Author: Janabani News

ଖଜୁରୀପଡ଼ା,୯।୧୦(ମନୋଜ କୁମାର ବେହେରା):ରାସ୍ତାରେ ମାଟି, ପଥର ଓ ଖାଲଖମା… ଯିବାଆସିବା କରିବାକୁ ଲୋକଙ୍କୁ ଡର!କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ବିଲାବାଡ଼ି ପଞ୍ଚାୟତ ଅନ୍ତର୍ଗତ କାକାନ୍ଦିରୀ ଅଞ୍ଚଳର ରାସ୍ତାର ଦୁରବସ୍ଥା ଦେଖିଲେ ଯେକେହି ଚିନ୍ତାରେ ପଡ଼ିବେ। ରାସ୍ତାରେ ବଡ଼ ବଡ଼ ପଥର, ମାଟି ଓ ଖାଲଖମା ଦେଖିବାକୁ ମିଳୁଥିବା ବେଳେ ଯାତାୟାତ କରିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ଗାଡ଼ିମୋଟର ନେଇ ଯିବାଆସିବା କରିବା ମଧ୍ୟ ବିପଦପୂର୍ଣ୍ଣ ମନେ ହେଉଛି।ରାସ୍ତା ନା ନାଳ? ଲୋକଙ୍କ ମନରେ ଉଠୁଛି ପ୍ରଶ୍ନ!ଫଟୋରୁ ଦେଖିବାକୁ ମିଳୁଛି ଯେ ରାସ୍ତାର ଅନେକ ସ୍ଥାନରେ ମାଟି ଧୋଇଯାଇଥିବା ସହ ପଥର ବାହାରି ପଡ଼ିଛି। ରାସ୍ତାର ସମତଳ ଅବସ୍ଥା ନଥିବାରୁ ଯାତାୟାତରେ ସମସ୍ୟା ହେବାର ଆଶଙ୍କା ରହିଛି। ବିଶେଷକରି ବର୍ଷା ସମୟରେ ଏଭଳି ରାସ୍ତାରେ ଯାତାୟାତ କରିବା ଆହୁରି କଷ୍ଟକର ହୋଇପାରେ।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ରାସ୍ତାରେ ଯିବାଆସିବା କରିବା ସମୟରେ ଅନେକ…

Read More

ବୋଲଗଡ଼,୧୦।୧୦(ସୁଶାନ୍ତ କୁମାର ପ୍ରଧାନ):ଆଜି ପିତୃପକ୍ଷର ଶେଷ ଦିନ, ମହାଳୟା ଅମାବାସ୍ୟା। ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବାର ସର୍ବଶ୍ରେଷ୍ଠ ପର୍ବ। ଶାସ୍ତ୍ରରେ କୁହାଯାଏ ଏହି ୧୫ ଦିନ ପିତୃମାନେ ଧରାକୁ ଓହ୍ଲାଇ ଆସନ୍ତି ଆଉ ପୁଅର ହାତରୁ ଟୋପାଏ ତିଳ-ଜଳକୁ ଚାତକ ପରି ଚାହିଁ ରହିଥାନ୍ତି।ଶାସ୍ତ୍ର ସ୍ପଷ୍ଟ କହୁଛି – ଶ୍ରଦ୍ଧା ଶବ୍ଦରୁ ହିଁ ଶ୍ରାଦ୍ଧ। ଯେଉଁ ପୁଅ ବାପା ଜୀବିତ ଥିବା ବେଳେ ଗୁଣ୍ଡାଏ ଭାତ, ଖଣ୍ଡେ ବସ୍ତ୍ର, ଅସୁସ୍ଥ ବେଳେ ଔଷଧଟିଏ ଦେଇପାରିଲା ନାହିଁ, ସେ ଆଜି ଲୋକ ଦେଖାଣିଆ ଭୋଜିଭାତ, ବଡ଼ ବ୍ରାହ୍ମଣ, ଫଟୋ ଉଠା ଶ୍ରାଦ୍ଧ କଲେ ପିତୃ ଆତ୍ମା କେବେ ତୃପ୍ତ ହେବ ନାହିଁ।ସେ ପୁଅ ଆଜି ଯାହା କଲା, କାଲି ତା ପୁଅ ତାକୁ ସେଇଆ କରିବ। ଏହା ହେଉଛି ପ୍ରକୃତିର ନିୟମ।ତେଣୁ ଆଡମ୍ବର ନୁହେଁ, ଅନ୍ତରରୁ ଡାକନ୍ତୁ ‘ପିତୃଦେବାୟ ନମୋ ନମଃ’। ନିର୍ମଳ ହୃଦୟରେ ଟୋପାଏ ଜଳ ଦେଲେ ସବୁ ପିତୃ ଦୋଷ…

Read More

ଛତ୍ରପୁର,୧୦।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଆସନ୍ତା ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାର ମାଷ୍ଟର ଟ୍ରେନରମାନଙ୍କ ପାଇଁ ଆଜି ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୱାର୍ଡଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ବେକ୍ଷଣର ପ୍ରକ୍ରିୟା ଓ ଏହାର ଗୁରୁତ୍ୱ ସମ୍ପର୍କରେ ତାଲିମ ଦିଆଯାଇଥିଲା।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଘରକୁ ଘର ସର୍ବେକ୍ଷଣ ମାଧ୍ୟମରେ ଭୋଟର ତାଲିକାକୁ ସ୍ୱଚ୍ଛ, ସଠିକ୍ ଓ ତ୍ରୁଟିମୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରତ୍ୟେକ ଯୋଗ୍ୟ ଭୋଟର ଯେପରି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ, ତାହା ସୁନିଶ୍ଚିତ କରିବା ହିଁ ଏହି ସର୍ବେକ୍ଷଣର ମୂଳ ଉଦ୍ଦେଶ୍ୟ ବୋଲି ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା କହିଥିଲେ। ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ…

Read More

ହିଞ୍ଜିଳିକାଟୁ,୧୦।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ସ୍ଥାନୀୟ ଖୋଡ଼ାଶିଙ୍ଗୀ କଲ୍ୟାଣ ମଣ୍ଡପ, ସେବା ସଂକଳ୍ପ ଅଭିଯାନ- ୨୦୨୬ ଶ୍ରମିକ କଲ୍ୟାଣ ଓ ସାମାଜିକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଅଛି । ଆଜିର ଏହି ଅଭିଯାନ ରେ ଶିକ୍ଷା ସହାୟତା ବାବଦକୁ ୪୭୧ ଜଣ ହିତାଧିକାରୀଙ୍କୁ ୩୬ ଲକ୍ଷ ୬୯ ହଜାର ୪୦୦ ଟଙ୍କା, ୨୭୭ ଜଣଙ୍କୁ ବିବାହ ସହାୟତା ବାବଦକୁ ୧ କୋଟି ୩୮ ଲକ୍ଷ ୫୦ ହଜାର, ପ୍ରସୂତି କାଳୀନ ସହାୟତା ବାବଦରେ ୨୧ ଜଣ ହିତାଧିକାରୀଙ୍କୁ ୨ ଲକ୍ଷ ୧୦ ହଜାର ଟଙ୍କା, ମୃତ୍ୟୁ ଓ ଶେଷକୃତ୍ୟୁ ସହାୟତା ବାବଦକୁ ୨୮ ଜଣଙ୍କୁ ୮୪ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ମୋଟ ୮୨୫ ଜଣଙ୍କୁ ୨ କୋଟି ୬୧ ଲକ୍ଷ ୬୯ ହଜାର ୪ ଶହ ଟଙ୍କା ପ୍ରଦାନ କରାଯାଇଅଛି । କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ, ବ୍ରହ୍ମପୁର ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ…

Read More

କୋଦଳା,୯।୧୦(ବାପୁନି ମାଲୁ): କୋଦଳା ଥାନା ପକ୍ଷରୁ ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟେଶ ଥିଲା ବାଲ୍ୟ ବିବାହ ବନ୍ଦ ଏବଂ ଝିଅମାନଙ୍କ ଅଧିକାର ସୁରକ୍ଷିତ। ଏହି ଅବସରରେ କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ସବ ଇନିସ୍ପେକ୍ଟର ସୁଶ୍ରୀ ରିଜୁ ବାଳା ନାୟକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ- ସୁଶ୍ରୀ ସନ୍ଧ୍ୟାରାଣୀ ତରେଇ, ବରିଷ୍ଠ ଶିକ୍ଷକ ରୋହିତ କୁମାର ବାରିକ ମଞ୍ଚାସିନ ହୋଇ ଛାତ୍ରଛାତ୍ରୀମାନଙ୍କୁ ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ, ଏହା ଦ୍ୱାରା ଝିଅମାନଙ୍କ ପାଠପଢା, ସ୍ୱାସ୍ଥ୍ୟ ଓ ଭବିଷ୍ୟତ ନଷ୍ଟ ହେଉଛି ବୋଲି ବୁଝାଇଥିଲେ। ଝିଅମାନଙ୍କୁ ସଶକ୍ତ କରିବା ପାଇଁ ଶିକ୍ଷା ହେଉଛି ମୁଖ୍ୟ ଅସ୍ତ୍ର ବୋଲି କହିଥିଲେ ଏବଂ ବାଲ୍ୟ ବିବାହକୁ ସଚେତନ କରାଇ କହିଥିଲେ ଯେ, ୧୮ ବର୍ଷ ପୂର୍ବରୁ ବିବାହ କରିବା ଓ କରାଇବା ଉଭୟ ଆଇନ ଅନୁଯାୟୀ ଅପରାଧ। ଏହି କାର୍ଯ୍ୟକ୍ରମରେ…

