ପାତ୍ରପୁର,୨୭/୪:(କୁରେଶ ରେଡ୍ଡୀ):ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଅନ୍ତର୍ଗତ କେଶରୀପଡା ଗ୍ରାମରେ ଖୁସିର ମହଳ ଦେଖିବାକୁ ମିଳିଛି। ଗ୍ରାମର ରାୱାଡା ଯୋଗୁଲୁ ଓ ରାୱାଡା ଭାଗ୍ୟଲକ୍ଷ୍ମୀଙ୍କ ସୁପୁତ୍ର ରାୱାଡା ଗୋପାଳ କୃଷ୍ଣ ହରିଆଣା ରାଜ୍ୟ କେଦରପୁର ସିଆରପିଏଫ ଏକାଡେମୀ ଠାରେ ଆସିଷ୍ଟାଣ୍ଟ କମାଣ୍ଡର ଭାବେ ପ୍ରଶିକ୍ଷଣ ସଫଳତାର ସହ ସମାପ୍ତ କରି ଘରକୁ ଫେରିଥିବା ବେଳେ ଗ୍ରାମବାସୀ ମାନେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଯୁବ ଅଧିକାରୀଙ୍କ ଏହି ସଫଳତାରେ ସମଗ୍ର ସୀମାନ୍ତ ଅଞ୍ଚଳ ଗର୍ବିତ ହୋଇଉଠିଛି। ଯବାନ ଜଣକ ଗ୍ରାମକୁ ପ୍ରବେଶ କରିବା ସମୟରେ ତାଙ୍କୁ ଗ୍ରାମବାସୀ ଓ ଗ୍ରାମର ଯୁବଗୋଷ୍ଠୀ ପୁଷ୍ପମାଲ୍ୟ ପିନ୍ଧାଇ ସ୍ୱାଗତ କରିଥିଲେ। ପରେ ଗ୍ରାମରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ, ସେଠାରେ ଗ୍ରାମବାସୀ, ଯୁବକ ଓ ସ୍ଥାନୀୟ ନେତାମାନେ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ।ଏହି ଅବସରରେ ଉପସ୍ଥିତ ବକ୍ତାମାନେ କହିଥିଲେ ଯେ, ସୀମାନ୍ତ କେଶରୀପଡା ଗ୍ରାମର ଏହି ଯୁବକ ଅନ୍ୟ ଯୁବପିଢି ପାଇଁ…
Author: Janabani News
ଫୁଲବାଣୀ,୨୭/୦୪,(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସହରରେ ଏବେ ତାପ ମାତ୍ରା ୪୦ ଟପିଲାଣି l ପ୍ରବଳ ଖରା ରେ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି l ମ୍ୟୁନିସିପାଲଟି ତରଫରୁ ମଧ୍ଯ ପାନୀୟ ଜଳ ବ୍ୟବସ୍ଥା ଆରମ୍ଭ ହୋଇନଥିବାରୁ ଏହାକୁ ଦୃଷ୍ଟି ରେ ରଖି କନ୍ଧମାଳ ଏସପି ହରିଶ ବିଶୀ ଙ୍କ ନିର୍ଦେଶ ଓ ବ୍ୟକ୍ତିଗତ ଆଗ୍ରହ ଓ ନିଷ୍ଠାପର ଉଦ୍ୟମ ଫଳରେ ସହର ର ମlଦି କୁନ୍ଦା ଛକ ଠାରେ ଆରମ୍ଭ ହୋଇଛି ଜଳ ସେବା କେନ୍ଦ୍ର l ଏହାକୁ ନିଜେ ଏସପି ହରିଶ ବିଶି ଉଦଘାଟନ କରିବା ସହ ଲୋକଙ୍କୁ ପାନୀୟ ଜଳ ବାଣ୍ଟିଥିଲେ l ଏହି ଜଳ ସେବା କେନ୍ଦ୍ର ମେ ମାସ ଶେଷ ପର୍ଯ୍ୟନ୍ତ ଚାଲିବ l ଏବେ ଫୁଲବାଣୀ ରେ ମା ନାରାୟଣୀ ଯାତ୍ରା ଚାଲିଥିବାରୁ ପ୍ରବଳ ଜନ ସମାଗମ ହେଉଛି l ଲୋକେ ପାଣି ପିଇବା ପାଈଁ ବିକଳ୍ପ ବ୍ୟବସ୍ଥା ନଥିବା ବେଳେ ଏହି ଥଣ୍ଡା…
