ବ୍ରହ୍ମପୁର,୨୨/୪:(ହିମାଂଶୁ ଶେଖର ସାବତ):ଆଜି ପୁଥିବୀ ଦିବସ ଅବସରରେ ପରିବେଶ ସୁରକ୍ଷା ପାଇଁ ସଚେତନାର ବାର୍ତ୍ତା ଦେଇଛନ୍ତି ପ୍ରସିଦ୍ଧ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା। ତାଙ୍କର ସୃଜନଶୀଳ ବାଲୁକା କଳା ମାଧ୍ୟମରେ ସମାଜକୁ ପରିବେଶ ସୁରକ୍ଷାର ଗୁରୁତ୍ୱ ଉପରେ ସଚେତନ କରାଯାଇଛି।ଏହି ଅବସରରେ ଶ୍ରୀ ମହାରଣା ପ୍ରାୟ ୫ ମିନିଟ୍ର ଏକ ସୁନ୍ଦର ସେଣ୍ଡ ଆନିମେସନ ପ୍ରସ୍ତୁତ କରିଥିଲେ, ଯାହାରେ ପୃଥିବୀକୁ ସୁରକ୍ଷା କରିବା, ପରିବେଶ ସମତୁଳନ ରକ୍ଷା କରିବା ଓ ବୃକ୍ଷରୋପଣର ଆବଶ୍ୟକତା ବିଷୟରେ ବାର୍ତା ଦିଆଯାଇଛି।ସେ କହିଛନ୍ତି, “ଆସନ୍ତୁ ସମସ୍ତେ ମିଶି ପରିବେଶକୁ ସୁରକ୍ଷା କରିବା। ପଚୁର ପରିମାଣରେ ଗଛ ଲଗାଇବା ଦ୍ୱାରା ପୃଥିବୀର ସନ୍ତୁଳନ ରକ୍ଷା କରିପାରିବା।”
Author: Janabani News
ଛତ୍ରପୁର: ୨୨/୪:(ହିମାଂଶୁ ଶେଖର ସାବତ): ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଯୋଜନା କମିଟି, ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନ ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲାର ଊନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ଓ ସମୟସୀମା ମଧ୍ଯରେ କାର୍ଯ୍ଯଗୁଡିକୁ ସାରିବା ଉପରେ ଗୁରୁତ୍ବାରୋପ କରିଥିଲେ ।ଗଞ୍ଜାମ ଜିଲ୍ଲାକୁ ଆଗେଇ ନେବା ପାଇଁ ସମସ୍ତଙ୍କ ଲକ୍ଷ୍ଯ ଏକ ହେବା ଦରକାର ବୋଲି ଅଧ୍ୟକ୍ଷ ଶ୍ରୀ ସେଠୀ କହିବା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପ ଗୁଡିକୁ ନିର୍ଦ୍ଧାରୀତ ସମୟସୀମା ମଧ୍ଯରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ମେଗା ଜଳ ପ୍ରକଳ୍ପ କାର୍ଯ୍ୟକୁ ମାର୍ଚ୍ଚ ୩୧, ୨୦୨୭…
ବୁଗୁଡ଼ା,୨୨/୪:(ଜନବାଣୀ ବ୍ୟୁରୋ):ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ୧୨ ମାସ ଆକୃଷ୍ଟ କରୁଥିବା ବୁଦ୍ଧଖୋଲ ଶୈବ ପୀଠର ଝରଣା ଚଳିତ ବର୍ଷ ଶୁଖିଯାଇଛି। ଫଳରେ ପର୍ଯ୍ୟଟକ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି। ଏଠାରେ ଥିବା ଜଳ ପ୍ରପାତ ସାଙ୍ଗକୁ କୁଳୁ କୁଳୁ ନାଦରେ ବହୁଥିବା ଝରଣା ଓ ପାଦ ଦେଶରେ ଥିବା ସୁଇମିଂ ପୁଲ୍ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ବର୍ଷ ସାରା ୨୪ ଘଣ୍ଟା ଝରଣା ପ୍ରବଳ ବେଗରେ ବହିବା ସାଙ୍ଗକୁ ପ୍ରପାତରୁ ଅନବରତ ପାଣି ପଡ଼ିଥାଏ। ଆଉ ଗ୍ରୀଷ୍ମରେ ପର୍ଯ୍ୟଟକ ଓ ସ୍ଥାନୀୟବାସିନ୍ଦା ଗାଧୋଇବା ମଜା ଉଠାଇବାକୁ ଜଳପ୍ରପାତ ନିକଟରେ ଭିଡ଼ ଜମାଇଥା’ନ୍ତି। ସେହିପରି ପହଁରା ଶିଖିବା ଓ ଗାଧୋଇବାକୁ ମଧ୍ୟ ସୁଇମିଂପୁଲକୁ ବହୁ ସଂଖ୍ୟାରେ ଲୋକ ଆସିଥା’ନ୍ତି।ତେବେ ବର୍ତ୍ତମାନ ଝରଣାରେ ପୂର୍ବ ଭଳି ପାଣି ଆସୁନି। ଜଳପ୍ରପାତରୁ ଗୋଟିଏ ଧାର ପାଣି ପଡ଼ୁଛି। ଅନ୍ୟପଟେ ସୁଇମିଂପୁଲରେ ପାଣି ଲିକ୍ ହେଉଥିବାରୁ ଏହାର ପୁନରୁଦ୍ଧାର କାମ ଚାଲିଛି। ଫଳରେ…
ଭଞ୍ଜନଗର,୨୧/୪:(ନିଲୁ ବିଷୋୟୀ):କନ୍ଧମାଳରୁ ରାଜ୍ୟ ବାହାରକୁ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୁଲିସ ଜି.ରମ୍ଭା ଛକରୁ ୨୩ କେଜି ୩୪୫ ଗ୍ରାମ ଗଞ୍ଜେଇ ସହ ୭,୦୦୦ ଟଙ୍କା ଓ ଏକ ମୋବାଇଲ ଫୋନ ଜବତ କରିଛି। ଏହା ସହ ଏହି ଘଟଣାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଭେଜିପୁଟ କେନାଲ ସାହିର ମିଥୁନ କୁମାର ଶତପଥି ଓ ବିହାରର ଜୟରାମ ପାଶିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜିବନାନନ୍ଦ ଜେନା ସୁଚନା ଦେଇଛନ୍ତି।ସୁଚନାନୁସାରେ,ଥାନା ଅଧିକାରୀ ଜିବନାନନ୍ଦ ଜେନାଙ୍କ ନିର୍ଦେଶ କ୍ରମେ ସୋମବାର ଏସଆଇ ଲଷ୍ମୀଧର ମହାନ୍ତି ଭଞ୍ଜନଗର ଫୁଲବାଣୀ ରାସ୍ତାର ନିଧିଆପଲ୍ଲୀ ଛକ ଠାରେ ପେଟ୍ରୋଲିଂ କରୁଥିଲେ। ସେହି ସମୟରେ ଜି. ରମ୍ଭା ଛକ ଠାରେ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ଦୁଇଟି ଟ୍ରଲି ବ୍ୟାଗ୍ ଧରି ଛିଡା ହୋଇଥିବା ନେଇ ପେଟ୍ରୋଲିଂ ଟିମ୍ ଖବର ପାଇଥିଲେ। ପରେ ପେଟ୍ରୋଲିଂ ଟିମ୍…
