Author: Janabani News

ବେଲଗୁଣ୍ଠା, ୧୨/୦୪-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ତିନିଭାଇଙ୍କ ତିନି ବଖରl ଘର ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି l ସେମାନେ ହେଲେ ଟିକରପଡା ଗ୍ରାମର ମିଛl ନାୟକ, ଅନନ୍ତ ନାୟକ ଓ ଅଚୁତ ନାୟକ, ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିବା ବେଳେ ଏହା ଶଟ ରର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି l ସମସ୍ତେ ଚାଷୀ ପରିବାର ହୋଇଥିବାରୁ ସମସ୍ତଙ୍କ ଧାନ, ଚାଉଳ, ମୁଗ, ଲୁଗାପଟା ଓ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି l ତିନି ଖେତିଗ୍ରସ୍ତଙ୍କ ମଧ୍ୟରୁ ଅଚୁତ ନାୟକ ଅଧିକ କ୍ଷେତିଗ୍ରତ ହୋଇଥିବା ଜଣାପଡିଛି l ଖବର ପାଇ ତନାରଡାରୁ ଦମକଳ ଆସି ନିଅଁlକୁ ଆୟତ୍ତ କରିଥିଲେ l ସମସ୍ତେ ଗରିବ ଚାଷୀ ପରିବାରର ହୋଇଥିବାରୁ ଏମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଯୁବ ସେଚ୍ଛାସେବୀ କୃଷ୍ଣ ସାହୁ ଦାବି କରିଛନ୍ତି l

Read More

ବେଲଗୁଣ୍ଠା,୧୨/୦୪-(ଶିବରାମ ଚୌଧୁରୀ )-ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ବେଲଗୁଣ୍ଠା ପଣ୍ଡା ସାହିରେ ବେଲଗୁଣ୍ଠା ପୁରୁଣା ଦଣ୍ଡ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି I ଆଜି ସକାଳ ସାତ ଘଣ୍ଟା ତିରିଶି ମିନିଟ୍ ସମୟରେ ମାନସିକଧାରୀ ପପୁ ସାହୁଙ୍କ ଘରୁ ଶତାଧିକ ବ୍ୟକ୍ତି ପୂଜା ଅର୍ଘ୍ୟ ନେଇ ଲକ୍ଷ୍ମୀ ନୃସିଂହ ମନ୍ଦିର ସମ୍ମୁଖରେ ମାଆଙ୍କୁ ବରଣ କରି ସଂକୀର୍ତ୍ତନ ମଣ୍ଡଳୀ ଏବଂ ପାରମ୍ପରିକ ବାଦ୍ୟ ବାଜଣାରେ ପପୁ ସାହୁଙ୍କ ବାସ ଭବନ ସମ୍ମୁଖକୁ ପାଛୋଟି ଆଣିଥିଲେ I ସେଠାରେ ଠାକୁରଙ୍କର ବନ୍ଦନା କରାଯିବା ପରେ ଦଣ୍ଡୁଆମାନେ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିରରେ ବିଶ୍ରାମ ନେବା ସହିତ ସେଠାରେ ଠାକୁରଙ୍କର ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା I ମଧ୍ୟାହ୍ନ ବାର ଘଣ୍ଟା ସମୟରେ ମାନସିକଧାରୀ ପପୁ ସାହୁଙ୍କ ବାସଭବନ ସମ୍ମୁଖରେ ଧୂଳି ଦଣ୍ଡ ଅନୁଷ୍ଠିତ ହେବାପରେ ସ୍ଥାନୀୟ ପୋଖରୀରେ ଅପରାହ୍ଣ ତିନି ଘଣ୍ଟା ସମୟରେ ପାଣି ଦଣ୍ଡ ଅନୁଷ୍ଠିତ…

