Author: Janabani News

ନୂଆପଡ଼ା,୨୭/୦୫,(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ସତପଥୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।ଜିଲ୍ଲାପାଳ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଚାଲିଥିବା ବିଭିନ୍ନ ସିଭିଲ କାର୍ଯ୍ୟର ସମୀକ୍ଷା କରି ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକର ପ୍ରାଚୀର ଏବଂ ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ସମୀକ୍ଷା ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୪-୨୫ରେ ନୂଆପଡ଼ା ବ୍ଲକରେ ୨୦ଟି ଏବଂ ଖଡ଼ିଆଳ ବ୍ଲକରେ ୧୮ଟି ସବ୍‌ ସେଣ୍ଟର ନିର୍ମାଣ ପାଇଁ ମଞ୍ଜୁର ହୋଇଥିବାବେଳେ ନୂଆପଡ଼ାରେ ୧୦ଟି ଏବଂ ଖଡ଼ିଆଳରେ ୧୧ଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ସେହିପରି ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ନୂଆପଡ଼ାରେ ୨ଟି ଏବଂ ଖଡ଼ିଆଳରେ ୫ଟି ନୂତନ…

Read More

ପୁରୁଷୋତ୍ତମପୁର,୨୭/୦୫,(ଶୁଭଙ୍କରୀଦାଶ):ପୁରୁଷୋତ୍ତମପୁରବ୍ଳକ କୃଷି ବୈଷୟିକ କମିଟି ର ଆତ୍ମା ର ଅଧକ୍ଷ ନିର୍ବାଚନ ଆତ୍ମା ଅଫିସ ଗୃହରେ ଅନୁଷ୍ଠିତ ହୋଈ ଯାଇଛି | ଏଥିରେ ମୋଟ ୨୨ଜଣ ସଭ୍ୟ ମଧ୍ୟରୁ 21 ଜଣ ଅଂଶ ଗ୍ରହଣ କରିଥିବା ବେଳେ ସଭାଧ୍ୟକ୍ଷ ଅରୁଣ କୁମାର ପଣ୍ଡା ଅଧ୍ୟକ୍ଷ ପଦବୀ ରେ ଏକମାତ୍ର ପ୍ରାର୍ଥୀ ହୋଇଥିଲେ। ଏବଂ ସେ ନିର୍ଦ୍ୱନ୍ଦ୍ୱ ରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହି 20 ଜଣ ସଭ୍ୟ ଙ୍କ ସହିତ ବ୍ଳକ କୃଷି ଅଧିକାରୀ ଶୁଭଦର୍ଶିନୀ ବେହେରା, ପ୍ରାଣୀସମ୍ପଦ ଅଧିକାରୀ ମନୋଜ କୁମାର ଶତପଥୀ, ଉଦ୍ୟାନ ଅଧିକାରୀ କୃଷ୍ଣ ଚନ୍ଦ୍ର ମହାନ୍ତି ସହ ଅନ୍ୟାନ୍ୟ କୃଷକମାନେ ଖୁସି ବ୍ୟକ୍ତ କରିଛନ୍ତି।ଏହି ଅବସରରେ କୃଷକମାନେ ନବନିର୍ବାଚିତ ଅଧ୍ୟକ୍ଷଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଈ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ।ଏହାସହ କୃଷକ ବିକାଶ ଧାରାକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇବାକୁ ନୂତନ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଛନ୍ତି | ଦୀର୍ଘ ଦିନ ପରେ…

