Author: Janabani News

ବେଲଗୁଣ୍ଠା,୨୪/୦୪, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ସହର ଓ ଆଖପାଖ ଅଞ୍ଚଳରେ ଦୀର୍ଘ ଦିନ ଧରି ରନ୍ଧନ ଗ୍ୟାସ୍ ବିତରଣରେ ଦେଖାଦେଇଥିବା ବ୍ୟାପକ ଅନିୟମିତତା ପ୍ରତିବାଦରେ ଆଜି ବେଲଗୁଣ୍ଠା ବଣିକ ସଂଘ ପକ୍ଷରୁ ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ବେଲଗୁଣ୍ଠାର ଗ୍ୟାସ୍ ଗ୍ରାହକମାନେ ଠିକ୍ ସମୟରେ ସିଲିଣ୍ଡର ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିସହ କେତେକ ସଙ୍ଗୀନ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଗ୍ରାହକମାନେ ନ ଜାଣି ମଧ୍ୟ ସେମାନଙ୍କ ନାମରେ ଗ୍ୟାସ୍ ବୁକ୍ ହୋଇଯାଉଛି। ଫଳରେ ଗ୍ରାହକଙ୍କୁ ପ୍ରକୃତରେ ଯେତେବେଳେ ଗ୍ୟାସ୍ ଆବଶ୍ୟକ ହେଉଛି, ସେତେବେଳେ ସେମାନେ ଆଉ ବୁକିଂ କରିପାରୁନାହାନ୍ତି। କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ମିଳିବାରେ ଅସୁବିଧା ଯୋଗୁଁ ଅଞ୍ଚଳର ବହୁ ହୋଟେଲ, ମିଠା ଦୋକାନ ଓ ଜଳଖିଆ ଦୋକାନ ବନ୍ଦ ହେବା ପରିସ୍ଥିତି ସୃଷ୍ଟି ହୋଇଛି। ଏହା ବ୍ୟବସାୟୀଙ୍କ ପରିବାର ପ୍ରତିପୋଷଣରେ ବାଧା ସୃଷ୍ଟି କରୁଛି। ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ଗ୍ୟାସ୍ ଥିବା…

Read More

ଭଞ୍ଜନଗର,୨୪/୦୪:(ନିଲୁ ବିଷୋୟୀ):ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ ଠାକୁରାଣୀ ଯାତ୍ରା। ୩ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ତେଣୁ ଦୂରଦୂରାନ୍ତରୁ ଦର୍ଶକ ମାନଙ୍କ ସୁଅ ଛୁଟିଥାଏ। କୁଲାଡ଼ ରୁ ମା ବ୍ୟାଘ୍ରଦେବୀଙ୍କୁ ଆଡମ୍ବର ସହକାରେ ଅଣାଯାଏ ୩୦ରୁ ଅଧିକ ପଟୁଆର ଏବଂ ବହୁ ଶବ୍ଦ ଓ ଆଲୋକ ରଂଜିତ ବାଣ ଫୁଟାଯାଏ। ହଜାର ହଜାର ଲୋକଙ୍କ ସୁରକ୍ଷା ଏବଂ ଟ୍ରାଫିକ ସମସ୍ୟାକୁ ଆଖି ଆଗରେ ରଖି ଯାତ୍ରା ପରିଚାଳନା କମିଟି ଓ ସାମ୍ବାଦିକ ମାନଙ୍କୁ ନେଇ ଥାନା ପରିସରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଂଜନ କୁମାର ଦେ ଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କୁଲାଡ଼ ରୋଡ଼ ବେଲଗୁଣ୍ଠା ରୋଡ଼, ବ୍ରହ୍ମପୁର ରୋଡ଼, ଫୁଲବାଣୀ ରୋଡ଼ଦେଇ ଆସିବା ଦୁଇ ଚକିଆ ଗାଡି ଏବଂ ବଡ ଗାଡି ମାନଙ୍କ ପାର୍କିଙ୍ଗ ବ୍ୟବସ୍ତା କରାଯାଇଛି। ପରେ କମିଟି ସଦସ୍ତ ଓ ପୋଲିସ ଅଧିକାରୀ ମାନଙ୍କ…

