ବେଗୁନିଆପଡ଼ା,୧୨।୧୦(ବାପୁନି ମାଲୁ):ଫଳକ ଲାଗିଲା, ଭିତ୍ତିପ୍ରସ୍ତର ପଡ଼ିଲା, ୪୩ ଲକ୍ଷରୁ ଅଧିକ ଟଙ୍କାର ବ୍ୟୟ ଅଟକଳ ମଧ୍ୟ ରହିଛି। ହେଲେ ୯ମାସ ବିତିବା ପରେ ବି ଆରମ୍ଭ ହୋଇନି ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ। ଅନ୍ୟପଟେ ଆୟୋଜନ ହେଉଛି ମେଗା ସ୍ୱାସ୍ଥ୍ୟ ଶିବିର। ତେବେ ପ୍ରଶ୍ନ ଉଠୁଛି, ସ୍ଥାୟୀ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣରେ ଏତେ ବିଳମ୍ବ କାହିଁକି? ଲୋକଙ୍କୁ କେବଳ ଶିବିରରେ ସ୍ୱାସ୍ଥ୍ୟସେବା ଦେଇ ଦାୟିତ୍ୱ ସରିଯାଉଛି କି? ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର କୁମ୍ଭାରଗାଁ ପଞ୍ଚାୟତ ଅନ୍ତର୍ଗତ କୁମାରୀପାରି ଠାରେ ୯ ଜାନୁଆରୀ ୨୦୨୬ରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ନିର୍ମାଣ ପାଇଁ ଫଳକରେ ୪୩ ଲକ୍ଷ ୨୧ ହଜାର ୭୧୮ ଟଙ୍କାର ବ୍ୟୟ ଅଟକଳ ଉଲ୍ଲେଖ ରହିଛି। କିନ୍ତୁ ଏତେ ଦିନ ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେବା ସମ୍ପୃକ୍ତ ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠାଇଛି। ଏପଟେ ଗତକାଲି କୁମାରୀପାରିଠାରେ…
Author: Janabani News
ବେଗୁନିଆପଡ଼ା,୧୨।୧୦(ବାପୁନି ମାଲୁ):ଭିତ୍ତିପ୍ରସ୍ତର ସ୍ଥାପନକୁ ଇତିମଧ୍ୟରେ ୯ ମାସ ବିତିଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ନିର୍ମାଣ କାର୍ଯ୍ୟ। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର କୁମ୍ଭାରଗାଁ ପଞ୍ଚାୟତ ଅନ୍ତର୍ଗତ କୁମାରୀପାରିଠାରେ ପ୍ରସ୍ତାବିତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣକୁ ନେଇ ପ୍ରଶ୍ନ ଉଠିଛି। ସୂଚନା ଅନୁସାରେ, ୦୯ ଜାନୁଆରୀ ୨୦୨୬ରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ନିର୍ମାଣ କାର୍ଯ୍ୟ ପାଇଁ ଫଳକରେ ୪୩ ଲକ୍ଷ ୨୧ ହଜାର ୭୧୮ ଟଙ୍କା ବ୍ୟୟ ଅଟକଳ ଉଲ୍ଲେଖ ରହିଛି। ତେବେ ଭିତ୍ତିପ୍ରସ୍ତର ସ୍ଥାପନର ଏତେ ଦିନ ପରେ ମଧ୍ୟ କାମ ଆରମ୍ଭ ନହେବା ଅଞ୍ଚଳବାସୀଙ୍କ ମନରେ ନାନା ପ୍ରଶ୍ନ ସୃଷ୍ଟି କରିଛି। ଗ୍ରାମାଞ୍ଚଳରେ ଲୋକଙ୍କୁ ନିକଟରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଆବଶ୍ୟକତା ରହିଛି। ଏଥିପାଇଁ ଅର୍ଥ ଧାର୍ଯ୍ୟ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟ କାହିଁକି ଆଗେଇ ପାରୁନାହିଁ, ତାହା ଏବେ ମୁଖ୍ୟ…