ଫୁଲବାଣୀ:୨୭/୦୪,(ସୁନୀଲ ପଟ୍ଟନାୟକ):ଦିନେ କି ଦୁଇ ଦିନ ନୁହେଁ ଗତ ପ୍ରାୟ ସପ୍ତାହେ ହେଲା କନ୍ଧମାଳ ଜିଲ୍ଲା ର ଫୁଲବାଣୀ ଓ ବାଲିଗୁଡ଼ା ଜଙ୍ଗଲ ବିଭାଗ ଡ଼ିଭିଜନ ଅନ୍ତର୍ଗତ ଅନେକ ସ୍ଥାନରେ ଜଙ୍ଗଲ ହୁତ ହୁତ ହୋଈ ଜଳୁଛି l କାବୁ କରିପାରୁ ନାହାନ୍ତି ବନ ବିଭାଗ ରେଞ୍ଜର ଓ କର୍ମଚାରୀ l ଜିଲ୍ଲାର ପ୍ରାୟ ୭୦ରୁ ୮୦ସ୍ଥାନ ରେ ଜଙ୍ଗଲ ରେ ନିଆଁ ଲାଗିଛି l ଏ ଜଙ୍ଗଲ ରୁ ଆର୍ ଜଙ୍ଗଲ କୁ ନିଆଁ ଡେଉଁଛି l ବନ ବିଭାଗ ୱେବ ସାଇଟ୍ ରୁ ଜଙ୍ଗଲ ରେ ନିଆଁ ଲାଗିଥିବା ସ୍ପଷ୍ଟ କରିଛି l ସେହିପରି ଫୁଲବାଣୀ, ସୁଡୁରୁକୁମ୍ପା, ଫିରିଙ୍ଗିଆ ଅଞ୍ଚଳ ସମେତ ଜି ଉଦୟଗିରୀ, କଳିଙ୍ଗା,ବାଲିଗୁଡ଼ା, କୋଟଗଡ, ତୁମୁଡିବନ୍ଧ,ବେଲଘର ଆଦି ବିଭିନ୍ନ ରେଞ୍ଜ ଅଞ୍ଚଳ ଜଙ୍ଗଲ ରେ ନିଆଁ ଲାଗି ଜଙ୍ଗଲ ନଷ୍ଟ ହେବା ସହ ବଣ ରେ ଥିବା ପଶୁ ପକ୍ଷୀ ଅନ୍ୟ ଜଙ୍ଗଲ କୁ ଚାଲି…
ନୂଆପଡ଼ା,ସିନାପାଲି,୨୬/୦୪:(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲା ସିନାପାଲ ବ୍ଲକ କେନ୍ଦୁମୁଣ୍ଡା ପଞ୍ଚାୟତ ଧୁଙ୍ଗିଆମୁଣ୍ଡା ବୁଥ ନମ୍ବର ୨୮୧ ରେ ଆଜି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଙ୍କ ମନ କି ବାତ୍ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ବୁଡ଼ାଦେଓ ମଣ୍ଡଲ ର ମଣ୍ଡଳ ସଭାପତି ଶ୍ରୀଯୁକ୍ତ – କୃତିବାସ ତେଜିଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଶ୍ରୀଯୁକ୍ତ – ସୁବ୍ରତ କୁମାର ଠାକୁର ଆଜିର ମନ କି ବାତ୍ କାର୍ଯ୍ଯକ୍ରମ ବିଷୟରେ ସମସ୍ତ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାଙ୍କୁ ଅବଗତ କହିଥିଲେ l ଆଜିର ମନ କି ବାତ୍ କାର୍ଯ୍ଯକ୍ରମରେ ବୁତ ସଭାପତି ଶ୍ରୀଯୁକ୍ତ – ଜିତେନ୍ଦ୍ର ଖର୍ସେଲ , ସ୍ଥାନିୟ ସରପଞ୍ଚ ମଦନ ଦଣ୍ଡସେନା, ମହିଳା ନେତ୍ରୀ ବୃନ୍ଦାବତି ଖର୍ସେଲ, ବିହାରୀ ଖର୍ସେଲ, ଲାଲୁ ଛତ୍ରିଆ,ସାଧାରଣ ସମ୍ପାଦକ ତରୁଣ ମାଝୀ, ମନ କି ବାତ୍ ପ୍ରମୁଖ ମଧୁସୂଦନ ନାଗ, ଲିଲାମ୍ବର…
