Author: Janabani News

ଭଞ୍ଜନଗର,୧୩।୧୦(ନିଲୁ ବିଷୋୟୀ):ଭଞ୍ଜନଗରର ପୂର୍ବତନ ବିଧାୟକ ତଥା ରାଜ୍ୟ ରାଜନୀତିର ବର୍ଷିୟାନ ରାଜନେତା ଦିବଙ୍ଗତ ସୋମନାଥ ରଥଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଛି। ସହରର କବି ସମ୍ରାଟ ଷ୍ଟାଡିୟମ(ଜେଲ ପଡିଆ) ଠାରେ ସୋମନାଥ ରଥ ସ୍ମୃତି କମିଟି ପକ୍ଷରୁ ସଭାପତି ଏ.ବିଷ୍ଣୁ ପ୍ରସାଦ ଓ ସମ୍ପାଦକ ବବି ରଥଙ୍କ ପୌରହିତ୍ୟରେ ଏହି ପ୍ରତିମୂର୍ତ୍ତିକୁ ଆଜି ତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ଅନାବରଣ କରାଯାଇଛି। ସ୍ବର୍ଗତ ରଥଙ୍କ ପୁଅ ବିଜୟ କୁମାର ରଥ ଓ ବିନୟ କୁମାର ରଥଙ୍କ ଦ୍ବାରା ଏହା ଉନ୍ମୋଚନ କରାଯାଇଥିଲା। ଏଥିରେ ବହୁ ଜନସାଧାରଣ ଉପସ୍ଥିତ ରହି ସ୍ବର୍ଗତ ରଥଙ୍କ ସ୍ମୃତି ଚାରଣ କରିଥିଲେ। ସେ ବିଧାୟକ ହେବା ପରେ ରାଜ୍ୟ କ୍ୟାବିନେଟରେ ବରିଷ୍ଠ ମନ୍ତ୍ରୀ,ଆସିକା କ୍ଷେତ୍ରରୁ ସାଂସଦ ଓ ବାଚସ୍ପତି ଦାୟିତ୍ବ ମଧ୍ୟ ତୁଲାଇଥିଲେ। ଜଳସେଚନରୁ ଆରମ୍ଭ କରି,ବିଭିନ୍ନ ଶିକ୍ଷାନୁଷ୍ଠାନ,ଟିଭି ଷ୍ଟେସନ,ବିଇଡି କଲେଜ,ବିଭିନ୍ନ କୃଷି କ୍ଷେତ୍ର,ପ୍ରାଣୀ ଚିକିତ୍ସା କ୍ଷେତ୍ର,କ୍ରୀଡା ଓ ସ୍ବାସ୍ଥ୍ୟ ପାଇଁ ଅନେକ କାର୍ଯ୍ୟ କରିଥିବା ଅତିଥି…

Read More

ହିଞ୍ଜିଳିକାଟୁ,୧୩।୧୦(କୃଷ୍ଣ ଚନ୍ଦ୍ର ବେହେର): ଯାତ୍ରୀବାହୀ ବସ୍‌ରେ ଗଞ୍ଜେଇ ଚାଲାଣ ଅଭିଯୋଗ। ହିଞ୍ଜିଳିକାଟୁ ବସ୍‌ ଟର୍ମିନାଲ ପରିସରରେ ପୁଲିସର ଚଢ଼ାଉ ବେଳେ ଦୁଇଟି ଏୟାର ବ୍ୟାଗ୍‌ରୁ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ତିନି ଜଣ ଯାତ୍ରୀଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଚଳାଇଥିବା ବେଳେ ସଂପୃକ୍ତ ବସ୍‌ଟିକୁ ମଧ୍ୟ ଅଟକ ରଖାଯାଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି। ସୂଚନା ଅନୁଯାୟୀ, ଓଆର୍‌୦୭ଏସ୍‌ ୭୯୭୯ ନମ୍ବର ବିଶିଷ୍ଟ ଏକ ଘରୋଇ ଯାତ୍ରୀବାହୀ ବସ୍‌ ସୋରଡ଼ାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ହିଞ୍ଜିଳିକାଟୁ ବସ୍‌ ଟର୍ମିନାଲ ପରିସରରେ ପୁଲିସ ଟିମ୍‌ ବସ୍‌ରେ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଦୁଇଟି ଏୟାର ବ୍ୟାଗ୍‌ରୁ ଗଞ୍ଜେଇ ମିଳିଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ ତିନି ଜଣ ଯାତ୍ରୀଙ୍କୁ ଅଟକ ରଖି ଗଞ୍ଜେଇ ଚାଲାଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସଂପୃକ୍ତ ବସ୍‌ଟିକୁ ମଧ୍ୟ ଅଟକ ରଖାଯାଇଛି। ଏହି…

