Author: Janabani News

ବୁଗୁଡ଼ା,୨୫/୦୫,(କୁମୁଦ ଚନ୍ଦ୍ର ବେହେରା):ସ୍ଥାନୀୟ ବୁଗୁଡ଼ାସ୍ଥିତ ବାସଭବନ ଠାରେ ଭାରତୀୟ ଜନତା ପାର୍ଟିର ଏକ ସ୍ବତନ୍ତ୍ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ ନେତୃତ୍ବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଜନହିତକର କାର୍ଯ୍ୟରେ ପ୍ରଭାବିତ ହୋଇ ଶଙ୍କୁର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ସୁଶାନ୍ତ କୁମାର ରାଉତଙ୍କ ଉପସ୍ଥିତିରେ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜର ସଭାପତି ଶ୍ରୀ ଗୋପାଳ ସ୍ୱାଇଁ ଏବଂ ସମ୍ପାଦକ ଶ୍ରୀ ସୁଧୀର ପଟିଆଙ୍କ ସମେତ ଅଞ୍ଚଳର ୪୦ଟି ପରିବାର ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ସାମିଲ ହୋଇଛନ୍ତି।ନେତୃବୃନ୍ଦ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ବିଜେପି ପରିବାରକୁ ହାର୍ଦ୍ଦିକ ସ୍ବାଗତ ଜଣାଇଛନ୍ତି। ଏହି ନୂତନ ଯୋଗଦାନ ଦଳୀୟ ସଙ୍ଗଠନକୁ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ଼ କରିବା ସହ ଜନସେବାର ସଂକଳ୍ପକୁ ଆଗାମୀ ଦିନରେ ଆହୁରି ମଜବୁତ କରିବ ବୋଲି ବୈଠକରେ ଦୃଢ଼…

Read More

କଳାହାଣ୍ଡି,୨୫/୦୫,(ରୁପେନ୍ଦ୍ର ସୁନାନୀ):କୋକସରା ବ୍ଲକ ଅନ୍ତର୍ଗତ ମହିମା ରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଡ଼ମ୍ବ ସମାଜର କର୍ମକର୍ତ୍ତା ଚୟନ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସମାଜର ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ସମାଜର ଏକତା, ଉନ୍ନତି ଓ ସାମୁହିକ ମଙ୍ଗଳକୁ ଲକ୍ଷ୍ୟ କରି ଏହି ବୈଠକ ଆୟୋଜିତ ହୋଇଥିଲା । ଉକ୍ତ ବୈଠକରେ ଆମପାଣି ଜୋନ ଡ଼ମ୍ବ ସମାଜର ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ସହଯୋଗ ଓ ପରାମର୍ଶ ପାଇଁ ଆମନ୍ତ୍ରଣ କରାଯାଇଥିଲା ।ବୈଠକରେ ଆମପାଣି ଜୋନ ସଭାପତି ତଥା କୋକସରା ବ୍ଲକ ଡ଼ମ୍ବ ସମାଜ ସଭାପତି ଶ୍ରୀ ବନମାଳୀ ବାଗ, ସମ୍ପାଦକ ଶ୍ରୀ କ୍ଷେତରାମ ପାତ୍ର, କୋଷାଧକ୍ଷ ଶ୍ରୀ ନୀଳମଣି ଖମାରୀ , କୋକସରା ବ୍ଲକ ଡ଼ମ୍ବ ସମାଜ ର ବରିଷ୍ଠ ପରିଚାଳକ ଶ୍ରୀ ରଘୁନାଥ ଖମାରୀ , ସାନ ପୋଡାଗୁଡା ଗ୍ରାମ ପଞ୍ଚାୟତ ସଭାପତି ଶ୍ରୀଧନୁର୍ଯ୍ୟୟ ବାଗ, ବଡ଼ ପୋଡାଗୁଡା ଗ୍ରାମ ପଞ୍ଚାୟତ ସଭାପତି ଶ୍ରୀ ଧର୍ମୁ ଦୁର୍ଗା,…

