା ର ବିତରକ ଓ ଅଧିକାରୀ ମାନଙ୍କ ସହ ଯୋଗାଣ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲାପାଳ ସମସ୍ତ ବିତରକ ମାନଙ୍କୁ ତାଗୀତ କରିବା ସହିତ କଲବଜାରୀ କରୁଥିବା ବ୍ୟକ୍ତିମାନଙ୍କୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ -୧୯୫୫ ଅନୁଯାୟୀ ଦୃଢ଼ କାର୍ଯାନୁଷ୍ଠାନ…
ବୁଗୁଡା : ୧୨/୩ : ( ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା ୨୦୨୫-୨୬ ପଞ୍ଚାୟତ ସଭାଗୃହରେ ୧୨-୩-୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ, ବୁଗୁଡା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ବୁଗୁଡା ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଓ ମାଣିତରା ସୁପ୍ରଭାଇଜର ଗୀତାଞ୍ଜଳି ବଡମୁଣ୍ଡିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପଞ୍ଚାୟତ ସ୍ତରୀୟ କିଶୋରୀ ମେଳାରେ ମାଣିତରା ପଞ୍ଚାୟତ ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରା, ସମିତି ମେମ୍ବର ଜୟଦେବ ପ୍ରଧାନ, ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରତିମା ସ୍ୱାଇଁ, ଶିକ୍ଷକ ଖଦାଳ ରାଉତ, ଚନ୍ଦନ କୁମାର ରାଉତ ଅତିଥିଭାବେ ଯୋଗଦେଇଥିଲେ। ପଞ୍ଚାୟତର ବହୁ କିଶୋରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଷ୍ଠିତ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ତିନୋଟି ବିଭାଗରେ ପ୍ରତିଯୋଗିତା ହୋଇ କୃତିତ୍ୱ ହାସଲ କରଥିବା ତିନି…
ନୂଆପଡ଼ା : ୧୧/୦୩ ( ଜନ ବାଣୀ ନ୍ୟୂଜ୍) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ବିଭାଗୀୟ ପ୍ରଗତି ବିବରଣୀ ଉପସ୍ଥାପନ କରିଥିଲେ।ବୈଠକରୁ ଜଣାଗଲା ଯେ, ସମନ୍ଵିତ ଉଦ୍ୟାନ କୃଷି ଉନ୍ନତି ମିଶନ ଅନ୍ତର୍ଗତ ପାଞ୍ଚଟି ବ୍ଲକରେ ୫୫ ଏକର ନୂତନ ଆମ୍ବ ବଗିଚା ସୃଷ୍ଟି କରା ଯାଇଛି। ସେହିପରି, ୫ ଏକର ଜମିରେ ନୂତନ ହାଇବ୍ରିଡ ଅମୃତଭଣ୍ଡା ବଗିଚା ସୃଷ୍ଟି କରା ଯାଇଛି। ଏହାସହିତ ଉଦ୍ୟାନ କୃଷି ବିଭାଗର ଯୋଜନାମାନ, ଯଥା ଉଦ୍ୟାନ କୃଷି ଅଭିବୃଦ୍ଧି ପାଇଁ ସମନ୍ୱିତ ମିଶନ, “ପ୍ରତି ବୁନ୍ଦାରୁ ଅଧିକ ଉତ୍ପାଦନ” ଯୋଜନା ଏବଂ ଖାଇବା ତେଲର ଜାତୀୟ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା।ଏହି ଅବସରରେ ପାଞ୍ଚଜଣ ପ୍ରଗତିଶୀଳ ଓ ସଫଳ ଉଦ୍ୟାନ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା।…