Read More

ଚିକିଟି,୧୩।୧୦(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକ ରେ କାର୍ଯ୍ୟରତ ସାମ୍ବାଦିକ ସୁରେଶ ରଞ୍ଜନ ପାଢ଼ୀ(ଟୁନା) ପାଢ଼ୀଙ୍କ ବାପା ରାମହରି ପାଢ଼ୀ(୮୪)ଙ୍କ ଚିକିଟି ଗଡ଼ ସ୍ଥିତ ବାସ ଭବନ ରେ ନିଜ ଆଜି ଦେହାନ୍ତ ହୋଇଛି l ସେ ଦୀର୍ଘବର୍ଷ ଧରି ମୁତ୍ରାଶୟ ଜନିତ ରୋଗ ରେ ପୀଡିତ ଥିଲେ l ଚିକିଟି ତଥା ଆଖପାଖ ଅଞ୍ଚଳ ରେ ଜଣେ ଆଦର୍ଶ ଶିକ୍ଷକ ଭାବେ ଶିକ୍ଷକତା କରି ସୁନାମ ଅର୍ଜନ କରିବା ସହ ଲୋକ ଙ୍କ ପ୍ରିୟପାତ୍ର ହୋଇଥିଲେ ସ୍ବର୍ଗତ ପାଢ଼ୀ l ଶାଗନାଳ ନିକଟରେ ରହିଥିବା ଗ୍ରାମ୍ୟ ଶ୍ମଶାନ ରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି l ସାମ୍ବାଦିକ ସୁରେଶ ରଞ୍ଜନ ମୁଖାଗ୍ନି ଦେଇଥିଲେ l ଖଲି ପାଣି ସମେତ ବହୁ ପୁରାତନ ଛାତ୍ର ପହଂଚି ଶେଷ ଦର୍ଶନ କରିଥିଲେ l ଚିକିଟି ପ୍ରେସ କ୍ଲବ ସଭାପତି ନିଗମାନନ୍ଦ ପଣ୍ଡା ଏବଂ ସମ୍ପାଦକ ଅରୁଣ କୁମାର ପଣ୍ଡା ସମେତ ସମସ୍ତ ସଭ୍ୟ ସ୍ବର୍ଗତ ଆତ୍ମା ର…

Read More

ବୋଲଗଡ଼,୧୩।୧୦(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ସଦର ମହକୁମାସ୍ଥିତ ପରମାନନ୍ଦ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି। ଆସନ୍ତା ୧୫ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ମହାବିଦ୍ୟାଳୟ ପରିସରରେ ପ୍ରଚାର କାର୍ଯ୍ୟକଳାପ ଜୋର ଧରିଛି। ବିଭିନ୍ନ ପ୍ରାର୍ଥୀ ନିଜ ନିଜର ଯୋଜନା ଓ ଲକ୍ଷ୍ୟ ସମ୍ପର୍କରେ ସହପାଠୀମାନଙ୍କୁ ଅବଗତ କରାଉଥିବା ବେଳେ ଛାତ୍ର ସଂସଦ ସଭାପତି ପ୍ରାର୍ଥୀ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଛି। ଛାତ୍ର ସଂସଦ ନିର୍ବାଚନ କେବଳ ପଦପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ଗୁଣ, ଗଣତାନ୍ତ୍ରିକ ମୂଲ୍ୟବୋଧ, ସାମାଜିକ ଦାୟିତ୍ୱବୋଧ ଓ ସାମୂହିକ ନିଷ୍ପତ୍ତି ଗ୍ରହଣର ମନୋଭାବ ବିକଶିତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଏହି ନିର୍ବାଚନ ମାଧ୍ୟମରେ ଛାତ୍ରଛାତ୍ରୀ ନିଜର ପ୍ରତିନିଧି ବାଛିବା ସହ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ, ଭିତ୍ତିଭୂମି ଓ ଛାତ୍ରକଲ୍ୟାଣ ସମ୍ପର୍କିତ…

Read More

ବୋଲଗଡ଼,୧୩।୧୦(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ସଦର ମହକୁମାସ୍ଥିତ ପରମାନନ୍ଦ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି। ଆସନ୍ତା ୧୫ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ମହାବିଦ୍ୟାଳୟ ପରିସରରେ ପ୍ରଚାର କାର୍ଯ୍ୟକଳାପ ଜୋର ଧରିଛି। ବିଭିନ୍ନ ପ୍ରାର୍ଥୀ ନିଜ ନିଜର ଯୋଜନା ଓ ଲକ୍ଷ୍ୟ ସମ୍ପର୍କରେ ସହପାଠୀମାନଙ୍କୁ ଅବଗତ କରାଉଥିବା ବେଳେ ଛାତ୍ର ସଂସଦ ସଭାପତି ପ୍ରାର୍ଥୀ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଛି। ଛାତ୍ର ସଂସଦ ନିର୍ବାଚନ କେବଳ ପଦପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ଗୁଣ, ଗଣତାନ୍ତ୍ରିକ ମୂଲ୍ୟବୋଧ, ସାମାଜିକ ଦାୟିତ୍ୱବୋଧ ଓ ସାମୂହିକ ନିଷ୍ପତ୍ତି ଗ୍ରହଣର ମନୋଭାବ ବିକଶିତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଏହି ନିର୍ବାଚନ ମାଧ୍ୟମରେ ଛାତ୍ରଛାତ୍ରୀ ନିଜର ପ୍ରତିନିଧି ବାଛିବା ସହ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ, ଭିତ୍ତିଭୂମି ଓ ଛାତ୍ରକଲ୍ୟାଣ ସମ୍ପର୍କିତ…

Read More

ବେଲଗୁଣ୍ଠା,୧୩।୧୦(ଶିବରାମ ଚୌଧୁରୀ):ଗାଙ୍ଗପୁର ଥାନା ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି 2026’ଅନୁଷ୍ଠିତ ହୋଇଯାଇଛି!ଚଳିତ ବର୍ଷର ବିଷୟବସ୍ତୁ ‘ସମୃଦ୍ଧ ଭାଷା ସମୃଦ୍ଧ ଓଡିଶା ‘ଆଧାରରେ ଆୟୋଜିତ ଏହି ମହୋତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ମହତ୍ୱ ସହ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଉପରେ ଗୁରୁତ୍ୱ ଦିଆ ଯାଇଥିଲା!ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଧାନଶିକ୍ଷୟତ୍ରୀ ଅଳକା ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ସବିତା ସ୍ୱାଇଁ ମୁଖ୍ୟ ଅତିଥି ଏବଂ ସନମାନିତ ଅତିଥି ଭାବେ ମୁନିଗାଡ଼ି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଗାୟତ୍ରୀ ପଣ୍ଡା ଓ ଖୁକୁଣ୍ଡିଆ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭଗବାନ ସ୍ୱାଇଁ, ସିଆରସିସିରଂଜିତା ପାତ୍ର, ବେଲଗୁଣ୍ଠା ବ୍ଲକ ପ୍ରାକ୍ତନ ସିଆରସିସି ବାଳକୃଷ୍ଣ ସାବତ, ତଥା ନାହାଡା ପ୍ରଧାନ ଶିକ୍ଷକ ବଂଶୀଧର ପରିଡା,ଜୟରାମ ବେହେରା ବାଙ୍ଗରଡ଼ା, ରାଜେନ୍ଦ୍ର ପ୍ରଧାନ କେନ୍ଦୁପଦର ଓ କେଶରପଲ୍ଲୀ ରିତା ବେହେରା, ବସନ୍ତ ପାତ୍ର, ସଭାପତି ନୃସିଂହ…

Read More

ବେଗୁନିଆପଡା,୧୩।୧୦(ବାପୁନି ମାଲୁ):ଛାତ୍ରଛାତ୍ରୀ ମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହେଉଛି ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ କାର୍ଯ୍ୟକ୍ରମ । ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଚିଙ୍ଗୁଡ଼ି ଖୋଲ କ୍ଳଷ୍ଟର ଅନ୍ତର୍ଭୁକ୍ତ ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରିଥିଲେ । ଏଥିରେ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ବସନ୍ତ କୁମାର ମଳିକ, ସମିତି ସଭ୍ୟ ଜିତେନ୍ଦ୍ର କୁମାର ଗୌଡ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋପିନାଥ, ପୂର୍ବତନ ସଭାପତି ରଞ୍ଜନ କୁମାର ନାହକ, ସି ଆର ସି ସି ହର ମୋହନ ଜେନା, ନାରାୟଣ ସେଠୀ, ପି.କୃଷ୍ଣଚନ୍ଦ୍ର ଦୋରା,…

