ବେଲଗୁଣ୍ଠା,26/05/(ଶିବରାମ ଚୌଧୁର):ଆମ ଗଂଜାମ ସ୍ଵଛ ଗଂଜାମ” ଅଭିଯାନ ଆନୁକୂଲ୍ୟରେ ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ “ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ” ଅଭିଯାନ ଅନ୍ତର୍ଗତ “Mission Zero Plastic Visibility” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅଭିଯାନର ଲକ୍ଷ୍ୟ ହେଉଛି ରାସ୍ତାଘାଟ, ବଜାର ଓ ସାର୍ବଜନିକ ସ୍ଥାନରୁ ପ୍ଲାଷ୍ଟିକ ବର୍ଜ୍ୟ କମାଇ ପରିବେଶ ସୁରକ୍ଷା କରିବା ଏହି କାଯ୍ୟକ୍ରମ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଜଗନ୍ନାଥ ମନ୍ଦିର ଓ ନୃସିଂହ ମନ୍ଦିରର ପIରିପାର୍ଶ୍ଵିକ ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ତତ୍ୱାବଧାନରେ ନଗରପାଳ ଫିରୋଜ କୁମାର ସେଠି ଙ୍କ ସମେତ ପାରିଷଦ ଦିବ୍ୟରଞ୍ଜନ ଦାଶ, ଶ୍ରୀମତୀ ପ୍ରିୟମ୍ବଦା ସାମଲ , ପ୍ରଦୀପ ସେଠି , ଦିଲୀପ ଆଚରି ପ୍ରତିମାସ୍ୱାଇଁ ଓ ପାରିଷଦପ୍ରତିନିଧି ଜିତେନ୍ଦ୍ର ସୁବୁଦ୍ଧି, ଚିଦାନନ୍ଦ ପାତ୍ର, ସୋମନାଥ ବେହେରା ପରିଷଦର ସମସ୍ତ ସଫେଇ କର୍ମଚାରୀଙ୍କ ସମେତ କାର୍ଯ୍ୟାଳୟ କର୍ମଚାରି…
Author: Janabani News
ବାଲିଗୁଡା,୨୬/୦୫,(ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକ ଶିକ୍ଷା ଅଧିକାରୀ (BEO) ଓ ମୁଖ୍ୟ ଶିକ୍ଷକ ସ୍ତରର ଅଧିକାରୀ ମାନଙ୍କର ବ୍ୟାପକ ବଦଳି ଆଦେଶ ଜାରି କରାଯାଇଛି । ବିଭାଗର ନୋଟିଫିକେଶନ ନମ୍ବର ୧୩୨୩୮/ଏସଏମଇ, ତା.୨୫.୦୫.୨୦୨୬ ଅନୁଯାୟୀ ରାଜ୍ୟ ମୋଟ ୬୭ ଜଣ ଅଧିକାରୀଙ୍କୁ ନୂତନ ସ୍ଥାନରେ ପଦସ୍ଥାପନ କରାଯାଇଛି । ସେଥି ମଧ୍ୟରେ କନ୍ଧମାଳ ଜିଲ୍ଲାରୁ ମଧ୍ୟ କିଛି ଅଧିକାରୀଙ୍କର ବଦଳି ହୋଇଛି । ଫିରିଙ୍ଗିଆ ବ୍ଲକ ବିଇଓ ଅଲୋକ ପାଢ଼ୀ ଙ୍କୁ ବରଗଡ଼ ଜିଲ୍ଲା ବରପାଲିକୁ ବଦଳି କରାଯାଇଥିବା ବେଳେ ବାଲିଗୁଡ଼ା ବିଇଓ ମହେଶ୍ୱର ମାଝୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲାକୁ ବଦଳି କରାଯାଇଛି । ସେହିପରି ଖଜୁରିପଡ଼ା ବିଇଓ ବିନୋଦ ବିହାରୀ ଦିଗାଳଙ୍କୁ ଟିକାବାଲି ବିଇଓ ଭାବେ ପଦସ୍ଥାପନ କରାଯାଇଛି । ରାଇକିଆ ବିଇଓ କେଶବ ମଲ୍ଲିକଙ୍କୁ ଯାଜପୁର ଜିଲ୍ଲା ଦଶରଥପୁରକୁ ବଦଳି କରାଯାଇଛି ଏହାସହ ଗଞ୍ଜାମ, କଟକ, ବାଲେଶ୍ୱର, ମୟୁରଭଞ୍ଜ,…