Read More

ଫୁଲବାଣୀ,୨୭/୦୫,(ସୁନୀଲ ପଟ୍ଟନାୟକ):ମହିଳାମାନଙ୍କୁ ଜିଲ୍ଲା ସ୍ତରରେ ଶୀଘ୍ର ନ୍ୟାୟ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଓଡିଶା ରାଜ୍ୟ ମହିଳା କମିଶନ ପକ୍ଷରୁ ସୋମବାର କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସଦଭାବନା ସଭାଗୃହରେ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଥିଲା। କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭାନା ମହାନ୍ତି ଓ ସଦସ୍ୟା ଶ୍ରୀମତୀ ପ୍ରତିଭା ଶତପଥୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କ୍ୟାମ୍ପ କୋର୍ଟରେ ମୋଟ ୨୪ଟି ମାମଲାର ଶୁଣାଣି କରାଯାଇଥିଲା।ଧାର୍ଯ୍ୟ ହୋଇଥିବା ମାମଲାମଧ୍ୟରୁ ୧୭ଟିରେ ପକ୍ଷମାନେ ହାଜର ହୋଇଥିଲେ। ସେଥିରୁ ୬ଟି ମାମଲାରେ ଉଭୟ ପକ୍ଷ, ୮ଟିରେ କେବଳ ଆବେଦନକାରୀ ଓ ୩ଟିରେ କେବଳ ବିପକ୍ଷ ଉପସ୍ଥିତ ଥିଲେ। ପକ୍ଷମାନଙ୍କ କଥା ଶୁଣିବା ପରେ କମିଶନ ପକ୍ଷରୁ ଆବଶ୍ୟକ ପରାମର୍ଶ ଓ ନିଷ୍ପତ୍ତି ନିଆଯାଇଥିଲା।ଶୁଣାଣି ପରେ ୪ଟି ପାରିବାରିକ ବିବାଦର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିଲା। ଉଭୟ ପକ୍ଷ ପୁଣି ଏକାଠି ରହିବା ପାଇଁ ଲିଖିତ ସହମତି ଦେଇଥିଲେ। ଅଧିକ ତଦନ୍ତ ଆବଶ୍ୟକ ଥିବା ୬ଟି ମାମଲାକୁ…

Read More

ଫୁଲବାଣୀ,୨୭/୦୫,(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ଧରାକୋଟ ପଂଚାୟତ ରେ ହୋଇଥିବା ମହା ଘୁଟାଲl ର ପ୍ରଶାସନିକ ତଦନ୍ତ ରେ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର ଓ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା ଙ୍କ ସମ୍ପୃକ୍ତି ଥିବା ଜଣା ପଡିବା ପରେ ସେ ଦୁହିଁଙ୍କ ବିରୁଦ୍ଧରେ ଦୃଢ଼ ତଥା ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ରାଜ୍ୟ ସରକାର ଙ୍କୁ ସୁପାରିଶ କରିଛନ୍ତି l ଜିଲାପାଳ ଙ୍କ ସୁପାରିଶ ପ୍ରକାରେ ସରକାର ଅତି ଶିଘ୍ର କାର୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣେ ପ୍ରଶାସନିକ ବରିଷ୍ଠ ଅଧିକାରୀ କହିଛନ୍ତି l ରାଜ୍ୟ ସରକାର ଙ୍କ ପଦକ୍ଷେପ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଥାନାରେ ଏତଲା ଦିଆଯିବ ବୋଲି ସେ ସୁଚନା ଦେଇଛନ୍ତି l ଏ ଦୁଇ ଯନ୍ତ୍ରୀ ବ୍ଲକ୍ ରେ ରହି ଆଉ କେଉଁ ପଂଚାୟତ ରେ କଣ ସବୁ ଘୁଟାଲl କରିଛନ୍ତି ତାର…

Read More

ଫୁଲବାଣୀ,୨୭/୦୫,( ସୁନୀଲ ପଟ୍ଟନାୟକ):ଫୁଲବାଣୀ ସହର ର ମୁଖ୍ୟ ରାସ୍ତା ରୁ ହଟିବେ ସମସ୍ତ ଉଠା ଦୋକାନୀ l ବୁଧବାର ଏ ନେଇ ପୌର ପରିଷଦ ଡାକ ବାଜି ଯନ୍ତ୍ର ଯୋଗେ କଡ଼ା ଚେତାବନୀ ଦେଇଛି l ସେମାନେ ନିଜେ ନ ଉଠିଲେ ଆଇନ ଅନୁଯାୟୀ ପୌର ପରିଷଦ ପକ୍ଷରୁ ହଟାଯିବା ସହ ଜୋରିମାନା ଆଦାୟ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ସୁଚନା ଦେଇଛନ୍ତି l ବିଶେଷ କରି ଜିଲାପାଳ ଙ୍କ କାର୍ଯ୍ୟାଳୟ, ଥାନା ଜିଲାପାଳ ଙ୍କ ବାସଭବନ ସମ୍ମୁଖରେ ଉଠା ଦୋକାନୀ ବିଭିନ୍ନ ପ୍ରକାର ଫଳ ମୂଳ, ପ ନି ପରିବା, ଗୁପ ଚୁପ, ଦହିବରା, ଲସି ଆଦି ବିକ୍ରୀ କରିବା ଫଳରେ ବିଭିନ୍ନ ସମୟ ରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି l ଟ୍ରାଫିକ ସମସ୍ୟା ର ସୁଧାର ଆଣିବା ପାଇଁ ପୌର ପରିଷଦ ପକ୍ଷରୁ ଏଭଳି ପଦକ୍ଷେପ ନିଆ ଯାଇଥିବା କୁହାଯାଇଛି l ସେହିପରି…