Read More

ବେଲଗୁଣ୍ଠା:୧୨/୦୪ -(ଶିବରାମ ଚୌଧୁରୀ )-ଆଜି ପ୍ରଭାତ ପ୍ରାୟ ୪ଟା ସମୟରେ ବେଲଗୁଣ୍ଠା ସ୍ଥିତ ବରଗାଁ ରାସ୍ତାରେ ଏକ ଟ୍ରକ୍‌ରେ ପ୍ରାୟ ୩୦ରୁ ଅଧିକ ଗୋରୁଙ୍କୁ ବେଆଇନ ଭାବେ ଚୋରା ଚାଲାଣ କରାଯାଉଥିବା ଘଟଣା ସମ୍ମୁଖକୁ ଆସିଥିଲା ରାସ୍ତାରେ ଯାଉଥିବl ଦଣ୍ଡୁଆ ଭକ୍ତମାନେ ପ୍ରଥମେ ଏହାକୁ ଦେଖି ତୁରନ୍ତ ଘୁମୁସର ବଜରଙ୍ଗ ଦଳର ସଦସ୍ୟ ଓ ବରଗାଁ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ବେଲଗୁଣ୍ଠା ପ୍ରଖଣ୍ଡ ବଜରଙ୍ଗ ଦଳର ସଦସ୍ୟମାନେ ଘଟଣାସ୍ଥଳରେ ତୁରନ୍ତ ପହଁଚିଥିଲେ। ଧରାପଡ଼ିବା ଭୟରେ ଗୋ ମାଫିଆ ଡ୍ରାଇଭର ଟ୍ରକ୍‌ ଭିତରୁ ଗୋମାତାମାନଙ୍କୁ ବାହାର କରି ରାସ୍ତାରେ ଛାଡ଼ି ଖସିଯିବାକୁ ଚେଷ୍ଟା କରୁଥିବାର ଦେଖାଯାଇଥିଲା ପରେ ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଁଚି ୬ଟି ଗୋରୁ ସହିତ ଟ୍ରକ୍‌ ଏବଂ ଡ୍ରାଇଭରକୁ ଅଟକ ରଖି ଥାନାକୁ ନେଇ ତଦନ୍ତ ଜାରି ରଖିଛନ୍ତି। ଜବତ ହୋଇଥିବା ୬ଟି ଗୋରୁକୁ ଗାଡି ନେଇ ତନରଡ଼ା ଗୋଶାଳାକୁ ସୁରକ୍ଷିତ ଭାବେ ପଠାଯାଇଛି।ଗ୍ରାମବାସୀ ଓ…

Read More

ଛତ୍ରପୁର,୧୨/୪(ହିମାଂଶୁ ଶେଖର ସାବତ):ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବନ୍ଦନୀୟ ବରପୁତ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ଗଠନ ଓ ତା ସହିତ ଏହାର ଉନ୍ନତି ପାଇଁ କାର୍ଯ୍ୟ କରିଥିବା ବରପୁତ୍ରମାନଙ୍କର ତ୍ୟାଗ ଓ ବଳିଦାନକୁ ମନେ ପକାଇଥିଲେ। ସେହି ବରପୁତ୍ର ମାନେ ଓଡିଶାକୁ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାକୁ ସାକାର କରିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ବୋଲି କହିଛନ୍ତି । ବରପୁତ୍ରମାନଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋଚନା ଚକ୍ର ଆୟୋଜନ କରି ଯୁବପିଢ଼ିଙ୍କୁ ସେମାନଙ୍କ ମହାନତା ଓ ମହାମାର୍ଗ ସମ୍ପର୍କରେ ଅବଗତ କରାଇବା ପାଇଁ ଜିଲ୍ଲାପାଳ ଜିଲ୍ଲାର ସାରସ୍ୱତ ସାଧକ ମାନଙ୍କୁ ଅନୁରୋଧ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଗଞ୍ଜାମ…

