ଫୁଲବାଣୀ,୨୩/୦୫(ସୁନୀଲ ପଟନାୟକ):ଆସନ୍ତା ୨୦୨୬ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକୃବlର୍ କନ୍ଧମାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ (ପଞ୍ଚାୟତ ଭବନ) ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଏବଂ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଆସନ୍ତା ମୌସୁମୀ ଋତୁରେ ବନ୍ୟା ସ୍ଥିତି ଉପରେ ନଜର ରଖିବା ପାଇଁ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ ସକ୍ରିୟ କରାଯିବା ସହିତ ଦୁର୍ଗମ ଅଞ୍ଚଳରେ ଆଗୁଆ ଖାଦ୍ୟ ଓ ସୁରକ୍ଷିତ ପାନୀୟ ଜଳ ମହଜୁଦ ରଖାଯିବ। ଏହା ସହିତ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବା ସହ ଉଦ୍ଧାର…
Author: Janabani News
ଫୁଲବାଣୀ,୨୩/୦୫,(ସୁନିଲ କୁମାର ନାୟକ):ଦିନରେ ଟାଇଁ ଟାଇଁ ଖରା l ଅଂଶୁଘାତ ଭୟ ଯୋଗୁଁ ଲୋକେ ଘରୁ ବାହାରକୁ ବହାରୁନାହାନ୍ତି l ହେଲେ ଗତ କାଲି ଅପରାହ୍ନ ରେ ବାଲିଗୁଡ଼ାରେ କାଳ ବୈଶାଖୀ ସାଂଗକୁ ବର୍ଷା ପବନ ପ୍ରବକ ବେଗରେ ମାଡ଼ି ଆସିଥିଲା l ଫଳରେ ମିଡି ଆକିଆ ପଂଚାୟତ ର ବାରିକିଆ ଗ୍ରାମ ରେ ୧୫ ରୁ ଉର୍ଦ୍ଧ ଘର ର ଚlଳ ଓ ଆଜବେଷ୍ଟସ ଉଡି ଯାଇଛି l ଫଳରେ ଘାରେ ଥିବା ଆସବାବ ପତ୍ର ନଷ୍ଟ ହୋଇଯାଇଛି l କେବଳ ଏତିକି ନୁହେଁ କେତେକ ଅଞ୍ଚଳରେ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିପଡ଼ିବା ଦ୍ବାରା ସର୍ବତ୍ର ଅନ୍ଧାର l ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି ବିପନ୍ନ ପରିବାର l କ୍ଷତି ଗ୍ରସ୍ତ ଲୋକଙ୍କୁ ଆବଶ୍ୟକ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଦାବୀ ହେଉଛି l ତହସିଲ ଦlର ଓ ଆର୍ ଆଇ ତୁରନ୍ତ ଗ୍ରାମରେ…
ନୂଆପଡା,୨୩/୦୫,(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକର ପ୍ରାରମ୍ଭରେ ପ୍ରକଳ୍ପ ନିର୍ଦ୍ଦେଶକ, ଜଳବିଭାଜିକା ରଶ୍ମିରଞ୍ଜନ ପାତ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ଅଧିକାରୀ ସ୍ୱୟଂ ପ୍ରଭା ସିଂହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା, ବୃଷ୍ଟିପୃଷ୍ଟ ଅଞ୍ଚଳ ବିକାଶ ଯୋଜନା, ଜଳଧାରା ଯୋଜନା, ମନରେଗା ଓ କୃଷିବନୀକରଣ ଯୋଜନାର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। କୃଷିବନୀକରଣ ଯୋଜନା ଅଧୀନରେ ୬୩ ହେକ୍ଟର ଜମିରେ ଚାରାରୋପଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ସମସ୍ତ ଯୋଜନାର ବର୍ତ୍ତମାନ ପ୍ରଗତି ସମ୍ପର୍କରେ ମଧ୍ୟ ସେ ଅବଗତ କରାଇଥିଲେ। ବୈଠକରେ ଜିଲ୍ଲାପାଳ ଜଳଧାରା ଯୋଜନା ଅଧୀନରେ ଚାଲିଥିବା ୨୧୯ଟି ପୋଖରୀ…
