ଫୁଲବାଣୀ,୧୨।୧୦(ସୁନୀଲ ପଟ୍ଟନାୟକ):ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କରସ ଆସସୋସିଏସନ କନ୍ଧମାଳ ଶାଖା ପକ୍ଷରୁ କର୍ମଚାରୀମାନଙ୍କର ଦୀର୍ଘଦିନର ସମସ୍ୟା ଗୁଡ଼ିକ ସରକାରଙ୍କ ଦୃଷ୍ଟିଗୋଚର କରିବା ଓ ଏହାର ସମାଧାନ କରିବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ କନ୍ଧମାଳରେ ଜିଲାପାଳ ଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଦାବିଗୁଡ଼ିକ କେବଳ ମଜୁରୀ କିମ୍ବା ସେବା ସର୍ତ୍ତାବଳୀ ମଧ୍ୟରେ ସୀମିତ ନୁହେଁ। ଏଗୁଡ଼ିକ ସାମାଜିକ ସୁରକ୍ଷା, ଶ୍ରମର ମର୍ଯ୍ୟାଦା, ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା, ଉଚିତ ପାରିଶ୍ରମିକ, ନିରାପଦ କାର୍ଯ୍ୟ ପରିବେଶ, କର୍ମଚାରୀ ଓ ସେମାନଙ୍କ ପରିବାରର ଆର୍ଥିକ ସୁରକ୍ଷା ସହିତ ଜଡ଼ିତ।ଦୀର୍ଘ ଦିନର ଦାବୀ ମଧ୍ୟରେ ପଞ୍ଚାବନ ବର୍ଷରେ ଚାକିରୀର ସମୀକ୍ଷା ଓ ଛଟେଇ ନୀତି ବନ୍ଦ, ଅଙ୍ଗନବାଡି ବିଭାଗ ଆରମ୍ଭରୁ ଏଭଳି ନୀତି ନାହିଁ ବା କୌଣସି ବିଭାଗରେ ଲାଗୁ ହେଉ ନାହିଁ। ଆମମାନଙ୍କୁ ସିଧା ସଳଖ 60ବର୍ଷ…
Author: Janabani News
ରାୟଗଡ,୧୨।୧୦(ଅମୂଲ୍ୟ ନିଶଙ୍କ):ଅମର ଶହୀଦ ବାଜି ରାଉତଙ୍କ ଅଦମ୍ୟ ସାହସ, ଅତୁଳନୀୟ ଦେଶପ୍ରେମ ଓ ମହାନ ଆତ୍ମବଳିଦାନକୁ ସ୍ମରଣ କରି ଗୁଣପୁରର ବଂଶଧାରା ସାହିତ୍ୟ ସମାଜ ପକ୍ଷରୁ ଦ୍ୱିତୀୟ ଆଭାସୀ ଆଲୋଚନାଚକ୍ର ରବିବାର ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଅକ୍ଷୟ କୁମାର ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବାଜି ରାଉତଙ୍କ ଜୀବନାଦର୍ଶ, ଦେଶପ୍ରେମ ଓ ବଳିଦାନର ଐତିହାସିକ ମହତ୍ତ୍ୱ ସମ୍ପର୍କରେ ବିଶଦ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମର ପ୍ରାରମ୍ଭରେ ସାମୂହିକ ଭାବେ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା। ସାହିତ୍ୟ ସମାଜର ସଭାପତି ସୀମାଞ୍ଚଳ କର ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ରମେଶ ମିଶ୍ର ଆଲୋଚନାଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଆଲୋଚକ ଭାବେ ଭୁବନ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସମିତିର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଶ୍ଦିଲ୍ଲୀପ କୁମାର ଦାସ ଏବଂ ଆଲୋଚିକା ଭାବେ କଟକ ଜିଲ୍ଲାର ନିଆଳି ମହାବିଦ୍ୟାଳୟର ଅଧ୍ୟାପିକା ପୁଷ୍ପଲତା ନାୟକ ଯୋଗଦେଇ ବାଜି…
