Author: Janabani News

ଫୁଲବାଣୀ,୨୬/୦୪:(ସୁନୀଲ ପଟନାୟକ):ଜି ଉଦୟଗିରୀ ଅଞ୍ଚଳ ରେ ହାତୀ ଆତଙ୍କ ର ମାସେ ନ ପୁରୁଣୁ ଏବେ ବାଲିଗୁଡ଼ାଡ଼ିଭିଜନ ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଧୀନ ଜଙ୍ଗଲ ରେ ତିନିଟିକିଆ ହାତୀ ପଲ ବୁଲୁଥିବା ଦେଖି ଅଞ୍ଚଳ ର ଲୋକେ ଆତଙ୍କିତ ହୋଇ ପଡିଛନ୍ତି l ଜଙ୍ଗଲ ଯିବାକୁ ଭୟ କରୁଛନ୍ତି l ହାତୀ ପଲ ଖାଦ୍ୟ ଓ ପାଣି ପାଇଁ ଗାଁ ମୁହା ହେଉଥିବା କୁହାଯାଉଛି l ବନ ବିଭାଗ କର୍ମଚାରୀ ହାତୀ ଘଉଡ଼ାଇବା ହାତୀ ର ଗତିବିଧି ଠାବ କରି ଅନ୍ୟତ୍ର ଘଉଡ଼ାଇବା କାର୍ଯ୍ୟ ନକରି ଚୁପ୍ ଚାପ୍ ବସି ଥିବା ଅଭିଯୋଗ ହେଉଛି l ଜିଲ୍ଲାରେ ମାସ କେଇଟା ରେ ୫/୭ଜଣ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ହାତୀ ପଲ ଜି ଉଦୟ ଗିରି, ରାଇକିଆ, ଟିକାବାଲି, କଳିଙ୍ଗା, ନନ୍ଦଗିରି ଆଦି ବିଭିନ୍ନ ଅଞ୍ଚଳ ରେ ଘର ଦ୍ବାର ଭଙ୍ଗା ରୁଜା କରିଥିବା ବେଳେ…

Read More

ବୋଡେନ,୨୬/୦୪:(ପରମେଶ୍ୱର ମେହେର):ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡା. ସଂଜୀବ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମ୍ୟାଲେରିଆ ରୋଗର ପ୍ରତିରୋଧ ଓ ନିରାକରଣ ସମ୍ପର୍କିତ ଭିନ୍ନଭିନ୍ନ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ଏହି ଅବସରରେ ବିପିଏମ ଅକ୍ଷୟ ମିଶ୍ର, ପିଏଚଇଓ ଅନୁପ ସିଂ ମାଝୀ, ଭିବିଡିଟିଏସ ଦିବ୍ୟ ରଞ୍ଜନ ନାଏକ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶକା ବୈଦେହୀ ଓ ଲ୍ୟାବ୍ ଟେକ୍ନିସିଆନ୍ ଯଦୁମଣି ବୈଠାରୁ ସହିତ ଅନ୍ୟାନ୍ୟ ଅଧିକାରୀମାନେ ମଞ୍ଚାସୀନ ଥିଲେ । ସମସ୍ତେ ମ୍ୟାଲେରିଆର କାରଣ, ଲକ୍ଷଣ ଓ ପ୍ରତିରୋଧ ପଦକ୍ଷେପ ବିଷୟରେ ମତବ୍ୟକ୍ତ କରିଥିବା ବେଳେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ହିଁ ଏହି ରୋଗକୁ ନିୟନ୍ତ୍ରଣ କରିବାର ମୂଳ ଉପାୟ ବୋଲି ଉଲ୍ଲେଖ କରିଥିଲେ । ଏବର୍ଷର ମୂଳ ବିଷୟବସ୍ତୁ ହେଲା ମ୍ୟାଲେରିଆକୁ ଶେଷ କରିବା…