ଫୁଲବାଣୀ,୨୨/୦୫,(ସୁନୀଲ ପଟ୍ଟନାୟକ):ସରକାର ସବୁ ଗ୍ରାମ କୁ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ଯୋଗାଇ ଦିଆଯିବ ବୋଲି କହୁଛନ୍ତି ହେଲେ ସ୍ବାଧୀନତାର ୭୮ବର୍ଷ ପରେ ବି ଗାଁ କୁ ରାସ୍ତା ନାହିଁ l ଲୋକେ ପାହାଡ ପର୍ବତ ଡେଇଁ ପାଦରେ ଚାଲି ଚାଲି ଯିବା ଆସିବା କରୁଛନ୍ତି l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଲେତିଙ୍ଗିଆ ପଂଚାୟତ କୁ ମିଡିଆ କେତା ଦେଇ ସଂଯୋଗ୍ କରୁଥିବା କଣ୍ଡା ବାଡ଼ି – ଉହା ମାହl ରାସ୍ତା l ଏହି ଦୁର୍ଗମ ପlଦ ଚଲା ରାସ୍ତା ଉପରେ କଣ୍ଡା ବାଡ଼ି ଗ୍ରାମ ର ୧୨ଓ ୧୩ନମ୍ବର ୱାର୍ଡ ର ମିଡ଼ିଆକେ ତା, ଟାଡ୍ରlମାହl, ନେଡିପଦl, ଡଙ୍ଗା ବାଲି ଅଞ୍ଚଳ ର ପ୍ରାୟ ତିନିଶହ ରୁ ଚlରି ଶହ ପରିବାର ନିର୍ଭର କରିଥାନ୍ତି l ଏ ସବୁ ଗ୍ରାମର ଲୋକେ…
ଫୁଲବାଣୀ,୨୨/୦୫,(ସୁନୀଲ ପଟ୍ଟନାୟକ):ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ର ନିର୍ଦେଶକ ଡାକ୍ତର ସନ୍ତୋଷ କୁମାର ପାଢ଼ୀ ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଗତକାଲି ଆସି ପ୍ରଥମେ ଚାରିପଡା ଯାଇ ପଦ୍ମଶ୍ରୀ ପ୍ରାପ୍ତ ତାଡିସରୁ ବାବା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ତାଙ୍କ ଆରୋଗ୍ୟ କାମନା କରି ଆଶୀର୍ବାଦ ଲାଭ କରି ଥିଲେ।ଏଠାରେ ସୂଚନା ଯୋଗ୍ୟ ଯେ ଗତ କିଛିଦିନ ପୂର୍ବେ ତାଡିସରୁ ବାବା ଅସୁସ୍ଥ ହୋଇ ପଡ଼ିଥିଲେ ଓ ଫୁଲବାଣୀ ସ୍ଥିତ ମୁଖ୍ୟ ଚିକିତ୍ସା ଲୟ କୁ ଆସିଥିଲେ। ଚିକିତ୍ସା କରୁଥବା ଡାକ୍ତର ନୟାଗଡ଼ ଯାଇ ଅଲଟ୍ରାସ।ଉଣ୍ଡ କରିବାକୁ ପରାମର୍ଶ ଦେଇଥିଲେ। ତେବେ ଫୁଲବାଣୀ ରେ ଏହି ବ୍ୟବସ୍ଥା ଥାଇ ଜଣେ ରାଷ୍ଟୀୟ ସମ୍ମାନ ପାଇଥିବା ମହିୟସୀ ମହିଳାଙ୍କୁ ନୟାଗଡ ପଠାଯିବା ଘଟଣା କୁ ନେଇ ସ୍ୱାସ୍ଥ୍ୟ ବିଭାଗ ନିନ୍ଦିତ ହୋଇଥିଲ। I ଏ ସମ୍ପର୍କ ରେ ବିଭିନ୍ନ ଖବରକାଗଜ ରେ ପ୍ରକାଶ ପାଇବା ପରେ ନିର୍ଦେଶକ ଡାକ୍ତର…