ରାୟଗଡ,୨୬/୦୫,(ଅମୂଲ୍ୟ ନିଶଙ୍କ):ରାୟଗଡ ଟ୍ରକ ମାଲିକ ସଙ୍ଘ ର ବିଭିନ୍ନ ପଦ ପଦବୀ ନିର୍ବାଚନ ନିମନ୍ତେ ଚଳ ଚଞ୍ଚଳ ଟ୍ରକ ମାଲିକ ସଙ୍ଘ l ରାୟଗଡ ଟ୍ରକ ମାଲିକ ସଙ୍ଘ ର ସଭାପତି ଭାବେ ଗତ ତିନି ବର୍ଷ ଧରି ଦାୟିତ୍ୱ ନେଇ ସଙ୍ଘ ପାଇଁ କାମ କରି ସଙ୍ଘ କୁ ମଜବୁତ ସ୍ଥିତି କୁ ଆଣିପାରିଛନ୍ତି କୋଣ୍ଡା ବାବୁ l ସଫଳତାର ସହ ସମ୍ପନ୍ନ ହୋଇଯାଇଛି।ସୂଚନା ଯୋଗ୍ୟଯେ ଗତ ତିନି ବର୍ଷ ମଧ୍ୟରେ ରାୟଗଡ଼ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଅନେକ ଜନକଲ୍ୟାଣମୂଳକ କାର୍ଯ୍ୟ କରାଯାଇଛି. ସେଥିପାଇଁ ମଧ୍ୟ୍ୟ ରୁ ରକ୍ତଦାନ ଶିବିର,ଚକ୍ଷୁ ଚିକିତ୍ସା ଶିବିର,ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ସହିତ ଟ୍ରକ ଚାଳକ ଓ ହେଲପେର ଙ୍କ ଉନ୍ନତି ପ୍ରତିମଧ୍ୟ ଧ୍ୟାନ ଦେବା ଏଥିସହିତ, ଯେକୌଣସି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେଲେ ମାଲିକ ଙ୍କୁ ସାହାଯ୍ୟ ସହିତ ଦୁର୍ଘଟଣା ରେ ଆହତ ଚାଳକ କିମ୍ବା ହେଲପେର ଙ୍କୁ ଚିକିତ୍ସା ଖର୍ଚ୍ଚ ପାଇଁ…
ଖଜୁରୀପଡ଼ା:୨୬/୦୫,(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ବିଜେପି ପକ୍ଷରୁ ମଣ୍ଡଳ ସଭାପତି ଶ୍ରୀ ରଞ୍ଜନ କହଁର ଙ୍କ ନେତୃତ୍ବ ରେ ବିଭିନ୍ନ ସ୍ଥାନ ରେ ଶକ୍ତି କେନ୍ଦ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଟି ଖଜୁରୀପଡା, ଦଳପଡ଼ା, ଅରାପାଜୁ, ଆର୍ ନୂଆଗାଁ,ଦୁତିପଡ଼ା ଏବଂ ଦୂତିମେଣ୍ଡି ପଞ୍ଚାୟତ ଶକ୍ତି କେନ୍ଦ୍ର କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଶକ୍ତି କେନ୍ଦ୍ର କୁ ଆହୁରି ମଜଭୁତ୍ କରିବା ଓ ଏସ୍.ଆଇ.