ମୁନିଗୁଡ଼ା : ୧୧/ ୦୩ : ( ଜନ ବାଣୀ ନ୍ୟୁକ ) ଓଡ଼ିଶା ର ୧୫ ଟି ସ୍ଥାନ ଭ୍ରମଣ ପରେ ଆଜି ପହଞ୍ଚି ଛନ୍ତି ରାୟଗଡ଼ା ଜିଲ୍ଲା ମୁନିଗୁଡା ସଦରମହକୁମା ମୁନିଖୁଲ ଠାରେ , ଲୋକ ଶକ୍ତି ଅଭିଯାନ ସଭାପତି ପ୍ରଫୁଲ୍ଲ ସାମନ୍ତରାୟ ଙ୍କ ନିର୍ଦ୍ଦେଶନାରେ ମୁନିଗୁଡା ମୁନିଖୁଲ ସାପ୍ତାହିକ ହାଟରେ ୩୦୦ମିଟର ପଦଯାତ୍ରା କରି ନିୟମଗିରି ସୁରକ୍ଷା ସଚେତନତା ର ଶ୍ଳୋଗାନ ଦେଇ ଲୋକ ଙ୍କୁ ସଚେତନ କରାଯାଇଥିଲା। ଏହି ପଦଯାତ୍ରାରେ ପ୍ରାୟ ଦୁଇ ଶହ ଜନଜାତି ଲୋକ ଙ୍କ ସମାଗମ ହେଇ ଥିବାର ଦେଖିବାକୁ ମିଳିଥିଲା। ପଦଯାତ୍ରା ସମାପ୍ତ ପରେ ,ଓଡିଶା ଆବାହକ ନରେନ୍ଦ୍ର ମହାନ୍ତି,ରାଷ୍ଟ୍ରିୟ ଆବାହକ ଲିଙ୍ଗରାଜ ଆଜାଦ, ଲୋକ ଶକ୍ତି ଅଭିଯାନ ସଭାପତି ପ୍ରଫୁଲ୍ଲ ସାମନ୍ତରାୟ ନିୟମଗିରି ଆଦିମ ଜନଜାତି ଲୋକ ଙ୍କୁ ନିୟମଗିରି ସୁରକ୍ଷା ର ମନ୍ତବ୍ୟ ପ୍ରଦାନ କରିଥିଲେ, ନିୟମଗିରି ରେ ଉପ୍ତନ ହେଉଥିବା ହଳଦି,ସପୁରି,ଝାଡୁ, ମହୁଲ,ଅଦା ଉଚିତ ମୂଲ୍ୟରେ…
ଗଞ୍ଜାମ : ୧୧/୩/ ୨୬ : ( ଜନ ବାଣୀ ନ୍ୟୁଜ ) ଗଂଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅଧିନସ୍ଥ ପାଲୁର ଗ୍ରାମର ୧୨ ବର୍ଷର ନାବାଳକଙ୍କୁ ବ୍ଲକ କ୍ୟାନ୍ସରରେ ରୋଗରେ ଆକ୍ରାନ୍ତ ।ତାଙ୍କ ନାମ ପାଲୁର ପଦ୍ମପୁର ସାହିର ଦୟାନିଧି ବେହେରାଙ୍କ ପୁଅ ଚିନ୍ମୟ ବେହେରା । ସେ ବର୍ତ୍ତମାନ ଚିନ୍ମୟ ଭୁବନେଶ୍ୱର ଏ ଆଇ ଏମ ଏସ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଆର୍ଥିକ ଅବସ୍ଥା ସେତେ ସ୍ବଚ୍ଛଳ ନଥିବା ବେଳେ ଚିନ୍ମୟଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଜଣେ ମେଧାବୀ ଛାତ୍ର ହୋଇ ନବୋଦୟ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି। ବାପା ଦୟାନିଧି ଜଣେ ମତ୍ସ୍ୟଜୀବୀ ଓ ମା’ ସୁରଭି ଜଣେ ଗୃହିଣୀ । ଚିଲିକାରୁ ଯାହା ଆଦାୟ କରେ ଦୁଇ ପିଲାଙ୍କ ପାଠ ପଢ଼ା ସହ ପରିବାର ପ୍ରତିପୋଷଣ କରିଥାନ୍ତି ।କିନ୍ତୁ ଚିଲିକାରୁ ଦୈନିକ ୫୦ରୁ ୧୦୦ ଟଙ୍କା ବି ରୋଜଗାର…
