Author: Janabani News

ଭଞ୍ଜନଗର,୨୨/୫,(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୌର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ବାସଭବନ ଉପରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ପ୍ରାୟ ୭-୮ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଘରକୁ ଲକ୍ଷ୍ୟ କରି ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି। ଏଥିରେ ବିଶେଷ କିଛି କ୍ଷତି ହୋଇନ‌ଥିବା ଜଣାପଡ଼ିଛି। ଶ୍ରୀ ମହାପାତ୍ର ବ୍ୟକ୍ତିଗତ କାମରେ ବାହାରେ ଥିବା ବେଳେ ପରିବାର ଲୋକ ଏହି ଘଟଣା ପରେ ଭୟଭୀତରେ ରହିଛନ୍ତି। ଥାନା ଅଧିକାରୀ ଜୀବନାନନ୍ଦ ଜେନା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତ ମାନଙ୍କୁ ପୁଲିସ ଚିହ୍ନଟ କରିବା ସହ ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘ ବର୍ଷ ପରେ ଭଞ୍ଜନଗରରେ ବୋମା ପଡିଥିବା ବେଳେ ଥାନା ପଛ ପଟେ ବୋମା ମାଡ଼ କରି ଦୁର୍ବୃତ୍ତ ମାନେ ପୁଲିସକୁ ଏକ ପ୍ରକାରର ଚ୍ୟାଲେଞ୍ଜ ଦେଇଛନ୍ତି।

Read More

ବାଲିଗୁଡା,୨୧/୦୫,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ୮୨ ନଂ.ବାଲିଗୁଡା ନିର୍ବାଚନ ମଣ୍ଡଳୀ ଓ ୮୩ ନଂ.ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କ ରେ ପ୍ରଶାସନ ପକ୍ଷରୁ ବିଭିନ୍ନ ରାକନୈତିକ ଦଳ ର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବୈଠକରେ ୮୨ ନଂ. ବାଲିଗୁଡା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ଓ ୮୩ ନଂ.ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା କନ୍ଧମାଳ ଏଡିଏମ କୁଶଳ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରି ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କରେ ଥିବା ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ l ଦୁଇ ନିର୍ବାଚନ ମଣ୍ଡଳୀର ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ସଂପର୍କ ରେ…

Read More

ବାଲିଗୁଡା,୨୧/୦୫,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ୮୨ ନଂ.ବାଲିଗୁଡା ନିର୍ବାଚନ ମଣ୍ଡଳୀ ଓ ୮୩ ନଂ.ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କ ରେ ପ୍ରଶାସନ ପକ୍ଷରୁ ବିଭିନ୍ନ ରାକନୈତିକ ଦଳ ର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବୈଠକରେ ୮୨ ନଂ. ବାଲିଗୁଡା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ଓ ୮୩ ନଂ.ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା କନ୍ଧମାଳ ଏଡିଏମ କୁଶଳ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରି ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କରେ ଥିବା ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ l ଦୁଇ ନିର୍ବାଚନ ମଣ୍ଡଳୀର ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ସଂପର୍କ ରେ…

Read More

ବାଲିଗୁଡା,୨୧/୦୫,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ର ମୁଖ୍ୟ ବଜାର ତଥା ଜାତୀୟ ରାଜପଥ କଡରେ ଏକ ଶୁଖିଲା ଆମ୍ବଗଛ ରହିଛି। ଏହି ଗଛଟି ତହସିଲଦାର ଙ୍କ ବାସଭବନକୁ ଲାଗି ରହିଛି । ଏହି ଗଛଟି ପ୍ରାୟ ଏକବର୍ଷ ହେବ ଏହିଭଳି ଶୁଖିଲା ହୋଇ ରହିଛି। ଗଛରୁ ଶୁଖିଲା ଡାଳ ପଡିଥାଉଛି । ଉକ୍ତ ଗଛ ଥିବା ଅଞ୍ଚଳ ମୁଖ୍ୟ ବଜାର ହୋଇଥିବା ଏବଂ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ରହିଥିବାରୁ ପ୍ରତ୍ୟେକ ଦିନ ଶହଶହ ଜନସାଧାରଣ ଯାତାୟତ କରିଥାନ୍ତି l କିଛି ଦିନ ତଳେ କାଳବୈଶାଖିରେ ବାଲିଗୁଡାରେ ଅନେକ ଗଛପଡି ଧନଜୀବନ ନଷ୍ଟ ହେବାର ନଜିର ରହିଛି । ପୁଣି ହଠାତ କାଳ ବୈଶାଖୀ ଆସିଲେ ଏହି ଗଛଟି ଯଦି ପଡିଥାଏ, ତେବେ ଅନେକ ଧନଜୀବନ କ୍ଷତି ହେବାର ଯଥେଷ୍ଟ ସମ୍ଭାବନା ରହିଛି l ଏହି ଗଛକୁ କାଟିବା ନିମନ୍ତେ ଗତକିଛି ମାସ ତଳେ ସ୍ଥାନୀୟ ବାସିନ୍ଦା ତହିଲଦାରଙ୍କୁ ଲିଖିତ…

