ଫୁଲବାଣୀ :୧ ୬/୦୪:(ସୁନୀଲ ପଟ୍ଟନାୟକ ):କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ର ୮ମ ଦିନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ କୁମାର ପ୍ରଧାନ ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଭୂରୀ ଭୁରୀ ପ୍ରଶଂସା କରିଥିଲେ l ଗତ ବର୍ଷ ନିମନ୍ତ୍ରଣ ସତ୍ତ୍ଵେ ବିଭିନ୍ନ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଏହି ମେଳl କୁଆସିପାରି ନ ଥିଲି ତେବେ ଏହିବର୍ଷ ଏତେ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ମୁଖ୍ୟ ଅତିଥି ବିଧାୟକ ପ୍ରଧାନ କହିବା ସହ ଏହାକୁ ଆଗକୁ ନେବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ l l ସେହିପରି ସମ୍ମାନୀତ ଅତିଥି ଭାବେ…
Author: Janabani News
ଚିକିଟୀ,୧୫/୪:(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକରେ ପ୍ରାୟ ୧୪ ମାସ ପରେ ୧୧ ତମ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି I ବ୍ଳକ ସମ୍ମିଳନୀ କକ୍ଷରେ ବୁଧବାର ବ୍ଲକ ଅଧ୍ୟକ୍ଷ ଆପାନା ସେଠୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା I ଆଜିର ସମିତି ବୈଠକରେ ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଉପାଧ୍ଯକ୍ଷ ବି ରେଣୁକାମ୍ମା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ମିଶ୍ର, ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ ମଞ୍ଚାସୀନ ଥିଲେ । ପ୍ରଥମେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଜାତୀୟ ସଙ୍ଗୀତଗାନ କରାଯାଇଥିଲା I ଗତ ଦିନେ ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟରତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ଆତ୍ମ ଶାନ୍ତି ନିମନ୍ତେ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା I ଜିପିଓ ଗାବ୍ରିଏଲ ନାୟକ ପୁର୍ବ ବିବରଣୀ ପାଠ କରିଥିଲେ। ପରବର୍ତ୍ତି ସମୟରେ ବିଭିନ୍ନ ବିଭାଗର ଅଧିକାରୀ ବିଭାଗର କାର୍ଯ୍ୟ ବିଷୟରେ ସୂଚନା…
ଚିକିଟୀ,୧୫/୪:(ନିଗମାନନ୍ଦ ପଣ୍ଡା): ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମରେ ନୂତନ ଭାବେ ନିର୍ମାଣ ହୋଇଥିବା ଆୟୁଷ୍ମାନ ଆରେ।