Author: Janabani News

ବୋଲଗଡ଼,୨୫/୦୫,(ସୁଶାନ୍ତ କୁମାର ପ୍ରଧାନ):କୋଇଲିର ନିଜର ଅତ୍ୟନ୍ତ ମଧୁର ତାନ ପାଇଁ ବିଶ୍ୱ ପ୍ରସିଦ୍ଧ। ଲୋକପ୍ରିୟ ଗାୟକ ପକ୍ଷୀ ଓ ମଧୁର ତାନ ପାଇଁ ଜଣାଯାଇଥାଏ।ବସନ୍ତ ଋତୁର ଆଗମନରେ ଏମାନଙ୍କର ସୁଲଳିତ ସ୍ୱର ବିଶେଷ ଭାବରେ ଶୁଭାଯାଇଥାଏ। ଏହି ଋତୁରେ ପ୍ରକୃତି ନୂତନ ରୂପରେ ସଜ୍ଜିତ ହେବା ସହିତ କୋଇଲିର କୁହୁକୁହୁ ମଧୁର ଧ୍ୱନିରେ ଏହି ସୌନ୍ଦର୍ଯ୍ୟକୁ ବଢାଇଦିଏ। ଏହି ମଧୁର ଧ୍ୱନି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆମକୁ ଆହ୍ୱାନ କରିବା ସହିତ ସୁନ୍ଦର ସକାଳର ସୁଚନା ଦିଏ ଯେଉଁଥିରେ ପ୍ରଭାତର ସୂର୍ଯ୍ୟ ଆଲୋକିତ କରେ ଆମ ମନ। ଆମରାଜ୍ୟରେ ଏହି ପକ୍ଷୀ ବହୁଳ ଭାବରେ ଦେଖାଯାଇଥାଏ। ପ୍ରକୃତି ପ୍ରେମୀ କହିବା ଅନୁସାରେ କୋଇଲି ଆକାର ସାଧାରଣତଃ ୩୯ ରୁ ୪୬ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇଥାଏ। ପୁରୁଷ କୋଇଲି ସମ୍ପୂର୍ଣ୍ଣ କଳା ରଙ୍ଗର ଏବଂ ନାଲି ଆଖି ବିଶିଷ୍ଟ ହୋଇଥିବା ବେଳେ, ମାଇ କୋଇଲି ଗୁଡିକ ଧୂସର ଏବଂ ଧଳା…

Read More

ବେଲଗୁଣ୍ଠା,୨୫/୦୫,(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଚଢ଼ିଆପଲ୍ଲୀ ଗ୍ରାମର ଇଷ୍ଟଦେବୀ ମାଆ କନ୍ଧୁଣୀ ଦେବୀଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଆଜି ସକାଳୁ ଗ୍ରାମବାସୀଙ୍କ ସହଯୋଗରେ ମନ୍ଦିରରେ ମାଆଙ୍କ ସ୍ନାନ ଏବଂ ସକାଳ ଆଳତି ଅନୁଷ୍ଠିତ ହେବା ସହିତ ଆବଶ୍ୟକ ପୂଜାବିଧି ଅନୁଷ୍ଠିତ ହୋଇଥିଲା। ପରେ ମାଆଙ୍କର ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ପୂଜା ଶେଷରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। କିମ୍ବଦନ୍ତୀ ଅନୁସାରେ କିଛି ବର୍ଷ ପୂର୍ବେ ଠାକୁରାଣୀ ପାଣିରେ ଭାସି ଯାଉଥିବା ବେଳେ ଚଢ଼ିଆପଲ୍ଲୀ ଗ୍ରାମବାସୀଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ଗ୍ରାମବାସୀ ଠାକୁରାଣୀଙ୍କୁ ଆଣି ଗ୍ରାମରେ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ। ଆଜିର କାର୍ଯ୍ୟକ୍ରମରେ ସୁରେନ୍ଦ୍ର ରାଉତ,ସୁଦର୍ଶନ ଖଣ୍ଡୁଆଳ,ବାଞ୍ଛାନିଧି ସ୍ୱାଇଁ,ପ୍ରହଲ୍ଲାଦ ଖଣ୍ଡୁଆଳ,କେଶବ ଖଣ୍ଡୁଆଳ,ବୁଲୁ ଲେଙ୍କାଙ୍କ ନେତୃତ୍ବରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ଆଜି ମାଆଙ୍କ ବାର୍ଷିକ ଉତ୍ସବ ଦେଖିବା ପାଇଁ ଏକ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା। ସେହିପରି ମାଆଙ୍କ ପୀଠରେ ବେଲଗୁଣ୍ଠା…