Read More

ବ୍ରହ୍ମପୁର,୨୬/୪:(ହିଂମାଶୁ ଶେଖର ସାବତ):ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଔଷଧ ବ୍ୟବସାୟୀ ସଙ୍ଗ ଜିପିସିଡିଏ ତରଫରୁ ରାଜ୍ୟ ଔଷଧ ବ୍ୟବସାୟୀ ସଂଘ, ସିପିଏସ ମହୁଡ଼ା ଓ ଏନଟିଆର ସେବା ସମିତି ସହଯୋଗରେ ଆଜି ଠାରୁ ଏକ ମାସ ପର୍ଯ୍ୟନ୍ତ ମାଗଣା ଗ୍ଲୁକୋଜ ବଣ୍ଟନ କାର୍ଯ୍ୟକ୍ରମ ରାମଲିଙ୍ଗମ ରୋଡ ଗାନ୍ଧୀ ପାର୍କ ସମ୍ମୁଖରେ ଆରମ୍ଭ କରାଯାଇଛି l ଏଥିରେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ସଭାପତି ତଥା ଜିପିସିଡିଏ ସଂପାଦକ ପି ସତ୍ୟନାରାୟଣ ବାବୁ, ଜିପିସିଡିଏ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ଜିପିସିଡିଏ ଉପଦେଷ୍ଟା ତଥା ସିପିଏସ ଅଧକ୍ଷ ଭି ଜଗନ୍ନାଥ ରାଓ, ଜିପିସିଡିଏ କୋଷାଧ୍ୟକ୍ଷ ବଲ୍ଲଭ ଚନ୍ଦ୍ର ପାଣିଗ୍ରାହି, ବାଓ ସାଇନ୍ସ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ପିଆରଓ ନାଗେଶ୍ୱର ପୃଷ୍ଟି, ଏନଟିଆର ସେବା ସମିତି ସଭାପତି ଶ୍ରୀନିବାସ ରାଓ, ସଂପାଦକ ଲକ୍ଷଣ ରାଓ, ସମାଜସେବୀ ଜେ ସୈଳଜାଙ୍କ ସମେତ ସମସ୍ତ ସଂଗଠନର ବହୁ କର୍ମକର୍ତ୍ତା ଉପସ୍ଥିତ ରହି ବାଟୋଇ…

Read More

ପୋଲସରା,୨୬/୦୪:(ଶିବ ପ୍ରସାଦ ସାହୁ):ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ପୋଲସରା।କଥା କଥାକେ ଅପରାଧ ଘଟାଉଛନ୍ତି ଯୁବଗୋଷ୍ଠୀ।ଆଇନକାନୁନ କୁ ଖାତିର ନାହିଁ। କଅଁଳ ବୟସରେ ହାତରେ ଛୁରୀ, କାତି, ମାଉଜର ଧରିବାକୁ ପଛାଉନାହାନ୍ତି। ଏହିଭଳି ଏକ ଘଟଣା ଘଟିଛି ପୋଲସରା ଥାନା ବାଲିଘାଇ ଗ୍ରାମରେ।ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣରେ ଜଣେ ଯୁବକ ର ମୃତ୍ୟୁ ଘଟିଛି । ମୃତ ଯୁବକ ଙ୍କ ନାମ ଆକାଶ ଜେନା ବୟସ ୨୪ବର୍ଷ । ବଡ ଭାଇ ରିଙ୍କୁ ଜେନାର ବାହାଘର ବରଯାତ୍ରୀ ଚାଲିଥିବା ବେଳେ କୌଣସି କଥାକୁ ନେଇ ସେହି ଗ୍ରାମର ଗୌର ହରି ବିଷୋୟୀ ଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗୌର ର ଅନ୍ୟ ସହଯୋଗୀ ମିଶି ଆକାଶ କୁ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ। ଆକ୍ରମଣ ରେ ଆକାଶ ର ଅନ୍ତଃ ବୁଜୁଳା ବାହାରକୁ ଆସିଯାଇଥିଲା। ପରିବାର ଲୋକେ ତୁରନ୍ତ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ…