ବୋଲଗଡ଼,୨୨/୦୪(ସୁଶାନ୍ତ କୁମାର ପ୍ରଧାନ):ବିଶ୍ୱବ୍ରହ୍ମାଣ୍ଡରେ ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁଠାରେ ଜୀବନ ବଞ୍ଚିବା ସମ୍ଭବ ହୋଇପାରିଛି । ପୃଥିବୀରେ ବାୟୁ, ପାଣି, ମାଟି, ସୂର୍ଯ୍ୟକିରଣ ଏବଂ ଅନୁକୂଳ ତାପମାତ୍ରା ସମେତ ଜୀବନ ବଞ୍ଚିବା ପାଇଁ ଆବଶ୍ୟକ ସମସ୍ତ ପ୍ରାକୃତିକ ସମ୍ପଦ ପୃଥିବୀରେ ଉପଲବ୍ଧ । ପୃଥିବୀ କେବଳ ମଣିଷ ପାଇଁ ନୁହେଁ ବରଂ ସମସ୍ତ ଜୀବଜନ୍ତୁଙ୍କ ପାଇଁ ଜୀବନଦାୟିନୀ। ତଥାପି ସମୟ ସହିତ ସମସ୍ତ ଅତ୍ୟାବଶ୍ୟକୀୟ ପ୍ରାକୃତିକ ସମ୍ପଦର ଏତେ ମାତ୍ରାରେ ଅପବ୍ୟବହାର କରାଯାଉଛି ଯେ ଏକ ସମୟ ଆସିପାରେ ଯେତେବେଳେ ସମସ୍ତ ସମ୍ପଦ ଶେଷ ହୋଇଯାଇପାରେ। ଏହି ପ୍ରାକୃତିକ ସମ୍ପଦ ବିନା ପୃଥିବୀରେ ବଞ୍ଚିବା କଷ୍ଟକର ହୋଇଯିବ । ଏହି ଗମ୍ଭୀର ସମସ୍ୟାର ସମାଧାନ ପାଇଁ ପ୍ରକୃତି ପ୍ରଦତ୍ତ ସମ୍ପତ୍ତିକୁ ସଂରକ୍ଷଣ କରିବା ନିହାତି ଆବଶ୍ୟକ । ଏହି ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ୨୨ ଏପ୍ରିଲରେ ‘ବିଶ୍ୱ ପୃଥିବୀ ଦିବସ’ ପାଳନ କରାଯାଏ। ଏହି…
ଫୁଲବାଣୀ:୨୨/୪:(ସୁନୀଲ ପଟ୍ଟନାୟକ):ଦ୍ଵିତୀୟ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ର ଉଦଯାପନୀ ସନ୍ଧ୍ୟାରେ ସ୍ଥାନୀୟ କରନେସନ ଗ୍ରାଉଣ୍ଡ ରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା | ଲୋକମାନେ ବିଭିନ୍ନ ବାଣିଜିକ ଷ୍ଟଲରେ ଭିଡ଼ ଜମେଇ ଥିଲା ବେଳେ କନ୍ଧମାଳର ଏକମାତ୍ର ପୁସ୍ତକ ପ୍ରକାଶିନୀ କମଳା ପ୍ରକାଶିନୀ ଷ୍ଟଲ ରେ ଵି ପ୍ରତ୍ୟେକ ଦିନ ପାଠକ ମାନଙ୍କ ଭିଡ଼ ଜମିଥିଲା | ଖୋଦ ପୁସ୍ତକପ୍ରେମୀ ସୁସାହିତ୍ୟିକକବି ତଥା କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଷ୍ଟଲ ପରିସରରେ ବୁଲି ବୁଲି ନିଜ ମନପସନ୍ଦର ବହୁ ପୁସ୍ତକ କ୍ରୟ କରିଥିଲେ | କେବଳ ପୁସ୍ତକ ବିକ୍ରୟ ନୁହେଁ ବିଭିନ୍ନ ସାହିତ୍ୟ କାର୍ଯ୍ୟକ୍ରମ, ସାମାଜିକ ସେବା କାମ ରକ୍ତଦାନ ଆଦି ବିଭିନ୍ନ କାମ କରୁଛି ଜାଣି ଅନୁଷ୍ଠାନର ପ୍ରତିଷ୍ଠାତା ଡ ନୃସିଂହାନନ୍ଦ ମହାପାତ୍ର ଙ୍କ ଏହି ସାଧୁ ଉଦ୍ୟମକୁ ପ୍ରଂଶସା କରିଥିଲେ | ଡ ମହାପାତ୍ର ତାଙ୍କ ଦ୍ୱାରା ଲିଖିତ ବିଭିନ୍ନ ଆଧ୍ୟାତ୍ମିକ ପୁସ୍ତକ ମାନନୀୟ ଜିଲ୍ଲାପାଳ ଙ୍କୁ…