ଗ୍ୟ ମନ୍ଦିରର ଶୁଭ ଉଦଘାଟନ କରିଛନ୍ତି ଚିକିଟୀ ବ୍ଲକ ଅଧ୍ୟକ୍ଷ ଆପନା ସେଠୀ। ସୂଚନା ଅନୁସାରେ ୨୦୨୩ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳ ରେ ବଡ଼ପଲଙ୍କ ସ୍ଵାସ୍ଥ୍ୟ ଉପକେନ୍ଦ୍ର ନାମ ରେ ଭିତି ପ୍ରସ୍ତର ସ୍ଥାପନ ହୋଇଥିବା ନେଇ ଫଳକ ଲାଗିଥୁବା ଦେଖୁବାକୁ ମିଳିଛି । ବର୍ତ୍ତମାନ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନାମ ପରି ବର୍ତ୍ତନ ହୋଇ ହୋଇ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନାମରେ ବୁଧବାର ଦିନ ଏହାକୁ ଚିକିଟୀ ବ୍ଲକ ବ୍ଲକ ଅଧ୍ଯକ୍ଷ ଆପନା ସେଠୀ ଉଦଘାଟନ କରିଛନ୍ତି ଉଦଘାଟନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ଯକ୍ଷ ବି ରେଣୁକାମ୍ମା , ସ୍ଥାନୀୟ ସରପଞ୍ଚ ବରିଷ୍ଠ ବିଜେଡି ଜ୍ୟୋତି ରେଡ୍ଡୀ, ସଂଗଠନ ସୁରେନ୍ଦ୍ର ମଣ୍ଡଳ, ପିତା ତଳି ସରପଞ୍ଚ ରାଙ୍ଗା ରେଡ୍ଡୀ, ଜିହ୍ୱା ରେଡି, ମହେନ୍ଦ୍ର…
ବେଲଗୁଣ୍ଠା,୧୫/୦୪:(ଶିବରାମ ଚୌଧୁରୀ ): ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଇଙ୍ଗିନାଠୀ ଗ୍ରାମପଞ୍ଚାୟତର ସାରିଆପଲ୍ଲୀ ଗ୍ରାମରେ ଗତକାଲି ଅର୍ଥାତ ୧୪/୦୪/୨୬ ତାରିଖ ଦିନ ହନୁମାନ ଜୟନ୍ତୀ ମହା ସମାରୋହରେ ପାଳନ କରାଯାଇଛି। ଉକ୍ତ ଦିନ ଗ୍ରାମର ସମସ୍ତ ବ୍ୟକ୍ତି ଠାକୁରଙ୍କୁ ଗ୍ରାମ ସାରା ଭ୍ରମଣ କରାଇବା ସହ ବିଷୁବ ସଂକ୍ରାନ୍ତି ଉପଲକ୍ଷେ ପଣାର ଆୟୋଜନ କରିଥିଲେ ଓ ତତ୍ ସହିତ ଅନ୍ନପ୍ରସାଦ ଆୟୋଜନ କରାଯାଇଥିଲା। ଗ୍ରାମର ବଦାନ୍ୟ ବ୍ୟକ୍ତି ବିଦେଶୀ ପରିଡା ସସ୍ତ୍ରିକ ହୋମ କାର୍ଯ୍ୟ ସଂପାଦନ କରିବା ସହ ପୂଜାର ସମସ୍ତ ଦାୟିତ୍ୱ ବହନ କରିଥିଲେ। ପାଖାପାଖି ଗ୍ରାମର ପ୍ରାୟ ୧୫୦୦ ଲୋକ ପ୍ରସାଦ ସେବନ କରିଥିଲେ। ଏଥିରେ ଗ୍ରାମର ମହାବୀର ଯୁବକ ସଂଘ ସମ୍ପୂର୍ଣ ଭାବେ ସହଯୋଗ କରିଥିଲେ। ସଂଧ୍ୟାରେ ଠାକୁରଙ୍କ ଆଳତି ସହ ବାଜା ପଟୁଆର ଓ ଆତସବାଜିରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇ ଉଠିଥିଲା।
ବାଲିଗୁଡା,୧୫/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା ପଞ୍ଚାୟତ ର ଆଡ଼ିପଙ୍କା ଜଙ୍ଗଲରୁ ଏକ ଅଚିହ୍ନା ବ୍ୟକ୍ତି ଙ୍କୁ ଉଦ୍ଧାର କରିଛି ବ୍ରାହ୍ମଣୀଗାଁ ପୋଲିସ୍। ପ୍ରାପ୍ତ ସୂଚନା ଅନୁଯାୟୀ ହାତୀମୁଣ୍ଡା ଗ୍ରାମ ର କିଛି ମହିଳା ଶାଗ ସଂଗ୍ରହ କରିବାକୁ ଉକ୍ତ ଜଙ୍ଗଲ କୁ ଯାଇଥିଲେ । ତେବେ ଜୀର୍ଣ୍ଣ ସିର୍ଣ୍ଣ ଅବସ୍ଥାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଜଣେ ଅଜଣା ବ୍ୟକ୍ତି ପଡ଼ି ରହିଥିବା ଦେଖି ଭୟଭିତ ହୋଇ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ଗ୍ରାମବାସୀ ମାନେ ସ୍ଥାନୀୟ ପୋଲିସ କୁ ଖବର ଦେବା ପରେ ଆଇ ଆଇ ସି ବିଜୟ କୁମାର ହାଇବରୁ ଙ୍କ ନିର୍ଦ୍ଦେଶ କ୍ରମେ ଏ ଏସ ଆଇ ଶୁଶାନ୍ତ କୁମାର ଶବର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବ୍ରାହ୍ମଣୀଗାଁ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର…
