ବେଲଗୁଣ୍ଠା,୧୩/୪:(ଶିବରାମ ଚୌଧୁରୀ ):ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷ ଠାରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ଡ.ପ୍ରମୋଦ କୁମାର ପୃଷ୍ଟି , ଆରକ୍ଷୀ ଅଧୀକ୍ଷକ ଗଞ୍ଜାମ ଶୁଭେନ୍ଦୁ କୁମାର ପାତ୍ର, ଭଞ୍ଜନଗର ଉପ ଜିଲ୍ଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଭଞ୍ଜନଗର ରଞ୍ଜନ କୁମାର ଦେ , ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମମତା ଭୋଳ, ତହସିଲଦାର କଳାକୃଷ୍ଣ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ହରି ଶିଙ୍ଗାପୁରମ ,ଯୋଗଦେଇ ମୋଟ ୧୬୬ଟି ଅଭିଯୋଗର ଶୁଣାଣୀ କରିଥିଲେ । ୫ଟି ଅଭିଯୋଗର ସମାଧାନ ଶିବିରରେ କରାଯାଇଥିବା ବେଳେ ଅନ୍ଯ ଅଭିଯୋଗର ତ୍ବରିତ୍ ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ରେଡକ୍ରସ୍ ପାଣ୍ଠିରୁ ୪ ଜଣ ବ୍ଯକ୍ତିଙ୍କୁ ଆର୍ଥିକ ସହାୟତା ୨୫୦୦୦ ଟଙ୍କା ଯୋଗାଇ ଦିଆଯାଇଥିଲା ସ୍ଥାନୀୟ ଜନସାଧାରଣ ଶିକ୍ଷା,କୃଷି, ସ୍ବାସ୍ଥ୍ଯ, ଭତ୍ତା, ଖାଦ୍ଯ ସୁରକ୍ଷା, ଗୃହ ନିର୍ମାଣ, ଜିବିକା ମିଶନ୍, ରାଜସ୍ବ,…
Author: Janabani News
ବେଲଗୁଣ୍ଠା,୧୩/୪:(ଶିବାରମ ଚୌଧୁରୀ):ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଉଦଯାପିତ ହୋଇଯାଇଛି ଭକ୍ତି ଏବଂ ବିଶ୍ୱାସର ଗଣପର୍ବ ଦଣ୍ଡଯାତ୍ରା I ଏହି ବ୍ଳକ୍ ର ପ୍ରାୟ ଅଠରଟି ଗ୍ରାମରେ ଦଣ୍ଡ ଯାତ୍ରା ରହିଥିବା ବେଳେ ସେଥିମଧ୍ୟରୁ ଆଜି ଷୋହଳଟି ଗ୍ରାମରେ ମାସନ୍ତ ମେରୁ ଉଦଯାପିତ ହୋଇ ରୁଦ୍ର ଏବଂ କାଳୀ ନିଜ ମନ୍ଦିରକୁ ଫେରିଥିବା ବେଳେ ମାନସିକ ଧାରୀ ଦଣ୍ଡଭୂକ୍ତାମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି I ଆଜି ବେଲଗୁଣ୍ଠା ବ୍ଳକ୍ ର ସିଂହମର୍ଦ୍ଦନ,ପାଲକଷଣ୍ଢା,ବେଲଗୁଣ୍ଠା , ବେଲଗୁଣ୍ଠା ଖଦାଳ ସାହି,କୋକଲୁଣ୍ଡା, ଆମ୍ବପୁଆ,ତନରଡ଼ା,ଘୁ.