Read More

ପୁରୁଷୋତ୍ତମପୁର,୨୫/୦୫,(ଶୁଭଙ୍କରୀ ଦାଶ):ଗଞ୍ଜାମ ଜିଲ୍ଲା ପୁରଷୋତ୍ତମପୁର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି ଏକ ରକ୍ତ ଦାନ ଶିବିର।ଯୁବ ନେତା ତଥା ସମାଜସେବୀ ଚିନୁ ଆଚାରୀ ଙ୍କ ଜନ୍ମଦିନ ଅବସର ରେ ଏକ ମହତ ପୁଣ୍ୟ ଉଦ୍ଦେଶ୍ୟ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ରକ୍ତ ଦାନ ସାଙ୍ଗ କୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ଚଳଚିତ୍ର ର ଅଭିନେତ୍ରୀ ଭୂମିକା ଦାଶ ଉପସ୍ଥିତ ରହି ଖରା ଦିନ ରେ ରକ୍ତ ର ମହତ୍ଵ ପାଇଁ ଯୁବ ପିଢ଼ି କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ୯୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।ଏନଏସିର ପୂର୍ବତନ ଅଧକ୍ଷ ବାସୁଦେବ ମହାପାତ୍ର, ମେଡିକାଲ ବ୍ଲଡ଼ ବେଙ୍କର ମୁଖ୍ୟ ସୁଶାନ୍ତ ପାଣିଗ୍ରାହୀ, ଚଳଚିତ୍ର ନିର୍ଦ୍ଦେଶକ ବିଜୟ ମହାପାତ୍ର, ଆସ୍କା ଏମପି ପ୍ରତିନିଧି ଅନିଲ କୁମାର ପଣ୍ଡା, ଏନଏସିଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, କାଉନ ସିଲରଭାସ୍କରବେହେରା,କାଉନ ସିଲର ପ୍ରତିନିଧି ବିଶ୍ୱ ଭୂଷଣ ମହାପାତ୍ର,…

Read More

ଭଞ୍ଜନଗର,୨୪/୦୫(ନିଲୁ ବିଷୋୟୀ):ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଦଦରାଲୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶେଖ୍ ମହମ୍ମଦ କଏସ ଏଥିରେ ଅଧ୍ୟକ୍ଷତା କରି ସାଧାରଣ ଲୋକଙ୍କୁ ଆଇନ ସମ୍ପର୍କିତ ବିଭିନ୍ନ ସୁବିଧା ଓ ସଚେତନତା ବିଷୟରେ ଅବଗତ କରାଇଥିଲେ। ଉପଖଣ୍ଡ ପୁଲିସ ଅଧିକାରୀ ଡ.ଦୀପକ କୁମାର ମିଶ୍ର ଯୋଗଦେଇ ମହିଳା ଓ ଶିଶୁ ସୁରକ୍ଷା,ଡି.ଭି.ଆକ୍ଟ,ପୋକ୍ସୋ ଆଇନ ଏବଂ ସାମାଜିକ ଅପରାଧ ବିରୋଧୀ ସଚେତନତା ସଂର୍ପକରେ ବ୍ୟକ୍ତବ୍ୟ ରଖିଥିଲେ। ତାଲୁକ ଆଇନ ସେବା କମିଟିର ସଦସ୍ୟ ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହି ଲୋକ ଅଦାଲତ,ନିଶୁଳ୍କ ଆଇନ ସହାୟତା ଓ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ସ୍ଥାନୀୟ ସମିତିସଭ୍ୟ ପ୍ରତିନିଧି ଶ୍ରୀନିବାସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଥାନୀୟ…

Read More

ଭଞ୍ଜନଗର,୨୪/୦୫,(ନିଲୁ ବିଷୋୟୀ):ଭଞ୍ଜନଗର ବ୍ଳକ ଲେମ୍ଭେଇ ଠାରେ ଭାରତୀୟ ଜନତା ପାର୍ଟିର ୨ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲ୍ଲା ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଛି। ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ନୀଳମାଧବ ପାତ୍ରଙ୍କ ଅଧକ୍ଷତା ତଥା ପ୍ରଭାରୀ ଭଗବାନ ମହାନ୍ତିଙ୍କ ତତ୍ୱାବଧାନାରେ ଆୟୋଜିତ ଏହି ବର୍ଗର ବୈଷୟିକ ଶିବିରକୁ ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ଉଦଘାଟନ କରିଥିଲେ। ଏଥି‌ରେ ଅନୁଷ୍ଠିତ ପ୍ରଦର୍ଶନୀ ଶିବିରକୁ ମତ୍ସ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଥିଲେ। ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ବୌଦ୍ଧିକ ଏବଂ ସାଙ୍ଗଠନିକ ଦକ୍ଷତାର ବିକାଶ ପାଇଁ ଆୟୋଜିତ ଏହି ବର୍ଗରେ ସମାଜ ଏବଂ ସଙ୍ଗଠନ ଉପଯୋଗୀ ବିଭିନ୍ନ ପ୍ରସଙ୍ଗରେ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ସାଂସଦ ତଥା କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ବଳଭଦ୍ର ମାଝୀ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ରାଜକୁମାର ପୁଲୱାରିୟା, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ…