Read More

ଚିକିଟି,୧୨/୪:(ନିଗମାନନ୍ଦ ପଣ୍ଡା ): ଚିକିଟି ବିଜ୍ଞାପିତ ଅଞ୍ଚଳ ଅଧୀନ ଚିକିଟି ପେଣ୍ଠ ପଦ୍ମ ନଗର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ନିକଟରେ କ୍ରୟ କରିଥିବା ଖାତା ନମ୍ବର: ୧୭୯/୪୧୮୯ ଏକ ବିବାଦୀୟ ଜମିକୁ ନେଇ ସଙ୍ଗୀନ ଅଭିଯୋଗ ଆସିଛି , ଶିଶୁ ମନ୍ଦିର ବେଆଇନ ଭାବେ ଦଶ ଗୁଣା ଚଢା ଦରରେ କିଣିଥିବା ବୁଦା ଜଙ୍ଗଲ ଓ ନାଳ କିସମ ଜମିକୁ ସମତୁଲ କରିବା ପାଇଁ ବେଆଇନ ଭାବେ ଜେସିବି ଲଗାଇ ଟ୍ରାକ୍ଟର ଦ୍ୱାରା ମାଟି ଆଣି ପକାଯାଉଛି। ସରକାରୀ ନିୟମାନୁସାରେ ୬ ଇଞ୍ଚ ମାଟି ଖୋଳା ଯାଏଁ ତହସିଲଦାର ଅନୁମତି ଆବଶ୍ୟକ ତାଠାରୁ ଅଧିକ ହେଲେ ଉପଜିଲ୍ଲାପାଳ କିମ୍ବା ଜିଲ୍ଲାପାଳ ଙ୍କ ଅନୁମତି ଆଣିବା କଥା କିନ୍ତୁ କୌଣସି ଅନୁମତି ନଥାଇ ଶିଶୁ ମନ୍ଦିର କତୃପକ୍ଷ ବେଆଇନ ଭାବେ ମାଟି ଖୋଳି ସମତୁଲ କରୁଛି, ଯାହା ଚିକିଟି ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ସହ ରାଜସ୍ୱ ବିଭାଗ, ଖଣି ବିଭାଗ…

Read More

ଚିକିଟି, ୧୨/୪:(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକ ଅଧିନସ୍ଥ କଳବାଡ଼ ଗ୍ରାମର ଅସହାୟ ଦେବରାଜ ରଣା ଙ୍କ ତୃତୀୟ କନ୍ୟାର ବାହାଘର ପାଇଁ ଚିନ୍ତିତ ଥିବା ଖବର ପାଇ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୋପବନ୍ଧୁ ସେବା ସମିତି, ଚିକିଟି ର ସଭାପତି ଦେବେନ୍ଦ୍ର ରଣା ଙ୍କ ନେତୃତ୍ୱ ରେ ଶ୍ରୀ ରଣା ଙ୍କ ଘରେ ପହଂଚି ଝିଅ ସଂଗୀତା ଙ୍କୁ ସୁଭାଶିଷ ପ୍ରଦାନ କରିବା ସହ ଦଶ ହଜାର ଟଙ୍କା,ଏକ ଚାଉଳ ପକେଟ ପ୍ରଦାନ କରାଯାଇଥିଲା. ଉକ୍ତ ମହତ କାର୍ଯ୍ୟ ରେ ସମିତି ସମ୍ପାଦକ ପ୍ରସାଦ ମଲ୍ଲିକ, ଡାକ୍ତର ପୁରଞ୍ଜିତ ପାତ୍ର, କିଶୋର ପାତ୍ର, ସୁବ୍ରତ ପ୍ରଧାନ,ଯତୀନ ଗୁରୁଜୀ, ସିଦ୍ଧର୍ଥ ଶଙ୍କର ଭାଇ, ଗୌତମ ରଣା, କପିଳଦେବ ରେଡ୍ଡୀ, ସନ୍ତୋଷ ରେଡ୍ଡୀ, କିଶୋର ମହାରଣା ପ୍ରମୁଖ ସହଯୋଗ କରିଥିଲେ. ଏହିଭଳି ମହତ କାର୍ଯ୍ୟ କରିଥିବାରୁ ଗ୍ରାମବାସୀ ସାଧୁବାଦ ଦେବା ସହ ସମିତି ର କାର୍ଯ୍ୟାଧାରା କୁ ପ୍ରଶଂସା କରିଥିଲେ.