ନୂଆଗାଁ,ବାଣତୁମ୍ବ,ଜିଲିବା,ବାଲିଭାଗ,ଗୋବରା,ଡେଙ୍ଗାପଦର, ବଡବୋର୍ସିଙ୍ଗ,ଦହିମୁଣ୍ଡଳୀ,କୁଶପଲ୍ଲୀ ଆଦି ଗ୍ରାମରେ ଝାମୁଯାତ୍ରା ଅନୁଷ୍ଠିତ କରଯାଇ ଦଣ୍ଡଯାତ୍ରା ଉଦଯାପିତ ହୋଇଛି I ଆଜି ରୀତିନୀତି ମୁତାବକ ପ୍ରାତଃ ସମୟରୁ ବିଭିନ୍ନ ଗ୍ରାମର ଦଣ୍ଡୁଆ ମାନେ ଠାକୁରଙ୍କୁ ଧରି ଦଣ୍ଡଯାତ୍ରା ଥିବା ଗ୍ରାମକୁ ଫେରିଥିଲେ I ସେଠାରେ ଠାକୁରଙ୍କର ଦୈନନ୍ଦିନ ପୂଜାବିଧି କରାଯିବା ସହିତ ମଧ୍ୟାହ୍ନରେ ଧୂଳିଦଣ୍ଡ ଅନୁଷ୍ଠିତ ହୋଇଥିଲା I ଅପରାହ୍ଣରେ ପାଣିଦଣ୍ଡ ଏବଂ ନଗର ଭ୍ରମଣ…
ଫୁଲବାଣୀ :୧୩/୦୪ (ସୁନୀଲ ପଟ୍ଟନାୟକ):କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ୬ଷ୍ଠ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବ୍ଲକ ବିଡ଼ିଓ ସୌମ୍ୟ ରଞ୍ଜନ ପାତ୍ର ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ଗତ ବର୍ଷ ମଧ୍ଯ ଏହି ମେଳl କୁଆସିଥିଲି ତେବେ ଏହିବର୍ଷ ଗତ ଥର ଅପେକ୍ଷା ଅଧିକ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ମୁଖ୍ୟ ଅତିଥି ବିଡ଼ିଓ ପାତ୍ର କହିଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ମେଳା ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ , ଉପ ସଭାପତି ସୁଜିତ କୁମାର ବେହେରା, ନୀଳ ମାଧବ ମିଶ୍ର, ମହମ୍ମଦ ଚୀଷ୍ଟି ପ୍ରମୁଖ ଯୋଗ…
ବାଲିଗୁଡା,୧୩/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ର ଅଧିଷ୍ଠାତ୍ରୀ ଦେବୀ ମା’ ନାରାୟଣୀ ଙ୍କ ୨୭ ତମ ଠାକୁରାଣୀ ଯାତ୍ରା ଚଳିତ ମାସ ଅକ୍ଷୟ ତୃତୀୟା ୨୦ ତାରିଖ ରୁ ଆରମ୍ଭ ହେବ, ଏ ନେଇ ମେରୁ ସଂକ୍ରାନ୍ତି ଦିନ ଶୁଭଖୁଣ୍ଟି ସ୍ଥାପନ ହେବ। ନାରାୟଣୀ ଠାକୁରାଣୀ ଯାତ୍ରା ପରିଚାଳନା କମିଟି ପକ୍ଷରୁ ସଭାପତି କାବୁଲା ସେନାପତିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀରେ ଯାତ୍ରା ଆରମ୍ଭ ହେବା ଏବଂ ଶେଷ ହେବା ନେଇ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା । ଏହି ଯାତ୍ରା ସର୍ବସାଧାରଣ ଯାତ୍ରା ଆମେ କେବଳ ଯାତ୍ରା ପରିଚାଳନାର ପ୍ରତିନିଧୂତ୍ବ କରୁଛୁ । ତେଣୁ ଆପଣଙ୍କ ସହଯୋଗ ପ୍ରଚାର ପ୍ରସାର କ୍ଷେତ୍ରରେ ନିହାତି ଆବଶ୍ୟକ । ଏଥି ସହିତ ମଙ୍ଗଳବାର ମେରୁ ସଂକ୍ରାନ୍ତି ଦିନ ମା’ ନାରାୟଣୀ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ପ୍ରତିଷ୍ଠା…
