ବୁଗୁଡ଼ା,୨୩/୪(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ଥାନା ଅନ୍ତର୍ଗତ ପାଙ୍କଲ ସାହି ଗାଁର ବିଲମାଳରେ ଥିବା ଏକ ନିମ ଗଛରୁ ଜନୈକ ବ୍ୟକ୍ତିଙ୍କ ଝୁଲନ୍ତା ଶରୀରକୁ ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ କରତୁଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ସେଠୀ (୪୨)। ଏ ନେଇ ପୋଲିସ କେସ୍ ନଂ ୧୨/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କ ଠାରୁ ପ୍ରକାଶ ପାଇଛି। ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଝାଡ଼ଭୂଇଁ ଗ୍ରାମରେ ପରିବାର ସହ ରହି ରାଜେନ୍ଦ୍ର କରତୁଲି ଗ୍ରାମସ୍ଥ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ନିଜ ଗାଁ ପଙ୍କଳ ସାହିକୁ ବେଳେବେଳେ ବୁଲାବୁଲି କରିବାକୁ ଆସୁଥିଲେ। ତେବେ ବୁଧବାର ସକାଳେ ରାଜେନ୍ଦ୍ରଙ୍କ ମର ଶରୀର ତାଙ୍କର ପଙ୍କଳସାହି ଘର ବାରିପଟ ବିଲମାଳସ୍ଥ ଏକ ନିମଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କଠାରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ…
Author: Janabani News
ରାୟଗଡ,୨୨/୪:(ଅମୂଲ୍ୟ ନିଶଙ୍କ):ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ କୁଜେନ୍ଦ୍ରି ରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ରେ ପିଏମଶ୍ରୀ ୨୦୨୫-୨୬ ମହୋତ୍ସବ ପାଳିତ ହୋଇ ଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ମୁଖ୍ୟବକ୍ତା ରୂପେ କୈଳାଶପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବିଷିକେଶନ ବାଗ୍, ସମ୍ମାନିତ ଅତିଥି ଭାବରେ କୁଜେନ୍ଦ୍ରି ସରପଞ୍ଚ ରମେଶ ଶବର,କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ସହଦେଵ ଲିମା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରମୁଖ ମଂଚାସୀନ ଥିବା ବେଳେ ସମସ୍ତ ସଦସ୍ୟ, ଅବିଭାବକ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ମଧ୍ୟରେ ଗଣିତ ସର୍କଲ,ବିଜ୍ଞାନ ସର୍କଲ,ପଠନ ଶୈଳୀ ର ଅଭିବୃଦ୍ଧି, ଶିକ୍ଷା ଉପକରଣ, କୁଇଜ ଓ ନମୁନା ବିଧାନସଭା ଆଦି ପ୍ରକଳ୍ପ ଗୁଡିକ ସ୍ଥାନିତ କରାଯାଇଥିଲା। ସେଗୁଡ଼ିକ ଅତିଥି ମାନଙ୍କ…
