ଫୁଲବାଣୀ,୨୪/୦୫,(ସୁନୀଲ ପଟ୍ଟନାୟକ):ସାମ୍ପ୍ରତିକ ସାମାଜିକ ପରିବର୍ତ୍ତନ ସହିତ ତାଳ ଦେଇ ଚାଲିବାକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ଚଳଚିତ୍ର” ମୁରବୀ “। ସମ୍ପୂର୍ଣ୍ଣ ପାରିବାରିକ କାହାଣୀ କୁ ନେଇ ତିଆରି ଏହି ଚଳଚିତ୍ର। ଦୁଇ ବାଲ୍ୟ ବନ୍ଧୁ ଙ୍କ ପରିବାର ମଧ୍ୟରେ ଥିବା ତାରତମ୍ୟ ଏଥିରେ ପ୍ରଦର୍ଶିତ ହୋଇଛି। ଦୁଇ ବନ୍ଧୁ ସେମାନଙ୍କ ପରିବାରର ମୁରବୀ ହେଲେହେଁ ସେମାନଙ୍କ ଅଲଗା ଅଲଗା ଶାସନ, ଆଚାର,ବିଚାର, ବ୍ୟବହାର, ସଂସ୍କୃତି ଓ ପରମ୍ପରା ରହିଛି। ଯାହାଫଳରେ ଗୋଟିଏ ପରିବାରରେ ଶାନ୍ତି ବିରାଜମାନ କରୁଥିବା ବେଳେ ଅନ୍ୟଟିରେ କଡା ଶାସନ ଯୋଗୁଁ ଅଶାନ୍ତି ଓ ଭୟ ବିରାଜ ମାନ କରୁଛି। ଅନ୍ୟ ପକ୍ଷରେ ଆଜିର ପରିବର୍ତ୍ତିତ ସମାଜରେ ଯୁବ ସମାଜ ସେମାନଙ୍କ ସ୍ୱାଧୀନ ଚିନ୍ତାଧାରା କୁ ଜୋରଜବରଦସ୍ତ ଜାହିର କରି ମୂଳ ପରିବାରରୁ ଅଲଗା ହେଵାକୁ ଚାହୁଁଛନ୍ତି। ଏହି ଚଳଚିତ୍ର ଜରିଆରେ ଆଜିର ପରିବର୍ତ୍ତିତ ସମାଜ କୁ ଏକ ଦିଗ୍ ଦର୍ଶନ ର ବାର୍ତ୍ତା ଦେବାକୁ ଉଦ୍ୟମ…
Author: Janabani News
ଫୁଲବାଣୀ,୨୪/୦୫,(ସୁନୀଲ ପଟ୍ଟନାୟକ):କଂଧମାଳ ଏସପି ହରିଶ ବିଶି ଙ୍କ ଗଞ୍ଜାମ ଏସପି ଭlବେ ବଦଳି ହୋଇଛି l ସେହିପରି ରାୟଗଡ଼l ଅତିରିକ୍ତ ଏସପି ରମେନ୍ଦ୍ର ପ୍ରସାଦ କନ୍ଧମାଳ ଏସପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି l କଂଧମାଳ ଏସପି ହରିଶ୍ ବିଶି କମ ସମୟ ମଧ୍ୟରେ ଜିଲ୍ଲାରେ ମାଓ ଦମନ ଅଭିଯାନ ରେ ନିଷ୍ଠା ଓ ଆନ୍ତରିକତାର ସହ ନେତୃତ୍ୱ ନେଇ ଜିଲ୍ଲାରେ ମାଓ ଦମନ କରିବା ରେ ସଫଳତା ହାସଲ କରି ବେଶ ପ୍ରଶଂସା ସାଉଁଟି ଥିଲେ l ସେହିପରି ଗଞେଇ ଚାଷ ଓ ଚୋରା ଚାଲାଣର ଭୂସ୍ବର୍ଗ ପାଲଟିଥିବା କନ୍ଧମାଳ ଜିଲାରେ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ କୁ ରୋକିବାରେ ସମର୍ଥ ହୋଇଥିଲେ l କେବଳ ସେତିକି ନୁହେଁ ଅସାମାଜିକ ବ୍ୟକ୍ତି ବିଶେଷ ଙ୍କୁ ସାବlଡ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା l ସେହିପରି ନୂତନ ଏସପି ରମେନ୍ଦ୍ର ପ୍ରସାଦ ଜିଲ୍ଲାରେ ଗଞ୍ଜେଇ ଚାଷ ଓ ଚୋରା…