ବୁଗୁଡ଼ା,୧୩/୪:(କୁମୁଦ ଚନ୍ଦ୍ର ବେହେରା): ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ବ ହେଉଛି ମା’ କାଳୀଙ୍କ ଦଣ୍ଡ ଯାତ୍ରା । ୨୧ ଦିନିଆ, ୧୮ ଦିନିଆ ଓ ୧୩ ଦିନିଆ ଦଣ୍ଡଯାତ୍ରା ପ୍ରଚଳିତ ଥିବା ବେଳେ ଶେଷ ମଧ୍ୟ ଦୁଇ ପ୍ରକାରେ ହୋଇଥାଏ । ଅଧିକାଂଶ ଯାତ୍ରା ମେରୁ ସଂକ୍ରାନ୍ତିରେ ସରୁଥିବାବେଳେ କିଛି ସ୍ଥାନରେ ଦିନକ ପୂର୍ବରୁ ଅର୍ଥାତ୍ ମାସାନ୍ତରେ ଏହା ସରିଥାଏ । ଦଣ୍ଡୁଆମାନେ ନିଷ୍ଠାର ସହ ନିୟମ ପାଳି ଗାଁକୁ ଗାଁ ବୁଲି ମାନସିକଧାରୀଙ୍କ ଦୁଆରେ ଦଣ୍ଡ ଖେଳିଥାନ୍ତି । ବୁଗୁଡ଼ା ବ୍ଲକ୍ରର ବିଭିନ୍ନ ସ୍ଥାନରେ ମାସନ୍ତ ସଂକ୍ରାନ୍ତି ମେରୁ ପର୍ବ ହେଉଛି । ଏହି ଯାତ୍ରା ଦେଖିବାକୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏଥିସହ ମେରୁ ଯାତ୍ରା ଏବର୍ଷ ଶେଷ ହେବ ।
ବୁଗୁଡ଼ା,୧୩/୪:(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି.କରଡାବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାରୀ ନାୟକଙ୍କ ଦ୍ବାଦଶାହ ଉପଲକ୍ଷେ ଶନିବାର ଦିନ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଯଜ୍ଞ ଆରମ୍ଭ ହୋଇ ରବିବାର ଦିନ ପୂର୍ବାହ୍ନରେ ଉଦଯାପିତ ହୋଇଥିଲା। ଉକ୍ତ ନାମ ସଂକୀର୍ତ୍ତନ ଯଜ୍ଞରେ ନୂଆ ଦଦରାଖୋଲ, ଟଭାପଲ୍ଲୀବି.କରଡାବାଡି ଓ ପୁରୁଣା ଦଦରାଖୋଲ ଗ୍ରାମର ନାମ ସଂକୀର୍ତ୍ତିନ ଦଳ ଅଂଶ ଗ୍ରହଣ କରିଥିଲେ। ସ୍ବର୍ଗତ ପ୍ରଫୁଲ୍ଲ କୁମାରୀ ନାୟକଙ୍କ ଦ୍ବାଦଶାହରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଅନ୍ଯ ଜନପ୍ରତିନିଧିଗଣ,ବୁଦ୍ଧିଜୀବୀ ଯୋଗଦେଇ ସ୍ବର୍ଗତ ପ୍ରଫୁଲ୍ଲ କୁମାରୀ ନାୟକଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୂମନ ଅର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ। ଏ ଅବସରରେ ପୂର୍ବତନ ମନ୍ତ୍ରୀଶ୍ରୀକାନ୍ତ ସାହୁଙ୍କ ସମେତ ଅନ୍ଯ ମାନେ ନାମ ସଂକୀର୍ତ୍ତନ ଯଜ୍ଞରେ ସାମିଲ ହୋଇ ଭଗବାନଙ୍କ ଆଶୀର୍ବାଦ ଲାଭ କରିଥିଲେ।
