Author: Janabani News

ଫୁଲବାଣୀ,୧୦।୧୦(ସୁନୀଲ ପଟ୍ଟନାୟକ):ଫୁଲବାଣୀ ରୋଟାରୀ କ୍ଲବ ଓ ପବ୍ଲିକ ସ୍କୁଲ ର ମିଳିତ ସହଯୋଗ ରେ ଆସନ୍ତା ଜାନୁଆରୀ ୩୧ତାରିଖ ଦିନ ଫୁଲବାଣୀ ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଦ୍ବିତୀୟ ରଞ୍ଜୀ ମାରାଥନ ସଂପର୍କରେ ଶନିବାର ରୋଟାରୀ କ୍ଲବ୍ ପରିସରରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ରୋଟାରୀ କ୍ଲବ ସମ୍ପାଦକ ସୁନୀଲ ପଟ୍ଟନାୟକ ସ୍ଵାଗତ ଭାଷଣ ଦେବାସହ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବର୍ଣ୍ଣନା କରିବା କାର୍ଯ୍ୟକ୍ରମ ର ପ୍ରଚାର ପ୍ରସାର କରିବା ପାଇଁ ଅନୁରୋଧ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ବିଜୟ କୃଷ୍ଣ ପଟ୍ଟନାୟକ ଓ ରୋଟାରୀ ଉପସଭାପତି ତଥା କାର୍ଯ୍ୟକ୍ରମ ର ଆବାହକ ରାଜେଶ୍ ପାତ୍ର, ସହ ଆବାହକ ରୋ ଟା ରିଆ ନ ରୂପକ ମହାନ୍ତି ପ୍ରମୁଖ ଯୋଗ ଦେଇ ଆସନ୍ତା ଜାନୁୟାରୀ ୩୧, ୨୦୨୭ରେ ୩କିମି, ୫କିମି ୧୦କିମି…

Read More

ବ୍ରହ୍ମପୁର,୧୦।୧୦(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍‌ ଶିହଳା ପଞ୍ଚାୟତ ଅନ୍ତର୍ଗତ ଟାମଣାସ୍ଥିତ ମା’ ମହୁରୀ ଗଡ଼ କାଳୁଆଙ୍କ ପୀଠରେ ଷୋହଳ ଦିନାତ୍ମକ ଷୋଡ଼ଶ ଉପଚାର ପୂଜା ଜାରି ରହିଛି। ଏହି ଅବସରରେ ଆଜି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ପୀଠରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏହାପରେ ବିଧାୟକ ପୀଠ ପରିସର ବୁଲି ଦେଖିବା ସହ ଆୟୋଜକ କମିଟିର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ପୀଠର ଉନ୍ନତିକରଣ ଓ ଆବଶ୍ୟକୀୟ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।ଅନ୍ୟପକ୍ଷରେ, ଆଜି ପୀଠ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମର ବହୁ ଲୋକ ଯୋଗଦେଇ ନିଜ ନିଜର ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା କରାଇଥିଲେ।ଏଥିସହ ପୀଠକୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଧାର୍ମିକ ପରିବେଶ…