Read More

ରାୟଗଡ,୨୭/୦୫,(ଅମୂଲ୍ୟ ନିଶଙ୍କ):ରାୟଗଡ଼ ଜିଲ୍ଲା କାଶୀପୁର ଅଞ୍ଚଳର ଜଣେ ବରିଷ୍ଠ ପୂର୍ବତନ ବିଜୁ ଜନତା ଦଳର ନେତା, ଦୀର୍ଘ ବର୍ଷ ଦଳରେ ଥାଇ ଲୋକଙ୍କ ପାଇଁ ସେବା ଯୋଗାଇଥିବା ଜଣେ ମିଷ୍ଟ ଭାଷୀ ସର୍ଗତ କମଳ ସାଉନ୍ତ ଙ୍କ ଭୁବନେଶ୍ୱର ସ୍ଥିତ ଘରୋଇ ମେଡିକାଲ ରେ ମୃତ ହୋଇଥିବା ଖବର ଶୁଣିବା ପରେ କାଶୀପୁର ଅଂଚଳ ରେ ଶୋକର ଛାୟା ଖେଳିଯାଇଛି l ଏହି ଖବର ଶୁଣିବା ପରେ ବିଜେଡି ଜ଼ିଲ୍ଲା ସଭାପତି ଜଗନ୍ନାଥ ସାରକା, ବିଜେଡି ଜ଼ିଲ୍ଲା ମହିଳା ସଭାନେତ୍ରୀ ଅନୁସୟା ମାଝୀ, ରାଜ୍ୟ ବିଜେପି କାର୍ଯ୍ୟକାରୀ ସଦସ୍ୟ ତଥା ରାୟଗଡ ଟ୍ରକ ମାଲିକ ସଭାପତି ୟାଲା କୋଣ୍ଡା ବାବୁ, ବିନାୟକ ପୋଲାଈ, ପି ମାନିରାତନମ, ବୋନି ଭାଈ କେ ସି ପଟ୍ଟନାୟକ, ଲଷ୍ମୀ ମୋହନ ପଟ୍ଟନାୟକ, ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ଗୁଣୁପୁର ର ପୂର୍ବତନ ବିଧାୟକ ରଘୁନାଥ ଗୋମାଙ୍ଗ ଅତ୍ୟନ୍ତ ମର୍ମାହତ ଏବଂ ଦୁଃଖ ପ୍ରକାଶ କରିବା…

