ବେଗୁନିଆପଡ଼ା,୧୩।୧୦(ବାପୁନି ମାଲୁ):ବିଜେଡି ସେବା ଓ ବିକାଶରେ ବିଶ୍ୱାସ କରେ । ୨୪ ବର୍ଷରେ ବିଜେଡି ଓଡିଶାକୁ ଦେଶର ଏକ ମଡେଲ ରାଜ୍ୟ କରିଥିଲା । କିନ୍ତୁ ଡବଲ ଇଞ୍ଜିନ ସରକାର ଗତ ଅଢେଇ ବର୍ଷରେ ଓଡିଶାର ଛବିକୁ ମଳିନ କରିସାରିଲେଣି । ବିଜେପି ସରକାରର ବିଫଳତା ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ବିଜେଡିର ସଂଗଠନ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଜନ ସଂପର୍କ ପଦଯାତ୍ରା । ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁ ଓ ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁଙ୍କ ନେତୃତ୍ବରେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ବେଗୁନିଆପଡ଼ା ସ୍ଥିତ ସିଦ୍ଧେଶ୍ଵର ମନ୍ଦିର ପରିସରରୁ ବାହାରି ବେଗୁନିଆପଡ଼ା ବଜାର ଦେଇ ଖଣ୍ଡିଆନଈ ପଞ୍ଚାୟତ, କେ ବରିଡ଼ା ପଞ୍ଚାୟତ, ଏସ୍ ଛଚିନା ପଞ୍ଚାୟତ, ଚନ୍ଦନପୁର ପଞ୍ଚାୟତ, ଚିଙ୍ଗୁଡ଼ିଖୋଲ ଓ ମର୍ଦ୍ଦକୋଟ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି…
Author: Janabani News
ଖୋର୍ଦ୍ଧା,୧୩।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଆନ୍ତର୍ଜାତିକ ଭଏସ ଅଫ୍ ମିଡିଆ’ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଧନେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ସଂଗଠନର ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ସମ୍ପାଦକ ସୁକାନ୍ତ କୁମାର ପଟ୍ଟନାୟକ, ରାଜ୍ୟ ଉପସଭାପତି ପି. ତ୍ରିପତି ବାଲାଜୀ ପାତ୍ର ଓ ବି.କେ. ଶଙ୍କର, ରାଜ୍ୟ କୋଷାଧ୍ୟକ୍ଷ ସରୋଜ କୁମାର ମହାନ୍ତି ଏବଂ ଉତ୍ତର କୋଣ, ସହସଭାପତି ସାକିବ୍ ହୁସେନ୍, ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ ଏଥିରେ ଯୋଗଦେଇଥିଲେ।ବୈଠକରେ ସଂଗଠନର ଆଗାମୀ ବାର୍ଷିକ ଉତ୍ସବ ଆୟୋଜନ ସହ ସାମ୍ବାଦିକଙ୍କ ସମ୍ମାନ, ସୁରକ୍ଷା ଓ ବୃତ୍ତିଗତ ଅଧିକାର ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ସାମ୍ବାଦିକମାନେ ନିର୍ଭୀକ ଓ ନିରପେକ୍ଷ ଭାବେ ସାମ୍ବାଦିକତା କରିବା ସହ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।ସମାଧାନ ଦିଗରେ ସଂଗଠନକୁ ଅଧିକ ସୁଦୃଢ଼ କରିବା…
ଫୁଲବାଣୀ,୧୨।୧୦(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଚେସ ସଂଘ ପକ୍ଷରୁ ଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା ସ୍ଥାନୀୟ ପବ୍ଲିକ ସ୍କୁଲ ପରିସର ରେ ଆୟୋଜିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ବିଦ୍ୟାଳୟ ମାନଙ୍କର ପ୍ରାୟ ଦୁଇଶହ ଜଣ ଚେସ ଖେଳାଳି ଛାତ୍ର ଛାତ୍ରୀ ଯୋଗ ଦେଇ ଚେସ୍ ଖେଳ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି ଚେସ ପ୍ରତିଯୋଗୀତା ୧୬ବର୍ଷ ରୁ କମ ଓ ୧୪ବର୍ଷ ରୁ କମ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରତିଯୋଗିତାରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ , ଚତୁର୍ଥ ଓ ପଞ୍ଚମ ସ୍ଥାନ ଅର୍ଜନ କରି ଥିବା ଖେଳାଳି ମାନଙ୍କୁ ଟ୍ରଫିମାନପତ୍ର ଓ ଅର୍ଥ ରାଶି ପ୍ରଦାନ କରାଯାଇଥିଲl l ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଙ୍କୁ ୧୫୦୦ଟଂକା ଦ୍ବିତୀୟ ସ୍ଥାନ ଲାଗି ୧୩୦୦ଟଂକା ତୃତୀୟ ୧୧୦୦ଟଂକା,ଚତୁର୍ଥ ୬୦୦ଟଂକା ଓ ୫ମ ସ୍ଥାନ ଅର୍ଜନ କରି ଥିବା…
ବେଲଗୁଣ୍ଠା,୧୨।୧୦(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଲକ୍ ଷଢଙ୍ଗୀପଲୀ ରେ ଥିବା ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ଦୀର୍ଘଦିନ ଧରି ଗଣିତ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହୋଇଛି। ୧୯୬୪ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀରେ ମୋଟ ୨୪୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସୂଚନା ଅନୁସାରେ, ବିଦ୍ୟାଳୟର ଗଣିତ ଶିକ୍ଷକ ବିଶ୍ୱଜିତ୍ ନାୟକ ୨୦୨୫ ଅକ୍ଟୋବରରେ ସ୍ୱାସ୍ଥ୍ୟଜନିତ କାରଣରୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କ ଅନୁପସ୍ଥିତିରେ ବିଦ୍ୟାଳୟରେ ଗଣିତ ଶିକ୍ଷାଦାନ ବ୍ୟାହତ ହୋଇଥିଲା। ଦୁର୍ଭାଗ୍ୟବଶତଃ, ୨୦୨୬ ଜୁଲାଇରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ନାୟକଙ୍କ ଅକାଳ ବିୟୋଗ ଘଟିଥିଲା।ଶିକ୍ଷକଙ୍କ ଅନୁପସ୍ଥିତି ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀ ଡୋକି ସରୋଜିନୀ ଙ୍କ ପ୍ରତିକ୍ରିୟା ନେବାରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦୁଇଥର ଅବଗତ କରାଇଥିବା ସେ ପ୍ରକାଶ କରିଥିଲେ । ଏଲ୍ଟିଆର୍ ଶିକ୍ଷକ କିମ୍ବା ଡେପୁଟେସନ୍ରେ ଜଣେ ଗଣିତ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ପ୍ରତିଶ୍ରୁତି…
ବେଲଗୁଣ୍ଠା,୧୨।୧୦(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଲକ୍ ତନରଡ଼ାସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୂଳ ପରିସରରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷର ବିଷୟବସ୍ତୁ ‘ସମୃଦ୍ଧ ଭାଷା : ସମୃଦ୍ଧ ଓଡ଼ିଶା’ ଆଧାରରେ ଆୟୋଜିତ ଏହି ମହୋତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ମହତ୍ତ୍ୱ ସହ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆର୍ଯ୍ୟକନ୍ୟା ଗୁରୁକୂଳର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ମନୋଜ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଶିକ୍ଷକ ପ୍ରଶିକ୍ଷକ ନବୀନ ଚନ୍ଦ୍ର ପରିମାଣିକ, ଏବିଇଓ ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ସନ୍ତୋଷ କୁମାର ପାତ୍ର ଯୋଗ ଦେଇଥିବାବେଳେ ଶିକ୍ଷାବିତ୍ ବସନ୍ତ କୁମାର ଜେନା ଏବଂ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଡକ୍ଟର ପୋଲେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ବକ୍ତାମାନେ ନିଜ ବକ୍ତବ୍ୟରେ ‘ସୁରଭି’ ମହୋତ୍ସବର ମହତ୍ତ୍ୱ…
ଭଞ୍ଜନଗର,୧୨।୧୦(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ବନାଞ୍ଚଳର ବାଇବାଲି ସଂରକ୍ଷିତ ଜଙ୍ଗଲରେ ଏକ ଗାଈକୁ କଲରାପତରିଆ ବାଘ ଟାଣି ନେଇ ଆକ୍ରମଣ କରି ମାରିଥିବା ଅଭିଯୋଗ ହୋଇଛି। ବାଇବାଲି ନିକଟ ଗୁନାକିଆ ଗ୍ରାମର ଶିଶିର ପ୍ରଧାନଙ୍କ ପତ୍ନୀ ଚନ୍ଦ୍ରିକା ପ୍ରଧାନ ଗାଈଗୋଠ ନେଇ ଫେରୁଥିବା ବେଳେ ଜଙ୍ଗଲ ନିକଟବର୍ତ୍ତୀ ଇଲାକାରେ ଏକ କଲରାପତରିଆ ବାଘ ଅତର୍କିତ ଭାବେ ଗାଈଟିକୁ ଟାଣି ନେଇଥିଲା। ଜଙ୍ଗଲ ଭିତରକୁ ନେବା ବେଳେ ରାସ୍ତାକଡ଼ରେ ଥିବା ଏକ ଗାତରେ ଗାଈଟି ପଡ଼ିଯିବାରୁ ଲମ୍ଫ ଦେଇ ତାକୁ ଆକ୍ରମଣ କରି ମାରିଦେଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଚନ୍ଦ୍ରିକା ସେଠାରେ ପହଞ୍ଚିବା ବେଳକୁ କଲରାପତରିଆ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲା। ବନପାଳ ଟୁନା ମଲ୍ଲିକଙ୍କ ସୂଚନା ପାଇ ବନାଞ୍ଚଳ ଅଧିକାରୀ ସରୋଜ କୁମାର ମହାନ୍ତି ଏବଂ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଗାଈର ଶବ ବ୍ୟବଚ୍ଛେଦ ପରେ ସେଠାରେ ପୋତି ଦିଆଯାଇଛି।…
ବ୍ରହ୍ମପୁର,୧୨।୧୦(ହିମାଂଶୁ ଶେଖର ସାବତ):ବହୁଦିନ ପରେ ଓଡ଼ିଶାରେ କଲେଜ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଚାଲିଛି । ଉକ୍ତ ନିର୍ବାଚନ ଶାନ୍ତିପୂର୍ଣ୍ଣ ହେବାପାଇଁ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। କିଛି ଜାଗାରେ ହିଂସା କାରଣରୁ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଦିଆଯାଇଛି। ଏହି ପରିପେକ୍ଷୀରେ ହିଞ୍ଜିଳି ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା ଏବଂ ପ୍ରଚାରରେ ରୋଚକ ସ୍ଥିତି ଦେଖିବାକୁ ମିଳିଛି। ପରିବର୍ତ୍ତିତ ପରିସ୍ଥିତିକୁ ପାଥେୟ କରି ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ନିଜର ବିଜୟ ହାସଲ ସହ ସଂମାନ ବଞ୍ଚାଇବାପାଇଁ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରୁଥିବାର ଦେଖାଯାଇଛି କିନ୍ତୁ ବିଜୁ ଛାତ୍ର ଜନତା ଦଳ (ବିସିଜେଡ଼ି ) କୌଣସି କ୍ଷେତ୍ରରେ ପଛୁଆ ନଥିବା ଏବଂ ପ୍ରଚାର ଓ ପ୍ରସାରରେ ବିଭିନ୍ନ ଛାତ୍ର ଛାତ୍ରୀ ଙ୍କ ଧ୍ୟାନ ଆକର୍ଷଣ ପାଇଁ ଚେଷ୍ଟା ଜାରି ରଖିଛି । ଏବିଭିପି ର ସାମାନ୍ୟ ତମ…