ପୋଲସରା,୧୨।୧୦(କୁମୁଦ ଚନ୍ଦ୍ର ବେହେରା):ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ସହିତ ‘ସେବା ସେତୁ’ ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଆରକ୍ଷୀ ଅଧୀକ୍ଷକ, ଗଞ୍ଜାମ ଗିରିଶ ବି.ସି., ସ୍ଥାନୀୟ ଜନପ୍ରତିନିଧି ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ ।‘ସେବା ସେତୁ’ ଶିବିରରେ ବିଭିନ୍ନ ବିଭାଗ ପକ୍ଷରୁ ସୂଚନା, ଶିକ୍ଷା ଓ ଯୋଗାଯୋଗ ଷ୍ଟଲ୍ ଖୋଲାଯାଇ ସରକାରୀ ଯୋଜନା ଓ ଜନକଲ୍ୟାଣକାରୀ ସେବା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିରରେ ମୋଟ ୧୨୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୦୬ଟି ବ୍ୟକ୍ତିଗତ ଓ ୨୧ଟି ସାମୂହିକ ସମସ୍ୟା ସମ୍ପର୍କିତ ଥିଲା। ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ସହାୟତା ପାଇଁ ୧୩ଟି ଏବଂ ରେଡକ୍ରସ୍ ପାଣ୍ଠିରୁ ସହାୟତା ପାଇଁ ୨ଟି ଆବେଦନ ଗ୍ରହଣ କରାଯାଇଥିଲା।ଏହି ଅବସରରେ ୬ ଜଣ ହିତାଧିକାରୀଙ୍କୁ ନୂତନ…
ଫୁଲବାଣୀ,୧୨।୧୦(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଗୁଦାରୀ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଏବଂ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କଲାଡ଼ି ଗ୍ରାମ ସ୍ଥିତ ମା ବରାଳଦେବୀ ଉଛ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି ଅବସରରେ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କ ଅନ୍ତଃର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ବିଭିନ୍ନ ପ୍ରତିଯୋଗୀତା ଏବଂ ତର୍କ,ବକୃତା,ପ୍ରବନ୍ଧଲିଖନ,ଶ୍ରୁତଲିଖନ,ସୁନ୍ଦର ହସ୍ତାକ୍ଷର ,ଚିତ୍ରାଙ୍କନ,କୁଇଜ,ସଙ୍ଗୀତ,ନୃତ୍ୟ,ପି.ଏମ ପୋଷଣ ଚିତ୍ରକଳା,ହସ୍ତଶିଳ୍ପ,ମୌଳିକ ସାକ୍ଷରତା,ସଂଖ୍ୟାଜ୍ଞାନ ଆଧାରିତ ଚିତ୍ରାଙ୍କନ,ଗଣିତ ଦୌଡ,ଗଣିତ କୁଇଜ ଓ ଗଳ୍ପକଥନ ଭଳି ପ୍ରତିଯୋଗୀତା ଗୁଡ଼ିକ ଆୟୋଜିତ ହୋଇଥିଲା ।ଏଥିରେ ଗୁଦାରୀ କଷ୍ଟର ର ଦଶ ଗୋଟି ବିଦ୍ୟାଳୟର 130 ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।ଶେଷରେ ଶିଶୁ ମହୋତ୍ସବ ଆୟୋଜିତ ହୋଇଥିଲା,ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ସଭାପତି ଲମ୍ବୋଦର କହଁର ଯୋଗ ଦେଇଥିବା ବେଳେ ସଂମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର କୁମାର ବିଶି,ଯୁଧିଷ୍ଠିର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ !ବିଦ୍ୟାଳୟର ପ୍ରଧାନ…
ଖୋର୍ଦ୍ଧା,୧୨।୧୦(କେଦାର ନାଥ ସାହୁ):ଜଟଣୀରେ ଭୁବନେଶ୍ୱର କମିଶନରେଟ୍ ପୋଲିସ ପକ୍ଷରୁ ବାଲ୍ୟବିବାହ ରୋକିବା ପାଇଁ ସଚେତନତା ରାଲି ଅନୁଷ୍ଠିତବାଳିକାମାନଙ୍କ ଅଧିକାର ଓ ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ!ଜଟଣୀ,- ଭୁବନେଶ୍ୱର କମିଶନରେଟ୍ ପୋଲିସ ପକ୍ଷରୁ ରବିବାର ଜଟଣୀ ପୋଲିସର ସହଯୋଗରେ ବାଲ୍ୟବିବାହ ଭଳି ସାମାଜିକ କୁପ୍ରଥାକୁ ଦୂର କରିବା ସହ ବାଳିକାମାନଙ୍କ ଅଧିକାର ପ୍ରତି ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ‘JUVENTICA’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ଥିଲା “End Child Marriage and Invest in Girls’ Rights” ଅର୍ଥାତ୍ ବାଲ୍ୟବିବାହର ଅନ୍ତ ଘଟାଇବା ଏବଂ ବାଳିକାମାନଙ୍କ ଅଧିକାରର ସୁରକ୍ଷା ଓ ବିକାଶରେ ନିବେଶ କରିବା।