ବୋଲଗଡ,୧୩/୦୪(ସୁଶାନ୍ତ କୁମାର ପ୍ରଧାନ):ରାଜ୍ୟରେ ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି I ଫଳରେ ପ୍ରଚଣ୍ଡ ରୌଦ୍ର ତାପରେ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଉତ୍ତାପର ରେକଡ଼ ଭାଙ୍ଗୁଛି I ରାଜ୍ୟ ସରକାରଙ୍କ ବିଭାଗୀୟ ଗଣନା ଅନୁସାରେ ଆରମ୍ଭରୁ ୪ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଗଣ ମାଧ୍ୟମରେ ଜଣା ପଡିଛି I ଚଳିତ ବର୍ଷ କେଵଳ ମୌସୁମୀ ବୃଷ୍ଟିପାତ ହେବା ବ୍ୟତୀତ ଲମ୍ବା ସମୟ ବର୍ଷା ନ ହେବା ଫଳରେ ଉତ୍ତାପ ବୃଦ୍ଧିର ମୁଖ୍ୟ କାରଣ ହୋଇପଡିଛି I ଗତ କିଛି ଦିନ ଧରି ଅପରାହ୍ନ ଅଦିନିଆ କାଳ ବୈଶାଖୀ ବର୍ଷା ଯୋଗୁଁ ଗୁଳୁଗୁଳି ବୃଦ୍ଧି ପାଇବା ଯୋଗୁଁ ଛାତ୍ର ଛାତ୍ରୀମାନେ ଏହାର ସମ୍ମୁଖୀନ ହେଉଛନ୍ତି I ଏହା ଫଳରେ ଅଧ୍ୟୟନ କରୁଥିବା କୋମଳମତି ଶିଶୁ ଓ ଛାତ୍ର ଛାତ୍ରୀମାନେ ଶାରୀରିକ ସ୍ୱାସ୍ଥ୍ୟ ଗତ ତଥା ଅଂଶୁଘାତ ହେବାର ଆଶଙ୍କାକୁ ନେଇ ବୋଲଗଡ ବ୍ଲକର ବୁଦ୍ଧିଜୀବୀ…
Author: Janabani News
ଆର ଉଦୟଗିରି,୧୩/୪:(ଜନବାଣୀ):ଆର.ଉଦୟଗିରି ଥାନା ଅନ୍ତର୍ଗତ ବିମୋନ ପୁର ଗ୍ରାମ ଜଙ୍ଗଲରୁ ଆଜି ୬୭ ଅଖା ଭର୍ତ୍ତି ଗଞ୍ଜେଇ ଜବତ କରିଛି ଆର ଉଦୟଗିରି ଥାନା ପୋଲିସ , ବିଶେଷ ସୂତ୍ରରୁ ଖବର ପାଇ ଆର ଉଦୟଗିରି ଏସ ଡି ପି ଓ , ଆର କେ ସାହୁ ଙ୍କ ନେତୃତ୍ୱରେ ୪ଟି ଟିମ ଗଠନ କରି ଚଢ଼ାଉ କରାଯାଇ ୬୭ଟି ଅଖା ଭର୍ତ୍ତି ଗଞ୍ଜେଇ ଜବତ କରାଯାଇଛି ଏଥିରେ କେହି ଗିରଫ ହୋଇନଥିବା ବେଳେ ୨୦୧୦ କେଜି ଓଜନ ର ଗଞ୍ଜେଇ ଜାହାର ମୂଲ୍ୟ ୨କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବା ନେଇ ଅନୁମାନ କରାଯାଉଛି l,ଏହି ଚଢ଼ାଉ ରେ ଥାନା ଆଇଆଇସି ପି.କେ ଖଣ୍ଡୁଆଳ , ଏସ ଆଇ ସପ୍ନାରାଣୀ ବେହେରା ଏ.ଏସ.ଆଇ ତାରିଣୀ ପାଢ଼ୀ ଏବଂ ଅନ୍ୟ ଅଧିକାରୀ ମାନେ ଥିଲେ l
ରାୟଗଡ଼ା,୧୩/୪:(ଅମୂଲ୍ୟ ନିଶଙ୍କ): ଚଳିତ ଏପ୍ରିଲ ମାସ ଗତ ୬ ତାରିଖ ଭୋର ପ୍ରାୟ ୩ଟା ରାତ୍ରରେ କଣ୍ଟାମାଳ ଗ୍ରାମରେ ପୁଲିସର ବର୍ବରତାକୁ ଦୃଢ଼ ନିନ୍ଦା କରିଛନ୍ତି ପୂର୍ବତନ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ରାଜ୍ୟ ଅଧକ୍ଷ ତଥା ବିଜେଡି ର ଟାଣୁଆ ନେତା ପ୍ରଦୀପ ମାଝି I ମା’ ମାଟି ମାଳି ସୁରକ୍ଷା ମଞ୍ଚର ନ୍ୟାର୍ଯ୍ୟ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିବା ସହ ଆଦିବାସୀଙ୍କ ସାଙ୍ଗରେ ବିଜେଡି ରହିଥିବା ନେଇ ଶ୍ରୀ ମାଝି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି | ରବିବାର ଦିନ ପୂର୍ବତନ ଏସଡିସି ରାଜ୍ୟ ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ଯୁବନେତା ପ୍ରଦୀପ ମାଝି ରାୟଗଡ ଜିଲ୍ଲା କାଶୀପୁରବ୍ଳକ ସିଜିମାଳି ଅଞ୍ଚଳର କଣ୍ଟାମାଳ ଗ୍ରାମକୁ ଗସ୍ତ କରିଥିଲେ | ରାୟଗଡ଼ା ଜିଲ୍ଲା ବିଜେଡି ମହିଳା ଜନତା ସଭାନେତ୍ରୀ ତଥା ପୂର୍ବତନଜିଲ୍ଲା ଏସଡିସି ଅଧ୍ଯକ୍ଷା ଅନୁସୂୟା ମାଝି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ…
ରାୟଗଡ଼ା,୧୩/୪:(ଅମୂଲ୍ୟ ନିଶଙ୍କ):ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ କଲ୍ୟାଣସିଂପୁର ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପ ଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ କୁମାର ଜେନା, ଅତିରିକ୍ତ ଆରକ୍ଷୀ ଆଧକ୍ଷ ଶ୍ରୀ ଗସେନ ବାର୍ଲା, ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଵି ସରୋଜିନୀ ଦେବୀ, ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ l ଆଜି ମୋଟ ୩୪ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୧୫ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୮ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଏହି ଶିବିରରେ ବିଭିନ୍ନ ସମସ୍ୟା ମାନ ଅଭିଯୋଗ ପଞ୍ଜିକୃତ ହୋଇଥିଲା ।…
ବାଲିଗୁଡା,୧୩/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୦୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ୧୩ ତାରିଖ ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ାର ମେରୁ ଯାତ୍ରା ସ୍ଥାନୀୟ ମା’ ଦକ୍ଷିଣ କାଳୀ ମନ୍ଦିର ପରିସରରେ ହୋଇଥିବା ବେଳେ ବାଟାଗୁଡା, ସିଟୁପଡ଼ି, ବାରଖମା, ମୋହନଗିରୀ, କତେରୀଭଟ୍ଟା, ରେବିଙ୍ଗିଆ, ଡାକା, ବାଲିଗାଡା, ଦାଉଙ୍ଗିଆ, ସିଟୁପାଜୁ ଓ କିଲୁପଡା ଭଳି ବିଭିନ୍ନ ଅଞ୍ଚଳର ପ୍ରତ୍ୟେକ କାଳୀ ମନ୍ଦିରରେ ହଜାର ହଜାର ମାନସିକ ଧାରୀ ଙ୍କ ଉପସ୍ଥିତିରେ ଏହି ମେରୁଯାତ୍ରା ଅନୁଷ୍ଠିତ ହୋଇଥିଲା। ଧୂଳିଦଣ୍ଡ ସମାପ୍ତ ପରେ ଜଳ ଘାଟରେ କାଳୀଙ୍କ ପୂଜା ହୋଇଥିଲା। ସମସ୍ତ ଶୈବପୀଠରେ ଥିବା କାଳୀ ମନ୍ଦିର ସ୍ଥାନ ତ୍ବରଣରେ ସଜେଇ ହୋଇ ସମଗ୍ର ଅଞ୍ଚଳ ଗୁଡ଼ିକ ଆଧ୍ୟାତ୍ମିକ ପରିବେଶରେ ଉତ୍ସବ ମୁଖର ହୋଇଉଠିଛି। ଆମ୍ବ ପେନ୍ଥା କଦଳୀ କାନ୍ଦି, ଫୁଲମାଳରେ ଝାମୁ…