ବୋଲଗଡ଼,୨୧/୦୪(ସୁଶାନ୍ତ କୁମାର ପ୍ରଧାନ):ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ ସାଗରଗୁଆଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗୀତାଞ୍ଜଳି ପଟ୍ଟନାୟକମଙ୍ଗଳ ବାର ରାତି ୨ଘଟିକାରେ ଇହଲୀଲା ସମ୍ବରଣ କରିଛନ୍ତି। ପୂର୍ବରୁ ଉଚ୍ଚ ରକ୍ତଚାପ ଥିବାରୁ ଔଷଧ ସେବନ କରୁଥିଲେ.ହୃତପିଣ୍ଡର ଆକସ୍ମିକ ଅକ୍ଷମତାଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ବୋଲିକୁହାଯାଉଛି।୨୦୧୭ ମସିହାରୁ ସ୍ବର୍ଗତା ପଟ୍ଟନାୟକ ଉପରୋକ୍ତ ବିଦ୍ୟାଳୟରେ ଶିକ୍ଷାଦାନ କରି ଆସୁଥିଲେ। ୩ଦିନ ପୂର୍ବରୁ ରଣପୁର ବ୍ଲକରେ ଶିକ୍ଷକତା କରୁଥିବା ତାଙ୍କର ଧର୍ମପତି ସୁଶାନ୍ତକୁମାର ଅଟ୍ଟ ମଧ୍ୟ ହୃଦ ଆଘାତରେ ପ୍ରାଣତ୍ୟାଗ କରିଥିଲେ। ଘରେ ତାଙ୍କର ଏକ ମାତ୍ର ପୁତ୍ର ବ୍ୟତୀତଆଉ କେହି ନାହାନ୍ତି। ସ୍ବର୍ଗତା ପଟ୍ଟନାୟକ ଆଉ ପାଞ୍ଚ ବର୍ଷ ପରେଚାକିରିରୁ ଅବସର ଗ୍ରହଣ କରିଥାନ୍ତେ। ଗୋଟିଏ ପରିବାରରେ ଲଗାତର ଦୁଇଟି ମୃତ୍ୟୁ ଯୋଗୁଁ ସାଗରଗୁଆଁ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ଏବଂ ଏକମାତ୍ର ପୁତ୍ରର ମେରୁଦଣ୍ଡ ଭାଙ୍ଗି ପଡିଛି। ପୁତ୍ର ଦେବାଶିଷ ବିଜ୍ଞାନ ସ୍ନାତକ ଡିଗ୍ରୀ ପରେ ବିଇଡି ତାଲିମପ୍ରାପ୍ତ ହୋଇ ଓଏସ ଟିଇଟି ଏବଂ…
ନୂଆପଡ଼ା, ସିନାପାଲି :୨୨/୦୪:(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲା ସିନାପାଲି ଉଦନ୍ତୀ ନଦୀ କୂଳରେ ନବନିର୍ମିତ ଭବ୍ୟ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜିଠାରୁ ଆରମ୍ଭ ହେଉଛି l ଆଗାମୀ ପାଞ୍ଚଦିନ ବ୍ୟାପି ହେବାକୁଥିବା ଏହି ଧାର୍ମିକ ସମାରୋହ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ସାରା ଅଂଚଳ ଉତ୍ସବମୁଖର ହୋଇପଡିଛି l ଗୁରୁବାର ଏକ ବିରାଟ କଳସ ଶୋଭାଯାତ୍ରା ମାଧ୍ୟମରେ ଏହି ଉତ୍ସବର ଶୁଭାରମ୍ଭ ହେବାକୁଥିବା ବେଳେ ଏହି ଅବସରରେ ଘୃତଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ ଆଦି ସହ ନୂତନ ମନ୍ଦିରର ଗର୍ଭାଧାନ, ରୁଦ୍ରାଭିଷେକ, ଷୋଡଶଉପଚାର, ଚଣ୍ଡୀପାଠ, ସୂର୍ଯ୍ୟପୂଜା, ବିଗ୍ରହଙ୍କ ନଗର ପରିକ୍ରମା, ଧ୍ବଜାରୋହଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଥିସହ ମନ୍ଦିର କମିଟି ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ବୈଠକୀ କୀର୍ତନ ମୁଖ୍ୟ ଆକର୍ଷଣ ରହିବ l ବୈଠକୀ କୀର୍ତନର ପଶ୍ଚିମ ଓଡିଶା ପ୍ରସିଦ୍ଧ ଗାୟକଗାୟିକା ପ୍ରଦୀପ ସାହୁ, ବିଜ୍ଞସୀ ବାରିକ, ଦେବକୀ ସାହୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l…
ବ୍ରହ୍ମପୁର,୨୨/୪:(ହିମାଂଶୁ ଶେଖର ସାବତ):ଚଳିତ ମାସ ୧୦ ତାରିଖ ଠାରୁ ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିଅମ୍ ଠାରେ ଆରମ୍ଭ ହୋଇଥିଲା ସି.ଏମ୍ କପ ୨୦୨୬ ଦ୍ଵିତୀୟ ସଂସ୍କରଣ। ଏହି ଟୁର୍ନାମେଣ୍ଟ ରେ ଫୂଟବଲ ସମେତ ଖୋ-ଖୋ, କବାଡି, ଏବଂ ଭଲିବଲ ଖେଳ ଆୟୋଜିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ଓ କ୍ଲବ ଯୋଗଦେଇଥିଲେ। ଆଜି ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। କବାଡି ବାଳକ ବର୍ଗ ରେ ବିଜୟୀ ହାସଲ କରିଥିଲେ ଛତ୍ରପୁର ଓ ଧରାକୋଟ ଦଳ ଉପ- ବିଜେତା ହୋଇଛନ୍ତି, ବାଳିକା ବର୍ଗ ରେ ପୂରଷୋତ୍ତମପୁର ଦଳ ବିଜୟ ହୋଇଥିବା ବେଳେ ଉପ ବିଜେତା ସାମନ୍ତିଆପାଲି ବାଳିକା ଦଳ ହୋଇଛନ୍ତି। ଖୋ-ଖୋ ଖେଳ ବାଳକ ବର୍ଗ ରେ ହିଞ୍ଜିଳିକାଟୁ ଦଳ ଦିଜୟ ହୋଇଛନ୍ତି ଓ ସାନଖେମୁଣ୍ଡି ବାଳକ ଦଳ ଉପ ବିଜେତା ହୋଇଛନ୍ତି ଏବଂ ବାଳିକା ବର୍ଗ ରେ ଗ୍ରାମ ବିକାଶ ସ୍କୁଲ ଦଳ ବିଜୟୀ ହୋଇଛନ୍ତି…
ରାୟଗଡ,୨୨-୦୪(ଅମୂଲ୍ୟ ନିଶଙ୍କ): ରାୟଗଡରେ କେଏମଏସ (ରବି ଧାନ) ୨୦୨୫-୨୬ ଅବଧି ପାଇଁ ଜିଲ୍ଲା ସ୍ତରୀୟ ଧାନ କ୍ରୟ ସମିତିର ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପ ଜିଲ୍ଲାପାଳ ରାୟଗଡ ରମେଶ କୁମାର ଜେନା, ଉପ ଜିଲ୍ଲାପାଳ ଗୁଣପୁର ଦୁଧାଲ ଆଭିଷେକ ଦୀଲିପ, କୋରାପୁଟ ସାଂସଦ ପ୍ରତିନିଧି, ରାୟଗଡ ବିଧାୟକ ପ୍ରତିନିଧି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଯୋଗାଣ ଅଧିକାରୀ ଲଳିତ ମୋହନ ପଟ୍ଟନାୟକ, ଉପ ନିର୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ସହିତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ସମସ୍ତ ବ୍ଲକରେ ସୁଚାରୁ ଧାନ କ୍ରୟ ପ୍ରକ୍ରିୟା ପାଇଁ ସମନ୍ୱୟରେ କାମ କରିବାକୁ ସମ୍ମତି ପ୍ରକାଶ ପାଇଥିଲା। ବୈଠକରେ ରବି ଧାନ ଉତ୍ପାଦନ, ହାର୍ଭେଷ୍ଟ ସମୟସୂଚୀ ଏବଂ ସୁଚାରୁ ଧାନ କ୍ରୟ ପ୍ରକ୍ରିୟା…
ଫୁଲବାଣି:୨୨/୦୪(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ କରଡ଼ା ଗ୍ରାମ ପଞ୍ଚାୟତ ର ଡକର ବାଡ଼ି ଗ୍ରାମବାସୀ ସର୍ବ ନିମ୍ନ ମୌଳିକ ସୁବିଧା ରୁ ଦୀର୍ଘ ୭୮ ବର୍ଷ ହେଲା ବଞ୍ଚିତ ହୋଇଆସୁଛନ୍ତି! ବଡ଼ ବଡ଼ ପଥୁରିଆ ରାସ୍ତା ରେ ଯିବା ଆସିବା କରୁଛନ୍ତି l ବର୍ଷା ଦିନେ ଏହି ରାସ୍ତା ଦେଇ ଯିବା କଷ୍ଟସାଧ୍ୟ l ଅନ୍ୟ ଏକ ପଥୁରିଆ ନଦୀ ପାର ହୋଇ ଲୋକେ ବହୁ ଅସୁବିଧାରେ ଗ୍ରାମକୁ ଓ ଗ୍ରାମରୁ ସହରକୁ ଯିବା ଆସିବା କରନ୍ତି,ବର୍ଷା ଦିନେ ନଦୀ ପଟେ ଯିବା ଅର୍ଥ ଜୀବନକୁ ବାଜି ଲଗାଇବା ସଦୃଶ୍ୟ l ଗ୍ରାମରେ ବିଦ୍ୟୁତ ଆଲୋକ ସlତ ସପନ l ମୋବାଇଲ ଟାୱାର ନାହିଁ! ନିୟମିତ ପାନୀୟ ଜଳ ଲୋକେ ପାଉ ନାହାନ୍ତି! ମହିଳା ମାନେ ନଦୀ ଓ ଚୁଆଁ ରୂ ଦୂଷିତ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି! ଗ୍ରାମକୁ ଆମ୍ବୁଲାନ୍ସ, ଥାନା ଗାଡି, ଅବକାରୀ ଗାଡି,…
ବ୍ରହ୍ମପୁର,୨୨/୪:(ହିମାଂଶୁ ଶେଖର ସାବତ):ଆଜି ପୁଥିବୀ ଦିବସ ଅବସରରେ ପରିବେଶ ସୁରକ୍ଷା ପାଇଁ ସଚେତନାର ବାର୍ତ୍ତା ଦେଇଛନ୍ତି ପ୍ରସିଦ୍ଧ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ତାଙ୍କର ସୃଜନଶୀଳ ବାଲୁକା କଳା ମାଧ୍ୟମରେ ସମାଜକୁ ପରିବେଶ ସୁରକ୍ଷାର ଗୁରୁତ୍ୱ ଉପରେ ସଚେତନ କରାଯାଇଛି।ଏହି ଅବସରରେ ଶ୍ରୀ ମହାରଣା ପ୍ରାୟ ୫ ମିନିଟ୍ର ଏକ ସୁନ୍ଦର ସେଣ୍ଡ ଆନିମେସନ ପ୍ରସ୍ତୁତ କରିଥିଲେ, ଯାହାରେ ପୃଥିବୀକୁ ସୁରକ୍ଷା କରିବା, ପରିବେଶ ସମତୁଳନ ରକ୍ଷା କରିବା ଓ ବୃକ୍ଷରୋପଣର ଆବଶ୍ୟକତା ବିଷୟରେ ବାର୍ତା ଦିଆଯାଇଛି।ସେ କହିଛନ୍ତି, “ଆସନ୍ତୁ ସମସ୍ତେ ମିଶି ପରିବେଶକୁ ସୁରକ୍ଷା କରିବା। ପଚୁର ପରିମାଣରେ ଗଛ ଲଗାଇବା ଦ୍ୱାରା ପୃଥିବୀର ସନ୍ତୁଳନ ରକ୍ଷା କରିପାରିବା।”