Read More

ବୋଲଗଡ଼,୨୧/୦୫,(ସୁଶାନ୍ତ କୁମାର ପ୍ରଧାନ):ପ୍ରତ୍ୟେକ ଗ୍ରାମାଞ୍ଚଳରେ ଲୋକ କଥା ରହିଛି “ଝିଁ.. ଝିଁ.. ଡାକିଲା ଝିଙ୍କାରି ଉଠ ଚଷା ପୁଅ ଧାନ ବୁଣ। ଅକ୍ଷୟ ତୃତୀୟା ମୁଠି ଅନୁକୂଳ ବୈଶାଖ ମାସ ଖରା ହେଲାଣି ଟାଣ। ଜେଷ୍ଠ ରଜ ଜାତ ହୋଇଯିବ ଗଜା ଅଦିନ ବରଷା ପାଣି ପାଇ। ଆଷାଢେ ଗୁଣ୍ଡିଚା କରିବୁ ବିହୁଡ଼ା ମଇ ଦେଉଥିବା ଗୀତ ଗାଇ”ପ୍ରକୃତିପ୍ରେମୀ ଙ୍କ କହିବା ଅନୁଯାୟୀ ଝିଁକାରି ଦ୍ୱାରା ସୃଷ୍ଟି ହେଉଥିବା ‘ଝିଁ ଝିଁ’ ଶବ୍ଦ ମୁଖ୍ୟତଃ ସେମାନଙ୍କର ଏକ ପ୍ରାକୃତିକ ଯୋଗାଯୋଗ ପ୍ରକ୍ରିୟା। ଏହି ଶବ୍ଦ ପଛର ମୁଖ୍ୟ କାରଣଗୁଡ଼ିକ ମାଈ ପୋକକୁ ଆକର୍ଷିତ କରିବା। କେବଳ ପୁରୁଷ ଝିଁକାରିମାନେ ହିଁ ମାଈ ଝିଁକାରିଙ୍କୁ ଆକର୍ଷିତ କରିବା ପାଇଁ ଏହିପରି ଶବ୍ଦ କରିଥାନ୍ତି। ନିଜ ନିଜର ଆଧିପତ୍ୟ ଜାହିର କରିବା ଉଦ୍ଦେଶ୍ୟରେ ଅନ୍ୟ ଅଣ୍ଡିରା ଝିଁକାରିମାନଙ୍କୁ ନିଜ ସ୍ଥାନରୁ ଦୂରେଇ ରଖିବା ପାଇଁ ଏବଂ ନିଜର ଆଧିପତ୍ୟ ଜାହିର କରିବା ପାଇଁ ସେମାନେ…