ଜଟଣୀ,୧୧।୧୦(କେଦାର ନାଥ ସାହୁ):ସ୍ଥାନୀୟ ଗୋପୀନାଥ ଜୀ ମନ୍ଦିର ପରିସରରେ ଅବସ୍ଥିତ ମା’ ଦୁର୍ଗା ମନ୍ଦିରରେ ଗତ ୧୦ ଅକ୍ଟୋବର ଶନିବାରଠାରୁ ମା’ ଦୁର୍ଗାଙ୍କ ନବରାତ୍ରି ମହୋତ୍ସବ ଧୁମ୍ଧାମ୍ରେ ଆରମ୍ଭ ହୋଇଛି। ଏହି ମହୋତ୍ସବ ଅକ୍ଟୋବର ୧୦ ତାରିଖ ଶନିବାରଠାରୁ ୨୦ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ଅକ୍ଟୋବର ୧୦ ତାରିଖ ଶନିବାର ଦିନ ମା’ ଦୁର୍ଗାଙ୍କ ମନ୍ଦିରର ଗର୍ଭଗୃହରେ କଳସ ସ୍ଥାପନ କରାଯାଇଥିଲା। ଅକ୍ଟୋବର ୧୧ ତାରିଖଠାରୁ ୨୦ ତାରିଖ ପର୍ଯ୍ୟନ୍ତ ମା’ ଦୁର୍ଗାଙ୍କ ସମେତ ବିଭିନ୍ନ ମଣ୍ଡପରେ ଦୈନିକ ପୂଜାର୍ଚ୍ଚନା ଓ ଆଳତି ପ୍ରତିଦିନ ସକାଳ ୮ଟା ୩୦ ମିନିଟ୍ରୁ ଅନୁଷ୍ଠିତ ହେବ।ଏହି ଅବସରରେ ଅକ୍ଟୋବର ୧୭ ତାରିଖ ଶନିବାର ସନ୍ଧ୍ୟା ୬ଟା ୩୦ ମିନିଟ୍ରୁ ମନ୍ଦିର ପରିସରରେ ମାତାରାଣୀଙ୍କ ଭକ୍ତମାନଙ୍କ ଦ୍ୱାରା ଡାଣ୍ଡିଆ ଓ ଗରବା ରାସ ନୃତ୍ୟ ଆୟୋଜନ କରାଯିବ। ସେହିପରି ଅକ୍ଟୋବର ୧୮ ତାରିଖ ରବିବାର ସନ୍ଧ୍ୟା ୬ଟା ୩୦ ମିନିଟ୍ରୁ ଗରବା ଓ ଡାଣ୍ଡିଆ…
ବେଗୁନିଆପଡ଼ା,୧୧।୧୦(ବାପୁନି ମାଲୁ):ବର୍ଷ ପରେ ବର୍ଷ ବିତୁଛି, ହେଲେ ଅଙ୍ଗାରଗାଁରେ ନିର୍ମାଣ ହୋଇପାରୁନି ସ୍ଥାୟୀ ବସଷ୍ଟାଣ୍ଡ ଓ କମ୍ୟୁନିଟି ଟଏଲେଟ୍। ରାସ୍ତା ଉପରେ ବସ୍ ରହୁଛି, ଯାତ୍ରୀ ହେଉଛନ୍ତି ହନ୍ତସନ୍ତ। ଏଭଳି ସ୍ଥିତିରେ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଅଙ୍ଗାରଗାଁ ଏକ ପ୍ରମୁଖ ବଜାର ହୋଇଥିବା ବେଳେ ଏହା ଉପରେ ପ୍ରାୟ ୫ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି । ଏଠାରେ ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ, ଡାକଘର, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଓ ସେବା ସମବାୟ ସମିତି ଭଳି ଅନୁଷ୍ଠାନ ରହିଛି। ନିକଟରେ ରହିଛି ପର୍ଯ୍ୟଟନସ୍ଥଳୀ ଶାଳିଆ ଡ୍ୟାମ୍। ଫଳରେ ଦୈନିକ ଏଠାକୁ ବହୁ ଲୋକଙ୍କ ଯାତାୟାତ ଲାଗି ରହିଛି । ସୂଚନା ଅନୁଯାୟୀ, ୧୯୭୬ ମସିହାରେ ପୂର୍ବତନ ବିଧାୟକ ସ୍ୱର୍ଗତ ନାରାୟଣ ସାହୁଙ୍କ ନେତୃତ୍ୱରେ ଅଙ୍ଗାରଗାଁକୁ ବସ୍ ସେବା ଆରମ୍ଭ ହୋଇଥିଲା । ଆଜି ମଧ୍ୟ ବ୍ରହ୍ମପୁର ଓ…
ଖଜୁରୀପଡ଼ା,୧୦।୧୦(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡୀ ଉତ୍କଳମଣି ଯୁବକ ସଙ୍ଘ ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୯ ତମ ଜନ୍ମ ଜୟନ୍ତୀ ଉତ୍କଳ ମଣି ଯୁବକ ସଙ୍ଘ ସଭାପତି ସମୀର ପ୍ରସାଦ ଝାଙ୍କର ଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି। ଏହି ଅବସର ରେ ଯୁବକ ସଙ୍ଘ ତରଫ ରୁ ସ୍ୱଚ୍ଛତା ଏବଂ ଜିଲ୍ଲା ସ୍ତରୀୟ ଟେରାନ୍ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ସକାଳ ୮ ରୁ ପଞ୍ଚାୟତ ର ପ୍ରତ୍ୟେକ ୱାର୍ଡ଼ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱଚ୍ଛତା କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ଉର୍ବଶୀ ଦିଗାଲ,ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ ଦିଗାଲ ଯୋଗଦେଇଥିଲେ ।ମାଁ ସୁରାଦେଇ ଫ୍ରେଣ୍ଡସ୍ କ୍ଲବ୍ ଖଜୁରୀପଡ଼ା, ଦୂର୍ଗାଦେଵୀ ଯୁବକ ସଙ୍ଘ ପିଣ୍ଡାବାଡ଼ି, ସମସ୍ତ ଏସ୍.ଏଚ୍. ଜି ଗ୍ରୁପ୍ ସହଯୋଗ କରିଥିଲେ। ଏହାପରେ ମଧ୍ୟାହ୍ନ ୧୨ ଘଣ୍ଟିକା ସମୟରେ ଫୁଟବଲ୍ ଖେଳାଳୀ ମାନଙ୍କୁ…
ବୋଲଗଡ଼,୧୧।୧୦(ସୁଶାନ୍ତ କୁମାର ପ୍ରଧାନ):ଆସୁଛି ଶାରଦୀୟ ଦଶହରା। ଚାରିଆଡେ ମା’ ଦୁର୍ଗାଙ୍କ ଆଗମନର ଉଲ୍ଲାସ। ଆମେ ମଣ୍ଡପରେ ମା’ଙ୍କୁ ଶକ୍ତି ରୂପେ ପୂଜା କରୁଛୁ, କିନ୍ତୁ ଆମ ଘରର ଝିଅକୁ ସେହି ଶକ୍ତି ରୂପେ ଗଢିବାକୁ ଚେଷ୍ଟା କରୁଛୁ କି ?ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆରେ ରିଲ୍ସର ପ୍ରଭାବ ବଢୁଛି। ଲାଇକ୍ ଓ ଭ୍ୟୁଜ୍ ପାଇବା ପାଇଁ ଅନେକ ସମୟରେ ଯୁବପିଢି ନିଜର ପ୍ରକୃତ ପ୍ରତିଭାକୁ ଭୁଲି ଯାଉଛନ୍ତି। ସେମାନେ ଭୁଲି ଯାଉଛନ୍ତି ଯେ, ପ୍ରତି ଝିଅ ଭିତରେ ଜଣେ ଦୁର୍ଗା ଲୁଚି ରହିଛି।ପୁରାଣ କହେ, ଯେତେବେଳେ ସମସ୍ତ ଦେବତା ମହିଷାସୁର ଆଗରେ ହାରିଗଲେ, ସେତେବେଳେ ସମସ୍ତ ଦେବତାଙ୍କ ତେଜକୁ ଏକାଠି କରି ଜନ୍ମ ହେଲେ ମା’ ଦୁର୍ଗା। ଶିବ ଦେଲେ ତ୍ରିଶୂଳ, ବିଷ୍ଣୁ ଦେଲେ ଚକ୍ର, ଇନ୍ଦ୍ର ଦେଲେ ବଜ୍ର। ସେ କେବଳ ରୂପସୀ ନଥିଲେ, ସେ ଥିଲେ ରଣରଙ୍ଗିଣୀ, ସାହସର ପ୍ରତୀକ।ଆଜି ସମୟ ଆସିଛି ଆମ ଝିଅମାନଙ୍କୁ ରିଲ୍ସର…