Read More

ଫୁଲବାଣୀ:୨୬/୦୪:(ସୁନୀଲ ପଟନାୟକ):ଫୁଲବାଣୀରେ ପାରଦ ୪୦, ଡିଗ୍ରୀ ଛୁଇଁଲା l ଫଳରେ ଗତ ସପ୍ତାହେ ହେଲା ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି l ସକାଳ ୮ଟା ରୁ ଗରମ ଆରଂଭ ହେଉଥିବା ବେଳେ ଦିନ ୧୨ ଟାରେ ରାସ୍ତା ଘାଟ , ଦୋକାନ ବଜାର ସବୁ ଶୂନଶାନ ହୋଇଯାଉଛି l ପ୍ରଚଣ୍ଡ ରୌଦ୍ରତାପ ରେ ସହର ଜଳୁଛି! କନ୍ଧମାଳରେ ୬୨ ପ୍ରତିଶତ ସବୁଜ ଜଙ୍ଗଲ ଥିଲେ ମଧ୍ୟ୍ୟ ଅସହ୍ୟ ଗରମ ହେଉଛି l ମୁନିସିପାଲିଟି କିମ୍ବା ସ୍ଵେଛା ସେବିସଙ୍ଗଠନ ପକ୍ଷରୁସହର ର କୌଣସି ଠାରେ ଜଳଛତ୍ରଖୋଲା ଯାଇ ନାହିଁ! ପୂର୍ବରୁ କନ୍ଧମାଳରେ ଏତେ ଗରମ ଅନୁଭୂତ ହେଉନଥିଲା! ଦାରିଙ୍ଗବାଡି଼କୁ ଓଡ଼ିଶାର କାଶ୍ମୀର କୁହଯାଏ ସେଠାରେ ବି ଗରମ! ତୁମୁଡିବନ୍ଧରେ ୩୮ ଡିଗ୍ରୀ ରହିଛି ପାରଦ! ଗରମକୁ ତରଭୁଜ, ଥଣ୍ଡା ପାନୀୟ, ଆଖୁ ରସ ଆଦି ବ୍ୟବସାୟ ଭଲ ଜମୁଛି! ଛାତ୍ରୀ ମାନେ ମୁହଁରେ ଓଢଣୀ ଭିଡି ଯାଉଛନ୍ତି! ଗାଁ ଲୋକ ଓ ମହିଳା…

Read More

ଫୁଲବାଣୀ:୨୬/୦୪(ସୁନୀଲ ପଟ୍ଟନାୟକ):ବୁଧବାର ଠାରୁ ମହା ଆଡମ୍ବର ରେ ଆରମ୍ଭ ହୋଇଛି ଶ୍ରୀ ଶ୍ରୀ ଶ୍ରୀ ମା ନାରାୟଣୀଙ୍କ ସମେତ ପଞ୍ଚ ଠାକୁରାଣୀ ଆଗରେ ମା କାଳୀଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମ l ବିଭିନ୍ନ ବାଜା ପଟୁଆରରେ ମା ନାରାୟଣୀ ନଗର ଭ୍ରମଣ କରୁଥିବା ବେଳେ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପ୍ରଶାସନ ସମେତ ପରିଚାଳନା କମିଟି ସଭପତି କାବୁଲl ସେନାପତି,ସମ୍ପାଦକ ସଂଜିତ ପାତ୍ର, ସହ ସମ୍ପାଦକ ଶିବ ପଣ୍ଡା, ନଗର ଭ୍ରମଣ ସଦସ୍ୟ ବିଜୟକୁମାର ମହାନ୍ତି, ହରିଶ୍ଚନ୍ଦ୍ର ମହାରଣା,ମହେନ୍ଦ୍ର ସୁବୁଦ୍ଧି,ଠୁକୁନ୍ଦର ସେଠି, ଏବଂ ସ୍ବେଛାସେବୀ ଭାଇ ଓ ଭଉଣୀ ମାନେ ମା ଙ୍କ ସହ ନଗର ଭ୍ରମଣ ରେ ସହଯୋଗ କରୁଛନ୍ତି l lପ୍ରଥମ ଦିବସ ରେ ପଞ୍ଚ ଠାକୁରାଣୀ ଗମ୍ଭୀରାରୁ ବାହାରି ଗମ୍ଭୀରାରୁ ବାହାରି ଡାହାଣ ପଟ ଶ୍ରୀରାମ ନଗର ରାସ୍ତା ଦେଇ ହାଟପଦା ସ୍କୁଲ ଛକଠାରୁ ବାମ ପଟ କୁରୁମୁର୍ତ୍ତି ରୋଡ ରେ ଯାଇଥିଲେ । ସେଠାରୁ ପୁରୁଣା ତ୍ରିନାଥ…