Read More

ଖଜୁରୀପଡ଼ାର ଝିଅ କନ୍ଧମାଳର ଗର୍ବ, ପ୍ରଶାସନର ନୀରବତାକୁ ନେଇ ଚର୍ଚ୍ଚା ଖଜୁରୀପଡ଼ା,୨୬/୫ ( ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଅଞ୍ଚଳର ମେଧାବୀ ଛାତ୍ରୀ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଦ୍ୱାଦଶ ବିଜ୍ଞାନ ଶାଖାର ରାଜ୍ୟ ଟପ୍ପର ପ୍ରିୟଦର୍ଶିନୀ ବେହେରାଙ୍କୁ ମାଁ ସୁରା ଦେଇ ଫ୍ରେଣ୍ଡସ କ୍ଲବ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଛି । କ୍ଲବ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ ଓ କ୍ଲବ ସଦସ୍ୟମାନେ ଯୋଗଦେଇ ପ୍ରିୟଦର୍ଶିନୀଙ୍କ ସଫଳତାକୁ କନ୍ଧମାଳ ପାଇଁ ଗର୍ବର ବିଷୟ ବୋଲି କହିଥିଲେ ।ସୂଚନା ଅନୁସାରେ, ଗତ ମେ ୧୧ ତାରିଖରେ ପ୍ରକାଶିତ ସିବିଏସଇ ଯୁକ୍ତ ଦୁଇ ପରୀକ୍ଷା ଫଳରେ ଫୁଲବାଣୀ ବ୍ଲକସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଧୋବାତୋଟାର ଛାତ୍ରୀ ପ୍ରିୟଦର୍ଶିନୀ ବେହେରା ୫୦୦ରୁ ୪୮୮ ନମ୍ବର ରଖି ୯୭.୬ ପ୍ରତିଶତ ମାର୍କ ସହ ରାଜ୍ୟ ସ୍ତରରେ ଓଏଭି ଟପ୍ପର ହେବା ସହ କନ୍ଧମାଳ ଜିଲ୍ଲାର…

Read More

ବୁଗୁଡ଼ା,୨୬/୦୫,(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ବ୍ଲକ ଗୋଲାବନ୍ଧ ପଞ୍ଚାୟତ ଅନ୍ତର୍ଗତ ବେତାରସିଂ ଗ୍ରାମର ଅନେକ ହିତାଧିକାରୀ ଭତ୍ତା ନପାଇଥିବା ଯୋଗୁଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାଯାଇଛି। ସେମାନଙ୍କ ଅଭିଯୋଗ ରହିଛି ଯେ ସେମାନେ ପ୍ରତି ମାସ ୧୫ ତାରିଖ ବେଳକୁ ଭତ୍ତା ପାଉଥିଲେ ହେଁ ଏବେ ଦୁଇ ମାସ ହେଲା ସେମାନଙ୍କୁ ଭତ୍ତା ମିଳିନାହିଁ। ପୂର୍ବରୁ ସେମାନଙ୍କୁ ବେତାରସିଂ ଗାଁରେ ହିଁ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ଏବେ ସମ୍ପୃକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସେମାନଙ୍କୁ ଗୋଲାବନ୍ଧ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଭତ୍ତା ନେବାକୁ କହୁଛନ୍ତି। ସମ୍ପ୍ରତି ବୁଗୁଡ଼ା ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ଯୋଗୁଁ ଅଂଶୁଘାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଆସୁଥିବା ବେଳେ ହିତାଧିକାରୀମାନେ ଗୋଲାବନ୍ଧ ଗ୍ରାମକୁ ଯାଇ ଭତ୍ତା ଆଣିବାକୁ ଆଶଙ୍କା ମଣୁଛନ୍ତି। ଅନ୍ୟପକ୍ଷରେ ଗୋଲାବନ୍ଧ ପଞ୍ଚାୟତର ରାମଣ୍ଡା ଓ ତାମ୍ବରାସାହି ଗାଁକୁ ଯାଇ ଲୋକଙ୍କୁ ଭତ୍ତା ପ୍ରଦାନ କରାଯାଉଥିବା ବେଳେ…