ଆର୍ ସମ୍ପର୍କ ରେ ଆଲୋଚନା ହୋଇଥିଲା। ଆଗାମି ଦିନ ରେ ସଂଗଠନ ର କାର୍ଯ୍ୟଧାରା କୁ ଗ୍ରାମ୍ୟ ସ୍ତର ରେ ଅଧିକ ପ୍ରଭାଶାଳୀ କରିବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଅବଗତ କରାଯାଇଥିଲାଏବଂ ସମସ୍ତ ବୁଥ୍ କର୍ମକର୍ତା ଙ୍କ ସହ ସମନ୍ଵୟ ରକ୍ଷା କରି ସକ୍ରିୟ ଭାବେ କାର୍ଯ୍ୟ କରି ଦାୟିତ୍ୱ ତୁଲାଇବାକୁ କୁହା ଯାଇଥିଲା। ଏହି ଶକ୍ତି କେନ୍ଦ୍ର ବୈଠକ ରେ ସାଂସଦ ପ୍ରତିନିଧି ଶ୍ରୀ ମୋନୋଜ ପଣ୍ଡା, ବିଧାୟକ…
ଫୁଲବାଣୀ,୨୬/୦୫,(ସୁନୀଲ ପଟ୍ଟନାୟକ):ମଙ୍ଗଳବାର ତୁମୁଡ଼ିବନ୍ଧ ନିକଟରେ ଏକ ଆଳୁ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ କୁ ଓଲୋଟି ପଡ଼ିବା ଫଳରେ ଡ୍ରାଇଭର ଓ ହେଲ୍ପର୍ ଆହାତ ହୋଇଛନ୍ତି l ଟ୍ରକ୍ ଟି ଆଳୁ ବୋଝେଇ କରି କଲିକତା ରୁ ରାୟଗଡ଼ା ଯାଉଥିଲା l କନ୍ଧ ମାଳ ଜିଲ୍ଲା ତୁମୁଡିବନ୍ଧ ନିକଟରେ ଗୋଟିଏ ଗାଡି କୁ ସା ଇଡ ଦେବାକୁ ଯାଇ ରାସ୍ତା ପାର୍ଶ୍ଵ କୁ ଓଲଟିପଡ଼ିଥିଲା l ଖବର ପାଇ ତୁମୁଡ଼ିବନ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଡ଼୍ରାଇଭର ଓ ହେଲପର କୁ ଉଦ୍ଧାର କରି ଡ଼ାକ୍ତରଖାନା ରେ ଭର୍ତ୍ତି କରିଥିଲା l ସେମାନଙ୍କ ସ୍ଵାସ୍ଥ୍ୟ ଅଵସ୍ଥା ଭଲ ଥିବା କୁହାଯାଉଛି l ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁଧ୍ୟାନ କରୁଛି l
ବାଲିଗୁଡ଼ା,୨୬/୦୫,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନରେ ଘଟିଛି ଏକ ଅଭାବନୀୟ ଘଟଣା । ବ୍ୟାଡମିଣ୍ଟନ ଖେଳି ଘରକୁ ଯିବାବେଳେ ଘର ଦୁଆରେ ଜଗି ବସିଥିଲା ଯମ । ଘରେ ପଶିବା ପୂର୍ବରୁ ଘର ସାମ୍ନାରେ ମହୁମାଛି ଆକ୍ରମଣରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ । ମୃତକ ଜଣକ ହେଲେ ବାଲିଗୁଡ଼ା ସହର ମା’ପାଟଖଣ୍ଡା ମାର୍କେଟ ରେ ମା ‘ପାଟଖଣ୍ଡା ଲେଡିସ କର୍ଣ୍ଣର ର ମାଲିକ ତଥା ଅଞ୍ଚଳ ର ଯୁବ ବ୍ୟବସାୟୀ ଖଜୁରୀନାଳ ସାହି ବାସିନ୍ଦା ବି.ମହେଶ୍ବର ଦୋରା (ପିଣ୍ଟୁ) ଙ୍କ ମୃତ୍ୟୁ ଖବର ଶୁଣି ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିଲା । ସୂଚନା ଅନୁଯାୟୀ ପ୍ରତିଦିନ ଭଳି ଆଜି ମଙ୍ଗଳବାର ଦିନ ମଧ୍ୟ ପିଣ୍ଟୁ ବ୍ୟାଡମିଣ୍ଟନ ଖେଳିବାକୁ ସକାଳୁ ଯାଇଥିଲେ । ଖେଳି ସାରି ଘରକୁ ଫେରିଥିଲେ ପିଣ୍ଟୁ । କିନ୍ତୁ ନିଜ ଘର ଆଗରେ ମହୁମାଛି ଆକ୍ରମଣର ଶିକାର ହୋଇ ତଳେ…