ପୁରୁଷୋତ୍ତମପୁର,୧୧।୧୦(ଶୁଭାଙ୍କରୀ ଦାସ):ମହିଳା ସଶକ୍ତୀକରଣ, ଶିଶୁ ସୁରକ୍ଷା ଓ ନ୍ୟାୟ ପ୍ରାପ୍ତି କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶାର ତୃଣମୂଳସ୍ତରୀୟ ସଂଗଠନ ISRD କୁ ଜାତୀୟ ସ୍ତରରେ ରେ ସମ୍ମାନିତ “ଯନବାଣୀ, ପୁରୁଷୋତ୍ତମପୁର, ଶୁଭଙ୍କରୀ ଦାଶ, ନୂଆଦିଲ୍ଲୀ, ୧୦ ଅକ୍ଟୋବର ୨୦୨୬: ଓଡ଼ିଶାର ଇଣ୍ଡିଆନ୍ ସୋସାଇଟି ଫର୍ ରୁରାଲ୍ ଡେଭଲପମେଣ୍ଟ (ISRD), ବ୍ରହ୍ମପୁର ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ–୧୬ ” ମହିଳା ସଶକ୍ତୀକରଣ, ଶିଶୁ ସୁରକ୍ଷା ଏବଂ ନ୍ୟାୟ” ପ୍ରାପ୍ତି କ୍ଷେତ୍ରରେ ତୃଣମୂଳସ୍ତରୀୟ ଅବଦାନ ପାଇଁ NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ର ବିଜେତା ଭାବେ ସ୍ୱୀକୃତି ହାସଲ କରି ନୂଆଦିଲ୍ଲୀସ୍ଥିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସ୍ଠାରେ ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡସ୍ର ଇଣ୍ଡିଆ ଚାପ୍ଟର ପକ୍ଷରୁ ଆୟୋଜିତ ସମାରୋହରେ ମେଗାଶିଷ ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ଅଂଶୁମାନ ଗୁପ୍ତା ଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା।ଇଣ୍ଡିଆନ୍ ସୋସାଇଟି ଫର୍ ରୁରାଲ୍ ଡେଭଲପମେଣ୍ଟ (ISRD) ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ମୁଖ୍ୟାଳୟ ଥିବା ଏକ ମହିଳା-ନେତୃତ୍ୱାଧୀନ…
ବାଲିଗୁଡ଼ା,୧୦।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ଶାରଦୀୟ ଦୁର୍ଗାପୂଜା ଓ ଭସାଣିକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ସୁରକ୍ଷିତ କରିବାକୁ ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନର କଡ଼ା ଆଭିମୁଖ୍ୟ। ପୂଜା ଓ ଭସାଣି ଶୋଭାଯାତ୍ରାରେ ଡିଜେ ବାଜା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଥିବା ବେଳେ ବିକଟାଳ ଶବ୍ଦ କରି ଦ୍ରୁତଗତିରେ ବାଇକ୍ ଚଳାଉଥିବା ଚାଳକଙ୍କ ଉପରେ ମଧ୍ୟ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଇକ୍ରେ ବିକଟାଳ ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର ଲଗାଇ ଚଳାଉଥିବା ଚାଳକଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି। ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣୀତା ଦାସଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପୂଜା ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସାଧାରଣ ଜନଜୀବନକୁ ସୁରୁଖୁରୁରେ ଚଳାଇବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବାଲିଗୁଡ଼ା ଉପଖଣ୍ଡର ବିଭିନ୍ନ ବ୍ଲକର ଦୁର୍ଗାପୂଜା କମିଟି ସଦସ୍ୟ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଟ୍ରାଫିକ୍ ପରିଚାଳନା,…
