ବ୍ରହ୍ମପୁର,୨୧/୪:(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ୨୧ ତାରିଖ ମଙ୍ଗଳବାର ଦିନ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଲନ୍ଥରା ନିକଟସ୍ଥ ମା’ ସିଦ୍ଧ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୧୧୧ ଜଣ କନ୍ୟା ଙ୍କ ଶୁଭ ବିବାହ ସମ୍ପନ୍ନ ହୋଇଛି । ଓଡିଆ ରୀତିନୀତି ଅନୁଯାୟୀ ଆୟୋଜିତ ଏହି ପବିତ୍ର କାର୍ଯ୍ୟକ୍ରମରେ ଜିଲ୍ଲାର ଆର୍ଥିକ ଦୁର୍ବଳ ଶ୍ରେଣୀର ଯୋଗ୍ୟ ଦମ୍ପତ୍ତିମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିଲେ ଏବଂ ୪୫୦୦୦ ଟଙ୍କା ସହାୟତା ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଥିଲେ। ଏହି ବିବାହ ଉତ୍ସବରେ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ୍,ବ୍ରହ୍ମପୁର ଉପ-ଜିଲ୍ଲାପାଳ ଶ୍ରୀ ଅବିନାଶ କୁମାର, ଅତିରିକ୍ତ ଜିଲ୍ଲାପାଳ ଡ଼ଃ…
Author: Janabani News
ପୁରୁଷୋତ୍ତମପୁର,୨୧/୪:(ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ଥାନା ଜଗନ୍ନାଥ ପୁର ପଞ୍ଚାୟତ ଅନ୍ତର୍ଗତ ଶାସନପଲ୍ଲୀ ଗ୍ରାମରେ ଜଣେ ବରିଷ୍ଠ ନାଗରିକ ଦମ୍ପତିଙ୍କୁ ନିର୍ଯାତନା ସହ ଧକ୍କା ଦେବା ଏବଂ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗ ହୋଇଛି। ଏ ନେଇ ବରିଷ୍ଠ ନାଗରିକ ରବୀନ୍ଦ୍ର ମହାନ୍ତିଙ୍କ ସ୍ତ୍ରୀ ପ୍ରତିମା ମହାନ୍ତି ଥାନାରେ ଲିଖୂତ ଅଭିଯୋଗ କରିଛନ୍ତି।ମିଳିଥିବା ସୂଚନା ପ୍ରକାରେ ଗତ ୧୪ ତାରିଖ ଅପରାହ୍ନ ପ୍ରାୟ ୪ଟା ବେଳେ ରବିନ୍ଦ୍ର ନିଜ ଘର ବାରଣ୍ଡାରେ ବସିଥିବା ବେଳେ ତାଙ୍କ ପଡୋଶୀ କଳାଚାନ୍ଦ ମହାନ୍ତି ତାଙ୍କଘର ସାମ୍ନାକୁ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବା ଧମକ ଦେଇ ଏକ ଶକ୍ତ ଧକ୍କା ମାରିଥିଲା । ଏଥିରେ ରବିନ୍ଦ୍ରଙ୍କ ସ୍ତ୍ରୀ ପ୍ରତିବାଦ କରିବାରୁ ତାଙ୍କର ମଧ୍ୟ ଚୁଟି ଧରି ରାସ୍ତାରେ ଘୋଷାରି ଆଣି ଅଭଦ୍ର ଆଚରଣ କରିଥିଲା । ଏଥିରେ ଭୟଭୀତ ହୋଇ ସେହି ଦମ୍ପତି ୧୧୨ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି…
ଚିକିଟି,୨୧/୪:(ନିଗମାନନ୍ଦ ପଣ୍ଡା ):ଜାତୀୟ ଦାବୀ ଦିବସ ଅବସରରେ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ରଙ୍ଗେଈଲୁଣ୍ଡା ଶାଖା ତରଫରୁ ତହସିଲ ଅଫିସ ଠାରୁ ଶୋଭାଯାତ୍ରା ରେ ବାହାରି ବ୍ଲକ ଅଫିସ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ୯ଦଫା ଦାବୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ୧୦ଦଫା