Read More

ବେଲଗୁଣ୍ଠା,୧୦।୧୦(ଶିବରାମ ଚୌଧୁରୀ):ବାଲ୍ୟ ବିବାହ ରୋକିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗାଙ୍ଗପୁର ପୁଲିସ ପକ୍ଷରୁ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ମହାବିଦ୍ୟାଳୟର ଅଧ୍ୟକ୍ଷା ରୁନୁବାଳା ତ୍ରିପାଠୀଙ୍କ ଉପସ୍ଥିତିରେ ଯୁବ ରେଡକ୍ରସର ବରିଷ୍ଠ କାଉନସିଲର ସୁଶାନ୍ତ କୁମାର ଲେଙ୍କା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଯୋଗଦେଇଥିବା ବେଳେ ଏସ୍‌ଆଇ ବିନାୟକ ବିଧାର, ଅଧ୍ୟାପିକା ସ୍ୱରୂପା ରାଣୀ ବିଶ୍ୱାଳ ଓ ଅଧ୍ୟାପକ ଦୀପକ ରାଓ ମଞ୍ଚାସୀନ ଥିଲେ।ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ ସଚେତନ କରିଥିଲେ। ବିଶେଷକରି, ୧୮ ବର୍ଷ ବୟସ ପୂର୍ବରୁ ବିବାହ ନକରିବା ସହ ଶିକ୍ଷାକୁ ପ୍ରାଥମିକତା ଦେଇ ନିଜର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାକୁ ଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଶିକ୍ଷା ହିଁ ଜଣେ ଝିଅକୁ ସ୍ୱାବଲମ୍ବୀ କରିବା ସହ…

Read More

ପୁରୁଷୋତ୍ତମପୁର,୧୦।୧୦(ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ଆଇସିଡିଏସତରଫରୁ ବ୍ଳକ ବୈଠକ ହଲ ମଧ୍ୟରେ ନବମ ରାଷ୍ଟ୍ରୀୟ ପୋଷଣ ମାହ ପ୍ରତି ଯୋଗିତା ଅନୁଷ୍ଠିତହୋଈ ଯାଇଛି |ଏହି କାର୍ଯ୍ୟକ୍ରମ କୁ ସିଡ଼ିପିଓ ଲଳିତା ମଲ୍ଲିକ ଏବଂ ବ୍ଳକ ଅଧକ୍ଷା ପିଙ୍କି ବେହେରା ଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏବିଡିଓ ୟୋତିର୍ମୟୀ ନାୟକ, ଆୟୁଷ ଡକ୍ଟର ଏସ କେ ବେହେରା, ସ୍କୁଲ ସି ଆର ସି ପ୍ରମୁଖ ଯୋଗ ଦେଇ ଉଦ‌ବୋଧନ ଦେଇଥିଲେ। ଅଙ୍ଗନୱାଡି କର୍ମୀ ମାନେ ପୋଷଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।କୁଇଜ୍, ଚିତ୍ରାଙ୍କନ ଓ ରଚନା ପ୍ରତି ଯୋଗିତାରେ 9 ଜଣକିଶୋରଓ କିଶୋରୀଙ୍କୁ ପୁରସ୍କୃତ କରାଯାଇଛି। ଜ୍ଞାନ କେନ୍ଦ୍ର ର21ଜଣଅଙ୍ଗନବାଡିକର୍ମୀଙ୍କୁ ସେମାନଙ୍କ ଉତ୍ତମ କାର୍ଯ୍ୟ ପାଇଁ ମାନପତ୍ର ଟ୍ରଫି ଦେଇ ସମ୍ମାନୀତ କରାଯାଇଛି।ଆଜିର ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅଞ୍ଚଳ ପରିଦର୍ଶିକା,ଅଫିସ କର୍ମଚାରୀ, ସୁଭଦ୍ରା ହିତାଧୂକାରୀ, ମମତା ପିଏ,ଏସହେଚଜି ଗୃପସଦସ୍ୟା, ଓ କିଶୋରୀ ବାଳିକାମାନେବହୁ ସଂଖ୍ୟା ରେ ଉପସ୍ଥିତ ଥିଲେ। ଏଥିରେ…