Read More

ବାଲିଗୁଡ଼ା,୦୯।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ଦୀର୍ଘ ୪୬ ବର୍ଷର ଅପେକ୍ଷାର ଅନ୍ତ। ପ୍ରଥମଥର ପାଇଁ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି କନ୍ଧମାଳ ଜିଲ୍ଲାର ସର୍ବପୁରାତନ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ପରିସର। ନିର୍ବାଚନୀ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଶେଷ ହୋଇଥିବାବେଳେ ମୋଟ ୮ଟି ପଦବୀ ପାଇଁ ୪୦ ଜଣ ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇଛନ୍ତି। ଏଥିମଧ୍ୟରେ ସଭାପତି ପଦ ପାଇଁ ସର୍ବାଧିକ ୧୦ ଜଣ ନାମାଙ୍କନ ଦାଖଲ କରିଥିବାରୁ ଏହି ପଦକୁ ନେଇ ନିର୍ବାଚନୀ ଉତ୍କଣ୍ଠା ବଢ଼ିଛି।ଶୁକ୍ରବାର ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ନାମାଙ୍କନ ପ୍ରକ୍ରିୟା ଦିନ ୧ଟାରେ ଶେଷ ହୋଇଥିଲା। ପରେ ଅପରାହ୍ନ ୨ଟାରୁ ପ୍ରାର୍ଥିପତ୍ର ଯାଞ୍ଚ କରାଯାଇ ସନ୍ଧ୍ୟା ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ଆସି ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ। ଦୀର୍ଘଦିନ ପରେ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ…

Read More

ବୋଲଗଡ,୯।୧୦(ସୁଶାନ୍ତ କୁମାର ପ୍ରଧାନ):ବୋଲଗଡ଼ ବ୍ଲକ ବାଙ୍କୋଇ ସ୍ଥିତ କେପିଏଏନ ଜୁନିୟର କଲେଜ ସଭାଗୃହ ରେ ପାଞ୍ଚଗଡ଼ ବରିଷ୍ଠ ନାଗରିକ ସଂଘର ସାଙ୍ଗଠନିକ ସମ୍ମିଳନୀ ଓ ଆଲୋଚନାଚକ୍ର ଶୁକ୍ର ବାର ଅନୁଷ୍ଠିତ ହୋଇଯାଇଛି।ସଂଘ ସଭାପତି ଶିକ୍ଷାବିତ୍ କାଳୀଚରଣ ଜୟସିଂହଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ମହାସଚିବ ରୋଟାରିଆନ ଡ.ଯୁଗଳକିଶୋର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବରିଷ୍ଠନାଗରିକ ମାନେ ସମାଜ ର ମାର୍ଗଦର୍ଶକ ବୋଲି କହିଥିଲେ। ଆପୋଲୋ ହସ୍ପିଟାଲର ବରିଷ୍ଠ ଡାକ୍ତର ତନ୍ମୟ ସାହୁ ମୁଖ୍ୟବକ୍ତା, ହେଲପଏଜ ଇଣ୍ଡିଆ ରାଜ୍ୟ ସଂଯୋଜିକା ଦେବଶ୍ରୀ ବ୍ରହ୍ମI ବରେଣ୍ୟ ବକ୍ତା,ସୁମନ୍ତ ଛୋଟରାୟ, ନାରାୟଣ ବେହେରା ଓ ରଘୁନାଥ ସାହୁ ସମ୍ମାନିତ ଅତିଥିଭାବେ ମଞ୍ଚାସୀନ ଥିଲେ।କଲେଜ ଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ସଂଗୀତ ପରିବେଷଣ ପରେ ସମ୍ପାଦକ ବୈକୁଣ୍ଠ ମହାରଣା ଅତିଥି ପରିଚୟ ସହ ବିବରଣୀ ପ୍ରଦାନ କରିଥିଲେ।ପିଚୁକୁଳି ଜୋନ ସଂଯୋଜକ ଲକ୍ଷ୍ମଣ ସେଠୀଙ୍କ ବିୟୋଗରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କ…