Read More

ପୋଲସରା,୨୫/୫/(ଡ.କୁମୁଦ ଚନ୍ଦ୍ର ବେହେରା):ପୋଲସରା ବ୍ଲକ ପରିସରରେ ୨୫-୫-୨୬ ତାରିଖ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ջାମ ଆରକ୍ଷୀ ଅଧୀକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶୁଣାଣି ଶିବିର ଲାଗି ବିଭିନ୍ନ ପଂଚାୟତର ୧୦୨ ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ୧୭ ଜଣ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୧ଲକ୍ଷ ଟଙ୍କାର ସହାୟତା ରାଶି ଚେକ ମାଧ୍ୟମରେ ଜିଲ୍ଲାପାଳ ପ୍ରଦାନ କରିଥିଲେ। ୧୪ ଜଣଙ୍କୁ ରାସନ କାର୍ଡ, ୧୧ ଜଣଙ୍କୁ ଜମି ପଟ୍ଟା ସମେତ ଭିନ୍ନକ୍ଷମମାନଙ୍କୁ ଟ୍ରାଇସାଇକେଲ, ହୁଇଲଚେୟାର ଆଦିପ୍ରଦାନ କରାଯାଇଥିଲା। ପୋଲସରା ସହରରେ ଥିବା ପାଣି ସମସ୍ୟା ନେଇ ଆଲୋଚନା କରି ତୁରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ, ଆଇ ଏ ଏସ ସରଣ୍ୟା ଏସ, ଉପଜିଲ୍ଲାପାଳ ଶିବାଶିଷ ବରାଳ, ପିଡି ସମୀର ଜେନା, ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ଦାସ, ବିଡିଓ…

Read More

ଭଞ୍ଜନଗର,୨୫/୦୫,(ନିଲୁ ବିଷୋୟୀ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଭଞ୍ଜନଗର ଉପଖଣ୍ଡର ବୁଥସ୍ତରୀୟ ଅଫିସର୍‌ ଏବଂ ସୁପରଭାଇଜରମାନଙ୍କୁ ନେଇ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୧୪ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏହାକୁ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଭୋଟର ତାଲିକା ସଂଶୋଧନ ସମୟରେ କର୍ମଚାରୀମାନେ ସ୍ବଚ୍ଛତା ଅବଲମ୍ବନ କରି ଭୋଟରଙ୍କ ବିଶ୍ୱାସଭାଜନ ହେବାକୁ ପଡିବ। ଏଥିସହ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଉପଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଚାଲିଛି। କର୍ମଚାରୀମାନେ ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଘରକୁ ଘର ଯାଇ ଏସଆଇଆର ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ ସମ୍ପାଦନ କରିବେ। ଏଥିସହ ବୁଥକୁ ଆସୁଥିବା ମତଦାତାଙ୍କ ସ୍ବାସ୍ଥ୍ୟ…