ଭୁବନେଶ୍ୱର:୧୨/୪(ଜନବାଣୀ ବ୍ୟୁରୋ):ଭାରତୀୟ ସଙ୍ଗୀତ ଆଶା ଭୋସଲେ ୯୨ ବର୍ଷ ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୋତାଙ୍କୁ ବିମୋହିତ କରିଥିବା ହୃଦଘାତ ଯୋଗୁଁ ତାଙ୍କୁ ମୁମ୍ବାଇର ବେଳେ ସେଠାରେ ସେ ଆଜି ସମଗ୍ର ସଙ୍ଗୀତ ଜଗତ ସମେତ ସାମାଜିକ ଗଣମାଧ୍ୟମରେ ପର୍ଯ୍ୟନ୍ତ ସମସ୍ତେ ଏହି ମହାନ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ତାଙ୍କର ଆରୋଗ୍ୟ କାମନା ପ୍ରାର୍ଥନା ବିଫଳ ହୋଇଛି। ଅନ୍ତ ଘଟାଇଥିବା ଏହି ସୁର ଅଧିକ ଗୀତ ଗାଇ ଗିନିଜ୍ ବୁକ୍ ପପ୍, ଗଜଲ, ଭଜନ ଏବଂ ଜଗତର କିମ୍ବଦନ୍ତୀ ଗାୟିକା ପ୍ରସିଦ୍ଧ ପ୍ଲେ-ବ୍ୟାକ୍ ସିଙ୍ଗର ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସାତ ନିଜର ଯାଦୁକରୀ କଣ୍ଠସ୍ବରରେ କୋଟି କୋଟି ଅପ୍ରତିଦ୍ବନ୍ଦୀ ଗାୟିକା ଆଶା ଭୋସଲେଙ୍କୁ ଶନିବାର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ପ୍ରଶଂସକଙ୍କ ଠାରୁ ଆରମ୍ଭ କରି…
ବୋଲଗଡ଼,୧୩/୦୪(ସୁଶାନ୍ତ କୁମାର ପ୍ରଧାନ): ଆମ ଓଡ଼ିଆ ପରମ୍ପରାରେ ଦଣ୍ଡ ଉପାସନା ଏକ ବିଶେଷ ପରମ୍ପରା। ଏହି ଦଣ୍ଡ ଉପାସନା ଭକ୍ତି ଓ ନିଷ୍ଠାର ସହିତ କରାଯାଏ। ପଣା ସଂକ୍ରାନ୍ତି ପୂର୍ବରୁ ୨୧ ଦିନ କିମ୍ବା ୧୩ ଦିନ ଦଣ୍ଡ ଉପାସନା ଧାରୀ ମାନେ ନିଷ୍ଠା ର ସହ ପାଳନ କରି ପଣା ସଂକ୍ରାନ୍ତି ଦିନ ବ୍ରତ ସମାପନ କରିବା ସହିତ ପଣା ସଂକ୍ରାନ୍ତି ପରଦିନ ମଣିଆ ‘ମା’ ଶୁଦ୍ଧି କ୍ରିୟା କରି ଭୋଜି ଭାତରେ ଆପ୍ୟାୟିତ ହୋଇ ନିଜ ନିଜର ଘରକୁ ଫେରିଥାନ୍ତି। ଏହି ଦଣ୍ଡ ପରମ୍ପରା ରେ ମଣିଆ ‘ମା’ ର ଶୁଦ୍ଧି କ୍ରିୟାକୁ ନେଇ ଅନେକ କିମ୍ବଦନ୍ତୀ ରହିଅଛି। କିଛି ଦଣ୍ଡ ଉପାସନା ଧାରୀ ମାନଙ୍କ କହିବା ଅନୁଯାୟୀ। ହିନ୍ଦୁ ଧର୍ମ ସଂସ୍କୃତି ଓ ପରମ୍ପରା ର ମୂଳ ହେଉଛି ସନାତନ ଧର୍ମ। ଦେବା ଦେବୀ ମୁନି, ଋଷି ହେଉଛନ୍ତି ସନାତନ ଧର୍ମର ଆଧାର। ସେହି ଋଷି ଋଷି…