Read More

ବୋଲଗଡ଼,୨୪/୦୫,(ସୁଶାନ୍ତ କୁମାର ପ୍ରଧାନ):ରାଜ୍ୟ ସାରା ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଛି। ଦିନକୁ ଦିନ ତାପମାତ୍ରା ବଢୁଥିବା ବେଳେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଘରୁ ବାହାରିବା ଲୋକଙ୍କ ପାଇଁ ଅସହ୍ୟ ହୋଇପଡ଼ିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ସୁଆଁଳ ଛକ ଠାରେ ଆଡଭୋକେଟ ସରୋଜ କୁମାର ଛୋଟରାୟ ପ୍ରଚଣ୍ଡ ତାପମାତ୍ରାକୁ ଆଖି ଆଗରେ ରଖି ଦହିପଣା ଓ ଜଳଛତ୍ର ପାଇଁ ସେ ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ଆର୍ଥିକ ସହାୟତା କରିଥିଲେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଥଣ୍ଡା ପାଣି, ଦହିପାଣି ଓ ଚଲା ବଣ୍ଟନ କରାଯାଇଥିଲା। ତୀବ୍ର ଖରା ଓ ଅସହ୍ୟ ଗରମ ମଧ୍ୟରେ ଏହି ସେବା କାର୍ଯ୍ୟ ଲୋକମାନଙ୍କୁ ବହୁତ ଆରାମ ଦେଇଥିଲା। ଅନେକ ଲୋକ ଦହିପାଣି ଓ ଥଣ୍ଡା ପାଣି ପାଇ ଖୁସି ପ୍ରକାଶ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଏହି ମାନବିକ ପଦକ୍ଷେପକୁ ଭୁରିଭୁରି ପ୍ରଶଂସା କରିଥିଲେ।…

Read More

ଖୋରଧା,୨୪/୫,(କେଦାର ନାଥ ସାହୁ):ରାଜ୍ୟ ସରକାରଙ୍କର ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଯୋଗ୍ୟ ହିତାଧିକାରୀ ମାନଙ୍କୁ ଇନ୍ଦିରା ଗାନ୍ଧି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ତଥା ମଧୁ ବାବୁ ବାର୍ଦ୍ଧକ୍ୟ ଭତ୍ତା, ଅବିବାହିତ ଭତ୍ତା ଏବଂ ସ୍ୱାମୀ ପରିତ୍ୟକ୍ତ ଭତ୍ତା ବାବଦକୁ ପ୍ରତେକ ହିତାଧୀକାରୀ ମାନଙ୍କୁ ମାସକୁ ୧୦୦୦ ଟଙ୍କା ଏବଂ ୮୦ ବର୍ଷ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଙ୍କୁ ୩୫୦୦ ଟଙ୍କା ପ୍ରଦାନ କରାଯାଉ ଥିବାବେଳେ, ଆଜି କୁ ଦୀର୍ଘ ଦୁଇ ମାସ ଧରି ଖୋରଧା ପଞ୍ଚାୟତ ସମିତି ଅଧିନସ୍ଥ ୨୨ ଗୋଟି ଗ୍ରାମପଞ୍ଚାୟତ ଏବଂ ପୌର ପରିଷଦ ଅଧିନସ୍ଥ ୨୨ ଗୋଟି ୱାର୍ଡ ବହୁ ସଂଖ୍ୟାରେ ହିତାଧୀକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି l ଏ ସମ୍ପର୍କ ରେ ଭତ୍ତା ବଣ୍ଟନ ଦାୟିତ୍ବ ରେ ଥିବା ଅଧିକାରୀ ଓ କର୍ମଚାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଯେଉଁମାନେ ଭତ୍ତା ପାଇ ନାହାଁନ୍ତି…