Read More

ନୂଆପଡ଼ା,୨୧/୦୫,(ପରମେଶ୍ୱର ମେହେର):ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାବଳମ୍ବନ କ୍ଷେତ୍ରରେ ନୂଆପଡ଼ା ଜିଲ୍ଲା ପୁନର୍ବାର ଏକ ନୂତନ ସଫଳତା ହାସଲ କରିଛି। ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୫-୨୬ ଆର୍ଥିକ ବର୍ଷର ରିପୋର୍ଟ ଅନୁସାରେ, ଏସଏଚଜି ବ୍ୟାଙ୍କ ଲିଙ୍କେଜ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି।ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ୫୪୪୦ଟି ଏସଏଚଜିଙ୍କୁ ବ୍ୟାଙ୍କ ଲିଙ୍କେଜ ଦେବା ଲକ୍ଷ୍ୟ ରହିଥିବାବେଳେ ଏପର୍ଯ୍ୟନ୍ତ ୬୧୪୮ଟି ଏସଏଚଜିଙ୍କୁ ବ୍ୟାଙ୍କ ଲିଙ୍କେଜ ପ୍ରଦାନ କରାଯାଇଛି। ଏହା ଲକ୍ଷ୍ୟର ୧୧୩ ପ୍ରତିଶତ ସଫଳତାକୁ ସୂଚିତ କରୁଛି। ସେହିପରି ଆର୍ଥିକ ଲକ୍ଷ୍ୟ ରୂପେ ୨୨୧୫୪ ଲକ୍ଷ ଟଙ୍କା ଥିଲାବେଳେ ୩୧୬୩୯ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ଯୋଗାଣ ହୋଇଥିବାରୁ ଜିଲ୍ଲା ୧୪୨ ପ୍ରତିଶତ ଆର୍ଥିକ ସଫଳତା ହାସଲ କରି ରାଜ୍ୟରେ ସର୍ବୋଚ୍ଚ ସ୍ଥାନରେ ରହିଛି।ଏହି ସଫଳତା ଦ୍ୱାରା ନୂଆପଡ଼ା ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଆର୍ଥିକ ସଶକ୍ତିକରଣ, ଆତ୍ମନିର୍ଭରଶୀଳତା ଓ ଜୀବିକା ଉନ୍ନୟନ କ୍ଷେତ୍ରରେ…

Read More

କରଞ୍ଜିଆ,୨୧/୫,(ରିଙ୍କୁ ବାବୁ) :କରଞ୍ଜିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବାଣୀତୀର୍ଥ ର ନୂତନ ପରିଚାଳନ। କମିଟି ଗଠିତ। ପୂରାତନ କମିଟି ର କାର୍ଯ୍ୟକାଳ ସମାପ୍ତ ପରେ ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ନିୟମ ଅନୁଯାଇ ବିଦ୍ୟାଳୟ ର ପରିଚାଳନ। କମିଟି ଗଠିତ ହୁଏ ସେଇ ଅଧିକାର ରେ କରଞ୍ଜିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ପରିଚାଳନା କମିଟି ଗଠିତ ହୋଇଯାଉଛି। ସଭାପତି ଭାବେ କରଞ୍ଜିଆ ସୋୟଙ୍ଗ ଶାସିତ ମହାବିଦ୍ୟାଳୟ ର ଅବସରେପ୍ରାପ୍ତ ଅଧ୍ୟକ୍ଷ ଯୋଗେଶ୍ଵର ମହାନ୍ତ ଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ଅବସର ପ୍ରାପ୍ତ ଇ ଦିଲ୍ଲିପ କୁମାର ଗିରି, ସଂପାଦକ ଭାବେ ଈଶ୍ୱର ଚନ୍ଦ୍ର ମହାନ୍ତ, ସହ ସଂପାଦକ ଭାବେ ଉପେନ୍ଦ୍ର କୁମାର ମହାନ୍ତ, କୋଷାଧ୍ୟକ୍ଷ ଭାବେ ଶୈଳେଶ ଚନ୍ଦ୍ର ମହାନ୍ତ ଙ୍କୁ ଚୟନ କରାଯାଉଛି ସେହିପରି ମହିଳା ସଦସ୍ୟା ଭାବେ ଦୀପ୍ତିମୟୀ ସେଠୀ ଓ ରଞ୍ଜିତା ପାରମାଣୀକ ଙ୍କୁ ଚୟନ କରାଯାଉଛି। ନୂତନ କମିଟି ବିଦ୍ୟାଳୟ…