ବୁଗୁଡ଼ା : ୨୧/୦୪:(କୁମୁଦ ଚନ୍ଦ୍ର ବେହେରା): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ଦଶମ ଶ୍ରେଣୀ ପରୀକ୍ଷାରେ ବୁଗୁଡାର ମେଧାବୀ ଛାତ୍ରୀ ଭି.ଅନ୍ବେଷା ରାଜୁ ୫୦୦ରୁ ୪୮୧ ମାର୍କ (୯୬.୨%)ରଖି ଏ-୧ ଗ୍ରେଡ୍ ହାସଲ କରିଥିବା ବେଳେ ସେ ସ୍ଥାନୀୟ ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ସ୍କୁଲ ପରିସରରେ ପ୍ରିନ୍ସିପାଲ ବାଲଗୋପାଲ୍ ଶତପଥୀଙ୍କ ପୌରୋହିତ୍ଯରେ ଅନୁଷ୍ଠିତ “ମେଧାବୀ ସମ୍ବର୍ଦ୍ଧନା” କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍କୁଲର ଶୈକ୍ଷିକ ପରାମର୍ଶଦାତା ସୁରେଶ ଚନ୍ଦ୍ର ଦାଶ ଯୋଗ ଦେଇ ମେଧାବୀ ଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏ ଅବସରରେ ଅତିଥିଙ୍କ ଦ୍ଵାରା ମେଧାବୀ ଛାତ୍ରୀ ଅନ୍ବେଶାଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବୁଗୁଡ଼ା ନୂଆଁସାହିର ବ୍ଯବସାୟୀ ଭି.କୁବେରେଶ୍ବର ରାଜୁ ଓ ହରିକା ରାଜୁଙ୍କ ସୁପୁତ୍ରୀ ଅନ୍ବେଶା ତାଙ୍କର ଏହି ସଫଳତାର ଶ୍ରେୟ ପିତାମାତା, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦେଇ ଡାକ୍ତରୀ ସେବା ହିଁ ତାଙ୍କର…
ନୂଆପଡ଼ା,୨୧-୪-(ପରମେଶ୍ୱର ମେହେର):ସିନାପାଲି ବ୍ଲକ ସହ ଅବାନ୍ତର ବାର୍ତ୍ତା ସୋସିଆଲ ମିଡିଆ ଜରିଆରେ ପରି ପ୍ରକାଶ କରିଥିବାଏହି ମହା ରେଲିରେ ସିନାପାଲି ଥାନା ଙ୍କୁ ରାଜ ଗୋଣ୍ଡସଂସ୍କୃତିକସମାଜ,ରାଜଗୋଣ୍ଡ ଛାତ୍ର ଛାତ୍ରୀ ସଂଘ GSU ନୂଆପଡା , ବଲାଙ୍ଗିର ଓ ଛତିଶଗଡ ପଡ଼ୋଶୀ ରାଜ୍ୟ ରୁ କର୍ମ କର୍ତ୍ତା ଯୋଗ ଦେଇଥିଲେ ଥାନା ପ୍ରଭାରୀ ଙ୍କୁ ଦାବି ପତ୍ର ଦେଇଥିଲେ । ଆଜି ଗୋଣ୍ଡ ଜାତି ର ଆତ୍ମ ସମ୍ମାନ ପାଇଁ ପଦକ୍ଷେପ ନିଆଗଲା ତାହା ସ୍ବାଗତ ଯୋଗ୍ୟ ଏଥିରୁ ଜଣାପଡୁଛି ଆମେ ଅଯୋଗ୍ୟ ନୁହେଁ ଯୋଗ୍ୟ ଆମେ କାପୁରୁଷ ନୁହେଁ ବୀର ସାହସୀ। ଏଥିରୁ ପ୍ରମାଣ ହେଲା ଆମେ ରାଣୀ ଦୁର୍ଗାବତୀ, ବୀର ସୁରେନ୍ଦ୍ର ସାଏ, ବୀର କାଚରା ଧରୁଆ, ମୋଟା ଧରୁଆ, ବାବା ଶମ୍ଭୁଶେଖ ଙ୍କ ଦାୟଦ। ବର୍ତ୍ତମାନ ରୁ ଯଦି ଆମେ ଏକତା ହୋଇ ଆମ ସଂସ୍କୃତି ପରମ୍ପରା ବଜାୟ ରଖିବା ସାଙ୍ଗେ ଆମ ହକ ଅଧିକାର ପାଇଁ ସଂଗ୍ରାମ…