Read More

ବେଲଗୁଣ୍ଠା,୧୦।୧୦(ଶିବରାମ ଚୌଧୁରୀ):ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଞ୍ଚଳତା ପ୍ରକାଶ ପାଇଛି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଅଖିଳ ଭାରତୀୟ ବିଦ୍ୟାଥୀ ପରିଷଦ ର ସଭାପତି, ଉପସଭାପତି ଓ ସମ୍ପାଦକ ପଦରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।ଗତକାଲି ବିଭିନ୍ନ ପଦବି ପାଇଁ ମୋଟ ୧୩ ଜଣ ଛାତ୍ରଛାତ୍ରୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ଚାରିଜଣ ପ୍ରାର୍ଥୀ ସୌମ୍ୟ ରଞ୍ଜନ ଜେନା, ରାଜେଶ ସ୍ୱାଇଁ, ନୃସିଂହ ପାତ୍ର ଓ ଆକାଶ କୁମାର ନାୟକ ନିଜ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ। ଫଳରେ ସଭାପତି ପଦରେ ରାକେଶ ବରାଡ଼, ଉପସଭାପତି ପଦରେ ରାକେଶ ସ୍ୱାଇଁ ଏବଂ ସମ୍ପାଦକ ପଦରେ ଗୀତାଞ୍ଜଳି ପଟ୍ଟନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।ଅନ୍ୟ ପଦବିଗୁଡ଼ିକ ମଧ୍ୟରେ ସାଧାରଣ ସମ୍ପାଦକ ପଦ ପାଇଁ ସିନୁ ପାତ୍ର ଓ ଜ୍ୟୋତି ରାଣୀ ଗୌଡ଼, ଯୁଗ୍ମ ସମ୍ପାଦକ ପଦ ପାଇଁ ଝୁମୁରି ବିଷୋୟୀ ଓ ଚାନ୍ଦିନୀ ଗୌଡ଼ ଏବଂ ଆଥଲେଟିକ୍ ସେକ୍ରେଟାରୀ ପଦ ପାଇଁ…

Read More

ଭଞ୍ଜନଗର,୧୦୧୦(ନିଲୁ ବିଶୋୟୀ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଡୁମାକୁମ୍ପା କ୍ଲଷ୍ଟରର ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ ‘ସୁରଭି’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଲକ୍ ଏ.ବି.ଇ.ଓ ସୁବାସିନୀ ତ୍ରିପାଠୀ ଓ ଗଜେନ୍ଦ୍ର ସେଠୀ ଙ୍କ ସମେତ ପ୍ରଧାନଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ଏବଂ ସି.ଆର.ସି.ସି ସୁଲଗ୍ନା ସ୍ୱାର ଅତିଥି ଭାବେ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ସୃଜନଶୀଳତାର ପରିପ୍ରକାଶ ନିମନ୍ତେ ବିତର୍କ, ପ୍ରବନ୍ଧ ଲିଖନ, ସଙ୍ଗୀତ, କୁଇଜ୍‌, ସୁନ୍ଦର ହସ୍ତାକ୍ଷର ଲିଖନ, ଚିତ୍ରାଙ୍କନ, ବକ୍ତୃତା , ଗଣିତ ଦୌଡ଼, ମଧ୍ୟାହ୍ନ ଭୋଜନ ଶିଳ୍ପ କଳା ସମେତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ ସାଂସ୍କୃତିକ ଦଳଗତ ନୃତ୍ଯ ପ୍ରତିଯୋଗିତାର ବିଚାରକ ଭାବେ ମୁଜାଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ତ୍ରିନାଥ ବେହେରା ଅନ୍ୟତମ ଓଡ଼ିଆ…

