ଭଞ୍ଜନଗର,୯।୧୦(ନିଲୁ ବିଶୋୟୀ):ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଦୁଇଟି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକ୍ରିୟା ଜୋରଦାର ହୋଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଶୁକ୍ରବାର ପ୍ରାର୍ଥୀ ଓ ପ୍ରାର୍ଥିୀନୀ ମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ କେଏସ୍ୟୁବି କଲେଜରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଓ ଅନ୍ୟ ଛାତ୍ର ଗୋଷ୍ଠୀ ପକ୍ଷରୁ ବିଭିନ୍ନ ଛାତ୍ରଛାତ୍ରୀ ମାନେ ଆସି ନିଜର ନାମାଙ୍କନ ଦାଖଲ କରିଛନ୍ତି। ଏହି ନାମାଙ୍କନ ପତ୍ର ଦାଖଲକୁ ନେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ କ୍ୟାମ୍ପସରେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ନିଜ ପ୍ରାର୍ଥୀଙ୍କ ସପକ୍ଷରେ ସହପାଠୀ ନାରା ଦେଇ ନାମାଙ୍କନ ଭରିବାକୁ କଲେଜ ନିକଟରୁ ଏକ ଶୋଭାଯାତ୍ରାରେ କଲେଜକୁ ଆସିଥିଲେ। କଲେଜ ଗେଟ ସମ୍ମୁଖରେ ସମସ୍ତଙ୍କ ୟୁନିଫର୍ମ ଓ ପରିଚୟ ପତ୍ର…
Author: Janabani News
ବେଗୁନିଆପଡ଼ା,୯।୧୦(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲାର କୋଦଳା ଏନଏସି ସ୍ଥିତ ଉପନିବନ୍ଧକ କାର୍ଯ୍ୟାଳୟରେ ସ୍ଥାୟୀ ଉପନିବନ୍ଧକ ନଥିବା ସହ ଜନସାଧାରଣଙ୍କ ପାଇଁ ପ୍ରତୀକ୍ଷା କକ୍ଷର ବ୍ୟବସ୍ଥା ନାହିଁ। ଫଳରେ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକେ ଘଣ୍ଟା ଘଣ୍ଟା ଧରି ବାହାରେ ଅପେକ୍ଷା କରି ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାର ସମାଧାନ ପାଇଁ ସ୍ଥାୟୀ ଉପନିବନ୍ଧକ ନିଯୁକ୍ତି ସହ ପ୍ରତୀକ୍ଷା କକ୍ଷ ନିର୍ମାଣ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି। ସୂଚନା ଅନୁଯାୟୀ, ବେଗୁନିଆପଡ଼ା ବ୍ଲକ୍ର ୨୩ଟି ପଞ୍ଚାୟତ ଏବଂ କୋଦଳା ଏନଏସିର ସମସ୍ତ ୱାର୍ଡ ଏହି ଉପନିବନ୍ଧକ କାର୍ଯ୍ୟାଳୟ ଅଧୀନରେ ରହିଛି। ପ୍ରତିଦିନ ଅଞ୍ଚଳର ବହୁ ଲୋକ ଜମିଜମା ସମ୍ପର୍କିତ ପଞ୍ଜୀକରଣ ଓ ବିବାହ ପଞ୍ଜୀକରଣ ପାଇଁ ଏହି କାର୍ଯ୍ୟାଳୟକୁ ଆସିଥାନ୍ତି। କିନ୍ତୁ ଦୁଃଖର ବିଷୟ, ଏତେ ସଂଖ୍ୟକ ଲୋକଙ୍କ ଆସୁଥିବା ସତ୍ତ୍ୱେ କାର୍ଯ୍ୟାଳୟରେ ଅପେକ୍ଷା କରିବା ପାଇଁ କୌଣସି ପ୍ରତୀକ୍ଷା କକ୍ଷ ନାହିଁ। ଏଥିସହିତ ସ୍ଥାୟୀ ଉପନିବନ୍ଧକ ନଥିବାରୁ କୋଦଳା…
ଭବାନୀପାଟଣା,୯।