ବାଲିଗୁଡ଼ା,୧୦।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ତତ୍ପରତା ବଢ଼ୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦଳୀୟ ସଂଗଠନକୁ ପୁନର୍ବାର ସୁଦୃଢ଼ କରିବା ଦିଗରେ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କନ୍ଧମାଳ ଜିଲ୍ଲାର କିଛି ଦଳୀୟ ନେତା ଭେଟି ଆଗାମୀ ନିର୍ବାଚନୀ ରଣନୀତି ଓ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିଥିବା ଜଣାପଡ଼ିଛି। ବିଶେଷକରି ବାଲିଗୁଡ଼ା ନିର୍ବାଚନମଣ୍ଡଳୀରେ ଦଳର ସାଂଗଠନିକ ସ୍ଥିତିକୁ ମଜଭୁତ କରିବା ସହ ଗାଁଠାରୁ ସହର ପର୍ଯ୍ୟନ୍ତ କର୍ମୀ ଓ ସମର୍ଥକଙ୍କୁ ଏକଜୁଟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାଯାଇଛି। ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ସୃଷ୍ଟି ହୋଇଥିବା ରାଜନୈତିକ ପରିସ୍ଥିତିରେ ଦଳର ସ୍ଥିତିକୁ ଅଧିକ ମଜଭୁତ କରିବା ଏବେ ନେତୃତ୍ୱ ପାଇଁ ଏକ ପ୍ରମୁଖ ଆହ୍ୱାନ ହୋଇଛି। ଅନ୍ୟପକ୍ଷରେ, କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ପଦ୍ମନାଭ ବେହେରାଙ୍କ…
ବାଲିଗୁଡ଼ା,୧୦।୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଆରମ୍ଭ ହୋଇଛି ରାଜନୈତିକ ଉଷ୍ମତା। ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ ନାମାଙ୍କନ ପ୍ରତ୍ୟାହାର ପରେ ପ୍ରକାଶ ପାଇଛି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ବିଭିନ୍ନ ପଦବି ପାଇଁ ମୋଟ ୩୧ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଆସନ୍ତା ୧୫ ତାରିଖରେ ଭୋଟଗ୍ରହଣ ହେବାକୁ ଥିବାରୁ ଏବେ କ୍ୟାମ୍ପସରେ ନିର୍ବାଚନୀ ଚର୍ଚ୍ଚା ଜୋର ଧରିଛି।ପ୍ରକାଶିତ ତାଲିକା ଅନୁଯାୟୀ, ସଭାପତି ପଦ ପାଇଁ ୭ ଜଣ, ଉପସଭାପତି ପଦ ପାଇଁ ୪ ଜଣ, ସାଧାରଣ ସମ୍ପାଦକ ପଦ ପାଇଁ ୪ ଜଣ, ସହସମ୍ପାଦକ ପଦ ପାଇଁ ୩ ଜଣ, ଡିଏସଏ ସମ୍ପାଦକ ପଦ ପାଇଁ ୩ ଜଣ, ଡିଏସଏ ସହସମ୍ପାଦକ ପଦ ପାଇଁ ୩ ଜଣ, କ୍ରୀଡ଼ା ସମ୍ପାଦକ ପଦ ପାଇଁ…