ପୁରୁଷୋତ୍ତମପୁର,୧୩/୪: (ଶୁଭଙ୍କରୀ ଦାଶ):ଓଡ଼ିଆ ପକ୍ଷର ପାଳନ ଅବସରରେ ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟରେ “ଆମ ରୁଚି ଆମ ଖାଦ୍ୟ” ଶୀର୍ଷକରେ ଏକ ବିଶିଷ୍ଟ ସାଂସ୍କୃତିକ ଓ ପାରମ୍ପରିକ ପାକଶାଳା ଆଧାରିତ କାର୍ଯ୍ୟକ୍ରମ ଗମ୍ଭୀର ଓ ଉତ୍ସାହଭରା ପରିବେଶରେ ସଫଳତାର ସହ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଶ୍ରୀମତୀ ନମ୍ରତା ମିଶ୍ରଙ୍କ ସୁଚିନ୍ତିତ ତତ୍ତ୍ୱାବଧାନ ଓ ସୁକୌଶଳ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ୍ କାଟି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ ଓ ତାଙ୍କର ଉଦ୍ବୋଧନରେ ଓଡ଼ିଆ ଖାଦ୍ୟ ସଂସ୍କୃତିର ସୁରକ୍ଷା ଓ ପ୍ରଚାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଗୃହବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର ଉପସ୍ଥିତ ରହି ଓଡ଼ିଶାର ପାରମ୍ପରିକ ଖାଦ୍ୟର ବିଭିନ୍ନ ପ୍ରକାର, ସେଗୁଡ଼ିକର ପୌଷ୍ଟିକ ମୂଲ୍ୟ ଓ ଦୈନିକ ଜୀବନରେ ତାହାର ପ୍ରୟୋଜନୀୟତା ବିଷୟରେ ସୂଚକ ଆଲୋଚନା ପ୍ରସ୍ତୁତ କରିଥିଲେ।କାର୍ଯ୍ୟକ୍ରମର…
ନୂଆପଡ଼ା,୧୩/୦୪:(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ଗ୍ରାମ ପଞ୍ଚାୟତର ଉଦ୍ୟାନବନ୍ଧ ଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ କୋମନା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡାଃ ଧନେଶ୍ୱର ସେଠୀ, ବ୍ଲକ ଅଧ୍ୟକ୍ଷା ଅନୁସୁୟା କୁମ୍ଭାର ବିଡିଓ ପବିତ୍ର କୁମାର ସାମଲ, ତହସିଲଦାର ସର୍ବେଶ୍ୱର ଜାଲ ଓ ସ୍ଥାନୀୟ ସରପଞ୍ଚ ସତ୍ୟବାନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଆରମ୍ଭରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଅତିଥି, ଅଧିକାରୀ ଓ ଉପସ୍ଥିତ ଜନସାଧାରଣଙ୍କୁ ସ୍ୱାଗତ ଜଣାଇ ସଭା ପରିଚାଳନା କରିଥିଲେ। ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଶ୍ରମିକ, କୃଷକ ଓ ମହିଳାମାନଙ୍କ ପାଇଁ ରହିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ।ଏହି ଅବସରରେ “ଝିଅ ପାଇଁ ଗଛଟିଏ” ଓ “ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ”…
ବ୍ରହ୍ମପୁର,୧୩/୪:(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ ଆୟୋଜିତ ସି. ଏମ କପ ୨୦୨୬ ଆଜି ଚତୁର୍ଥ ଦିନ ରେ ପହଂଚିଛି। ଫୂଟବଲ ଖେଳ ର ପ୍ରଥମ ମ୍ୟାଚ ସୋଡ଼ାକ ଟାଇଗର ଓ କ୍ଲୋରା ଫିଲ ସ୍କୁଲ ମଧ୍ୟରେ ଖେଳା ଯାଇଥିଲା ଏବଂ ସୋଡ଼ାକ ଟାଇଗର ବାଳକ ଦଳ ୩-୧ ଗୋଲ ରେ ବିଜୟୀ ହାସଲ କରିଛି। ଦ୍ଵିତୀୟ ମ୍ୟାଚ ସେଣ୍ଟ ଜାଭିଅର ହାଇ ସ୍କୁଲ ଓ ଡ଼ି.ପି.ଏସ ସ୍କୁଲ ଦଳ ମଧ୍ୟରେ ଖେଳା ଯାଇଥିଲା, ଡ଼ି.ପି.ଏସ ସ୍କୁଲ ୧୧ -୦ ଗୋଲ ରେ ବିଜୟ ହାସଲ କରିଛି । ଆଜି ପ୍ରଥମ ମ୍ୟାଚ ରେ ଅତିଥି ରୂପେ ଯୋଗ ଦେଇଥିଲେ ଏନ୍. ଆଇ. ଏସ ବାସ୍କେଟ ବଲ ପ୍ରଶିକ୍ଷକ ଶ୍ରୀ କାଜଲ କୁମାର ସାହୁ ଏବଂ ଦ୍ଵିତୀୟ ମ୍ୟାଚ ରେ ଅତିଥି ରୂପେ ଯୋଗ ଦେଇଥିଲେ ଏନ୍. ଆଇ. ଏସ ଫୂଟବଲ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ପାଣିଗ୍ରାହୀ ଏଥି…