ଫୁଲବାଣୀ,୨୬/୦୫,(ସୁନୀଲ ପଟନାୟକ):ବାଲିଗୁଡା ର ଯୁବ ବ୍ୟବସାୟୀ ପିଣ୍ଟୁ ଓରୋଫ ପି. ମହେଶ ଦୋରା ମହୁମାଛି ଆକ୍ରମଣ ର ଶିକାର ହେବା ଫଳରେ ତାଙ୍କୁ ଚିକିତ୍ସା ପାଇଁ ବାଲିଗୁଡା ଡାକ୍ତର ଖାନାରେ ଭର୍ତ୍ତି କରଯାଇଥିଲା l ପିଣ୍ଟୁ ସକାଳୁ ମର୍ଣିଂ ୱାକ କରିବାକୁ ଷ୍ଟାଡ଼ିଅମ ଯାଇ ଥିଲେ!ସେଠାରେ ମହୁ ମାଛି ତାଙ୍କୁ ଆକ୍ରମଣ କରିଥିଲା l ବେକର ଭେନ ରେ ଚୋବାଇ ଦେବାରୁ ଗୁରୁତର ହୋଇପଡ଼ିଥିଲେ l ଚିକତ୍ସା ଧୀନ ଅବସ୍ଥାରେ ପିଣ୍ଟୁଙ୍କର ମୃତ୍ୟୁ ଘଟିଛି! ପିଣ୍ଟୁ ଏକ ଷ୍ଟେସନାରୀ ଦୋକାନ କରିଥିଲେ! ବାଲିଗୁଡା ସୁନା ପାଙ୍ଗାରେ ରହୁଥିଲେ! ପିଣ୍ଟୁ ମେଳାପୀ ଓ ସମାଜ ସେବୀ ଥିଲେ! ତାଙ୍କର ମୃତ୍ୟୁ ରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି! ସାମ୍ବାଦିକ ତାପଶ ନାୟକ, ଚିତ୍ତ ନାୟକ, ପ୍ରମୋଦ ଦଣ୍ଡ ସେନା, ପ୍ରକାଶ ନାୟକ, ଆଇନ ଜୀବି ସୁବାଷ ଆଚରୀ, ବୁଲୁ ଚୌଧୁରୀ, ପୂର୍ବତନ ସମିତି ଅଧକ୍ଷ ରବି ପାଳ,ଆଇନଜୀବୀ ଏମଡି ଶିଦିକ,…
ବୋଲଗଡ଼,୨୬/୦୫,(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ ବ୍ଳକ ଅସରଳା ବ୍ରାହ୍ମଣ ସାହିରେ ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଅଷ୍ଠବିଂଶ ବାର୍ଷିକ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ମହାଯଜ୍ଞ ଅଷ୍ଟମ ଦିବସରେ ଅଗଂଦ ଦୗତ୍ଯ, ଯୁଦ୍ଧ କାଣ୍ଡ ଓ ରାମ ଅଯୋଧ୍ୟା ପ୍ରତ୍ଯାଗମନ ଉପରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏହି ଧ୍ୟାମିକ କାର୍ଯ୍ୟକ୍ରମ ରେ ବ୍ଯାସ ରୂପେ ଭବାନୀ ଶଙ୍କର ମିଶ୍ର ଏବଂ ରମେଶ ଚନ୍ଦ୍ର କର ଧାରକ ରୂପେ ଯୋଗ ଦେଇଥିବା ବେଳେ ପରେଶ କୁମାର ମହାପାତ୍ର ଓ ଲକ୍ଷ୍ମଣ ବରାଡ କତ୍ତା ହୋଇଥିଲେ। ପ୍ରତ୍ଯହ ସୂର୍ଯ୍ୟ ପୂଜା, ଗୋପୂଜା, ସତସଂଘ, ଓ ନାମ ସଂକୀର୍ତନ କରାଯାଇଥିଲା। ସେହିପରି ରାତିରେ ରାଜ୍ୟ ର ଲବଧି ପ୍ରତିଷ୍ଠିତ ପ୍ରବଚକ ଡ ପ୍ରଦୀପ ଜେନା, ଶୁକଦେବ ପଣ୍ଡା, ସନ୍ଥ ସନ୍ତୋଷ ଚୈତନ୍ୟ ଓ ହରିହର ଜେନା ଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିବା ବେଳେ ପ୍ରତ୍ୟେହ ଅପରାହ୍ନ…