ଛତ୍ରପୁର: ୨୨/୪:(ହିମାଂଶୁ ଶେଖର ସାବତ): ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଯୋଜନା କମିଟି, ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନ ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲାର ଊନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ଓ ସମୟସୀମା ମଧ୍ଯରେ କାର୍ଯ୍ଯଗୁଡିକୁ ସାରିବା ଉପରେ ଗୁରୁତ୍ବାରୋପ କରିଥିଲେ ।ଗଞ୍ଜାମ ଜିଲ୍ଲାକୁ ଆଗେଇ ନେବା ପାଇଁ ସମସ୍ତଙ୍କ ଲକ୍ଷ୍ଯ ଏକ ହେବା ଦରକାର ବୋଲି ଅଧ୍ୟକ୍ଷ ଶ୍ରୀ ସେଠୀ କହିବା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପ ଗୁଡିକୁ ନିର୍ଦ୍ଧାରୀତ ସମୟସୀମା ମଧ୍ଯରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ମେଗା ଜଳ ପ୍ରକଳ୍ପ କାର୍ଯ୍ୟକୁ ମାର୍ଚ୍ଚ ୩୧, ୨୦୨୭…
ବୁଗୁଡ଼ା,୨୨/୪:(ଜନବାଣୀ ବ୍ୟୁରୋ):ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ୧୨ ମାସ ଆକୃଷ୍ଟ କରୁଥିବା ବୁଦ୍ଧଖୋଲ ଶୈବ ପୀଠର ଝରଣା ଚଳିତ ବର୍ଷ ଶୁଖିଯାଇଛି। ଫଳରେ ପର୍ଯ୍ୟଟକ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି। ଏଠାରେ ଥିବା ଜଳ ପ୍ରପାତ ସାଙ୍ଗକୁ କୁଳୁ କୁଳୁ ନାଦରେ ବହୁଥିବା ଝରଣା ଓ ପାଦ ଦେଶରେ ଥିବା ସୁଇମିଂ ପୁଲ୍ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ବର୍ଷ ସାରା ୨୪ ଘଣ୍ଟା ଝରଣା ପ୍ରବଳ ବେଗରେ ବହିବା ସାଙ୍ଗକୁ ପ୍ରପାତରୁ ଅନବରତ ପାଣି ପଡ଼ିଥାଏ। ଆଉ ଗ୍ରୀଷ୍ମରେ ପର୍ଯ୍ୟଟକ ଓ ସ୍ଥାନୀୟବାସିନ୍ଦା ଗାଧୋଇବା ମଜା ଉଠାଇବାକୁ ଜଳପ୍ରପାତ ନିକଟରେ ଭିଡ଼ ଜମାଇଥା’ନ୍ତି। ସେହିପରି ପହଁରା ଶିଖିବା ଓ ଗାଧୋଇବାକୁ ମଧ୍ୟ ସୁଇମିଂପୁଲକୁ ବହୁ ସଂଖ୍ୟାରେ ଲୋକ ଆସିଥା’ନ୍ତି।ତେବେ ବର୍ତ୍ତମାନ ଝରଣାରେ ପୂର୍ବ ଭଳି ପାଣି ଆସୁନି। ଜଳପ୍ରପାତରୁ ଗୋଟିଏ ଧାର ପାଣି ପଡ଼ୁଛି। ଅନ୍ୟପଟେ ସୁଇମିଂପୁଲରେ ପାଣି ଲିକ୍ ହେଉଥିବାରୁ ଏହାର ପୁନରୁଦ୍ଧାର କାମ ଚାଲିଛି। ଫଳରେ…