୧୦(କିଶନ ଶର୍ମା):୯ ମ ଜିଲ୍ଲା ସ୍ତରୀୟ ଜାତୀୟ ପୋଷଣ ମାସ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆୟୋଜନରେ ଆଜି ଭବାନୀପାଟଣା ପଞ୍ଚାୟତ ସମ୍ମିଳନୀ ଗୃହ ଠାରେ ପାଳିତ ହୋଇଯାଇଛି । ଏହି ଦିବସର ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭଉଦ୍ଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଭଳଷ୍ମୀ ନାୟକ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ୍ ନିଶା, ,NHMରୁ RBSK ମେନେଜର କୃଷ୍ଣ ଚନ୍ଦ୍ର ପ୍ରଧାନ, ମିଶନ ଶକ୍ତି ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ସୁମନ ଦ୍ବିବେଦୀ, ଓଡିଶା ଜୀବିକା ମିଶନ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଡ. ଚନ୍ଦନ ବେହେରା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ମଞ୍ଚାସୀନ ଅତିଥି ଭାବରେ ଯୋଗଦେଇଥିଲେ । ଅଂଶଗ୍ରହଣକାରି ମଧ୍ୟରେ ଆଇସିଡିଏସ ର ପ୍ରୋଗ୍ରାମ୍ ଅଫିସର ନମିତାରାଣୀ ପଲ୍, ଭବାନୀପାଟଣା ଉପଖଣ୍ଡ ସ୍ତରୀୟ ପ୍ରୋଗ୍ରାମ୍ ଅଫିସର ଆଶା ରାଣୀ ସାହୁ ଓ ଧର୍ମଗଡ଼ ଉପଖଣ୍ଡ…
ରାୟଗଡ଼,୯।୧୦(ଅମୂଲ୍ୟ ନିଶଙ୍କ):ସରକାରୀ ଯୋଜନା ଓ ସେବାକୁ ଲୋକଙ୍କ ଦୁଆରମୁହଁରେ ପହଞ୍ଚାଇବା ଉଦ୍ଦେଶ୍ୟରେ ରାମନାଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ‘ସେବା ସେତୁ ଅଭିଯାନ’ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆୟୋଜିତ ଏହି ଶିବିରରେ ଉତ୍ସାହଜନକ ପରିବେଶ ଦେଖିବାକୁ ମିଳିଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲପାଳ ରବୀନ୍ଦ୍ର ନାଥ କହଁର,ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଗୟା ଡମ୍ବରୁ ଧର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅତିଥିଙ୍କ ଦ୍ୱାରା ବିଭିନ୍ନ ବିଭାଗ ଦ୍ୱାରା ପ୍ରଦର୍ଶିତ ଷ୍ଟଲ ଉଦ୍ଘାଟନ କରାଯାଇଥିଲା।ଏହି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର ରେ ମୋଟ ୨୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବିଭାଗ…
ରାୟଗଡ,୯।୧୦(ଅମୂଲ୍ୟ ନିଶଙ୍କ):ପ୍ରଶାସନକୁ ଲୋକଙ୍କ ନିକଟତର କରିବା ଏବଂ ଲୋକଙ୍କ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ଆୟୋଜିତ ‘ସେବା ସେତୁ ଅଭିଯାନ’ ଅବସରରେ ରାମନାଗୁଡ଼ା ତହସିଲ ଶୁଣ୍ଢି ଢେପାଗୁଡ଼ାଗ୍ରାମର ଗ୍ରାମର ୫୬ଟି ଗୃହହୀନ ପରିବାରଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯାଇଛି। ବହୁ ବର୍ଷ ଧରି ନିଜସ୍ୱ ଭିଟାମାଟି ପାଇଁ ଅପେକ୍ଷା କରି ରହିଥିବା ଏହି ପରିବାରଗୁଡ଼ିକ ମଧ୍ୟରେ ଏହାକୁ ନେଇ ଆନନ୍ଦର ଲହରୀ ଖେଳିଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲପାଳ ରବୀନ୍ଦ୍ର ନାଥ କହଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ଅତିରିକ୍ତ ତହସିଲଦାର ଗୟା ଡମ୍ବରୁ ଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ରହି ହିତାଧିକାରୀମାନଙ୍କୁ ପଟ୍ଟା ବଣ୍ଟନ କରିଥିଲେ।ଏହି ଅବସରରେ ଅତିରିକ୍ତ ଜିଲ୍ଲପାଳ ପ୍ରକାଶ କରିଥିଲେ ଯେ, ସେବା ସେତୁ ଅଭିଯାନ ଜରିଆରେ ସରକାରୀ ଯୋଜନାର ସୁଫଳକୁ ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ମୁଖ୍ୟ ଲକ୍ଷ୍ୟ। ଦୀର୍ଘ ଦିନରୁ…
ବେଲଗୁଣ୍ଠା,୦୯।୧୦(ଶିବରାମ ଚୌଧୁରୀ):ଛାତ୍ର ସଂସଦ ନିର୍ବାଚନକୁ ନେଇ ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ଚଳଚଞ୍ଚଳତା ଦେଖାଦେଇଛି। ବିଭିନ୍ନ ପଦବି ପାଇଁ ମୋଟ ୧୩ ଜଣ ଛାତ୍ରଛାତ୍ରୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ସଭାପତି ପଦ ପାଇଁ ସୌମ୍ୟ ରଞ୍ଜନ ଜେନା ଓ ରାଜେଶ ସ୍ୱାଇଁ, ଉପସଭାପତି ପଦ ପାଇଁ ନୃସିଂହ ପାତ୍ର, ଆକାଶ କୁମାର ନାୟକ ଓ ରାକେଶ ସ୍ୱାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ସମ୍ପାଦକ ପଦ ପାଇଁ ଗୀତାଞ୍ଜଳି ପଟ୍ଟନାୟକ, ସାଧାରଣ ସମ୍ପାଦକ ପଦ ପାଇଁ ସିନୁ ପାତ୍ର ଓ ଜ୍ୟୋତି ରାଣୀ ଗୌଡ଼, ଯୁଗ୍ମ ସମ୍ପାଦକ ପଦ ପାଇଁ ଝୁମୁରି ବିଷୋୟୀ ଓ ଚାନ୍ଦିନୀ ଗୌଡ଼ ଏବଂ ଆଥଲେଟିକ୍ ସେକ୍ରେଟାରୀ ପଦ ପାଇଁ ସୋନୁ ବାରିକ ଓ ପ୍ରିୟଙ୍କା ସ୍ୱାଇଁ ନାମାଙ୍କନ ଦାଖଲ କରିଛନ୍ତି।ନିର୍ବାଚନ ପ୍ରକ୍ରିୟାରେ ରିଟର୍ଣ୍ଣିଂ ଅଫିସର ଭାବେ ଅଧ୍ୟାପକ ପ୍ରଫୁଲ୍ଲ ଜେନା, ଅଶୋକ ପ୍ରଧାନ ଓ ସନ୍ତୋଷ ପାଣିଗ୍ରାହୀ ଦାୟିତ୍ୱ ତୁଲାଇଥିବା ବେଳେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ତଥା ବେଲଗୁଣ୍ଠା ତହସିଲଦାର…
ବୁଗୁଡ଼ା,୦୯।୧୦(ପୂର୍ଣ୍ଣଚନ୍ଦ୍ର ବାରିକ)ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ସାହ ବଢ଼ିଥିବା ବେଳେ ବୁଗୁଡ଼ା ପିପୁଲ୍ସ କଲେଜରେ ସିଲେକ୍ସନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚଳିତ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାରେ ଏବିଭିପି ଛାତ୍ର ସଂଗଠନକୁ ଛାଡ଼ି ଅନ୍ୟ କୌଣସି ଛାତ୍ର ସଂଗଠନ ପକ୍ଷରୁ ନାମାଙ୍କନପତ୍ର ଦାଖଲ କରାଯାଇନଥିବା ସୂଚନା ମିଳିଛି।ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ କଲେଜରେ ଛାତ୍ର ରାଜନୀତି ସରଗରମ ହୋଇଥିବା ବେଳେ ଅନ୍ୟ ସଂଗଠନଗୁଡ଼ିକ ନାମାଙ୍କନ ଦାଖଲ ନକରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ଏବିଭିପି ଛାତ୍ରମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।ବାଣ ଫୁଟାଇ ସମର୍ଥକ ମାନେ ଖୁସି ମନଇଥିବାବେଳେ ଅନ୍ୟ ଛାତ୍ର ସଂଗଠନଗୁଡ଼ିକ ନାମାଙ୍କନ ଦାଖଲ ନକରିବାର କାରଣ କ’ଣ, ତାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି।କଲେଜରେ ମୋଟ ୧୬ଟି ପଦବୀ ପାଇଁ ଏବିଭିପି ଛାତ୍ର ସଂଗଠନ ପାର୍ଥି ଦେଇଥିବାବେଳେ ସଭାପତି-ସଂଗ୍ରାମ ଦାସ, ଉପସଭାପତି -ଶେଫାଳି…