ପାତ୍ରପୁର,୨୩/୫,(କୁରେଷ ରେଡ୍ଡୀ):ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଠାରେ ଜୁନ ୧ରୁ ୯ ତାରିଖ ମଧ୍ୟରେ ଯଜ୍ଞ ଅନୁଷ୍ଠିତ ହେବାକୁ ଥିବାବେଳେ ଦୁଇ ଦିନ ପୁର୍ବେ ସେଠାରେ ଟେଣ୍ଟ ବାନ୍ଧିବା ସକାଶେ ଏକ ପିକପ୍ ଭେନ୍ ଯୋଗେ ବିହାର ଓ ହିଞ୍ଜିଳିକାଟୁର ଦୟାପଲ୍ଲୀ ଗ୍ରାମର ପ୍ରାୟ ୨୫ରୁ ଉର୍ଦ୍ଧ ଶ୍ରମିକ ସେଠାକୁ ଯାଇଥିଲେ । ଆଜି କାମ ସାରି ଫେରିବା ବେଳେ ଜରଡା ଥାନା ବୁରାତାଲ ନିକଟସ୍ଥ ସାପୁଆଖତ ନିକଟରେ ପିକପ୍ ଗାଡ଼ି ଟି ଦୁର୍ଘଟଣା ହେବାରୁ ପ୍ରାୟ ୨୦ରୁ ଉର୍ଦ୍ଧ ଶ୍ରମିକ ଆହାତ ହୋଇଛନ୍ତି । ଆହତ ମାନଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭତ୍ତି କରାଯାଇ ଚିକିତ୍ସିତ କରାଯାଇ। ଗୁରୁତର ଥିବା ମିଥୁନ କୁମାର, ଅଧିର ମଣ୍ଡଳ ଓ,ରାଜେନ୍ଦ୍ର ଦାସ୍ ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଘଟଣା ସ୍ଥଳରେ ଜରଡ଼ା ଥାନା ପୋଲିସ୍ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।
ବୁଗୁଡ଼ା,୨୦/୫,(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ବ୍ଲକ ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ କତକଲା ଗ୍ରାମରେ ମା ଦକ୍ଷିଣମୁଖୀ ଠାକୁରାଣୀଙ୍କ ଯାତ୍ରାଉପଲକ୍ଷେ “ଗୁହାରୀ ଶୁଣ ଦୀନବନ୍ଧୁ” ନାଟକ ମଞ୍ଚସ୍ଥ ହୋଇ ଯାଇଛି। ଉକ୍ତ ଗ୍ରାମର ଦକ୍ଷିଣମୁଖୀ ଠାକୁରାଣୀ ଯୁବକ ସଂଘ ତରଫରୁ ଆୟୋଜିତ ନାଟକକୁ କତକଲା ଗ୍ରାମ୍ଯ କମିଟିର ସଭାପତି ରାହୁଲ ବିଷୋୟୀ ମୁଖ୍ଯ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ଉତ୍ସବରେ ନାଟ୍ଯ ପରିଚାଳନା କମିଟିର ସଭାପତି ଯୁଗୁନା ସ୍ବାଇଁ ,ଯୁବକ ସଂଘର ସଭାପତି ସୁଜିତ କୁମାର ସ୍ବାଇଁ ଓ ଅନ୍ଯ ସଦସ୍ୟଗଣ ଉପସ୍ଥିତ ଥିଲେ। ଏ ଅବସରରେ ଗ୍ରାମ୍ଯ ସଭାପତି ରାହୁଲ ବିଷୋୟୀ ଓ ନାଟ୍ଯ ନିର୍ଦ୍ଦେଶକ ଶିବରାମ ମହାପାତ୍ରଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ନାଟକ ପରିଚାଳନାରେ ସନାତନ ସ୍ବାଇଁ, ହର୍ଷ ପଲାଇ , ପ୍ରତାପ ଭୁୟାଁ, ଦିଲ୍ଲୀପ ତ୍ରିପାଠୀ , ରାଜୀବ ସ୍ବାଇଁ, ପ୍ରଭାକର ବିଷୋୟୀ…