Read More

ବୁଗୁଡା:୨୪/୦୪:(କୁମୁଦ ଚନ୍ଦ୍ର ବେହେରା):ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ ପାଇଁ ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି। ତେବେ ଏଥିରୁ ବାଦ ପଡିଛି ଅଙ୍ଗନବାଡି କେନ୍ଦ୍ର। ଏ ଅବସରରେ ବୁଗୁଡା ଅଞ୍ଚଳର ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକ ଖୋଲା ରହିଥିବା ଦେଖିବାକୁ ମିଳିଛି। ଟାଣ ଖରାରେ ଘରୁ ବାହାରିବାକୁ ଲୋକଙ୍କ କୁଣ୍ଠାବୋଧ ଏବଂ ଛାତ୍ରୀଛାତ୍ର ସ୍କୁଲକୁ ଯାଉନଥିଲା ବେଳେ ଅଙ୍ଗନଓ୍ବାଡିର କୋମଳମତି ଶିଶୁମାନେ ସକାଳ ସାତଟାରୁ ଯାଇ ଦଶଟାରେ ଫେରୁଥିବାରୁ ବୁଦ୍ଧିଜୀବୀ ଏବଂ ଅଭିଭାବକ ମହଲରେ ଚିନ୍ତା ପ୍ରକାଶ ପାଇଛି । ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Read More

ନୂଆପଡ଼ା,୨୪/୪:(ପରମେଶ୍ୱର ମେହେର):ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିବା ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଞ୍ଚାୟତ କାନ୍ଦୁଲକୋନା ଗ୍ରାମ କଲୋନିପଡାର ନିଲେନ୍ଦ୍ରୀ ନାଗ (୩୭) ଙ୍କର ବୁଧବାର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ନିଲେନ୍ଦ୍ରି ୪ମାସ ତଳେ ସ୍ବାମୀ ପିତମ ନାଗ (୪୦) ଓ ଦୁଇ ପୁଅ ଟଙ୍କେଶ୍ବର ନାଗ (୯) ଓ କାହ୍ନା ନାଗ (୭) ଙ୍କୁ ଧରି ଆନ୍ଧ୍ରପ୍ରଦେଶର ତ୍ରିପୁରାକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସ୍ବାମୀ ସ୍ତ୍ରୀ ଏକ ଇଟା ଭାଟିରେ କାମ କରୁଥିଲେ। ନିଳେନ୍ଦ୍ରୀବୁଧବାର ସକାଳେ କାମ କରୁଥିବା ବେଳେ ହଠାତ ତଳେ ପଡି ଯାଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ଲୋକେ ନିଲେନ୍ଦ୍ରୀଙ୍କ ମୃତଶରୀରକୁ ଆନ୍ଧ୍ରପ୍ରଦେଶରୁ ନିଜ ଗାଁ…

Read More

ଭଞ୍ଜନଗର,୨୪/୦୪:(ନିଲୁ ବିଷୋୟୀ):ଭଞ୍ଜନଗର ଥାନା ଲୋହରାଖଣ୍ଡି ନଦୀରୁ ଶୁକ୍ରବାର ଏକ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଖାଲାସାହିର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ (୫୦) ବୋଲି ଜଣାପଡିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ସୂଚନାନୁସାରେ, କୃଷ୍ଣ ଚନ୍ଦ୍ର ଗତକାଲି ସନ୍ଧ୍ୟାରେ ନିକଟସ୍ଥ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ପରିବାର ଲୋକ ବହୁ ଖୋଜା ଖୋଜି ପରେ ମଧ୍ୟ ତାଙ୍କର ସନ୍ଧାନ ମିଳିନଥିଲା। ଶୁକ୍ରବାର ସକାଳୁ ମାଲସାହି ନିକଟ ଲୋହରାଖଣ୍ଡି ନଦୀରେ ତାଙ୍କ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ। ପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି କୃଷ୍ଣଚନ୍ଦ୍ର ଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ପୁଲିସ ମୃତଦେହ ଜବତ କରି କେସ ନଂ ୮/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗକୁ ହସ୍ତାନ୍ତର କରିଛି।