ନୂଆପଡ଼ା,୨୧/୦୫,(ପରମେଶ୍ୱର ମେହେର):ଲିଙ୍ଗ ଚୟନ ଓ ଭ୍ରୂଣ ହତ୍ୟା ଭଳି ସମାଜ ବିରୋଧୀ କାର୍ଯ୍ୟକଳାପକୁ ରୋକିବା ଉଦ୍ଦେଶ୍ୟରେ Pre-Conception and Pre-Natal Diagnostic Techniques (PCPNDT) Act, 1994 ର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାର ସରକାରୀ ଡାକ୍ତରଖାନା ଏବଂ ବେସରକାରୀ ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ର ମାଲିକ ଓ କାର୍ଯ୍ୟରତ ଡାକ୍ତରମାନେ ଅଂଶଗ୍ରହଣ କରିଥିଲେ। PCPNDT ଆଇନର ବିଭିନ୍ନ ନିୟମାବଳୀ, ଆଇନଗତ ଦାୟିତ୍ୱ ଓ ଉଲ୍ଲଂଘନ କଲେ ହେବାକୁଥିବା କଠୋର ଦଣ୍ଡ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଯାଇଥିଲା।ଜିଲ୍ଲାପାଳ ଅବୈଧ ଲିଙ୍ଗ ନିର୍ଣ୍ଣୟ ଓ ଭ୍ରୂଣ ହତ୍ୟାକୁ କଡ଼ାଭାବେ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଜିଲ୍ଲାର ଔଷଧ ଦୋକାନଗୁଡ଼ିକରେ ଭ୍ରୂଣ ହତ୍ୟା ସମ୍ବନ୍ଧୀୟ ଔଷଧର ଅବୈଧ ବିକ୍ରୟ ରୋକିବା ପାଇଁ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଆକସ୍ମିକ…
ଫୁଲବାଣୀ,୨୧/୦୫,(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲାପାଳ ବେଦ ଭୂଷଣ ଗୁରୁବାର ଚକାପାଦ ବ୍ଲକ୍ ଗସ୍ତ କରି ବ୍ଲକ୍ ଅନ୍ତର୍ଗତ ହାତକୁ ନିଆ ଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ସହ ଖୁସି ବ୍ୟକ୍ତ କରିଥିଲେ l ଜିଲାପାଳ ବେଦ ଭୂଷଣ ଚlହlଳି ପଂଚାୟତ ରେ ନିର୍ମାଣ ହୋଇଥିବା ଉପ ସ୍ଵାସ୍ଥ୍ୟ କେନ୍ଦ୍ର , ଅଙ୍ଗନବାଡ଼ି କେନ୍ଦ୍ର, ପ୍ରଧାନ ମନ୍ତ୍ରୀ ଆବାସ ଗୃହ, ଅମୃତ ସରବୋର, ରାସ୍ତା , ଓ ଅନ୍ୟାନ୍ୟ ହାତକୁ ନିଆଯାଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ସହ ହିତାଧିକାରୀ ଙ୍କ ସହ ସିଧା ସଳଖ ଆଲୋଚନା ମଧ୍ୟ କରିଥିଲେ l ବିଡ଼ିଓ ହୃଦl ନନ୍ଦ ସାହୂ ଓ ଏ ଇ ଈ ଙ୍କ ବ୍ୟକ୍ତି ଗତ ନିଷ୍ଠା ପର ଉଦ୍ୟମ ଆନ୍ତରିକତା ଓ ଦକ୍ଷତା ଯୋଗୁଁ ବ୍ଲକ ଅନ୍ତର୍ଗତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସୁଫଳ ପାଇପାରିଛନ୍ତି ଅଞ୍ଚଳ ବାସୀ l ନିର୍ମାଣ…