Read More

ସିନାପାଲି,୨୪/୦୫,(ପରମେଶ୍ୱର ମେହେର):ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅର୍ନ୍ତଗତ ସାଗୁନଭାଡି ପ୍ରାଥମିକ ବିଦ୍ଯାଳୟରେ କାର୍ଯ୍ଯରତ ଶିକ୍ଷକ ସୁ୍ଘୋଷ ଚନ୍ଦ୍ର ପାତ୍ରଙ୍କ ନିକଟରେ ଅକାଳ ବିୟୋଗ ଘଟିଥିବା ବେଳେ ପରିବାର ତରଫରୁ ଆଜି ତାଙ୍କର ଦଶାହକ୍ରିୟା କରାଯାଇଥିଲା ା ଏହି ଅବସରରେ ସିନାପାଲି ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତା ସ୍ବର୍ଗତ ପାତ୍ରଙ୍କ ଘରକୁ ଯାଇ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଆର୍ଥିକ ସହଯୋଗ ପ୍ରଦାନ କରିଥିବା ଜଣାପଡ଼ିଛି ା ସଂଘ ତରଫରୁ ସଭାପତି ପ୍ରସନ୍ନ କୁମାର ମାଝୀ, ଉପସଭାପତି ମହେନ୍ଦ୍ର ବାଗ, ସଂପାଦକ ବାଲାଜୀ ସୁନାନୀ, କୋଷାଧକ୍ଷ ପ୍ରେମାନନ୍ଦ ମେହେର, ଗୌରଚନ୍ଦ୍ର ସା, ରାକେଶ କୁମାର ମିଶ୍ର, ସତ୍ୟବ୍ରତ ଗହୀର, ଶେଖର ବାଗ, ଖଗେଶ୍ୱର ବାଗ, ଲଷ୍ମୀକାନ୍ତ ପାତ୍ର, ଅତୁଳ କୁମାର ପାତ୍ର ପ୍ରମୁଖ ସାମିଲ ଥିଲେ ା ଏହି ଅବସରରେ ସ୍ବର୍ଗତ ଶିକ୍ଷକଙ୍କ ପରିବାରକୁ ଆବଶ୍ଯକ ସରକାରୀ ସହାୟତା ଯୋଗାଇ ଦେବାକୁ ମଧ୍ଯ ସଂଘ ତରଫରୁ ଦାବି କରାଯାଇଛି l

Read More

ପୁରୁଷୋତ୍ତମପୁର,୨୪/୦୫, (ଶୁଭଙ୍କରୀ ଦାଶ):କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଙ୍କ ଦ୍ୱାରା 3ଗୋଟି ରାସ୍ତା ଯଥା ଖରିଡ଼ା ଠାରୁ କଲେଶ୍ୱର ଦେଇ ଯଉଗଡ଼ ପାଣ୍ଡିଆ ପର୍ଯ୍ୟନ୍ତ, ହୁମା ବୋଇରାଣୀ ପୂର୍ତ୍ତ ବିଭାଗ ରାସ୍ତାଠାରୁ କଇ ଠରା ବେଣିପୁର ରାସ୍ତା, ଓ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ବଳରାମ ପୁର ବୀର ଜଗନ୍ନାଥ ପୁର ଆର ଡ଼ି ରାସ୍ତାର ଶିଳାନ୍ୟାସ ଓ ଭୂମି ପୂଜନ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା | ଦୀର୍ଘ ଦିନ ହେଲା ଏହିରାସ୍ତା ଗୁଡିକ ଗୁଡ଼ି ଉଠିଯାଇ ଖାଲ ଖମା ରେ ରହିଥିବାରୁ ଲୋକଙ୍କ ଯାତାୟାତ ରେ ବହୁତ ଅସୁବିଧା ହେଉଛି | ଏହିଘଟଣା କୁ ସରପଞ୍ଚ ମନୋଜ ଦାଶ ଓ ପାଣ୍ଡିଆ ସରପଞ୍ଚ ଓ ଖରିଡ଼ା ସରପଞ୍ଚ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବିଧାୟକ ଏହି ରାସ୍ତା ଗୁଡିକ ର ଶିଳାନ୍ୟାସ କରି ଭୂମି ପୂଜା କରିଥିଲେ | ବିଧାୟକ ପ୍ରତାପ ନାୟକ ଙ୍କ…

Read More

ବାଲିଗୁଡା,୨୪/୦୫,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ସମେତ ସମଗ୍ର ଦକ୍ଷିଣ ଓଡ଼ିଶାରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷକରି ବାଲିଗୁଡା ଓ ଏହାର ଆଖପାଖ ଅଞ୍ଚଳରେ ସୂର୍ଯ୍ୟଙ୍କ ପ୍ରକୋପ ଅସହ୍ୟ ହୋଇପଡ଼ିଛି। ଚଳିତ ସପ୍ତାହରେ ଏଠାରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୪୨ ଡିଗ୍ରୀ ସେଲସିୟସରୁ ଅଧୂକ ରେକର୍ଡ କରାଯାଇଛି। ସକାଳ ୮ଟା ବାଜିବା ମାତ୍ରେ ତାତି ଏତେ ବଢ଼ିଯାଉଛି ଯେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡୁଛି। ଏପରି ସ୍ଥଳେ ଦିନ ତମାମ ବିଦ୍ୟୁତ ର ଲୁଚକାଳି ଖେଳ ଜନସାଧାରଣ ଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି l ଅସହ୍ୟ ତାତି ଓ ଗରମ ପବନ ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଯୋଗୁଁ ବାଲିଗୁଡା ରେ ଲୁ’ର ପ୍ରଭାବ ଦେଖୁବାକୁ ମିଳୁଛି। ଦ୍ଵିପ୍ରହର ସମୟରେ ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନଶାନ ହୋଇଯାଉଛି l ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏହି ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ କିଛି ଦିନ…