Read More

ପୋଲସରା,୨୬/୪:(ଶିବ ପ୍ରସାଦ ସାହୁ):ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ପୋଲସରା।କଥା କଥାକେ ଅପରାଧ ଘଟାଉଛନ୍ତି ଯୁବଗୋଷ୍ଠୀ।ଆଇନକାନୁନ କୁ ଖାତିର ନାହିଁ। କଅଁଳ ବୟସରେ ହାତରେ ଛୁରୀ, କାତି, ମାଉଜର ଧରିବାକୁ ପଛାଉନାହାନ୍ତି। ଏହିଭଳି ଏକ ଘଟଣା ଘଟିଛି ପୋଲସରା ଥାନା ବାଲିଘାଇ ଗ୍ରାମରେ।ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଯୁବକ ଙ୍କ ନାମ ଆକାଶ ଜେନା ବୟସ ୨୪ବର୍ଷ । ବଡ ଭାଇ ରିଙ୍କୁ ଜେନାର ବାହାଘର ବରଯାତ୍ରୀ ଚାଲିଥିବା ବେଳେ କୌଣସି କଥାକୁ ନେଇ ସେହି ଗ୍ରାମର ଗୌର ହରି ବିଷୋୟୀ ଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗୌର ର ଅନ୍ୟ ସହଯୋଗୀ ମିଶି ଆକାଶ କୁ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ। ଆକ୍ରମଣ ରେ ଆକାଶ ର ଅନ୍ତଃ ବୁଜୁଳା ବାହାରକୁ ଆସିଯାଇଥିଲା। ପରିବାର ଲୋକେ ତୁରନ୍ତ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା…

Read More

ପାତ୍ରପୁର,୨୫/୦୪:(କୁରେଶୁ ରେଡ୍ଡୀ):ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥକୁ ଲାଗି ରହିଥିବା ଶବରଦେଇପେଟା ଗ୍ରାମରେ ଭୟଙ୍କର ବିସ୍ଫୋରଣ ସହିତ ଅଗ୍ନିକାଣ୍ଡ ଘଟିଯାଇଥିବା ଜଣାପଡ଼ିଛି । ଖବର ପାଇ ପାତ୍ରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥି ସହିତ ଜରଡା ପୋଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବେଆଇନ ବାଣ ତିଆରି କରୁଥିବା ସନ୍ଦେହରେ କିଛି ଲୋକଙ୍କ ଘରେ ଚଢ଼ାଉ କରିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗତକାଲି ରାତିରେ ଗ୍ରାମ ପଛପଟ ବିଲରେ ଥିବା ଗୋଟିଏ ଚାଳ କୁଡ଼ିଆ ଘରୁ ହଠାତ୍ ବଡ଼ ବିସ୍ଫୋରଣ ହେବା ଶବ୍ଦ ଶୁଣିବାକୁ ମିଳିଥିଲା। ବିସ୍ଫୋରଣ ଶବ୍ଦ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ବାଣ ତିଆରି କୁଡ଼ିଆରେ ନିଆଁ ଲାଗି ହୁତୁ ହୁତୁ ଜଳୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଗ୍ରାମବାସୀ ପାତ୍ରପୁର ଅଗ୍ନିଶମ ବାହିନୀ ଓ ଜରଡା ପୋଲିସକୁ ଖବର ଦେଇଥିଲେ।…