ନୂଆପଡା,୨୩/୦୫,(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲାରେ ଅବୈଧ ଧାନ ଚାଲାଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସୀମାନ୍ତ ଅଞ୍ଚଳଗୁଡ଼ିକରେ କଡ଼ା ଯାଞ୍ଚ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଯୋଗାଣ ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାଡ ପକ୍ଷରୁ ଆଜି ଓଡ଼ିଶା-ଛତିଶଗଡ଼ ସୀମାର ଖୋଲନା ଚେକପୋଷ୍ଟ ନିକଟ ଧରମବନ୍ଧା ଗ୍ରାମ ପାଖରେ ଏକ ଗାଡ଼ିରେ ଚଢ଼ାଉ କରାଯାଇ ୩୩.୭୮ କ୍ୱିଣ୍ଟାଲ ଧାନ ଜବତ କରାଯାଇଛି।ସୂଚନା ଅନୁଯାୟୀ, CG 04 LJ 4552 ନମ୍ବର ବିଶିଷ୍ଟ ଏକ ଗାଡ଼ିରେ ଛତିଶଗଡ଼ରୁ ଅବୈଧ ଭାବେ ଧାନ ପରିବହନ କରାଯାଉଥିବା ଅଭିଯୋଗରେ ପୋଲିସ ଓ ଆରଏମସି କର୍ମଚାରୀମାନେ ଖୋଲନା ଚେକପୋଷ୍ଟ ନିକଟରେ ଗାଡ଼ିଟିକୁ ଅଟକାଇଥିଲେ। ପରେ ସିଭିଲ ସପ୍ଲାଇଜ ଏନଫୋର୍ସମେଣ୍ଟ ସ୍କ୍ୱାଡକୁ ସୂଚନା ଦିଆଯାଇଥିଲା। ଯାଞ୍ଚ ସମୟରେ ଗାଡ଼ିରୁ ୧୧୦ ବସ୍ତାରେ ପ୍ୟାକ୍ ହୋଇଥିବା ୩୩.୭୮ କ୍ୱିଣ୍ଟାଲ ଧାନ ଜବତ କରାଯାଇଥିଲା। ଗାଡ଼ିର ଚାଳକ ଛବି ମହାରଙ୍କୁ ପଚରାଉଚରା କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଥିବା ଜଣାପଡ଼ିଛି।ଏହି ଚଢ଼ାଉ କାର୍ଯ୍ୟରେ ସଦର…
କରଞ୍ଜିଆ,୨୩/୫,(ରିଙ୍କୁ ବାବୁ):ଆଜି କରଞ୍ଜିଆ ବିଦ୍ୟୁତ ବିଭାଗର ଉପଖଣ୍ଡସ୍ତରୀୟ ସମସ୍ତ ସେକସନ ତରଫରୁ ବେଆଇନ ଛୋଟେଇ ବିରୋଧ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଆନ୍ଦୋଳନ ରେ ଯୋଗ ଦେଇଛନ୍ତି |ପ୍ରତିଦିନ ସେକସନ କାର୍ଯ୍ୟାଳୟ ପରିସରରେ ଦୁଇ ଘଣ୍ଟା ପାଇଁ ଆନ୍ଦୋଳନ ଡାକରା ଦେଇଛନ୍ତି, ଯଦି ସରକାର ତୁରନ୍ତ କର୍ମଚାରୀ ଛୋଟେଇ କୁ ବନ୍ଦ ନକରନ୍ତି ତାହାଲେ ଆଗାମୀଦିନରେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ୟୁନିଅନ ର କର୍ମକର୍ତା ମାନେ ପ୍ରକାଶ କରିଛନ୍ତି |ବିଦ୍ୟୁତ ବିଭାଗର ଟି. ପି. ଏନ. ଓ. ଡି. ଏଲ ଅଧୀନରେ ଦୀର୍ଘଦିନ ଧରି କାଯ୍ୟ କରୁଥିବା ଠିକା କର୍ମଚାରୀ କିମ୍ବା ବି. ଏ. କର୍ମଚାରୀଙ୍କୁ ବିନା କାରଣରେ ଚାକିରିରୁ ଛୋଟେଇ କରିବାନିଷ୍ପତିକୁ ସଂଘ ସମାଲୋଚନା କରିଛି |ବର୍ତମାନ ସମୟରେ.ଲୋକଙ୍କୁ ସେବା ଯୋଗାଇବା କାର୍ଯ୍ୟ ବୃଦ୍ଧିପାଇଥିବା ବେଳେ, ବିଜୁଳୀ ଗ୍ରାହକ ସଂଖ୍ୟା ବଢିଥିବା ବେଳେ, ଟାକ୍ସ ଆଦାୟ ପରିମାଣ ବୃଦ୍ଧି ପାଇଥିବା ବେଳେ ଓ ଆହୁରି କର୍ମଚାରୀ ଦରକାର…