ପୁରୁଷୋତ୍ତମପୁର,୨୧/୪:(ଶୁଭଙ୍କରୀ ଦାଶ):ଗଞ୍ଜାମ ବ୍ଲକ୍ ତାରିଣୀପଲୀ ଗ୍ରାମର ଦିବ୍ୟାଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ ୧୯ ଥର ରକ୍ତଦାନ କରି ସମାଜରେ ପ୍ରେରଣାର ପ୍ରତୀକ ପାଲଟିଛନ୍ତି। ନିଜ ଶାରୀରିକ ସମସ୍ୟାକୁ ପଛକୁ ରଖି ସେ ନିରନ୍ତର ଭାବେ ମାନବସେବାରେ ନିଜକୁ ନିୟୋଜିତ କରିଆସୁଛନ୍ତି।ନିକଟରେ ଜଣେ ଗୁରୁତର ରୋଗୀ ବ୍ରହ୍ମପୁର ବଡ଼ ମେଡିକାଲରେ ଜୀବନ ସହ ସଂଘର୍ଷ କରୁଥିବା ବେଳେ ରକ୍ତର ତୁରନ୍ତ ଆବଶ୍ୟକତା ପଡ଼ିଥିଲା। ଖବର ପାଇ ରବୀନ୍ଦ୍ର ସେଠୀ ବିଳମ୍ବ ନକରି ରକ୍ତଭଣ୍ଡାର କେନ୍ଦ୍ରକୁ ପହଞ୍ଚି ରକ୍ତଦାନ କରି ଆଉ ଏକ ମାନବିକତାର ଉଦାହରଣ ସୃଷ୍ଟି କରିଥିଲେ।ଯେଉଁଠାରେ ଜଣେ ସକ୍ଷମ ବ୍ୟକ୍ତି ମଧ୍ୟ ଏହି ପ୍ରବଳ ଖରାରେ ବ୍ରହ୍ମପୁର ରକ୍ତଭଣ୍ଡାରକୁ ଯିବା ପାଇଁ ଆଗପଛ ହୁଅନ୍ତି, ସେଠି ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ରବୀନ୍ଦ୍ର କେବେ ପଛକୁହଟନ୍ତି ନାହିଁ। ଆବଶ୍ୟକ ପଡ଼ିଲେ ସେ ସଦା ସମୟରେ ରକ୍ତଦାନ ପାଇଁ ଆଗକୁ ଆସୁଥିବାରୁ ସମସ୍ତଙ୍କ ମନରେ ସେ ଅଲଗା ସ୍ଥାନ ସୃଷ୍ଟି କରିଛନ୍ତି।ରବୀନ୍ଦ୍ର ସେଠୀ ବର୍ତ୍ତମାନ…
ବ୍ରହ୍ମପୁର,୨୧/୪:( ହିମାଂଶୁ ଶେଖର ସାବତ):“ନାରୀ ଶକ୍ତି ବନ୍ଦନ” ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ହିଲପାଟଣା ସ୍ଥିତ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଲା। ଏଥିରେ ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ଯୋଗଦେଇ ବିରୋଧୀ ଦଳମାନଙ୍କୁ କଟାକ୍ଷ କରିଥିଲେ।ସେ କହିଥିଲେ, ସଂସଦରେ ଏପ୍ରିଲ ୧୬-୧୭ ତାରିଖରେ ମହିଳା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିଲ୍ଗୁଡ଼ିକୁ ବିରୋଧ କରି କଂଗ୍ରେସ ସହ ଅନ୍ୟାନ୍ୟ ବିରୋଧୀ ଦଳ ମହିଳାମାନଙ୍କ ସହ ବିଶ୍ୱାସଘାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତାନୁସାରେ, ନୀତି ନିର୍ଦ୍ଧାରଣରେ ମହିଳାଙ୍କ ଭାଗିଦାରୀ ସେମାନଙ୍କର ଅଧିକାର ବୋଲି ସେ ଉଲ୍ଲେଖ କରିଥିଲେ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମତ ଉଦ୍ଧୃତ କରି ସେ କହିଲେ, ସୀମା ନିର୍ଦ୍ଧାରଣ ଦ୍ୱାରା କୌଣସି ରାଜ୍ୟର କ୍ଷତି ହେବ ନାହିଁ ଏବଂ ପ୍ରତିନିଧିତ୍ୱ ସୁରକ୍ଷିତ ରହିବ।ବିଜେପି ମହିଳା ସଶକ୍ତିକରଣ ପାଇଁ ପ୍ରତିବଦ୍ଧ ଥିବା ବେଳେ, ବିରୋଧୀଙ୍କ “ମହିଳା-ବିରୋଧୀ ମନୋଭାବ”କୁ ଆଗାମୀ ନିର୍ବାଚନରେ ମହିଳାମାନେ ଯଥୋଚିତ ଜବାବ ଦେବେ ବୋଲି…