Read More

କରଞ୍ଜିଆ,୨୧/୫,(ରିଙ୍କୁ ବାବୁ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଘୋଷଦା ପଞ୍ଚାୟତ ର ବୈତରଣୀ ନଦୀର ଧୋକୋଟା ଘାଟ ରେ ଗତକାଲି ବୁଧୁବାର ଅପରାହ୍ନ ପ୍ରାୟ ୪ ଘଟିକା ସମୟ ରେ ଗାଧୋଉ ଥିବା ଯୁବକ କୌଣସି କାରଣରୁ ବୁଡ଼ିଯାଇ ନିଖୋଜ ହୋଇଯାଇଛଥିଲେ ଖବର ପାଇ ବୁଧୁବାର ସନ୍ଧ୍ୟା ରୁ ଶୁକୃଳି ଓ କରଞ୍ଜିଆ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ନଦୀରେ ଖୋଜା ଖୋଜି ଆରମ୍ଭ କରିଥିଲେ ଆଜି ପୁଣି ସକାଳୁ ଯୁବକ ଙ୍କ ଉଦ୍ଧାର କାର୍ଯ୍ୟ ଜାରିରହିଥିଲା ବହୁ ଖୋଜା ଖୋଜି ପରେ ଆଜି ଦିନ ପ୍ରାୟ ୨ ଘଟିକା ସମୟରେ ଯୁବକ ଙ୍କ ଶବ କୁ ନଦୀରୁ ଉଦ୍ଧାର କରାଯାଇଛି ଖବର ରୁ ପ୍ରକାଶ ଯେ ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳ ରୁ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଠାରେ ଏକ ଗ୍ୟାରେଜ ରେ କାମ କରୁଥିବା ଏମଡି ଇସ୍ତିକାର, ଏମଡି ଫିରୋଜ ଆନସାରୀ ଓ ତାଙ୍କ ଭାଇ ବୈତରଣୀ…

Read More

ବେଲଗୁଣ୍ଠା,୨୧/୦୫,(ଶିବରାମ ଚୌଧୁରୀ):ବର୍ତ୍ତମାନ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ସକାଳ ୯ ଘଣ୍ଟା ପର ଠାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଘରୁ ବାହାରକୁ ଗୋଡ଼ କାଢ଼ିବା ଅସମ୍ଭବ ହେଉଛି। ପ୍ରବଳ ଖରା ସହିତ ଅସହ୍ୟ ଗୁଳୁଗୁଳିରେ ଲୋକ ଛଟପଟ ହେଉଛନ୍ତି। ଏହି ଗରମ ଏବଂ ଗୁଳୁଗୁଳି ରାତିରେ ମଧ୍ୟ ଲାଗି ରହୁଛି। ଆଜି ସକାଳ ୯ ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମର ଜଗନ୍ନାଥ ସ୍ୱାଇଁ (୫୫) ନାମକ ଜଣେ ଭାଗଚାଷୀ ଗ୍ରାମର ପୋଖରୀ ହିଡ ପାର୍ଶ୍ୱରେ ଥିବା ନିଜ ଖତ ଗଦାରୁ ଟ୍ରାକ୍ଟର ଯୋଗେ ଖତ ବୋହି ନେଇ ନିଜ ଜମିରେ ଓହ୍ଲାଇବା ପରେ ସେ ଜମିରେ ଖତ ଖେଳାଉଥିବା ସମୟରେ ହଠାତ ଅସୁସ୍ଥ ଅନୁଭବ କରି ତଳେ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଗୋବରା ମେଡ଼ିକାଲକୁ ନିଆଯାଇଥିଲା। ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର…

Read More

ନୂତନ କର୍ମକର୍ତ୍ତା ଚୟନ ଚିକିଟି,୨୧/୫,(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକ ର କାର୍ଯ୍ୟରତ ଡିଜିଟାଲ ଓ ପ୍ରିଣ୍ଟ ମିଡିଆ ସାମ୍ବାଦିକମାନଙ୍କୁ ନେଇ ସ୍ଥାନୀୟ ପୂର୍ତ୍ତ ବଙ୍ଗଳା ପରିସରରେ ଦ୍ୱିତୀୟ ସାଧାରଣ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ବିଭୂଧେନ୍ଦ୍ର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସ୍ଥାନୀୟ ଅଞ୍ଚଳର ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କ ମଧ୍ୟରେ ଏକତା ଓ ସମନ୍ୱୟ ରକ୍ଷା କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବ୍ଲକ ସ୍ତରୀୟ ଜନଶୁଣାଣୀ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବାରୁ ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା l ଆଗାମୀ ଦିନରେ ଏହl ସମ୍ପର୍କରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି।ସଂଗଠନକୁ ଅଧିକ କ୍ରିୟାଶୀଳ ଓ ମଜଭୁତ କରିବା ପାଇଁ ଏହି ଅବସରରେ ଏକ ନୂତନ କର୍ମକର୍ତ୍ତା କମିଟି ଗଠନ କରାଯାଇଛି।…