Read More

ବ୍ରହ୍ମପୁର, ୨୫/୪:(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ମହାନଗର ନିଗମ ସ୍ଥିତ କର୍ପୋରେଟର୍‌ ସଭା ଗୃହରେ ସହରର ସମସ୍ତ ନିଗମ କର୍ପୋରେଟର୍‌ ସ୍ବାସ୍ଥ୍ୟ କର୍ମୀ, କମ୍ୟୁନିଟି ଅର୍ଗାନାଇଜର୍‌ ଆଦିଙ୍କ ପାଇଁ ଏକ ଡେଙ୍ଗୁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାକୁ ମାନ୍ୟବର ମେୟର୍ ଶ୍ରୀମତୀ ସଂଘମିତ୍ରା ଦଳାଇ ସଭାପତିତ୍ବ କରିଥିବା ବେଳେ ନିଗମ ଆୟୁକ୍ତ ସୁଶ୍ରୀ ଏ.ଶସ୍ୟା ରେଡ୍ଡୀ ଉପସଭାପତିତ୍ୱ ଭାବେ ଦାୟିତ୍ୱ ତୁଲାଇଥିଲେ। ସୂଚନା ଥାଉକି, ଏହି ସଚେତନତା ସଭା ପରେ ଡେଙ୍ଗୁ ଜନିତ ସମସ୍ତ କାର୍ଯ୍ୟକ୍ରମ ଜୁନ୍ ୦୧, ୨୦୨୬ ଠାରୁ ଅଗଷ୍ଟ ୩୧, ୨୦୨୬ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବ୍ୟାପକ ରୂପେ ଆରମ୍ଭ ହେବ ।ରାଜ୍ୟ କୀଟ ତତ୍ତ୍ବବିତ୍ (ଆଇ.ଡ଼ି.ଏସ୍.ପି) ଡ଼ା. ରବିଶଙ୍କର ପଣ୍ଡିତ୍ ଏହି ସଭାରେ ଯୋଗଦେଇ ଡେଙ୍ଗୁ ଓ ଭେକ୍ଟର୍‌ ବାହିତ ଅନ୍ୟାନ୍ୟ ରୋଗ ଯଥା ମ୍ୟାଲେରିଆ, ଫାଇଲେରିଆ ଓ ଚିକେନ୍‌ଗୁନିଆ ସମ୍ଭନ୍ଧରେ ପୁଙ୍ଖାନୁପୁଙ୍ଖ ରୂପେ ଆଲୋଚନା କରିବା ସହିତ ଏହାର…

Read More

ବୋଲଗଡ,୨୫/୪(ଶୁସାନ୍ତ କୁମାର ପ୍ରଧାନ): ବୋଲଗଡ ଶିକ୍ଷା ବ୍ଲକ ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁସୁପଲ୍ଲା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବର୍ଗତ ହାଡିବନ୍ଧୁ ଖଟୁଆଙ୍କ ସ୍ମୃତି ଚାରଣ ସଭା ଟାଙ୍ଗୀସାହି ଗ୍ରାମଠାରେ ଦିନ ବନ୍ଧୁ ସାମନ୍ତରାୟଙ୍କ ସଭାପତିତ୍ୱରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଅଛି I ଏହି ସ୍ମୃତି ଚାରଣ ସଭାରେ ଶିକ୍ଷକ ମନମୋହନ ରାୟ,ଲମ୍ବୋଦର ହୋତା, ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ସମେତ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ,ସମାଜ ସେବୀ,ଯୁବ ଗୋଷ୍ଠୀ ଓ ଭଦ୍ରବ୍ୟକ୍ତି,ବନ୍ଧୁବାନ୍ଧବ, ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଖଟୁଆଙ୍କ ଫଟୋ ଚିତ୍ରରେ ଫୁଲ,ଚନ୍ଦନ,ଧୂପ ଦ୍ୱୀପ ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ଉପସ୍ଥିତ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,ଯୁବ ଗୋଷ୍ଠି,ସମାଜ ସେବୀ,ପରିବାରବର୍ଗ ସ୍ବର୍ଗତ ଶ୍ରୀ ଖଟୁଆଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରି ତାଙ୍କର ଶିକ୍ଷକତା ଜୀବନର ଅଭୁଲା ସ୍ମୃତିକୁ ସାଉଁଟି ଧରି ଗୁଣଗାନ କରିଥିଲେ…