ବୋଲଗଡ଼,୨୧/୦୪ (ସୁଶାନ୍ତ କୁମାର ପ୍ରଧାନ): ଉସୁନା ଚାଉଳରୁ ମୁଢି଼ ପ୍ରସ୍ତୁତି ହୋଇଥାଏ। ଆମ ଓଡ଼ିଶାର ପାରମ୍ପରିକ ଖାଦ୍ୟ। ଆମ ରାଜ୍ୟରେ ଗ୍ରାମାଞ୍ଚଳରେ ସକାଳେ ଏବଂ ସଂଧ୍ୟାରେ ଜଳଖିଆ ରୂପେ ଖିଆ ଯାଇଥାଏ। ମୁଢି ସହିତ ଆମ ଓଡ଼ିଆ ମାନେ ଓତଃପ୍ରୋତ ଭାବେ ଜଡିତ। ମୁଢି଼ ଆମ ସମସ୍ତଙ୍କର ପ୍ରିୟ। ଗରିବ ହେଉ କି ଧନୀ ପ୍ରତି ଓଡ଼ିଆଙ୍କ ଘରେ ନିଶ୍ଚିତ ଭାବରେ ଥାଏ। ବର୍ଷକୁ ବାର ମାସ ଯାକ ମୁଢି଼ର ଆବଶ୍ୟକ ପଡୁଥିଲେ ମଧ୍ୟ ବିଶେଷ କରି ବର୍ଷା ଓ ଶୀତ ଦିନେ ଅଧିକ ଖୋଜା ପଡିଥାଏ। ଏପରିକି ଅଦା ପକା ଚା କପେ ସହ ମୁଢି଼ ଖାଇବାର ମଜା ତ ନିଆରା ଅଟେ। ଏହି ମୁଢି ସହିତ ସ୍ୱାଦ ଅନୁସାରେ ଅନ୍ୟ ଚଟପଟି ଜିନିଷ ମିଶାଇ ବା ଝାଲକରି କିଏ କେମିତି ନିଜର ପସନ୍ଦ ଅନୁଯାୟୀ ଖାଇଥାନ୍ତି।ପିଲାବେଳେ ସ୍କୁଲ ଛୁଟି ସମୟ ହେଲେ ସମସ୍ତଙ୍କର ଝାଲମୁଢି କଥା ମନେପଡେ। ଆଜି…
ବ୍ରହ୍ମପୁର,୨୧/୪:(ହିମାଂଶୁ ଶେଖର ସାବତ):ଦେଶର ପୁଞ୍ଜିପତି କମ୍ପାନୀ ମ୍ୟାନେଜମେଣ୍ଟ ଓ ସରକାର ଙ୍କ ଦ୍ୱାରା ଶ୍ରମ ଆଇନ ଲାଗୁ କରିବାର କଟକଣା ମିଳିତ ଚକ୍ରାନ୍ତ ଦ୍ୱାରା ଆଜି ଦେଶ ସାରା ଶ୍ରମିକ ଶ୍ରେଣୀ ରାସ୍ତାକୁ ଆସି ଆନ୍ଦୋଳନ କରିବା ପରିପ୍ରେକ୍ଷୀ ରେ ସର୍ବ ଭାରତୀୟ ଶ୍ରମିକ ସଂଗଠନ ଇଫଟୁ ର ଜାତୀୟ କମିଟି ତରଫରୁ ସର୍ବ ଭାରତୀୟ ଡାକରା ରେ ଇଫଟୁ ଓଡିଶା ରାଜ୍ୟ କମିଟି ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କ୍ରମରେ ଏମକେସିଜି ମେଡିକାଲ କଲେଜ କ୍ୟାମ୍ପସ ପାଖରେ କର୍ମଚାରୀ ମାନଙ୍କ ମିଳିତ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କର୍ମଚାରୀ ଙ୍କ ଛଟେଇ,ସର୍ବନିମ୍ନ ମଜୁରୀ ଘୋଷଣା ଅଟକି ରହିଛି, ପୂର୍ବରୁ ଘୋଷିତ ସର୍ବନିମ୍ନ ଦରମା ଲାଗୁ ହେଉନାହିଁ, ସମୟ ଅନୁସାରେ ରେ ଦରମା ଦିଆଯାଉନାହିଁ , ପେ ସ୍ଲିପ, , କାର୍ଯ୍ୟସ୍ଥଳର ସୁରକ୍ଷା, ଶୌଚାଳୟ ବ୍ୟବସ୍ଥା ଇତ୍ୟାଦି ମୌଳିକ ସମସ୍ୟା ଗୁଡିକୁ ସମାଧାନ ହେଉନାହିଁ I…