ସୁନ୍ଦରଗଡ଼, ୧୧/୦୩ : ( ଜନ ବାଣୀ ନ୍ୟୁଜ ) ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଆଜି ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିକାଶ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି Iବୈଠକରେ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଅଂଶୁଘାତ ର ମୁକାବିଲା ସହିତ ଜଳ ସମସ୍ୟା ର ସମାଧାନ ଦିଗରେ ବିଶେଷ ଧ୍ୟାନ ଦିଆଯିବାକୁ ଗୁରୁତ୍ୱାରୋପ କରିଥିଲେ। 24 ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଅପାତକାଳୀନ ପରିସ୍ଥିତି ଉପୁଜିଲେ ତୁରନ୍ତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଅଧିକାରୀଙ୍କୁ କହିଛନ୍ତି। ରାଉରକେଲା ମହାନଗର ନିଗମ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ୱାଟକୋ ଏବଂ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୌରପାଳିକା ର ନିର୍ବାହୀ ଅଧିକାରୀ ମାନଙ୍କୁ ନିଜ ନିଜ ଅଞ୍ଚଳରେ ଜଳ ସମସ୍ୟା ଦୁରୀକରଣ ନିମନ୍ତେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ,ଜଳ ଛତ୍ର କରିବାକୁ ଜିଲ୍ଲାପାଳ…
ଭଦ୍ରକ: ୧୦/୦୩ : ( ଜନ ବାଣୀ ନ୍ୟୁକ୍ ) ସକାଳୁ ସକାଳୁ ଭାରତ ମାତାକି ଜୟ , ବନ୍ଦେ ମାତରମ୍ ଓ ଜୟ ଶ୍ରୀରାମ, ଜୟ ହନୁମାନ ଧ୍ବନୀରେ ସମଗ୍ର ଭଦ୍ରକ ସହରର ଗଗନ ପବନ ଏମିତି ଏକ ଅଧ୍ୟାତ୍ମୀକ ପରିବେଶରେ ପ୍ରକମ୍ପିତ ହୋଇଉଠିଥିଲା ! ଏମିତି ଥିଲା ସେଦିନର ଅବସ୍ଥା ! ଘଟଣା କ’ଣ ବୁଝିବା ବେଳକୁ ସହରରେ ଶହ ଶହ ଶ୍ରୀରାମଙ୍କ ଶ୍ରଦ୍ଧାଳୁମାନଙ୍କୁ ନେଇ ରବିବାର ଏକ ଭକ୍ତିମୟ ତଥା ଗେରୁଆ ବସ୍ତ୍ରମୟ ପରିବେଶ ମଧ୍ୟରେ “ମାତୃଭୂମି ପାଇଁ ଗଣଦୌଡ଼” ଅନୁଷ୍ଠିତ ହୋଇଯାଇଛି ! ସହରର ବିଭିନ୍ନ ଛକ ମାନଙ୍କରେ ସମବେତ ମାତୃଶକ୍ତି ମାନଙ୍କ ଦ୍ୱାରା ରାମଭକ୍ତ ମାନଙ୍କୁ ପୁଷ୍ପ ବୃଷ୍ଟି କରାଯାଇ ସମସ୍ତଙ୍କୁ ସ୍ଵାଗତ କରାଯିବା ସହିତ ଉତ୍ସାହିତ କରାଯାଇଥିଲା ! ସୂଚନା ଅନୁଯାୟୀ, ଶ୍ରୀରାମ ମହାଯଜ୍ଞ ସମିତି ଆନୁକୂଲ୍ୟରେ ଠିକ୍ ସକାଳ ୭ଟାରେ ଏହି ଗଣଦୈଡ଼ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ତାରିଣୀ ମନ୍ଦିର…