କରଞ୍ଜିଆ,୨୩/୫,(ରିଙ୍କୁ ବାବୁ):ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ -ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମର ପ୍ରକଳ୍ପ ନିର୍ଦ୍ଦେଶକ ବରିଷ୍ଠ ଆଇଏଫଏସ ଜି. ରାଜେଶ ୨୧ ତାରିଖ କରଞ୍ଜିଆ ଗସ୍ତରେ ଆସି ସମୀକ୍ଷା କରିଛନ୍ତି l କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ କେନ୍ଦୁମୁଣ୍ଡିରେ ଥିବା ବହୁମୁଖୀ ଉତ୍ପାଦ କ୍ଳଷ୍ଟରର ଅଗ୍ରଗତି ଅନୁଧ୍ୟାନ କରିଥିଲେ l ସେଥିରେ ନୂତନ ଭାବେ ଗଢି ଉଠିଥିବା ପାଞ୍ଚପିଢ଼ ମଲ୍ଟି ପ୍ରଡକ୍ଟ କ୍ଲଷ୍ଟରର ବୋର୍ଡ ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିବା ସହିତ ରୋଜଗାରରେ କିପରି ଉନ୍ନତି ଆସିପାରିବ ସେ ସଂକ୍ରାନ୍ତରେ ନିଜର ମତ ରଖିଥିଲେ l ପରେ ପାଟବିଲ ଗ୍ରାମକୁ ଯାଇ ବନ ସୁରକ୍ଷା ସମିତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରିଥିଲେ l ଏସଏଚଜି ଗୁଡିକ ପ୍ରସ୍ତୁତ କରି ବ୍ୟବସାୟ କରୁଥିବା ଉତ୍ପାଦ ଗୁଡିକୁ ଦେଖିବା ସହ ଖାଦ୍ୟ ପଦାର୍ଥ ଚାଖି ମାନ ଉନ୍ନତ ଥିବା ପ୍ରକାଶ କରିଥିଲେ l ଗାଁକୁ ଯାଇ ମା ଲକ୍ଷ୍ମୀ ଏସଏଚଜି ପରିଚାଳନା…
କରଞ୍ଜିଆ,୨୩/୫,(ରିଙ୍କୁ ବାବୁ):ଆଜି କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର + ୬ ଷ୍ଟ ସେମିଷ୍ଟାର ଓ ପି. ଜି. ର ପରୀକ୍ଷା ଫଳ ଏକ ଶୁଭ ମୁହୂର୍ତ୍ତରେ ପ୍ରକାଶିତ ହୋଇଛି |ମହାବିଦ୍ୟାଳୟ ର ଅଧକ୍ଷ ମନୋଜ କୁମାର ସାହୁ ଙ୍କ ଉପସ୍ଥିତିରେ ପରୀକ୍ଷା ନିୟନ୍ତ୍ରିକ ସତ୍ୟବ୍ରତ ସାହୁ ୩ଟି ବିଭାଗ କଳା, ବିଜ୍ଞାନ, ବାଣିଜ୍ୟ ଓ ପି. ଜି. ର ପରୀକ୍ଷା ଫଳ ଘୋଷଣା କରିଥିଲେ |ଏଥି ସହିତ ଊପ ପରୀକ୍ଷା ନିୟନ୍ତ୍ରିକ ଡା. କୁନୀଲ କୁମାର ବେହେରା,, ଡା. ଅବନୀକାନ୍ତ ଦାଶ, ଭୁବନେଶ୍ୱର ବାରିକ, ରଂଜିତ ବଡ଼ନାୟକ ସମେତ ମହାବିଦ୍ୟାଳୟ ର ଅନ୍ୟାନ୍ୟ ଅଧ୍ୟାପକ ଉପସ୍ଥିତ ଥିଲେ | ୨୦୨୬ ଶିକ୍ଷା ବର୍ଷରେ ହୋଇଥିବା ପରୀକ୍ଷାରେ +୩ (ୟୁ. ଜି.)କଳା ରେ ମୋଟ ୨୭୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ, ସେଥିରୁ ୨୪୨ ଜଣ କୃତକାର୍ଯ୍ୟ ହୋଇଛନ୍ତି ପ୍ରଥମ ଶ୍ରେଣୀ ରେ ୧୬୪,ଦ୍ୱିତୀୟ ଶ୍ରେଣୀ ରେ ୭୮ ଜଣ ପାସ କରିଛନ୍ତି…
ଖଜୁରୀପଡ଼ା,୨୩/୫,(ମନୋଜ କୁମାର ବେହେରା):ସରକାର ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥା ସୁଧାର ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ଦାବି କରୁଥିବା ବେଳେ ଆଜି ମଧ୍ୟ ଅନେକ ଦୁର୍ଗମ ଅଞ୍ଚଳ ମୌଳିକ ସଡ଼କ ସୁବିଧାରୁ ବଞ୍ଚିତ ରହିଛି। ପ୍ରଶାସନିକ ଅବହେଳା ଯୋଗୁଁ ଲୋକମାନେ ନାହିଁ ନ ଥିବା ଦୁର୍ଭୋଗ ଭୋଗୁଥିବା ବେଳେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତର ଅରାପାଜୁ ଗ୍ରାମରେ ଜଣେ ଯୁବକଙ୍କ ମାନବିକ ପଦକ୍ଷେପ ଏବେ ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି।ଗ୍ରାମର ରାଜକିଶୋର ବଗର୍ତ୍ତି ପ୍ରଶାସନଙ୍କୁ ଅପେକ୍ଷା ନକରି ନିଜସ୍ୱ ଅର୍ଥ ବ୍ୟୟ କରି ଜେସିବ ଲଗାଇ ଦୀର୍ଘଦିନରୁ ସମସ୍ୟା ସୃଷ୍ଟି କରୁଥିବା ଘାଟି ରାସ୍ତାକୁ କାଟି ଯାତାୟାତ ସୁବିଧା ସୃଷ୍ଟି କରିଛନ୍ତି। ତାଙ୍କର ଏହି ପଦକ୍ଷେପକୁ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମହଳରୁ ଭୁରିଭୁରି ପ୍ରଶଂସା କରାଯାଉଛି।ସୂଚନା ଅନୁଯାୟୀ, ଅରାପାଜୁ ଗ୍ରାମକୁ ଯିବା ମୁଖ୍ୟ ରାସ୍ତା ଦୀର୍ଘଦିନ ଧରି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଥିଲା। ବିଶେଷ କରି…
ନୂଆପଡ଼ା,୨୩/୫,(ପରମେଶ୍ୱର ମେହେର):କୋମନା ବ୍ଲକ୍ ଜଟଗଡ଼ ପଞ୍ଚାୟତ ସୋରିପଡ଼ା ଓ ଖଲିଆପଡ଼ାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସୂଚନା ଅନୁଯାୟୀ ସୋରିପଡ଼ା ଗାଁରେ ୫୦ରୁ ଉର୍ଦ୍ଧ ପରିବାରରେ ୪ ଶହ ଲୋକ ବାସ କରନ୍ତି। ଗୋଟିଏ ୱାର୍ଡ ବିଶିଷ୍ଟ ଗାଁରେ ୩ଟି ନଳକୂଅ ରହିଛି। ପୁରୁଣା ଯଜ୍ଞବେଦୀ ପାଖ ନଳକୂଅ ଖରାପ ରହିଥିବା ବେଳେ ବସ୍ତି ମଝିରେ ଥିବା ନଳକୂଅରେ ସୂତା ଧାରରେ ପାଣି ବାହାରୁଛି। ଫଳରେ ଗୋଟିଏ ଗରା ପାଣି ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। ଅନ୍ୟପକ୍ଷରେ ନୂତନ ଯଜ୍ଞବେଦୀ ପାଖରେ ଭଲ ପାଣି ବାହାରୁଥିବା ନଳକୂଅ ଉପରେ ଲୋକେ ନିର୍ଭର କରୁଥିବାବେଳେ ମାଟି ଧସି ତାହାପୋତିହୋଇଯିବାରୁ ପାଣି ବାହାରୁନାହିଁ। ଗାଁରେ ଥିବା ପୋଖରୀ, ମୁଡା, ଚହଲା ପାଣି ଶୁଖ୍ଗଲାଣି। ଶୌଚସ୍ନାନ ଦୂର କଥା ନିତ୍ୟ ବ୍ୟବହାର ପାଇଁ ପାଣି ମିଳୁନାହିଁ । ବସୁଧା ଯୋଜନାରେ ଗାଁ ଭିତରେ ପାଇପ୍ ବିଛାଯାଇ ଘରଗୁଡ଼ିକରେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଛି ।…