Read More

ବାଲିଗୁଡ଼ା,୧୦।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ଶାରଦୀୟ ଦୁର୍ଗାପୂଜାକୁ ନେଇ ବାଲିଗୁଡ଼ାରେ ଆଧ୍ୟାତ୍ମିକ ଉତ୍ସାହ ଓ ଭକ୍ତିମୟ ପରିବେଶ ସୃଷ୍ଟି ହେବାକୁ ଯାଉଛି। ବାଲିଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳଦେବୀଙ୍କ ପୀଠରେ ଆସନ୍ତା ଅକ୍ଟୋବର ୧୧ ତାରିଖ ରବିବାରଠାରୁ ଶାରଦୀୟ ନବଦିନାତ୍ମକ ପୂଜା ଆରମ୍ଭ ହୋଇ ୧୯ ତାରିଖ ସୋମବାର ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ବିଧିବିଧାନ ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା, ଚଣ୍ଡୀପାଠ, ହୋମଯଜ୍ଞ ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହେବ। ପୂଜାର ପ୍ରଥମ ଦିନ ଅକ୍ଟୋବର ୧୧ ତାରିଖ ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ମା’ଙ୍କ ଆବାହନ ସହ ନବରାତ୍ର ପୂଜା କଳସ ଯାତ୍ରା ସକାଳ ୯ଟାରେ ଅନୁଷ୍ଠିତ ହେବ। ଏହାପରେ ଅଧିବାସ, ଦେବତା ପ୍ରତିଷ୍ଠା ସମ୍ବନ୍ଧୀୟ ବିଧି, ଷୋଡ଼ଶ ଉପଚାର ପୂଜା, ଚଣ୍ଡୀପାଠ, ହୋମ, ଆଳତି ଓ ପୁଷ୍ପାଞ୍ଜଳି ଆଦି ଧାର୍ମିକ ରୀତିନୀତି ସମ୍ପନ୍ନ ହେବ। ନବରାତ୍ରର ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଦେବତା ପୂଜା, ଚଣ୍ଡୀପାଠ, ମହାପୂଜା, ମହାଆଳତି ଓ ପୁଷ୍ପାଞ୍ଜଳି…

Read More

ବ୍ରହ୍ମପୁର,୧୦।୧୦(ହିମାଂଶୁ ଶେଖର ସାବତ):ଯୁବପିଢ଼ି, ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍‌, ଉଦ୍ୟୋଗୀ, ଏମ୍‌ଏସ୍‌ଏମ୍‌ଇ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ନବସୃଜନଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ‘ଓଡ଼ିଶା ସେବା ପ୍ରଥମ ନବସୃଜନ ଆହ୍ୱାନ’ (ଓଏସଏଫଆଇସି) ଆରମ୍ଭ ହୋଇଛି। ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ବାସ୍ତବ ଜୀବନର ସମସ୍ୟାର ନୂତନ ଓ ପ୍ରାୟୋଗିକ ସମାଧାନ ପାଇଁ ନବପ୍ରତିଭାଙ୍କୁ ସୁଯୋଗ ଦିଆଯାଉଛି।ଗଞ୍ଜାମରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଇତିମଧ୍ୟରେ ଜିଲ୍ଲାର ୨୯ଟି ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ହୋଇସାରିଛି। ଏହି କ୍ରମରେ ଆଜି କୁକୁଡାଖଣ୍ଡିସ୍ଥିତ +୨ ବିଜ୍ଞାନ କଲେଜ, ବ୍ରହ୍ମପୁର, ଖଲିକୋଟ ଓ ଶେରଗଡ ବ୍ଲକ ଅଧିନସ୍ଥ ତିନୋଟି ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ଆଇଟିଆଇ ଶେରଗଡରେ ଏହି କାର୍ଯ୍ୟକ୍ରମକୁ ସଂଗଠିତ କରାଯାଇଅଛି ।ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ନୂଆ ଚିନ୍ତାଧାରା ପ୍ରସ୍ତୁତ କରି ପୋର୍ଟାଲରେ ପଞ୍ଜୀକରଣ ପାଇଁ ଅନୁରୋଧ କରାଯାଇଛି। ବିଶେଷଜ୍ଞ ଓ ଶିଳ୍ପ ବିଭାଗର ଅଧିକାରୀମାନେ ମାର୍ଗଦର୍ଶନ…