Read More

ଓଡ଼ଗାଁ,୨୪/୦୪:(ଜନବାଣୀ):୧୯୯୦ ମସିହାର ଏପ୍ରିଲ ୨୨ ତାରିଖ ଦିନ ପଦ୍ମଶ୍ରୀ ରାଧା ମୋହନଙ୍କ ନେତୃତ୍ୱରେ ନୟାଗଡ଼ ଜିଲ୍ଲାର ବାହାଡା ଝୋଳା ଓ ସୁନାମୁହ୍ନି ମଧ୍ୟରେ ଥିବା ୧୭ ଖଣ୍ଡ ଗାଁର ଜଙ୍ଗଲ ସୁରକ୍ଷାର ମହିଳା କର୍ମୀମାନେ ପଦ ଯାତ୍ରା ପରେ ଏକାଠି ହୋଇଥିଲେ। ସେମାନେ ଦାହାଙ୍ଗି ଆମ୍ବ ତୋଟାରେ ଏକାଠି ହୋଇ ନିଜ ଅଞ୍ଚଳର ଉଜୁଡ଼ା ଜଙ୍ଗଳକୁ ସୁରକ୍ଷା ଦେଇ ପୁଣି ଜୀବନ ଫେରାଇବାକୁ ସପଥ କରିଥିଲେ।ସେଇଦିନଠାରୁ ବିଶ୍ୱ ଧରିତ୍ରୀ ଦିବସକୁ ତାଙ୍କ ଜଙ୍ଗଲର ପୁନର୍ଜନ୍ମ ଭାବରେ ସେମାନେ ମନେ ରଖିଛନ୍ତି ଓ କେତେକ ଗ୍ରାମବାସୀ ପୁରୁଣା ଗଛ ପାଖକୁ ଯାଇ ପୂଜା ଅର୍ଚ୍ଚନା କରନ୍ତି। ସେତେବେଳଠାରୁ ଅନେକ ବର୍ଷ ପର୍ଯ୍ୟନ୍ତ ଅନେକ ଗ୍ରାମବାସୀ ନିଷ୍ଠାର ସହ ଜଙ୍ଗଳକୁ ରକ୍ଷା କରିଥିବାରୁ ଆଜି ସେହି ଜାଗାରେ ଚମତ୍କାର ସାଲ ଜଙ୍ଗଳ ରହିପାରିଛି। ଏଥିରୁ ସହ ସହ ଲୋକଙ୍କର ରୋଜଗାର ମଧ୍ୟ ହେଉଛି।ଏହି କାମର ଗୁରୁତ୍ୱ ଯଦି ମହିଳାମାନେ ଓ ବର୍ତ୍ତମାନର ଯୁବପିଢ଼ି ନ…

Read More

ଫୁଲବାଣୀ:୨୪/୦୪,(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ଫୁଲବାଣୀ ସମ୍ମିଳନୀ କକ୍ଷରେ ତା: ୨୩/୦୪/୨୦୨୬ ରିଖରେ ବିଭିନ୍ନ ଆଇନ ସମ୍ପର୍କିତ ଏକ ସଚେତନତା ଶିବିର ର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ପରିବାର ଅଦାଲତ ବିଚାରପତି ଶ୍ରୀମତୀ ରୂପଶ୍ରୀ ଚୌଧୁରୀ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରୀତିଶ କୁମାର ରାଉତରାୟ, ଏଫ.ଟି.ଏସ.ସି. କୋର୍ଟ ବିଚାରପତି କୈଳାଶ ଚନ୍ଦ୍ର ସ୍ବାଇଁ, ସ୍ଥାୟୀ ଲୋକ ଅଦାଲତ ବିଚାରପତି ଦୋଳଗୋବିନ୍ଦ ବାରିକ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ରମାକାନ୍ତ ମହାନ୍ତି, ଏସ.ଡି.ଯେ.ଏମ. ଶ୍ରୀମତୀ ସୌମ୍ୟା ସୋନାଲିକା, ଜେ.ଏମ୍.ଏଫ.ସି ବଦ୍ରିନାଥ ବିଶ୍ବାଳ, ପ୍ରୋବେସନର ସିଭିଲ ଜଜ ଅରୁଣିମା ପତି, ବାର ଆସୋସିଏସନ, ଫୁଲବାଣୀର ସମ୍ପାଦକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି, ବିଜୟ କୃଷ୍ଣ ପଟ୍ଟନାୟକ, ବାର ଆସୋସିଏସନ, ଫୁଲବାଣୀର ଅନ୍ୟାନ୍ୟ ବରିଷ୍ଠ ଆଇନଜୀବୀ, ପବ୍ଲିକ ପ୍ରୋଷିକ୍ୟୁଟର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାଗ, ଚିଫ ଲିଗାଲ ଏଡ…