Read More

ରାୟଗଡ,୨୪/୦୫,(ଅମୂଲ୍ୟ ନିଶଙ୍କ):ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁମ୍ବିକୋଟା ମଣ୍ଡଳର କୁମ୍ବିକୋଟା ପଞ୍ଚାୟତରେ ପଞ୍ଚାୟତ ସଭାପତି ଶ୍ରୀ ପ୍ରଶାନ୍ତ ଖୋଶଲାଙ୍କ ନେତୃତ୍ୱରେ ପଞ୍ଚାୟତ କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦଳକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ସହିତ ବିଜେପି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ପ୍ରତ୍ୟେକ ଯୋଗ୍ୟ ଓ ଉପଯୁକ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରେରିତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚାର ଉପସଭାପତି ତଥା ରାୟଗଡା ବିଧାୟକ ପ୍ରାର୍ଥୀ ଶ୍ରୀ ବସନ୍ତ ଉଲ୍ଲକା ମହୋଦୟ, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଶ୍ରୀ ଉମେଶ ଖୋସଲା ମହୋଦୟଙ୍କ ସମେତ ମଣ୍ଡଳ ଉପସଭାପତି ସୁଶାନ୍ତ ଖୁରା ପୂର୍ବତନ ସରପଞ୍ଚ ଶ୍ରୀ ନିଷ୍ଣୁ ମଣ୍ଡାଙ୍ଗୀ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ।ସଂଗଠନ ସଶକ୍ତ ସହିତ ବିକଶିତ ରାୟଗଡାର ସଂକଳ୍ପ। ସେବା, ସୁଶାସନ ଓ ଗରିବ କଲ୍ୟାଣ ପ୍ରତି…

Read More

ବାଲିଗୁଡା,୨୪/୦୫,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖାମା ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ର ସଭାଗୃହ ଠାରେ ବାରଖମା ଏବଂ କ.ନୂଆଗାଁ ଦାୟିତ୍ୱ ରେ ଥିବା ଜିଲ୍ଲା ଭେକ୍ଟ ଭାଇଟା ନିୟନ୍ତ୍ରଣ ତଦାରଖ କାରୀ ସମୀର କୁମାର ପଟନାୟକ ଙ୍କ ନେତୃତ୍ୱରେ ଦିନିକିଆ ଏ ସି ଏମ ଛିଞ୍ଚାନ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି l ବାରଖମା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ଅଞ୍ଚଳର ଆଠ ଗୋଟି ଗ୍ରାମପଞ୍ଚାୟତର ମ୍ୟାଲେରିଆ ପ୍ରବଣ ଗ୍ରାମରେ ଏ ସି ଏମ ଛିଞ୍ଚନ ବିଷୟରେ ଫୁଲବାଣୀ ହେଡକ୍ୱାଟର ରୁ ଆସିଥିବା ଜିଲ୍ଲା ଭେଟନାର ଭାଇଟର ରୋଗ ନିୟନ୍ତ୍ରଣ ପରାମର୍ଶ ଦାତା ସୁଜିତ କୁମାର କାର୍ଜି, ଡ.ବଦ୍ରି ନାରାୟଣ ସାମଲ ସ୍ୱସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ବାରଖମା, ଲେପ୍ରସୀ କର୍ମଚାରୀ ମନୋଜ ପାତ୍ର, ଉପ ସ୍ୱସ୍ଥ୍ୟ କେନ୍ଦ୍ର ଅଧିକାରୀଣୀ ଶ୍ରୀମତୀ ମାରିୟମ ଡିଗାଲ ପ୍ରମୁଖ ଯୋଗ ଦେଇ ପ୍ରାଞ୍ଜଳ ଭାବରେ ସ୍ପ୍ରେ ୱାର୍କେର ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ l…

Read More