ରାୟଗଡ,୨୬/୪:(ଅମୂଲ୍ୟ ନିଶଙ୍କ):ଆଜି ବିଜୁ ଜନତା ଦଳ ରାୟଗଡା ପକ୍ଷରୁ ବଡ଼ ଚାନ୍ଦିଲି, ଜେ.କେ.ପୁର, ରାୟଗଡ଼ା ଠାରେ ରାୟଗଡ଼ା ବ୍ଲକ୍ ସି ଜୋନ କର୍ମୀ ସମ୍ମିଳନୀ ସଫଳ ଭାବେ ଅନୁଷ୍ଠିତ ହୋଇ ଯାଇଛି l ଏହି ଗୁରୁତ୍ୱପୂର୍ଣ୍ଣ ସଭାର ଆରମ୍ଭରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଳ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ଏହାପରେ ‘ସି’ ଜୋନର ପାଞ୍ଚୋଟି ପଞ୍ଚାୟତରୁ ଆସିଥିବା ସମସ୍ତ ବିଜୁ ଓ ନବୀନ ପ୍ରେମୀ, ଦଳୀୟ ନେତା, କର୍ମୀ ଓ ସମର୍ଥକମାନଙ୍କୁ ସ୍ୱାଗତ ଜଣାଇ ସଭା ଆରମ୍ଭ ହୋଇଥିଲା। ସଭାରେ କ୍ଷେତ୍ରସ୍ତରରେ ବିଜୁ ଜନତା ଦଳର ସଂଗଠନକୁ କିପରି ଆହୁରି ସୁଦୃଢ଼ କରାଯିବ, କର୍ମୀମାନଙ୍କୁ କିପରି ସଶକ୍ତ କରାଯିବ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କୁ ବିଜୟୀ କରିବା ପାଇଁ କିପରି ସୁଦୃଢ଼ ରଣନୀତି ଗ୍ରହଣ କରାଯିବ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା।ଆଜିର ଏହି…
ବୋଲଗଡ଼,୨୬/୦୪:(ସୁଶାନ୍ତ କୁମାର ପ୍ରଧାନ):ତାତିର ପ୍ରକୋପ ବଢ଼ିବାରେ ଲାଗିଛି । ଡହ ଡହ ଖରା ସାଙ୍ଗକୁ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ଘରୁ ବାହାରିବା ଏକ ପ୍ରକାର କଷ୍ଟ ହୋଇ ପଡ଼ିଛି । ଏଭଳି ସ୍ଥିତିରେ ଥଣ୍ଡା ପାନୀୟର ଆବଶ୍ୟକତା କେବଳ ଖରାରେ ଯାଉଥିବା ବାଟୋଇ ହିଁ ବୁଝିପାରିବ। କିନ୍ତୁ ଏମାନଙ୍କ କଷ୍ଟ ଲାଘବ ପାଇଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଲୋକଙ୍କୁ ପାନୀୟ ଜଳ ଯୋଗାଇବାକୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲା ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତ୍ରୀ ଗ୍ରାମରେ ସମାଜସେବୀ ମନୋଜ କୁମାର ପ୍ରଧାନ ଓ ସାଥୀମାନଙ୍କୁ ନେଇ ଜଳଛତ୍ର ଓ ଦହି ପଣା ବଣ୍ଟନର ଶୁଭାରମ୍ଭ କରିଛନ୍ତି। ବେଗୁନିଆ ବୋଲଗଡ଼ ପ୍ରତ୍ୟେକ ସମୟରେ ଓ ପ୍ରତ୍ୟେକ ସ୍ଥାନରେ ଯାତାୟତ କରୁଥିବା ଜନସାଧାରଣ , ବାଟୋଇ, ପଥିକ ସମସ୍ତଙ୍କୁ ଜଳ ଜଳଛତ୍ର ର ସୁବିଧା ଯୋଗାଇଦେବା ପାଈଁ ଏବଂ ଏହି…