ଭଞ୍ଜନଗର,୧୨।୧୦(ନିଲୁ ବିଷୋୟୀ):ସାଧାରଣ ବର୍ଗ ଫୋରମ୍ ଦୀର୍ଘ ବର୍ଷ ଧରି ସରକାରଙ୍କ ବିଭିନ୍ନ ଜାତି ଆଧାରିତ ନୀତି, ଆଇନ ଓ ବ୍ୟବସ୍ଥାରେ ସଂଶୋଧନ ଆଣିବା ପାଇଁ ଗଣତାନ୍ତ୍ରିକ ଉପାୟରେ ଦାବି ଓ ଆନ୍ଦୋଳନ କରୁଛି। ଏପ୍ରିଲ୍ ମାସଠାରୁ ଭୁବନେଶ୍ୱରରେ ମଧ୍ୟ ସଙ୍ଗଠନ ପକ୍ଷରୁ ଏହି ଆନ୍ଦୋଳନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଭଞ୍ଜନଗର କାଳଞ୍ଜି କୂଳ ସଭାଗୃହ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବା ସହ ସରକାରଙ୍କ ପାଖରେ ଦାବି ଉପସ୍ଥାପନ ନେଇ ଆଲୋଚନା ହୋଇଛି। ୟୁଜିସି ଆଇନ ସଂର୍ପକୀତ ବ୍ୟବସ୍ଥାର ପୁନର୍ବିଚାର ତଥା ଉଚ୍ଛେଦ ନିମନ୍ତେ ପଦକ୍ଷେପ ଗ୍ରହଣ,ଜାତି ନୁହେଁ, ଆର୍ଥିକ ଆଧାର କରି ସଂରକ୍ଷଣ ବ୍ୟବସ୍ଥା ପ୍ରଚଳନ ସରକାରୀ ଚାକିରିରେ ପଦୋନ୍ନତି ସମୟରେ ସଂରକ୍ଷଣ ବ୍ୟବସ୍ଥାର ପୁନର୍ବିଚାର ଲୋକ ପ୍ରତିନିଧିତ୍ୱ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାର ପୁନର୍ବିଚାର ଏବଂ ଏହାର ନବୀକରଣ ନ କରିବା ପାଇଁ ଦାବି ରଖିଥିଲେ। ସେହିପରି ଶିକ୍ଷା ଓ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସାଧାରଣ…
ଖଲ୍ଲିକୋଟ,୧୨।୧୦(ବାପୁନି ମାଲୁ):ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଖଲ୍ଲିକୋଟ ସ୍ଥିତ ସତ୍ୟସାଇ ଟ୍ୟୁଟୋରିଆଲ ଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀମତୀ ନିବେଦିତା ସାହୁ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉକ୍ତ ଶିବିରଟି ସତ୍ୟସାଇ ଟ୍ୟୁଟୋରିଆଲ ,ଦ ଆରୀୟାନ ଏକାଡେମୀ, ଜୀବନଧାରା ପରିବାର ଏବଂ ସମ୍ବାଦ ଆମ ଓଡିଶାର ମିଳିତ ସହଯୋଗରେ ସଫଳତା ପୂର୍ବକ ସମ୍ପାଦନ ହୋଇଛି l ଉକ୍ତ ଶିବିରରେ ସର୍ବମୋଟ ୮ ଜଣ ମହିଳାଙ୍କ ସମେତ ୧୪୯ ଜଣ ସ୍ୱେଚ୍ଛାକୃତ ରକ୍ତ ଦାନ କରିଥିଲେ । ତତ୍ ସହିତ ଉକ୍ତ ଶିବିରରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରେମଲତା ସାହୁ ଓ ସମାଜସେବୀ ସୁନାରାମ ସାବତ, ଜୀବନଧାରା ପରିବାରର ସଭାପତି ଏମ ଗୋପବନ୍ଧୁ ଆଚାରୀ , ଉପସଭାପତି ଗଙ୍ଗାଧର ପଟ୍ଟନାୟକ, ସମ୍ପାଦକ ଯଜ୍ଞପ୍ରସାଦ ପଣ୍ଡା, ବ୍ଲଡ଼ ଡୋନର ମୋଟିଭେଟର…
ଖୋରଧା,୧୨।୧୦(କେଦାର ନାଥ ସାହୁ):ଖୋରଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାରମାର ସ୍ମିଥ ପାରୁସୋତ୍ତମ୍ ଦାସ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଶିବିରରେ ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ,ବି ଡି ଓ , ସୁଶ୍ରୀ ସୁମନ ସୁଦ୍ଧା କୁଣ୍ଡୁ, ଅତିରିକ୍ତ ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀମତୀ ସ୍ବିଟି ସୋରେନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ,ଆସିଷ୍ଟାଣ୍ଟ କଲେକ୍ଟର, ଅଭିଯୋଗ, ଭୁବନେଶ୍ଵରୀ କଅଁର ପ୍ରମୁଖ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଜନସାଧାରଣ ମାନଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ l ଆଜିର ଅଭିଯୋଗ ଶିବିରକୁ…