ପୁରୁଷୋତ୍ତମପୁର,୨୨/୫,(ଶୁଭଙ୍କରୀ ଦାଶ):ସିଂହାସିନୀ ମନ୍ଦିର କୁ ଭୋଜି ଖାଇବାକୁ ଯିବା ହେଲା କାଳ, ଅଟୋ କୁ ଧକ୍କା ଦେଲା ଯାତ୍ରୀବାହି ବସ,6 ମୃତ, 6 ଗୁରୁତର, ବସ ଡ୍ରାଇଭର ଫେରାର, ହେଲ୍ପର ଗାଡି ନେଇ ଥାନାରେ ହାଜର | ଆଉ କିଛିସମୟ ପରେ ପରିବାର ରେ ହୋଇଥାନ୍ତା ଖୁସି ର ମାହୋଲ, ଶକ୍ତିପୀଠ ମା ସିଂହାସନି ଙ୍କ ପୀଠରେ ପରିବାର ସଦସ୍ୟ ଙ୍କ ମୁଣ୍ଡନ ସହିତ ଭୋଜି ଖାଇବା ମଜା ମିଳିଥାନ୍ତା, କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା ! ଆଉ ମାତ୍ର କିଛି ଘଣ୍ଟ ବ୍ୟବଧାନ ରେ ପହଞ୍ଚି ଥାନ୍ତେ ଗନ୍ତବ୍ୟ ସ୍ଥଳରେ, ହଠାତ ଆଖି ପିଛୁଳାକେ ସବୁ କିଛି ଏପଟସେପଟହୋଇଗଲା | ଆର ପାରିକୁ ଚାଲିଗଲେ 6 ସଦସ୍ୟ | ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡକାପଲ୍ଲୀ ଛକରେ | କୋଦଳାରୁ ଆସୁଥିବା ଏକ ଯାତ୍ରୀବାହି ବସ ଗୋଟିଏ…
ଚିକିଟି,୨୧/୫,(ନିଗମାନନ୍ଦ ପଣ୍ଡା):ଆଜି ଚିକିଟି ବ୍ଲକ ବିଜେଡି ଦଳର କର୍ମୀମାନେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ସଂଗଠନ କରି ଇଲେକ୍ଟ୍ରିକ ଅଫିସ ଠାରୁ ତହସିଲ ଅଫିସ ଯାଇଥିଲେ। ଶହଶହ କର୍ମୀଙ୍କ ସହ ଶ୍ରୀମତୀ ଉଷା ଦେବୀ, ବିଧାୟକ ପ୍ରାର୍ଥୀ ଶ୍ରୀ ରୂପ ଦେବ, ଏନ୍ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦିପା ସାହୁ, ବ୍ରହ୍ମପୁର ବିଜେଡି ନେତା ସୁବାଷ ମହାରଣା, ସଂଗଠକ ସୁରେନ୍ଦ୍ର ମଣ୍ଡଳ, ପାତ୍ର ପୁର ବିଜେଡି ସଭାପତି ରାମନାଥ ପାଣିଗ୍ରାହୀ ଓ ବିଭିନ୍ନ ପଞ୍ଚାୟତ ଲୋକପ୍ରତିନିଧି ଗଣ ଯାଇ ଚିକିଟି ତହସିଲଦାର ଶ୍ରୀ ବିଶ୍ବରଂଜନ କହ୰ରଙ୍କୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବୀ ପତ୍ର ପ୍ରଦାନ କରିଥିଲେ।ଝବର୍ତ୍ତମାନର 543 ସଦସ୍ୟ ବିଶିଷ୍ଟ ଲୋକ ସଭାରେ ଶତକଡା ୩୩% ମହିଳା ସଂରକ୍ଷଣ ରଖିବା ସହ ବିଧାନସଭାରେ ମଧ୍ୟ ଅନୁରୂପ ସଂରକ୍ଷଣ ରଖିବା ଦାବୀ କରିଥିଲେ। ଶାସକ ଦଳ ଚକ୍ରାନ୍ତ କରି ମହିଳା ଆରକ୍ଷଣ ସହିତ…
ବ୍ରହ୍ମପୁର୨୨/୫,(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମର ପ୍ରସିଦ୍ଧ ମାଁ ବୁଢୀ ସାଆନ୍ତାଣୀ ଙ୍କ ଦ୍ଵିବାର୍ଷିକୀ ଯାତ୍ରା ପାଇଁ ଗୁରୁବାର ସନ୍ଧ୍ୟାରେ ମୁଖ୍ୟ ମନ୍ଦିରରୁ ଆସିଲା ଆଜ୍ଞା ମାଳ। ଗୁରୁବାର ସନ୍ଧ୍ୟାରେ ମାଁ ବୁଢୀ ଠାକୁରାଣୀ ମନ୍ଦିର ପରିଚାଳନା କମିଟି ଏବଂ ମାଁ ସାଆନ୍ତାଣୀ ଙ୍କ ବାପା ଘର ବୋଲାଉଥିବା ସାହୁ ପରିବାରର ମହିଳା ମାନେ ମାଁ ଙ୍କ ମୁଖ୍ୟ ମନ୍ଦିରରେ ପହଞ୍ଚିଥିଲେ ଏହି ଅବସରରେ ଗ୍ରାମବାସୀ ଙ୍କ ଢୋଲ ,ମୃଦୁଙ୍ଗ,ଘଣ୍ଟ ସ୍ଥଳରେ ପ୍ରକମ୍ପିତ ହୋଇଥିଲା ମନ୍ଦିର । ମାଁ ଙ୍କୁ ଆମନ୍ତ୍ରଣ ପାଇଁ ସାହୁ ପରିବାରରୁ ବାଉଁଶ ଟୋକେଇରେ ଯାଇଥିବା ଇଟିମଳା ଫୁଲ କୁ ମାଁ ଙ୍କ ମସ୍ତକରେ ଚଢ଼ାଯିବା ପରେ ଆମନ୍ତ୍ରଣ କରାଯାଇଥିଲା । ମାଁ ଙ୍କ ମସ୍ତକରୁ ଇଟିମଳା ଫୁଲ ଚାଙ୍ଗୁଡ଼ି କୁ ଖସିବା ପରେ ହୁଳହୁଳି ,ଘଣ୍ଟସ୍ଥଳ,ମୃଦଙ୍ଗ ତାଳରେ ପ୍ରକମ୍ପିତ ହୋଇଥିଲା ମନ୍ଦିର । ଏହାପରେ ମାଁ ଙ୍କୁ ଏକ ବିରାଟ ପଟୁଆରରେ କାଳୁଆ ମନ୍ଦିର…