ଫାଟିଗଲା ସୋଲାର ଟାଙ୍କି, ଭାଙ୍ଗି ପଡ଼ିଛି ଟେବ୍, ଶୀଘ୍ର ମରାମତି ଦାବି ଖଜୁରୀପଡ଼ା,( ମନୋଜ କୁମାର ବେହେରା ):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତର ଲେପାକୁମ୍ପା ଗ୍ରାମରେ ଦିନକୁ ଦିନ ପାନୀୟ ଜଳ ସମସ୍ୟା ଗୁରୁତର ରୂପ ନେଉଛି । ଗ୍ରାମରେ ସ୍ଥାପିତ ସୋଲାର ପାଣି ଟାଙ୍କି ଫାଟି ପାଣି ଗଳିଯାଉଥିବା ବେଳେ, ପାଣି ବାହାରୁଥିବା ଟେବ୍ ମଧ୍ୟ କିଛି ମାସ ହେବ ଭାଙ୍ଗି ନଷ୍ଟ ହୋଇ ପଡ଼ିଛି । ଫଳରେ ଗ୍ରାମବାସୀମାନେ ଦୈନନ୍ଦିନ ପାନୀୟ ଜଳ ସଂଗ୍ରହ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ସୂଚନା ଅନୁଯାୟୀ, ଲେପାକୁମ୍ପା ଗ୍ରାମର ସମସ୍ତ ପରିବାର ଏହି ସୋଲାର ଜଳ ପ୍ରକଳ୍ପ ଉପରେ ନିର୍ଭର କରୁଥିଲେ । କିନ୍ତୁ ଟାଙ୍କି ଫାଟିଯିବାରୁ ପାଣି ଅପଚୟ ହେଉଥିବା ସହ ଲୋକମାନଙ୍କ ପାଖକୁ ସଠିକ୍ ଭାବରେ ପାଣି ପହଞ୍ଚି ପାରୁନାହିଁ । ଅନ୍ୟପଟେ ଟେବ୍ ଭାଙ୍ଗି ଯାଇଥିବାରୁ ଲୋକମାନେ ପାତ୍ର ଧରି…
ଖଜୁରୀପଡ଼ା,୨୩/୫,(ମନୋଜ କୁମାର ବେହେରା):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ବୁଧବାର ଅପରାହ୍ନରେ ପ୍ରକାଶିତ ଚଳିତବର୍ଷର ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଫଳରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ସ୍ଥିତ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଦ୍ୟାଳୟର ମୋଟ ୧୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ୧୨୨ ଜଣ କୃତକାର୍ଯ୍ୟ ହୋଇ ୯୨.୪୨ ପ୍ରତିଶତ ସଫଳତା ହାର ରେକର୍ଡ କରିଛନ୍ତି।ପ୍ରକାଶିତ ଫଳାଫଳ ଅନୁଯାୟୀ, ୧୦ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୨୦ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୯୨ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ଛାତ୍ରୀ ତୁଳସୀ ମୁଦୁଲି ସର୍ବାଧିକ ୫୧୬ ନମ୍ବର ରଖି ବିଦ୍ୟାଳୟ ତଥା ବ୍ଲକ ଟପ୍ପର ହୋଇଛନ୍ତି ।ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଶାନ୍ତ କର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଏହାସହ ରାଜ୍ୟରେ ପ୍ରଥମ ଥର ପାଇଁ ଯୁକ୍ତ…