Read More

ବୁଗୁଡ଼ା,୧୦।୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ମାଟିରେ ମିଶିଗଲା ଶହେ ବର୍ଷର ପୁରୁଣା ଆଖଡ଼ାଶାଳ। ଲୋପ ପାଇବାକୁ ବସିଛି ଏକ ପୁରାତନ ପରମ୍ପରାର ସ୍ମୃତି। ବୁଗୁଡ଼ା ଏନ୍‌ଏସିର ୧୧ ନମ୍ବର ୱାର୍ଡ ରଘୁନାଥ ସାହିରେ ଥିବା ଏହି ଆଖଡ଼ାଶାଳର ପୁନରୁଦ୍ଧାର ପାଇଁ ସାହିବାସୀଙ୍କ ଦାବି ଏବେ ଜୋର ଧରିଛି।ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଏହି ଆଖଡ଼ାଶାଳ ଦୀର୍ଘ ବର୍ଷ ଧରି ସାହିର ଐତିହ୍ୟ ଓ ପରମ୍ପରାର ପରିଚୟ ବହନ କରିଆସୁଥିଲା। ଏହା ସହ ଜଡ଼ିତ ରହିଛି ଅନେକ ପୁରୁଣା ସ୍ମୃତି। କିନ୍ତୁ ଆଜି ଏହି ପୁରାତନ ଅନୁଷ୍ଠାନ ନିଜର ଅସ୍ତିତ୍ୱ ହରାଇଛି।ଆଖଡ଼ାଶାଳର ପୁନରୁଦ୍ଧାର ପାଇଁ ସାହିବାସୀଙ୍କ ପକ୍ଷରୁ ଦାବି ଉଠୁଥିବା ସତ୍ତ୍ୱେ ଏଯାଏଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ରହିଛି।ଏବେ ପ୍ରଶ୍ନ ଉଠୁଛି, ରଘୁନାଥ ସାହିର ଏହି ଐତିହାସିକ ଆଖଡ଼ାଶାଳର ପୁନରୁଦ୍ଧାର କେବେ ହେବ? ସାହିବାସୀଙ୍କ ଦାବିକୁ ବୁଗୁଡ଼ା ଏନ୍‌ଏସି ପ୍ରଶାସନ ଗୁରୁତ୍ୱ ଦେଇ…

Read More

ଛତ୍ରପୁର,୧୦।୧୦(ହିମାଂଶୁ ଶେଖର ସାବତ):ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଳୱନ୍ତ ସିଂହ ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଛନ୍ତି। ସେ ମା’ ନାରାୟଣୀ ମନ୍ଦିର, ଆର୍ଯ୍ୟପଲ୍ଲୀ ବେଳାଭୂମି, ଟାମ୍ପରା ହ୍ରଦ ଓ ଗୋପାଳପୁର ପରିଦର୍ଶନ କରି ସେଠାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।ପରିଦର୍ଶନ ସମୟରେ ଗୋପାଳପୁର ବେଳାଭୂମିର ଭିତ୍ତିଭୂମି ବିକାଶ ଓ ଚାଲୁଥିବା ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧାର ବିକାଶ ଓ ଆକର୍ଷଣ ବୃଦ୍ଧି ସମ୍ପର୍କରେ ଆଲୋଚନା ହୋଇଥିଲା।ଏହି ପରିଦର୍ଶନ ସମୟରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଆକବରମ ସସ୍ୟା ରେଡ୍ଡୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Read More

