ଫୁଲବାଣୀ,୨୧/୪: (ସୁନୀଲ ପଟ୍ଟନାୟକ):ସୋମବାର ସଂନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ମହାନ କବି ତଥା ସଂସ୍କୃତ ବିଦ୍ୱାନ ଶ୍ରୀ ଶ୍ରୀ ଜୟଦେବଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ, ଫୁଲବାଣୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଫୁଲବାଣୀର ମାନ୍ୟବର ବିଧାୟକ ଶ୍ରୀ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବି ଜୟଦେବଙ୍କ ଜଗନ୍ନାଥ ସଂସ୍କୃତି ପ୍ରତି ଥିବା ଅବଦାନ ସ୍ମରଣ କରିଥିଲେ। କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଦାଧର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। ଜିଲ୍ଲାପାଳ ମହୋଦୟ ନିଜର ଅଭିଭାଷଣରେ କବି ଜୟଦେବଙ୍କ ଆଦର୍ଶରେ ଅନୁପ୍ରାଣିତ ହେବ ନିମନ୍ତେ ସମସ୍ତଙ୍କୁ ପ୍ରେରଣ ଦେଇଥିଲେ ।…
Author: Janabani News
ପ୍ରଶାସନ ପାଖରେ ନାହିଁ ସଠିକ ତଥ୍ୟ କନ୍ଧମାଳ,୨୦/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସାମ୍ବାଦିକ ନାମରେ ଅନେକ ବ୍ୟକ୍ତି ନିଜକୁ ଜଣେ ଜଣେ ସାମ୍ବାଦିକ ବୋଲି ପରିଚୟ ଦେଉଥିବା ଦେଖିବାକୁ ମିଳୁଛି। ହେଲେ ଏ ସାମ୍ବାଦିକ ପଦ ବୋଲାଉଥିବା ବ୍ୟକ୍ତି ମାନେ ପ୍ରକୃତ ରେ କିଏ ଅସଲି ଆଉ କିଏ ନକଲି ତାହା ଜଣା ପଡୁନାହିଁ l କେହି କେବେ, ମାନେ କିଛି ବର୍ଷ ପୂର୍ବେ ଗଣମାଧ୍ୟମରେ କାମ କରିଥିବା ଦାବି କରୁଛନ୍ତି, ତ ଆଉ କେହି ଦୀର୍ଘଦିନ ହେଲା ସେଇ ପେଶା ଛାଡି ଦେଇଥିବା ସତ୍ତ୍ବେ ମଧ୍ୟ ସାମ୍ବାଦିକ ପରିଚୟ ବ୍ୟବହାର କରୁଛନ୍ତି। ଅନୁତାପର କଥା ହେଉଛି, ଏ ସମ୍ପର୍କ ରେ ପ୍ରଶାସନ ପାଖରେ ବର୍ତ୍ତମାନ କେତେଜଣ ସଠିକ ଓ କାର୍ଯ୍ୟରତ ପେଶାଦାର ସାମ୍ବାଦିକ ଅଛନ୍ତି, ତାହାର କୌଣସି ସଠିକ ତାଲିକା ନାହିଁ । ଅଞ୍ଚଳ ରେ ଯେତେବେଳେ ଯାହା କିଛି ସରକାରୀ ହେଉ ଅବା ବେସରକାରୀ କାର୍ଯ୍ୟକ୍ରମ…
ବୁଗୁଡା :୨୦/୦୪:(କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ବ୍ଲକ ଖୋଳଖାଳି ପଞ୍ଚାୟତ ଅନ୍ତର୍ଗତ ବେଲପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପଣ୍ଡା(୮୫)ଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସେ ଦୀର୍ଘଦିନ ଧରି ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲା ବେଳେ ସୋମବାର ଦିନ ଭୁବନେଶ୍ଵରସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ଯୁ ଶଯ୍ୟା ନିକଟରେ ପୁତ୍ର ରାମକୃଷ୍ଣଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ରହିଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।। ସେ ବୁଗୁଡ଼ା ଅଞ୍ଚଳର କାନସୁକା, ଝୋଲରୀ ଓ ପାଙ୍ଗିଡି ଆଦି ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରି ଅବସର ଗ୍ରହଣ କରିଥିଲେ। ସେ ଜଣେ କର୍ତ୍ତବ୍ୟନିଷ୍ଠ ଏବଂ ଛାତ୍ରବତ୍ସଳ ଶିକ୍ଷକ ଥିଲେ। ତାଙ୍କର ବିୟୋଗରେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୋକବ୍ଯକ୍ତ କରାଯାଇଥିଲା।
ବାଲିଗୁଡା, ୨୦/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପବିତ୍ର ଅକ୍ଷୟ ତୃତୀୟା, ଏହି ଦିନଟି ଓଡ଼ିଆ ଜାତି ପାଇଁ ଏକ ଶୁଭ ଦିନ ହୋଇଥିବା ବେଳେ ଏହି ଦିନରେ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ। ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ଅନୁସାରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଙ୍କ ରଥଯାତ୍ରା ନିମନ୍ତେ ଆଜିର ଦିନରେ ରଥ କାର୍ଯ୍ୟ ଆରମ୍ଭ ହୋଇଥାଏ। ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆଜି ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ନିମନ୍ତେ ତିନି ଠାକୁରଙ୍କ ତିନି ରଥ ନିମନ୍ତେ ନୂତନ କାଠ ପୂଜା କରାଯାଇ ରଥ କାର୍ଯ୍ୟ ଅନୁକୂଳ କରାଯାଇଛି। ମନ୍ଦିର ପରିସରରେ ତିନି ରଥ କାଠ ରଖାଯାଇ ତିନି ଠାକୁରଙ୍କ ଠାରୁ ଆଦେଶ ମାଳ ଆଣି ପୁଜା ପାଠ କରାଯାଇ ବିଶ୍ବକର୍ମାଙ୍କୁ ରଥ ନିର୍ମାଣ ନିମନ୍ତେ ପ୍ରଦାନ କରାଯାଇଥିଲା। ଏଥିରେ ଟ୍ରଷ୍ଟି ପକ୍ଷରୁ ମଧୁସୂଦନ ଦାସ, ପ୍ରକାଶ ଚନ୍ଦ୍ର ନାୟକଙ୍କ ଉପସ୍ଥିତ ରେ ମନ୍ଦିର…
କଳାହାଣ୍ଡି,୨୦/୦୪:(ରୁପେନ୍ଦ୍ର ସୁନାନୀ):ଧର୍ମଗଡ ବ୍ଲକ୍, ପର୍ଲା ବିଜୁ ଏକ୍ସପ୍ରେସରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗାଡ଼ିରେ ଥିବା ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଚାନ୍ଦାହାଣ୍ଡି, ଡଙ୍ଗରିଗୁଡ଼ା ଗ୍ରାମର ସୁଶାନ୍ତ ଗଉଡ ଏବଂ ତାଙ୍କ ସ୍ତ୍ରୀ ଏକ ଟାଟା ଇଣ୍ଡିଗୋ ଗାଡି ନମ୍ବର OD 02L3141 ରେ ବେହେରା ପଟରୁ ଧର୍ମଗଡ ଅଭିମୁଖେ ଯାଉଥିଲେ। ମିର୍ଜାପୁର ଅତିକ୍ରମ କଲା ପରେ ପର୍ଲା ନିକଟରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଗୁରୁତର ହୋଇଛନ୍ତି। ଉପସ୍ଥିତ ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚିବା ଡେରି ହେବାରୁ ଗୁରୁତର ଦୁଇ ଜଣଙ୍କୁ ଉପସ୍ଥିତ ସମାଜସେବୀ ତଥା ଲୋକମାନଙ୍କ ସହାୟତାରେ ଅଟୋ ଯୋଗେ ନିକଟସ୍ଥ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁହିଁଙ୍କର ଅଵସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭବାନିପାଟଣା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡ଼ିଛି।