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଫ୍ଲାଗ୍ କାର୍ଡ ଧରି ଉତ୍ତରାୟଣୀ ମନ୍ଦିରଠାରୁ ଜଟଣୀ ଥାନା ପର୍ଯ୍ୟନ୍ତ ଏକ ସଚେତନତା ରାଲି ବାହାର କରିଥିଲେ। ଏହି ରାଲି ମାଧ୍ୟମରେ ବାଲ୍ୟବିବାହ ରୋକିବା ସହ ବାଳିକାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ସଶକ୍ତୀକରଣର ବାର୍ତ୍ତା ପ୍ରଚାର କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ…
କନ୍ଧମାଳ,ଖଜୁରୀପଡ଼ା,୧୨।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର କଂଗ୍ରେସ ସଂଗଠନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାର ୪ ଜଣ କଂଗ୍ରେସ କର୍ମକର୍ତ୍ତାଙ୍କ ବିରୋଧରେ ପୂର୍ବରୁ ଜାରି ହୋଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯାଇଛି। ଏ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି।ପ୍ରେସ ବିଜ୍ଞପ୍ତି ଅନୁଯାୟୀ, କନ୍ଧମାଳ ଜିଲ୍ଲାର ବଳଦେବ ବେହେରା, ଶେଖ ଅବଦୁଲ ସକିର, ଶିବଶଙ୍କର ବେହେରା ଓ ଗୌରଚରଣ ବେହେରାଙ୍କ ବିରୋଧରେ ନିଆଯାଇଥିବା ନିଲମ୍ବନ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲାର ବବି ଅନନ୍ତ ନାଗ ରଥଙ୍କ ନିଲମ୍ବନ ଆଦେଶ ମଧ୍ୟ ପ୍ରତ୍ୟାହାର କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।ଓଡ଼ିଶା ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ସୁଜତ କୁମାର ପାଢ଼ୀଙ୍କ ସ୍ୱାକ୍ଷରରେ ଏହି ବିଜ୍ଞପ୍ତି ଜାରି ହୋଇଛି।ଏହି ନିଷ୍ପତ୍ତି ପରେ କନ୍ଧମାଳ ଜିଲ୍ଲାର କଂଗ୍ରେସ ରାଜନୀତିରେ ନୂଆ ଚର୍ଚ୍ଚା…
ଛତ୍ରପୁର,୧୨/୧୦(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଲାର ଯୁବକ-ଯୁବତୀଙ୍କୁ ଦେଶସେବା ପାଇଁ ଉତ୍ସାହିତ କରିବା ସହ ଅଗ୍ନିବୀର ଓ ଅନ୍ୟାନ୍ୟ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଉତ୍କର୍ଷ ଅଗ୍ନିବୀର’ ନାମରେ ଏକ ଅଭିନବ ପଦକ୍ଷେପ ଆରମ୍ଭ କରାଯାଇଛି। ଗଞ୍ଜାମ ଲକ୍ଷ୍ୟ ନିକେତନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମରେ ଯୁବକ-ଯୁବତୀଙ୍କୁ ମାଗଣାରେ ପ୍ରସ୍ତୁତି ତାଲିମ ପ୍ରଦାନ କରାଯିବ।ଏଥିପାଇଁ ଜିଲ୍ଲାର ୨୨ଟି ବ୍ଲକରେ ୨୨ଟି ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଗୋଟିଏ କେନ୍ଦ୍ର ଖୋଲାଯିବ। ପ୍ରତ୍ୟେକ କେନ୍ଦ୍ରରେ ୫୦ ଜଣ ପ୍ରାର୍ଥୀଙ୍କୁ ତାଲିମ ପ୍ରଦାନ କରାଯିବ।ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ ଅବଧି ୧୨ ରୁ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ରହିଛି। ପଞ୍ଜୀକରଣ ସମୟରେ ଆଧାର କାର୍ଡ, ଭୋଟର ପରିଚୟପତ୍ର କିମ୍ବା ଡ୍ରାଇଭିଂ ଲାଇସେନ୍ସ ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟପତ୍ର ଦାଖଲ କରିବା ବାଧ୍ୟତାମୂଳକ। ଆବେଦନକାରୀଙ୍କ ସଂଖ୍ୟା ଅଧିକ ହେଲେ ସ୍ୱତନ୍ତ୍ର ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।ଆଗ୍ରହୀ ପ୍ରାର୍ଥୀମାନେ…