ବ୍ରହ୍ମପୁର,୧୦।୧୦(ଡ.କୁମୁଦ ଚନ୍ଦ୍ର ବେହେରା):ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷ ଜମିରେ ଦେଖା ଦେଉଥିବା ପୋକ ଓ ରୋଗର ସ୍ଥିତି ଅନୁଧ୍ୟାନ କରିବା ସହିତ ଚାଷୀମାନଙ୍କୁ ସମୟୋପଯୋଗୀ ପରାମର୍ଶ ପ୍ରଦାନ ଉଦ୍ଦେଶ୍ୟରେ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ – ୧ ଭଞ୍ଜନଗର, କୃଷି ବିଜ୍ଞାନ କେନ୍ଦ୍ର ଗଞ୍ଜାମ – ୨, ଗୋଲନ୍ଥରା ର ବୈଜ୍ଞାନିକ ଓ କୃଷି ବିଭାଗର ଅଧିକାରୀମାନଙ୍କ ଦ୍ବାରା ମିଳିତ ଭାବେ ରୋଗ ପୋକ ସର୍ବେକ୍ଷଣ କରାଯାଇଛି। ଏହି ସର୍ବେକ୍ଷଣ ସମୟରେ ଟିମ୍ ପକ୍ଷରୁ ବିଭିନ୍ନ ଫସଲ ଜମି ପରିଦର୍ଶନ କରାଯାଇ ଫସଲର ସ୍ବାସ୍ଥ୍ୟ, ରୋଗ ଓ ରୋଗର ଉପସ୍ଥିତି, ଏହାର ତୀବ୍ରତା ଏବଂ ଚାଷୀମାନଙ୍କ ଦ୍ବାରା ଗ୍ରହଣ କରାଯାଉଥିବା ଫସଲ ସୁରକ୍ଷା ପଦକ୍ଷେପ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା। ଏଥିସହ ଚାଷୀମାନଙ୍କ ସହିତ ସିଧାସଳଖ ଆଲୋଚନା କରାଯାଇ କ୍ଷେତ୍ର ସ୍ତରୀୟ ସମସ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା। ପୋକ ଓ ରୋଗର ସଠିକ୍ ଚିହ୍ନଟ ପରେ ହିଁ ଆବଶ୍ୟକୀୟ ନିୟନ୍ତ୍ରଣ…

Read More

ବୁଗୁଡ଼ା,୦୯/୧୦(ପୂର୍ଣ୍ଣଚନ୍ଦ୍ର ବାରିକ):ବୁଗୁଡ଼ା ଥାନା ଅନ୍ତର୍ଗତ ବାଲିପଦର ଫାଣ୍ଡିରେ କାର୍ଯ୍ୟରତ ଏସ୍‌ଆଇ କେ. ନୀଳାଦ୍ରି ରେଡ୍ଡୀ ୭୧ତମ ରାଜ୍ୟ ପୋଲିସ ଡ୍ୟୁଟି ମିଟ୍‌-୨୦୨୬ରେ ଦ୍ୱିତୀୟ ପୁରସ୍କାର ହାସଲ କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ ତଦନ୍ତ କ୍ଷେତ୍ରରେ ଫଟୋଗ୍ରାଫି ବିଭାଗରେ ସେ ଏହି ସଫଳତା ହାସଲ କରିଛନ୍ତି।ପୋଲିସ ତଦନ୍ତରେ ଫଟୋଗ୍ରାଫିର ଗୁରୁତ୍ୱ ଅଧିକ। ଘଟଣାସ୍ଥଳର ଫଟୋ ଉତ୍ତୋଳନ ଏବଂ ତଥ୍ୟକୁ ବୈଜ୍ଞାନିକ ଭାବେ ସଂରକ୍ଷଣ କରିବା ତଦନ୍ତ ପ୍ରକ୍ରିୟାରେ ସହାୟକ ହୋଇଥାଏ। ଏହି କ୍ଷେତ୍ରରେ ତାଙ୍କର ଏହି ସଫଳତା ବୃତ୍ତିଗତ ନିଷ୍ଠା, ଦକ୍ଷତା ଓ କାର୍ଯ୍ୟ ପ୍ରତି ସମର୍ପଣଭାବର ପରିଚୟ ଦେଇଛି।ଏସ୍‌ଆଇ କେ. ନୀଳାଦ୍ରି ରେଡ୍ଡୀଙ୍କ ଏହି ସଫଳତା ପାଇଁ ଗଞ୍ଜାମ ପୋଲିସ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। ତାଙ୍କର ଏହି ସଫଳତା ପୋଲିସ ବିଭାଗର ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ନିଜ କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।

Read More