ବେଲଗୁଣ୍ଠା,୨୦/୦୪,(ଶିବରାମ ଚୌଧୁରୀ):ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବେଲଗୁଣ୍ଠା ବ୍ଳକ୍ ବିଞ୍ଚଣା ଠାରେ କରାଗାଡ଼ିଆ କୃଷକ ବାହିନୀ ଆନୁକୁଲ୍ୟରେ ଅକ୍ଷି ମୁଠି ଅନୁକୂଳ କରାଯାଇଛି I ଏହି ଅବସରରେ ଗିନି ମୃଦଙ୍ଗ ଭଳି ପାରମ୍ପରିକ ବାଦ୍ୟ ବାଜଣା ପଟୁଆର ମଧ୍ୟରେ ଅକ୍ଷି ମୁଠି ଅନୁକୂଳ କରାଯାଇଥିବା ବେଳେ ହୁଳହୁଳି ଏବଂ ହଳିଆ ଗୀତରେ ଅଞ୍ଚଳରେ ଏକ ନିଆରା ବାତାବରଣ ସୃଷ୍ଟି ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୃଷକ ବାହିନୀ ସଭାପତି ଶିଶିର କାନ୍ତ ନାୟକ, ଶିକ୍ଷାବିତ୍ ଶିବରାମ ପାଢ଼ୀ , ଲକ୍ଷ୍ମଣ ପଣ୍ଡା ଏବଂ ପୂର୍ବତନ ବେଣୀପଲ୍ଲୀ ସମିତି ସଭ୍ୟ ରାମଚନ୍ଦ୍ର ବିଶ୍ୱାଳଙ୍କ ସମେତ ଗ୍ରାମ ଭଦ୍ରବ୍ୟକ୍ତି ସୁରେନ୍ଦ୍ର ପ୍ରଧାନ, ତ୍ରିନାଥ ନାୟକ, କୃଷ୍ଣ ପ୍ରଧାନ,ଭଗବାନ ପ୍ରଧାନ,ସନ୍ନ୍ୟାସୀ ନାୟକ, କାଳୁ ଚରଣ ନାୟକ,ପ୍ରଫୁଲ୍ଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ I
ଭଞ୍ଜନଗର୨୦/୪,(ନିଲୁ ବିଷୋୟୀ): ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ଭଞ୍ଜନଗର ସ୍ଥିତ ବେଣାକୁନ୍ଦା କୃଷି ବିଜ୍ଞାନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ବାଣିଜ୍ୟ ଓ ପରିବହନ, ଇସ୍ପାତ ଏବଂ ଖଣିଜ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସର୍ବପ୍ରଥମେ ମାଟି ମାଆଙ୍କୁ ପୂଜାର୍ଚ୍ଚନା ସହ ହଳକରି ‘ଅଖିମୁଠି ଅନୁକୂଳ’ ଶୁଭାରମ୍ଭ କରିଥିଲେ । ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ରହି କୃଷକମାନଙ୍କ ଚାଷ କାର୍ଯ୍ୟକୁ ଉତ୍ତମରୂପେ ଆଗକୁ ନେବା ପାଇଁ ପ୍ରୋତ୍ସାହିତ କରିଥିଲେ। ଏହି ଅବସରରେ ‘ସିଏମ୍ କିଷାନ’ ସହାୟତା ରାଶି ଡି.ବି.ଟି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲାର ୨୪୧୫୩୧ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୪୮କୋଟି ୩୦ଲକ୍ଷ ୬୨ ହଜାର ଟଙ୍କା ହସ୍ତାନ୍ତର କରାଯାଇଛି। ଜିଲ୍ଲାର ୨୨ ଟି ବ୍ଲକ୍ ର କୃଷକମାନେ ଏଥିରେ ସାମିଲ ଅଛନ୍ତି। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ…