Read More

ଛତ୍ରପୁର/ଚିକିଟି, ୧୩।୧୦(ନିଗମାନନ୍ଦ ପଣ୍ଡା):ଛତ୍ରପୁର ସ୍ଥିତ କାଲିପଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କାଲିପଳୀ କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୬ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ୭ଟି ବିଦ୍ୟାଳୟରୁ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ମନୋନୀତ ୪୦ ଜଣ ଛାତ୍ରଛାତ୍ରୀ ବ୍ଲକସ୍ତରୀୟ ସୁରଭି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।ଏହି କାର୍ଯ୍ୟକ୍ରମକୁ କ୍ଲଷ୍ଟର ସିଆରସିସି ବି. ସୋମେୟା ପାତ୍ର ସଂଯୋଜନା କରିଥିଲେ। ଉତ୍ସବରେ ଛତ୍ରପୁର ବ୍ଲକ ସହ ଶିକ୍ଷାଧିକାରୀ ନମିତା ରାଣୀ ରାଉତ ମୁଖ୍ୟ ଅତିଥି ଏବଂ ପୂର୍ବତନ ଏବିଇଓ ନିଗମାନନ୍ଦ ପଣ୍ଡା ବକ୍ତା ଭାବେ ଯୋଗଦେଇଥିଲେ।ସମ୍ମାନିତ ଅତିଥି ଭାବେ ଏସ ଏମ ସି ସଭାପତି ଜି, ଦେବରାଜ ରାଓ, ଶିଶିର କୁମାର ପଟନାୟକ, ୟୁ,. ଶିବପ୍ରସାଦ ଦୋରା, ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ଭୂୟାଁ ମଞ୍ଚାସୀନ ଥିଲେ।ମୁଖ୍ୟ ଅତିଥି ନମିତା ରାଣୀ ରାଉତ ଛାତ୍ରଛାତ୍ରୀଙ୍କ…

Read More

ଫୁଲବାଣୀ,୧୩।୧୦(ସୁନୀଲ ପଟନାୟକ):ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳଏସପି ରମେନ୍ଦ୍ର ପ୍ରସାଦ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ବିଲାବାଡି ପଞ୍ଚାୟତ ର ଗଞ୍ଜେଇ ର ଗନ୍ତାଘର ବୋଲି କୁହାଯାଉଥିବା କାକେନ୍ଦ୍ରୀ ଜଙ୍ଗଲ ରେ ଗଂଜେଇ ଚାଷ କରୁଥିବା ତିନିଜଣ ଗଂଜେଇ ଚାଷୀ ଙ୍କୁ ଏସ ପି ରମେନ୍ଦ୍ର ପ୍ରସାଦ ଙ୍କ ନିର୍ଦ୍ଧେଶରେ ସୁଦୃକୁମ୍ପା ପୋଲିସ ଗିରଫ କରିଛି! ଗିରଫ ବ୍ୟକ୍ତି ମାନେ ବେଆଇନ୍ ଗଂଜେଇ ଚାଷ କରୁଥିଲେ! ଆଇଜି ହିମାଂଶୁ ଲାଲ ଙ୍କ ସୁଡ଼କୁମ୍ପା ସ୍ଥିତ ନିଶାମୁକ୍ତ ଅଭିଯାନ ସମାବେଶ ରେ ନିଶାମୁକ୍ତ କନ୍ଧମାଳ ଘୋଷଣା ପରେ ଏହି ଗିରଫଦାରି ହୋଇଛି l! ଏହା କନ୍ଧମାଳ ପୋଲିସ ପାଈଁ ଏକ ଭଲଓ ବଦ ସଫଳତା ବୋଲି କୁହା ଯାଉଛି l ସୁଡ଼ରୁକୁମ୍ପା ନିଶାମୁକ୍ତ ସମାବେଶରେ ଚାରି ଆଇ. ପି ଏସ ଅଫିସର. କନୱାର ବିଶାଳ ସିଂ,କୁଲ,ଦୀପ ମୀନା, ଶ୍ରୀ କୁନାଲ କୁମାର,ଶ୍ରୀ ଶୁଭମ ଭୋଁସଲେ, କନ୍ଧ ମାଳ ଏସପି ରମେନ୍ଦ୍ର…