Read More

ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ବାଲିଗୁଡା,୧୨/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧୂନସ୍ତ ବେଲଘର ବନାଞ୍ଚଳର ଝିରିପାଣି ସେକ୍ସନରେ କିଛିଦିନ ବ୍ୟବଧାନରେ ପୁଣି ଦେଖୁବାକୁ ମିଳିଛି ଗଜରାଜ ଙ୍କ ଆତଙ୍କ । ଘଟଣାରୁ ପ୍ରକାଶ ଯେ, ମେରଦୀକୂପା ଗ୍ରାମର ଜଣେ ବ୍ୟକ୍ତି ତରୁଣ ପାତ୍ର (୩୭) ଶନିବାର ଏକ ବ୍ୟକ୍ତିଗତ କାର୍ଯ୍ୟ ରେ କାଉଁଗୁଡା ଗ୍ରାମକୁ ଆସିଥିଲେ ସମୟ ପ୍ରାୟ ସନ୍ଧ୍ୟା ୭ଘଣ୍ଟା ହୋଇଥିଲା । ମେରଦୀକୂପ ଠାରୁ କାଉଁଗୁଡା ନିଜ ଶଶୁର ଘରକୁ ଆସୁଥିବା ସମୟରେ ଝିରିପାଣି ପଞ୍ଚାୟତର କୀଡଙ୍ଗା ଗ୍ରାମ ଏକ ପୋଲ ପାଖରେ ହଠାତ ହାତୀ ସହ ମୁହାଁ ମୁହିଁ ହୋଇଥିଲେ ତରୁଣ I ହଠାତ ହାତୀ ପଲ ଦେଖି ନିଜ ସୁରକ୍ଷା ନିମନ୍ତେ କୌଣସି ଉପାୟ ପାଇନଥିଲେ I ହାତୀ ଟି ତରୁଣ ଙ୍କ ପାଖକୁ ଆସି ତରୁଣ ଏବଂ ତାଙ୍କ ମଟର ସାଇକେଲ କୁ…

Read More

ପୋଲସରା,୧୨/୪(ସନ୍ତୋଷ କୁମାର ପଣ୍ଡା): ପୋଲସରା ନିର୍ବାଚନମଣ୍ଡଳୀ ଅଧୀନ ପୋଲସରା ଏନଏସି ଲଙ୍ଗଳେଶ୍ୱର କଲ୍ୟାଣ ମଣ୍ଡପରେ ହାତୀଓଟ ମଣ୍ଡଳ ଓ ପୋଲସରା ନଗର ମଣ୍ଡଳସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ଦୀନଦୟାଲଙ୍କ ଆଦର୍ଶ କେବଳ ଏକ ଦର୍ଶନ ନୁହେଁ,ଏହା ଆମ ପାଇଁ ସେବାର ପଥପ୍ରଦର୍ଶକ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ମନ୍ତବ୍ୟ କରିଥିଲେ। ନଗର ମଣ୍ଡଳ ସଭାପତି ରାମକୃଷ୍ଣ ପ୍ରଧାନ, ଜଗନ୍ନାଥ ବାଡ଼େଇ, ସୀମାଞ୍ଚଳ ସାହୁ, ଦୀପକ ପୋଲାଇ, ପ୍ରଭୁ ଡାକୁଆ, କୃଷ୍ଣଚନ୍ଦ୍ର ଜେନା, ଜୟନ୍ତୀ ପଢ଼ିଆରୀ, ହାତୀଓଟ ମଣ୍ଡଳ ସଭାପତି ପ୍ରସାଦ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଶତପଥୀ, କାଳୀଚରଣ ବେହେରା, ପ୍ରତିମା ସାହୁ, ଅଜୟ ପ୍ରକାଶ ସାହୁ ଓ କାଶୀନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Read More