Read More

ଭଞ୍ଜନଗର,୨୫/୦୫,(ନିଲୁ ବିଷୋୟୀ):ଆଧୁନିକ ବୈଷୟିକ ଜ୍ଞାନର ସହାୟତାରେ ପୁଲିସ ହଜିଯାଇଥିବା ୩୫ଟି ମୋବାଇଲ୍‌କୁ ଠାବ କରିବାରେ ସଫଳ ହୋଇଛି। ସୋମବାର ଭଞ୍ଜନଗର ଥାନାରେ ସ୍ବତନ୍ତ୍ର ମୋବାଇଲ ଫେରସ୍ତ ମେଳା ଆୟୋଜିତ ହୋଇଥିବା ବେଳେ ଉଦ୍ଧାର ହୋଇଥିବା ୩୫ ଗୋଟି ମୋବାଇଲ୍‌ ପୁଲିସ୍ ପ୍ରକୃତ ମାଲିକଙ୍କୁ ସେମାନଙ୍କ ମୋବାଇଲ୍ ଫେରାଇଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେଙ୍କ ପୌରହିତ୍ୟରେ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିଛନ୍ତି। ମାଲିକ ମାନଙ୍କ ପରିଚୟପତ୍ର ଯାଞ୍ଚ କରି ସେମାନଙ୍କୁ ମୋବାଇଲ୍ ଫେରାଯାଇଥିଲା। ଭଞ୍ଜନଗର ଥାନା ଅଧୀନ ଜିଲୁଣ୍ଡି,ବଦାଙ୍ଗି, ଗୋଲାପଡ଼ା, ଗାଲେରୀ, ଲଣ୍ଡେଇସାହି, ବୁଗୁଡ଼ା,ଗାଙ୍ଗପୁର,ବେଲଗୁଣ୍ଠା,ବାଉଁଶଲୁଣ୍ଡି,ଏଭଳିକି ବ୍ରହ୍ମପୁର ଭଳି ବିଭିନ୍ନ ଅଞ୍ଚଳର ଲୋକଙ୍କ ମୋବାଇଲ୍ ପାର୍କ, ବିଭିନ୍ନ ବସ୍ ଭୋଜି କାର୍ଯ୍ୟ ଓ ବଜାରରୁ ହଜିଥିବା ଭଞ୍ଜନଗର ଥାନା ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ମୋବାଇଲ୍ ହଜିଥିବା ନେଇ ଅଭିଯୋଗ ପରେ ପୁଲିସ ପକ୍ଷରୁ ସ୍ବତନ୍ତ୍ର ପୋର୍ଟାଲ୍ ମାଧ୍ୟମରେ ହଜିଯାଇଥିବା ମୋବାଇଲ୍…

Read More

ନୂଆପଡା,୨୫/୫,( ପରମେଶ୍ୱର ମେହେର):ନୂଆପଡା ଜିଲ୍ଲା ର ଜିଲ୍ଲା ସ୍ତରୀୟ ଜନସଙ୍ଗଠନ ଶ୍ରମ ଜୀବି ବିକାଶ ମଞ୍ଚ ନୂଆପଡା ତରଫରୁ ବ୍ଲକ ସ୍ତରୀୟ ସଙ୍ଗଠନ ମାଧ୍ୟମରେ ସିନାପାଲି, ବୋଡେ଼ନ, ଖଡ଼ିଆଳ, ଓ କୋମନା ବ୍ଲକ ରେ ସମ୍ପୃକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଓ ବ୍ଲକ କୃଷି ଅଧିକାରୀ ଙ୍କ ମାଧ୍ୟମରେ ସରକାର ଙ୍କୁ ଦ୍ୱତୀୟ ଫସଲ ସହାୟତା ପାଇଁ ଆନ୍ତରିକ ଧନ୍ୟବାଦ ଓ ବିନମ୍ର ଅନୁରୋଧ ଜଣା ଯାଇଛି | ଗତ ରବି ଋତୁରେ ଦୃତୀୟ ଫସଲ ଚାଷ ନିମନ୍ତେ ରାଇସ ଫେଲୋ ମ୍ୟାନେଜମେଣ୍ଟ ସ୍କିମ ମାଧ୍ୟମରେ ନୂଆପଡା ଜିଲାରେ ଚାଷୀ ପରିବାର ମାନଙ୍କୁ ସରକାର ଙ୍କ ତରଫରୁ ମାଗଣା ରେ ମୁଗ ଓ ବିରି ବିହନ ଯୋଗାଇ ଦେଇଥିବାରୁ ଚାଷୀ ମାନଙ୍କ ଜୀବନ ଜୀବିକା ର ମାନବୃତ୍ତି ରେ ସହାୟକ ହୋଇ ପାରିଛି | ଏଥି ପାଇଁ ଶ୍ରମ ଜୀବି ବିକାଶ ମଞ୍ଚ ସଙ୍ଗଠନ ତରଫରୁ ସରକାର ଙ୍କୁ ଗଭୀର କୃତଜ୍ଞତା…