ଫୁଲବାଣୀ,୧୦।୧୦(ସୁନୀଲ ପଟ୍ଟନାୟକ):“ଆମ ଅଙ୍ଗନବାଡ଼ି – ଆମର ଦାୟିତ୍ୱ” ବାର୍ତ୍ତାକୁ ନେଇ ବାଲ ରକ୍ଷା ଭାରତ (BRB), ସମନ୍ୱିତ ଶିଶୁ ବିକାଶ ସେବା (ICDS) ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର କେ. ନୂଆଗାଁ ଓ ଫିରିଙ୍ଗିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ପୋଷଣ ମାସ ପାଳନ କରାଯାଇଥିଲା।ସେପ୍ଟେମ୍ବର ୯ ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଆୟୋଜିତ ଏହି ଅଭିଯାନରେ ୪୪ଟି ସ୍ଥାନରେ ୨,୦୦୦ରୁ ଅଧିକ ଗର୍ଭବତୀ ମହିଳା, ପ୍ରସୂତି ମା’, ଅଭିଭାବକ ଓ କିଶୋରୀ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ସନ୍ତୁଳିତ ଖାଦ୍ୟ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ସ୍ତନ୍ୟପାନ, ଗର୍ଭାବସ୍ଥାରେ ଯତ୍ନ, ଶିଶୁର ଜୀବନର ପ୍ରଥମ ୧,୦୦୦ ଦିନ, କିଶୋରୀମାନଙ୍କ ପୋଷଣ ଏବଂ ରକ୍ତହୀନତା ପ୍ରତିରୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ପୋଷଣ ବାର୍ତ୍ତା, କୁଇଜ୍, ସ୍ଲୋଗାନ୍ ଓ ଅନ୍ୟାନ୍ୟ ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ପୋଷଣର ଗୁରୁତ୍ୱ ବିଷୟରେ ଅବଗତ କରାଯାଇଥିଲା। କୁଇଜ୍ ପ୍ରତିଯୋଗିତାର କୃତୀ…
ଫୁଲବାଣୀ,୧୦।୧୦(ସୁନୀଲ ପଟନାୟକ):ମାଇ ଭାରତ କନ୍ଧମାଳ ଜିଲ୍ଲା ତରଫରୁ ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ସଭା ଗୃହ କନ୍ଧମାଳ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଅନୁଷ୍ଠିତ କାର୍ଯ କ୍ରମ କୁ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲା ସହରାଞ୍ଚଳ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରବୀଣ କୁମାର ବାଣୁଆ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅବସର ପ୍ରାପ୍ତ ଓଡ଼ିଶା ପୋଲିସ ର କମାନ୍ଦେନ୍ ନବୀନ କିଶୋର ପଣ୍ଡା, ଜିଲ୍ଲା କ୍ରିଡ଼ା ଅଧିକାରୀ ସମିର କୁମାର ନାୟକ, ଯୋଗ ଗୁରୂ ନିରଞ୍ଜନ ପାଣ୍ଡେ, ଏ ଏନ୍ ଏମ୍ ପ୍ରିନ୍ସିପାଲ ଫୁଲବାଣୀ ର ସୁଚଞ୍ଜତl ପ୍ରଧାନ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ ର ଶକ୍ତି କୁମାର ଦିଗାଲ, ଏ ଏନ୍ ଏମ୍ କଲେଜ ର ଅଧ୍ୟାପିକା ବବିତା ରାଣୀ ସାହୁ, କୁମାରୀ ମଳୟ ନାୟକ ଏବଂ ମାଇ ଭାରତ କନ୍ଧମାଳ ର ସହ କର୍ମୀ…