ଚିକିଟି,୯।୧୦(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଲା ଅଧୀନସ୍ଥ ଚିକିଟି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ,ନୂଆପଡ଼ା ଠାରେ ନୂଆପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ନୂଆପଡ଼ା ଉଚ୍ଚ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଜି ସଦାନନ୍ଦ ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଅତିଥି ରୂପେ ଚିକିଟି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବି ଆର୍ ସି ସି ତ୍ରିନାଥ ମଲ୍ଲିକ, ସମ୍ମାନିତ ଅତିଥି ଭାବରେ ଏ ବି ଇ ଓ ନାୟକ ସେଠୀ ଓ ମେଘନାଥ ବେହେରା ଓ ଉଚ୍ଚ ବିଦ୍ୟାଳୟ ନୂଆପଡ଼ାର ପରିଚାଳନା ସଭାପତି ଅଗାଡ଼ି ନାରାୟଣ ସମେତ କ୍ଲଷ୍ଟର ସି ଆର୍ ସି ସି କୁରେଶୁ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ଶିକ୍ଷାର୍ଥୀର ସହ ଶୈକ୍ଷିକ ଗୁଣାବଳୀର ବିକାଶ ପାଇଁ ସରକାରଙ୍କ ଏ କାର୍ଯ୍ୟକ୍ରମ ବାସ୍ତବରେ ମହତ୍ ବୋଲି ମତ ପୋଷଣ କରିଥିଲେ ଠିକ୍ ସେହିପରି ଶିକ୍ଷାର୍ଥୀ ମାନଙ୍କ…
ଭବାନୀପାଟଣା,୮।୧୦(କିଶନ ଶର୍ମା):ଆଜି ଓଡିଶା ବନ୍ଦ ଡାକରା ଭବାନୀପାଟଣା ସହରରେ ସଫଳତାର ୧୨ ଘଣ୍ଟିଆ ସମ୍ପୂର୍ଣ୍ଣ ବନ୍ଦ ପାଳନ ହୋଇଯାଇଅଛି। କେନ୍ଦ୍ର ସରକାରଙ୍କ ଏମ.ଏମ.ଡି.ଆର ଆଇନ ପ୍ରତ୍ୟାହାର, ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ରାଜ୍ୟରେ ବହି ତୃଟି ପ୍ରତିବାଦରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଓଡ଼ିଶାର ସମସ୍ତ ଜିଲ୍ଲାରେ ବନ୍ଦ ଡାକରାକୁ ନେଇ କଳାହାଣ୍ଡିର ୧୩ ଟି ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଜିଲ୍ଲା କଂଗ୍ରେସ କମିଟି ସହିତ ଅନ୍ୟ ବାମ ପନ୍ଥୀ ଦଳ ଗୁଡିକ ମଧ୍ୟ ସାମିଲ ହୋଇ ବନ୍ଦ ଡାକରାକୁ ସଫଳ କରିଛନ୍ତି। ଏହି ବନ୍ଦ ଶାନ୍ତି ପୂର୍ଣ୍ଣ ଭାବରେ ମେଡିକାଲ, ଔଷଧ ଦୋକାନ, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ସେବା ଯୋଜନାକୁ ବନ୍ଦରୁ ବାଦ ପଡିଛି। ଜିଲ୍ଲାରେ ସମସ୍ତ ଯାନ ବାହାନ, ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, କଲେଜ ଓ ବ୍ୟାଙ୍କ ଗୁଡିକ ବନ୍ଦ ଥିବାର ଦେଖିବାକୁ ମିଳିଛି।
ଭଞ୍ଜନଗର,୮।୧୦(ନିଲୁ ବିଷୋୟୀ):ଘୁମୁସରୀ ପ୍ରଜାତିର ଗାଈର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆଜି ଭଞ୍ଜନଗର ପ୍ରାଣୀଧନ ତାଲିମ କେନ୍ଦ୍ରରେ ସ୍ବତନ୍ତ୍ର କର୍ମଶାଳା ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରାଣୀଧନ ଅଧିକାରୀ ଅଞ୍ଜନ ଦାଶ ଯୋଗ ଦେଇ ଘୁମୁସରୀ ଗାଈର ସଂରକ୍ଷଣ ଓ ଗୋପାଳକଙ୍କ ଉନ୍ନତି ପାଇଁ ନିଆଯାଉଥିବା ଏହି ପଦକ୍ଷେପ ଦ୍ବାରା ଗୋପାଳକମାନେ ବେଶ ଉପକୃତ ହେବେ ବୋଲି କହିଥିଲେ। କାର୍ଯ୍ୟକ୍ରମ ଅଧୀନରେ ବ୍ରିଡର ସୋସାଇଟି, ପ୍ରାଣୀଧନ ଚିକିତ୍ସକ, ବିଭିଓ ଓ ସିଡିଭିଓ ଆଦି ଅଧିକାରୀଙ୍କ ଭୂମିକା ସଂପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ କରଚୁଲି ବାବା ସତ୍ୟାନନ୍ଦ ମହାରାଜ ଓ ଏସ୍ଡିଭିଓ ଡା.