ଦାବୀ ପ୍ରଦାନ କରିଥିଲେ। ଭେଳିଡେସନ ଏକ୍ଟ ପ୍ରତ୍ୟାହାର, ଏନପିଏସ /ୟୁପିଏସ ଉଛେଦ, ଓପିଏସ ପୁନଃ ପ୍ରଚଳନ, କମୁଟେସନ ୧୫ବର୍ଷ ପରିବର୍ତ୍ତେ ୧୦ବର୍ଷ ୮ମାସରେ ପରିଶୋଧ, ୧୮ମାସ ବକେୟା ଡିଏ ତୁରନ୍ତ ପ୍ରଦାନ, ସ୍ୱାସ୍ଥ୍ୟ ଭତ୍ତା ଓ ବସ /ରେଳ ଯାତ୍ରାରେ ୫୦%ରିହାତି ଇତ୍ୟାଦି ବିଭିନ୍ନ ଦାବୀ ନେଇ ବ୍ଲକ ସମ୍ମୁଖରେ ରେ ନାରାବାଜି ଦେଇଥିଲେ। ଆଗାମୀ ଦିନରେ ଯଦି ସରକାର ଏହି ଦାବୀ କୁ ଦୃଷ୍ଟି ନ ଦିଅନ୍ତି ତାହାହେଲେ ରାଜରାସ୍ତାରେ ଲଢେଇ ହେବ ବୋଲି ଚେତାବନୀ ଦେଇଥିଲେ। ସଭାପତି କେ କୃଷମୂର୍ତ୍ତି, ସମ୍ପାଦକ ପ୍ରସନ୍ନ କୁମାର…
ଭଞ୍ଜନଗର,୨୧/୦୪ (ଜନବାଣୀ): ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବକ ଯୁବତୀଙ୍କୁ ମାଗଣାରେ ତାଲିମ ଦେବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି। ତେଣୁ ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ଙ୍କ ପ୍ରଚେଷ୍ଟାରେ ଜିଲ୍ଲାର ୩ଟି ଉପଖଣ୍ଡ ଯଥା ଭଞ୍ଜନଗର, ଛତ୍ରପୁର ଓ ବ୍ରହ୍ମପୁରଠାରେ ୩ଟି ପ୍ରଶିକ୍ଷଣ ତାଲିମ କେନ୍ଦ୍ର ଆରମ୍ଭ ହୋଇଛି। ଆଜି ଭଞ୍ଜନଗର ସିଟି ସ୍କୁଲ ପରିସରରେ ଥିବା ତାଲିମ କେନ୍ଦ୍ରକୁ ବାଣିଜ୍ୟ, ପରିବହନ, ଜଳସମ୍ପଦ ଓ ଖଣିଜ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉଦଘାଟନ କରିଛନ୍ତି। ଆର୍ଥାଭାବରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ମେଧାବୀ ଛାତ୍ରଛାତ୍ରୀମାନେ ଆଉ ଦିଲ୍ଲୀ, ଭୁବନେଶ୍ୱର ନ ଯାଇ ଏଠାରେ ଅତ୍ୟାଧୁନିକ ଶିକ୍ଷା ଲାଭ କରିବେ। ଏଠାରେ ମୋଟ ସିଟ୍ ୫୦ଜଣ ମଧ୍ୟରେ ମହିଳାଙ୍କ ନିମନ୍ତେ ୫୦ଭାଗ ସିଟ୍ ସଂରକ୍ଷଣ ରଖାଯାଇଛି। ଦିଲ୍ଲୀର ଏକ ଅନୁଷ୍ଠାନ ସାରଥୀ ଆଇଏସ ତରଫରୁ ଆଭାସୀ ମାଧ୍ୟମରେ ତାଲିମ ପ୍ରଦାନ କରାଯିବ।…
ପୁରୁଷୋତ୍ତମପୁର,୨୧/୪: (ଶୁଭଙ୍କରୀ ଦାଶ): ଗଞ୍ଜାମ ଜିଲ୍ଲାର ଲୋକଙ୍କ ମଧ୍ୟରେ ଭରପୁର ହୋଇ ରହିଥିବା ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ନିମନ୍ତେ ଅଣ୍ଟା ଭିଡ଼ିଛନ୍ତି ମାଁ ତାରାତାରିଣୀଙ୍କ ପୀଠର ବରିଷ୍ଠ ପୂଜକ ତଥା ସଂସ୍କୃତିକ ଗବେଷକ ଧୃବ ଚରଣ ରଣା । ବ୍ରହ୍ମପୁର ସିଙ୍ଗିଂ କଣ୍ଟେଷ୍ଟ ସିଜନ୍-୨ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର କଳାକାର ମାନଙ୍କୁ ଆଗକୁ ବଢ଼ାଇବା ପାଇଁ ଉଦ୍ୟମ କରିଛନ୍ତି । ଏନେଇ ଆଜି ତାରାତାରିଣୀ ପୀଠରେ ଥିବା ଜୟ ମାତା ଜି ହୋଟେଲରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା । ବ୍ରହ୍ମପୁର ସିଙ୍ଗିଂ କଣ୍ଟେଷ୍ଟ ସିଜନ୍-୨ ପାଇଁ ଆସନ୍ତା ଏପ୍ରିଲ ୨୬ ତାରିଖରୁ ଜିଲ୍ଲାର ପୁରୁଷୋତ୍ତମପୁରରେ ଅଡିସନ୍ ଆରମ୍ଭ ହେବ । ଏଥିରେ ୧୫ ବର୍ଷ ବୟସରୁ ୩୫ ବର୍ଷ ବୟସ ମଧ୍ୟରେ ଥିବା ଯୁବକ ଯୁବତୀ ମାନେ ଭାଗ ନେଇପାରିବେ । ଏହାସହ ଆଧୁନିକ, ଭଜନ, ଆଧ୍ୟାତ୍ମିକ, ଦେଶାତ୍ମବୋଧକ ଭଳି ଯେକୌଣସି ଗୀତ ପରିବେଷଣ କରିପାରିବେ । ପ୍ରଥମେ…
ଫୁଲବାଣୀ:୨୧/୦୪(ସୁନୀଲ ପଟ୍ଟନାୟକ):ସୋମବାର ରାତିରେ ପବିତ୍ର ଅଖିତୃତୀୟl ରେ ଶ୍ରୀ ଶ୍ରୀ ମା ନାରାୟଣୀ ଙ୍କୁ ବାଜା ବlଣ ସହ ବିଭିନ୍ନ ପ୍ରକାର ନାଚ ଗୀତ ସହ ବିଶାଳ ପଟୁଆର ରେ ଯାତ୍ରା ପଡ଼ିଆ କୁ ଅଣା ଯାଇଛି l ସାଂସଦ ସୁକାନ୍ତ କୁମାର ପାଣଗ୍ରାହୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଜିଲାପାଳ ଏସପି, ଅତିରିକ୍ତ ଜିଲ୍ଲାପାଳ, ଏସ ଡିପିଓ, ଉପଜିଲ୍ଲାପାଳ,ନଗର ପାଳ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଙ୍କ ଉପସ୍ଥିତି ରେଯାତ୍ରା କମିଟି ସଭାପତି କାବୁଲl ସେନାପତି, ସମ୍ପାଦକ ସଂଜିତ ପାତ୍ର,ଉପସଭାପତି ସୁଜିତ ବେହେରା ଅର୍ଥ ସମ୍ପାଦକ କମଳ କୁମାର ବେହେରା ସାଂସ୍କୃତିକ ସମ୍ପାଦକ ଅଶୋକ ମହାନ୍ତି ଓ ସହ ସମ୍ପାଦକ୍, ଉପଦେଷ୍ଟା ପ୍ରମୁଖ ଙ୍କ ନେତୃତ୍ୱ ରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇ ବିରାଟ ପଟୁଆର ରେ ଶାନ୍ତି ଶୃଙ୍ଖଳା ର ସହ ମା ନାରାୟଣୀ ଙ୍କୁ ଯାତ୍ରା ପଡ଼ିଆ କୁ…
ଫୁଲବାଣୀ :୨୧/୦୪(ସୁନୀଲ ପଟ୍ଟନାୟକ):ମଙ୍ଗଳବାର ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରl ଜଜ୍ ତଥା ଏଫ୍ ଟି ଏସ ସି ବିଚାର ପତି କୈଳାସ ଚନ୍ଦ୍ର ସ୍ବାଇଁ ଦାରିଂବାଡ଼ି ଅଞ୍ଚଳ ର ନାବାଳିକା କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ବାପି ପ୍ରଧାନ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ହଜାର ଟଂକା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମାନା ଅନାଦେୟ ୨ବର୍ଷ ଅଧିକ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ l ସୂଚନା ଯୋଗ୍ୟ ଯେ, ଅଭିଯୁକ୍ତ ବାପି ପ୍ରଧାନ ଦାରିଂବାଡ଼ି ଅଞ୍ଚଳ ର ଜଣେ ନାବାଳିକା କୁ ଚପଲ କିଣିବା ବାହାନା ରେ ବଜାର ଯିବାକୁ କହି ଜଙ୍ଗଲ ଆଡକୁ ନେ଼ଇ ଦୁଷ୍କର୍ମ କରି ଥିବା ନେଇ ଘରେ କହିବା ପରେ ପରିବାର ଲୋକେ ଏ ନେଇ ଦାରିଂବାଡ଼ି ଥାନାରେ ଏତଲା ଦେଇଥିଲେ l ଦାରିଂବାଡ଼ି ପୋଲିସ ୨୧୫/୧୯/୧୦/୨୫ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା…