Read More

ପ୍ରଶାସନ ପକ୍ଷରୁ କୋଡ଼ିଏ ହଜାର ଟଙ୍କା ସହାୟତା ପ୍ରଦାନ ଫୁଲବାଣୀ୨୫/୦୫,(ସୁନୀଲ ପଟ୍ଟନାୟକ):ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଗ୍ରାମର କୁଡକେଲକିଆ ଠାରେ ମୁଖ୍ୟ ମନ୍ତ୍ରୀ ବସ୍ ସେବା ଯାତ୍ରୀ ବାହିଗାଡ଼ି ଏକ ଯୁବକକୁ ମଡ଼ାଇ ଦେବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି! ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇଛି i ଅତିରିକ୍ତ ତହସିଲଦାର। କବି ରାଜ ଆର୍ଯ୍ୟ ଜାତିର ଘଟଣା ସ୍ଥଳରେ ପହଞ୍ଚି ମୃତକ ପରିବାରଙ୍କୁ କୋଡ଼ିଏ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ 16 ଆର ଜମି ଯୋଗାଇଦେବା ସହ ଇନ୍ଦିରା ଆବାସ ଯୋଗାଇଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି! ମଦ୍ୟ ପାନ କରି ବେପରୁଆ ଭାବେ ଗାଡ଼ି ଚଳାଉ ଛନ୍ତି ଡ୍ରାଇଭର ଓ ଷ୍ଟାଫ୍ ଯାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ସ୍ଥାନୀୟ ଲୋକେ କହୁଛନ୍ତି ! ବସ୍ ଇନ୍ସୁରାନ୍ସ ବାବଦକୁ ମଧ୍ୟ ସହାୟତା ରାଶି ପ୍ରାପ୍ତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯିବ ବୋଲି…

Read More

ଫୁଲବାଣୀ,୨୫/୦୫,(ସୁନୀଲ ପଟ୍ଟନାୟକ):ଫୁଲବାଣୀ ଅବକାରୀ ବିଭାଗ କୁ ମିଳିଛି ବିପୁଳ ସଫଳତା l ଅବକାରୀ ବିଭାଗ ସୂପରିଟେଣ୍ଡ୍ ଣ୍ଟ ସୁଶାନ୍ତ କୁମାର ପାଢ଼ୀ ଙ୍କ ନିର୍ଦେଶ କ୍ରମେ ଅବକାରୀ ଇନ୍ସପେକ୍ଟର ବିନୋଦ କୁମାର ବାସ୍କେ ଙ୍କ ନେତୃତ୍ଵ ରେ ଅବକାରୀ ସ୍କ୍ୱାର୍ଡ ଦଡକି ଛକ ରେ ଚଢାଉ କରି ଏକ ହlଇୱା ସମେତ ୪ଶ ହ କେ ଜି ଗଞେଇ ଜବତ କରିଛି l ଏଥି ସହ ବିହାର ଭୋଜପୂର୍ ଅଞ୍ଚଳ ର ବବ୍ରୁ ଯାଦବ ନlମକ ଜଣେ ଡ୍ରାଇଭର କୁ ଗିରଫ କରିଛି ଅବକାରୀ ବିଭାଗ l ଅବକାରୀ ବିଭାଗ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀ ଓ ଅବକାରୀ ଇନ୍ସପେକ୍ଟର ବିନୋଦ କୁମାର ବlସ୍କେ ଙ୍କ ନିଷ୍ଠାପର ଉଦ୍ୟମ,ଆନ୍ତରିକତା, କାର୍ଯ୍ୟ ଦକ୍ଷତା ଯୋଗୁଁ ଫୁଲବାଣୀ ସଦର ସମେତ ଜିଲାରେ ବେଆଇନ୍ ଗଞେଇଚାଷ ଓ ଚୋରା ଚାଲାଣ କୁ ରୋକା ଯାଇ ପାରିଥିବା ଦେଖିବlକୁ ମିଳିଛି l ନିୟମିତ ପେଟ୍ର ଲିଂ ସାଂଗକୁ…