ପାତ୍ରପୁର,୧୨/୪: କରେଶୁ ରେଡ୍ଡୀ):ପାତ୍ରପୁର ବ୍ଲକ ଅନ୍ତର୍ଗତ ସାମାନ୍ତିଆପାଲ୍ଲୀ ପଞ୍ଚାୟତର ବନସୋଲା ଗ୍ରାମରେ ଆସନ୍ତା ମେ ୩ ତାରିଖରୁ ମେ ୭ ତାରିଖ ପର୍ଯ୍ୟନ୍ତ “ବିଶ୍ୱ ଶାନ୍ତି ପଞ୍ଚକୁଣ୍ଡ ମହାଯଜ୍ଞ” ଭବ୍ୟ ଭାବେ ଆୟୋଜିତ ହେବ।ଏହି ମହାଯଜ୍ଞ ମାଧ୍ୟମରେ ବିଶ୍ୱ ଶାନ୍ତି, ଲୋକମଙ୍ଗଳ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରାଯିବ। ପଞ୍ଚକୁଣ୍ଡ ଯଜ୍ଞରେ ନାମଯଜ୍ଞ ସହ ଘୃତଯଜ୍ଞ, ଗୋଯଜ୍ଞ, ଜପାଯଜ୍ଞ ଓ ଅର୍ଣ୍ଣଯଜ୍ଞ ସମ୍ପାଦିତ ହେବ।ଏହାର ପ୍ରାରମ୍ଭିକ ପର୍ବ ଭାବେ ଆଜି ରବିବାର ସକାଳ ବ୍ରହ୍ମମୁହୂର୍ତ୍ତରେ ଧାର୍ମିକ ପରମ୍ପରା ଅନୁଯାୟୀ ଶୁଭଘଣ୍ଟି ଉପସ୍ଥାପନା କରାଯାଇଛି। ଏଥିରେ ବହୁ ଶ୍ରଦ୍ଧାଳୁ ଭକ୍ତ ଯୋଗଦାନ କରି ମନ୍ତ୍ରୋଚ୍ଚାରଣ ଓ ପୂଜାର୍ଚ୍ଚନା କରିଥିଲେ।ଗ୍ରାମବାସୀମାନେ ସମସ୍ତ ଭକ୍ତ, ସାଧୁସନ୍ତ ଓ ସାଧାରଣ ଜନତାଙ୍କୁ ଏହି ମହାଯଜ୍ଞରେ ଯୋଗଦେବାକୁ ସାଦର ଆମନ୍ତ୍ରଣ ଜଣାଇଛନ୍ତି।

Read More

ରାୟଗଡା,୧୨/୪:(ଅମୂଲ୍ୟ ନିଶଙ୍କ):ଓଡ଼ିଆ ପକ୍ଷ ପାଳନର ଦ୍ବାଦଶ ଦିବସ ଅବସରରେ ଆଜି ରବିବାର ଦିନ ସ୍ଥାନୀୟ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ ବନ୍ଦନୀୟ ବରପୁତ୍ର ଓ କବି ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଓଡ଼ିଶାର ବରେଣ୍ୟ ବରପୁତ୍ରଙ୍କ ଜୀବନୀ ଓ ଅବଦାନ ବିଷୟରେ ଏକ ଆଲୋଚନା ଚକ୍ର ତଥା କବିତା ଆସର ରେ ବିଶିଷ୍ଟ ସାହିତ୍ୟିକ, କବି, ଯୁବ ଲେଖକ, ଲେଖିକା ପ୍ରମୁଖ ଅତ୍ୟନ୍ତ ଉତ୍ସାହ ର ସହ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିହାର ରଞ୍ଜନ କହଁର, ମୁଖ୍ୟ ବକ୍ତା ଭାବେ ଶିକ୍ଷବିତ୍ତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି , ସମ୍ମାନିତ ବକ୍ତା ଭାବରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ସୁଶାନ୍ତ କୁମାର ନାୟକ, ସମ୍ମାନିତ ଅତିଥି ଭାବରେ ଉପନିର୍ଦ୍ଧେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀ ବସନ୍ତ କୁମାର ପ୍ରଧାନ ଆଦ ଯୋଗଦେଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ…