ଫୁଲବାଣୀ,୨୧/୦୪(ସୁନୀଲ ପଟନାୟକ):ଫୁଲବାଣୀ ନାରାୟଣୀ ରୋଡ ରେ ଥିବା ରୋଟାରୀ କ୍ଳବ୍ ପରିସରରେ ସୋମବାର ସଂନ୍ଧ୍ୟାରେ ଏକ ଚକ୍ଷୁ ପରୀକ୍ଷା କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଏହି ଅବସରରେ ସଭାପତି ପ୍ରକାଶ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହି, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଉମା ଚରଣ ମଲ୍ଲିକ ଯୋଗ ଦେଇ ଶୁଭ ଉଦ୍ଘାଟନ କରିବା ସହ ରୋଟାରୀ ପକ୍ଷରୁ ହାତକୁ ନିଆଯାଇଥିବା କାର୍ଯ୍ୟ ର ଭୂୟସୀ ପ୍ରଶଂସା କରିଥିଲେ l ଉଭୟଙ୍କୁ ରୋଟରୀ କ୍ଳବ୍ ର ହନରାରୀ ସଦସ୍ୟ ଭାବେ ରୋଟାରୀ ପିନ ଦେଇ ସ୍ବାଗତ କରଯାଇଥିଲା l ସେହିପରି ବରିଷ୍ଠ ରୋଟା ରିଆନ ତଥା ସମାଜ ସେବୀ ୟଜ୍ଞା ଶିସ ମହାପାତ୍ର ଆଇ ପି ଡି ଜି, ଯୋଗ ଦେଇ ଏହି ଚକ୍ଷୁ ପରୀକ୍ଷା କେନ୍ଦ୍ରରେ ସ୍ଥାନୀୟ ଲୋକ ସୁବିଧାରେ ଓ ସଂପୂର୍ଣ୍ଣ ମାଗଣା ରେ ଚକ୍ଷୁ ପରୀକ୍ଷା…
ବୁଗୁଡା,୨୦/୪:(କୁମୁଦ ଚନ୍ଦ୍ର ବେହେରା): ଜାତୀୟ ଅଗ୍ନିସେବା ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମକ୍ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ଅଧିକାରୀ ପ୍ରତାପ କୁମାର ସ୍ବାଇଁଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ ମକ୍ଡ୍ରିଲ କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗ କର୍ମଚାରୀ ପ୍ରଦୀପ ପାଟଶାଣୀ, କ୍ଷୀରୋଦ କୁମାର ନାୟକ, ଜଗବନ୍ଧୁ ମାହାରି, ଅଶୋକ କୁମାର ଭୋଳ ଉପସ୍ଥିତ ରହି ନିଆଁ ଲାଗିଲେ କିପରି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଓ ସୁରକ୍ଷା ପ୍ରଦାନ କରାଯାଇପାରିବ ସେନେଇ ସଚେତନ କରାଯିବା ସହ ବିଦ୍ୟୁତ୍, ତୈଳ ଓ ଅନ୍ୟାନ୍ୟ ଅଗ୍ନିକାଣ୍ଡ ସମୟରେ ଅଗ୍ନି ନିର୍ବାପକ ଯନ୍ତ୍ରର ପ୍ରୟୋଗ କୌଶଳ ପ୍ରଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀବୃନ୍ଦ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ।
ଫୁଲବାଣୀ,୨୧/୪: (ସୁନୀଲ ପଟ୍ଟନାୟକ):ସୋମବାର ସଂନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ମହାନ କବି ତଥା ସଂସ୍କୃତ ବିଦ୍ୱାନ ଶ୍ରୀ ଶ୍ରୀ ଜୟଦେବଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ, ଫୁଲବାଣୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଫୁଲବାଣୀର ମାନ୍ୟବର ବିଧାୟକ ଶ୍ରୀ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବି ଜୟଦେବଙ୍କ ଜଗନ୍ନାଥ ସଂସ୍କୃତି ପ୍ରତି ଥିବା ଅବଦାନ ସ୍ମରଣ କରିଥିଲେ। କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଦାଧର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। ଜିଲ୍ଲାପାଳ ମହୋଦୟ ନିଜର ଅଭିଭାଷଣରେ କବି ଜୟଦେବଙ୍କ ଆଦର୍ଶରେ ଅନୁପ୍ରାଣିତ ହେବ ନିମନ୍ତେ ସମସ୍ତଙ୍କୁ ପ୍ରେରଣ ଦେଇଥିଲେ ।…
ପ୍ରଶାସନ ପାଖରେ ନାହିଁ ସଠିକ ତଥ୍ୟ କନ୍ଧମାଳ,୨୦/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସାମ୍ବାଦିକ ନାମରେ ଅନେକ ବ୍ୟକ୍ତି ନିଜକୁ ଜଣେ ଜଣେ ସାମ୍ବାଦିକ ବୋଲି ପରିଚୟ ଦେଉଥିବା ଦେଖିବାକୁ ମିଳୁଛି। ହେଲେ ଏ ସାମ୍ବାଦିକ ପଦ ବୋଲାଉଥିବା ବ୍ୟକ୍ତି ମାନେ ପ୍ରକୃତ ରେ କିଏ ଅସଲି ଆଉ କିଏ ନକଲି ତାହା ଜଣା ପଡୁନାହିଁ l କେହି କେବେ, ମାନେ କିଛି ବର୍ଷ ପୂର୍ବେ ଗଣମାଧ୍ୟମରେ କାମ କରିଥିବା ଦାବି କରୁଛନ୍ତି, ତ ଆଉ କେହି ଦୀର୍ଘଦିନ ହେଲା ସେଇ ପେଶା ଛାଡି ଦେଇଥିବା ସତ୍ତ୍ବେ ମଧ୍ୟ ସାମ୍ବାଦିକ ପରିଚୟ ବ୍ୟବହାର କରୁଛନ୍ତି। ଅନୁତାପର କଥା ହେଉଛି, ଏ ସମ୍ପର୍କ ରେ ପ୍ରଶାସନ ପାଖରେ ବର୍ତ୍ତମାନ କେତେଜଣ ସଠିକ ଓ କାର୍ଯ୍ୟରତ ପେଶାଦାର ସାମ୍ବାଦିକ ଅଛନ୍ତି, ତାହାର କୌଣସି ସଠିକ ତାଲିକା ନାହିଁ । ଅଞ୍ଚଳ ରେ ଯେତେବେଳେ ଯାହା କିଛି ସରକାରୀ ହେଉ ଅବା ବେସରକାରୀ କାର୍ଯ୍ୟକ୍ରମ…
ବୁଗୁଡା :୨୦/୦୪:(କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ବ୍ଲକ ଖୋଳଖାଳି ପଞ୍ଚାୟତ ଅନ୍ତର୍ଗତ ବେଲପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପଣ୍ଡା(୮୫)ଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସେ ଦୀର୍ଘଦିନ ଧରି ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲା ବେଳେ ସୋମବାର ଦିନ ଭୁବନେଶ୍ଵରସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ଯୁ ଶଯ୍ୟା ନିକଟରେ ପୁତ୍ର ରାମକୃଷ୍ଣଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ରହିଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।। ସେ ବୁଗୁଡ଼ା ଅଞ୍ଚଳର କାନସୁକା, ଝୋଲରୀ ଓ ପାଙ୍ଗିଡି ଆଦି ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରି ଅବସର ଗ୍ରହଣ କରିଥିଲେ। ସେ ଜଣେ କର୍ତ୍ତବ୍ୟନିଷ୍ଠ ଏବଂ ଛାତ୍ରବତ୍ସଳ ଶିକ୍ଷକ ଥିଲେ। ତାଙ୍କର ବିୟୋଗରେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୋକବ୍ଯକ୍ତ କରାଯାଇଥିଲା।