Read More

ଫୁଲବାଣୀ,୧୩।୧୦(ସୁନୀଲ ପଟ୍ଟନାୟକ):ଆସନ୍ତା ଅକ୍ଟୋବର ମାସ ୧୫ତାରିଖ ରେ କଲେଜ ନିର୍ବାଚନ l ଦୀର୍ଘ ୮ବର୍ଷ ପରେ ହେଉଛି କ୍ୟାମ୍ପସ ନିର୍ବାଚନ ଫଳରେ ନିର୍ବାଚନ କୁ ନେଇ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି l ଫୁଲବାଣୀ ଅଟୋନମୋସ କଲେଜ ନିର୍ବାଚନ ପାଇଁ ଥିବା ବିଭିନ୍ନପଦ ପଦବୀ ପାଇଁ ୨୩ ଜଣ ପ୍ରାର୍ଥୀ ନୋମିନେସନ ଦାଖଲ କରିଥିଲେ l ସେଥିରୁ ୫ ଜଣ ସଭାପତି ପ୍ରାଥୀ ଥିଲେ! ବର୍ତ୍ତମାନ ନିର୍ବାଚନ ରଣ କ୍ଷେତ୍ରରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ରଞ୍ଜନ ବିସି ମାଝୀ, ବିସି ଜେଡି ର ସୁମିତ କୁମାର ବଡ଼ ସେଠ ଓ ଏଭି ବି ପି ର ପ୍ରାର୍ଥୀ ଭବେ ଦ୍ୱାରିକା ନାଥ ନିର୍ବାଚନ ଲଢ଼ୁ ଛନ୍ତି l ଦୁଇଜଣ ପ୍ରାର୍ଥୀ ସେମାନଙ୍କ ପlର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି! ନୋମିନେସନ ପୂର୍ବରୁ ପ୍ରାର୍ଥୀ ମାନେ ନିଜର ସହପାଠୀ ଭୋଟର ଙ୍କୁ ଆକର୍ଷଣ ପାଇଁ ସେମାନଙ୍କ ସମର୍ଥକ ଙ୍କୁ ନେଇ କିଏ…

Read More

ବାଲିଗୁଡ଼ା,୧୩।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ପାଠପଢ଼ା ସହିତ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ସୃଜନଶୀଳତାକୁ ଲୋକଲୋଚନକୁ ଆଣିବାର ଏକ ଅନନ୍ୟ ମଞ୍ଚ ପାଲଟିଛି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’। ବାଲିଗୁଡ଼ା ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦ଟି ବିଦ୍ୟାଳୟ ଓ ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୨୫୦ ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ବାଗ ମୁଖ୍ୟ ଅତିଥି ଏବଂ ସିଡିପିଓ ଇନ୍ଦିରା ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଭଳି ମଞ୍ଚ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ଆତ୍ମବିଶ୍ୱାସ ବୃଦ୍ଧି ଓ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବାରେ ସହାୟକ ହୋଇଥାଏ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ । ଏହି ମହୋତ୍ସବରେ ଉପକନିଷ୍ଠ, କନିଷ୍ଠ, ବରିଷ୍ଠ ଓ ଉଚ୍ଚ ମାଧ୍ୟମିକ ଏପରି ୪…

Read More

ବାଲିଗୁଡା,୧୩।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ପର୍ଯ୍ୟଟନର ଆକର୍ଷଣୀୟ ସ୍ଥଳ ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ସୁରକ୍ଷା ସହ ଅପରାଧ ନିୟନ୍ତ୍ରଣକୁ ନେଇ ପୋଲିସ ଏବେ ଆକ୍ସନ ମୋଡ୍‌ରେ। ହୋଟେଲରୁ ଆରମ୍ଭ କରି ରିସର୍ଟ ଓ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଠି ସିସିଟିଭି କ୍ୟାମେରା ଲଗାଇବା ସହ ରେକର୍ଡିଂ ସଂରକ୍ଷଣ ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ମାତ୍ର ୭ ଦିନର ସମୟସୀମା ଧାର୍ଯ୍ୟ କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ନିୟମ ପାଳନ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ପୋଲିସ ସ୍ପଷ୍ଟ କରିଛି।କନ୍ଧମାଳ ଏସପି ରାମେନ୍ଦ୍ର ପ୍ରସାଦ ଓ ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ତତ୍ତ୍ୱାବଧାନରେ ଏହି ପଦକ୍ଷେପ ଆରମ୍ଭ ହୋଇଛି। ପୋଲିସ ପକ୍ଷରୁ ଅଞ୍ଚଳର ବିଭିନ୍ନ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟ ଯାଞ୍ଚ କରାଯାଇ ନିର୍ଦ୍ଦେଶ ପାଳନ କରିବାକୁ ମାଲିକମାନଙ୍କୁ କୁହାଯାଇଛି।କେବଳ କ୍ୟାମେରା ଲଗାଇଲେ ହେବନି, ଫୁଟେଜ୍‌ ରଖିବା ବି ବାଧ୍ୟତାମୂଳକ ପୋଲିସର ନିର୍ଦ୍ଦେଶ…

Read More