ବାଲିଗୁଡା,୨୬/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲିର ରେଭିନ୍ୟୁ ବଙ୍ଗଳା ନିକଟରେ ଥିବା ଶନିଶ୍ଚର ମନ୍ଦିରର ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ବାର୍ଷିକ ଉତ୍ସବ ମନ୍ଦିର ପରିଚାଳନା କମିଟି ସଭାପତି ହରିହର ନାୟକ ଏବଂ ସମ୍ପାଦକ ରବିନାରାୟଣ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଦିନତମାମ ପୂଜା ଅର୍ଚନା ସହ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଟିକାବାଲି ଅଞ୍ଚଳରେ ଥିବା ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଏହି ମାଙ୍ଗଳିକ କାର୍ଯ୍ୟରେ ସହଯୋଗ କରିଥିଲେ I ଏହି କାର୍ଯ୍ୟରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ଗୋପାଳ ପଣ୍ଡା, ଅଜିତ ପ୍ରଧାନ, ପଞ୍ଚାନନ ପାଣିଗ୍ରାହୀ, ରବି ପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ I
ବାଲିଗୁଡା,୨୬/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସଭାଗୃହ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବିଭାଗ ସଂଘ ଚାଳକ ମୁଖ୍ୟ ଆଲୋଚକ ଭଗବାନ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼.ମଧୁସୂଦନ ମହାପାତ୍ର ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଶହେ ବର୍ଷ ବିଜୟ ଯାତ୍ରା କହିବା ସହ ସଂଘ ର ଲକ୍ଷ ଓ ଉଦେଶ୍ୟ ଉପରେ ଓ ଆଗାମୀ ଦିନର ଯୋଜନା ଉପରେ କହିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ | ଜିଲ୍ଲା ବ୍ୟବସ୍ଥା ପ୍ରମୁଖ କାଳିନ୍ଦୀ ଚରଣ ପଣ୍ଡା ଓ ଖଣ୍ଡ କାର୍ଯ୍ୟବାହ ଅନନ୍ତ କୁମାର ଦାସ ଙ୍କ ସମେତ ସଂଘ ର ସମସ୍ତ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ |
ବ୍ରହ୍ମପୁର,୨୬/୪:(ହିମାଂଶୁ ଶେଖର ସାବତ):ଗ୍ରୀଷ୍ମ ତାପକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବିଭିନ୍ନ ୱାର୍ଡରେ ଜଳଛତ୍ର ସ୍ଥାପନ କରାଯାଇଥିବା ପଦକ୍ଷେପକୁ ସ୍ୱାଗତ କରାଯାଇଥିଲେ ମଧ୍ୟ, ବର୍ତ୍ତମାନ ତାହାର ବାସ୍ତବ ଚିତ୍ର ଚିନ୍ତାଜନକ ପରିସ୍ଥିତି ସାମ୍ନାକୁ ଆସିଛି ।ସ୍ଥାନୀୟ ସ୍ତର ଅଞ୍ଚଳରୁ ମିଳୁଥିବା ସୂଚନାନୁସାରେ, ଅନେକ ସ୍ଥାନରେ ଜଳଛତ୍ର ରହିଥିଲେ ମଧ୍ୟ ସୁପେୟ ଜଳ ଉପଲବ୍ଧ ନାହିଁ। ଆଉ କେତେକ ସ୍ଥାନରେ ଜଳ ଥିଲେ ମଧ୍ୟ ଏହାର ଦେଖରେଖ ପାଇଁ କୌଣସି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ନିଯୁକ୍ତ ନଥିବାରୁ ବ୍ୟବସ୍ଥା ପ୍ରଭାବିତ ହେଉଛି।ବିଶେଷକରି ୱାର୍ଡ ନମ୍ବର–୧୬ ବୃନ୍ଦାବତୀ ନଗରର ବାସିନ୍ଦା ନୀଳ ଲୋହିତ ସାହୁଙ୍କ ଅଭିଯୋଗ ଅନୁଯାୟୀ, ଏଠାରେ ଜଳଛତ୍ର ପାଇଁ କେବଳ ଟେଣ୍ଟ ଓ ବୋର୍ଡ ଲଗାଇ ଫଟୋ ଉଠାଯାଇଥିଲା, ପରେ ସେଗୁଡିକୁ ହଟାଇ ଦିଆଯାଇଛି। ଏହି ଘଟଣା ଗୁରୁତର ଅବ୍ୟବସ୍ଥାକୁ ପ୍ରକାଶ କରୁଛି।ଏହା କେବଳ ସେବାର ଅଭାବକୁ ନୁହେଁ, ବରଂ ଜନସାଧାରଣଙ୍କ ଟଙ୍କାର ସଠିକ୍ ବ୍ୟବହାର ଉପରେ…
ବାଲିଗୁଡା,୨୬/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ):ଘରୋଇ ଯାତ୍ରୀବାହୀ ବସ ସହ ଏକ କାର ର ମୁହାଁମୁହିଁ ଧକ୍କା ହୋଇ ରାସ୍ତା କଡ଼କୁ ଖସିଲା ବସ l ଅଳ୍ପକେ ବଡ଼ ଧରଣ ର ଦୁର୍ଘଟଣା ରୁ ବର୍ତିଲେ ବସ ରେ ଥିବା ୪୦ରୁ ଉର୍ଦ୍ଧ ଯାତ୍ରୀ l କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ରାଜ୍ୟ ରାଜପଥ ନଂ. ୧ ମୁଖ୍ୟ ରାସ୍ତା ର ପାଇବର ସାହି ନିକଟରେ ଘଟିଛି ଦୁର୍ଘଟଣା l ପ୍ରକାଶ ଯେ, ଫୁଲବାଣୀ ରୁ ମୋହନଗିରୀ ଅଭିମୁଖେ ଯାଉଥିବା ମା’ ତାରିଣୀ ନାମକ ଘରୋଇ ଯାତ୍ରୀବାହୀ ବସ ଟି ଆସୁଥିବା ବେଳେ ପାଇବର ସାହି ନିକଟରେ ବିପରୀତ ଦିଗ ରୁ ଆସୁଥିବା ଅନ୍ୟ ଏକ ଦୀପକ ନାମକ ଘରୋଇ ବସ କୁ କାର ଟି ଓଭରଟେକ କରିଥିଲା l କାର କୁ ବଞ୍ଚାଇବାକୁ ଯାଇ ମା’ ତାରିଣୀ ବସ ର ଡ୍ରାଇଭରସଙ୍ଗେ ସଙ୍ଗେ ହଠାତ ବ୍ରେକ ମାରିବାରୁ ଗାର୍ଡୱାଲ…