ବୁଗୁଡ଼ା,୧୩/୪:(ଜନବାଣୀ): ବୁଗୁଡ଼ା ଏନ୍ଏସି ଅନ୍ତର୍ଗତ ଚୈତନ୍ୟ ମନ୍ଦିର ସମ୍ମୁଖ ବୁଲାଣି ରାସ୍ତାରେ ଯାନବାହାନ ଚଳାଚଳ ବେଳେ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥୁବା ଯୋଗୁଁ ଲୋକେ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଥୁବା ଦେଖିବାକୁ ମିଳୁଛି । ବୁଗୁଡ଼ା-ପୋଲସରା ମୁଖ୍ୟ ରାସ୍ତାରେ ଦୈନିକ ଶହ ଶହ ଯାନବାହନ ଚଳାଚଳ ହେଉଥିବାବେଳେ ଏହି ବୁଲାଣି ଠାରେ ଉଭୟ ପଟରୁ ଆସୁଥିବା ଟ୍ରକ କିମ୍ବା ବସ ମୁହାଁମୁହିଁ ଅବସ୍ଥାରେ ପଡିବା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଉଭୟ ପଟରେ ପଛକୁ ପଛ ହୋଇ ଯାନବାହନ ଗୁଡିକର ଲମ୍ବା ଧାଡି ଲାଗିଯାଉଛି। ଏହି ସମସ୍ୟାର ସମାଧାନ କରିବାରେ ଦୀର୍ଘ ସମୟ ଲାଗିଯାଉଛି ଏବଂ ଅଯଥା ପାଟିତୁଣ୍ଡ ସାଙ୍ଗକୁ ଅସ୍ଵାଭାବିକ ପରିସ୍ଥିତି ସୃଷ୍ଟି ହେଉଛି । ଜରୁରୀ କାଳୀନ ସେବାରେ ନିୟୋଜିତ ଆମ୍ବୁଲାନ୍ସ ମଧ୍ୟ ବେଳେ ବେଳେ ଏହି ଟ୍ରାଫିକ୍ ସମସ୍ୟାରେ ଫସି ଯାଉଛି । ଏହି ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ପ୍ରତିକାର ଦିଗରେ…
ପାତ୍ରପୁର,୧୩/୦୪:(କୁରେଶୂ ରେଡ୍ଡୀ):ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣ ବିବେକ ଏମ୍, ଆଇ.ପି.ଏସ୍ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଆଜି ଜରଡା ଥାନା ଅନ୍ତର୍ଗତ ବୁରାତାଲ, ଗୁରୁଡ଼ା ଓ ସିନ୍ଦୁରବାଡ ଆଦି ଅଞ୍ଚଳର ପାହାଡିଆ ଜଙ୍ଗଲ ଓ ନାଳ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ଏକ ବଡ଼ ଚଢ଼ଉ କରାଯାଇଛି। ଏହି ଚଢ଼ଉ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ପାତ୍ରପୁର ଅତିରିକ୍ତ ତହସିଲଦାର ଶ୍ରୀ ପ୍ରଭାକର ନାୟକ ଓ ଅବକାରୀ ଉପ ଅଧିକ୍ଷୀକା ଶ୍ରୀମତୀ ସ୍ନେହଲତା ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିଲା। ଚଢ଼ଉ ସମୟରେ ବିପୁଳ ପରିମାଣର ଚୋରା ମଦ ଭାଟିଗୁଡ଼ିକୁ ନଷ୍ଟ କରାଯିବା ସହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ୨୧,୮୦୦ ଲିଟର ଗୁଡ଼ ପିଡ଼ିଆ ପୋଚ ଓ ୧,୯୯୦ ଲିଟର ଚୋରା ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି। ଏହା ସହ ଡ୍ରମ, ଡେକ୍ଚି ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ…