ବାଲିଗୁଡ଼ା,୧୨।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ସହ ସେମାନଙ୍କ ସୃଜନଶୀଳତାକୁ ଉଜାଗର କରିବା ଲକ୍ଷ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଲଣ୍ଡାଗାଁ ପଞ୍ଚାୟତ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦ଟି ବିଦ୍ୟାଳୟରୁ ୧୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ କଳ୍ପନା କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ଓ ଧୂପ ପ୍ରଜ୍ଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ବିଜେପି ନେତା ଦେବେନ୍ଦ୍ର କୁଦେଇ ମୁଖ୍ୟବକ୍ତା ଏବଂ ଅଭିରାମ ରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ରଣା, ପୂର୍ବତନ ସଭାପତି ସଦାନନ୍ଦ କୁଦେଇ, ଆଞ୍ଚଳିକ ସାଧନା ସଂଯୋଜକ ରମେଶ ଚନ୍ଦ୍ର ସୁବୁଦ୍ଧି, ଦିବ୍ୟଲୋଚନ ମହାରଣା ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ…
ବାଲିଗୁଡ଼ା,୧୧।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ଧର୍ମୀୟ ଭାବନା, ଭକ୍ତି ଓ ଭାଇଚାରାର ମହାନ ପରମ୍ପରାକୁ ଆଧାର କରି ବାଲିଗୁଡ଼ାରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ପବିତ୍ର ଅବସରରେ ଶ୍ରୀ ଶ୍ରୀ ଶ୍ରୀ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି, ବାଲିଗୁଡ଼ା ପକ୍ଷରୁ ବାଲିଗୁଡ଼ା ପଞ୍ଚୁଦଣ୍ଡ ପରିଚାଳନା ସମିତିକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି। ଦୁର୍ଗାପୂଜା ସମିତି ପକ୍ଷରୁ ପଞ୍ଚୁଦଣ୍ଡ ପରିଚାଳନା ସମିତିକୁ ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିବାରୁ ପଞ୍ଚୁଦଣ୍ଡ ପରିଚାଳନା ସମିତି ପକ୍ଷରୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି। ମା’ଙ୍କ ଶାରଦୀୟ ପୂଜା ଅବସରରେ ଏହି ନିମନ୍ତ୍ରଣକୁ ଧାର୍ମିକ ପରମ୍ପରା ଓ ସାମାଜିକ ସଦ୍ଭାବନାର ଏକ ସୁନ୍ଦର ପ୍ରତୀକ ଭାବେ ଗ୍ରହଣ କରାଯାଇଛି। ବାଲିଗୁଡ଼ାରେ ମା’ ପାଟଖଣ୍ଡାଙ୍କ ପୂଜା ଓ ପଞ୍ଚୁଦଣ୍ଡ ଯାତ୍ରା ଉଭୟ ଧାର୍ମିକ ଆସ୍ଥା ଏବଂ ଜନସାଧାରଣଙ୍କ ଭାବାବେଗ ସହ ଜଡ଼ିତ। ଏଭଳି ଧାର୍ମିକ…