ପୁରୁଷୋତ୍ତମପୁର,୨୦/୪: (ଶୁଭଙ୍କରୀ ଦାଶ):ଚାଷ ପାଇଁ ଚିନ୍ତାରେ ଚାଷୀ. ଆଜି ଅକ୍ଷୟ ତୃତୀୟା. ଗୋଟିଏ ପଟେ ଉତ୍ପାଦିତ ଧାନ ଏ ପର୍ଯ୍ୟନ୍ତ ବିକ୍ରି ହୋଇ ପାରିନଥିବା ବେଳେ ସେପଟେ ଧାନ ଚାଷ ଅନୁକୂଳ କରିବା ସମୟ ଆଜି ଆସିଲାଣି. କେମିତି କରିବୁ ଚାଷ ସେ ନେଇ ଚିନ୍ତାରେ ଚାଷୀ. ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଏନଏସିରେ .ସ୍ଵପ୍ନେଶ୍ଵର କୃଷକ ସଙ୍ଘ ର ସଭାପତି, ୱାଇ ମକୁନ୍ଦ ରାଓ, ସମ୍ପାଦକ କିଶୋର ଶାସମାଲ, କୋଷାଧକ୍ଷ ରମେଶ ଚନ୍ଦ୍ର ଗୌଡ଼ , ଓ ବରିଷ୍ଟ ଚାଷୀ ମନ ମୋହନ ପାଢ଼ୀ ଙ୍କ ସହିତ ଅନେକ ଚାଷୀ ମାନେ | ଆଜି ଅକ୍ଷୟ ତୃତୀୟା. ଚାଷୀ ତାର ଚିରା ଚରିତ ପ୍ରଣାଳୀ ରେ ରୀତି ନିତି ଅନୁସାରେ ପୂଜା ପାର୍ବଣ କରି ହଳ ଲଙ୍ଗଳ ସହିତ କ୍ଷେତରେ ଚାଷ କରି ଧାନ ବୁଣିବାର ବିଧାନ କେଉଁ ଯୁଗରୁ କରି ଆସୁଛି | ଆଜି…
ବ୍ରହ୍ମପୁର,୨୦/୪:(ହିମାଂଶୁ ଶେଖର ସାବତ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜାମୁନି ଗ୍ରାମ ସ୍ଥିତ ସରକାରୀ ଅଶୋକ ହାଇସ୍କୁଲରେ ପୁରାତନ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଲୁମିନ ମିଟ ତଥା ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଶିଶିର କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଇନ୍ଦ୍ରଜିତ ନାୟକ ଯୋଗ ଦେଇଥିଲେ। ସେହିପରି ମୁଖ୍ୟ ବକ୍ତାଭାବେ ପୂର୍ବତନ ଶିକ୍ଷକ କାଳୀ ଚରଣ ତ୍ରିପାଠୀ ଯୋଗଦେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅମୁଲ୍ୟ ସମ୍ପର୍କକୁ ନେଇ ଆଲୋକପାତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ପୂର୍ବତନ ଶିକ୍ଷକ ପଞ୍ଚାନନ ପାଣିଗ୍ରାହୀ, ପି.ନାରାୟଣ, ମହେଶ୍ୱର ବେହେରା,ଶିକ୍ଷୟତ୍ରୀ ଗାୟତ୍ରୀ ମହାପାତ୍ର,ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା, ସୁଜାତା ମହାପାତ୍ର, ସ୍ଥାନୀୟ ସମାଜସେବୀ ନୀଳାଞ୍ଚଳ ପାଣିଗ୍ରାହୀ, ବିଦ୍ୟାଳୟର ସଭାପତି କାମରାଜୂ ସେଠି ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ପୁରାତନ ଶିକ୍ଷକଶିକ୍ଷୟତ୍ରୀଙ୍କୁ ସମ୍ମାନିତ କରାଯାଇ ଛାତ୍ରଛାତ୍ରୀ ସେମାନଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ। ଦୀର୍ଘ…
ଚିକିଟି,୨୦/୪(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜ଼ିଲ୍ଲା ଚିକିଟି ବ୍ଲକ ପ୍ରଶାସନ ପଂଚାୟତ ଜନ ପ୍ରତିନିଧି ଙ୍କୁ ଅଣଦେଖା କରିବା ବିରୋଧ କରି ଚିକିଟି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଆଜିଠାରୁ ଗଣଧାରଣା ରେ ବସିଛନ୍ତି l ଏ ସମ୍ପର୍କ ରେ ଏକ ସ୍ମାରକପତ୍ର ଜ଼ିଲ୍ଲାପାଳ ସମେତ ବିଭିନ୍ନ ପଦାଧିକାରୀ ଙ୍କୁ ଜଣାଇ ଦେଇଛନ୍ତି l ସ୍ମାରକପତ୍ର ରେ ଚିକିଟି ବିଧାୟକ ଙ୍କ ହାତ ବାରିସୀ ସାଜି ଚିକିଟି ବିଡ଼ିଓ ଉର୍ନ୍ନୟନ କାର୍ଯ୍ୟ ଗୁଡିକ ହେରଫେର କରିବା, ଅନ୍ତର୍ଦୟ ଗୃହ ଯୋଜନା, ଭତ୍ତା ଆଦି