ଗଣେଣ ମହାନ୍ତି ପ୍ରମୁଖ ଯୋଗ ଦେଇ ସର୍ଭେ, ନିରୂପଣ, ମିଲ୍କ ରେକର୍ଡିଂ ଓ ସହାୟତା ସଂପର୍କରେ ମତ ଦେଇଥିଲେ। ଗୋପାଳ ସମିତି ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ସଂଯୋଜନା ଓ ସଭାପତି ତ୍ରିନାଥ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗର ଉପଖଣ୍ଡର ସମସ୍ତ…
ବେଲଗୁଣ୍ଠା ,୮।୧୦(ଶିବରାମ ଚୌଧୁରୀ):ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡ଼ା ଶିବ ମନ୍ଦିର ନିକଟସ୍ଥ ଭାରତୀ ଏୟାରଟେଲ୍ ମୋବାଇଲ୍ ଟାୱାରରୁ ଦାମୀ ଯନ୍ତ୍ରପାତି ଚୋରି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଆସିକା କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ରାଧାନଗର ଗ୍ରାମର ଦେବାଶିଷ ମଲ୍ଲିକ (୩୮)।ସୂଚନା ପ୍ରକାରେ, ଗତ ଅଗଷ୍ଟ ମାସରେ କାଳିଆଗୁଡ଼ା ଟାୱାରରୁ ପ୍ରାୟ ୨୧୦୦୦୦ ଟଙ୍କା ମୂଲ୍ୟର ତିନୋଟି ଏୟାରଟେଲ୍ ଏଜେନା ଯନ୍ତ୍ର ଚୋରି ହୋଇଥିଲା। ଏନେଇ କମ୍ପାନୀ ପକ୍ଷରୁ ସେପ୍ଟେମ୍ବର ମାସରେ ଗାଙ୍ଗପୁର ଥାନାରେ ଅଭିଯୋଗ କରାଯିବା ପରେ ୪୦୯/୨୬ ନମ୍ବରରେ ମାମଲା ରୁଜୁ ହୋଇଥିଲା। ଆସାମୀଙ୍କ ସମ୍ପର୍କରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ. ଦୀପକ କୁମାର ମିଶ୍ର ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଗାଙ୍ଗପୁର ଥାନା ଏଏସ୍ଆଇ ବି.ୱାଇ. ନାଇଡୁଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଏସ୍ଆଇ ଶ୍ରୀ ନାଇଡୁ ସଦଳବଳେ ବେଲଗୁଣ୍ଠାସ୍ଥିତ ଏକ ୱାର୍କସପ୍ରେ…
ଚିକିଟି,(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକ ଅନ୍ତର୍ଗତ ପତିଗୋବିନ୍ଦପୁର କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ ଉତ୍ସବ ବଡ଼କେଳାଝୁରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ଛାତ୍ରଛାତ୍ରୀଙ୍କ ଗୀତ, ନୃତ୍ୟ, କଳା, ସୃଜନଶୀଳତା ଓ ବିଭିନ୍ନ ପ୍ରତିଭାର ପ୍ରଦର୍ଶନରେ ବିଦ୍ୟାଳୟ ପରିସର ଚଳଚଞ୍ଚଳ ହୋଇଉଠିଥିଲା।କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀ, ଏବିଇଓ ନାୟକ ସେଠୀ, ବିଆରସିସି ତ୍ରିନାଥ ମଲ୍ଲିକ, ସିଆରସିସି ଏନ୍. ଅପନା, ଏସ୍ଏମ୍ସି ସଭାପତି ନାରାୟଣ ପ୍ରଧାନଙ୍କ ସମେତ କ୍ଲଷ୍ଟର ଅଧୀନ ସମସ୍ତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସୁରଭି ଭଳି ମଞ୍ଚ ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ସହ ଆତ୍ମବିଶ୍ୱାସ ଓ ସୃଜନଶୀଳତା ବୃଦ୍ଧିରେ ଏକ ପ୍ରେରଣାଦାୟୀ ମାଧ୍ୟମ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ସମସ୍ତଙ୍କ ସହଯୋଗରେ ଉତ୍ସବ ସଫଳତାର ସହ ସମାପ୍ତ ହୋଇଥିଲା।