ବେଗୁନିଆପଡ଼ା,(ବାପୁନି ମାଲୁ):ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳାର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟଦେବ ଜେନାଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁର ଜିଲ୍ଲାର ମୋଟ ସାତଟି ସ୍ଥାନରେ ଏହି ଯାଞ୍ଚ ଚାଲିଛି। ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରାଯାଉଛି। ତିନିଜଣ ଅତିରିକ୍ତ ଏସ୍ପି, ଚାରିଜଣ ଡିଏସ୍ପି, ନଅଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଭିଜିଲାନ୍ସ କର୍ମଚାରୀ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି।ଭିଜିଲାନ୍ସ ଟିମର ସୂଚନା ଅନୁଯାୟୀ, ଭୁବନେଶ୍ୱରର ପାତ୍ରପଡ଼ାରେ ଥିବା ତିନିମହଲା କୋଠା ଏବଂ ଗଞ୍ଜାମ ଜିଲ୍ଲାର ପି. ନୂଆଗାଁରେ ଥିବା ଦୁଇମହଲା କୋଠା ସମେତ ଅନ୍ୟ ଏକ କୋଠାରେ ଯାଞ୍ଚ କରାଯାଉଛି। ଏହା ସହିତ ଗଞ୍ଜାମ ଜିଲ୍ଲା ବୁରୁଝରୀରେ ଥିବା ଜଣେ ଆତ୍ମୀୟଙ୍କ ଘର, ଭୁବନେଶ୍ୱରର ଖଣ୍ଡଗିରି ଅନ୍ତର୍ଗତ ଜନନୀ ବିହାରରେ ଥିବା ସମ୍ପର୍କୀୟଙ୍କ ଘର,…
ତାରାତାରିଣୀ,୧୨।୧୦(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ଭବ ସଂସାର କୁ ରକ୍ଷାସ ମାନଙ୍କ କବଳରୁ ରକ୍ଷା କରିବା ପାଇଁ ଜଗତ ଜନନୀ ମା ଙ୍କୁ ଆରମ୍ଭ ହୋଇଛି ଆରାଧନା l ଆସଆଶ୍ୱିନ ପ୍ରତିପତା ଠାରୁ ଦେବୀ ପୀଠ ମାନଙ୍କରେ ଆରମ୍ଭ ହୋଇଛି ନବଦୀନାତ୍ମକ ପୂଜା l ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ଚାରି ଆଦିଶକ୍ତି ପୀଠ ମଧ୍ୟରେ ଅନ୍ୟତମ ମା ତାରାତାରିଣୀ ପୀଠରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି l ମା ଆଜି ଶୈଳପୁତ୍ରୀ ବେଶ ରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଉଥିବା ବେଳେ ବଡ଼ି ଭୋରରୁ ମା ଙ୍କ ଦ୍ୱାର ଫିଟା ନୀତି ପରେ ମୈଲମ, ପଞ୍ଚସୁତ୍ର ରେ ଅଭିଷେକ ପରେ ମା ଶୈଳପୁତ୍ରୀ ବେଶରେ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଛନ୍ତି l ମା ଙ୍କ ପୀଠରେ ପ୍ରତ୍ୟେକ ଦିନ ଷୋଡଶ ପୂଜା ସହ ହୋମ ଯଜ୍ଞ,ଚଣ୍ଡୀ ପାଠ ରେ ପ୍ରକମ୍ପିତ ହେଉଛି…
ବୋଲଗଡ଼:୧୨/୧୦(ସୁଶାନ୍ତ କୁମାର ପ୍ରଧାନ):ଶାରଦୀୟ ନବରାତ୍ରୀର ଦ୍ଵିତୀୟ ଦିବସରେ ପୂଜା ପାଆନ୍ତି ମା’ ବ୍ରହ୍ମଚାରିଣୀ। ନବଦୁର୍ଗାର ଦ୍ଵିତୀୟ ରୂପ ଏହି ଦେବୀ ହେଉଛନ୍ତି ତପ, ତ୍ୟାଗ ଓ ସଂଯମର ପ୍ରତୀକ।ଶାସ୍ତ୍ର କହେ, ପାର୍ବତୀ ମହାଦେବ ଶିବଙ୍କୁ ପତି ରୂପେ ପାଇବା ପାଇଁ ହଜାର ବର୍ଷ ଧରି କଠୋର ତପସ୍ୟା କରିଥିଲେ। ଗୋଟିଏ ହାତରେ ଜପ ମାଳା ଓ ଅନ୍ୟ ହାତରେ କମଣ୍ଡଳୁ ଧାରଣ କରି ସେ ସମସ୍ତଙ୍କୁ ଗୋଟିଏ ବାର୍ତ୍ତା ଦେଲେ ଅନୁଶାସନ ହିଁ ଉପାସନାର ସର୍ବୋଚ୍ଚ ରୂପ।ଆଜି ଆମେ ଯେଉଁଠି କ୍ଷଣିକ ଲାଇକ୍, କମେଣ୍ଟ ଓ ଭାଇରାଲ୍ ହେବା ପଛରେ ଦୌଡୁଛୁ, ସେଠି ମା’ ବ୍ରହ୍ମଚାରିଣୀ ଆମକୁ ଧୈର୍ଯ୍ୟ ଶିଖାନ୍ତି। ସେ କହନ୍ତି ସୌନ୍ଦର୍ଯ୍ୟ ପ୍ରଦର୍ଶନରେ ନୁହେଁ, ସାଧନାରେ ନାରୀର ପ୍ରକୃତ ଶକ୍ତି।ପୋଷାକର ଚାକଚକ୍ୟରେ ନୁହେଁ, ଚରିତ୍ରର ଦୃଢତାରେ ସମ୍ମାନ। ଯେଉଁ ଝିଅ ନିଜ ଲକ୍ଷ୍ୟ ପାଇଁ ତପସ୍ୟା କରେ, ପଢେ, ନିଜକୁ ଗଢେ – ତାକୁ ସୁରକ୍ଷା ଦେବା ପାଇଁ…