Read More

ବେଲଗୁଣ୍ଠା,୨୪/୦୪:(ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା, ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ଗୁରୁବାର ସକାଳେ ଏକ ବସ୍ ଧକ୍କାରେ ଜଣେ ଯୁବକ ସାମାନ୍ୟ ଆହତ ହୋଇଛନ୍ତି । ଆହତ ଯୁବକ ଦ୍ବୟଭଞ୍ଜନଗର ଥାନା ଅନ୍ତର୍ଗତ ମଳସପଦ୍‌ର ଗ୍ରାମର ସେମାନେ ହେଲେ ପ୍ରଶାନ୍ତ ଗୌଡ଼ ଓ କୃଷ୍ଣଗୌଡ଼ ଆହତ ଯୁବକ ଦୁଇଜଣଙ୍କୁ ସଂପୃକ୍ତ ଅଞ୍ଚଳବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତିକରି ଥିଲୋ ପ୍ରଶାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। କୃଷ୍ଣ ଭଞ୍ଜନଗର ମେଡ଼ିକାଲରେ ପ୍ରାଥମିକ ଚିକିତ୍ସିତ ହେବାପରେ ଘରକୁ ଫେରିଛନ୍ତି । ଘଟଣାରୁ ପ୍ରକାଶ ଯେ, ପ୍ରଶାନ୍ତଙ୍କ କିଛି ଦିନପରେ ବିବାହ ହେବାର ଥିଲା ତେଣୁ ପ୍ରଶାନ୍ତ ଆଜି ତାଙ୍କ ଗ୍ରାମର କୃଷ୍ଣଙ୍କୁ ଧରି ବାଇକ୍ ଯୋଗେ ବେଲଗୁଣ୍ଠା ଅଭିମୁଖେ ଭୋଜି ଗୁଆ ଦେବାକୁ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଘରୋଇ…

Read More

ବୁଗୁଡ଼ା,୨୩/୦୪:(ଡ.ପ୍ରକାଶ ଚନ୍ଦ୍ର ପାତ୍ର):ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ପଥ ଚାରୀ ମାନଙ୍କୁ ଶୋଷ ନିବାରଣ ନିମନ୍ତେ ପଣା ବଣ୍ଟନ କରା ଯାଇଛି। ଆଜି ବାଲିପଦର ବଜାରରେ ୪୦ ଡିଗ୍ରୀ ତାପମାତ୍ରାକୁ ଦ୍ରୁ୍ଷ୍ଟିରେ ରଖି ପଚାଶ ଖଣ୍ଡ ଗ୍ରାମର ବ୍ୟବସାୟିକ ପେଣ୍ଠସ୍ଥଳ ବାଲିପଦରର ଜଙ୍କସନ ଠାରେ ଶତାଧିକ ପଥଚାରୀଙ୍କୁ ପଣା ବଣ୍ଟନ କରି ବରିଷ୍ଠ ନାଗରିକ ମାନେ ଜନସାଧାରଣଙ୍କୁ ଅଂଶୁଘାତରୁ ରକ୍ଷାକରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ନାଗରିକ ମଞ୍ଚ ସଭାପତି ଇଂ. ବିପ୍ର ଚରଣ ପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, ବଂଶିଧର ବିଷୋୟୀ, ମାଧବ ଚନ୍ଦ୍ର ଭୋଳ, ଇଂ. ମହେଶ୍ବର ଗୁରୁ, ମଙ୍ଗୁଳି ପାତ୍ର, ବି. କ୍ରିଷ୍ଣା ରାଓ ଦୋରା, ଲକ୍ଷ୍ମଣ କୁମାର ଜେନା, ନରସିଂହ ପାତ୍ର, ଖଲିପାତ୍ର, କେ. କେଶବ ପାତ୍ର, କେ. ସୁବାସ ପାତ୍ର, କେ. କୈଳାସ ଚନ୍ଦ୍ର…