Read More

ନୂଆପଡା,୨୬/୦୫,(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲାରେ ଅବୈଧ ଧାନ ପରିବହନ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଯାଞ୍ଚ ଜାରି ରହିଥିବା ବେଳେ ଦୁଇଟି ଭିନ୍ନ ଘଟଣାରେ ମୋଟ ୧୭୨.୭୪ କ୍ୱିଣ୍ଟାଲ ଧାନ ଜବତ କରାଯାଇଛି।ପ୍ରଥମ ଘଟଣାରେ, ନିୟମିତ ପେଟ୍ରୋଲିଂ ସମୟରେ ଏନଏଚ–୩୫୩ ଅନ୍ତର୍ରାଜ୍ୟ ଛତିଶଗଡ଼ ସୀମାନ୍ତରେ ଗାଡ଼ି ନମ୍ବର CG 10 BM 0181 କୁ ଅଟକାଯାଇଥିଲା। ଉକ୍ତ ଗାଡ଼ିର ଚାଳକ ଶାନ୍ତନୁ ପଟେଲଙ୍କ ନିକଟରୁ ୪୧୦ ବସ୍ତାରେ ରହିଥିବା ୧୨୨.୫୪ କ୍ୱିଣ୍ଟାଲ ଧାନ ଜବତ କରାଯାଇଛି। ଏହି ଚଢାଉ ସମୟରେ ଏସିଏସଓ ହୃଷିକେଶ ନାୟକ ଓ ଯୋଗାଣ ନିରୀକ୍ଷକ ଶୁଭଶ୍ରୀ ଦାଶ ଉପସ୍ଥିତ ଥିଲେ।ଦ୍ୱିତୀୟ ଘଟଣାରେ, ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଦ୍ୱାରା ସିନାପାଲି ବ୍ଲକର ବରଗାଁ ଅଞ୍ଚଳରେ ଗାଡ଼ି ନମ୍ବର OD26 D1694 କୁ ଅଟକାଯାଇଥିଲା। ଗାଡ଼ିର ଚାଳକ ବିସିକେଶନ ବୈଠାରୁଙ୍କ ନିକଟରୁ ୧୨୫ ବସ୍ତାରେ ଥିବା ୫୦.୨୦ କ୍ୱିଣ୍ଟାଲ ଧାନ ଜବତ କରାଯାଇଛି। ଏହି ଯାଞ୍ଚ ସମୟରେ ଯୋଗାଣ…

Read More

ନୂଆପଡ଼ା,୨୬/୦୫,(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲାର ସାମଗ୍ରିକ ଉନ୍ନତିକୁ ତ୍ୱରାନ୍ୱିତ କରିବା ସହ ଅନ୍ତଃବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକର ଆରମ୍ଭରେ ଜିଲ୍ଲାପାଳ ଶ୍ରୀ ଦାଶ ଜିଲ୍ଲାର ବେକାର ଯୁବକଯୁବତୀମାନଙ୍କୁ କେବଳ ଚାକିରି ପଛରେ ନ ଦୌଡ଼ି ଉଦ୍ୟୋଗୀ ଭାବେ ଗଢ଼ି ଉଠିବାକୁ ଆହ୍ୱାନ ଦେଇଥିଲେ। ଉପ ନିର୍ଦ୍ଦେଶକ (ପରିସଂଖ୍ୟାନ) ଦିଲେଶ୍ୱର ଧରୁଆ ପୂର୍ବ ବୈଠକର କାର୍ଯ୍ୟବିବରଣୀ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ବିଗତ ମାସର ଉନ୍ନୟନମୂଳକ କାର୍ଯ୍ୟରେ ଥିବା ବାଧା, ବିସଙ୍ଗତି ଓ ସେଗୁଡ଼ିକର ସମାଧାନ ସହ ପ୍ରତ୍ୟେକ ବିଭାଗର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ। ପେନସନ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଅନିୟମିତତା ରୋକିବା ଉଦ୍ଦେଶ୍ୟରେ ୭୦ ବର୍ଷ ଓ ତଦୁର୍ଦ୍ଧ୍ୱ ପେନସନଭୋଗୀଙ୍କ ଉପରେ ସର୍ଭେ…