Read More

ରାୟଗଡ଼ା,୧୨/୪:(ଅମୂଲ୍ୟ ନିଶଙ୍କ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା ରବିବାର ଅନୁଷ୍ଠିତ ହୋଇଥିଲା। ବଂଶଧାରା ଅବବାହିକା ସୁରକ୍ଷା ସମିତି କାର୍ଯକାରୀ ସଭାପତି ଅକ୍ଷୟ ଦାଶଙ୍କ ନେତୃତ୍ୱରେ ଗୁଣପୁର ପୌର ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼, ସାରା ପଞ୍ଚାୟତ ସମିତିସଭ୍ୟ ଜଗନ୍ନାଥ ଦୋରା, ସୁରକ୍ଷା ସମିତି ସଦସ୍ୟ ବ୍ରଜ ନାୟକ, ଭୁବନେଶ୍ୱର ନାୟକ, ଦିବାକର ପାତ୍ର, ଭାଜପାର ରାଷ୍ଟ୍ରୀୟ ପରିଷଦ ସଭ୍ୟ ଓ୍ବାଇ. ଗଣପତି, ଗୁଣପୁର ଓକିଲ ସଂଘ ସଭାପତି ରମେଶ ଲିମା ଏଂ ବିଜେଡି ସମ୍ପାଦକ ଏସ୍‌. ବାବା ପ୍ରସାଦ, ଯୁବନେତା ରାମ ପଣ୍ଡା, ଓକିଲ ଏସ୍‌. ଶିବାଜୀ, ରାଜେଶ ପାଢ଼ୀ, କିରଣ ପାଣିଗ୍ରାହୀ, ଶିବ ଡାକୁଆ, କେ. ରବିକୁମାରପ୍ରମୁଖ ସଂକଳ୍ପ ଯାତ୍ରାରେ ଭାଗ ନେଇଥିଲେ। ସେମାନଙ୍କ ସହ ସଂକଳ୍ପ କାର୍ଯ୍ୟକ୍ରମରେ ସାରା, ବାଡ଼ିଗାଁ ଗାଦିଆଖଳା ଓ ଗୁଣପୁରର ଶତାଧିକ ଜଳ ସୁରକ୍ଷାକର୍ମୀ ଓ…

Read More

ବାଲିଗୁଡା, ତା, ୧୨/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଦୀର୍ଘ ୫ମାସ ହେଲା ବି.ଇ.ଓ. ପଦବୀ ଖାଲି ପଡିଛି l ଯାହା ଫଳରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି l ପ୍ରକାଶ ଯେ, ଗତ ୫ ମାସ ହେଲା ବ୍ଲକ୍ ଶିକ୍ଷାଧୂକାରୀ ପ୍ରମୋଦ କୁମାର ମଲ୍ଲିକ ଅବସର ନେଇଥିବା ବେଳେ ତାଙ୍କ ସ୍ଥାନରେ ଆଉ କାହାକୁ ମଧ୍ୟ ନୂଆ ନିଯୁକ୍ତି ମିଳିନି I ଫିରିଙ୍ଗିଆ ବ୍ଲକ୍ ଶିକ୍ଷାକାରୀ ଆଲୋକ ପଧାନଙ୍କୁ ଏଠାରେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି ସତ କିନ୍ତୁ ଦୁଇ ଦୁଇଟି ବ୍ଲକ୍‌ର ଦାୟିତ୍ଵକୁ ଏକ କାଳୀନ ସଂପନ୍ନ କରିବା ତାଙ୍କ ପକ୍ଷେ ସମ୍ଭବ ପର ହୋଇ ପାରୁନି I ବେଳେ ବେଳେ ସେ ଏଠାକୁ ଆସୁଥିବା ବେଳେ କେତେକ କ୍ଷେତ୍ରରେ ଜରୁରୀ ଫାଇଲ ରେ ଦସ୍ତଖତ କରିବା ପାଇଁ କର୍ମଚାରୀଙ୍କୁ ଫିରିଙ୍ଗିଆ ଯିବାକୁ…

Read More