ଭୁବନେଶ୍ୱର,୧୨।୧୦(କେଦାର ନାଥ ସାହୁ):ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ୧୧-୧୨ ଅକ୍ଟୋବର ୨୦୨୬ ରେ ‘ମାନସବିତା: ବିଲ୍ଡିଂ ରେଜିଲିଏନ୍ସ ଆଣ୍ଡ ସପୋର୍ଟିଭ୍ କ୍ୟାମ୍ପସ୍ କମ୍ୟୁନିଟିଜ୍’ (Manasvita: Building Resilience and Supportive Campus Communities) ଶୀର୍ଷକ ଏକ ଦୁଇଦିନିଆ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି କର୍ମଶାଳାଟି ସକାରାତ୍ମକ ମାନସିକ ସ୍ୱାସ୍ଥ୍ୟ, ସହନଶୀଳତା ଏବଂ ସାମଗ୍ରିକ କଲ୍ୟାଣ ଉପରେ ଆଧାରିତ ଥିଲା। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଉଚ୍ଚଶିକ୍ଷା ବିଭାଗର ସହଯୋଗରେ ଏବଂ ‘ମାଲବ୍ୟ ମିଶନ୍ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ (MMTTP) ର ‘ଟିଚର୍ କନେକ୍ଟ ପ୍ରୋଗ୍ରାମ୍’ ଅଧୀନରେ ଏହା ଆୟୋଜିତ ହୋଇଥିଲା। ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ କଲ୍ୟାଣ ଓ ସୁସ୍ଥତାକୁ ସୁଦୃଢ଼ କରିବା ଦିଗରେ ଆଲୋଚନା କରିବା ପାଇଁ ଏହି କର୍ମଶାଳାରେ ବିଭିନ୍ନ ବିଶେଷଜ୍ଞ ଏବଂ ଶିକ୍ଷା କ୍ଷେତ୍ରର ସମ୍ପୃକ୍ତ ଅଂଶୀଦାରମାନେ ଏକତ୍ରିତ ହୋଇଥିଲେ।କର୍ମଶାଳାଟି ଚିନ୍ତାର ପ୍ରାରମ୍ଭିକ ଚିହ୍ନଟ, ସହାୟକ ଶିକ୍ଷକ-ଛାତ୍ର ସମ୍ପର୍କ, ସହକର୍ମୀ ପରାମର୍ଶ, ଜୀବନ କୌଶଳ…
ଚିକିଟି,୧୨।୧୦(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକ ଅନ୍ତର୍ଗତ ଖରଖରିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସୋମବାର ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ପ୍ରଥମ ପ୍ରଧାନଶିକ୍ଷକ ସ୍ୱର୍ଗତ ପର୍ଶୁରାମ ପାଢ଼ୀଙ୍କ ସୁଯୋଗ୍ୟ ସନ୍ତାନ ତଥା ବିଦ୍ୟାଳୟର ପୁରାତନ ଛାତ୍ର ବାଳକୃଷ୍ଣ ପାଢ଼ୀ, ତାଙ୍କ ଧର୍ମପତ୍ନୀ ଓ ପୂର୍ବତନ ଶିକ୍ଷା ଅନୁନିରୀକ୍ଷକ ଗଣେଶ ପ୍ରସାଦ ପଣ୍ଡା ବିଦ୍ୟାଳୟକୁ ଆସିଥିଲେ।ଏହି ଅବସରରେ ସିଆର୍ସିସି ସୁଜିତ କୁମାର ପାଢ଼ୀ, ଭାରପ୍ରାପ୍ତ ପ୍ରଧାନଶିକ୍ଷକ କୃଷ୍ଣ ଚନ୍ଦ୍ର ବିଷୋୟୀ, ସହକାରୀ ଶିକ୍ଷକ ରାଜେଶ କୁମାର ପାତ୍ର, ଶିକ୍ଷୟିତ୍ରୀ ମୀରାବାଇ ବିଷୋୟୀ ଓ ସନ୍ତୋଷିନୀ ପାଇକ, ପୂର୍ବତନ ଏସ୍ଏମ୍ସି ଅଧ୍ୟକ୍ଷ ନବୀନ ଚନ୍ଦ୍ର ବିଷୋୟୀ, ହିମାଂଶୁ ବିଷୋୟୀ, ଅମୂଲ୍ୟ କୁମାର ମାଝୀ ଓ ଅଭିଭାବକମାନେ ଅତିଥିମାନଙ୍କୁ ପୁଷ୍ପମାଲ୍ୟ ଓ ଉପଢ଼ୌକନ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ନିଜ ପିତାମାତାଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିବା ଉଦ୍ଦେଶ୍ୟରେ ବାଳକୃଷ୍ଣ ପାଢ଼ୀ ୩୦,୦୦୦ ଟଙ୍କାର ସ୍ଥାୟୀ ଜମା ରଖିବାକୁ ଘୋଷଣା କରିଥିଲେ। ଏହାର ବାର୍ଷିକ ସୁଧରୁ…