ଫୁଲବାଣୀ,୨୬/୦୫,(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗl ବ୍ଲକ ଅନ୍ତର୍ଗତ ଧରାକୋଟ ପଂଚାୟତ ରେ ମ ନରେଗା ଯୋଜନା ରେ ବିଶେଷ କରି ପୋଖୋରୀ ଖନନ ଓ ରାସ୍ତା ନିର୍ମାଣ କାର୍ଯ୍ୟରେ ୩୮ଲକ୍ଷ ଟଂକା ଆତ୍ମସାତ କରା ଯାଇ ଥିବା ପ୍ରାଥମିକ ତଦନ୍ତ ରିପୋର୍ଟ ରୁ ଜଣା ପଡ଼ିଛି l ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର, ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା, ପଂଚାୟତ ନିର୍ବାହୀ ଅଧିକାରୀ ସୂତନୟନ ମହଙ୍କୁଡ, ଏ ଡି ଓ କଂlଶିରାମ ଦିଗାଲ ମିଶି କୁଆଡ଼େ ୩୮ ଲକ୍ଷ ଟଙ୍କା ହେରଫେର କରିଥିବା ତଦନ୍ତ ବେଳେ ଜଣାପଡିଛି l ଧରାକୋଟ ପଂଚାୟତ ରେ ଦୁର୍ନୀତି ନେଇ ବାରଂବାର ଅଭିଯୋଗ ହେବା ପରେ ଜିଲ୍ଲା ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଶମ୍ଭୁ ନାଥ ନନ୍ଦୀ ଙ୍କ ନିର୍ଦେଶ ରେ ଏକ ବୈଷୟିକ ଟିମ୍ ଧରାକୋଟ ପଂଚାୟତ କୁ…
ଫୁଲବାଣୀ,୨୬/୦୫,(ସୁନୀଲ ପଟନାୟକ):ଫୁଲବାଣୀ ସହରରେ ଗତ କିଛି ଦିନ ହେଲା ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହେଉଛି l ତାପ ମାତ୍ରା ବୃଦ୍ଧି ପାଇ ରବିବାର ୪୨.୦୫ଡିଗ୍ରୀ ସେଲ ସୀୟସ ରେ ପହଞ୍ଚିଥିଲା l ସକାଳ ୮ଟା ପରଠୁ ଗରମ ଆରଂଭ ହୋଇଯାଉଛି l ଘରୁ ବାହାରିବା ମୁଷ୍କିଲ ହୋଇପଡିଛି l ରାସ୍ତା ଘାଟ ଖାଁ ଖାଁ l ବ୍ୟବସାୟୀ ମାନେ ହାତ ବlନ୍ଧି ବସିରହିଥିବା ଦେଖାଯାଉଛି l ଗରମ ସାଙ୍ଗକୁ ପାନୀୟ ଜଳ ସମସ୍ୟା ଓ ବିଦ୍ୟୁତ୍ ସମସ୍ୟା ଲୋକଙ୍କୁ ନକେଦମ୍ କଲାଣି l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l ମରାମତି ଟିକେ ହେଉଛି ଆସିଯିବ ବୋଲି କହି ସବୁଦିନିଆ ଲାଇଟ୍ ଯାଉଛି l ଫଳରେ ଘରେ ମଧ୍ଯ ରହିବା ମୁସ୍କିଲ l ପାଣି ପାଗ ବିଭାଗ ଦାୟିତ୍ବ ରେ ଥିବା ଅଧିକାରୀ ଙ୍କୁ ପଚାରିଲେ ଆଉକିଛି ଦିନ ଏଭଳି ତାପ ମାତ୍ରା ରହିବ ବୋଲି କହିଛନ୍ତି…