Read More

ଭଞ୍ଜନଗର,୨୩/୦୪:(ନିଲୁ ବିଷୋୟୀ):ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଗାଙ୍ଗପୁର ଓ ଭଞ୍ଜନଗର ଓ ପୁଲିସ ମିଳିତ ଭାବେ ବେଆଇନ କରତକଳ ଉପରେ ଚଢ଼ାଉ କରିଛନ୍ତି । ବୁଧବାର ବିଳମ୍ବିତ ରାତିରେ ଗାଙ୍ଗପୁର ଥାନା ଅନ୍ତର୍ଗତ ସିଆରିମାଳରେ ଚାଲିଥିବା ଏକ ବେନିୟମ କରତକଳ ଉପରେ ପୁଲିସ ଓ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ସମୟରେ ବନ ବିଭାଗ ଏବଂ ପୁଲିସ କାଠ ମିଲରୁ ବିପୁଳ ପରିମାଣର ଶାଗୁଆନ ସମେତ ଅନ୍ୟାନ୍ୟ କାଠ ଜବତ କରିଛି । ଏଥିସହ ପ୍ରାୟ ୭ ଲକ୍ଷ ଟଙ୍କାର ଏକ କାଠ ମିଲକୁ ମଧ୍ଯ ଜବତ କରିଛି। ଏହି ଘଟଣାରେ ଗାଙ୍ଗପୁର ପୁଲିସ ଦ୍ବାରା ଲମ୍ବୁ ତାରିଣୀଙ୍କୁ ଗିରଫ କରାଯାଇଛି । ତାଙ୍କ ଠାରୁ ୩ ମାଉଜର ସହ ୩ ଟି ଜୀବନ୍ତ ଗୁଳି ଜବତ ହୋଇଛି। ଗିରଫ ଲମ୍ବୁ ନାମରେ ଜିଲ୍ଲା ତଥା ଜିଲ୍ଲା ବାହାରେ ବହୁ ଥାନା ଏକାଧିକ ମାମଲା ରହିଛି। ଲମ୍ବୁକୁ…

Read More

ବୁଗୁଡା:୨୩/୦୪:(କୁମୁଦ ଚନ୍ଦ୍ର ବେହେରା): ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଭାମଶ୍ୟାଳି ହାଇସ୍କୁଲରେ ଦ୍ବିଦିବସୀୟ ଶିକ୍ଷାଦାନ ଶିକ୍ଷଣ ଉପକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗୋଲିଆ କ୍ଲଷ୍ଟର ସ୍ତରୀୟ ଉକ୍ତ କର୍ମଶାଳାକୁ ପ୍ରଧାନ ଶିକ୍ଷକ ଜି.ନାଗେଶ୍ବର ରାଓ ଉଦଘାଟନ କରିଥିଲା ବେଳେ ଏଥିରେ କ୍ଲଷ୍ଟର ଅନ୍ତର୍ଗତ ୧୨ଟି ବିଦ୍ୟାଳୟର ୨୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ। କ୍ଲଷ୍ଟର ସିଆରସିସି ସୁନିତା ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କର୍ମଶାଳା ଅବସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଦ୍ବାରା ଛାତ୍ରଛାତ୍ରୀଙ୍କ ଉପଯୋଗୀ ଅନେକ ଶିକ୍ଷଣ ଉପକରଣ ପ୍ରସ୍ତୁତ କରାଯାଇଥିଲା।

Read More

ପୁରୁଷୋତ୍ତମପୁର,୨୩/୪: (ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ରୁକ୍ମଣୀ ନଗର ବାସିନ୍ଦା ମନୋରଞ୍ଜନ ପାଢ଼ୀଙ୍କର ପିତା ରିଟାଏଡ଼ ସରକାରୀ କର୍ମଚାରୀ ବୁଦ୍ଧିମନ୍ତ ପାଢ଼ୀ ଙ୍କ 83 ବର୍ଷ ରେ ଦେହାନ୍ତ ହୋଇଯାଇଛି |ସେ ଫୁଲ ବାଣୀ କଲେକ୍ଟର ଅଫିସ ରେ ମୁଖ୍ୟ କିରାଣୀ ରୂପେ କାମ କରି ଅବସର ନେଇଥିଲେ | ସେଜଣେ ସହୃଦୟ, ଓ ପରୋପକାରୀ, ନିଷ୍କପଟ, ବିଶ୍ୱାସୀ , ବ୍ୟକ୍ତି ଥିଲେ | ଚାକିରି କାଳ ସମୟରେ ମଧ୍ୟ ସବୁ ଅଫିସର ଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ମାନଙ୍କ ସହିତ ତାଙ୍କର ବହୁତ ଭଲ ସମ୍ପର୍କ ରହିଥିଲା | ଆଜି ତାଙ୍କର ମୃତ୍ୟୁ ହୋଇଛି | ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ବୋହୁ, ସ୍ତ୍ରୀ, ଝିଅ,ଜୋଇଁ, , ନାତି, ନାତୁଣୀ, ବନ୍ଧୁ, ବର୍ଗ, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ | ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ପରେ ସମସ୍ତେ ତାଙ୍କ ବାସ ଭବନ ରେ ପହଞ୍ଚି ଶେଷ ଦର୍ଶନ କରିଥିଲେ |…

Read More