ବାଲିଗୁଡା,୧୫/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): ଶିକ୍ଷାରେ କଳଙ୍କ। ପବିତ୍ର ଗୁରୁ-ଶିଷ୍ୟ ସମ୍ପର୍କରେ ଚୁନ ଲଗାଇ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ଜଣେ ମଦ୍ୟପ ବିଜ୍ଞାନ ଶିକ୍ଷକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଶିକ୍ଷକ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପାଟପୁରପାଟଣା ଗ୍ରାମର ଜିତେନ୍ଦ୍ର ମଳିକ (୪୬)।ସୂଚନା ଅନୁସାରେ, ଅଭିଯୁକ୍ତ ଜିତେନ୍ଦ୍ର ଟିକାବାଲି ଥାନା ଅନ୍ତର୍ଗତ ପିକରଡ଼ି ସ୍ଥିତ ବ୍ଲକ ଗ୍ରାଣ୍ଡ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ପୂର୍ବରୁ ସେ ସ୍କୁଲ ହଷ୍ଟେଲରେ ରହିବା ସମୟରେ ମଦ୍ୟପାନ କରି ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ସ୍କୁଲ କମିଟି, ଶିକ୍ଷକ ଓ ଅଭିଭାବକଙ୍କ ନିଷ୍ପତ୍ତି କ୍ରମେ ତାଙ୍କୁ ହଷ୍ଟେଲରୁ ବାହାର କରି ଦିଆଯାଇଥିଲା। ତଥାପି ସେ ପିକରଡ଼ି ଗ୍ରାମରେ ରହି ସ୍କୁଲକୁ ଯାଉଥିଲେ। ତେବେ ଗ୍ରାମରେ ରହିବା ସମୟରେ ସେ ସ୍କୁଲର ଜଣେ…
ବ୍ରହ୍ମପୁର,୧୫/୪:(ହିମାଂଶୁ ଶେଖର ସାବତ):ଦିଗପହଣ୍ଡି ବ୍ଲକର ବରିଷ୍ଠ ସାମ୍ବାଦିକ ତଥା ଖେମୁଣ୍ଡି ଓକିଲ ସଂଘର ପୂର୍ଵତନ ସଭାପତି ହରପ୍ରସାଦ ରଥଙ୍କ ମସ୍ତିଷ୍କରେ ଗତ ଗୁରୁବାର ଦିନ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି।ବ୍ରହ୍ମପୁର ଏମକେସିଜି ସ୍ନାୟୁ ଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ରବି ନାରାୟଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆସିଷ୍ଟାଣ୍ଟ ପ୍ରଫେସର ଡା. ଦେବଦତ୍ତ ସେନାପତି, ଡା. ଦେବଶ୍ରୀ ମହାପାତ୍ର, ଡା. ତୁଷାର କାନ୍ତ ରଥ, ଡା. ପି. ହରିପ୍ରସାଦ ପ୍ରମୁଖଙ୍କୁ ନେଇ ଏକ ଡାକ୍ତରୀ ଦଳ ନିଶ୍ଚେତକ ବିଭାଗୀୟ ମୁଖ୍ୟ ଡା. ସଂଜୀବ ପାତ୍ର ଏବଂ ଟିମ ସାମ୍ବାଦିକ ରଥଙ୍କ ମସ୍ତିଷ୍କରେ ଦୀର୍ଘ ଦିନରୁ ରହିଥିବା ପ୍ରାୟ ୩୦୦ ଗ୍ରାମ ଓଜନର ଏକ ମାଂସ ପିଣ୍ଡୁଳାକୁ ତିନି ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରି ବାହାର କରିବାରେ ସଫଳ ହୋଇଛନ୍ତି।ଏହି ସଫଳ ଅସ୍ତ୍ରୋପଚାର ପରେ ସାମ୍ବାଦିକ ରଥ ସ୍ନାୟୁ ଶଲ୍ୟ ବିଭାଗର ଡାକ୍ତରୀ ଦଳଙ୍କ ସମେତ ଅସ୍ତ୍ରୋପଚାର…