ଫୁଲବାଣୀ,୨୨/୦୫,(ସୁନୀଲ ପଟ୍ଟନାୟକ):ସରକାର ସବୁ ଗ୍ରାମ କୁ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ଯୋଗାଇ ଦିଆଯିବ ବୋଲି କହୁଛନ୍ତି ହେଲେ ସ୍ବାଧୀନତାର ୭୮ବର୍ଷ ପରେ ବି ଗାଁ କୁ ରାସ୍ତା ନାହିଁ l ଲୋକେ ପାହାଡ ପର୍ବତ ଡେଇଁ ପାଦରେ ଚାଲି ଚାଲି ଯିବା ଆସିବା କରୁଛନ୍ତି l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଲେତିଙ୍ଗିଆ ପଂଚାୟତ କୁ ମିଡିଆ କେତା ଦେଇ ସଂଯୋଗ୍ କରୁଥିବା କଣ୍ଡା ବାଡ଼ି – ଉହା ମାହl ରାସ୍ତା l ଏହି ଦୁର୍ଗମ ପlଦ ଚଲା ରାସ୍ତା ଉପରେ କଣ୍ଡା ବାଡ଼ି ଗ୍ରାମ ର ୧୨ଓ ୧୩ନମ୍ବର ୱାର୍ଡ ର ମିଡ଼ିଆକେ ତା, ଟାଡ୍ରlମାହl, ନେଡିପଦl, ଡଙ୍ଗା ବାଲି ଅଞ୍ଚଳ ର ପ୍ରାୟ ତିନିଶହ ରୁ ଚlରି ଶହ ପରିବାର ନିର୍ଭର କରିଥାନ୍ତି l ଏ ସବୁ ଗ୍ରାମର ଲୋକେ…
ଫୁଲବାଣୀ,୨୨/୦୫,( ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲାର ପ୍ରଗତି ଓ ବିଭିନ୍ନ ଜନହିତକର ଯୋଜନାର ସଫଳ ରୂପାୟନ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ (ପଞ୍ଚାୟତ ଭବନ) ପରିସରରେ ଅଷ୍ଟମ ସାଧାରଣ ଅଧିବେଶନ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଆଜି ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ କନ୍ଧମାଳ ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନରେ ସମ୍ମାନିତ ଅତିଥି ଭାବେ ଫୁଲବାଣୀର ମାନ୍ୟବର ବିଧାୟକ ଉମାଚରଣ ମଲ୍ଲିକ, ଜି. ଉଦୟଗିରିର ମାନ୍ୟବର ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଏବଂ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଉପସ୍ଥିତ ଥିଲେ । ଏହା ସହିତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ନରେନ୍ଦ୍ର ନାୟକ, ମାନ୍ୟବର କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଅଜିତ ପଟ୍ଟନାୟକ, ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲା ପରିଷଦ…