Read More

ବାଲିଗୁଡ଼ା,୦୯।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ୫୯ ନମ୍ବର ଜାତୀୟ ରାଜପଥ ଏବେ ସଡ଼କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ଗୋଟିଏ ପଟେ ଦ୍ରୁତଗାମୀ କାର୍‌ର ସିରିଜ୍‌ ଦୁର୍ଘଟଣା, ଅନ୍ୟପଟେ କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ। ଦୁଇଟି ଦୁର୍ଘଟଣା ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଓ ଶୋକର ପରିବେଶ ସୃଷ୍ଟି ହୋଇଛି। ରାଜପଥରେ ଯାନବାହନ ଚଳାଚଳ ସମୟରେ ଅସାବଧାନତା ଓ ବେପରୁଆ ଗାଡ଼ି ଚାଳନା କେତେ ଭୟଙ୍କର ପରିଣାମ ଆଣିପାରେ, ଏହି ଘଟଣା ତାହାର ଏକ ଦୁଃଖଦ ଉଦାହରଣ ପାଲଟିଛି। ସୂଚନା ଅନୁଯାୟୀ, ବାଲିଗୁଡ଼ା ସହର ନିକଟ ଦଣ୍ଡପଦର ଠାରେ ଏକ ଦ୍ରୁତଗାମୀ ହୁଣ୍ଡାଇ କାର୍‌ ପ୍ରଥମେ ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲା। ଏହାପରେ କାର୍‌ଟି ବାଲିଗୁଡ଼ା ସହର ଆଡ଼କୁ ଆସୁଥିବା ବେଳେ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଜଣେ ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିବା ଜଣାପଡ଼ିଛି। ଦୁର୍ଘଟଣା ଘଟାଇବା ପରେ ଚାଳକ ଗାଡ଼ି ନେଇ ଫେରାର ହେବାକୁ ଉଦ୍ୟମ…

Read More

ବେଗୁନିଆପଡା,୯।୧୦(ବାପୁନି ମାଲୁ):ଛାତ୍ର ସଂସଦ ନିର୍ବାଚନ ପାଇଁ ଚଳ ଚଞ୍ଚଳ କଲେଜ କ୍ୟାମ୍ପସ । ଏଥିଲାଗି ସଜବାଜ ହୋଇ ଆଗଭର ହେଲେଣି ଆଶାୟୀ ପ୍ରାର୍ଥୀ । ଦୀର୍ଘ ୮ ବର୍ଷ ପରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ବେଶ୍ ଖୁସି ଅଛନ୍ତି ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ । ଆଜି ନାମାଙ୍କନ ପତ୍ର ଦାଖଲ ଥିବାବେଳେ ଛାତ୍ରଛାତ୍ରୀ ମାନେ ନିଜ ନିଜର ସମର୍ଥକ ଙ୍କ ସହିତ ପ୍ରାର୍ଥୀପତ୍ର ଦାଖଲ କରିବା ଲାଗି ମେଳି ବାନ୍ଧି କଲେଜ ସମ୍ମୁଖରେ ପହଞ୍ଚିଥିଲେ । ଏହି ପରିପ୍ରେକ୍ଷୀ ରେ କୋଦଳା ଲକ୍ଷ୍ମୀନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ପରିସର ପହଞ୍ଚି ବହୁ ଆଶାୟୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିରାଡ଼ମ୍ବର ରେ ନିଜର ବହୁ ସମର୍ଥକଙ୍କ ସହ କଲେଜ କ୍ୟାମ୍ପସ କୁ ଯାଇ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।ବିଭିନ୍ନ ପଦବୀ ପାଇଁ ସମୁଦାୟ 18 ସେଟ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ…