ଭଞ୍ଜନଗର,୨୧/୪:(ନିଲୁ ବିଷୋୟୀ):କନ୍ଧମାଳରୁ ରାଜ୍ୟ ବାହାରକୁ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୁଲିସ ଜି.ରମ୍ଭା ଛକରୁ ୨୩ କେଜି ୩୪୫ ଗ୍ରାମ ଗଞ୍ଜେଇ ସହ ୭,୦୦୦ ଟଙ୍କା ଓ ଏକ ମୋବାଇଲ ଫୋନ ଜବତ କରିଛି। ଏହା ସହ ଏହି ଘଟଣାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଭେଜିପୁଟ କେନାଲ ସାହିର ମିଥୁନ କୁମାର ଶତପଥି ଓ ବିହାରର ଜୟରାମ ପାଶିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜିବନାନନ୍ଦ ଜେନା ସୁଚନା ଦେଇଛନ୍ତି।ସୁଚନାନୁସାରେ,ଥାନା ଅଧିକାରୀ ଜିବନାନନ୍ଦ ଜେନାଙ୍କ ନିର୍ଦେଶ କ୍ରମେ ସୋମବାର ଏସଆଇ ଲଷ୍ମୀଧର ମହାନ୍ତି ଭଞ୍ଜନଗର ଫୁଲବାଣୀ ରାସ୍ତାର ନିଧିଆପଲ୍ଲୀ ଛକ ଠାରେ ପେଟ୍ରୋଲିଂ କରୁଥିଲେ। ସେହି ସମୟରେ ଜି. ରମ୍ଭା ଛକ ଠାରେ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ଦୁଇଟି ଟ୍ରଲି ବ୍ୟାଗ୍ ଧରି ଛିଡା ହୋଇଥିବା ନେଇ ପେଟ୍ରୋଲିଂ ଟିମ୍ ଖବର ପାଇଥିଲେ। ପରେ ପେଟ୍ରୋଲିଂ ଟିମ୍…
ବୋଲଗଡ଼,୨୨/୦୪(ସୁଶାନ୍ତ କୁମାର ପ୍ରଧାନ):ବିଶ୍ୱବ୍ରହ୍ମାଣ୍ଡରେ ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁଠାରେ ଜୀବନ ବଞ୍ଚିବା ସମ୍ଭବ ହୋଇପାରିଛି । ପୃଥିବୀରେ ବାୟୁ, ପାଣି, ମାଟି, ସୂର୍ଯ୍ୟକିରଣ ଏବଂ ଅନୁକୂଳ ତାପମାତ୍ରା ସମେତ ଜୀବନ ବଞ୍ଚିବା ପାଇଁ ଆବଶ୍ୟକ ସମସ୍ତ ପ୍ରାକୃତିକ ସମ୍ପଦ ପୃଥିବୀରେ ଉପଲବ୍ଧ । ପୃଥିବୀ କେବଳ ମଣିଷ ପାଇଁ ନୁହେଁ ବରଂ ସମସ୍ତ ଜୀବଜନ୍ତୁଙ୍କ ପାଇଁ ଜୀବନଦାୟିନୀ। ତଥାପି ସମୟ ସହିତ ସମସ୍ତ ଅତ୍ୟାବଶ୍ୟକୀୟ ପ୍ରାକୃତିକ ସମ୍ପଦର ଏତେ ମାତ୍ରାରେ ଅପବ୍ୟବହାର କରାଯାଉଛି ଯେ ଏକ ସମୟ ଆସିପାରେ ଯେତେବେଳେ ସମସ୍ତ ସମ୍ପଦ ଶେଷ ହୋଇଯାଇପାରେ। ଏହି ପ୍ରାକୃତିକ ସମ୍ପଦ ବିନା ପୃଥିବୀରେ ବଞ୍ଚିବା କଷ୍ଟକର ହୋଇଯିବ । ଏହି ଗମ୍ଭୀର ସମସ୍ୟାର ସମାଧାନ ପାଇଁ ପ୍ରକୃତି ପ୍ରଦତ୍ତ ସମ୍ପତ୍ତିକୁ ସଂରକ୍ଷଣ କରିବା ନିହାତି ଆବଶ୍ୟକ । ଏହି ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ୨୨ ଏପ୍ରିଲରେ ‘ବିଶ୍ୱ ପୃଥିବୀ ଦିବସ’ ପାଳନ କରାଯାଏ। ଏହି…