Read More

ନୂଆପଡା,୨୫/୦୫,(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ସଭାଗୃହରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆଜି ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସହ ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ, ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ବ୍ଲକ ଉପାଧ୍ୟକ୍ଷା ମୀନା ଘିବେଲା, ବିଡିଓ କାର୍ମୀ ଓରାମ, ତହସିଲଦାର ଉପାଞ୍ଜଳୀ ମାଝୀ ଏବଂ ଏସ୍‌ଡିପିଓ ଉପେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି କଲେକ୍ଟର ଚିନ୍ମୟ ସାଗର ଓ ଶେଖ ନସୀମ ଶିବିର ପରିଚାଳନାରେ ସହଯୋଗ କରିଥିଲେ।ଶିବିରରେ ସିନାପାଲି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ୫୫ଟି ବ୍ୟକ୍ତିଗତ ଓ ୯ଟି ଗୋଷ୍ଠୀଗତ ଅଭିଯୋଗ ସହ ମୋଟ ୬୪ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ଜିଲ୍ଲାର ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗର…

Read More

ଫୁଲବାଣୀ,୨୬ /୦୫, (ସୁନୀଲ ପଟ୍ଟନାୟକ):ସ୍ୱର୍ଗତା ଡା. ସବିତା ପଟ୍ଟନାୟକ, ସମସ୍ତଙ୍କ ପ୍ରିୟ “କୁନି ଆଣ୍ଟି”ଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପରିବାର ସଦସ୍ୟ, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁମାନେ ତାଙ୍କ ପବିତ୍ର ସ୍ମୃତିରେ ଭାବଭରା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସ୍ୱର୍ଗତା ଡା. ସବିତା ପଟ୍ଟନାୟକ ଜଣେ ସମ୍ମାନନୀୟ ଓଡ଼ିଆ ପ୍ରାଧ୍ୟାପିକା, ସୁପରିଚିତ ସାହିତ୍ୟିକା, ନିଷ୍ଠାବାନ ଶିକ୍ଷୟିତ୍ରୀ ଓ ସର୍ବପରି ଜଣେ ମହାନ ମଣିଷ ଥିଲେ। ସେ ସାରାଜୀବନ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର-ପ୍ରସାର ପାଇଁ କାମ କରିଥିଲେ ଏବଂ ଅନେକ ଛାତ୍ରଛାତ୍ରୀଙ୍କୁ, ବିଶେଷକରି ଯୁବତୀମାନଙ୍କୁ, ଶିକ୍ଷା ଅଧିଗମରେ ପ୍ରେରିତ କରିଥିଲେ।ତାଙ୍କ ସରଳତା, ପ୍ରଜ୍ଞା ଓ ସ୍ନେହଶୀଳ ବ୍ୟବହାର ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରୁଥିଲା। ସେ କେବଳ ଜଣେ ଶିକ୍ଷୟିତ୍ରୀ ନୁହେଁ, ଅନେକଙ୍କ ପାଇଁ ଜଣେ ପରାମର୍ଶଦାତ୍ରୀ ଓ ପ୍ରେରଣାର ଉତ୍ସ ଥିଲେ। ତାଙ୍କ ସାହିତ୍ୟିକ ଅବଦାନ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବାବେଳେ, ତାଙ୍କ ଶିକ୍ଷାଦାନ ଅନେକଙ୍କ ଜୀବନ ଓ ଚରିତ୍ର ଗଢ଼ି ତୋଳିଥିଲା।ପେଶାଜୀବନ…