ବ୍ରହ୍ମପୁର,୧୩/୪(ହିମାଂଶୁ ଶେଖର ସାବତ): ନାରୀ ସଶକ୍ତିକରଣ ଏବଂ ଆତ୍ମ ସମ୍ମାନର ସମ୍ବର୍ଦ୍ଧନା ଉଦ୍ଧେଶ୍ୟରେ ନାରୀଶକ୍ତି ବନ୍ଦନ ଅଧିନିୟମ ପଦଯାତ୍ରା ଆଜି ସକାଳ ୮ଘଣ୍ଟା ୩୦ମିନିଟରେ ଆୟୋଜିତ ହୋଇଯାଇଛି l ଏହି ପଦଯାତ୍ରା ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଷ୍ଟାଡିୟମ ଠାରେ ଶେଷ ହୋଇଥିଲା l ଏହି ପଦଯାତ୍ରାରେ ମାନ୍ୟବର ବିଧାୟକ ଶ୍ରୀ କେ ଅନିଲ କୁମାର, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ,ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ,ଜିଲ୍ଲାପାଳ ୱି କୀର୍ତ୍ତି ୱାସନ,ମହାନଗର କମିଶନର ସୁଶ୍ରୀ ଏ ସସ୍ୟ ରେଡ୍ଡୀ , ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର,ଡେପୁଟି କମିଶନର ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ପ୍ରମୁଖ ଉପସ୍ଥିତ ରହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ l ପଦଯାତ୍ରା ପରେ ପରେ ଖଲିକୋଟ ଷ୍ଟାଡିୟମ୍ ଠାରେ ଏକ ସାଧାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ…
ଭଞ୍ଜନଗର,୧୩/୪:(ନିଲୁ ବିଷୋୟୀ):ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ସୋମବାର ଜଳଛତ୍ର ଖୋଲାଯାଇ ପଥଚାରୀଙ୍କୁ ପଣା ବଣ୍ଟନ କରାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଦିଲୀପ କୁମାର ଖୁଣ୍ଟିଆଙ୍କର ତତ୍ତ୍ୱାବଧାନରେ ଏବଂ ସହକାରୀ ପ୍ରଫେସର ସସ୍ମିତା ବେହେରାଙ୍କର ସହଯୋଗରେ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀ ପଣା ବଣ୍ଟନ କରିଥିଲେ। ଗତ ସପ୍ତାହକରେ ମଧ୍ୟରେ ପାଗରେ ପରିବର୍ତ୍ତନ ଘଟି ବର୍ତ୍ତମାନ ତାପମାତ୍ରା ଢେର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଲୋକଙ୍କୁ ରାସ୍ତା କଡ଼ରେ ପାଣି, ପଣା ବଣ୍ଟନ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅନୁଷ୍ଠାନକୁ ଆହ୍ବାନ କରାଯାଇଛି। ତେଣୁ କଲେଜ ପିଲା ମାନେ ଆଜି ପଣା ବଣ୍ଟନ କରିଥିବା ଜଣାପଡିଛି। ଏଥିରେ ମହାବିଦ୍ୟାଳୟର ସମସ୍ତ ସହକାରୀ ପ୍ରଫେସର ଏବଂ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ଭଞ୍ଜନଗର,୧୩/୪:(ନିଲୁ ବିଷୋୟୀ):ପିଏମଶ୍ରୀ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ବ୍ଲକର ଓଷ୍ଟା ସାମ୍ବିଧାନିକ ସମ୍ମିଳନୀ ସଭାପତି ଦିଲ୍ଲୀପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଳା ସଭାପତି ସନ୍ତୋଷ କୁମାର ଜେନା, ସମ୍ପାଦକ ବିଜୟ କୁମାର ବେହେରା,ନିମ୍ମ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମଚନ୍ଦ୍ର ପୋଲାଇ,ଜିଲ୍ଳା ଉପଦେଷ୍ଟା ଭିକାରୀ ଚରଣ ଗୌଡ଼,ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ ଯୋଗଦେଇ ଥିବା ବେଳେ ମୁଖ୍ୟ ଅତିଥିଭାବେ ପ୍ରଫେସର କୃତ୍ତିବାସ ବିଶ୍ୱାଳ ଯୋଗଦେଇ ଓଷ୍ଟାର କାର୍ଯ୍ୟକ୍ରମ, ସଂଗଠନ, ବିଭିନ୍ନ ସମସ୍ୟାର ସମାଧାନ କରୁଥିବା ଉପରେ ବକ୍ତବ୍ୟ ରଖିଥିଲେ। ଶିକ୍ଷୟିତ୍ରୀ ଉଷା ଦାସ ପ୍ରାରମ୍ଭିକ ସଂଗୀତ ଏବଂ ସମ୍ପାଦକ ଗୌରୀନନ୍ଦନ ହୋତ୍ତା ସମ୍ପାଦକୀୟ ବିବରଣୀ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ନୂତନ ବ୍ଲକ କମିଟି ଗଠନ କରାଯାଇଛି। ଏଥିରେ ସଭାପତି ଭାବେ ଉମାକାନ୍ତ ନାହାକ,ଉପସଭାପତି ଭାବେ ଆଦିତ୍ୟ ପ୍ରସାଦ ତ୍ରିପାଠୀ,ବୈଜନ୍ତିମାଳା ପ୍ରିୟଦର୍ଶିନୀ,ହୃଷିକେଶ ନାୟକ,ସମ୍ପାଦକ ଭାବେ ସତ୍ୟବାନ…
ଭଞ୍ଜନଗର,୧୩/୪:(ନିଲୁ ବିଷୋୟୀ): ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଦଣ୍ଡଯାତ୍ରାର ମାସନ୍ତ ମେରୁ ପାଳିତ ହୋଇଛି। ଦଣ୍ଡଭୁକ୍ତା ମାନେ ବିଭିନ୍ନ ଗ୍ରାମ ବୁଲି ଯାତ୍ରା କରିବା ପରେ ନିଜ ଗ୍ରାମକୁ ଫେରିଛନ୍ତି। ଆଜି ଭଞ୍ଜନଗର ଓ ଏହାର ଆଖପାଖ ଅନେକ ଗ୍ରାମରେ ମେରୁଯାତ୍ରା ହୋଇଛି। ବିଶେଷ କରି ବ୍ଳକର ଗାଲେରୀ ଗ୍ରାମରେ ଆରାଧ୍ୟ ଦେବୀ ମା’ ଦଣ୍ଡକାଳୀଙ୍କ ଦଣ୍ଡଯାତ୍ରା ଆଡମ୍ବର ସହକାରେ ସମାପନ ହୋଇଥିବା ବେଳେ ଏଥିରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପୂର୍ବାହ୍ନରେ ପାଗ ଶୁଖିଲା ରହିଥିବା ବେଳେ ଅପରାହ୍ନରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା। ଦିନରେ ପ୍ରବଳ ଖରା ସତ୍ତ୍ବେ ଭକ୍ତଙ୍କ ସଂଖ୍ୟାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା। ସକାଳୁ ହିଁ ଗ୍ରାମରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିବା ଆରମ୍ଭ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ତାରସିଂ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗାଲେରୀ ଯାତ୍ରା କମିଟି ସହ ଗ୍ରାମବାସୀ ସୁଚାରୁ ରୁପେ ପରିଚାଳନା ପାଇଁ ଗ୍ରାମବାସୀ ସହଯୋଗ…