ଫୁଲବାଣୀ: ୧୩/୦୪:(ସୁନୀଲ ପଟ୍ଟନାୟକ):ମଙ୍ଗଳ ବାର ଫୁଲବାଣୀ ର ପ୍ରସିଦ୍ଧ୨୭ତମ ମା ନାରାୟଣୀ ଠାକୁରାଣୀ ଯାତ୍ରା ପାଈଁ ଶୁଭ ଖୁଣ୍ଟି ପ୍ରତିଷ୍ଠା ହେବ l ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଯାତ୍ରା ପରିଚାଳନା କମିଟି ସଭାପତି କlବୁଲା ସେନାପତି କହିଛନ୍ତି l ମଙ୍ଗଳ ବାର ଅପରାହ୍ନ ରେ ସ୍ଥାନୀୟ ନାରାୟଣୀ ମନ୍ଦିର ରେ ପୂଜାର୍ଚ୍ଚନା କରିବା ପରେ ବାଜା ବଜାଇ ବlଣଫୁଟାଇ ବିରାଟ ପଟୁଆର ରେ ଯାତ୍ରା ପଡ଼ିଆ କୁ ଅଣାଯାଇ ଶୁଭ ଖୁଣ୍ଟି ସ୍ଥାପନ କରାଯିବ l ଏହା ପରେ ଆସନ୍ତା ୨୦ରେ ଆଖି ତୃତୀୟା ଦିନ ପ୍ରଥମେ ପାର୍ଶ୍ଵ ଦେବୀ ଙ୍କୁ ଆବାହନ କରିବା ପରେ ରାତିରେ ଯାତ୍ରା ପଡ଼ିଆ ରୁ ବିରାଟ ପଟୁଆର ରେ ମୁଖ୍ୟ ରାସ୍ତା ଦେଇ ନାରାୟଣୀ ମନ୍ଦିର ରେ ପହଞ୍ଚି ମା ଙ୍କୁ ଆବାହନ କରି ଯାତ୍ରା ପଡ଼ିଆକୁ ଅଣାଯିବ l ଏହି ଯାତ୍ରା ଆସନ୍ତା ମେ ୨୦ଯାଏ ଚାଲିବ…
ଫୁଲବାଣୀ -୧୩/୦୪(ସୁନୀଲ ପଟ୍ଟନାୟକ): ଆସାମର ବିବାଦୀୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାସର୍ମା ନିକଟରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧକ୍ଷ ଶ୍ରୀଯୁକ୍ତ ମାଲିକାର୍ଜୁନ ଖର୍ଡେଗେ ଙ୍କ ବିରୋଧରେ ଆପତ୍ତିଜନକ ଟିପଣୀ କରିଥିବା ନେଇ ଦେଶ ବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି, ଏଣୁ ଓଡିଶା କଂଗ୍ରେସ କମିଟି ଅଧକ୍ଷ ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ବରିଷ୍ଠ କଂଗ୍ରେସ ନେତା ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ବରିଷ୍ଠ ଆଇନଜୀବି ଚନ୍ଦ୍ର ଶେଖର ପରିଡ଼ା ଙ୍କ ବଳିଷ୍ଠ ନେତୃତ୍ୱ ରେ ରବିବାର ସନ୍ଧ୍ୟାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଫୁଲବାଣୀ ଠାରେ ଆସାମ ମୁଖ୍ୟମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ ସହ ବିକ୍ଷୋଭପ୍ରଦର୍ଶନ କରଯାଇଥିଲା ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ୍ ସଭାପତି ତଥା ବରିଷ୍ଠ ଆଇନଜୀବି ଚନ୍ଦ୍ର ଶେଖର ପରିଡ଼ା, ଜି ଉଦୟଗିରି ବିଧାୟକ ତଥା ସମ୍ପାଦକ ପିସି ସି ପ୍ରଫୁଲ୍ଲ ଚଂଦ୍ର ପ୍ରଧାନ, ରଜତ ମହାନ୍ତିଓ ହେମନ୍ତ କୁମାର କର…