Read More

ଖଜୁରୀପଡ଼ା,୨୫/୫,( ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅଧୀନ ପିରିକୁଡି ପଞ୍ଚାୟତର ବିଳାବାଡି ଗ୍ରାମରେ ମଠ ଗୃହ ନିର୍ମାଣକୁ କେନ୍ଦ୍ର କରି ଅସନ୍ତୋଷ ଦେଖାଦେଇଛି। ଗ୍ରାମବାସୀମାନେ ଏହି ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଡ଼ିଓଙ୍କୁ ଦାବିପତ୍ର ଦେଇଛନ୍ତି।ସୂଚନା ଅନୁଯାୟୀ, ହରିଜନ ସାହି ପାଇଁ ମଞ୍ଜୁର ହୋଇଥିବା ମଠ ଗୃହଟି ଗ୍ରାମର ଜଣେ ବ୍ୟକ୍ତିଙ୍କ ନିଜସ୍ୱ ଜମିରେ ନିର୍ମାଣ ହେଉଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି। ସେମାନଙ୍କ କହିବା ଅନୁସାରେ, ସାମୁଦାୟିକ ଉଦ୍ଦେଶ୍ୟରେ ଥିବା ଗୃହ ବ୍ୟକ୍ତିଗତ ଜାଗାରେ ନିର୍ମାଣ ହେଲେ ଆଗାମୀ ଦିନରେ ଗ୍ରାମବାସୀ ବିଭିନ୍ନ ସମସ୍ୟାରେ ପଡ଼ିପାରନ୍ତି।ଗ୍ରାମବାସୀ ଆହୁରି କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଗ୍ରାମରେ ଏକ ମଣ୍ଡପ ବ୍ୟକ୍ତିଗତ ଜମିରେ ନିର୍ମାଣ ହୋଇ ଅଧାରେ ଅଟକି ରହିଛି। ତେଣୁ ପୁଣି ସେହି ପରିସ୍ଥିତି ନ ସୃଷ୍ଟି ହେବା ପାଇଁ ପ୍ରଶାସନ ହସ୍ତକ୍ଷେପ କରି ଉଚିତ ସ୍ଥାନରେ ମଠ…

Read More

ବୁଗୁଡ଼ା,୨୫/୦୫,(ଡ.କୁମୁଡ ଚନ୍ଦ୍ର ବେହେରା):ବୁଗୁଡ଼ା ଏନ୍ଏସିର ୱାର୍ଡ ନଂ- ୧ ଅନ୍ତର୍ଗତ କାଞ୍ଜିଆପଲ୍ଲୀ ଗ୍ରାମରେ ସର୍ବସାଧାରଣଙ୍କ ସୁବିଧା ପାଇଁ ନିର୍ମିତ ଗୋଷ୍ଠୀ ଶୌଚାଳୟଟି ବିଦ୍ୟୁତ୍‌ ସଂଯୋଗ ଅଭାବରୁ କୌଣସି କାମରେ ନଆସି ଖତ ଖାଉଥିବା ଅଭିଯୋଗ ହେଉଛି । କାଞ୍ଜିଆପଲ୍ଲୀ ଗ୍ରାମ ଉପକଣ୍ଠରେ ପୋଖରୀ ନିକଟରେ ସେହି ଶୌଚାଳୟଟି ନିର୍ମାଣ ହେବାର ଦୁଇ ବର୍ଷରୁ ଅଧିକ କାଲ ଅତିବାହିତ ହୋଇଯାଇଥିଲେ ହେଁ ପ୍ରଶାସନିକ ଉଦାସୀନତା ଏବଂ ଜନ ପ୍ରତିନିଧିଗଣଙ୍କ ଅପାରଗତା କାରଣରୁ ତାହା କୌଣସି କାମରେ ଲାଗୁନାହିଁ । ସେହି ଶୌଚାଳୟଟିରେ ପାଣି ପାଇଁ ଟାଙ୍କି ଅଛି, କିନ୍ତୁ ବିଦ୍ୟୁତ୍‌ ସଂଯୋଗ ନଥିବାରୁ ଜଳର ବ୍ୟବସ୍ଥା ହୋଇପାରୁନାହିଁ । ଗାଁ ପୋଖରୀ ପାଖରେ ଥିବା ପାର୍କକୁ ଲୋକେ ସନ୍ଧ୍ୟାରେ ଯାଉଛନ୍ତି ଏବଂ ପରିସ୍ରା କରିବାକୁ ହେଲେ ସେହି ଅବ୍ୟବସ୍ଥିତ ଶୌଚାଳୟର ପରିସ୍ରାଗାରକୁ ନଯାଇ ଏଣେତେଣେ ପରିସ୍ରା କରୁଛନ୍ତି । ଏଣୁ ଏନ୍ଏସି କର୍ତ୍ତୃପକ୍ଷ ଏବଂ ନିର୍ବାଚିତ ଜନପ୍ରତିନିଧିଗଣ ଏଥ୍ ପ୍ରତି ଦୃଷ୍ଟି ଦେଇ…

Read More