Read More

ପୁରୁଷୋତ୍ତମପୁର,୨୫/୦୪:(ଶୁଭଙ୍କରୀ ଦାସ):ଆଜି ପ୍ରଥମେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରବ୍ଳକ ପାଣ୍ଡିଆ ପଞ୍ଚାୟତ ରେ ରହିଥିବା ପର୍ଯ୍ୟଟନ ସ୍ଥଳୀ ଜଉଗଡ଼ ବୁଲି ଦେଖିଥିଲେ ପର୍ଯ୍ୟଟନ ସଚିବ । ସେଠାରେ କିଭଳି ବିକାଶ ହୋଇପାରିବ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହାପରେ ସେଠାରୁ ବାହାରି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ପୀଠରେ ପହଞ୍ଚିଥିଲେ ସଚିବ ବଲବନ୍ତ ସିଂ । ପ୍ରଥମେ ମାଙ୍କୁ ପୂଜାର୍ଚ୍ଚନା କରିବା ପରେ ମନ୍ଦିରର ଚତୁଃପାର୍ଶ୍ୱ ବୁଲି ଦେଖିଥିଲେ । ବର୍ତ୍ତମାନ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଥିବା ବେଳେ ମନ୍ଦିରର ପାଦଦେଶରେ ହେଲିପୋର୍ଟ କରିବା ପାଇଁ ଯୋଜନା ରହିଥିବା ଯୋଗୁଁ ସେ ନେଇ ମଧ୍ୟ ଅନୁଧ୍ୟାନ କରିଥିଲେ । ଏହାସହ ତାରାତାରିଣୀରେ କିଭଳି ହୋଟେଲ ଶିଳ୍ପ ବୃଦ୍ଧି ହୋଈ ପାରିବ, ସେ ନେଇ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବା ନେଇ ଆଲୋଚନା ହୋଇଥିଲା । ଏହି ଅବସର ରେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତୀ…

Read More

ବୋଲଗଡ଼,୨୬/୦୪(ସୁଶାନ୍ତ କୁମାର ପ୍ରଧାନ) :ପ୍ରବଳ ଖରାତାତି ବଢୁଥିବା ବେଳେ ଖରାତାତି ରୁ ରକ୍ଷା ପାଇବା ପାଇଁ ମନ ଚାହିଁଥାଏ ଥଣ୍ଡା ଯାତୀୟ ପାନୀୟ ବ୍ୟବହାର କରିବା ପାଇଁ କିନ୍ତୁ ଏହାର ଫାଇଦା ଉଠାଇବା ପାଇଁ ପ୍ରତ୍ୟେକ ଗ୍ରାମାଞ୍ଚଳର ଛୋଟ ଦୋକାନରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ନକଲି ଥଣ୍ଡା ପାନୀୟ,ସୋଢା,ପାଣି ପାଉଚର ଅପମିଶ୍ରିତ ସାମଗ୍ରୀର ଚାହିଦାସହ ବିକ୍ରୀ ମଧ୍ୟ ବଢୁଛି ଯାହା ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଛି। ବିନା ଲାଇସେନ୍ସରେ ଏକାଧିକ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଲୋଗୋରେ ନକଲି ସୋଢା ଯାତୀୟ ଥଣ୍ଡା ସାଙ୍ଗକୁ ନକଲି ପାଣିପାଉଚ ଓ ପାଣିବୋତଲ ବେଧଡ଼କ ଭାବେ ବିକ୍ରି ଚାଲିଛି। ଏମାନଙ୍କ ଉପରେ ଜିଲ୍ଲା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗର ଅଙ୍କୁଶ ନଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ଖାଦ୍ୟ ନିରାପତ୍ତା ଓ ଜନସ୍ୱାସ୍ଥ୍ୟ ବିଭାଗର ସ୍ଥାଣୁ ପାଲଟିଥିବା ଅଭିଯୋଗ ହୋଇଛି।ଏହି ନିମ୍ନମାନର ଥଣ୍ଡା ଓ ପାଉଚ,ବଟଲରେ ପାନୀୟ…

Read More