ଫୁଲବାଣୀ:୨୬/୦୪,(ସୁନୀଲ ପଟ୍ଟନାୟକ):ଏବେ ଗ୍ରୀଷ୍ମ ରୁତୁ l ଟାଇଁ ଟାଇଁ ଖରା ସାଙ୍ଗକୁ ଜଳ କଷ୍ଟ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି l ସେପଟେ ଟ୍ରାନସଫର୍ମର ଅଚଳ ହୋଇପଡିବl ଫଳରେ ଲୋକଂକ ଅଵସ୍ଥା କହିଲେ ନ ସରେ l ୫ବର୍ଷର ଅଚଳ ଟ୍ରାନ୍ସଫର୍ମର ବଦଳରେ ନୁତନ ଟ୍ରାନ୍ସଫର୍ମର ପାଇଁ ଅଞ୍ଚଳବାସୀଙ୍କ ଦାବି କରି ଆସୁଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ ଶୁଣୁ ନି l ଏଭଳି ଅଭିଯୋଗ ଆସିଛି ଟିକାବାଲି ବ୍ଲକ ଅନ୍ତର୍ଗତ ଗlର୍ଡିଙ୍ଗିଆ . ପଞ୍ଚାୟତ ର ପାଙ୍ଗାନାଯୁ ଓ ଲୁବ୍ରୁମାହା ଗ୍ରାମରୁ l ଗ୍ରାମର ୧୦୦ ରୁ ଉର୍ଦ୍ଧ୍ବ ପରିବାରକୁ ବିଦ୍ୟୁତ ସେବା ଯୋଗାଇ ଦେବା ନିମନ୍ତେ ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ କରା ଯାଇ ଥିଲା। କିନ୍ତୁ ତାହା ଦୀର୍ଘ ୫ ବର୍ଷ ହେଲା ଅଚଳ ଅବସ୍ଥାରେ ପଡ଼ି ରହିଛି। ଯାହାକୁ ନେଇ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ ସୁଦ୍ଧା…
ବୋଲଗଡ଼,୨୬/୦୪(ଶୁସାନ୍ତ କୁମାର ପ୍ରଧାନ):ଖରାଦିନେ ମିଳୁଥିବା ବିଭିନ୍ନ ପ୍ରକାରର ଫଳ ମଧ୍ୟରୁ ପଇଡ଼,ତରଭୁଜ,କାକୁଡି ଭଳି ତାଳସଜ ହେଉଛି ଅନ୍ୟତମ ଏବଂ ପ୍ରାୟ ସମସ୍ତଙ୍କର ପସନ୍ଦ ହୋଇଥାଏ। ଖରାଦିନରେ ତାଳସଜ ଖାଇବାକୁ ସମସ୍ତେ ଭଲପାଆନ୍ତି। ତାଳ ହେଉଛି ଏକ ରୁତୁକାଳିନ ଫଳ ସେଥିପାଇଁ ସମସ୍ତେ ଖାଇବା ପାଇଁ ପସନ୍ଦ କରନ୍ତି। ପ୍ରଚଣ୍ଡଖରାରେ ତାଳସଜର ବେସ୍ ଚାହିଦା ରହିଛି। ଯାହା ଫଳରେ ତାଳସଜର ଦର ବଢିବାରେ ଲାଗିଛି।ଖରାଦିନେ କେବଳନୁହେଁ ତାଳ ଓ ତାଳଗଛର ଚାହିଦା ବର୍ଷସାରା ରହିଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ତାଳଗଛ ବହୁ ପରିମାଣରେ କମିବାରେ ଲାଗିଛି।ଯାହାକି ବଜ୍ରପାତ ବଢିବାରେ ଲାଗିଛି ବୋଲି ପରିବେଶବିତ୍ ମାନେ ମତ ରଖିଥାନ୍ତି। ସେହିପରି ଶୀତଦିନେ ତାଳଗଛର ରସ ବା ତାଡିକୁ ସଂଗ୍ରହ କରି ଆଦିବାସୀ ଲୋକ ମାନେ ମୃଦୁନିଶା ଭାବରେ ସେବନ କରିଥାନ୍ତି। ସେହିପରି ପାଚିଲା ତାଳରସରେ ପିଠା କରିବାପାଇଁ ଲୋକ ମାନଙ୍କ ମଧ୍ୟରେ ବହୁତ ଚାହିଦା ରହିଛି। ଏହି ତାଳ ଗାଁ ଗହଳିରେ ପ୍ରାୟ ମିଳିଥାଏ…