ବିଭିନ୍ନ ଯୋଜନା କୁ ହିତାଧିକାରୀ ଙ୍କୁ ଗ୍ରାମସଭା ଜରିଆରେ ଚୟନ କରାଯାଉଥିବା ଆଦି ସ୍ମାରକ ପତ୍ର ରେ ଉଲ୍ଲେଖ ରହିଛି l ଅନୁଷ୍ଠିତ ଗଣଧାରଣା ରେ ଚିକିଟି ପଂଚାୟତ ସମିତି ଅଧକ୍ଷ ଆପନା ସେଠି, ପିତାତାଳି ପଂଚାୟତ ସରପଞ୍ଚ ଏ. ରାଙ୍ଗା ରାଓ, ଗୋବିନ୍ଦ ନଗର ପଂଚାୟତ ସରପଞ୍ଚ, ଜୀବlନନ୍ଦ ରେଡି,ନୂଆପଡା ପଂଚାୟତ ସରପଞ୍ଚ ସାନମୁଖ ରାଓ…
ବୁଗୁଡ଼ା, ୨୦/୪:(କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଜଣୈକ ଯୁବକଙ୍କୁ ମିଳିତ ଆକ୍ରମଣ ଘଟଣାରେ ପୋଲିସ ୨ ଜଣ ନାବାଳକଙ୍କ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ସାବାଳକ ଅଭିଯୁକ୍ତମାନେ ହେଲେ ଗୋଲିଆ ଗ୍ରାମର ସନ୍ନ୍ୟାସୀ ପୋଲେଇ (୨୪), ଜୟସେନ ଜେନା (୨୧) ଓ ରାଜା ଜେନା (୧୮) । ଆକ୍ରମଣରେ ଆହତ ହୋଇଥିବା ଯୁବକ ନାରାୟଣ ପ୍ରଧାନ(୨୫)ଙ୍କ ଅଭିଯୋଗ କ୍ରମେ ପୋଲିସ କେସ୍ ନଂ ୧୭୩/ ୨୨ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ଗତ ମେରୁ ସଂକ୍ରାନ୍ତି ଦିନ ଅପରାହ୍ନରେ ନାରାୟଣ ଗୋଲିଆ ଗାଁ ଛକରୁ ଘରକୁ ଯାଉଥିବା ବେଳେ ସାମନା ପଟୁ ସନ୍ୟାସୀ ବାଇକରେ ଆସି ଘଷି ହୋଇ ଯାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ବାକଯୁଦ୍ଧ ହୋଇଥିଲା ଏବଂ ପର ମୁହୂର୍ତ୍ତରେ ଦୁଇ ନାବାଳକଙ୍କ ସମେତ…
ରାୟଗଡା, ୨୦/୪(ଅମୂଲ୍ୟ ନିଶଙ୍କ):ରାୟଗଡ ସେଞ୍ଚୁରିୟାନ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଅଧିନସ୍ଥ ନର୍ସିଂ ବିଦ୍ୟାଳୟରେ ଗତ କାଲି ୧୯ ଏପ୍ରିଲରେ ପାଳିତ ବିଶ୍ୱ ଯକୃତ ଦିବସ ଅବସରରେ ଆଜି ସୋମବାର ଦିନ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। “ସୁସ୍ଥ ଅଭ୍ୟାସ, ଶକ୍ତିଶାଳୀ ଯକୃତ” ଥିମ୍ ଅନୁସାରେ ଯକୃତ ସ୍ୱାସ୍ଥ୍ୟ ଓ ରୋଗ ପ୍ରତିରୋଧ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମଟି ଜିଏନଏମ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୨ୟ ସେମେଷ୍ଟର ବିଏସସି ନର୍ସିଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଆୟୋଜିତ ହୋଇଥିଲା। ଯକୃତର ମୁଖ୍ୟ କାର୍ଯ୍ୟ , ଯକୃତ ରୋଗର ପ୍ରାରମ୍ଭିକ ଲକ୍ଷଣ ଓ ପ୍ରତିରୋଧ ପାଇଁ ସମତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ, ମଦ୍ୟପାନ ଓ ଅନଧିକୃତ ଔଷଧ ସେବନରୁ ବିରତି, ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଭଳି ପ୍ରାୟୋଗିକ ପଦକ୍ଷେପ ବିଷୟରେ କୁହାଯାଇଥିଲା । କାର୍ଯ୍ୟକ୍ରମରେ ଯକୃତର ଗଠନ ଓ ସାଧାରଣ ରୋଗ ସମ୍ବନ୍ଧୀୟ ପ୍ରେଜେଣ୍ଟେସନ, ଚାର୍ଟ ଓ ପୋଷ୍ଟର ପ୍ରଦର୍ଶନ ସହିତ…