ବ୍ରହ୍ମପୁର,୧୫/୪:(ହିମାଂଶୁ ଶେଖର ସାବତ):ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ୧୦ ତାରିଖ ଦିନ ରାଜ୍ୟର ସମସ୍ତ କଲେଜ,ବିଶ୍ଵବିଦ୍ୟାଳୟମାନଙ୍କରେ ଚରମ ଛାତ୍ର-ଶିକ୍ଷକ ବିରୋଧୀ ଅଗଣତାନ୍ତ୍ରିକ ଆଦର୍ଶ ଆଚରଣ ସଂହିତା ଲାଗୁ କରାଯାଇଛି । ଏହି ସଂହିତା ଅନୁଯାୟୀ, କ୍ୟାମ୍ପସ ମଧ୍ୟରେ କୌଣସି ସଭା, ସମିତି, ସମାବେଶ, ଆନ୍ଦୋଳନ କିମ୍ବା ହରତାଳ କରିବାକୁ ହେଲେ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ହେବ। ଏହି ଆଚରଣ ସଂହିତାକୁ ତୁରନ୍ତ ପ୍ରତ୍ୟାହାର କରିବା, ଶିକ୍ଷାନୁଷ୍ଠାନ ମଧ୍ୟରେ ଗଣତାନ୍ତ୍ରିକ ଓ ଶୈକ୍ଷିକ ବାତାବରଣକୁ ସୁରକ୍ଷା ଦେବା, ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ଘୋଷଣା କରିବା ଆଦି ଦାବିରେ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ(ଏଆଇଡିଏସଓ) ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ରେଭେନସା ବିଶ୍ବବିଦ୍ୟାଳୟ ସମ୍ମୁଖରେ ଏକ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ରାଜ୍ୟ ବିଜେପି ସରକାର କ୍ଷମତାକୁ ଆସିବାପରେ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ଚରମ ଦୁର୍ଦ୍ଦଶା ମଧ୍ଯଦେଇ ଗତି କରୁଛି। ଶିକ୍ଷା ଓ…
ପୋଲସରା,୧୫.୦୪.(ଶିବ ପ୍ରସାଦ ସାହୁ): ଦିନକୁ ଦିନ ବଢୁଛି ଗ୍ରୀଷ୍ମପ୍ରବାହ। ଯାହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ଏଭଳି ସ୍ଥିତିରେ ପୋଲସରା ବ୍ଲକର ବିଭିନ୍ନ ପଞ୍ଚାୟତରେ କିଭଳି ଜଳଛତ୍ର ସୁବ୍ୟବସ୍ଥା ସୁଚାରୁରୂପେ କରାଯାଇ ପାରିବ ସେନେଇ ପ୍ରସ୍ତୁତି ଜୋରଦାର କରାଯାଇଛି । ପୋଲସରା ବିଡ଼ିଓ ଶଶିଭୁଷଣ ମହାମାତ୍ରଙ୍କ ତତ୍ବାବଧାନରେ ବ୍ଲକ କାର୍ଯ୍ୟାଳୟ ସମେତ ବର୍ତ୍ତୀନୀ , ଖଣ୍ଡୁରୁ , ସୋଡ଼କ, ବନ୍ଥପଲ୍ଲୀ , ବାଲିଛାଇ , ବେଲଗାଁ ଭଳି ସମସ୍ତ ଗ୍ରାମପଞ୍ଚାୟତ ରେ ଜଳଛତ୍ର ଖୋଲା ଯାଇଛି । ଯାହା ଦୂରଦୂରାନ୍ତରୁ ଆସୁଥିବା ବାଟୋଇ ଯେପରି ସ୍ବଛ ପାନୀୟ ଜଳ ପାଇବ ସେନେଇ ସମସ୍ତ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଇଛି । ଏପରିକି ପ୍ରଚଣ୍ଡ ଗ୍ରୀଷ୍ମର ତାପକୁ ନିୟନ୍ତ୍ରଣ କରିବାକୁ ନେଇ ଜଳଛତ୍ର ସହ ଗ୍ଲୁକୋଜ ସହ ଦହି ମିଶ୍ରଣ କରି ଜନମାନସରେ ବଣ୍ଟନ କରାଯାଉଛି । ଏଭଳି ସ୍ଥିତିରେ କୈଣସି ପଞ୍ଚାୟତରେ ଜଳଛତ୍ର ନେଇ କୈଣସି ସମସ୍ୟା ବା…
ରାୟଗଡ,୧୫/୪:(ଅମୂଲ୍ୟ ନିଶଙ୍କ): ରାୟଗଡ ଜିଲ୍ଲା ପରିଷଦର ୮୨ତମ ବୈଠକ ଆଜି ଅଧ୍ୟକ୍ଷl ସୁଶ୍ରୀ ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଜିର ଏହି ବୈଠକରେ ମାନ୍ୟବର ବିଧାୟକ, ରାୟଗଡ,ଶ୍ରୀଯୁକ୍ତ କାଡ୍ରାକl ଆପ୍ପଲ ସ୍ୱାମୀ, ଵିଷମ କଟକ ବିଧାୟକ, ଶ୍ରୀଯୁକ୍ତ ନୀଳମାଧଵ ହିକକା, ମାନ୍ୟବର ସଂସଦଙ୍କ ପ୍ରତିନିଧି,ଗୁଣୁପୁର ବିଧାୟକଙ୍କ ପ୍ରତିନିଧି , ରାୟଗଡ଼ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି,ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲାପରିଷଦ ଶ୍ରୀ ଅକ୍ଷ କୁମାର ଖେମୁଣ୍ଡୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ସୁନା, ପିଏ ଆଇଟିଡ଼ିଏ ରାୟଗଡ଼ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ,ପିଏ ଆଇଟି ଡିଏ ଗୁଣୁପୁର ଶ୍ରୀ ଅଜୟ କୁମାର ପ୍ରଧାନ,ପରିଷଦର ସମସ୍ତ ସଦସ୍ୟ/ସଦସ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ/ ଅଧ୍ୟକ୍ଷା ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲାପରିଷଦ ଅଧ୍ୟକ୍ଷା ତାଙ୍କ ଅଭିଭାଷଣରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ…
ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ଏହି ନୂଆ ଦଳ। ଭୁବନେଶ୍ୱର : ୧୫/୪:(ଜନବାଣୀ): ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ। ଜନ୍ମ ନେଲା ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ଏହି ନୂଆ ଦଳ। ଆଜି ବିଧିବଦ୍ଧ ଭାବେ ଏହାର ମୂଳଦୂଆ ପଡ଼ିଥିବା ବେଳେ ପ୍ରଦର୍ଶନୀ ପଡ଼ିଆରେ ଜମିଛି ଶହ ଶହ ସମର୍ଥକଙ୍କ ଭିଡ଼। ଗତ ମାସେ ଧରି ରାଜ୍ୟର ୧୫ଟି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରି ଲୋକଙ୍କ ସମର୍ଥନ ଜୁଟାଇଥିଲା ଓଡ଼ିଶା ଜନତା କଂଗ୍ରେସ। ବିଶେଷ କରି ଓଡ଼ିଶାର ଯୁବପିଢ଼ିଙ୍କୁ ନେଇ ଦଳ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛି। ତେବେ ଏହି ନୂଆ ଦଳର ମଙ୍ଗ କିଏ ଧରିବେ ଏବଂ ପ୍ରତିଷ୍ଠାତା ସଭାପତି କିଏ ହେବେ? ତାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ନୂଆପଡ଼ା, ୧୫.୦୪:( ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲାରେ ଓଡ଼ିଶା ଜୀବିକା ମିଶନ (ଓଏଲଏମ) ଓ ମିଶନ ଶକ୍ତିର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ବ୍ୟାଙ୍କ ଲିଙ୍କେଜ କ୍ଷେତ୍ରରେ ଜିଲ୍ଲାର ଅଗ୍ରଗତି ସନ୍ତୋଷଜନକ ଥିବା ପ୍ରକାଶ ପାଇଥିଲା। ମୋଟ ୫୪୪୦ ଟି ଭୌତିକ (physical) ଲକ୍ଷ୍ୟ ଥିଲାବେଳେ ୫୯୫୮ ଟି ସାଧନ କରାଯାଇ ୧୦୯.୫୨% ଅଗ୍ରଗତି ହୋଇଛି। ଅର୍ଥିକ ଲକ୍ଷ୍ୟ ୨୨୧୫୪ ଲକ୍ଷ ଟଙ୍କା ଥିଲାବେଳେ ୩୦୩୬୯ ଲକ୍ଷ ଟଙ୍କା ସାଧନ କରାଯାଇ ୧୩୭ % ଅଗ୍ରଗତି ହାସଲ ହୋଇଛି।ଆବେଦନ ସ୍ପନସର କ୍ଷେତ୍ରରେ ମୋଟ ୬୭୩୪ ଟି ଆବେଦନ ସ୍ପନସର ହୋଇଥିବା ସହିତ ୪୨୧୫୬ ଲକ୍ଷ ଟଙ୍କାର ଅର୍ଥିକ ସଂପୃକ୍ତି ହୋଇଛି ଏବଂ ୭୭୬ ଟି ଆବେଦନ ବ୍ୟାଙ୍କରେ ଅପେକ୍ଷାରତ ରହିଛି। ଜିଲ୍ଲାର ସର୍ବମୋଟ ଏଭରେଜ୍ ଲୋନ ସାଇଜ ୫.୧ ଲକ୍ଷ ଟଙ୍କା ରହିଛି।ମାର୍ଚ୍ଚ ମାସରେ ସର୍ବମୋଟ ୭୭ଗୋଟି ପ୍ରବାସୀ ଶ୍ରମିକ…