Read More

ଫୁଲବାଣୀ,୨୧/୦୫,(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଳା ଜି ଉଦୟଗିରି ଥାନା ଅର୍ନ୍ତଗତ ଗ୍ରେଶିଙ୍ଗିଆ ପଂଚାୟତ ର ପୁନି ନାଯୁ ଗ୍ରାମ ର କିରଣ ପ୍ରଧାନ ଙ୍କ ମୃତ୍ୟୁ ର ତଦନ୍ତ କୁ ତିନି ସପ୍ତାହ ବିତି ଯାଇଥିଲେ ମଧ୍ୟ ପୋଲିସ୍ ଏ ସଂପର୍କରେ ଏଯାଏଁ କାହାକୁ ଗିରଫ କରିନି l ଫଳରେ ପରିବାର ଓ ଶତାଧିକ ଗ୍ରାମବାସୀ ଶେଷରେ ଥାନା କୁ ଘେ ରାଉ କରି ନ୍ୟାୟ ପ୍ରଦାନ କରିବା ପାଇଁ ଦାବୀ କରି ଥିଲେ l ଏହାକୁ ପରିବାର ଲୋକେ ହତ୍ୟା କାଣ୍ଡ ବୋଲି ଦାବୀ କରି ଆସୁଛନ୍ତି ତେବେ ପୋଲିସ ତଦନ୍ତ କରୁଛି କହି ଦିନ ଗଡ଼ାଇ ଚାଲିଛି l ବୁଧବାର କନ୍ଧମାଳ ଏସ ପି ହରିଶ ବିଶି ଉଦୟଗିରୀ ଯାଇ ଘଟଣା ର ତଦନ୍ତ କରିଥିଲେ l ପରେ ଗ୍ରାମକୁ ଯାଇ ସେଠାରେ ମଧ୍ୟ ତଦନ୍ତ କରିଥିଲେ l ଏସପି ଙ୍କ ସହ ଏସ ଡି ପି ଓ ଏ.…

Read More

ଫୁଲବାଣୀ,୨୧/୦୫ (ସୁନୀଲ ପଟ୍ଟନାୟକ):ଦୀର୍ଘ୍ ଏକ ମାସ ଧରି ଫୁଲବାଣୀ ସହର ରେ ଚାଲିଥିବା ମା ନାରାୟଣୀ ଯାତ୍ରା ବୁଧବାର ଉଦଯାପିତ ହୋଇଛି l ବୁଧବାର ମଧ୍ୟାହ୍ନ ରେ ପ୍ରଥମେ ବ୍ରାହ୍ମଣୀ ଦେବୀ, ପରେ ବରାଳ ଦେବୀ, ବ୍ୟା ଘ୍ର ଦେବୀ ଓ ଗ୍ରାମ୍ୟ ଦେବୀ, ଓ ମ ଦକ୍ଷିଣ କାଳି ଙ୍କୁ ପୂଜାର୍ଚ୍ଚନା ପରେ ନିଜ ନିଜ ମନ୍ଦୀର କୁ ପ୍ରତ୍ୟାବର୍ତ୍ତନ କରିଥିଲେ l ଶେଷରେ ରାତିରେ ନାଚ ଗୀତ, ବାଜା ବlଣସହ ବିରାଟ ପଟୁଆର ରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଗହଣ ରେ ମା ନାରାୟଣୀ ମନ୍ଦିରକୁ ବିଜେ କରିଥିଲେ l ଅସ୍ଥାୟୀ ମନ୍ଦୀର ରୁ ବାହାରି ବିଜୁ ପଟ୍ଟନାୟକ ଛକ, ଦେଇ ମୁଖ୍ୟ ରାସ୍ତାରେ ମା ଦି କୁନ୍ଦl ଛକ ଦେଇ ସରକାରୀ ମହିଳା ମହାବିଦ୍ୟାଳୟ ଦେଇ ମନ୍ଦୀର କୁ ପ୍ରତ୍ୟାବର୍ତ୍ତନ କରିଥିଲେ l ଆଇନ ଶୃଙ୍ଖଳା ଦୃଷ୍ଟି ରୁ ବ୍ୟାପକ ପୋଲିସ ମୁତୟନ କରଯାଇଥିଲା l…

Read More