ଫୁଲବାଣୀ,୨୬/୦୫,(ସୁନୀଲ ପଟ୍ଟନାୟକ):ସରକାର ଦୁର୍ନୀତି କୁ କୌଣସି ପରିସ୍ଥିତିରେ ବରଦାସ୍ତ୍ କରାଯିବ ନାହିଁ ଓ ଦୁର୍ନିତୀ ଗସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହୁଥିବା ବେଳେ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର, ଓ କନିଷ୍ଠା ଯନ୍ତ୍ରୀ ପ୍ରଫୁଲ୍ ବେହେରା ଲକ୍ଷ ଲକ୍ଷ ଟଙ୍କା ଦୁର୍ନିତୀ ଓ ଆତ୍ମସାତ ମାମଲାରେ ସିଧା ସଳଖ ସଂପୃକ୍ତ ଥିଲେ ମଧ୍ୟ ସେ ଦୁଇ ଦୁର୍ନୀତି ଗସ୍ତ ଯନ୍ତ୍ରୀ ଙ୍କ ବିରୁଦ୍ଧରେ ଏଯାଏଁ କାର୍ଯାନୁଷ୍ଠାନ ଗ୍ରହଣ କରା ନ ଯିବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି l ଦୀର୍ଘ ଦିନ ଧରି ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ହୋଇ ଆସୁଥିଲା l ତେବେ ଏ ନେଇ ବିଭିନ୍ନ ସ୍ତରରେ ଚାପ ପଡିବା ପରେ ଜିଲ୍ଲାପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି l ବ୍ଲକ ଅନ୍ତର୍ଗତ ତତ୍କାଳୀନ ପି ଇ ଓ ଧରାକୋଟ ସୂତନୟନ୍ ମହଂlକୁଡ ଓ…
ଫୁଲବାଣୀ,୨୬/୦୫,(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ର ଦୁର୍ଗମ ଅଞ୍ଚଳ କୋଟଗଡ ବ୍ଲକ ଅନ୍ତର୍ଗତ ଜୁଡ଼ାବାଲି ପଂଚାୟତ ର ଗେଟାବାଲି ଓ ଗୁତିସାହି ଗ୍ରାମରେ ଦୀର୍ଘ ଦିନ ହେଵ ପାନୀୟ ଜଳର ସମସ୍ୟା ଲାଗି ରହିଛି। ଉକ୍ତ ଗ୍ରାମରେ ଗ୍ରାମବାସୀମାନେ ପୂର୍ବ ପୁରୁଷ ଅମଳରୁ ବସବାସ କରିଆସୁଛନ୍ତି।ଗ୍ରାମରେ ୫୦ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି ଓ ପ୍ରାୟ ୨୦୦ ରୁ ଉର୍ଦ୍ଧ ଲୋକେ ବସସବାସ କରନ୍ତି।କୋଟଗଡ ବ୍ଲକ ଠାରୁ ଏହି ଗ୍ରାମର ଦୂରତା ପ୍ରାୟ ୧୫ କିମି ହେବ ଅତି ନିକଟରେ ବ୍ଲକ କାର୍ଯ୍ୟାଳୟ ଥାଇ ମଧ୍ୟ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପ୍ରବଳ ଗରମ ଓ ଗୁଳୁଗୁଳି ସାଙ୍ଗକୁ ପାଣି ବୁନ୍ଦାଟିଏ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ଏହି ଦୁଇଟି ଗ୍ରାମରେ ଦୀର୍ଘ ଦିନ ହେବ ପାନୀୟ ଜଳର ସଙ୍କଟ ଲାଗିରହିଛି ।ଉକ୍ତ ଗ୍ରାମରେ ୧୦ ବର୍ଷ ପୂର୍ବେ ସରକାର ଦେଇଥିବା ସୋଲାର ପାଣି ଟାଙ୍କି…