Read More

ପୋଲସରା,୨୬/୦୫,(ଶିବ ପ୍ରସାଦ ସାହୁ):ଗଞ୍ଜାମ ଜିଲ୍ଲା ପୋଲସରା ପାଇଁ ଗୌରବ ଆଣିଲେ କସ୍ତୁରୀ ଆଚାରୀ | ଓଡିଶା ପ୍ରଶାସନିକ ସେବା ରେ କୃତକାର୍ଯ୍ୟ ପୋଲସରା ମ୍ୟୁନିସିପାଲିଟି ବ୍ରାହ୍ମଣ ସାହିର ଅବସାର ପ୍ରାପ୍ତ ରେଭିନ୍ୟୁ କର୍ମଚାରୀ ଡି କାମରାଜୂ ଅଚାରୀଙ୍କ ପୁତ୍ରବଧୂ ତଥା କାର୍ଯ୍ୟରତ ସାମ୍ବାଦିକ ଜ୍ୟୋତି ରଞ୍ଜନ ଅଚାରୀଙ୍କ ଧର୍ମପତ୍ନୀ ଶ୍ରୀମତୀ କସ୍ତୁରୀ ଆଚାରୀ ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ OAS ପରୀକ୍ଷା ରେ ୩୮ ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଯୁକ୍ତ ୩ ପରୀକ୍ଷା ରେ ଉତୀର୍ଣ୍ଣ ପରେ ସେ ବିବାହ କରିଥିଲେ ମଧ୍ଯ ନିଜ ଲକ୍ଷ୍ୟ ସ୍ଥଳରେ ପଂହଁଚିବା ପାଇଁ କଠିନ ପରିଶ୍ରମ ଜାରିରଖିଥିଲେ। ନିଜ ଦୃଢ ଇଚ୍ଛାଶକ୍ତି ଓ ଚେଷ୍ଟା ବଳରେ ତୃତୀୟ ଥର ପାଇଁ ପୁନଃବାର ପରୀକ୍ଷା ଦେଇଥିଲେ ଏବଂ ଏଥିରେ ଉତ୍ତୀର୍ଣ ହୋଇଥିବା କସ୍ତୁରୀ ନିଜ ପ୍ରତିକ୍ରିୟା ରେ କହିଛନ୍ତି। ଏହି ସଫଳତା ପଛରେ ନିଜ ପରିବାର ସମ୍ପୂର୍ଣ ସହଯୋଗ କରିଥିବା ସେ…

Read More

ରାୟଗଡ,୨୬/୦୫(ଅମୂଲ୍ୟ ନିଶଙ୍କ):ବିଶ୍ୱ ଥାଇରଏଡ୍ ଦିବସ ଅବସରରେ ସେଞ୍ଚୁରିଅନ ୟୁନିଭର୍ସିଟି ସ୍କୁଲ ଅଫ୍ ନର୍ସିଂ, ରାୟଗଡା କ୍ୟାମ୍ପସର ଛାତ୍ରଛାତ୍ରୀମାନେ ଆଜି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ରେ ଏକ ବ୍ୟାପକ ୱାର୍ଡ ଟିଚିଂ ପ୍ରୋଗ୍ରାମ୍ ଆୟୋଜନ କରି ଥାଇରଏଡ୍ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିଥିଲେ। ୨୦୨୬ ମସିହାର ବିଶ୍ୱ ଥାଇରଏଡ୍ ଦିବସର ଥିମ୍ “Thyroid and Nutrition” କୁ ଆଧାର କରି ଏହି କାର୍ଯ୍ୟକ୍ରମରେ ପୋଷଣ ଓ ଥାଇରଏଡ୍ ସ୍ୱାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।ଏହି ସଚେତନତା କାର୍ଯ୍ୟକ୍ରମକୁ ବି.ଏସ୍‌.ସି. ନର୍ସିଂ ୪ର୍ଥ ସେମିଷ୍ଟର ଛାତ୍ରଛାତ୍ରୀମାନେ ନେତୃତ୍ୱ ଦେଇଥିଲେ। ସେମାନେ ଚିକିତ୍ସାଳୟର ବିଭିନ୍ନ ୱାର୍ଡରେ ପ୍ରାୟ ୩୮ ଜଣ ରୋଗୀ ଓ ସେମାନଙ୍କ ସହଯୋଗୀଙ୍କୁ ଥାଇରଏଡ୍ ରୋଗ, ତାହାର ଲକ୍ଷଣ, ପ୍ରତିରୋଧ ଓ ପରିଚାଳନା ବିଷୟରେ ସରଳ ଭାଷାରେ ବୁଝାଇଥିଲେ। ରଙ୍ଗିନ ଚାର୍ଟ, ପୋଷ୍ଟର ଓ ଶିକ୍ଷାମୂଳକ ସାମଗ୍ରୀ ମାଧ୍ୟମରେ ସେମାନେ ଜଟିଳ ଚିକିତ୍ସା ସୂଚନାକୁ ସହଜ ଭାବେ ଉପସ୍ଥାପନ…

Read More