Read More

ଚିକିଟି,୦୯।୧୦(ନିଗମାନନ୍ଦ ପଣ୍ଡା):ସୁରଳସ୍ଥିତ ମୁକ୍ତେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଝାଟିପଦର କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୬ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ୯ଟି ବିଦ୍ୟାଳୟରୁ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ମନୋନୀତ ୪୦ ଜଣ ଛାତ୍ରଛାତ୍ରୀ ବ୍ଲକସ୍ତରୀୟ ସୁରଭି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।ଏହି କାର୍ଯ୍ୟକ୍ରମକୁ କ୍ଲଷ୍ଟର ସିଆରସିସି ଏ. ଦମୟନ୍ତୀ ସଂଯୋଜନା କରିଥିଲେ। ଉତ୍ସବରେ ଚିକିଟି ବ୍ଲକ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀ ମୁଖ୍ୟ ଅତିଥି ଏବଂ ଏବିଇଓ ତ୍ରିନାଥ ମଲ୍ଲିକ ବକ୍ତା ଭାବେ ଯୋଗଦେଇଥିଲେ।ସମ୍ମାନିତ ଅତିଥି ଭାବେ ସରପଞ୍ଚ ସସ୍ମିତା ସାହୁ, ଏସ୍‌ଏମ୍‌ସି ଅଧ୍ୟକ୍ଷ ସରୋଜ ନାୟକ, ସିଆରସିସି ଏ. ଦମୟନ୍ତୀ, ସୁଜିତ କୁମାର ପାଢ଼ୀ, ଧର୍ମରାଜ ବେହେରା ଓ ପ୍ରଧାନ ଶିକ୍ଷକ ରଶ୍ମିତା ଜାନି ମଞ୍ଚାସୀନ ଥିଲେ।ମୁଖ୍ୟ ଅତିଥି ବିଇଓ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତା…

Read More

ବେଲଗୁଣ୍ଠା,୯/୧୦(ଶିବରାମ ଚୌଧୁରୀ):ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶୁକ୍ରବାର ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କର ତ୍ୟାଗ, ସେବା, ମାନବିକତା ଓ ଓଡ଼ିଆ ଜାତି ପ୍ରତି ଅବଦାନକୁ ସ୍ମରଣ କରାଯାଇଥିଲା।କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ରବୀନ୍ଦ୍ରନାଥ ରଥ ମୁଖ୍ୟ ଅତିଥି ଏବଂ ଉପସଭାପତି କାଳୀଚରଣ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଗୁରୁମା ପ୍ରିୟଙ୍କା ଗୌଡ଼ ଓ ଜ୍ୟୋତିରାଣୀ ପ୍ରଧାନ ମୁଖ୍ୟ ବକ୍ତା ଓ ସଂମାନ୍ନୀତ ଅତିଥି ଭାବେ ଯୋଗଦେଇ ଗୋପବନ୍ଧୁ ଦାସଙ୍କ ଜୀବନାଦର୍ଶ ଓ ସମାଜସେବା ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀମାନେ ଦେଶ ଓ ସମାଜର ସେବାରେ ନିଜକୁ ନିୟୋଜିତ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ।ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ବିଷୋୟୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଗୁରୁମା ପ୍ରଣୀତା ପ୍ରଧାନ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।…

Read More

ବେଲଗୁଣ୍ଠା,୯/୧୦(ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ପୁଲିସ ଗୁଡ଼ିପଲ୍ଲୀ ଗ୍ରାମ ନିକଟରେ ଚଢ଼ାଉ କରି ଦୁଇଟି ଦେଶୀ ବନ୍ଧୁକ ସମେତ ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ତନରଡ଼ା ଗ୍ରାମ ରୋଡ଼ ସାହିର ରାଜେଶ କୁମାର ବେହେରା।ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ଦିନ ବେଲଗୁଣ୍ଠା ଥାନାର ଏସ୍‌ଆଇ ସୁକାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ତନରଡ଼ା, ନୂଆଗାଁ ଓ ଧୁମଛାଇ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ରାଜେଶ କୁମାର ବେହେରା ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏହାପରେ ପୁଲିସ ଗୁଡ଼ିପଲ୍ଲୀ ଗ୍ରାମ ନିକଟସ୍ଥ ଏକ ଘରେ ଚଢ଼ାଉ କରିଥିଲା।ଚଢ଼ାଉ ସମୟରେ ଅଭିଯୁକ୍ତ ଦେଶୀନଳୀ ବନ୍ଧୁକ ସଫା କରୁଥିବା ବେଳେ ପୁଲିସ ତାଙ୍କୁ କାବୁ କରିଥିଲା। ତଲାସି ବେଳେ ଆଉ ଗୋଟିଏ ଦେଶୀ ପିସ୍ତଲ, ୧୧ଟି ଛରା ଓ…

Read More